Guru Granth Sahib Translation Project

guru granth sahib odia page-708

Page 708

ਕਾਮ ਕ੍ਰੋਧਿ ਅਹੰਕਾਰਿ ਫਿਰਹਿ ਦੇਵਾਨਿਆ ॥ ସେ କାମ, କ୍ରୋଧ, ଏବଂ ଅହଂକାରରେ ମଗ୍ନ ହୋଇ ପାଗଳ ଭଳି ବୁଲିଥାଏ।
ਸਿਰਿ ਲਗਾ ਜਮ ਡੰਡੁ ਤਾ ਪਛੁਤਾਨਿਆ ॥ କିନ୍ତୁ ଯେତେବେଳେ ମୃତ୍ୟୁର ଚୋଟ ତାହାର ମସ୍ତକ ଉପରକୁ ଆସିଥାଏ, ସେ ପଶ୍ଚାତାପ କରିଥାଏ।
ਬਿਨੁ ਪੂਰੇ ਗੁਰਦੇਵ ਫਿਰੈ ਸੈਤਾਨਿਆ ॥੯॥ ପୂର୍ଣ୍ଣ ଗୁରୁଦେବଙ୍କ ବିନା ଜୀବ ଏକ ସଇତାନ ଭଳି ଘୁରି ବୁଲୁଥାଏ॥6।।
ਸਲੋਕ ॥ ଶ୍ଳୋକ॥
ਰਾਜ ਕਪਟੰ ਰੂਪ ਕਪਟੰ ਧਨ ਕਪਟੰ ਕੁਲ ਗਰਬਤਹ ॥ ମନୁଷ୍ୟ ନିଜ ଜୀବନରେ ଯେଉଁ ରାଜ୍ୟ, ସୌନ୍ଦର୍ଯ୍ୟ, ଧନ-ଦୌଲତ ଏବଂ ଉଚ୍ଚ କୁଳର ଗର୍ବ କରିଥାଏ, ବାସ୍ତବରେ ଏହା ସବୁ ପ୍ରପଞ୍ଚ ଓ ଛଳ-କପଟ ଅଟେ।
ਸੰਚੰਤਿ ਬਿਖਿਆ ਛਲੰ ਛਿਦ੍ਰੰ ਨਾਨਕ ਬਿਨੁ ਹਰਿ ਸੰਗਿ ਨ ਚਾਲਤੇ ॥੧॥ ସେ ଛଳ-କପଟ ଓ ଦୋଷ ଦ୍ଵାରା ବିଷ ରୂପୀ ଧନ ସଞ୍ଚିତ କରିଥାଏ, ପରନ୍ତୁ ହେ ନାନକ! ସତ୍ୟ ଏହା ଯେ ପରମାତ୍ମାଙ୍କ ନାମ ଧନ ବିନା କିଛି ମଧ୍ୟ ସାଥିରେ ଯାଏ ନାହିଁ॥1॥
ਪੇਖੰਦੜੋ ਕੀ ਭੁਲੁ ਤੁੰਮਾ ਦਿਸਮੁ ਸੋਹਣਾ ॥ କଲରା ଦେଖିବାକୁ ବଡ ସୁନ୍ଦର ଲାଗିଥାଏ, କିନ୍ତୁ ମନୁଷ୍ୟ ଏହାକୁ ଦେଖି ଭୁଲରେ ଫସିଯାଏ।
ਅਢੁ ਨ ਲਹੰਦੜੋ ਮੁਲੁ ਨਾਨਕ ਸਾਥਿ ਨ ਜੁਲਈ ਮਾਇਆ ॥੨॥ ଏହା ଅତି ପିତା, ହେ ନାନକ! ଧନ-ଦୌଲତ ଜୀବ ସାଥିରେ ଯାଏ ନାହିଁ॥2॥
ਪਉੜੀ ॥ ପଉଡୀ॥
ਚਲਦਿਆ ਨਾਲਿ ਨ ਚਲੈ ਸੋ ਕਿਉ ਸੰਜੀਐ ॥ ଗୁରୁ ସାହିବର ସନ୍ଦେଶ ଯେ ସେହି ଧନକୁ କାହିଁକି ସଞ୍ଚିତ କରିବା, ଯାହା ଆମେ ସଂସାରରୁ ଯିବା ସମୟରେ ଆମ ସହିତ ଯାଏ ନାହିଁ?
