Guru Granth Sahib Translation Project

guru granth sahib odia page-624

Page 624

ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਗੁਰਿ ਪੂਰੈ ਕੀਤੀ ਪੂਰੀ ॥ ପୂର୍ଣ୍ଣ ଗୁରୁ ମୋ’ ଉପରେ କୃପା କରିଛନ୍ତି।
ਪ੍ਰਭੁ ਰਵਿ ਰਹਿਆ ਭਰਪੂਰੀ ॥ ପ୍ରଭୁ ସର୍ବ ବ୍ୟାପକ ଅଟନ୍ତି।
ਖੇਮ ਕੁਸਲ ਭਇਆ ਇਸਨਾਨਾ ॥ ଏବେ ମୁଁ ଆନନ୍ଦରେ ସ୍ନାନ କରୁଅଛି।
ਪਾਰਬ੍ਰਹਮ ਵਿਟਹੁ ਕੁਰਬਾਨਾ ॥੧॥ ମୁଁ ପରଂବ୍ରହ୍ମ ପ୍ରତି ସମର୍ପିତ ଅଟେ॥1॥
ਗੁਰ ਕੇ ਚਰਨ ਕਵਲ ਰਿਦ ਧਾਰੇ ॥ ନିଜ ହୃଦୟରେ ମୁଁ ଗୁରୁଙ୍କ ସୁନ୍ଦର କମଳ-ଚରଣ ଧାରଣ କରିଛି।
ਬਿਘਨੁ ਨ ਲਾਗੈ ਤਿਲ ਕਾ ਕੋਈ ਕਾਰਜ ਸਗਲ ਸਵਾਰੇ ॥੧॥ ਰਹਾਉ ॥ ଏବେ ମୋତେ ତିଳେମାତ୍ର ବିଘ୍ନ ଆସେ ନାହିଁ ଆଉ ମୋର ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଯାଇଛି ॥1॥ରୁହ॥
ਮਿਲਿ ਸਾਧੂ ਦੁਰਮਤਿ ਖੋਏ ॥ ଯିଏ ସନ୍ଥଙ୍କ ସହିତ ମିଶି ଦୁର୍ମତି ନାଶ କରିଛି।
ਪਤਿਤ ਪੁਨੀਤ ਸਭ ਹੋਏ ॥ ଏଣୁ ସେ ପତିତ ପବିତ୍ର ହୋଇ ଯାଇଛି।
ਰਾਮਦਾਸਿ ਸਰੋਵਰ ਨਾਤੇ ॥ ରାମଦାସ ସରୋବରର ମାହାତ୍ମ୍ୟ ଏହା ଯେ ଏଥିରେ ସ୍ନାନ କରିବା ଫଳରେ
ਸਭ ਲਾਥੇ ਪਾਪ ਕਮਾਤੇ ॥੨॥ ମନୁଷ୍ୟର ସବୁ ପାପ ନାଶ ହୋଇଯାଏ॥2॥
ਗੁਨ ਗੋਬਿੰਦ ਨਿਤ ਗਾਈਐ ॥ ଆମେ ନିତ୍ୟ ଭଗବାନଙ୍କ ଗୁଣଗାନ କରିବା ଉଚିତ ଆଉ
ਸਾਧਸੰਗਿ ਮਿਲਿ ਧਿਆਈਐ ॥ ସତସଙ୍ଗତିରେ ସମ୍ମିଳିତ ହୋଇ ତାହାର ଧ୍ୟାନ-ମନନ କରିବା ଉଚିତ।
ਮਨ ਬਾਂਛਤ ਫਲ ਪਾਏ ॥ ਗੁਰੁ ਪੂਰਾ ਰਿਦੈ ਧਿਆਏ ॥੩॥ ସେତେବେଳେ ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ, ଯେତେବେଳେ ପୂର୍ଣ୍ଣ ଗୁରୁଙ୍କୁ ହୃଦୟରେ ଧ୍ୟାନ କରିଥାଏ॥3॥
