Guru Granth Sahib Translation Project

guru granth sahib odia page-700

Page 700

ਜੈਤਸਰੀ ਮਹਲਾ ੫ ਘਰੁ ੩ ଜୈତସରୀ ମହଲା 5 ଘର 3 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਕੋਈ ਜਾਨੈ ਕਵਨੁ ਈਹਾ ਜਗਿ ਮੀਤੁ ॥ କେହି ବିରଳ ହିଁ ଜାଣିଥାଏ ଯେ ଏହି ଦୁନିଆରେ କିଏ ଘନିଷ୍ଠ ମିତ୍ର ଅଟେ?
ਜਿਸੁ ਹੋਇ ਕ੍ਰਿਪਾਲੁ ਸੋਈ ਬਿਧਿ ਬੂਝੈ ਤਾ ਕੀ ਨਿਰਮਲ ਰੀਤਿ ॥੧॥ ਰਹਾਉ ॥ ଯାହା ଉପରେ ଭଗବାନ କୃପାଳୁ ହୋଇଥାନ୍ତି, ସେ ଏହି ତଥ୍ୟକୁ ବୁଝିଥାନ୍ତି ଆଉ ତାହାଙ୍କ ଜୀବନ-ଆଚରଣ ପବିତ୍ର ବନିଯାଏ॥1॥ରୁହ॥
ਮਾਤ ਪਿਤਾ ਬਨਿਤਾ ਸੁਤ ਬੰਧਪ ਇਸਟ ਮੀਤ ਅਰੁ ਭਾਈ ॥ ମାତା-ପିତା, ପତ୍ନୀ, ପୁତ୍ର, ସମ୍ବନ୍ଧୀୟ, ପରମ ମିତ୍ର ଏବଂ ଭାଇ-
ਪੂਰਬ ਜਨਮ ਕੇ ਮਿਲੇ ਸੰਜੋਗੀ ਅੰਤਹਿ ਕੋ ਨ ਸਹਾਈ ॥੧॥ ପୂର୍ବ ଜନ୍ମର ସଂଯୋଗରୁ ହିଁ ମିଳିଥାଏ, କିନ୍ତୁ ଜୀବନର ଅନ୍ତିମ ସମୟରେ କେହି ସହାୟକ ହୁଅନ୍ତି ନାହିଁ॥1॥
ਮੁਕਤਿ ਮਾਲ ਕਨਿਕ ਲਾਲ ਹੀਰਾ ਮਨ ਰੰਜਨ ਕੀ ਮਾਇਆ ॥ ମୋତିର ମାଳା ସ୍ଵର୍ଣ୍ଣ, ରତ୍ନ ଆଦି ମନକୁ ଆନନ୍ଦ ଦେଇଥାଏ।
ਹਾ ਹਾ ਕਰਤ ਬਿਹਾਨੀ ਅਵਧਹਿ ਤਾ ਮਹਿ ਸੰਤੋਖੁ ਨ ਪਾਇਆ ॥੨॥ ମନୁଷ୍ୟର ଜୀବନ ଅବଧି ଏହାକୁ ଏକତ୍ର କରିବାର ଦୁଃଖରେ ଅତିବାହିତ ହୋଇଥାଏ, କିନ୍ତୁ ଏହା ସବୁ ଉପଲବ୍ଧ ହେବା ପରେ ମଧ୍ୟ ମନୁଷ୍ୟକୁ ସନ୍ତୋଷ ମିଳେନାହିଁ॥2॥
ਹਸਤਿ ਰਥ ਅਸ੍ਵ ਪਵਨ ਤੇਜ ਧਣੀ ਭੂਮਨ ਚਤੁਰਾਂਗਾ ॥ ମନୁଷ୍ୟ ପାଖରେ ହାତୀ, ରଥ, ପବନ ବେଗରେ ଯାଉଥିବା ଘୋଡା, ଧନ-ଦୌଲତ, ଭୂମି ଏବଂ ସେନା ଥିଲେ ମଧ୍ୟ,
