Odia Page 919

ਗੁਰ ਪਰਸਾਦੀ ਜਿਨੀ ਆਪੁ ਤਜਿਆ ਹਰਿ ਵਾਸਨਾ ਸਮਾਣੀ ॥
ଗୁରୁଙ୍କ କୃପାରୁ, ଯେଉଁମାନେ ସେମାନଙ୍କ ଆତ୍ମ-ଗର୍ବ ଦୂର କରିଛନ୍ତି; ସେମାନଙ୍କ ମାୟାର କାମନା ପ୍ରଭୁଙ୍କ ସ୍ମରଣ ଯୋଗୁଁ ଦୂର ହୋଇଯାଏ।

ਕਹੈ ਨਾਨਕੁ ਚਾਲ ਭਗਤਾ ਜੁਗਹੁ ਜੁਗੁ ਨਿਰਾਲੀ ॥੧੪॥
ନାନକ କହନ୍ତି, ଯୁଗ ପରେ ଯୁଗ ପ୍ରଭୁଙ୍କ ଭକ୍ତର ଜୀବନୀ ପ୍ରଣାଳୀ ଅଦ୍ଵିତୀୟ ଓ ପୃଥକ ରହିଅଛି।॥14॥

ਜਿਉ ਤੂ ਚਲਾਇਹਿ ਤਿਵ ਚਲਹ ਸੁਆਮੀ ਹੋਰੁ ਕਿਆ ਜਾਣਾ ਗੁਣ ਤੇਰੇ ॥
ହେ ମାଲିକ-ପ୍ରଭୁ, ଯେପରି ଆପଣ କାମନା କରନ୍ତି, ଆପଣଙ୍କ ଜୀବ ସେହି ଅନୁସାରେ ଆଚରଣ ଦେଖାନ୍ତି।; ମୁଁ ଆପଣଙ୍କ ସଦଗୁଣ ବିଷୟରେ ଅଧିକ କିଛି ଜାଣି ନାହିଁ।

ਜਿਵ ਤੂ ਚਲਾਇਹਿ ਤਿਵੈ ਚਲਹ ਜਿਨਾ ਮਾਰਗਿ ਪਾਵਹੇ ॥
ଆପଣ ଆମକୁ ଯେଉଁ ମାର୍ଗରେ ରଖିଲେ ବି, ଆମେ ଆପଣଙ୍କ ଅଭିଳାଷ ଅନୁସାରେ ଆଚରଣ ଦେଖାଊଁ।

ਕਰਿ ਕਿਰਪਾ ਜਿਨ ਨਾਮਿ ਲਾਇਹਿ ਸਿ ਹਰਿ ਹਰਿ ਸਦਾ ਧਿਆਵਹੇ ॥
କୃପା ଦେଖାଇ, ଯାହାକୁ ଆପଣ ନାମ ଜପ ତାଳରେ ରଖନ୍ତି, ସେମାନେ ସର୍ବଦା ଆପଣଙ୍କୁ ପ୍ରେମପୂର୍ଣ୍ଣ ସ୍ମରଣ କରନ୍ତି।

ਜਿਸ ਨੋ ਕਥਾ ਸੁਣਾਇਹਿ ਆਪਣੀ ਸਿ ਗੁਰਦੁਆਰੈ ਸੁਖੁ ਪਾਵਹੇ ॥
ସେମାନଙ୍କୁ ଯାହାକୁ ଆପଣଙ୍କ ଗୁଣର ସ୍ଵର୍ଗୀୟ ବାଣୀ ଶୁଣାଇଛନ୍ତି, ସେମାନେ ପବିତ୍ର ସମାବେଶରେ ଗୁରୁଙ୍କ ମାଧ୍ୟମରେ ଶାନ୍ତି ଉପଭୋଗ କରନ୍ତି।

ਕਹੈ ਨਾਨਕੁ ਸਚੇ ਸਾਹਿਬ ਜਿਉ ਭਾਵੈ ਤਿਵੈ ਚਲਾਵਹੇ ॥੧੫॥
ନାନକ କହନ୍ତି, ହେ ସନାତନ ପ୍ରଭୁ , ଆପଣ ଯେମିତି ଅଭିଳାଷ କରନ୍ତି, ଆପଣଙ୍କ ଜୀବ ସେହିଭଳି ଆଚରଣ ଦେଖାନ୍ତି। ॥15॥

