Page 6
                    ਆਖਹਿ ਗੋਪੀ ਤੈ ਗੋਵਿੰਦ ॥
                   
                    
                                          
                        ଗିରିଧର ଗୋପାଳ କୃଷ୍ଣ ତଥା ତାଙ୍କରି ଗୋପୀମାନେ ମଧ୍ୟ ନିରଙ୍କାରଙ୍କ ଗୁଣଗାନ କରନ୍ତି।
                                            
                    
                    
                
                                   
                    ਆਖਹਿ ਈਸਰ ਆਖਹਿ ਸਿਧ ॥
                   
                    
                                          
                        ମହାଦେବ ତଥା ଗୋରଖ ଆଦି ସିଦ୍ଧ ମଧ୍ୟ ତାଙ୍କରି କୀର୍ତି କହନ୍ତି।
                                            
                    
                    
                
                                   
                    ਆਖਹਿ ਕੇਤੇ ਕੀਤੇ ਬੁਧ ॥
                   
                    
                                          
                        ସେହି ସୃଷ୍ଟିକର୍ତ୍ତା ଏହି ଜଗତରେ ଯେତେ ବୁଦ୍ଧିମାନ ଜାତ କରିଛନ୍ତି ସେମାନେ ମଧ୍ୟ ତାଙ୍କରି ଯଶ କହନ୍ତି।
                                            
                    
                    
                
                                   
                    ਆਖਹਿ ਦਾਨਵ ਆਖਹਿ ਦੇਵ ॥
                   
                    
                                          
                        ସମସ୍ତ ଦୈତ୍ୟ ଓ ଦେବତା ଆଦି ମଧ୍ୟ ତାଙ୍କରି ମହିମା କହନ୍ତି।
                                            
                    
                    
                
                                   
                    ਆਖਹਿ ਸੁਰਿ ਨਰ ਮੁਨਿ ਜਨ ਸੇਵ ॥
                   
                    
                                          
                        ସଂସାରର ସବୁ ପୂଣ୍ୟ-କର୍ମୀ ମାନବ, ନାରଦ ଆଦି ଋଷି-ମୁନି ତଥା ଅନୁ ଭକ୍ତ ତାଙ୍କରି ପ୍ରଶଂସାର ଗୀତ ଗାନ କରନ୍ତି।
                                            
                    
                    
                
                                   
                    ਕੇਤੇ ਆਖਹਿ ਆਖਣਿ ਪਾਹਿ ॥
                   
                    
                                          
                        କେତେ ଜୀବ ବର୍ତ୍ତମାନ କହୁଛନ୍ତି, ତଥା କେତେ ଭବିଷ୍ୟତରେ କହିବାକୁ ଯତ୍ନ କରିବେ
                                            
                    
                    
                
                                   
                    ਕੇਤੇ ਕਹਿ ਕਹਿ ਉਠਿ ਉਠਿ ਜਾਹਿ ॥
                   
                    
                                          
                        ଅନେକ ଜୀବ ଅତୀତ କାଳରେ କହି ନିଜ ଜୀବନ ସମାପ୍ତ କରିଛନ୍ତି।
                                            
                    
                    
                
                                   
                    ਏਤੇ ਕੀਤੇ ਹੋਰਿ ਕਰੇਹਿ ॥
                   
                    
                                          
                        ଏତିକି ଆମେ ଗଣି ପାରିଛୁ, ଯଦି ଏଥିରେ ଆହୁରି ଅଧିକ ଯୋଗ କରାଯାଏ।
                                            
                    
                    
                
                                   
                    ਤਾ ਆਖਿ ਨ ਸਕਹਿ ਕੇਈ ਕੇਇ ॥
                   
                    
                                          
                        ତାହାହେଲେ ମଧ୍ୟ କେହି ସାଧନ ଦ୍ଵାରା ତାଙ୍କରି ଅମୂଲ୍ୟ ସ୍ତୁତି କହି ପାରିବେ ନାହିଁ। 
                                            
                    
                    
                
                                   
                    ਜੇਵਡੁ ਭਾਵੈ ਤੇਵਡੁ ਹੋਇ ॥
                   
                    
                                          
