Odia Page 922

ਕਹੈ ਨਾਨਕੁ ਪ੍ਰਭੁ ਆਪਿ ਮਿਲਿਆ ਕਰਣ ਕਾਰਣ ਜੋਗੋ ॥੩੪॥
ନାନକ କହନ୍ତି, ପ୍ରଭୁ, ଯିଏ କି ପ୍ରତ୍ୟେକ କାର୍ଯ୍ୟ କରିବାକୁ ସମର୍ଥ, ସ୍ଵୟଂ ମୋତେ ସାକ୍ଷାତ କରିଛନ୍ତି। ॥34॥

ਏ ਸਰੀਰਾ ਮੇਰਿਆ ਇਸੁ ਜਗ ਮਹਿ ਆਇ ਕੈ ਕਿਆ ਤੁਧੁ ਕਰਮ ਕਮਾਇਆ ॥
ହେ ମୋ ଶରୀର, ସଂସାରକୁ ଆସି ତୁମେ କଣ ଉଚିତ କାର୍ଯ୍ୟ କରିଛ?

ਕਿ ਕਰਮ ਕਮਾਇਆ ਤੁਧੁ ਸਰੀਰਾ ਜਾ ਤੂ ਜਗ ਮਹਿ ਆਇਆ ॥
ହଁ, ହେ ମୋ ଶରୀର, ସଂସାରକୁ ଆସି ତୁମେ କଣ ଉଚିତ କାର୍ଯ୍ୟ କରିଛ?

ਜਿਨਿ ਹਰਿ ਤੇਰਾ ਰਚਨੁ ਰਚਿਆ ਸੋ ਹਰਿ ਮਨਿ ਨ ਵਸਾਇਆ ॥
ତୁମେ ମନରେ ସ୍ଥାପନା କରି ନାହଁ ଯେ ପ୍ରଭୁ ତୁମକୁ ସୃଷ୍ଟି କରିଛନ୍ତି।

ਗੁਰ ਪਰਸਾਦੀ ਹਰਿ ਮੰਨਿ ਵਸਿਆ ਪੂਰਬਿ ਲਿਖਿਆ ਪਾਇਆ ॥
ଗୁରୁଙ୍କ କୃପାରୁ ପ୍ରଭୁ ତାହାର ମନରେ ରହନ୍ତି ଯାହାର ପୂର୍ବ-ବିଧିନିର୍ଦ୍ଧିଷ୍ଟ ଭାଗ୍ୟ ସିଦ୍ଧି ହୋଇଛି।

ਕਹੈ ਨਾਨਕੁ ਏਹੁ ਸਰੀਰੁ ਪਰਵਾਣੁ ਹੋਆ ਜਿਨਿ ਸਤਿਗੁਰ ਸਿਉ ਚਿਤੁ ਲਾਇਆ ॥੩੫॥
ନାନକ କହନ୍ତି , ଯିଏ ଗୁରୁଙ୍କ ଶିକ୍ଷାରେ ମନ ଦେଇଛି, ସେ ମାନବ ଜୀବନର ଉଦ୍ଦେଶ୍ୟ ହାସଲ କରିଛି ଏବଂ ପ୍ରଭୁଙ୍କ ଉପସ୍ଥିତିର ସ୍ବୀକୃତି ପାଇଛି।॥35॥

ਏ ਨੇਤ੍ਰਹੁ ਮੇਰਿਹੋ ਹਰਿ ਤੁਮ ਮਹਿ ਜੋਤਿ ਧਰੀ ਹਰਿ ਬਿਨੁ ਅਵਰੁ ਨ ਦੇਖਹੁ ਕੋਈ ॥
ହେ ମୋ ଚକ୍ଷୁ, ପ୍ରଭୁ ତାଙ୍କରି ଜ୍ୟୋତି ତୁମ ଠାରେ ଦେଇଛନ୍ତି; ତେଣୁ ପ୍ରଭୁ ବ୍ୟତୀତ ଅନ୍ୟ କାହାକୁ ଦେଖ ନାହିଁ।

