Guru Granth Sahib Translation Project

guru granth sahib odia page-616

Page 616

ਕਰਿ ਕਿਰਪਾ ਅਪੁਨੋ ਕਰਿ ਲੀਨਾ ਮਨਿ ਵਸਿਆ ਅਬਿਨਾਸੀ ॥੨॥ ସେ ନିଜ କୃପା କରି ମୋତେ ନିଜର ବନାଇଛନ୍ତି ଏବଂ ଅବିନାଶୀ ପ୍ରଭୁ ମୋ’ ମନରେ ନିବାସ କରିଛନ୍ତି॥2॥
ਤਾ ਕਉ ਬਿਘਨੁ ਨ ਕੋਊ ਲਾਗੈ ਜੋ ਸਤਿਗੁਰਿ ਅਪੁਨੈ ਰਾਖੇ ॥ ଯାହାର ରକ୍ଷା ସ୍ଵୟଂ ସଦଗୁରୁ କରିଥାନ୍ତି, ତାହାକୁ କିଛି ସଙ୍କଟ ଆସେ ନାହିଁ।
ਚਰਨ ਕਮਲ ਬਸੇ ਰਿਦ ਅੰਤਰਿ ਅੰਮ੍ਰਿਤ ਹਰਿ ਰਸੁ ਚਾਖੇ ॥੩॥ ତାହାର ହୃଦୟରେ ଭଗବାନଙ୍କ ସୁନ୍ଦର ଚରଣ-କମଳ ବାସ କରିଥାଏ ଏବଂ ସେ ହରି-ରସ ଅମୃତର ଆସ୍ଵାଦନ କରିଥାଏ॥3॥
ਕਰਿ ਸੇਵਾ ਸੇਵਕ ਪ੍ਰਭ ਅਪੁਨੇ ਜਿਨਿ ਮਨ ਕੀ ਇਛ ਪੁਜਾਈ ॥ ଯେଉଁ ପ୍ରଭୁ ମୋର ଅଭିଳାଷ ପୂର୍ଣ୍ଣ କରିଛନ୍ତି, ସେବକ ଭଳି ତାହାଙ୍କ ସେବା- ଭକ୍ତି କର।
ਨਾਨਕ ਦਾਸ ਤਾ ਕੈ ਬਲਿਹਾਰੈ ਜਿਨਿ ਪੂਰਨ ਪੈਜ ਰਖਾਈ ॥੪॥੧੪॥੨੫॥ ଦାସ ନାନକ ସେହି ପ୍ରଭୁଙ୍କ ପ୍ରତି ସମର୍ପିତ ଅଟନ୍ତି ଯିଏ ତାହାଙ୍କ ସଂପୂର୍ଣ୍ଣ ସମ୍ମାନ ରକ୍ଷା କରିଛନ୍ତି ||4||14||25||
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਮਾਇਆ ਮੋਹ ਮਗਨੁ ਅੰਧਿਆਰੈ ਦੇਵਨਹਾਰੁ ਨ ਜਾਨੈ ॥ ମାୟା- ମୋହର ଅନ୍ଧକାରରେ ମଗ୍ନ ହୋଇ ମନୁଷ୍ୟ ସବୁକିଛି ଦେଉଥିବା ଦାତାକୁ ଜାଣିପାରେ ନାହିଁ।
ਜੀਉ ਪਿੰਡੁ ਸਾਜਿ ਜਿਨਿ ਰਚਿਆ ਬਲੁ ਅਪੁਨੋ ਕਰਿ ਮਾਨੈ ॥੧॥ ସେ ତାହାଙ୍କୁ ଜାଣିପାରେ ନାହିଁ ଯିଏ ପ୍ରାଣ ଓ ଶରୀର ସୃଜନା କରିଛନ୍ତି ଆଉ ତାହାକୁ ହିଁ ନିଜର ବୋଲି ମାନିଥାନ୍ତି॥1॥