                        ଯେତେ ସ୍ଵ-ବିସ୍ତାର ଚାହାନ୍ତି ସେତେ ବିସ୍ତୃତ ହୋଇଯାନ୍ତି।
                                            
                    
                    
                
                                   
                    ਨਾਨਕ ਜਾਣੈ ਸਾਚਾ ਸੋਇ ॥
                   
                    
                                          
                        ଶ୍ରୀ ଗୁରୁ ନାନକ ଦେବ ଜୀ କହନ୍ତି ଯେ ସେ ସତ୍ୟ ସ୍ୱରୂପ ନିରଙ୍କାର ହିଁ ନିଜର ଅମୂଲ୍ୟ ଗୁଣ ଜାଣନ୍ତି।
                                            
                    
                    
                
                                   
                    ਜੇ ਕੋ ਆਖੈ ਬੋਲੁਵਿਗਾੜੁ ॥
                   
                    
                                          
                        ଯଦି କୌଣସି ନିରର୍ଥକ କହିବା ବାଲା ପରମେଶ୍ଵରଙ୍କ ଅନ୍ତ କହେ ଯେ ସେ ଏତିକି
                                            
                    
                    
                
                                   
                    ਤਾ ਲਿਖੀਐ ਸਿਰਿ ਗਾਵਾਰਾ ਗਾਵਾਰੁ ॥੨੬॥
                   
                    
                                          
                        ତାହାହେଲେ ତାହାକୁ ମହାମୂର୍ଖ ଗଣାଯାଏ। ॥26॥
                                            
                    
                    
                
                                   
                    ਸੋ ਦਰੁ ਕੇਹਾ ਸੋ ਘਰੁ ਕੇਹਾ ਜਿਤੁ ਬਹਿ ਸਰਬ ਸਮਾਲੇ ॥
                   
                    
                                          
                        ସେହି ପ୍ରତିପାଳକ ଇଶ୍ଵରଙ୍କ ଦ୍ଵାର ତଥା ଘର କିପରି ଅଟେ, ଯେଉଁଠି ବସି ସେ ସଂପୂର୍ଣ୍ଣ ସୃଷ୍ଟିକୁ ସମ୍ଭାଳନ୍ତି?
                                            
                    
                    
                
                                   
                    ਵਾਜੇ ਨਾਦ ਅਨੇਕ ਅਸੰਖਾ ਕੇਤੇ ਵਾਵਣਹਾਰੇ ॥
                   
                    
                                          
                        (ଏଠାରେ ସଦଗୁରୁ ଜୀ ଏହି ପ୍ରଶ୍ନର ନିବୃତ୍ତିରେ ଉତ୍ତର ଦିଅନ୍ତି) ହେ ମାନବ! ତାଙ୍କରି ଦ୍ଵାରରେ ନାନା ପ୍ରକାର ଅସଂଖ୍ୟ ବାଜା ବାଜୁଛି ଆଉ କେତେ ବାଦକ ବିଦ୍ୟମାନ ଅଛନ୍ତି।
                                            
                    
                    
                
                                   
                    ਕੇਤੇ ਰਾਗ ਪਰੀ ਸਿਉ ਕਹੀਅਨਿ ਕੇਤੇ ਗਾਵਣਹਾਰੇ ॥
                   
                    
                                          
                        କେତେ ରାଗ ଓ ରାଗିଣୀ ଏବଂ ଗାଇବା ପାଇଁ କେତେ ଗନ୍ଧର୍ବ ଆଦି ଅଛନ୍ତି।
                                            
                    
                    
                
                                   
                    ਗਾਵਹਿ ਤੁਹਨੋ ਪਉਣੁ ਪਾਣੀ ਬੈਸੰਤਰੁ ਗਾਵੈ ਰਾਜਾ ਧਰਮੁ ਦੁਆਰੇ ॥
                   
                    
                                          
