Odia Page 921

ਆਪਣੀ ਲਿਵ ਆਪੇ ਲਾਏ ਗੁਰਮੁਖਿ ਸਦਾ ਸਮਾਲੀਐ ॥
ପ୍ରଭୁ ସ୍ଵୟଂ ତାଙ୍କରି ପ୍ରେମ ଦିଅନ୍ତି, ତେଣୁ ଗୁରୁଙ୍କ ଶିକ୍ଷା ଅନୁକରଣ କରି ଆମେ ତାଙ୍କୁ ସର୍ବଦା ଭକ୍ତି ଓ ପ୍ରେମରେ ସ୍ମରଣ କରିବା।

ਕਹੈ ਨਾਨਕੁ ਏਵਡੁ ਦਾਤਾ ਸੋ ਕਿਉ ਮਨਹੁ ਵਿਸਾਰੀਐ ॥੨੮॥
ନାନକ କହନ୍ତି, କାହିଁକି ଏପରି ମହାନ ଦାତାଙ୍କୁ ଆମ ମନରୁ ଭୁଲିବା?॥28॥

ਜੈਸੀ ਅਗਨਿ ਉਦਰ ਮਹਿ ਤੈਸੀ ਬਾਹਰਿ ਮਾਇਆ ॥
ଯେପରି ଉଦର ଭିତରେ ଅଗ୍ନି ଅଛି, ସେହିପରି ବାହାରେ ମାୟାର କାମନା ଅଛି।

ਮਾਇਆ ਅਗਨਿ ਸਭ ਇਕੋ ਜੇਹੀ ਕਰਤੈ ਖੇਲੁ ਰਚਾਇਆ ॥
ଉଦର ଭିତର ଅଗ୍ନି ଓ ବାହାର ମାୟା ମଧ୍ୟରେ ସାଦୃଶ୍ୟ ଅଛି, ଏହିପରି ଲୀଳା ସ୍ରଷ୍ଟା କରିଛନ୍ତି।

ਜਾ ਤਿਸੁ ਭਾਣਾ ਤਾ ਜੰਮਿਆ ਪਰਵਾਰਿ ਭਲਾ ਭਾਇਆ ॥
ଯେତେବେଳେ ପ୍ରଭୁ ଏପରି କାମନା କରନ୍ତି, ଶିଶୁ ଜନ୍ମ ନିଏ, ପରିବାର ଅତି ଖୁସି ହୁଅନ୍ତି।

ਲਿਵ ਛੁੜਕੀ ਲਗੀ ਤ੍ਰਿਸਨਾ ਮਾਇਆ ਅਮਰੁ ਵਰਤਾਇਆ ॥
ପ୍ରଭୁଙ୍କ ପ୍ରତି ପ୍ରେମ କମିଯାଏ, ଶିଶୁ ସାଂସାରିକ କାମନା ସହିତ ଜଡିତ ହୁଏ, ମାୟାର ରାସ୍ତା ଚାଲୁ ରହେ।

ਏਹ ਮਾਇਆ ਜਿਤੁ ਹਰਿ ਵਿਸਰੈ ਮੋਹੁ ਉਪਜੈ ਭਾਉ ਦੂਜਾ ਲਾਇਆ ॥
ମାୟା ଯୋଗୁଁ ପ୍ରଭୁଙ୍କୁ ଭୁଲିଯାନ୍ତି, ଭାବପ୍ରବଣ ମୋହ ଓ ପ୍ରେମ ବଢି ଚାଲେ।

ਕਹੈ ਨਾਨਕੁ ਗੁਰ ਪਰਸਾਦੀ ਜਿਨਾ ਲਿਵ ਲਾਗੀ ਤਿਨੀ ਵਿਚੇ ਮਾਇਆ ਪਾਇਆ ॥੨੯॥
ନାନକ କହନ୍ତି, ମାୟା ମଧ୍ୟରେ ରହିଥିବା ବେଳେ, ଗୁରୁଙ୍କ କୃପାରୁ ପ୍ରଭୁଙ୍କ ନିକଟରେ ମନ ରହିଲେ ତାଙ୍କୁ ଅନୁଭବ କରିହେବ। ॥29॥

ਹਰਿ ਆਪਿ ਅਮੁਲਕੁ ਹੈ ਮੁਲਿ ਨ ਪਾਇਆ ਜਾਇ ॥
ପ୍ରଭୁ ସ୍ଵୟଂ ଅମୂଲ୍ୟ; ତାଙ୍କର ମୂଲ୍ୟ ଆକଳନ କରାଯାଇପାରିବ ନାହିଁ।

