Page 706
ਪੇਖਨ ਸੁਨਨ ਸੁਨਾਵਨੋ ਮਨ ਮਹਿ ਦ੍ਰਿੜੀਐ ਸਾਚੁ ॥
ସେହି ପରମ-ସତ୍ୟ ଈଶ୍ଵରଙ୍କୁ ମନରେ ଭଲ ଭାବରେ ସ୍ମରଣ କରିବା ଉଚିତ ଅଟେ, ଯିଏ ସ୍ଵୟଂ ହିଁ ଶୁଣିବା, ଦେଖିବା ଏବଂ ଶୁଣାଇବା ବାଲା ଅଟନ୍ତି।
ਪੂਰਿ ਰਹਿਓ ਸਰਬਤ੍ਰ ਮੈ ਨਾਨਕ ਹਰਿ ਰੰਗਿ ਰਾਚੁ ॥੨॥
ହେ ନାନକ! ସେହି ସର୍ବବ୍ୟାପୀ ପରମେଶ୍ଵରଙ୍କ ପ୍ରେମରେ ମଗ୍ନ ରହିବା ଉଚିତ। ॥2॥
ਪਉੜੀ ॥
ପଉଡୀ॥
ਹਰਿ ਏਕੁ ਨਿਰੰਜਨੁ ਗਾਈਐ ਸਭ ਅੰਤਰਿ ਸੋਈ ॥
ଯିଏ ସବୁଙ୍କ ହୃଦୟରେ ମହଜୁଦ ଅଛନ୍ତି, ସେହି ଏକ ନିରଞ୍ଜନ ପ୍ରଭୁଙ୍କ ହିଁ ଯଶୋଗାନ କରିବା ଉଚିତ।
ਕਰਣ ਕਾਰਣ ਸਮਰਥ ਪ੍ਰਭੁ ਜੋ ਕਰੇ ਸੁ ਹੋਈ ॥
ପ୍ରଭୁ ପ୍ରତ୍ୟେକ କାର୍ଯ୍ୟ କରିବା ଏବଂ କରାଇବାରେ ସମର୍ଥ ଅଟନ୍ତି, ସେ ଯାହା କିଛି ମଧ୍ୟ କରିଥାନ୍ତି, ତାହା ହୋଇଥାଏ।
ਖਿਨ ਮਹਿ ਥਾਪਿ ਉਥਾਪਦਾ ਤਿਸੁ ਬਿਨੁ ਨਹੀ ਕੋਈ ॥
ସେ ଏକ କ୍ଷଣରେ ହିଁ ଦୁନିଆକୁ ବନାଇ ତାହାର ବିନାଶ ମଧ୍ୟ କରି ଦେଇଥାନ୍ତି, ତାହାଙ୍କ ବିନା ଅନ୍ୟ କେହି ରଚୟିତା ନାହାନ୍ତି।
ਖੰਡ ਬ੍ਰਹਮੰਡ ਪਾਤਾਲ ਦੀਪ ਰਵਿਆ ਸਭ ਲੋਈ ॥
ସେ ଦେଶ, ବ୍ରହ୍ମାଣ୍ଡ, ପାତାଳ ଓ ସବୁ ଲୋକରେ ବିଦ୍ୟମାନ ଅଛନ୍ତି।
ਜਿਸੁ ਆਪਿ ਬੁਝਾਏ ਸੋ ਬੁਝਸੀ ਨਿਰਮਲ ਜਨੁ ਸੋਈ ॥੧॥
ପରମାତ୍ମା ଯାହାକୁ ସ୍ଵୟଂ ଜ୍ଞାନ ପ୍ରଦାନ କରିଥାନ୍ତି, ସେ ତାହାଙ୍କୁ ବୁଝିଥାଏ ଆଉ ସେହି ବ୍ୟକ୍ତି ପବିତ୍ର ହୋଇଯାଏ॥1॥
ਸਲੋਕ ॥
ଶ୍ଳୋକ॥
ਰਚੰਤਿ ਜੀਅ ਰਚਨਾ ਮਾਤ ਗਰਭ ਅਸਥਾਪਨੰ ॥