ਹਰਿ ਬਿਨੁ ਅਵਰੁ ਨ ਦੇਖਹੁ ਕੋਈ ਨਦਰੀ ਹਰਿ ਨਿਹਾਲਿਆ ॥
ପ୍ରଭୁ ବ୍ୟତୀତ ଅନ୍ୟ କାହାକୁ ଦେଖ ନାହିଁ, ପ୍ରଭୁ ଏକାକୀ ଦେଖିବାକୁ ମୂଲ୍ୟବାନ।

ਏਹੁ ਵਿਸੁ ਸੰਸਾਰੁ ਤੁਮ ਦੇਖਦੇ ਏਹੁ ਹਰਿ ਕਾ ਰੂਪੁ ਹੈ ਹਰਿ ਰੂਪੁ ਨਦਰੀ ਆਇਆ ॥
ହେ ମୋ ଚକ୍ଷୁ , ଏହି ସାରା ସଂସାର ଯାହାକୁ ତୁମେ ଦେଖୁଛ ପ୍ରଭୁଙ୍କ ରୂପ ଅଟେ।

ਗੁਰ ਪਰਸਾਦੀ ਬੁਝਿਆ ਜਾ ਵੇਖਾ ਹਰਿ ਇਕੁ ਹੈ ਹਰਿ ਬਿਨੁ ਅਵਰੁ ਨ ਕੋਈ ॥
ଗୁରୁଙ୍କ କୃପାରୁ ମୁଁ ଏହା ଅନୁଭବ କରିଛି ଏବଂ ବର୍ତ୍ତମାନ ଯେଉଁଠାରେ ମୁଁ ଦେଖୁଛି, ପ୍ରଭୁଙ୍କୁ ଦେଖୁଛି; ପ୍ରଭୁ ବ୍ୟତୀତ ଆଉ କିଛି ନୁହଁ।

ਕਹੈ ਨਾਨਕੁ ਏਹਿ ਨੇਤ੍ਰ ਅੰਧ ਸੇ ਸਤਿਗੁਰਿ ਮਿਲਿਐ ਦਿਬ ਦ੍ਰਿਸਟਿ ਹੋਈ ॥੩੬॥
ନାନକ କହନ୍ତି; ପୂର୍ବରୁ ଚକ୍ଷୁ ଆତ୍ମିକ ଅନ୍ଧ ଥିଲା, ସଦଗୁରୁଙ୍କୁ ସାକ୍ଷାତ ପରେ ଏହା ଉପରେ ଦିବ୍ୟ ଜ୍ୟୋତି ପଡିଲା ଏବଂ ବର୍ତ୍ତମାନ ପ୍ରଭୁଙ୍କୁ ସବୁସ୍ଥାନରେ ଦେଖୁଛି। ॥36॥

ਏ ਸ੍ਰਵਣਹੁ ਮੇਰਿਹੋ ਸਾਚੈ ਸੁਨਣੈ ਨੋ ਪਠਾਏ ॥
ହେ ମୋର କର୍ଣ୍ଣ, ତୁମକୁ ଏଠାକୁ ପଠାଯାଇଛି କେବଳ ପ୍ରଭୁଙ୍କ ଗୁଣ ଗାନ କରିବା ପାଇଁ।

ਸਾਚੈ ਸੁਨਣੈ ਨੋ ਪਠਾਏ ਸਰੀਰਿ ਲਾਏ ਸੁਣਹੁ ਸਤਿ ਬਾਣੀ ॥
ହଁ, ତୁମେ ଶରୀରରେ ସଂଯୁକ୍ତ ହୋଇଛ ଏବଂ ତୁମକୁ ଏଠାକୁ ପଠାଯାଇଛି କେବଳ ପ୍ରଭୁଙ୍କ ଗୁଣର ଦିବ୍ୟ ବାଣୀ ଗୁରୁଙ୍କ ଠାରୁ ଶୁଣିବା ପାଇଁ।