ਸੰਗਿ ਨ ਚਾਲਿਓ ਇਨ ਮਹਿ ਕਛੂਐ ਊਠਿ ਸਿਧਾਇਓ ਨਾਂਗਾ ॥੩॥ ଏହା ମଧ୍ୟରୁ କୌଣସି ମଧ୍ୟ ମନୁଷ୍ୟ ସାଥିରେ ଯାଏ ନାହିଁ ଆଉ ସେ ନଗ୍ନ ହୋଇ ଦୁନିଆରୁ ଛାଡି ଚାଲିଯାଏ॥3॥
ਹਰਿ ਕੇ ਸੰਤ ਪ੍ਰਿਅ ਪ੍ਰੀਤਮ ਪ੍ਰਭ ਕੇ ਤਾ ਕੈ ਹਰਿ ਹਰਿ ਗਾਈਐ ॥ ହରିଙ୍କ ସନ୍ଥଜନ ପ୍ରିୟତମ ପ୍ରଭୁଙ୍କ ପ୍ରିୟ ହୋଇଥାଏ, ଏଥିପାଇଁ ଆମକୁ ତାହାଙ୍କ ସଙ୍ଗତିରେ ରହି ସର୍ବଦା ଭଗବାନଙ୍କ ଯଶୋଗାନ କରିବା ଉଚିତ।
ਨਾਨਕ ਈਹਾ ਸੁਖੁ ਆਗੈ ਮੁਖ ਊਜਲ ਸੰਗਿ ਸੰਤਨ ਕੈ ਪਾਈਐ ॥੪॥੧॥ ହେ ନାନକ! ଏପରି ସନ୍ଥଙ୍କ ସଙ୍ଗତିରେ ରହିବା ଦ୍ଵାରା ମନୁଷ୍ୟକୁ ଇହଲୋକରେ ସୁଖ ପ୍ରାପ୍ତ ହୋଇଥାଏ ଓ ପରଲୋକରେ ମଧ୍ୟ ଶୋଭା ପ୍ରାପ୍ତ ହୋଇଥାଏ||4||1||
ਜੈਤਸਰੀ ਮਹਲਾ ੫ ਘਰੁ ੩ ਦੁਪਦੇ ଜୈତସରୀ ମହଲା 5 ଘର 3 ଦୁପଦୀ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਦੇਹੁ ਸੰਦੇਸਰੋ ਕਹੀਅਉ ਪ੍ਰਿਅ ਕਹੀਅਉ ॥ ହେ ସତସଙ୍ଗତି ସୁହାଗିନୀ ସଖୀ! ମୋତେ ମୋର ପ୍ରିୟତମ ପ୍ରଭୁଙ୍କ ସନ୍ଦେଶ ଦିଅ,
ਬਿਸਮੁ ਭਈ ਮੈ ਬਹੁ ਬਿਧਿ ਸੁਨਤੇ ਕਹਹੁ ਸੁਹਾਗਨਿ ਸਹੀਅਉ ॥੧॥ ਰਹਾਉ ॥ ତାହାଙ୍କ ବିଷୟରେ ଅନେକ କଥା ଶୁଣି ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛି॥1॥ରୁହ॥
ਕੋ ਕਹਤੋ ਸਭ ਬਾਹਰਿ ਬਾਹਰਿ ਕੋ ਕਹਤੋ ਸਭ ਮਹੀਅਉ ॥ କେହି କହିଥାଏ ଯେ ଶରୀରରୁ ବାହାରେ ହିଁ ରହିଥାନ୍ତିଆଉ କେହି କହିଥାଏ ଯେ ସେ ସବୁଙ୍କ ଠାରେ ରହିଥାନ୍ତି।
ਬਰਨੁ ਨ ਦੀਸੈ ਚਿਹਨੁ ਨ ਲਖੀਐ ਸੁਹਾਗਨਿ ਸਾਤਿ ਬੁਝਹੀਅਉ ॥੧॥ ତାହାଙ୍କ କୌଣସି ବର୍ଣ୍ଣ ଦେଖାଯାଏ ନାହିଁ ଆଉ କୌଣସି ଚିହ୍ନ ମଧ୍ୟ ଦେଖାଯାଏ ନାହିଁ, ହେ ସୁହାଗିନୀ! ମୋତେ ସତ୍ୟ କୁହ॥1॥
