Guru Granth Sahib Translation Project

guru granth sahib odia page-654

Page 654

ਤੁਧੁ ਆਪੇ ਸਿਸਟਿ ਸਿਰਜੀਆ ਆਪੇ ਫੁਨਿ ਗੋਈ ॥ ତୁ ସ୍ଵୟଂ ହିଁ ସୃଷ୍ଟି ରଚନା କରୁ ଆଉ ସ୍ଵୟଂ ହିଁ ତାହାର ବିନାଶ କରୁ
ਸਭੁ ਇਕੋ ਸਬਦੁ ਵਰਤਦਾ ਜੋ ਕਰੇ ਸੁ ਹੋਈ ॥ ଏକ ତୋର ଶବ୍ଦ(ହୁକୁମ) ହିଁ ସର୍ବବ୍ୟାପୀ ଅଟେ, ଯାହା କିଛି ତୁ କରୁ ତାହା ହିଁ ହୋଇଥାଏ।
ਵਡਿਆਈ ਗੁਰਮੁਖਿ ਦੇਇ ਪ੍ਰਭੁ ਹਰਿ ਪਾਵੈ ਸੋਈ ॥ ଯେଉଁ ଗୁରୁମୁଖୀକୁ ତୁମେ ବଡିମା ପ୍ରଦାନ କରିଛ, ସେ ହିଁ ନିଜ ହରି ପ୍ରଭୁଙ୍କୁ ପାଇ ନିଏ।
ਗੁਰਮੁਖਿ ਨਾਨਕ ਆਰਾਧਿਆ ਸਭਿ ਆਖਹੁ ਧੰਨੁ ਧੰਨੁ ਧੰਨੁ ਗੁਰੁ ਸੋਈ ॥੨੯॥੧॥ ਸੁਧੁ ହେ ନାନକ! ଗୁରୁ ହରି-ନାମର ଆରାଧନା କରିଛନ୍ତି, ସମସ୍ତେ ତନ-ମନରେ କୁହ, ସେହି ଗୁରୁ ଧନ୍ୟ-ଧନ୍ୟ ଅଟନ୍ତି ॥29॥1॥ଶୁଦ୍ଧ॥
ਰਾਗੁ ਸੋਰਠਿ ਬਾਣੀ ਭਗਤ ਕਬੀਰ ਜੀ ਕੀ ਘਰੁ ੧ ରାଗ ସୋରଠି ବାଣୀ ଭଗତ କବୀର ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਬੁਤ ਪੂਜਿ ਪੂਜਿ ਹਿੰਦੂ ਮੂਏ ਤੁਰਕ ਮੂਏ ਸਿਰੁ ਨਾਈ ॥ ହିନ୍ଦୁ ନିଜ ଦେବତାର ପୂଜା ଉପାସନା କରି ମରିଯାନ୍ତି ଆଉ ମୁସଲମାନ ମଧ୍ୟ ମସ୍ତକ ନତ କରି କରି ଅର୍ଥାତ ସିଜଦା କରି ମରିଯାନ୍ତି।
ਓਇ ਲੇ ਜਾਰੇ ਓਇ ਲੇ ਗਾਡੇ ਤੇਰੀ ਗਤਿ ਦੁਹੂ ਨ ਪਾਈ ॥੧॥ ମରଣ ପରେ ହିନ୍ଦୁର ପାର୍ଥିବ ଦେହ ଶ୍ମଶାନ ଘାଟରେ ଜଳାଇ ଦିଆଯାଏ ଆଉ ମୁସଲମାନ ମୃତକକୁ ଭୂମିରେ ପୋତି ଦିଆଯାଏ, ହେ ଇଶ୍ଵର! ଏହି ହିନ୍ଦୁ ଓ ମୁସଲମାନକୁ ତୋର ମହିମା ଜଣା ନାହିଁ॥1॥
ਮਨ ਰੇ ਸੰਸਾਰੁ ਅੰਧ ਗਹੇਰਾ ॥ ହେ ମୋର ମନ! ଏହି ସଂପୂର୍ଣ୍ଣ ସଂସାରରେ ଗହନ ଅନ୍ଧାର ବିଦ୍ୟମାନ ଅଛି ଆଉ
ਚਹੁ ਦਿਸ ਪਸਰਿਓ ਹੈ ਜਮ ਜੇਵਰਾ ॥੧॥ ਰਹਾਉ ॥ ଚାରି ଦିଗରେ ମୃତ୍ୟୁର ଜାଲ ବିସ୍ତାରିତ ହୋଇଛି॥1॥ରୁହ॥