ਜਿਤੁ ਸੁਣੀ ਮਨੁ ਤਨੁ ਹਰਿਆ ਹੋਆ ਰਸਨਾ ਰਸਿ ਸਮਾਣੀ ॥
ମନ ଓ ଶରୀର ପ୍ରଭୁଙ୍କ ଗୁଣର ଦିବ୍ୟ ବାଣୀ ଗୁରୁଙ୍କ ଠାରୁ ଶୁଣି ନବ ଯୌବନ ପ୍ରାପ୍ତ କରିଛି ଏବଂ ପ୍ରଭୁଙ୍କ ନାମର ଅମୃତରେ ଜିଭ ନିମ୍ମଜିତ ହୋଇଛି।

ਸਚੁ ਅਲਖ ਵਿਡਾਣੀ ਤਾ ਕੀ ਗਤਿ ਕਹੀ ਨ ਜਾਏ ॥
ପ୍ରଭୁ ଏପରି ଚମତ୍କାର ଓ ଅବୋଧଗମ୍ୟ ଯେ ତାଙ୍କରି ଅବସ୍ଥା ବର୍ଣ୍ଣନା କରାଯାଇପାରିବ ନାହିଁ।

ਕਹੈ ਨਾਨਕੁ ਅੰਮ੍ਰਿਤ ਨਾਮੁ ਸੁਣਹੁ ਪਵਿਤ੍ਰ ਹੋਵਹੁ ਸਾਚੈ ਸੁਨਣੈ ਨੋ ਪਠਾਏ ॥੩੭॥
ନାନକ କହନ୍ତି, ନାମର ଅମୃତ ଶୁଣ ଓ ପବିତ୍ର ହୁଅ, ତୁମେ ଦିବ୍ୟ ବାଣୀ ଶୁଣିବା ପାଇଁ ସୃଷ୍ଟି ହୋଇଛ।॥37॥

ਹਰਿ ਜੀਉ ਗੁਫਾ ਅੰਦਰਿ ਰਖਿ ਕੈ ਵਾਜਾ ਪਵਣੁ ਵਜਾਇਆ ॥
ଶରୀର-ଗୁମ୍ଫାରେ ଆତ୍ମା ରଖି, ବାଜାକୁ ପବନରେ ଫୁଙ୍କିଲା ଭଳି ଏଥିରେ ପ୍ରଭୁ ଜୀବନର ଶ୍ଵାସ ଫୁଙ୍କିଲେ।

ਵਜਾਇਆ ਵਾਜਾ ਪਉਣ ਨਉ ਦੁਆਰੇ ਪਰਗਟੁ ਕੀਏ ਦਸਵਾ ਗੁਪਤੁ ਰਖਾਇਆ ॥
ହଁ, ପ୍ରଭୁ ଜୀବନର ଶ୍ଵାସ ଫୁଙ୍କିଲେ ଏବଂ ନଅଟି ଦ୍ଵାର ଦେଇ ନଅଟି ଶରୀର ଅଙ୍ଗ ପ୍ରକାଶ କଲେ ( ଦୁଇ ଚକ୍ଷୁ, ଦୁଇ କର୍ଣ୍ଣ, ଦୁଇ ନାକ, ଏକ ଜିଭ, ମୁତ୍ର ଓ ମଳ ପାଇଁ ଦୁଇଟି ଦ୍ଵାର) କିନ୍ତୁ ସେ ଦଶମ ଦ୍ଵାର ଲୁକ୍କାୟିତ ରଖିଲେ।

ਗੁਰਦੁਆਰੈ ਲਾਇ ਭਾਵਨੀ ਇਕਨਾ ਦਸਵਾ ਦੁਆਰੁ ਦਿਖਾਇਆ ॥
ଗୁରୁଙ୍କ ମାଧ୍ୟମରେ ପ୍ରଭୁ ନାମ ପାଇଁ ଯାହାକୁ କୃପା କଲେ, ତା ପାଇଁ ସେ ଦଶମ ଦ୍ଵାର ଦେଖାଇଲେ।