ਮਨ ਮੂੜੇ ਦੇਖਿ ਰਹਿਓ ਪ੍ਰਭ ਸੁਆਮੀ ॥ ହେ ବିମୁଢ ମନ! ସ୍ଵାମୀ ପ୍ରଭୁ ତୋ’ର କର୍ମ ଦେଖୁଛନ୍ତି।
ਜੋ ਕਿਛੁ ਕਰਹਿ ਸੋਈ ਸੋਈ ਜਾਣੈ ਰਹੈ ਨ ਕਛੂਐ ਛਾਨੀ ॥ ਰਹਾਉ ॥ ତୁମେ ଯାହା କିଛି କର, ସେ ସବୁ ଜାଣିଥାନ୍ତି ଏବଂ ତାଙ୍କ ଠାରୁ କିଛି ମଧ୍ୟ ଲୁଚିପାରେ ନାହିଁ॥ରୁହ॥
ਜਿਹਵਾ ਸੁਆਦ ਲੋਭ ਮਦਿ ਮਾਤੋ ਉਪਜੇ ਅਨਿਕ ਬਿਕਾਰਾ ॥ ଜିହ୍ଵାର ସ୍ଵାଦ ଓ ଲାଳସାର ନିଶାରେ ମସ୍ତ ବ୍ୟକ୍ତିର ଭିତରେ ଅନେକ ପାପ-ବିକାର ଉତ୍ପନ୍ନ ହୋଇଥାଏ।
ਬਹੁਤੁ ਜੋਨਿ ਭਰਮਤ ਦੁਖੁ ਪਾਇਆ ਹਉਮੈ ਬੰਧਨ ਕੇ ਭਾਰਾ ॥੨॥ ଅହଂତ୍ଵର ବନ୍ଧନର ବୋଝ ତଳେ ଚାପି ହୋଇ ପଥଭ୍ରଷ୍ଟ ହୋଇ ସେ ବହୁତ ଦୁଃଖ ଭୋଗ କରିଥାଏ॥2॥
ਦੇਇ ਕਿਵਾੜ ਅਨਿਕ ਪੜਦੇ ਮਹਿ ਪਰ ਦਾਰਾ ਸੰਗਿ ਫਾਕੈ ॥ ଦ୍ଵାର ବନ୍ଦ କରି ମନୁଷ୍ୟ ପର ନାରୀ ସାଥିରେ ଭୋଗ-ବିଳାସ କରିଥାଏ।
ਚਿਤ੍ਰ ਗੁਪਤੁ ਜਬ ਲੇਖਾ ਮਾਗਹਿ ਤਬ ਕਉਣੁ ਪੜਦਾ ਤੇਰਾ ਢਾਕੈ ॥੩॥ କିନ୍ତୁ ଯେତେବେଳେ ଚିତ୍ରଗୁପ୍ତ କର୍ମର ଲେଖା ମାଗିଥାଏ, ତାହାହେଲେ ତୋହର କୁକର୍ମ କେମିତି ଲୁଚିବ?॥3॥
ਦੀਨ ਦਇਆਲ ਪੂਰਨ ਦੁਖ ਭੰਜਨ ਤੁਮ ਬਿਨੁ ਓਟ ਨ ਕਾਈ ॥ ହେ ଦୀନଦୟାଳୁ!ହେ ସର୍ବବ୍ୟାପୀ! ହେ ଦୁଃଖନାଶକ! ତୋ’ ବିନା ମୋର କିଛି ସାହାରା ନାହିଁ।
ਕਾਢਿ ਲੇਹੁ ਸੰਸਾਰ ਸਾਗਰ ਮਹਿ ਨਾਨਕ ਪ੍ਰਭ ਸਰਣਾਈ ॥੪॥੧੫॥੨੬॥ ହେ ପ୍ରଭୁ! ନାନକ ତୋର ହିଁ ଶରଣ ନେଇଛନ୍ତି, ଏଥିପାଇଁ ତାହାଙ୍କୁ ସଂସାର ସାଗରରୁ ପାର କରାଇ ଦିଅ||4||15||26||
ਸੋਰਠਿ ਮਹਲਾ ੫ ॥ ସୋରଠି ମହଲା 5 ॥