ਕਬਿਤ ਪੜੇ ਪੜਿ ਕਬਿਤਾ ਮੂਏ ਕਪੜ ਕੇਦਾਰੈ ਜਾਈ ॥ ଅନେକ କବି କବିତା ପାଢୀ ପଢି ବ୍ୟର୍ଥରେ ମାରି ଯାଇଛନ୍ତି ଆଉ ଅହଂକାର ଧାରଣ କରିଥିବା ଅନେକ ସାଧୁ କେଦାରନାଥ ତୀର୍ଥ ଯାଇ ମରି ଯାଇଛନ୍ତି।
ਜਟਾ ਧਾਰਿ ਧਾਰਿ ਜੋਗੀ ਮੂਏ ਤੇਰੀ ਗਤਿ ਇਨਹਿ ਨ ਪਾਈ ॥੨॥ ଅନେକ ଜଟାଧାରୀ ଯୋଗୀ ପର୍ବତରେ ରହି ବ୍ୟର୍ଥରେ ମରିଛନ୍ତି, ପରନ୍ତୁ ହେ ଇଶ୍ଵର! ତୋର ଗତି ସେମାନଙ୍କୁ ମଧ୍ୟ ଜ୍ଞାତ ହୋଇନାହିଁ॥2॥
ਦਰਬੁ ਸੰਚਿ ਸੰਚਿ ਰਾਜੇ ਮੂਏ ਗਡਿ ਲੇ ਕੰਚਨ ਭਾਰੀ ॥ କେତେ ପ୍ରସିଦ୍ଧ ରାଜା ମଧ୍ୟ ଧନ-ଦୌଲତ ସଞ୍ଚୟ କରି ସୁନା-ରୂପା ଭାରରେ ମରି ଯାଇଛନ୍ତି।
ਬੇਦ ਪੜੇ ਪੜਿ ਪੰਡਿਤ ਮੂਏ ਰੂਪੁ ਦੇਖਿ ਦੇਖਿ ਨਾਰੀ ॥੩॥ ପଣ୍ଡିତ ମଧ୍ୟ ବେଡକୁ ପଢି ମରି ଯାଇଛନ୍ତି ଆଉ କେତେ ସୁନ୍ଦର ନାରୀ ମଧ୍ୟ ନିଜର ସୁନ୍ଦର ରୂପ ଦେଖି ଦେଖି ମରି ଯାଇଛନ୍ତି॥3॥
ਰਾਮ ਨਾਮ ਬਿਨੁ ਸਭੈ ਬਿਗੂਤੇ ਦੇਖਹੁ ਨਿਰਖਿ ਸਰੀਰਾ ॥ ହେ ମାନବ! ନିଜ ମନକୁ ଭଲ ଭାବରେ ନିରୀକ୍ଷଣ କରି ଦେଖ, ରାମ-ନାମ ବିନା ସବୁ ନଷ୍ଟ ହୋଇ ଯାଇଛି।
ਹਰਿ ਕੇ ਨਾਮ ਬਿਨੁ ਕਿਨਿ ਗਤਿ ਪਾਈ ਕਹਿ ਉਪਦੇਸੁ ਕਬੀਰਾ ॥੪॥੧॥ କବୀର ଏହି ଉପଦେଶ କରନ୍ତି ଯେ ହରି-ନାମ ବିନା କାହାକୁ ମୋକ୍ଷ ପ୍ରାପ୍ତ ହୋଇନାହିଁ||4||1||
ਜਬ ਜਰੀਐ ਤਬ ਹੋਇ ਭਸਮ ਤਨੁ ਰਹੈ ਕਿਰਮ ਦਲ ਖਾਈ ॥ ଯେବେ ମନୁଷ୍ୟ ପ୍ରାଣ ତ୍ୟାଗ କରିଥାଏ, ସେତେବେଳେ ତାହାର ଶରୀର ଜଳାଇ ଦିଆଯାଏ ଆଉ ତାହା ପାଉଁଶ ହୋଇଯାଏ। ଯଦି ମୃତ ଦେହକୁ ପୋତି ଦିଆଯାଏ, ତାହାହେଲେ ତାହାକୁ କୀଡା ଖାଇଯାଏ।
ਕਾਚੀ ਗਾਗਰਿ ਨੀਰੁ ਪਰਤੁ ਹੈ ਇਆ ਤਨ ਕੀ ਇਹੈ ਬਡਾਈ ॥੧॥ ଯେପରି ମାଟିର କଞ୍ଚା ପାତ୍ରରେ ଜଳ ଢାଳିଲେ ଭାଙ୍ଗିଯାଏ, ସେପରି ହିଁ ଏହି କୋମଳ ତନର ବଡିମା ଅଟେ, ଯେପରି କଞ୍ଚା ପାତ୍ରର ମହତ୍ତ୍ଵ ଅଛି॥1॥
ਕਾਹੇ ਭਈਆ ਫਿਰਤੌ ਫੂਲਿਆ ਫੂਲਿਆ ॥ ହେ ଭାଇ! ତୁ କାହିଁକି ଅହଂକାରରେ ଗର୍ବ କରିଛୁ?