ਏਹੁ ਸੋਹਿਲਾ ਸਬਦੁ ਸੁਹਾਵਾ ॥
ଏହି ପରମାନନ୍ଦର ଗାନ ହେଉଛି ସବୁଠାରୁ ସୁନ୍ଦର ଦିବ୍ୟ ବାଣୀ।

ਸਬਦੋ ਸੁਹਾਵਾ ਸਦਾ ਸੋਹਿਲਾ ਸਤਿਗੁਰੂ ਸੁਣਾਇਆ ॥
ସଦଗୁରୁ ଆନନ୍ଦର ଏହି ସନାତନ ଗାନ ଅବୃତ୍ତି କରନ୍ତି, ଯାହାକି ଦିବ୍ୟ ବାଣୀ ଦ୍ଵାରା ସୁଶୋଭିତ ହୋଇଥାଏ।

ਏਹੁ ਤਿਨ ਕੈ ਮੰਨਿ ਵਸਿਆ ਜਿਨ ਧੁਰਹੁ ਲਿਖਿਆ ਆਇਆ ॥
ଏହି ପରମାନନ୍ଦର ସଙ୍ଗୀତ ସେହିମାନଙ୍କ ମନରେ ସ୍ଥାପିତ ହୋଇଥାଏ ଯେଉଁମାନେ ଏପରି ପୂର୍ବ ନିର୍ଦ୍ଧାରିତ ଅଟନ୍ତି।

ਇਕਿ ਫਿਰਹਿ ਘਨੇਰੇ ਕਰਹਿ ਗਲਾ ਗਲੀ ਕਿਨੈ ਨ ਪਾਇਆ ॥
ଅନେକ ମଣିଷ ଚାରିଆଡେ ଘୁରି ବୁଲନ୍ତି, ସେମାନଙ୍କ ସ୍ୱଳ୍ପ ଗଭୀର ଜ୍ଞାନ ବିଷୟରେ ଗର୍ବ କରି , କିନ୍ତୁ କେହି ବି ପ୍ରଭୁଙ୍କୁ ଅନୁଭବ କରି ନାହାନ୍ତି ଏବଂ କେବଳ କଥା ଦ୍ଵାରା ପରମାନନ୍ଦ ପାଇନାହାନ୍ତି।

ਕਹੈ ਨਾਨਕੁ ਸਬਦੁ ਸੋਹਿਲਾ ਸਤਿਗੁਰੂ ਸੁਣਾਇਆ ॥੧੬॥
ନାନକ କହନ୍ତି ଯେ ଦିବ୍ୟ ବାଣୀ ଦେଇ ସଦଗୁରୁ ପରମାନନ୍ଦ ଆବୃତ୍ତି କରିଛନ୍ତି।॥16॥

ਪਵਿਤੁ ਹੋਏ ਸੇ ਜਨਾ ਜਿਨੀ ਹਰਿ ਧਿਆਇਆ ॥
ସେହି ଭକ୍ତଙ୍କ ଜୀବନ ବିଶୁଦ୍ଧ ହୋଇଛି, ଯିଏ ପ୍ରଭୁଙ୍କୁ ଧ୍ୟାନ କରିଛି।

ਹਰਿ ਧਿਆਇਆ ਪਵਿਤੁ ਹੋਏ ਗੁਰਮੁਖਿ ਜਿਨੀ ਧਿਆਇਆ ॥
ହଁ, ସେହି ଭକ୍ତଙ୍କ ଜୀବନ ବିଶୁଦ୍ଧ ହୋଇଛି, ଯିଏ ଭଗବାନଙ୍କୁ ଗୁରୁଙ୍କ ମାଧ୍ୟମରେ ପ୍ରେମପୂର୍ଣ୍ଣ ଭାବରେ ଧ୍ୟାନ କରିଛି।

ਪਵਿਤੁ ਮਾਤਾ ਪਿਤਾ ਕੁਟੰਬ ਸਹਿਤ ਸਿਉ ਪਵਿਤੁ ਸੰਗਤਿ ਸਬਾਈਆ ॥
ମାତା, ପିତା, ପରିବାର, ଏବଂ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସନ୍ତି, ସବୁ ପବିତ୍ର ହୋଇଛନ୍ତି।