ਤਹ ਅਨੇਕ ਰੂਪ ਨਾਉ ਨਵ ਨਿਧਿ ਤਿਸ ਦਾ ਅੰਤੁ ਨ ਜਾਈ ਪਾਇਆ ॥
ସେହି ପରମ ଆତ୍ମିକ ଅବସ୍ଥାରେ ଯେଉଁଠାରେ ଦଶମ ଦ୍ଵାର ଖୋଲା ଅଛି, ମନୁଷ୍ୟ ପ୍ରଭୁଙ୍କ ନାମର ସୀମାହୀନ ସମ୍ପଦ ଅନେକ ସୁନ୍ଦର ରୂପରେ ଅନୁଭବ କରେ।

ਕਹੈ ਨਾਨਕੁ ਹਰਿ ਪਿਆਰੈ ਜੀਉ ਗੁਫਾ ਅੰਦਰਿ ਰਖਿ ਕੈ ਵਾਜਾ ਪਵਣੁ ਵਜਾਇਆ ॥੩੮॥
ନାନକ କହନ୍ତି;ଶରୀର-ଗୁମ୍ଫାରେ ଆତ୍ମା ରଖି, ବାଜାକୁ ପବନରେ ଫୁଙ୍କିଲା ଭଳି ଏଥିରେ ପ୍ରିୟ ପ୍ରଭୁ ଜୀବନର ଶ୍ଵାସ ଫୁଙ୍କିଲେ। ॥38॥

ਏਹੁ ਸਾਚਾ ਸੋਹਿਲਾ ਸਾਚੈ ਘਰਿ ਗਾਵਹੁ ॥
ଏହି ପବିତ୍ର ସମାବେଶରେ ପ୍ରଭୁଙ୍କ ଗୁଣର ସଚ୍ଚା ସଙ୍ଗୀତ ଗାନ କରନ୍ତୁ।

ਗਾਵਹੁ ਤ ਸੋਹਿਲਾ ਘਰਿ ਸਾਚੈ ਜਿਥੈ ਸਦਾ ਸਚੁ ਧਿਆਵਹੇ ॥
ହଁ, ପବିତ୍ର ସମାବେଶରେ ପରମାନନ୍ଦର ଏହି ସଙ୍ଗୀତ ଗାନ କର, ଯେଉଁଠାରେ ସେମାନେ ସର୍ବଦା ସନାତନ ପ୍ରଭୁଙ୍କୁ ପ୍ରେମପୂର୍ଣ୍ଣ ଧ୍ୟାନ କରନ୍ତି।

ਸਚੋ ਧਿਆਵਹਿ ਜਾ ਤੁਧੁ ਭਾਵਹਿ ਗੁਰਮੁਖਿ ਜਿਨਾ ਬੁਝਾਵਹੇ ॥
ହେ ପ୍ରଭୁ, ସେମାନେ ଆପଣଙ୍କୁ ଧ୍ୟାନ କରନ୍ତି ଏବଂ ଯେତେବେଳେ ଏହା ଆପଣଙ୍କୁ ସନ୍ତୁଷ୍ଟ କରେ, ତାଙ୍କୁଗୁରୁ ମାଧ୍ୟମରେ ଆପଣ ଭାବନା ଶକ୍ତି କୃପା କରନ୍ତି।

ਇਹੁ ਸਚੁ ਸਭਨਾ ਕਾ ਖਸਮੁ ਹੈ ਜਿਸੁ ਬਖਸੇ ਸੋ ਜਨੁ ਪਾਵਹੇ ॥
ସନାତନ ପ୍ରଭୁ ସମସ୍ତଙ୍କ ମାଲିକ ଅଟନ୍ତି,ସେ ଯାହା ପ୍ରତି କୃପାଳୁ ହୁଅନ୍ତି ସେ ତାଙ୍କୁ ଅନୁଭବ କରେ।