                        ସେହି ନିରଙ୍କାରଙ୍କ ଯଶ ପବନ, ଜଳ ତଥା ଅଗ୍ନି ଦେବ ଗାଆନ୍ତି ତଥା ସମସ୍ତ ଜୀବଙ୍କ କର୍ମର ବିଶ୍ଳେଷକଧର୍ମରାଜ ମଧ୍ୟ ତାଙ୍କରି ଦ୍ଵାରରେ ଦଣ୍ଡାୟମାନ ହୋଇ ତାଙ୍କରି ମହିମା ଗାନ କରନ୍ତି।
                                            
                    
                    
                
                                   
                    ਗਾਵਹਿ ਚਿਤੁ ਗੁਪਤੁ ਲਿਖਿ ਜਾਣਹਿ ਲਿਖਿ ਲਿਖਿ ਧਰਮੁ ਵੀਚਾਰੇ ॥
                   
                    
                                          
                        ଜୀବ ମାନଙ୍କ ଦ୍ଵାରା କରାଯାଇଥିଇବା କର୍ମ ଙ୍କୁ ଲେଖିଇବା ବାଲା ଚିତ୍ର–ଗୁପ୍ତ ମଧ୍ୟ ଅକାଳ–ପୁରୁଷ ଙ୍କ ଯଶଗାନ କରୁଛନ୍ତି ତଥା ଧର୍ମରାଜ ଚିତ୍ରଗୁପ୍ତ ଦ୍ଵାରା ଲେଖାଯାଇଥିବା ଶୁଭ–ଅଶୁଭ କର୍ମ ଙ୍କୁ ବିଚାର କରୁଛନ୍ତି । 
                                            
                    
                    
                
                                   
                    ਗਾਵਹਿ ਈਸਰੁ ਬਰਮਾ ਦੇਵੀ ਸੋਹਨਿ ਸਦਾ ਸਵਾਰੇ ॥
                   
                    
                                          
                        ପରମାତ୍ମା ଦ୍ଵାରା ପ୍ରତିପାଦିତ ଶିବ, ବ୍ରହ୍ମା ବା ତାଙ୍କର ଦେବୀ ଯିଏ ଶୋଭାବାନ ଅଟେ, ସବୁବେଳେ ତାଙ୍କର ସ୍ତୁତି – ଗାନ କରୁଛନ୍ତି । 
                                            
                    
                    
                
                                   
                    ਗਾਵਹਿ ਇੰਦ ਇਦਾਸਣਿ ਬੈਠੇ ਦੇਵਤਿਆ ਦਰਿ ਨਾਲੇ ॥
                   
                    
                                          
                        ହେ ନିରଙ୍କାର  ! ସମସ୍ତ ଦେବତାମାନେ ଏବଂ ସ୍ଵର୍ଗର ଅଧିପତି ଇନ୍ଦ୍ର ନିଜର ସିଂହାସନ ଉପରେ ବସି ଅନ୍ୟ ଦେବତା ମାନଙ୍କ ସହ ତୁମର ଦ୍ଵାରରେ ଦଣ୍ଡାୟମାନ ହୋଇ ତୁମ୍ଭର ଯଶ ଗାନ କରୁଛନ୍ତି । 
                                            
                    
                    
                
                                   
                    ਗਾਵਹਿ ਸਿਧ ਸਮਾਧੀ ਅੰਦਰਿ ਗਾਵਨਿ ਸਾਧ ਵਿਚਾਰੇ ॥
                   
                    
                                          
                        ସିଦ୍ଧ ଲୋକ ସମାଧିରେ ସ୍ଥିତ ହେଇ ତୁମର ଯଶ ଗାଉଛନ୍ତି , ଯିଏ ବିଚାରବନ୍ତ ସାଧୁ, ସେ ବିବେକରୁ ଯଶଗାନ କରୁଛନ୍ତି । 
                                            
                    
                    
                
                                   
                    ਗਾਵਨਿ ਜਤੀ ਸਤੀ ਸੰਤੋਖੀ ਗਾਵਹਿ ਵੀਰ ਕਰਾਰੇ ॥
                   
                    
                                          