ରଚୟିତା ପରମାତ୍ମା ଜୀବର ରଚନା କରି ତାହାକୁ ମାତାର ଗର୍ଭରେ ସ୍ଥାପିତ କରିଛନ୍ତି।
ਸਾਸਿ ਸਾਸਿ ਸਿਮਰੰਤਿ ਨਾਨਕ ਮਹਾ ਅਗਨਿ ਨ ਬਿਨਾਸਨੰ ॥੧॥
ତା’ପରେ ସେ ମାତାର ଗର୍ଭରେ ଆସି ପ୍ରତି ଶ୍ଵାସରେ ତାହାଙ୍କ ସ୍ମରଣ କରିଥାଏ, ହେ ନାନକ! ଏହିପରି ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ଗର୍ଭର ଭୟାନକ ଅଗ୍ନି ଜୀବର ବିନାଶ କରିପାରେ ନାହିଁ॥1॥
ਮੁਖੁ ਤਲੈ ਪੈਰ ਉਪਰੇ ਵਸੰਦੋ ਕੁਹਥੜੈ ਥਾਇ ॥
ହେ ଜୀବ! ମାତାର ଗର୍ଭରେ ତୋର ମୁହଁ ତଳେ ଏବଂ ପାଦ ଉପର ଆଡେ ଥିଲା, ଏହିପରି ତୁ ଅପବିତ୍ର ସ୍ଥାନରେ ନିବାସ କରିଥିଲୁ।
ਨਾਨਕ ਸੋ ਧਣੀ ਕਿਉ ਵਿਸਾਰਿਓ ਉਧਰਹਿ ਜਿਸ ਦੈ ਨਾਇ ॥੨॥
ନାନକ କହନ୍ତି, ‘ ହେ ଜୀବ! ତୁ ସେହି ମାଲିକଙ୍କୁ କାହିଁକି ବିସ୍ମୃତ କରିଛୁ, ଯାହାଙ୍କ ନାମ ସ୍ମରଣ କରିବା ଦ୍ଵାରା ତୁ ଗର୍ଭରୁ ବାହାରକୁ ଆସିଛୁ?॥2॥
ਪਉੜੀ ॥
ପଉଡୀ॥
ਰਕਤੁ ਬਿੰਦੁ ਕਰਿ ਨਿੰਮਿਆ ਅਗਨਿ ਉਦਰ ਮਝਾਰਿ ॥
ଜୀବ ମା’ର ରକ୍ତ ଓ ପିତାର ବୀର୍ଯ୍ୟ ଦ୍ଵାରା ପେଟର ଅଗ୍ନିରେ ଜାତ ହୋଇଛି।
ਉਰਧ ਮੁਖੁ ਕੁਚੀਲ ਬਿਕਲੁ ਨਰਕਿ ਘੋਰਿ ਗੁਬਾਰਿ ॥
ହେ ଜୀବ! ତୋର ମୁହଁ ନୀଚରେ ଥିଲା ଆଉ ତୁ ମଳିନ ଭୟାନକ ନର୍କ ସମାନ ଘୋର ଅନ୍ଧକାରରେ ରହିଥିଲୁ।
ਹਰਿ ਸਿਮਰਤ ਤੂ ਨਾ ਜਲਹਿ ਮਨਿ ਤਨਿ ਉਰ ਧਾਰਿ ॥
ଭଗବାନଙ୍କ ସ୍ମରଣ କରିବା ଦ୍ଵାରା ତୁ ଜଳି ପାରିଲୁ ନାହିଁ, ଏଣୁ ତୁ ନିଜ ତନ, ମନ ଓ ହୃଦୟରେ ଭଗବାନଙ୍କ ସ୍ମରଣ କର।
ਬਿਖਮ ਥਾਨਹੁ ਜਿਨਿ ਰਖਿਆ ਤਿਸੁ ਤਿਲੁ ਨ ਵਿਸਾਰਿ ॥