ਗੁਰ ਗੋਪਾਲ ਆਨੰਦਾ ॥ ଗୁରୁ-ପରମେଶ୍ଵର ଆନନ୍ଦର ଭଣ୍ଡାର ଅଟନ୍ତି।
ਜਪਿ ਜਪਿ ਜੀਵੈ ਪਰਮਾਨੰਦਾ ॥ ପରମାନନ୍ଦ ପ୍ରଭୁଙ୍କ ଜପ କରି ହିଁ ମନୁଷ୍ୟ ଆଧ୍ୟାତ୍ମିକ ଭାବରେ ଜୀବିତ ରହିଥାଏ।
ਜਨ ਨਾਨਕ ਨਾਮੁ ਧਿਆਇਆ ॥ ନାନକ ଭଗବାନଙ୍କ ନାମର ଧ୍ୟାନ କରିଛନ୍ତି ଆଉ
ਪ੍ਰਭ ਅਪਨਾ ਬਿਰਦੁ ਰਖਾਇਆ ॥੪॥੧੦॥੬੦॥ ସେ ନିଜ କର୍ତ୍ତବ୍ୟ ପାଳନ କରି ତାହାକୁ ସ୍ଵୀକାର କରିଛନ୍ତି ||4||10||60||
ਰਾਗੁ ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਦਹ ਦਿਸ ਛਤ੍ਰ ਮੇਘ ਘਟਾ ਘਟ ਦਾਮਨਿ ਚਮਕਿ ਡਰਾਇਓ ॥ ଦଶ ଦିଗରେ ମେଘ ଛତ୍ର ଭଳି ବିସ୍ତାରିତ କଳା ମେଘ ଓ ବିଜୁଳିର ଚମକ ଭୟଭୀତ କରୁଅଛି।
ਸੇਜ ਇਕੇਲੀ ਨੀਦ ਨਹੁ ਨੈਨਹ ਪਿਰੁ ਪਰਦੇਸਿ ਸਿਧਾਇਓ ॥੧॥ ମୋର ସେଜ ଏକା ଅଛି, ଆଖିକୁ ନିଦ ଆସୁ ନାହିଁ, କାରଣ ମୋର ପ୍ରିୟବର ପରଦେଶ ଚାଲି ଯାଇଛନ୍ତି॥1॥
ਹੁਣਿ ਨਹੀ ਸੰਦੇਸਰੋ ਮਾਇਓ ॥ ହେ ମା’! ଏ ପର୍ଯ୍ୟନ୍ତ ମୋତେ ତାହାଙ୍କ କୌଣସି ସନ୍ଦେଶ ଆସି ନାହିଁ।
ਏਕ ਕੋਸਰੋ ਸਿਧਿ ਕਰਤ ਲਾਲੁ ਤਬ ਚਤੁਰ ਪਾਤਰੋ ਆਇਓ ॥ ਰਹਾਉ ॥ ଏହା ପୂର୍ବରୁ, ମୋର ପ୍ରିୟବର ପାଖ ଜାଗାକୁ ଯାଇଥିଲେ ମଧ୍ୟ ଚାରିଟି ଚିଠି ଆସୁଥିଲା॥ରୁହ॥
ਕਿਉ ਬਿਸਰੈ ਇਹੁ ਲਾਲੁ ਪਿਆਰੋ ਸਰਬ ਗੁਣਾ ਸੁਖਦਾਇਓ ॥ ମୁଁ ନିଜ ପ୍ରିୟତମଙ୍କୁ କିପରି ଭୁଲି ପାରିବି, ଯିଏ ସର୍ବଗୁଣ ସମ୍ପର୍ଣ୍ଣ ଏବଂ ସୁଖର ଦାତା ଅଟନ୍ତି।
ਮੰਦਰਿ ਚਰਿ ਕੈ ਪੰਥੁ ਨਿਹਾਰਉ ਨੈਨ ਨੀਰਿ ਭਰਿ ਆਇਓ ॥੨॥ ମୁଁ ଛତ ଉପରେ ଚଢି ନିଜ ପ୍ରିୟତମଙ୍କ ମାର୍ଗ ଦେଖି ଅଛି ଆଉ ମୋର ନୟନ ମଧ୍ୟ ଅଶ୍ରୁରେ ଭରି ଯାଇଛି॥2॥