                        ତୁମର ସ୍ତୁତିଗାନ ଯତି, ସତୀ ଏବଂ ସନ୍ତୁଷ୍ଟ ବ୍ୟକ୍ତି ମଧ୍ୟ ଗାଉଛନ୍ତି ତଥା ପରାକ୍ରମୀ ଯୋଦ୍ଧା ତୁମର ମହିମା ଗାନ କରୁଛନ୍ତି । 
                                            
                    
                    
                
                                   
                    ਗਾਵਨਿ ਪੰਡਿਤ ਪੜਨਿ ਰਖੀਸਰ ਜੁਗੁ ਜੁਗੁ ਵੇਦਾ ਨਾਲੇ ॥
                   
                    
                                          
                        ସଂସାରର ସମସ୍ତ ବିଦ୍ଵାନ ବା ମହାନ ଜିତେନ୍ଦ୍ରିୟ ରୁଷି-ମୁନି ଯୁଗ-ଯୁଗରୁ ବେଦ ପଢି-ପଢି ତାଙ୍କ ଅକାଳ ପୁରୁଷଙ୍କ ଯଶଗାନ କରୁଛନ୍ତି । 
                                            
                    
                    
                
                                   
                    ਗਾਵਹਿ ਮੋਹਣੀਆ ਮਨੁ ਮੋਹਨਿ ਸੁਰਗਾ ਮਛ ਪਇਆਲੇ ॥
                   
                    
                                          
                        ମନର ମୋହ ଆଣିବା ବାଲି ସମସ୍ତ ସୁନ୍ଦର ସ୍ତ୍ରୀ ସ୍ଵର୍ଗ ଲୋକ , ମୃତ୍ୟୁ ଲୋକ ଓ ପାତାଳ ଲୋକରେ ତୁମର ଗୁଣଗାନ କରୁଛନ୍ତି । 
                                            
                    
                    
                
                                   
                    ਗਾਵਨਿ ਰਤਨ ਉਪਾਏ ਤੇਰੇ ਅਠਸਠਿ ਤੀਰਥ ਨਾਲੇ ॥
                   
                    
                                          
                        ନିରଙ୍କାର ଦ୍ଵାରା ଉତ୍ପନ୍ନ କରାଯାଇଥିବା ଚଉଦ ରତ୍ନ , ସଂସାରର ଅଠଷଠି ତୀର୍ଥ ତଥା ସେଠାରେ ବିଦ୍ୟମାନ ସନ୍ଥ ମଧ୍ୟ ତାଙ୍କର ଯଶ ଗାଉଛନ୍ତି । 
                                            
                    
                    
                
                                   
                    ਗਾਵਹਿ ਜੋਧ ਮਹਾਬਲ ਸੂਰਾ ਗਾਵਹਿ ਖਾਣੀ ਚਾਰੇ ॥
                   
                    
                                          
                        ସବୁ ଯୋଦ୍ଧା , ମହାବଳୀ , ଶୂରବୀର ଅକାଳ ପୁରୁଷଙ୍କ ଯଶ ଗାଉଛନ୍ତି , ଉତ୍ପତ୍ତିର ଚାରୋଟି ସ୍ରୋତ (ଅଣ୍ଡଜ , ଜରାୟୁଜ , ସ୍ଵେଦଜ ବା ଉଦ୍ଭିଜ୍ଜ ) ମଧ୍ୟ ତାଙ୍କର ଗୁଣ ଗାଉଛନ୍ତି । 
                                            
                    
                    
                
                                   
                    ਗਾਵਹਿ ਖੰਡ ਮੰਡਲ ਵਰਭੰਡਾ ਕਰਿ ਕਰਿ ਰਖੇ ਧਾਰੇ ॥
                   
                    
                                          
                        ନବଖଣ୍ଡ , ମଣ୍ଡଳ ଓ ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ,ଯାହା ସେହି ରଚୟିତା  ରଚନା କରି  ଧାରଣ କରି ରଖିଛନ୍ତି , ସେ ସମସ୍ତେ ତୋର ସ୍ତୁତି ଗାଉଛନ୍ତି । 
                                            
                    
                    
                
                                   
                    ਸੇਈ ਤੁਧੁਨੋ ਗਾਵਹਿ ਜੋ ਤੁਧੁ ਭਾਵਨਿ ਰਤੇ ਤੇਰੇ ਭਗਤ ਰਸਾਲੇ ॥
                   
                    
                                          