ਸਰਬ ਨਿਵਾਸੀ ਘਟਿ ਘਟਿ ਵਾਸੀ ਲੇਪੁ ਨਹੀ ਅਲਪਹੀਅਉ ॥ ସେହି ପରମେଶ୍ଵର ସବୁଙ୍କ ଠାରେ ନିବାସ କରିଥାନ୍ତି, ପ୍ରତ୍ୟେକ ଶରୀରରେ ବାସ କରନ୍ତି, ସେ ମାୟା ଠାରୁ ନିର୍ଲିପ୍ତ ଅଟନ୍ତି ଆଉ ତାହାଙ୍କ ଉପରେ କୌଣସି ଦୋଷ ଲାଗେ ନାହିଁ।
ਨਾਨਕੁ ਕਹਤ ਸੁਨਹੁ ਰੇ ਲੋਗਾ ਸੰਤ ਰਸਨ ਕੋ ਬਸਹੀਅਉ ॥੨॥੧॥੨॥ ନାନକ କହନ୍ତି ଯେ ହେ ଜନ! ଧ୍ୟାନ ପୂର୍ବକ ଶୁଣ, ମୋର ପରମେଶ୍ଵର ସନ୍ଥଙ୍କ ଜିହ୍ଵାରେ ନିବାସ କରିଥାନ୍ତି ||2||1||2||
ਜੈਤਸਰੀ ਮਃ ੫ ॥ ଜୈତସରୀ ମହଲା 5 ॥
ਧੀਰਉ ਸੁਨਿ ਧੀਰਉ ਪ੍ਰਭ ਕਉ ॥੧॥ ਰਹਾਉ ॥ ନିଜ ପ୍ରଭୁଙ୍କ ମହିମା ଶୁଣି ମୋତେ ବହୁତ ଧୈର୍ଯ୍ୟ ମିଳିଥାଏ॥1॥ରୁହ॥
ਜੀਅ ਪ੍ਰਾਨ ਮਨੁ ਤਨੁ ਸਭੁ ਅਰਪਉ ਨੀਰਉ ਪੇਖਿ ਪ੍ਰਭ ਕਉ ਨੀਰਉ ॥੧॥ ନିଜ ପ୍ରଭୁଙ୍କ ଅତି ନିକଟ ଦର୍ଶନ କରି ନିଜ ଆତ୍ମା, ପ୍ରାଣ,ଏବଂ ତନ ସବୁ କିଛି ଅର୍ପଣ କରିଥାଏ ॥1॥
ਬੇਸੁਮਾਰ ਬੇਅੰਤੁ ਬਡ ਦਾਤਾ ਮਨਹਿ ਗਹੀਰਉ ਪੇਖਿ ਪ੍ਰਭ ਕਉ ॥੨॥ ସେହି ଅସୁମାରୀ, ଅନନ୍ତ ଏବଂ ମହାନ ଦାତା ପ୍ରଭୁଙ୍କୁ ଦେଖି ମୁଁ ନିଜ ହୃଦୟରେ ସ୍ଥାପନ କରିଥାଏ॥2॥
ਜੋ ਚਾਹਉ ਸੋਈ ਸੋਈ ਪਾਵਉ ਆਸਾ ਮਨਸਾ ਪੂਰਉ ਜਪਿ ਪ੍ਰਭ ਕਉ ॥੩॥ ମୁଁ ଯାହା କିଛି ଚାହିଁ ଥାଏ, ତାହା ତାହାଙ୍କ ଠାରୁ ପ୍ରାପ୍ତ କରିଥାଏ, ନିଜ ପ୍ରଭୁଙ୍କ ସ୍ମରଣ କରିବା ଦ୍ଵାରା ମୋର ଆଶା ଏବଂ ମନୋରଥ ପୂର୍ଣ୍ଣ ହୋଇଯାଏ॥3॥
ਗੁਰ ਪ੍ਰਸਾਦਿ ਨਾਨਕ ਮਨਿ ਵਸਿਆ ਦੂਖਿ ਨ ਕਬਹੂ ਝੂਰਉ ਬੁਝਿ ਪ੍ਰਭ ਕਉ ॥੪॥੨॥੩॥ ହେ ନାନକ! ଗୁରୁଙ୍କ ଅପାର କୃପାରୁ ସେ ମନରେ ବାସ କରିଛନ୍ତି ଏବଂ ପ୍ରଭୁଙ୍କୁ ଜାଣି ପାରି ଏବେ ମୁଁ ଆଉ ଦୁଃଖରେ ବ୍ୟାକୁଳ ହୁଏନାହିଁ ||4||2||3||