ਹਉ ਹਉ ਭੀਤਿ ਭਇਓ ਹੈ ਬੀਚੋ ਸੁਨਤ ਦੇਸਿ ਨਿਕਟਾਇਓ ॥ ଅହଂତ୍ଵ ଏବଂ ଆତ୍ମାଭିମାନର ପ୍ରାଚୀର ମୋ’ର ଏବଂ ତାହାଙ୍କ ମଧ୍ୟରେ ପଡି ରହିଛି, ମୁଁ ଶୁଣିଛି ଯେ ମୋର ହୃଦୟ-ଘର ନିକଟରେ ସେ ରହିଥାନ୍ତି।
ਭਾਂਭੀਰੀ ਕੇ ਪਾਤ ਪਰਦੋ ਬਿਨੁ ਪੇਖੇ ਦੂਰਾਇਓ ॥੩॥ ମୋର ପ୍ରିୟତମଙ୍କ ମଧ୍ୟ ପ୍ରଜାପତି ପଙ୍ଖା ଭଳି ସୂକ୍ଷ୍ମ ପଦ ଅଛି ଆଉ ତାହାର ଦର୍ଶନ ବିନା ମୁଁ ତାହାଙ୍କ ଦୂର ହିଁ ଭାବିଥାଏ॥3॥
ਭਇਓ ਕਿਰਪਾਲੁ ਸਰਬ ਕੋ ਠਾਕੁਰੁ ਸਗਰੋ ਦੂਖੁ ਮਿਟਾਇਓ ॥ ସବୁଙ୍କ ମାଲିକ ମୋ’ ଉପରେ କୃପାଳୁ ହୋଇ ଯାଇଛନ୍ତି ଆଉ ମୋର ସମସ୍ତ ଦୁଃଖ ଦୂର ହୋଇ ଯାଇଛି।
ਕਹੁ ਨਾਨਕ ਹਉਮੈ ਭੀਤਿ ਗੁਰਿ ਖੋਈ ਤਉ ਦਇਆਰੁ ਬੀਠਲੋ ਪਾਇਓ ॥੪॥ ହେ ନାନକ! ଯେବେ ଗୁରୁ ଅହଙ୍କାରର ପ୍ରାଚୀର ଧ୍ଵଂସ କରି ଦେଇଛନ୍ତି, ସେତେବେଳେ ମୁଁ ଦୟାଳୁ ବିଠଳ ଭଗବାନଙ୍କୁ ପାଇ ଯାଇଛି॥4॥
ਸਭੁ ਰਹਿਓ ਅੰਦੇਸਰੋ ਮਾਇਓ ॥ ହେ ମା’! ମୋର ସବୁ ଭୟ ଦୂର ହୋଇ ଯାଇଛି,
ਜੋ ਚਾਹਤ ਸੋ ਗੁਰੂ ਮਿਲਾਇਓ ॥ ଯାହା ମୋର କାମନା ଥିଲା, ଗୁରୁ ମୋତେ ସେଥିରେ ମିଳନ କରାଇଛନ୍ତି।
ਸਰਬ ਗੁਨਾ ਨਿਧਿ ਰਾਇਓ ॥ ਰਹਾਉ ਦੂਜਾ ॥੧੧॥੬੧॥ ମୋର ପ୍ରଭୁ ସର୍ବ ଗୁଣର ଖଜଣା ଓ ବାଦଶାହ ଅଟନ୍ତି॥ଦ୍ଵିତୀୟ ରୁହ॥11॥61॥
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਗਈ ਬਹੋੜੁ ਬੰਦੀ ਛੋੜੁ ਨਿਰੰਕਾਰੁ ਦੁਖਦਾਰੀ ॥ ନିରଙ୍କାର ପରମାତ୍ମା ହଜିଥିବା ବସ୍ତୁକୁ ଦେଇଥାନ୍ତି, ସେ ବନ୍ଦୀକୁ ମୁକ୍ତ ଓ ଦୁଃଖ ନାଶ କରିଥାନ୍ତି।
ਕਰਮੁ ਨ ਜਾਣਾ ਧਰਮੁ ਨ ਜਾਣਾ ਲੋਭੀ ਮਾਇਆਧਾਰੀ ॥ ମୁଁ ଲୋଭ ଓ ମାୟାର ପୂଜାରୀ ଅଟେ ଯିଏ କୌଣସି ଶୁଭକର୍ମ ଏବଂ ଧର୍ମ ଜାଣେ ନାହିଁ।
ਨਾਮੁ ਪਰਿਓ ਭਗਤੁ ਗੋਵਿੰਦ ਕਾ ਇਹ ਰਾਖਹੁ ਪੈਜ ਤੁਮਾਰੀ ॥੧॥ ହେ ଇଶ୍ଵର! ମୋର ନାମ ଗୋବିନ୍ଦଙ୍କ ଭକ୍ତ ପଡି ଯାଇଛି, ଏଣୁ ନିଜ ନାମର ସମ୍ମାନ ରଖ॥1॥