                        ବାସ୍ତବରେ ସେ ହିଁ ତୋର କୀର୍ତି କୁ ଗାଇପାରିବେ ଯିଏ ତୋର ଭକ୍ତିରେ ଲୀନ ହୋଇ , ତୋର ନାମର ରସିକ, ଏବଂ ଯିଏ ତୋତେ ଭଲ ଲାଗେ। 
                                            
                    
                    
                
                                   
                    ਹੋਰਿ ਕੇਤੇ ਗਾਵਨਿ ਸੇ ਮੈ ਚਿਤਿ ਨ ਆਵਨਿ ਨਾਨਕੁ ਕਿਆ ਵੀਚਾਰੇ ॥
                   
                    
                                          
                        ଅନେକ – ଅନେକ ଆଉ  ମଧ୍ୟ କେତେ ଏମିତି ଜୀବ ମୋତେ ସ୍ମରଣ ହେଉନି , ଯିଏ ତୁମର ଯଶୋଗାନ କରୁଛନ୍ତି , ହେ ନାନକ ! ମୁଁ କେଉଁ ପର୍ଯ୍ୟନ୍ତ ତାଙ୍କ ବିଚାର କରିବି , ଅର୍ଥାତ ଯଶୋଗାନ କରିବା ବାଲା ଜୀବଙ୍କ ଗଣନା ମୁଁ କେଉଁ ପର୍ଯ୍ୟନ୍ତ କରିବି । 
                                            
                    
                    
                
                                   
                    ਸੋਈ ਸੋਈ ਸਦਾ ਸਚੁ ਸਾਹਿਬੁ ਸਾਚਾ ਸਾਚੀ ਨਾਈ ॥
                   
                    
                                          
                        ସେହି ସତ୍ୟସ୍ଵରୂପ ଅକାଳ ପୁରୁଷ ଅତୀତକାଳରେ ତଥା , ସେହି ସଦଗୁଣୀ ନିରଙ୍କାର ବର୍ତ୍ତମାନରେ ମଧ୍ୟ 
                                            
                    
                    
                
                                   
                    ਹੈ ਭੀ ਹੋਸੀ ਜਾਇ ਨ ਜਾਸੀ ਰਚਨਾ ਜਿਨਿ ਰਚਾਈ ॥
                   
                    
                                          
                        ସେ ଭବିଷ୍ୟତରେ ସବୁଦିନେ ରହିବ , ସେ ସୃଜନହାର ପରମାତ୍ମା ନା ଜନ୍ମ ନେଉଛି ଆଉ ନା ହିଁ  ତାଙ୍କର ନାଶ ହେଉଛି । 
                                            
                    
                    
                
                                   
                    ਰੰਗੀ ਰੰਗੀ ਭਾਤੀ ਕਰਿ ਕਰਿ ਜਿਨਸੀ ਮਾਇਆ ਜਿਨਿ ਉਪਾਈ ॥
                   
                    
                                          
                        ଯେଉଁ ସୃଷ୍ଟି ରଚୟିତା ଈଶ୍ଵର ରଙ୍ଗ-ବେରଙ୍ଗ, କେତେ ପ୍ରକାରର ଆକାର ବା ଅନେକ ଜୀବଙ୍କର ଉତ୍ପତ୍ତି ନିଜର ମାୟା ଦ୍ଵାରା କରିଛନ୍ତି । 
                                            
                    
                    
                
                                   
                    ਕਰਿ ਕਰਿ ਵੇਖੈ ਕੀਤਾ ਆਪਣਾ ਜਿਵ ਤਿਸ ਦੀ ਵਡਿਆਈ ॥
                   
                    
                                          
                        ନିଜର ଏହି ଉତ୍ପତ୍ତି କରି ସେ  ନିଜର ରୁଚି ଅନୁସାରେ ହିଁ  ଦେଖୁଛନ୍ତି ଅର୍ଥାତ ତାର ଯତ୍ନ ନିଜର ଇଛାନୁସାରେ ହି କରୁଛନ୍ତି। 
                                            