ਕਹਦੇ ਪਵਿਤੁ ਸੁਣਦੇ ਪਵਿਤੁ ਸੇ ਪਵਿਤੁ ਜਿਨੀ ਮੰਨਿ ਵਸਾਇਆ ॥
ପ୍ରଭୁଙ୍କ ନାମ ପରମାନନ୍ଦର ଏପରି ଏକ ଉତ୍ସ ଯେ ଯେଉଁମାନେ ଉଚ୍ଚାରଣ କରନ୍ତି ଏବଂ ଯେଉଁମାନେ ଶୁଣନ୍ତି, ସମସ୍ତେ ବିଶୁଦ୍ଧ ହୁଅନ୍ତି। ଯେଉଁମାନେ ମନ ଭିତରେ ଏହା ସ୍ଥାପନା କରନ୍ତି, ସେମାନେ ମଧ୍ୟ ବିଶୁଦ୍ଧ ହୁଅନ୍ତି।

ਕਹੈ ਨਾਨਕੁ ਸੇ ਪਵਿਤੁ ਜਿਨੀ ਗੁਰਮੁਖਿ ਹਰਿ ਹਰਿ ਧਿਆਇਆ ॥੧੭॥
ନାନକ କହନ୍ତି ଯେ ଯେଉଁମାନେ ପ୍ରଭୁଙ୍କ ନାମ ଧ୍ୟାନ କରିଛନ୍ତି, ସମସ୍ତେ ବିଶୁଦ୍ଧ ହୋଇଛନ୍ତି।॥17॥

ਕਰਮੀ ਸਹਜੁ ਨ ਊਪਜੈ ਵਿਣੁ ਸਹਜੈ ਸਹਸਾ ਨ ਜਾਇ ॥
ବିଧି ବିଧାନ କାର୍ଯ୍ୟ ମାଧ୍ୟମରେ ଅନ୍ତଃ ସନ୍ତୁଳନ ଅବସ୍ଥା ସନ୍ତୋଷଜନକ ଭାବରେ ଆସେ ନାହିଁ, ଏବଂ ଅନ୍ତଃ ସନ୍ତୁଳନ ବିନା ସନ୍ଦେହବାଦ ଦୂର ହୁଏ ନାହିଁ।

ਨਹ ਜਾਇ ਸਹਸਾ ਕਿਤੈ ਸੰਜਮਿ ਰਹੇ ਕਰਮ ਕਮਾਏ ॥
ସବୁ ପ୍ରକାର କାର୍ଯ୍ୟ ପ୍ରଚେଷ୍ଟା କରିବା ପରେ ଲୋକମାନେ ତ୍ୟାଗ କରିଛନ୍ତି, କାରଣ ସନ୍ଦେହବାଦ କେବଳ ବିଧି ବିଧାନ ଦ୍ଵାରା ଦୂର ହୁଏ ନାହିଁ।

ਸਹਸੈ ਜੀਉ ਮਲੀਣੁ ਹੈ ਕਿਤੁ ਸੰਜਮਿ ਧੋਤਾ ਜਾਏ ॥
ସନ୍ଦେହବାଦ ଦ୍ଵାରା ମନ ଦୂଷିତ ହୁଏ, ଏହା କିପରି ସଫା କରାଯାଇପାରେ?

ਮੰਨੁ ਧੋਵਹੁ ਸਬਦਿ ਲਾਗਹੁ ਹਰਿ ਸਿਉ ਰਹਹੁ ਚਿਤੁ ਲਾਇ ॥
ଗୁରୁଙ୍କ ବାଣୀ ସହିତ ସ୍ଵର ମିଳାଇ ମନ ସଫା କରନ୍ତୁ, ଏବଂ ପ୍ରଭୁଙ୍କ ଉପରେ ଚେତନା ଏକାଗ୍ର କରନ୍ତୁ।

ਕਹੈ ਨਾਨਕੁ ਗੁਰ ਪਰਸਾਦੀ ਸਹਜੁ ਉਪਜੈ ਇਹੁ ਸਹਸਾ ਇਵ ਜਾਇ ॥੧੮॥
ନାନକ କହନ୍ତି, ଗୁରୁଙ୍କ କୃପା ଦ୍ଵାରା ଅନ୍ତଃ ସନ୍ତୁଳନ ସନ୍ତୋଷଜନକ ହୁଏ, ଏବଂ ଏହି ସନ୍ଦେହବାଦ ଦୂର ହୁଏ।॥18॥