ਹਰਿ ਜੀਉ ਨਿਮਾਣਿਆ ਤੂ ਮਾਣੁ ॥ ହେ ଇଶ୍ଵର! ତୁ ସମ୍ମାନହୀନ ବ୍ୟକ୍ତିର ସମ୍ମାନ ଅଟୁ।
ਨਿਚੀਜਿਆ ਚੀਜ ਕਰੇ ਮੇਰਾ ਗੋਵਿੰਦੁ ਤੇਰੀ ਕੁਦਰਤਿ ਕਉ ਕੁਰਬਾਣੁ ॥ ਰਹਾਉ ॥ ମୋର ଗୋବିନ୍ଦ ଗୁଣହୀନ ବ୍ୟକ୍ତିକୁ ମଧ୍ୟ ଗୁଣବାନ ବନାଇ ଦିଅନ୍ତି, ମୁଁ ତୋର ପ୍ରକୃତି ପ୍ରତି ସମର୍ପିତ॥ରୁହ॥
ਜੈਸਾ ਬਾਲਕੁ ਭਾਇ ਸੁਭਾਈ ਲਖ ਅਪਰਾਧ ਕਮਾਵੈ ॥ ଯେପରି ବାଳକ ସ୍ନେହ ଓ ସ୍ଵାଭାବ ବଶତଃ ଅନେକ ଅପରାଧ କରିଥାଏ ଏବଂ
ਕਰਿ ਉਪਦੇਸੁ ਝਿੜਕੇ ਬਹੁ ਭਾਤੀ ਬਹੁੜਿ ਪਿਤਾ ਗਲਿ ਲਾਵੈ ॥ ତାହାର ପିତା ତାହାକୁ ଅନେକ ପ୍ରକାରର ଉପଦେଶ ଦେଇଥାନ୍ତି ଓ ଗାଳି ଦେଇଥାନ୍ତି, ପରନ୍ତୁ ଶେଷରେ ସେ ତାହାକୁ ନିଜ ଗଳାରେ ଲଗାଇ ଥାଆନ୍ତି।
ਪਿਛਲੇ ਅਉਗੁਣ ਬਖਸਿ ਲਏ ਪ੍ਰਭੁ ਆਗੈ ਮਾਰਗਿ ਪਾਵੈ ॥੨॥ ଏହିପରି ପରମପିତା ପରମେଶ୍ଵର ମଧ୍ୟ ଜୀବଙ୍କ ପୂର୍ବ ଅବଗୁଣ କ୍ଷମା କରି ତାହାକୁ ସତମାର୍ଗ ଦେଖାଇ ଥାଆନ୍ତି॥2॥
ਹਰਿ ਅੰਤਰਜਾਮੀ ਸਭ ਬਿਧਿ ਜਾਣੈ ਤਾ ਕਿਸੁ ਪਹਿ ਆਖਿ ਸੁਣਾਈਐ ॥ ଅନ୍ତର୍ଯାମୀ ପ୍ରଭୁ ସବୁ ବିଧି ଜାଣିଥାନ୍ତି, ତାହାହେଲେ ଆଉ କାହା ପାଖରେ ନିଜର ବେଦନା ଶୁଣାଇ ପାରିବା?
ਕਹਣੈ ਕਥਨਿ ਨ ਭੀਜੈ ਗੋਬਿੰਦੁ ਹਰਿ ਭਾਵੈ ਪੈਜ ਰਖਾਈਐ ॥ ଖାଲି କଥା ଓ ଖୋସାମଦରେ ଗୋବିନ୍ଦ ପ୍ରସନ୍ନ ହୁଅନ୍ତି ନାହିଁ, ଯଦି ତାହାଙ୍କୁ ଉପଯୁକ୍ତ ଲାଗିଥାଏ, ସେ ମନୁଷ୍ୟର ସମ୍ମାନ ରକ୍ଷା କରିଥାନ୍ତି।
ਅਵਰ ਓਟ ਮੈ ਸਗਲੀ ਦੇਖੀ ਇਕ ਤੇਰੀ ਓਟ ਰਹਾਈਐ ॥੩॥ ହେ ସ୍ଵାମୀ! ମୁଁ ଅନ୍ୟ ସବୁ ଆଶ୍ରୟ ଦେଖିଛି, ମୋତେ ଏକ ତୋର ହିଁ ଆଶା ରହି ଯାଇଛି॥3॥


© 2017 SGGS ONLINE
error: Content is protected !!
Scroll to Top