ਪਾਰਬ੍ਰਹਮੁ ਹੋਆ ਸਹਾਈ ਕਥਾ ਕੀਰਤਨੁ ਸੁਖਦਾਈ ॥ ପରଂବ୍ରହ୍ମ ପ୍ରଭୁ ମୋର ସହାୟକ ହୋଇଛନ୍ତି ଏବଂ ତାହାଙ୍କ କୀର୍ତ୍ତନ ସୁଖଦାୟକ ଅଟେ।
ਗੁਰ ਪੂਰੇ ਕੀ ਬਾਣੀ ਜਪਿ ਅਨਦੁ ਕਰਹੁ ਨਿਤ ਪ੍ਰਾਣੀ ॥੧॥ ହେ ପ୍ରାଣୀ! ପୂର୍ଣ୍ଣ ଗୁରୁଙ୍କ ବାଣୀ ଜପ କରି ନିତ୍ୟ ଆନନ୍ଦ ପାଅ ॥1॥
ਹਰਿ ਸਾਚਾ ਸਿਮਰਹੁ ਭਾਈ ॥ ହେ ଭାଇ! ସଚ୍ଚା ପରମେଶ୍ଵରଙ୍କ ଆରାଧନା କର।
ਸਾਧਸੰਗਿ ਸਦਾ ਸੁਖੁ ਪਾਈਐ ਹਰਿ ਬਿਸਰਿ ਨ ਕਬਹੂ ਜਾਈ ॥ ਰਹਾਉ ସତସଙ୍ଗତିରେ ସର୍ବଦା ସୁଖ ପ୍ରାପ୍ତି ହୋଇଥାଏ ଏବଂ ଭଗବାନ କେବେ ମଧ୍ୟ ବିସ୍ମୃତ ହୁଅନ୍ତି ନାହିଁ॥ରୁହ॥
ਅੰਮ੍ਰਿਤ ਨਾਮੁ ਪਰਮੇਸਰੁ ਤੇਰਾ ਜੋ ਸਿਮਰੈ ਸੋ ਜੀਵੈ ॥ ହେ ପରମେଶ୍ଵର! ତୋର ନାମ ଅମୃତ ଅଟେ, ଯିଏ ତୋର ନାମ ସ୍ମରଣ କରିଥାଏ, ସେ ଜୀବିତ ରହିଥାଏ।
ਜਿਸ ਨੋ ਕਰਮਿ ਪਰਾਪਤਿ ਹੋਵੈ ਸੋ ਜਨੁ ਨਿਰਮਲੁ ਥੀਵੈ ॥੨॥ ଯାହା ଉପରେ ପରମାତ୍ମାଙ୍କ କୃପା ହୋଇଥାଏ, ସେହି ମନୁଷ୍ୟ ପବିତ୍ର ହୋଇଯାଏ॥2॥
ਬਿਘਨ ਬਿਨਾਸਨ ਸਭਿ ਦੁਖ ਨਾਸਨ ਗੁਰ ਚਰਣੀ ਮਨੁ ਲਾਗਾ ॥ ମୋର ମନ ସେହି ଗୁରୁଙ୍କ ଚରଣରେ ଲାଗି ଯାଇଛି, ଯିଏ ବିଘ୍ନର ବିନାଶ କରିଥାନ୍ତି ଏବଂ ସବୁ ଦୁଃଖର ନାଶ କରିଥାନ୍ତି।
ਗੁਣ ਗਾਵਤ ਅਚੁਤ ਅਬਿਨਾਸੀ ਅਨਦਿਨੁ ਹਰਿ ਰੰਗਿ ਜਾਗਾ ॥੩॥ ଅଚ୍ୟୁତ ଅବିନାଶୀ ପ୍ରଭୁଙ୍କ ଗୁଣଗାନ କରି ମୁଁ ରାତିଦିନ ହଋ-ରଙ୍ଗରେ ଜାଗ୍ରତ ରହିଥାଏ॥3॥
ਮਨ ਇਛੇ ਸੇਈ ਫਲ ਪਾਏ ਹਰਿ ਕੀ ਕਥਾ ਸੁਹੇਲੀ ॥ ସୁଖକାରୀ ହରିଙ୍କ କଥା ଶୁଣିବା ଦ୍ଵାରା ମୋତେ ମନୋବାଞ୍ଚିତ ଫଳର ପ୍ରାପ୍ତି ହୋଇ ଯାଇଛି।