ਤਿਸ ਕਾ ਕਹੁ ਕਿਆ ਜਤਨੁ ਜਿਸ ਤੇ ਵੰਜੀਐ ॥ ଯେଉଁ ଧନକୁ ଆମେ ଏହି ଦୁନିଆରେ ଛାଡି ଚାଲି ଯିବାକୁ ହେବ, କୁହ, ତାହାକୁ ପ୍ରାପ୍ତ କରିବା ପାଇଁ ଆମେ କାହିଁକି ପ୍ରୟାସ କରିବା?
ਹਰਿ ਬਿਸਰਿਐ ਕਿਉ ਤ੍ਰਿਪਤਾਵੈ ਨਾ ਮਨੁ ਰੰਜੀਐ ॥ ଭଗବାନଙ୍କୁ ଭୁଲି ମନ କିପରି ତୃପ୍ତ ହୋଇ ପାରିବ? ଏହି ମନ ମଧ୍ୟ ପ୍ରସନ୍ନ ହୋଇପାରେ ନାହିଁ।
ਪ੍ਰਭੂ ਛੋਡਿ ਅਨ ਲਾਗੈ ਨਰਕਿ ਸਮੰਜੀਐ ॥ ଯେଉଁ ମନୁଷ୍ୟ ପ୍ରଭୁଙ୍କୁ ତ୍ୟାଗ କରି ସାଂସାରିକ ଜଞ୍ଜାଳରେ ଲିପ୍ତ ରହିଥାଏ, ଶେଷରେ ସେ ନର୍କକୁ ହିଁ ଯାଇଥାଏ।
ਹੋਹੁ ਕ੍ਰਿਪਾਲ ਦਇਆਲ ਨਾਨਕ ਭਉ ਭੰਜੀਐ ॥੧੦॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ଦୟାର ଘର, ପରମେଶ୍ଵର! କୃପାଳୁ ହୋଇ ଆମର ଭୟ ଦୂର କରିଦିଅ॥10॥
ਸਲੋਕ ॥ ଶ୍ଳୋକ॥
ਨਚ ਰਾਜ ਸੁਖ ਮਿਸਟੰ ਨਚ ਭੋਗ ਰਸ ਮਿਸਟੰ ਨਚ ਮਿਸਟੰ ਸੁਖ ਮਾਇਆ ॥ ଗୁରୁ ସାହିବର ସନ୍ଦେଶ ଯେ ନା ରାଜ୍ୟ ଇତ୍ୟାଦିର ସୁଖ-ବୈଭବ ମିଠା ଅଟେ, ନା ଭୋଗ କରୁଥିବା ରସ ମିଠା ଅଟେ ଆଉ ନା ଧନ-ଦୌଲତର ସୁଖ ମିଠା ଅଟେ।
ਮਿਸਟੰ ਸਾਧਸੰਗਿ ਹਰਿ ਨਾਨਕ ਦਾਸ ਮਿਸਟੰ ਪ੍ਰਭ ਦਰਸਨੰ ॥੧॥ ହେ ନାନକ! ଭଗବାନଙ୍କ ସନ୍ଥ- ମହାପୁରୁଷଙ୍କ ପବିତ୍ର ସଙ୍ଗତିରେ ହି ମିଠା ଥାଏ ଆଉ ଭକ୍ତକୁ ପ୍ରଭୁଙ୍କ ଦର୍ଶନ ହି ମିଠା ଲାଗିଥାଏ॥1॥
ਲਗੜਾ ਸੋ ਨੇਹੁ ਮੰਨ ਮਝਾਹੂ ਰਤਿਆ ॥ ମୋତେ ଏପରି ପ୍ରେମ ହୋଇ ଯାଇଛି, ଯାହା ଭିତରେ ହିଁ ମୋର ମନ ମଗ୍ନ ହୋଇ ଯାଇଛି।