ଯିଏ ତୋତେ ବିଷମ ସ୍ଥାନରୁ ରକ୍ଷା କରିଛନ୍ତି, ଏକ କ୍ଷଣ ପାଇଁ ମଧ୍ୟ ତାହାଙ୍କୁ ଭୁଲ ନାହିଁ।
ਪ੍ਰਭ ਬਿਸਰਤ ਸੁਖੁ ਕਦੇ ਨਾਹਿ ਜਾਸਹਿ ਜਨਮੁ ਹਾਰਿ ॥੨॥
କାରଣ ପ୍ରଭୁଙ୍କୁ ଭୁଲି ତୋତେ କେବେ ସୁଖ ପ୍ରାପ୍ତ ହେବ ନାହିଁ ଆଉ ତୁ ନିଜ ଅମୂଲ୍ୟ ଜନ୍ମ ବ୍ୟର୍ଥରେ ହରାଇ ଦେବୁ॥2॥
ਸਲੋਕ ॥
ଶ୍ଳୋକ॥
ਮਨ ਇਛਾ ਦਾਨ ਕਰਣੰ ਸਰਬਤ੍ਰ ਆਸਾ ਪੂਰਨਹ ॥
ଯିଏ ଆମକୁ ମନୋବାଞ୍ଚିତ ଦାନ ପ୍ରଦାନ କରିଥାନ୍ତି, ଆମର ସମସ୍ତ ଅଭିଳାଷ ପୁରା କରିଥାନ୍ତି,
ਖੰਡਣੰ ਕਲਿ ਕਲੇਸਹ ਪ੍ਰਭ ਸਿਮਰਿ ਨਾਨਕ ਨਹ ਦੂਰਣਹ ॥੧॥
ଆମର ଦୁଃଖ-କ୍ଲେଶ ନାସ କରିଥାନ୍ତି, ଏଣୁ ହେ ନାନକ! ଆମକୁ ସେହି ପ୍ରଭୁକ ହିଁ ସ୍ମରଣ କରିବା ଉଚିତ, ଯିଏ ଆମ ପାଖରେ ଥାଆନ୍ତି॥1॥
ਹਭਿ ਰੰਗ ਮਾਣਹਿ ਜਿਸੁ ਸੰਗਿ ਤੈ ਸਿਉ ਲਾਈਐ ਨੇਹੁ ॥
ଯାହାଙ୍କ କରୁଣା ଦୃଷ୍ଟିରେ ଆମେ ସବୁ ସୁଖ ଭୋଗ କରୁ, ଆମେ ତାହାଙ୍କ ସାଥିରେ ନିଜର ପ୍ରେମ ଲଗାଇବା ଉଚିତ।
ਸੋ ਸਹੁ ਬਿੰਦ ਨ ਵਿਸਰਉ ਨਾਨਕ ਜਿਨਿ ਸੁੰਦਰੁ ਰਚਿਆ ਦੇਹੁ ॥੨॥
ହେ ନାନକ! ଯିଏ ଏହି ସୁନ୍ଦର ଶରୀରର ନିର୍ମାଣ କରିଛନ୍ତି, ସେହି ମାଲିକଙ୍କୁ ଆମେ ଏକ କ୍ଷଣ ପାଇଁ ମଧ୍ୟ ବିସ୍ମୃତ କରିବା ଉଚିତ ନୁହେଁ॥2॥
ਪਉੜੀ ॥
ପଉଡୀ॥
ਜੀਉ ਪ੍ਰਾਨ ਤਨੁ ਧਨੁ ਦੀਆ ਦੀਨੇ ਰਸ ਭੋਗ ॥
ହେ ଜୀବ! ଭଗବାନ ମୋତେ ଜୀବନ, ପ୍ରାଣ, ଶରୀର ଏବଂ ଧନ ପ୍ରଦାନ କରିଛନ୍ତି ଆଉ ସବୁ ପ୍ରକାର ରସ ଭୋଗ ଦେଇଛନ୍ତି।
ਗ੍ਰਿਹ ਮੰਦਰ ਰਥ ਅਸੁ ਦੀਏ ਰਚਿ ਭਲੇ ਸੰਜੋਗ ॥