ਜੀਅਹੁ ਮੈਲੇ ਬਾਹਰਹੁ ਨਿਰਮਲ ॥
କିଛି ଲୋକ, ବାହ୍ୟ ରୂପରେ ବିଶୁଦ୍ଧ ଜଣା ଯାଆନ୍ତି, କିନ୍ତୁ ସେମାନଙ୍କ ମନ ମନ୍ଦ ବୁଦ୍ଧି ଦ୍ଵାରା ଦୂଷିତ ହୋଇଥାଏ।

ਬਾਹਰਹੁ ਨਿਰਮਲ ਜੀਅਹੁ ਤ ਮੈਲੇ ਤਿਨੀ ਜਨਮੁ ਜੂਐ ਹਾਰਿਆ ॥
ହଁ, ସେମାନେ ବାହ୍ୟ ରୂପରେ ଶୁଦ୍ଧ ଏବଂ ଅନ୍ତଃ ଦୂଷିତ ହୋଇଥାନ୍ତି, ଏହି ଖେଳରେ ସେମାନେ ସେମାନଙ୍କ ମାନବ ଜୀବନ ହରାଇଥାନ୍ତି।

ਏਹ ਤਿਸਨਾ ਵਡਾ ਰੋਗੁ ਲਗਾ ਮਰਣੁ ਮਨਹੁ ਵਿਸਾਰਿਆ ॥
ସେମାନେ ସାଂସାରିକ କାମନା ରୂପକ ଭୟାନକ ରୋଗରେ ପୀଡିତ ଅଛନ୍ତି, ଏବଂ ଏପରିକି ସେମାନେ ମରଣର ଭୟ ମଧ୍ୟ ସେମାନଙ୍କ ମନରୁ କାଢି ଦେଇଛନ୍ତି।

ਵੇਦਾ ਮਹਿ ਨਾਮੁ ਉਤਮੁ ਸੋ ਸੁਣਹਿ ਨਾਹੀ ਫਿਰਹਿ ਜਿਉ ਬੇਤਾਲਿਆ ॥
ବେଦରେ, ପ୍ରଭୁଙ୍କ ନାମ ପରମାତ୍ମାଭାବରେ ଘୋଷିତ ହୋଇଛି, କିନ୍ତୁ ସେମାନେ ଏହି ଉପଦେଶ ଶୁଣନ୍ତି ନାହିଁ ଏବଂ ପ୍ରେତ ଭଳି ଘୁରି ବୁଲନ୍ତି।

ਕਹੈ ਨਾਨਕੁ ਜਿਨ ਸਚੁ ਤਜਿਆ ਕੂੜੇ ਲਾਗੇ ਤਿਨੀ ਜਨਮੁ ਜੂਐ ਹਾਰਿਆ ॥੧੯॥
ନାନକ କହନ୍ତି, ଯିଏ ସତ୍ୟ ( ପ୍ରଭୁ) ଛାଡି ମିଥ୍ୟା ( ମାୟା ) କୁ ଧରିଥାଏ, ସେ ଏହି ଖେଳରେ ମାନବ ଜୀବନ ହରାଇଥାଏ। ॥19॥

ਜੀਅਹੁ ਨਿਰਮਲ ਬਾਹਰਹੁ ਨਿਰਮਲ ॥
ଯେଉଁମାନେ ଅନ୍ତଃ ପବିତ୍ର ଅଟନ୍ତି ସେମାନେବାହ୍ୟ ବିଶୁଦ୍ଧ ମଧ୍ୟ ଅଟନ୍ତି। ,

ਬਾਹਰਹੁ ਤ ਨਿਰਮਲ ਜੀਅਹੁ ਨਿਰਮਲ ਸਤਿਗੁਰ ਤੇ ਕਰਣੀ ਕਮਾਣੀ ॥
ଯେଉଁମାନେ ସଦଗୁରୁଙ୍କ ଠାରୁ ଆଚରଣ ଓ ଜୀବନ ଧାରା ଶିଖିଛନ୍ତି, ହଁ , ସେମାନେ ଅନ୍ତଃ ପବିତ୍ର ଓ ବାହ୍ୟ ବିଶୁଦ୍ଧ ଅଟନ୍ତି।