ਮੁਲਿ ਨ ਪਾਇਆ ਜਾਇ ਕਿਸੈ ਵਿਟਹੁ ਰਹੇ ਲੋਕ ਵਿਲਲਾਇ ॥
ହଁ, ତାଙ୍କରି ମୂଲ୍ୟ କାହାରି ଦ୍ଵାରା ଆକଳନ କରାଯାଇପାରିବ ନାହିଁ, ଲୋକମାନେ ଥକା ହୋଇଗଲେଣି।

ਐਸਾ ਸਤਿਗੁਰੁ ਜੇ ਮਿਲੈ ਤਿਸ ਨੋ ਸਿਰੁ ਸਉਪੀਐ ਵਿਚਹੁ ਆਪੁ ਜਾਇ ॥
ଯଦି ମନୁଷ୍ୟ ଏପରି ଏକ ସଦଗୁରୁଙ୍କୁ ସାକ୍ଷାତ କରେ ଓ ଶିକ୍ଷାକୁ ଅନୁକରଣ କରେ, ଆତ୍ମ-ଗର୍ବ ଚାଲିଯାଏ, ଗୁରୁଙ୍କ ଠାରେ ସଂପୂର୍ଣ୍ଣ ରୂପରେ ସମର୍ପଣ କରିବା ଉଚିତ।

ਜਿਸ ਦਾ ਜੀਉ ਤਿਸੁ ਮਿਲਿ ਰਹੈ ਹਰਿ ਵਸੈ ਮਨਿ ਆਇ ॥
ପ୍ରଭୁଙ୍କ ପ୍ରେମରେ ଅନୁପ୍ରାଣିତ ରହିଲେ ପ୍ରଭୁ ତାର ମନକୁ ବାସ କରିବାକୁ ଆସନ୍ତି।

ਹਰਿ ਆਪਿ ਅਮੁਲਕੁ ਹੈ ਭਾਗ ਤਿਨਾ ਕੇ ਨਾਨਕਾ ਜਿਨ ਹਰਿ ਪਲੈ ਪਾਇ ॥੩੦॥
ହେ ନାନକ, ପ୍ରଭୁ ସ୍ଵୟଂ ଅମୂଲ୍ୟ, କିନ୍ତୁ ସେମାନେ ଭାଗ୍ୟବାନ ଅଟନ୍ତି ଯାହାକୁ ପ୍ରଭୁ ଗୁରୁଙ୍କ ସହିତ ସଂଯୁକ୍ତ କରନ୍ତି।॥30॥

ਹਰਿ ਰਾਸਿ ਮੇਰੀ ਮਨੁ ਵਣਜਾਰਾ ॥
ପ୍ରଭୁଙ୍କ ନାମ ହେଉଛି ମୋର ସମ୍ପଦ ଏବଂ ମୋ ମନ ନାମର ବଣିକ।

ਹਰਿ ਰਾਸਿ ਮੇਰੀ ਮਨੁ ਵਣਜਾਰਾ ਸਤਿਗੁਰ ਤੇ ਰਾਸਿ ਜਾਣੀ ॥
ହଁ, ପ୍ରଭୁଙ୍କ ନାମ ହେଉଛି ମୋର ସମ୍ପଦ ଏବଂ ମୋ ମନ ନାମର ବଣିକ। ଏହା ମୁଁ ସଦଗୁରୁଙ୍କ ଠାରୁ ଜାଣିଲି।

ਹਰਿ ਹਰਿ ਨਿਤ ਜਪਿਹੁ ਜੀਅਹੁ ਲਾਹਾ ਖਟਿਹੁ ਦਿਹਾੜੀ ॥
ହେ ମାନବ, ପ୍ରତିଦିନ ପ୍ରେମପୂର୍ଣ୍ଣ ଭକ୍ତି ସହିତ ପ୍ରଭୁଙ୍କ ନାମରେ ଧ୍ୟାନ କର ଏବଂ ପରମାନନ୍ଦର ଲାଭ ପାଅ।

ਏਹੁ ਧਨੁ ਤਿਨਾ ਮਿਲਿਆ ਜਿਨ ਹਰਿ ਆਪੇ ਭਾਣਾ ॥
ପ୍ରଭୁ ଯାହାକୁ ଦେବା ପାଇଁ ନିଜେ ଚାହିଁବେ କେବଳ ସେମାନେ ହିଁ ଏହି ସମ୍ପଦ ପାଇବେ।

ਕਹੈ ਨਾਨਕੁ ਹਰਿ ਰਾਸਿ ਮੇਰੀ ਮਨੁ ਹੋਆ ਵਣਜਾਰਾ ॥੩੧॥
ନାନକ କହନ୍ତି,ପ୍ରଭୁଙ୍କ ନାମ ମୋର ପ୍ରକୃତ ସମ୍ପଦ, ଏବଂ ମନ ଏହାର ବଣିକ।॥31॥