ਜਬ ਦਸ ਮਾਸ ਉਰਧ ਮੁਖ ਰਹਤਾ ਸੋ ਦਿਨੁ ਕੈਸੇ ਭੂਲਿਆ ॥੧॥ ਰਹਾਉ ॥ ସେହି ଦିନ ତୁ କିପରି ଭୁଲିଗଲୁ, ଯେବେ ତୁ ଦଶ ମାସ ମାତାର ଗର୍ଭରେ ଓଲଟା ମୁହଁ କରି ଥିଲୁ?॥1॥ରୁହ॥
ਜਿਉ ਮਧੁ ਮਾਖੀ ਤਿਉ ਸਠੋਰਿ ਰਸੁ ਜੋਰਿ ਜੋਰਿ ਧਨੁ ਕੀਆ ॥ ଯେପରି ମହୁମାଛି ମହୁ ଏକାଠି କରିଥାଏ, ସେପରି ହି ମୂର୍ଖ ମନୁଷ୍ୟ ଜୀବନ ସାରା ଧନ-ଦୌଲତ ସଞ୍ଚୟ କରିଥାଏ।
ਮਰਤੀ ਬਾਰ ਲੇਹੁ ਲੇਹੁ ਕਰੀਐ ਭੂਤੁ ਰਹਨ ਕਿਉ ਦੀਆ ॥੨॥ ଯେବେ ମନୁଷ୍ୟ ପ୍ରାଣ ତ୍ୟାଗ କରିଥାଏ, ସେତେବେଳେ ସମସ୍ତେ କହନ୍ତି ଯେ ଏହି ମୃତ ଶରୀରକୁ ଶ୍ମଶାନ ନିଅ, ଆଉ ଏହି ଭୂତକୁ କାହିଁକି ଏଠାରେ ରଖିଛ? ॥2॥
ਦੇਹੁਰੀ ਲਉ ਬਰੀ ਨਾਰਿ ਸੰਗਿ ਭਈ ਆਗੈ ਸਜਨ ਸੁਹੇਲਾ ॥ ସେହି ମୃତକ ବ୍ୟକ୍ତିର ପତ୍ନୀ ଘରର ଦ୍ଵାର ପର୍ଯ୍ୟନ୍ତ ଆସିଥାଏ ଆଉ ସଜ୍ଜନ ଓ ସମ୍ବନ୍ଧୀୟ ଆଗକୁ ଯାଇଥାଏ।
ਮਰਘਟ ਲਉ ਸਭੁ ਲੋਗੁ ਕੁਟੰਬੁ ਭਇਓ ਆਗੈ ਹੰਸੁ ਅਕੇਲਾ ॥੩॥ ସାରା ପରିବାର ଏବଂ ସମ୍ବନ୍ଧୀୟ ଲୋକ ଶ୍ମଶାନ ଯାଇଥାନ୍ତି ଆଉ ତାହା ପରେ ଆତ୍ମା ଏକାକୀ ରହିଯାଏ॥3॥
ਕਹਤੁ ਕਬੀਰ ਸੁਨਹੁ ਰੇ ਪ੍ਰਾਨੀ ਪਰੇ ਕਾਲ ਗ੍ਰਸ ਕੂਆ ॥ କବୀର ଜୀ କହନ୍ତି ଯେ ହେ ପ୍ରାଣୀ! ଟିକିଏ ଧ୍ୟାନପୂର୍ବକ ଶୁଣ, ତୋତେ କାଳ(ମୃତ୍ୟୁ) ଗ୍ରାସ କରିଛି ଆଉ ଅନ୍ଧ କୂଅରେ ପଡି ଯାଇଛି।
ਝੂਠੀ ਮਾਇਆ ਆਪੁ ਬੰਧਾਇਆ ਜਿਉ ਨਲਨੀ ਭ੍ਰਮਿ ਸੂਆ ॥੪॥੨॥ ଯେପରି ଶୁଆ ଭ୍ରମରେ ଫସି ରହିଥାଏ, ସେପରି ହିଁ ମନୁଷ୍ୟ ସ୍ଵୟଂକୁ ମିଥ୍ୟା ମାୟାର ବନ୍ଧନରେ ଫସାଇ ରଖିଛି||4||2||