ଭଲ ସଂଯୋଗ ବନାଇ ସେ ତୋତେ, ଘର, ମହଲ, ରଥ ଏବଂ ଘୋଡା ଦେଇଛନ୍ତି।
ਸੁਤ ਬਨਿਤਾ ਸਾਜਨ ਸੇਵਕ ਦੀਏ ਪ੍ਰਭ ਦੇਵਨ ਜੋਗ ॥
ସବୁଙ୍କୁ ଦେବାରେ ସମର୍ଥ ପ୍ରଭୁ ତୋତେ ପୁତ୍ର, ପତ୍ନୀ, ମିତ୍ର ଏବଂ ସେବକ ଦେଇଛନ୍ତି।
ਹਰਿ ਸਿਮਰਤ ਤਨੁ ਮਨੁ ਹਰਿਆ ਲਹਿ ਜਾਹਿ ਵਿਜੋਗ ॥
ସେହି ଭଗବାନଙ୍କ ଭଜନ କରିବା ଦ୍ଵାରା ତନ ଓ ମନ ହର୍ଷିତ ହୋଇଯାଏ ତଥା ବିଯୋଗ ମଧ୍ୟ ସମାପ୍ତ ହୋଇଯାଏ।
ਸਾਧਸੰਗਿ ਹਰਿ ਗੁਣ ਰਮਹੁ ਬਿਨਸੇ ਸਭਿ ਰੋਗ ॥੩॥
ଏଣୁ, ସନ୍ଥ-ମହାପୁରୁଷଙ୍କ ପବିତ୍ର ସଭାରେ ସମ୍ମିଳିତ ହୋଇ ଭଗବାନଙ୍କ ଗୁଣଗାନ କର, ଯାହା ଦ୍ଵାରା ସବୁ ରୋଗ ନାଶ ହୋଇଯିବ॥3॥
ਸਲੋਕ ॥
ଶ୍ଳୋକ॥
ਕੁਟੰਬ ਜਤਨ ਕਰਣੰ ਮਾਇਆ ਅਨੇਕ ਉਦਮਹ ॥
ନିଜ ପରିବାରର ଭଲ ପାଇଁ ମାନବ ବହୁତ ଯତ୍ନ କରିଥାଏ ଆଉ ଧନ ଅର୍ଜନ କରିବାରେ ପ୍ରୟାସ କରିଥାଏ।
ਹਰਿ ਭਗਤਿ ਭਾਵ ਹੀਣੰ ਨਾਨਕ ਪ੍ਰਭ ਬਿਸਰਤ ਤੇ ਪ੍ਰੇਤਤਹ ॥੧॥
ପରନ୍ତୁ ଯଦି ସେ ଭଗବାନଙ୍କ ଭକ୍ତି ଭାବନା ବିହୀନ ହୋଇ ଥାଏ, ତାହାହେଲେ ହେ ନାନକ! ପ୍ରଭୁଙ୍କୁ ବିସ୍ମୃତ କରିବା ବାଲା ଜୀବକୁ ପ୍ରେତ ମାନାଯାଏ। ॥1॥
ਤੁਟੜੀਆ ਸਾ ਪ੍ਰੀਤਿ ਜੋ ਲਾਈ ਬਿਅੰਨ ਸਿਉ ॥
ସେହି ପ୍ରେମ ଯାହା ଭଗବାନଙ୍କ ବିନା ଆଉ କାହା ପାଖରେ ଲଗାଯାଏ, ଶେଷରେ ଭାଙ୍ଗିଯାଏ।
ਨਾਨਕ ਸਚੀ ਰੀਤਿ ਸਾਂਈ ਸੇਤੀ ਰਤਿਆ ॥੨॥
ହେ ନାନକ! ଭଗବାନଙ୍କ ସାଥିରେ ମଗ୍ନ ରହିବାର ମର୍ଯ୍ୟାଦା ହିଁ ସତ୍ୟ ଏବଂ ଶାଶ୍ଵତ ଅଟେ॥2॥
ਪਉੜੀ ॥
ପଉଡୀ॥
ਜਿਸੁ ਬਿਸਰਤ ਤਨੁ ਭਸਮ ਹੋਇ ਕਹਤੇ ਸਭਿ ਪ੍ਰੇਤੁ ॥