ਜੈਤਸਰੀ ਮਹਲਾ ੫ ॥ ଜୈତସରୀ ମହଲା 5 ॥
ਲੋੜੀਦੜਾ ਸਾਜਨੁ ਮੇਰਾ ॥ ସେ ମୋର ବନ୍ଧୁ ପ୍ରଭୁ ଅଟନ୍ତି, ଯାହାଙ୍କୁ ପାଇବା ପାଇଁ ପ୍ରତ୍ୟେକ ଜିଜ୍ଞାସୁର ମନରେ ତୀବ୍ର ଲାଳସା ଥାଏ।
ਘਰਿ ਘਰਿ ਮੰਗਲ ਗਾਵਹੁ ਨੀਕੇ ਘਟਿ ਘਟਿ ਤਿਸਹਿ ਬਸੇਰਾ ॥੧॥ ਰਹਾਉ ॥ ଏଣୁ ପ୍ରତି ଘରେ ତାହାଙ୍କ ମଙ୍ଗଳ ଗାନ କର, ତାହାଙ୍କ ନିବାସ ପ୍ରତ୍ୟେକ ଜୀବର ହୃଦୟରେ ଅଛି ॥1॥ରୁହ॥
ਸੂਖਿ ਅਰਾਧਨੁ ਦੂਖਿ ਅਰਾਧਨੁ ਬਿਸਰੈ ਨ ਕਾਹੂ ਬੇਰਾ ॥ ହର୍ଷୋଲ୍ଲାସ ସମୟରେ ତାହାଙ୍କ ଆରାଧନା କର ଏବଂ କୌଣସି ସଙ୍କଟ କାଳରେ ମଧ୍ୟ ତାହାଙ୍କ ଆରାଧନା କର ଆଉ କୌଣସି ସମୟରେ ତାହାଙ୍କୁ ବିସ୍ମୃତ କର ନାହିଁ।
ਨਾਮੁ ਜਪਤ ਕੋਟਿ ਸੂਰ ਉਜਾਰਾ ਬਿਨਸੈ ਭਰਮੁ ਅੰਧੇਰਾ ॥੧॥ ତାହାଙ୍କ ନାମର ଜପ କରିବା ଦ୍ଵାରା କୋଟି କୋଟି ସୂର୍ଯ୍ୟର ଉଜ୍ଜଳ ହୋଇଯାଏ ଏବଂ ଭ୍ରମ ଓ ଅନ୍ଧକାର ନାଶ ହୋଇଯାଏ॥1॥
ਥਾਨਿ ਥਨੰਤਰਿ ਸਭਨੀ ਜਾਈ ਜੋ ਦੀਸੈ ਸੋ ਤੇਰਾ ॥ ହେ ପରମାତ୍ମା! ଦେଶ-ଦେଶାନ୍ତର ସବୁଥିରେ ତୁ ହିଁ ବ୍ୟାପକ ଅଛୁ ତଥା ଯାହା କିଛି ଅଛି, ତାହା ତୋର ହିଁ ଅଟେ।
ਸੰਤਸੰਗਿ ਪਾਵੈ ਜੋ ਨਾਨਕ ਤਿਸੁ ਬਹੁਰਿ ਨ ਹੋਈ ਹੈ ਫੇਰਾ ॥੨॥੩॥੪॥ ହେ ନାନକ! ଯେଉଁ ବ୍ୟକ୍ତି ସନ୍ଥଙ୍କ ସଙ୍ଗତିରେ ରହିଥାଏ, ସେ ପୁନଃ ଜନ୍ମ-ମରଣ ଚକ୍ରରେ ପଡେ ନାହିଁ ଅର୍ଥାତ ତାହାକୁ ମୋକ୍ଷ ପ୍ରାପ୍ତି ହୋଇଯାଏ||2||3||4||


© 2017 SGGS ONLINE
error: Content is protected !!
Scroll to Top