ਬੇਦ ਪੁਰਾਨ ਸਭੈ ਮਤ ਸੁਨਿ ਕੈ ਕਰੀ ਕਰਮ ਕੀ ਆਸਾ ॥ ବେଦ ଏବଂ ପୁରାଣର ସମସ୍ତ ମତ ଶୁଣି ଆମ ପାଖରେ କର୍ମ କରିବାର ଆଶା ଉତ୍ପନ୍ନ ହୋଇଛି, କିନ୍ତୁ
ਕਾਲ ਗ੍ਰਸਤ ਸਭ ਲੋਗ ਸਿਆਨੇ ਉਠਿ ਪੰਡਿਤ ਪੈ ਚਲੇ ਨਿਰਾਸਾ ॥੧॥ ସବୁ ଚତୁର ଲୋକକୁ କାଳ(ମୃତ୍ୟୁ)ଗ୍ରସ୍ତ ଦେଖି ପଣ୍ଡିତ ନିରାଶ ହୋଇଛନ୍ତି॥1॥
ਮਨ ਰੇ ਸਰਿਓ ਨ ਏਕੈ ਕਾਜਾ ॥ ହେ ମନ! ତୁମର ଏକ କାମ ମଧ୍ୟ ସଂପୂର୍ଣ୍ଣ ହୋଇପାରି ନାହିଁ।
ਭਜਿਓ ਨ ਰਘੁਪਤਿ ਰਾਜਾ ॥੧॥ ਰਹਾਉ ॥ କାରଣ ତୁ ରାମଙ୍କ ଭଜନ କରି ନାହୁଁ॥1॥ରୁହ॥
ਬਨ ਖੰਡ ਜਾਇ ਜੋਗੁ ਤਪੁ ਕੀਨੋ ਕੰਦ ਮੂਲੁ ਚੁਨਿ ਖਾਇਆ ॥ କିଛି ଲୋକ ଜଙ୍ଗଲକୁ ଯାଇ ଯୋଗ, ସାଧନା ଏବଂ ତପସ୍ୟା କରିଥାନ୍ତି ଆଉ କନ୍ଧମୂଳ ବାଛି ବାଛି ଖାଇଥାନ୍ତି।
ਨਾਦੀ ਬੇਦੀ ਸਬਦੀ ਮੋਨੀ ਜਮ ਕੇ ਪਟੈ ਲਿਖਾਇਆ ॥੨॥ ଯୋଗୀ, ବେଦଜ୍ଞ , ସାଧୁ ଓ ମୌନଧାରୀ ମୃତ୍ୟୁର ପାଞ୍ଜିରେ ପଞ୍ଜୀକୃତ ହୋଇଛନ୍ତି॥2॥
ਭਗਤਿ ਨਾਰਦੀ ਰਿਦੈ ਨ ਆਈ ਕਾਛਿ ਕੂਛਿ ਤਨੁ ਦੀਨਾ ॥ ପ୍ରେମ-ଭକ୍ତି ମନୁଷ୍ୟର ହୃଦୟରେ ପ୍ରବିଷ୍ଟ ହୋଇନାହିଁ ଆଉ ସେ ନିଜକୁ ମୃତ୍ୟୁ ପାଖରେ ସମର୍ପଣ କରି ଦେଇଛି।
ਰਾਗ ਰਾਗਨੀ ਡਿੰਭ ਹੋਇ ਬੈਠਾ ਉਨਿ ਹਰਿ ਪਹਿ ਕਿਆ ਲੀਨਾ ॥੩॥ ସେ କେବଳ ରାଗ-ରାଗିଣୀ ଧାରଣ କରିଥିବା ପ୍ରବଞ୍ଚକ ହୋଇ ବସିଥାଏ, କିନ୍ତୁ ଶେଠୀ ଦ୍ଵାରା ତାହାକୁ କଣ ପ୍ରଭୁ ମିଳି ପାରିବେ?॥3॥
ਪਰਿਓ ਕਾਲੁ ਸਭੈ ਜਗ ਊਪਰ ਮਾਹਿ ਲਿਖੇ ਭ੍ਰਮ ਗਿਆਨੀ ॥ ମୃତ୍ୟୁର ଭୟ ସଂପୂର୍ଣ୍ଣ ଜଗତକୁ ଗ୍ରାସ କରି ଦେଇଛି ଆଉ ଭ୍ରମରେ ପଡି ଜ୍ଞାନୀ ମଧ୍ୟ ମୃତ୍ୟୁର ପାଞ୍ଜିରେ ପଞ୍ଜୀକୃତ ହୋଇଛନ୍ତି।
error: Content is protected !!
Scroll to Top