ਵਿਧੜੋ ਸਚ ਥੋਕਿ ਨਾਨਕ ਮਿਠੜਾ ਸੋ ਧਣੀ ॥੨॥ ହେ ନାନକ! ମୋର ଏଇ ମନ ଭଗବାନଙ୍କ ସତ୍ୟ ନାମ ରୂପୀ ଧନ ସାଥିରେ ଲାଗି ଯାଇଛି ଆଉ ସେହି ମାଲିକ ହିଁ ମୋତେ ମିଠା ଲାଗିଥାନ୍ତି॥2॥
ਪਉੜੀ ॥ ପଉଡୀ ॥
ਹਰਿ ਬਿਨੁ ਕਛੂ ਨ ਲਾਗਈ ਭਗਤਨ ਕਉ ਮੀਠਾ ॥ ଭକ୍ତକୁ ଭଗବାନଙ୍କ ଭକ୍ତି ବିନା କିଛି ମଧ୍ୟ ମିଠା ଲାଗେ ନାହିଁ।
ਆਨ ਸੁਆਦ ਸਭਿ ਫੀਕਿਆ ਕਰਿ ਨਿਰਨਉ ਡੀਠਾ ॥ ମୁଁ ଭଲ ଭାବରେ ଏହା ନିର୍ଣ୍ଣୟ କରି ଦେଖିଛି ଯେ ନାମ ବିନା ଜୀବନର ଅନ୍ୟ ସବୁ ସ୍ଵାଦ ଫିକା ଅଟେ।
ਅਗਿਆਨੁ ਭਰਮੁ ਦੁਖੁ ਕਟਿਆ ਗੁਰ ਭਏ ਬਸੀਠਾ ॥ ଯେତେବେଳେ ଗୁରୁ ମୋର ମଧ୍ୟସ୍ଥ ବନିଛନ୍ତି, ଅଜ୍ଞାନତା, ଭ୍ରମ ଓ ଦୁଃଖ କଟି ଯାଇଛି।
ਚਰਨ ਕਮਲ ਮਨੁ ਬੇਧਿਆ ਜਿਉ ਰੰਗੁ ਮਜੀਠਾ ॥ ମୋର ମନ ଭଗବାନଙ୍କ ଚରଣ-କମଳରେ ଏପରି ଲାଖି ରହିଛି, ଯେପରି ମଜିଥ ଦ୍ଵାରା କପଡାକୁ ରଙ୍ଗ ଦିଆଯାଏ।
ਜੀਉ ਪ੍ਰਾਣ ਤਨੁ ਮਨੁ ਪ੍ਰਭੂ ਬਿਨਸੇ ਸਭਿ ਝੂਠਾ ॥੧੧॥ ମୋର ଏହି ଆତ୍ମା, ପ୍ରାଣ, ତନ ଏବଂ ମନ ସବୁ ପ୍ରଭୁଙ୍କ ହିଁ ଅଟେ ଆଉ ଅନ୍ୟ ସବୁ ମିଥ୍ୟା ମୋହ ନଷ୍ଟ ହୋଇଯାଏ॥11॥
ਸਲੋਕ ॥ ଶ୍ଳୋକ॥
ਤਿਅਕਤ ਜਲੰ ਨਹ ਜੀਵ ਮੀਨੰ ਨਹ ਤਿਆਗਿ ਚਾਤ੍ਰਿਕ ਮੇਘ ਮੰਡਲਹ ॥ ଯେପରି ଜଳକୁ ତ୍ୟାଗ କରି ମାଛ ଜୀବିତ ରହେ ନାହିଁ, ଯେପରି ଏକ ଚାତକ ମେଘ ମଣ୍ଡଳକୁ ତ୍ୟାଗ କରି ଜୀବିତ ରହେ ନାହିଁ,
ਬਾਣ ਬੇਧੰਚ ਕੁਰੰਕ ਨਾਦੰ ਅਲਿ ਬੰਧਨ ਕੁਸਮ ਬਾਸਨਹ ॥ ଯେପରି ଏକ ମୃଗ ସୁନ୍ଦର ନାଦ ଶ୍ରବଣ କରି ମୁଗ୍ଧ ହୋଇଯାଏ, ଯେପରି ଭଅଁର ଫୁଲର ସୁଗନ୍ଧିର ବନ୍ଧନରେ ଫସିଯାଏ,