ਕਹੈ ਨਾਨਕੁ ਸਚੁ ਸੋਹਿਲਾ ਸਚੈ ਘਰਿ ਗਾਵਹੇ ॥੩੯॥
ନାନକ କହନ୍ତି, ପବିତ୍ର ସମାବେଶରେ ସାମିଲ ହୋଇ ସେମାନେ ପ୍ରଭୁଙ୍କ ଗୁଣ ଗାନ କରନ୍ତି।॥39॥

ਅਨਦੁ ਸੁਣਹੁ ਵਡਭਾਗੀਹੋ ਸਗਲ ਮਨੋਰਥ ਪੂਰੇ ॥
ହେ ଭାଗ୍ୟବାନ ମନୁଷ୍ୟ, ପରମାନନ୍ଦର ସଙ୍ଗୀତ ଶୁଣ ; ଏହା ଶୁଣି ତୁମର ସବୁ କାମନା ପୂର୍ଣ୍ଣ ହେବ।

ਪਾਰਬ੍ਰਹਮੁ ਪ੍ਰਭੁ ਪਾਇਆ ਉਤਰੇ ਸਗਲ ਵਿਸੂਰੇ ॥
ଯେଉଁମାନେ ପରମାନନ୍ଦର ସଙ୍ଗୀତ ଶୁଣିଛନ୍ତି ସେମାନେ ପ୍ରଭୁଙ୍କୁ ଅନୁଭବ କରିଛନ୍ତି, ଏବଂ ସେମାନଙ୍କ ସବୁ କଷ୍ଟ ଦୂର ହୋଇଛି।

ਦੂਖ ਰੋਗ ਸੰਤਾਪ ਉਤਰੇ ਸੁਣੀ ਸਚੀ ਬਾਣੀ ॥
ଦିବ୍ୟ ବାଣୀ ଶୁଣି ସବୁ ଦୁଖ, ରୋଗ ଓ ମନସ୍ତାପ ଦୂର ହୋଇଯାଇଛି।

ਸੰਤ ਸਾਜਨ ਭਏ ਸਰਸੇ ਪੂਰੇ ਗੁਰ ਤੇ ਜਾਣੀ ॥
ସଦଗୁରୁଙ୍କ ଠାରୁ ଦିବ୍ୟ ବାଣୀ ବୁଝି ସବୁ ସାଧୁ ଓ ବନ୍ଧୁ ଖୁସି ହେଲେ।

ਸੁਣਤੇ ਪੁਨੀਤ ਕਹਤੇ ਪਵਿਤੁ ਸਤਿਗੁਰੁ ਰਹਿਆ ਭਰਪੂਰੇ ॥
ଯେଉଁମାନେ ଗୁରୁଙ୍କ ନାମ ଧରନ୍ତି ବା ଶୁଣନ୍ତି ସେମାନେ ପବିତ୍ର ହୁଅନ୍ତି କାରଣ ସେମାନେ ପରମାନନ୍ଦର ସଙ୍ଗୀତରେ ସଦଗୁରୁଙ୍କୁ ଦେଖନ୍ତି।

ਬਿਨਵੰਤਿ ਨਾਨਕੁ ਗੁਰ ਚਰਣ ਲਾਗੇ ਵਾਜੇ ਅਨਹਦ ਤੂਰੇ ॥੪੦॥੧॥
ନାନକ ବିନୟ ପୂର୍ବକ କହନ୍ତି ଯେ ଯେଉଁମାନେ ଗୁରୁଙ୍କ ବାଣୀରେ ମନ ଦିଅନ୍ତି , ପରମାନନ୍ଦ ସେମାନଙ୍କ ମଧ୍ୟରେ ତ୍ଵରିତ ହୁଏ ସତେ ଯେପରି ସେମାନଙ୍କ ମନରେ ଦିବ୍ୟ ସଙ୍ଗୀତ ଲଗାତର ବାଜେ।