ਏ ਰਸਨਾ ਤੂ ਅਨ ਰਸਿ ਰਾਚਿ ਰਹੀ ਤੇਰੀ ਪਿਆਸ ਨ ਜਾਇ ॥
ହେ ମୋ ଜିଭ, ତୁମେ ଅନେକ ସ୍ଵାଦ ଚାଖିଛ, ଏହି ଭାବରେ ସାଂସାରିକ ସ୍ଵାଦ ପାଇଁ ତୁମର ଉତ୍ସୁକତା ଯିବ ନାହିଁ।

ਪਿਆਸ ਨ ਜਾਇ ਹੋਰਤੁ ਕਿਤੈ ਜਿਚਰੁ ਹਰਿ ਰਸੁ ਪਲੈ ਨ ਪਾਇ ॥
ହଁ,ଏହି ଭାବରେ ସାଂସାରିକ ସ୍ଵାଦ ପାଇଁ ତୁମର ଉତ୍ସୁକତା କୌଣସି ମାଧ୍ୟମରେ ଯିବ ନାହିଁ, ଯେ ପର୍ଯ୍ୟନ୍ତ ପ୍ରଭୁଙ୍କ ନାମର ସୂକ୍ଷ୍ମ ମର୍ମ ତୁମେ ପାଇ ନାହଁ।

ਹਰਿ ਰਸੁ ਪਾਇ ਪਲੈ ਪੀਐ ਹਰਿ ਰਸੁ ਬਹੁੜਿ ਨ ਤ੍ਰਿਸਨਾ ਲਾਗੈ ਆਇ ॥
ଯଦି ତୁମେ ପ୍ରଭୁଙ୍କ ନାମର ସୂକ୍ଷ୍ମ ମର୍ମ ପାଅ, ଏବଂ ଏହି ମର୍ମରେ ଭାଗୀଦାରୀ ହୁଅ, ତାହାହେଲେ ତୁମେ ଅନ୍ୟ କାମନା ଦ୍ଵାରା କଷ୍ଟ ପାଇବ ନାହିଁ।

ਏਹੁ ਹਰਿ ਰਸੁ ਕਰਮੀ ਪਾਈਐ ਸਤਿਗੁਰੁ ਮਿਲੈ ਜਿਸੁ ਆਇ ॥
ପ୍ରଭୁଙ୍କ କୃପାରୁ, ପ୍ରଭୁଙ୍କ ନାମର ଏହି ସୂକ୍ଷ୍ମ ମର୍ମ ସିଏ ପାଏ ଯିଏ ସଦଗୁରୁଙ୍କ ଶିକ୍ଷା ଅନୁକରଣ କରେ।

ਕਹੈ ਨਾਨਕੁ ਹੋਰਿ ਅਨ ਰਸ ਸਭਿ ਵੀਸਰੇ ਜਾ ਹਰਿ ਵਸੈ ਮਨਿ ਆਇ ॥੩੨॥
ନାନକ କହନ୍ତି ଯେ ଯେତେବେଳେ ନାମ ଜପର ପରମାନନ୍ଦ ମନରେ ରହେ, ଅନ୍ୟ ସବୁ ସାଂସାରିକ ଇଚ୍ଛା ଭୁଲିହୁଏ। ॥32॥

ਏ ਸਰੀਰਾ ਮੇਰਿਆ ਹਰਿ ਤੁਮ ਮਹਿ ਜੋਤਿ ਰਖੀ ਤਾ ਤੂ ਜਗ ਮਹਿ ਆਇਆ ॥
ହେ ମୋ ଶରୀର, ଯେତେବେଳେ ପ୍ରଭୁ ତାଙ୍କରି ଦିବ୍ୟ ଜ୍ୟୋତି ତୁମ ଠାରେ ଦିଅନ୍ତି, ତୁମେ ସଂସାରକୁ ଆସିଲ।

ਹਰਿ ਜੋਤਿ ਰਖੀ ਤੁਧੁ ਵਿਚਿ ਤਾ ਤੂ ਜਗ ਮਹਿ ਆਇਆ ॥
ହଁ, ଯେତେବେଳେ ପ୍ରଭୁ ତାଙ୍କରି ଦିବ୍ୟ ଜ୍ୟୋତି ତୁମ ଠାରେ ଦିଅନ୍ତି, ତୁମେ ସଂସାରକୁ ଆସିଲ।