ଯେଉଁ ଆତମାରୁ ବିଛେଦ ହେଲେ ମାନବ ଶରୀର ଭସ୍ମ ହୋଇଯାଏ, ସେହି ମୃତ ଶରୀରକୁ ଲୋକମାନେ ପ୍ରେତ କହନ୍ତି।
ਖਿਨੁ ਗ੍ਰਿਹ ਮਹਿ ਬਸਨ ਨ ਦੇਵਹੀ ਜਿਨ ਸਿਉ ਸੋਈ ਹੇਤੁ ॥
ଯେଉଁ ପରିଜନ ସାଥିରେ ମନୁଷ୍ୟର ଏତେ ଗଭୀର ପ୍ରେମ ଥିଲା, ତାହାକୁ ଏବେ ଘରେ ଏକ କ୍ଷଣ ପାଇଁ ମଧ୍ୟ ରହିବାକୁ ଦିଆଯାଏ ନାହିଁ।
ਕਰਿ ਅਨਰਥ ਦਰਬੁ ਸੰਚਿਆ ਸੋ ਕਾਰਜਿ ਕੇਤੁ ॥
ସେ ଅନେକ ଅନର୍ଥ କରି ଧନ ସଞ୍ଚିତ କରିବାରେ ଲାଗି ରହିଲା, ପରନ୍ତୁ ସେ ଏବେ ତାହାର କୌଣସ କାମ ପାଇଁ ରହିଲା ନାହିଁ।
ਜੈਸਾ ਬੀਜੈ ਸੋ ਲੁਣੈ ਕਰਮ ਇਹੁ ਖੇਤੁ ॥
ମନୁଷ୍ୟ ଯେପରି ବୀଜ ବୁଣିଥାଏ, ସେପରି ହିଁ ତାହାକୁ ଅମଳ କରିଥାଏ, ଏହି ଶରୀର କର୍ମ ଭୂମି ଅଟେ।
ਅਕਿਰਤਘਣਾ ਹਰਿ ਵਿਸਰਿਆ ਜੋਨੀ ਭਰਮੇਤੁ ॥੪॥
ଅକୃତଜ୍ଞ ମନୁଷ୍ୟକୁ ପରମାତ୍ମା ଭୁଲି ଯାଇଛନ୍ତି, ଏଥିପାଇଁ ସେ ଯୋନି ଚକ୍ରରେ ପଥଭ୍ରଷ୍ଟ ରହିଥାଏ॥4॥
ਸਲੋਕ ॥
ଶ୍ଳୋକ॥
ਕੋਟਿ ਦਾਨ ਇਸਨਾਨੰ ਅਨਿਕ ਸੋਧਨ ਪਵਿਤ੍ਰਤਹ ॥
ହେ ନାନକ! କୋଟି କୋଟି ଦାନ, ସ୍ନାନ, ଅନେକ ଶୁଦ୍ଧିକରଣ ଏବଂ ପବିତ୍ରତାର ଫଳ ପ୍ରାପ୍ତ ହୋଇଯାଏ।
ਉਚਰੰਤਿ ਨਾਨਕ ਹਰਿ ਹਰਿ ਰਸਨਾ ਸਰਬ ਪਾਪ ਬਿਮੁਚਤੇ ॥੧॥
ନିଜ ଜିହ୍ଵାରେ ଭଗବାନଙ୍କ ନାମ ଉଚ୍ଚାରଣ କରିବା ଦ୍ଵାରା ସବୁ ପାପ ନାଶ ହୋଇଯାଏ॥1॥
ਈਧਣੁ ਕੀਤੋਮੂ ਘਣਾ ਭੋਰੀ ਦਿਤੀਮੁ ਭਾਹਿ ॥
ମୁଁ ଅତ୍ୟଧିକ ଇନ୍ଧନ ସଂଗ୍ରହ କରିଛି ଆଉ ସେଥିରେ କିଛି ନିଆଁ ଲଗାଇଛି, ଫଳରେ ତାହା ଜଳି ଭସ୍ମ ହୋଇ ଯାଇଛି।