ਚਰਨ ਕਮਲ ਰਚੰਤਿ ਸੰਤਹ ਨਾਨਕ ਆਨ ਨ ਰੁਚਤੇ ॥੧॥ ହେ ନାନକ! ସେପରି ହିଁ ସନ୍ଥ-ମହାତ୍ମା ପ୍ରଭୁଙ୍କ ଚରଣ-କମଳରେ ମଗ୍ନ ରହିଥାନ୍ତି ଏବଂ ତାହାଙ୍କ ବିନା ଆଉ କାହା ଠାରେ ତାହାଙ୍କ ରୁଚି ରହେ ନାହିଁ॥1॥
ਮੁਖੁ ਡੇਖਾਊ ਪਲਕ ਛਡਿ ਆਨ ਨ ਡੇਊ ਚਿਤੁ ॥ ହେ ପ୍ରଭୁ! ଯଦି ଏକ କ୍ଷଣ ପାଇଁ ମଧ୍ୟ ମୋତେ ତୋର ମୁଖ ଦର୍ଶନ ହୋଇଯାଏ, ତାହାହେଲେ ତୋତେ ଛାଡି ମୁଁ ନିଜ ଚିତ୍ତ ଆଉ କାହାଠାରେ ଲଗାଇବି ନାହିଁ।
ਜੀਵਣ ਸੰਗਮੁ ਤਿਸੁ ਧਣੀ ਹਰਿ ਨਾਨਕ ਸੰਤਾਂ ਮਿਤੁ ॥੨॥ ହେ ନାନକ! ବାସ୍ତବିକ ଜୀବନ ସେହି ମାଲିକ-ପରମେଶ୍ଵରଙ୍କ ସଙ୍ଗମରେ ହିଁ ଅଛି, ଯିଏ ସନ୍ଥ-ମହାପୁରୁଷଙ୍କ ଘନିଷ୍ଠ ମିତ୍ର ଅଟନ୍ତି॥2॥
ਪਉੜੀ ॥ ପଉଡୀ॥
ਜਿਉ ਮਛੁਲੀ ਬਿਨੁ ਪਾਣੀਐ ਕਿਉ ਜੀਵਣੁ ਪਾਵੈ ॥ ଯେପରି ମାଛ ଜଳ ବିନା ଜୀବନ ପ୍ରାପ୍ତ କରିପାରେ ନାହିଁ,
ਬੂੰਦ ਵਿਹੂਣਾ ਚਾਤ੍ਰਿਕੋ ਕਿਉ ਕਰਿ ਤ੍ਰਿਪਤਾਵੈ ॥ ଯେପରି ଏକ ଚାତକ ବର୍ଷା ବୁନ୍ଦା ବିନା ଆଉ କାହାଠାରେ ତୃପ୍ତ ରହିପାରେ ନାହିଁ,
ਨਾਦ ਕੁਰੰਕਹਿ ਬੇਧਿਆ ਸਨਮੁਖ ਉਠਿ ਧਾਵੈ ॥ ଯେପରି ଏକ ମୃଗ ନାଦ ଶୁଣି ଆକର୍ଷିତ ହୋଇ ନାଦ ଆଡେ ଦୌଡି ଥାଏ,
ਭਵਰੁ ਲੋਭੀ ਕੁਸਮ ਬਾਸੁ ਕਾ ਮਿਲਿ ਆਪੁ ਬੰਧਾਵੈ ॥ ଯେପରି ଭଅଁର ପୁଷ୍ପ ମହକର ଲୋଭରେ ଫସିଯାଏ,
ਤਿਉ ਸੰਤ ਜਨਾ ਹਰਿ ਪ੍ਰੀਤਿ ਹੈ ਦੇਖਿ ਦਰਸੁ ਅਘਾਵੈ ॥੧੨॥ ସେପରି ହିଁ ସନ୍ଥ-ମହାପୁରୁଷ ଭଗବାନଙ୍କ ସାଥିରେ ଅତୁଟ ପ୍ରୀତି ରଖିଥାନ୍ତି ଏବଂ ତାହାଙ୍କ ଦର୍ଶନ ପ୍ରାପ୍ତ କରି ସେ ଆନନ୍ଦିତ ହୋଇଯାଏ॥12॥