                    
                    
                
                                   
                    ਜੋ ਤਿਸੁ ਭਾਵੈ ਸੋਈ ਕਰਸੀ ਹੁਕਮੁ ਨ ਕਰਣਾ ਜਾਈ ॥
                   
                    
                                          
                        ସେ ଅକାଳ ପୁରୁଷଙ୍କୁ ଯାହା ବି ଭଲ ଲାଗେ ସେହି କାର୍ଯ୍ୟ ସେ କରୁଛନ୍ତି ଏବଂ ଭବିଷ୍ୟରେ କରିବେ, ଏଥି ପ୍ରତି ତାଙ୍କୁ ଆଦେଶ କରିବା ବାଲା ତାଙ୍କ ସମକକ୍ଷ କିଏ ନାହିଁ । 
                                            
                    
                    
                
                                   
                    ਸੋ ਪਾਤਿਸਾਹੁ ਸਾਹਾ ਪਾਤਿਸਾਹਿਬੁ ਨਾਨਕ ਰਹਣੁ ਰਜਾਈ ॥੨੭॥
                   
                    
                                          
                        ଗୁରୁ ନାନକଙ୍କ ସନ୍ଦେଶ ଏହା ଯେ ହେ ମାନବ ! ସେହି ଇଶ୍ଵର ଶାହାଙ୍କର ଶାହା ଅର୍ଥାତ ଶାହନସାହ , ତାଙ୍କରି ଆଜ୍ଞାରେ ରହିବା ଉଚିତ । ॥27॥
                                            
                    
                    
                
                                   
                    ਮੁੰਦਾ ਸੰਤੋਖੁ ਸਰਮੁ ਪਤੁ ਝੋਲੀ ਧਿਆਨ ਕੀ ਕਰਹਿ ਬਿਭੂਤਿ ॥
                   
                    
                                          
                        ଗୁରୁଜୀ କହନ୍ତି ଯେ ହେ ମାନବ ଯୋଗୀ! ତୁମ ସନ୍ତୋଷ ରୂପ ମୁଦ୍ରା , ଦୁଷ୍କର୍ମରୁ ଲାଜ ରୂପୀ ପାତ୍ର , ପାପ ରହିତ ହେଇ ଲୋକ-ପରଲୋକରେ ବନାଯାଉଥିବା ପ୍ରତିଷ୍ଠା ରୂପୀ ଝୋଲି ଗ୍ରହଣ କର ତଥା ଶରୀରକୁ ପ୍ରଭୁଙ୍କ ନାମ ସ୍ମରଣ ରୂପୀ ବିଭୁତି ଲଗାଇ ରଖ। 
                                            
                    
                    
                
                                   
                    ਖਿੰਥਾ ਕਾਲੁ ਕੁਆਰੀ ਕਾਇਆ ਜੁਗਤਿ ਡੰਡਾ ਪਰਤੀਤਿ ॥
                   
                    
                                          
                        ମୃତ୍ୟୁର ସ୍ମରଣ କରିବା ତୋର ଜୀର୍ଣ୍ଣ ବସ୍ତ୍ର, ଶରୀରର ପବିତ୍ର ରହିବା ଯୋଗର ମିଳନ ଅଟେ, ଅକାଳ ପୁରୁଷ ଉପରେ ଦୃଢ ବିଶ୍ଵାସ ତୁମର ଅସ୍ତ୍ର ହେବ । ଏହି ସବୁ ସଦାଚାରକୁ ଗ୍ରହଣ କରିବା ହିଁ ବାସ୍ତବିକ ଯୋଗୀ ବେଶ ଅଟେ।    
                                            
                    
                    
                
                                   
                    ਆਈ ਪੰਥੀ ਸਗਲ ਜਮਾਤੀ ਮਨਿ ਜੀਤੈ ਜਗੁ ਜੀਤੁ ॥
                   
                    
                                          