ਆਦਿ ਅੰਤਿ ਮਧਿ ਨਾਨਕ ਕਉ ਸੋ ਪ੍ਰਭੁ ਹੋਆ ਬੇਲੀ ॥੪॥੧੬॥੨੭॥ ଆଦିକାଳ, ମଧ୍ୟକାଳ ଏବଂ ଅନ୍ତକାଳ ପର୍ଯ୍ୟନ୍ତ ସେହି ପ୍ରଭୁ ହିଁ ନାନକଙ୍କ ସାଥିରେ ରହିଥାନ୍ତି ||4||16||27||
ਸੋਰਠਿ ਮਹਲਾ ੫ ਪੰਚਪਦਾ ॥ ସୋରଠି ମହଲା 5 ପଞ୍ଚପଦୀ ॥
ਬਿਨਸੈ ਮੋਹੁ ਮੇਰਾ ਅਰੁ ਤੇਰਾ ਬਿਨਸੈ ਅਪਨੀ ਧਾਰੀ ॥੧॥ ଇଶ୍ଵର କରନ୍ତୁ ମୋର ମୋହ ଏବଂ ‘ ମୋର-ତୋର’ ଭାବନା ତଥା ଅହଂତ୍ଵ ନାଶ ହୋଇଯାଉ॥1॥
ਸੰਤਹੁ ਇਹਾ ਬਤਾਵਹੁ ਕਾਰੀ ॥ ହେ ସନ୍ଥ! ମୋତେ ଏପରି କୌଣସି ଯୁକ୍ତି କୁହ,
ਜਿਤੁ ਹਉਮੈ ਗਰਬੁ ਨਿਵਾਰੀ ॥੧॥ ਰਹਾਉ ॥ ଯାହାଦ୍ୱାରା ମୋର ଆତ୍ମାଭିମାନ ଓ ଗର୍ବ ନାଶ ହୋଇଯାଏ॥1॥ରୁହ॥
ਸਰਬ ਭੂਤ ਪਾਰਬ੍ਰਹਮੁ ਕਰਿ ਮਾਨਿਆ ਹੋਵਾਂ ਸਗਲ ਰੇਨਾਰੀ ॥੨॥ ସାରା ଦୁନିଆର ଲୋକଙ୍କୁ ମୁଁ ପରଂବ୍ରହ୍ମଙ୍କ ରୂପ ହିଁ ମାନିଥାଏ ଏବଂ ସବୁଙ୍କ ଚରଣ-ଧୁଳି ହିଁ ହୋଇଥାଏ॥2॥
ਪੇਖਿਓ ਪ੍ਰਭ ਜੀਉ ਅਪੁਨੈ ਸੰਗੇ ਚੂਕੈ ਭੀਤਿ ਭ੍ਰਮਾਰੀ ॥੩॥ ପୂଜ୍ୟ ପରମେଶ୍ଵରଙ୍କୁ ସର୍ବଦା ନିଜ ସାଥିରେ ହିଁ ଦେଖିଛି, ଯାହାଦ୍ୱାରା ମୋର ଦ୍ଵିଧାର ପ୍ରାଚୀର ଧ୍ଵଂସ ହୋଇ ଯାଇଛି॥3॥
ਅਉਖਧੁ ਨਾਮੁ ਨਿਰਮਲ ਜਲੁ ਅੰਮ੍ਰਿਤੁ ਪਾਈਐ ਗੁਰੂ ਦੁਆਰੀ ॥੪॥ ଭଗବାନଙ୍କ ନାମ-ଔଷଧ ଏବଂ ନିର୍ମଳ ଅମୃତ ଜଳର ପ୍ରାପ୍ତି ଗୁରୁଙ୍କ ଦ୍ଵାରା ହିଁ ହୋଇଥାଏ॥4॥
ਕਹੁ ਨਾਨਕ ਜਿਸੁ ਮਸਤਕਿ ਲਿਖਿਆ ਤਿਸੁ ਗੁਰ ਮਿਲਿ ਰੋਗ ਬਿਦਾਰੀ ॥੫॥੧੭॥੨੮॥ ହେ ନାନକ! ଯେଉଁ ବ୍ୟକ୍ତିର ଭାଗ୍ୟରେ ଲେଖା ହୋଇଛି, ସେ ଗୁରୁଙ୍କ ସହିତ ମିଶି ନିଜର ରୋଗ ନଷ୍ଟ କରି ଦେଇଛନ୍ତି||5||17||28||


© 2017 SGGS ONLINE
error: Content is protected !!
Scroll to Top