ਹਰਿ ਆਪੇ ਮਾਤਾ ਆਪੇ ਪਿਤਾ ਜਿਨਿ ਜੀਉ ਉਪਾਇ ਜਗਤੁ ਦਿਖਾਇਆ ॥
ପ୍ରଭୁ ସ୍ଵୟଂ ମାତା ଓ ନିଜେ ପିତା, ଯିଏକି ମନୁଷ୍ୟ ସୃଷ୍ଟି କରି ଲାଳନ କରନ୍ତି।

ਗੁਰ ਪਰਸਾਦੀ ਬੁਝਿਆ ਤਾ ਚਲਤੁ ਹੋਆ ਚਲਤੁ ਨਦਰੀ ਆਇਆ ॥
ଗୁରୁଙ୍କ କୃପାରୁ ମନୁଷ୍ୟ ସଂସାରର ବାସ୍ତବତା ବୁଝେ, ତାପରେ ସେ ଅନୁଭବ କରେ ଯେ ଏହି ସଂସାର ଏକ ଲୀଳାଓ କିଛି ନୁହେଁ ପ୍ରଭୁଙ୍କ ଏକ ଲୀଳା।

ਕਹੈ ਨਾਨਕੁ ਸ੍ਰਿਸਟਿ ਕਾ ਮੂਲੁ ਰਚਿਆ ਜੋਤਿ ਰਾਖੀ ਤਾ ਤੂ ਜਗ ਮਹਿ ਆਇਆ ॥੩੩॥
ନାନକ କହନ୍ତି, ପ୍ରଭୁ ବିଶ୍ଵର ମୂଳଦୁଆ ପକାଇବା ଓ ତାଙ୍କରି ଦିବ୍ୟ ଜ୍ୟୋତି ତୁମ ଠାରେ ଦେବା ପରେ ହିଁ ତୁମେ ସଂସାରକୁ ଆସିଲ। ॥33॥

ਮਨਿ ਚਾਉ ਭਇਆ ਪ੍ਰਭ ਆਗਮੁ ਸੁਣਿਆ ॥
ମୁଁ ମୋ ହୃଦୟରେ ପ୍ରଭୁଙ୍କ ଉପସ୍ଥିତି ଜାଣିବା ପରେ ମୋ ମନ ଆନନ୍ଦିତ ହୋଇଛି।

ਹਰਿ ਮੰਗਲੁ ਗਾਉ ਸਖੀ ਗ੍ਰਿਹੁ ਮੰਦਰੁ ਬਣਿਆ ॥
ହେ ମୋ ବନ୍ଧୁ; ଆନନ୍ଦର ସଙ୍ଗୀତ ଗାନ କର, କାରଣ ମୋ ହୃଦୟ ପ୍ରଭୁଙ୍କ ଏକ ମନ୍ଦିର ହୋଇଛି।

ਹਰਿ ਗਾਉ ਮੰਗਲੁ ਨਿਤ ਸਖੀਏ ਸੋਗੁ ਦੂਖੁ ਨ ਵਿਆਪਏ ॥
ହଁ, ହେ ମୋ ବନ୍ଧୁ, ସର୍ବଦା ପ୍ରଭୁଙ୍କ ଗୁଣର ଆନନ୍ଦର ସଙ୍ଗୀତ ଗାନ କର; ଏହା ଦ୍ଵାରା କୌଣସି ଦୁଖଃ ବା ଯନ୍ତ୍ରଣା କେବେ ପୀଡିତ କରେ ନାହିଁ।

ਗੁਰ ਚਰਨ ਲਾਗੇ ਦਿਨ ਸਭਾਗੇ ਆਪਣਾ ਪਿਰੁ ਜਾਪਏ ॥
ସେହି ଦିନ କୃପାଯୁକ୍ତ ଯେଉଁ ଦିନ ଗୁରୁଙ୍କ ବାଣୀରେ ମୋହିତ ହେଲି ଏବଂ ମୁଁ ପ୍ରେମପୁର୍ଣ୍ଣ ଭାବରେ ପ୍ରଭୁଙ୍କୁ ଧ୍ୟାନ କରେ।

ਅਨਹਤ ਬਾਣੀ ਗੁਰ ਸਬਦਿ ਜਾਣੀ ਹਰਿ ਨਾਮੁ ਹਰਿ ਰਸੁ ਭੋਗੋ ॥
ଗୁରୁଙ୍କ ବାଣୀ ମାଧ୍ୟମରେ ମୁଁ ପ୍ରଭୁଙ୍କ ଗୁଣର ନିରବିଚ୍ଛିନ୍ନ ଗାନ ଅନୁଭବ କଲି ଏବଂ ବର୍ତ୍ତମାନ ମୁଁ ଭଗବାନଙ୍କ ନାମର ସ୍ଵାଦ ଉପଭୋଗ କରୁଛି।