                        ସଂସାରର ସମସ୍ତ ଜୀବଙ୍କ ଠାରେ ତୁମର ପ୍ରେମ ହେଉ ଅର୍ଥାତ ତାଙ୍କରି ଦୁଃଖ-ସୁଖକୁ ତୁମେ ନିଜ ଦୁଃଖ-ସୁଖ ଅନୁଭବ କର, ଏହା ତୁମର ଶ୍ରେଷ୍ଠ ପନ୍ଥ ଅଟେ। କାମ ଆଦି ବିକରରୁ ମନକୁ ଜିତିବା ଜଗତ ଉପରେ ବିଜୟ ପ୍ରାପ୍ତ ସମାନ ଅଟେ।  
                                            
                    
                    
                
                                   
                    ਆਦੇਸੁ ਤਿਸੈ ਆਦੇਸੁ ॥
                   
                    
                                          
                        ନମସ୍କାର, କେବଳ ସେହି ସ୍ଵର୍ଗୀୟ ସ୍ୱରୂପ ନିରଙ୍କାରଙ୍କୁ ନମସ୍କାର ଅଟେ।
                                            
                    
                    
                
                                   
                    ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੨੮॥
                   
                    
                                          
                        ଯିଏ ସବୁର ମୂଳ, ରଙ୍ଗ ରହିତ, ପବିତ୍ର ସ୍ୱରୂପ, ଆଦି ରହିତ, ଅନଶ୍ଵର ଓ ଅପରିବର୍ତ୍ତନୀୟ ସ୍ୱରୂପ ଅଟେ। ॥28॥
                                            
                    
                    
                
                                   
                    ਭੁਗਤਿ ਗਿਆਨੁ ਦਇਆ ਭੰਡਾਰਣਿ ਘਟਿ ਘਟਿ ਵਾਜਹਿ ਨਾਦ ॥
                   
                    
                                          
                        ହେ ମାନବ! ନିରଙ୍କାରଙ୍କ ସ୍ଵର୍ଗ-ବ୍ୟାପକତାର ଜ୍ଞାନର ଭଣ୍ଡାର ହେବା ତୁମର ଭୋଜନ ଅଟେ, ତୁମର ହୃଦୟର ଦୟା ଭଣ୍ଡାର ରକ୍ଷକ ହେବ, କାରଣ ଦୟା-ଭାବ ରଖିଲେ ହିଁ ସଦଗୁଣ ପ୍ରାପ୍ତି ହୁଏ। ଜୀବ ମଧ୍ୟରେ ଯେଉଁ ଚେତନ ସତ୍ତା ପ୍ରକଟ ହେଉଛି ସେ ନାଦ ବାଜିବା ସଙ୍ଗେ ସମାନ। 
                                            
                    
                    
                
                                   
                    ਆਪਿ ਨਾਥੁ ਨਾਥੀ ਸਭ ਜਾ ਕੀ ਰਿਧਿ ਸਿਧਿ ਅਵਰਾ ਸਾਦ ॥
                   
                    
                                          
                        ଯିଏ ସଂପୂର୍ଣ୍ଣ ସୃଷ୍ଟିକୁ ଏକ ସୂତ୍ର ଦ୍ଵାରା ବାନ୍ଧି ରଖିଛନ୍ତି, ସେହି ରଚୟିତା ପରମାତ୍ମା ନାଥ, ସବୁ ରିଦ୍ଧି- ସିଦ୍ଧି ଅନ୍ୟ ପ୍ରକାରର ସ୍ଵାଦ ଅଟନ୍ତି।
                                            
                    
                    
                
                                   
                    ਸੰਜੋਗੁ ਵਿਜੋਗੁ ਦੁਇ ਕਾਰ ਚਲਾਵਹਿ ਲੇਖੇ ਆਵਹਿ ਭਾਗ ॥
                   
                    
                                          
                        ସଂଯୋଗ ଓ ବିଯୋଗ ରୂପୀ ନିୟମ ଦୁଇଟି ମିଶି ଏହି ସୃଷ୍ଟିର କାର୍ଯ୍ୟ ଚଳାଉଛନ୍ତି, କର୍ମାନୁସାରେ ହିଁ ଜୀବଙ୍କୁ ନିଜ ନିଜ ଭାଗ୍ୟ ପ୍ରାପ୍ତି ହୁଏ।