ਕੂੜ ਕੀ ਸੋਇ ਪਹੁਚੈ ਨਾਹੀ ਮਨਸਾ ਸਚਿ ਸਮਾਣੀ ॥
ଏପରିକି ଲେଶ ମାତ୍ର ମିଥ୍ୟା ସେମାନଙ୍କୁ ସ୍ପର୍ଶ କରେ ନାହିଁ ଏବଂ ଭକ୍ତିପୂତ ପୂଜାରେ ସେମାନଙ୍କ ମାୟାର କାମନା ଶେଷ ହୋଇଥାଏ।

ਜਨਮੁ ਰਤਨੁ ਜਿਨੀ ਖਟਿਆ ਭਲੇ ਸੇ ਵਣਜਾਰੇ ॥
ଭଗବାନଙ୍କ ନାମର ବଣିକ ଉତ୍ତମ ଅଟନ୍ତି, ଯେଉଁମାନେ ନାମର ସମ୍ପଦ ଅର୍ଜ୍ଜନ କରି ମାନବ ଜୀବନର ଉଦ୍ଦେଶ୍ୟ ହାସଲ କରିଛନ୍ତି।

ਕਹੈ ਨਾਨਕੁ ਜਿਨ ਮੰਨੁ ਨਿਰਮਲੁ ਸਦਾ ਰਹਹਿ ਗੁਰ ਨਾਲੇ ॥੨੦॥
ନାନକ କହନ୍ତି, ଯାହାର ମନ ପବିତ୍ର ଅଟେ, ସର୍ବଦା, ଗୁରୁଙ୍କ ବାଣୀ ଉପରେ ଏକାଗ୍ର ରହନ୍ତି।

ਜੇ ਕੋ ਸਿਖੁ ਗੁਰੂ ਸੇਤੀ ਸਨਮੁਖੁ ਹੋਵੈ ॥
ଯଦି କୌଣସି ଶିଷ୍ୟ ସଚ୍ଚା ଭାବରେ ଗୁରୁଙ୍କ ବିଶ୍ଵସ୍ତ ହେବାକୁ ଚାହେଁ

ਹੋਵੈ ਤ ਸਨਮੁਖੁ ਸਿਖੁ ਕੋਈ ਜੀਅਹੁ ਰਹੈ ਗੁਰ ਨਾਲੇ ॥
ହଁ, କୌଣସି ଶିଷ୍ୟ ସଚ୍ଚା ଭାବରେ ଗୁରୁଙ୍କ ବିଶ୍ଵସ୍ତ ହେବାକୁ ଚାହେଁ, ତାହାହେଲେ ସେ ଗୁରୁଙ୍କ ଶିକ୍ଷା ଆନ୍ତରିକ ଭାବରେ ଅନୁକରଣ କରିବା ଉଚିତ।

ਗੁਰ ਕੇ ਚਰਨ ਹਿਰਦੈ ਧਿਆਏ ਅੰਤਰ ਆਤਮੈ ਸਮਾਲੇ ॥
ସେ ଗୁରୁଙ୍କ ଶିକ୍ଷା ଅନୁଧ୍ୟାନ କରିବା ଉଚିତ ଏବଂ ଅନ୍ତଃ ଚେତନାରେ ସ୍ଥାପନ କରିବା ଉଚିତ।

ਆਪੁ ਛਡਿ ਸਦਾ ਰਹੈ ਪਰਣੈ ਗੁਰ ਬਿਨੁ ਅਵਰੁ ਨ ਜਾਣੈ ਕੋਏ ॥
ଆତ୍ମ-ଗର୍ବ ତ୍ୟାଗ କରି , ଏପରି ବ୍ୟକ୍ତି ସର୍ବଦା ଗୁରୁଙ୍କ ଉପରେ ନିର୍ଭର କରିବା ଉଚିତ, ଏବଂ ଗୁରୁ ବ୍ୟତୀତ ଆଧ୍ୟାତ୍ମିକ ପଥ ପ୍ରଦର୍ଶନ ପାଇଁ ଅନ୍ୟ କାହାରିକୁଅନୁକରଣ କରିବା ଉଚିତ ନୁହେଁ।