ਸਲੋਕ ॥ ଶ୍ଳୋକ॥
ਚਿਤਵੰਤਿ ਚਰਨ ਕਮਲੰ ਸਾਸਿ ਸਾਸਿ ਅਰਾਧਨਹ ॥ ସନ୍ଥଜନ କେବଳ ଭଗବାନଙ୍କ ଚରଣକୁ ହିଁ ସ୍ମରଣ କରିଥାନ୍ତି ଆଉ ପ୍ରତି ଶ୍ଵାସରେ ତାହାଙ୍କ ଆରାଧନାରେ ହିଁ ମଗ୍ନ ରହିଥାନ୍ତି।
ਨਹ ਬਿਸਰੰਤਿ ਨਾਮ ਅਚੁਤ ਨਾਨਕ ਆਸ ਪੂਰਨ ਪਰਮੇਸੁਰਹ ॥੧॥ ହେ ନାନକ! ତାହାଙ୍କୁ ଅଚ୍ୟୁତ ନାମ ବିସ୍ମୃତ ହୁଏନାହିଁ ଏବଂ ପରମେଶ୍ଵର ତାହାଙ୍କ ପ୍ରତି ଆଶା ପୁରା କରିଥାନ୍ତି॥1॥
ਸੀਤੜਾ ਮੰਨ ਮੰਝਾਹਿ ਪਲਕ ਨ ਥੀਵੈ ਬਾਹਰਾ ॥ ଯେଉଁ ଶ୍ରଦ୍ଧାଳୁଙ୍କ ହୃଦୟରେ ଭଗବାନଙ୍କ ନାମ ସ୍ଥାପିତ ହୋଇଛି ତଥା ଏକ କ୍ଷଣ ପାଇଁ ମଧ୍ୟ ତାହା ଠାରୁ ନାମ ଦୂର ହୁଏନାହିଁ।
ਨਾਨਕ ਆਸੜੀ ਨਿਬਾਹਿ ਸਦਾ ਪੇਖੰਦੋ ਸਚੁ ਧਣੀ ॥੨॥ ହେ ନାନକ! ସଚ୍ଚା ମାଲିକ ତାହାର ସମସ୍ତ ମନୋକାମନା ପୁରା କରିଥାନ୍ତି ଆଉ ସର୍ବଦା ତାହାର ପାଳନ ପୋଷଣ କରିଥାନ୍ତି॥2॥
ਪਉੜੀ ॥ ଉଡୀ॥
ਆਸਾਵੰਤੀ ਆਸ ਗੁਸਾਈ ਪੂਰੀਐ ॥ ହେ ଜଗତର ମାଲିକ! ମୋର ଆଶା ପୁରା କର।
ਮਿਲਿ ਗੋਪਾਲ ਗੋਬਿੰਦ ਨ ਕਬਹੂ ਝੂਰੀਐ ॥ ହେ ଗୋପାଳ, ହେ ଗୋବିନ୍ଦ! ଯଦି ତୁମେ ମୋତେ ମିଳିଯାଅ, ମୋତେ କେବେ ମଧ୍ୟ ପଶ୍ଚାତାପ ହେବ ନାହିଁ।
ਦੇਹੁ ਦਰਸੁ ਮਨਿ ਚਾਉ ਲਹਿ ਜਾਹਿ ਵਿਸੂਰੀਐ ॥ ମୋର ମନରେ ବଡ ଇଚ୍ଛା ଅଛି, ମୋତେ ନିଜ ଦର୍ଶନ ଦିଅ, ଯାହା ଫଳରେ ମୋର ସବୁ ଦୁଃଖ ଦୂର ହୋଇଯିବ।


© 2017 SGGS ONLINE
error: Content is protected !!
Scroll to Top