Odia Page 5

ਨਾਨਕ ਆਖਣਿ ਸਭੁ ਕੋ ਆਖੈ ਇਕ ਦੂ ਇਕੁ ਸਿਆਣਾ ॥
ହେ ନାନକ! ପ୍ରତ୍ୟେକ ଜୀବ ସ୍ଵୟଂକୁ ଅନ୍ୟଠାରୁ ଅଧିକ ବୁଝିବା ଲୋକ ଭାବି ପ୍ରଭୁଙ୍କ ବଡିମା ପ୍ରକାଶ କରିବା ପାଇଁ ପ୍ରଯତ୍ନ କରେ।

ਵਡਾ ਸਾਹਿਬੁ ਵਡੀ ਨਾਈ ਕੀਤਾ ਜਾ ਕਾ ਹੋਵੈ ॥
ପ୍ରଭୁ ସମସ୍ତଙ୍କ ଠାରୁ ବଡ ଅଟନ୍ତି, ତାଙ୍କର ବଡିମା ଅଧିକ ଉଚ୍ଚ ଅଟେ। ଯାହା କିଛି ଜଗତରେ ହେଉଛି , ତାଙ୍କରି କ୍ରିୟା ହିଁ ହେଉଛି।

ਨਾਨਕ ਜੇ ਕੋ ਆਪੌ ਜਾਣੈ ਅਗੈ ਗਇਆ ਨ ਸੋਹੈ ॥੨੧॥
ହେ ନାନକ! ଯଦି କେହି ମନୁଷ୍ୟ ନିଜର ଜ୍ଞାନ ବଳରେ ( ପ୍ରଭୁଙ୍କ ବଡିମାର ସୀମା ଖୋଜିବା ) ପ୍ରଯତ୍ନ କରେ, ସେ ପ୍ରଭୁଙ୍କ ଦ୍ଵାରକୁ ଗଲେ ଆଦର ଓ ମାନ ପାଏ ନାହିଁ।

ଛନ୍ଦ 22

ଏହି ଶ୍ଳୋକରେ କୁହାଯାଇଛି ଯେ ଈଶ୍ବରଙ୍କ ରଚନା ଏତେ ବିଶାଳ ଅଟେ ଯେ, ସେ ମନୁଷ୍ୟ ପାଇଁ ଜ୍ଞାତ ସବୁ ସୀମା ଉପରେ। କୌଣସି ଶବ୍ଦ ଏହାର ବର୍ଣ୍ଣନା କରିପାରିବ ନାହିଁ। କେବଳ ନିର୍ମାତା ଜାଣିଛନ୍ତି ତାଙ୍କରି ରଚନା କେତେ ବଡ। ( ଯେପରିକି ଏହାକୁ ଲଗାତର ନିର୍ମାଣ ଓ ନଷ୍ଟ କରାଯାଉଛି।)

This stanza states that God’s Creation is so vast that it is beyond all limits known to man. No words can describe it. Only the Creator knows how large His Creation is. (as it is continually being created and destroyed)

ਪਾਤਾਲਾ ਪਾਤਾਲ ਲਖ ਆਗਾਸਾ ਆਗਾਸ ॥
(ସବୁ) ବେଦ ଏକ ସ୍ଵରରେ କହନ୍ତି, “ ପାତାଳର ନିମ୍ନରେ ଆହୁରି ଅନେକ ପାତାଳ ଅଛି ଏବଂ ଆକାଶ ଉପରେ ଆହୁରି ଅନେକ ଆକାଶ ଅଛି”

ਓੜਕ ਓੜਕ ਭਾਲਿ ਥਕੇ ਵੇਦ ਕਹਨਿ ਇਕ ਵਾਤ ॥
( ଅସଂଖ୍ୟ ରୁଷି ମୁନି) ଜଗତର ଶେଷ ସୀମା ଖୋଜି ଖୋଜି ଠକି ଯାଇଛନ୍ତି( କିନ୍ତୁ ଖୋଜି ପାରି ନାହାନ୍ତି)

ਸਹਸ ਅਠਾਰਹ ਕਹਨਿ ਕਤੇਬਾ ਅਸੁਲੂ ਇਕੁ ਧਾਤੁ ॥
( ମୁସଲମାନ ଓ ଖ୍ରୀଷ୍ଟିୟାନର ଚାରି) ଧର୍ମ ଗ୍ରନ୍ଥ କହନ୍ତି, “ ଅଠର ହଜାର ସଂସାର ଅଛି, ଯାହାର ଆରମ୍ଭ ଏକ ପ୍ରଭୁ ଅଟନ୍ତି।“ ( କିନ୍ତୁ ଏହା ସତ୍ୟ ଯେ) ‘ହଜାର’ ଏବଂ ‘ଲକ୍ଷ’ ମଧ୍ୟ ପ୍ରକୃତିରେ ବ୍ୟବହାର କରାଯାଇପାରିବ ନାହିଁ।

ਲੇਖਾ ਹੋਇ ਤ ਲਿਖੀਐ ਲੇਖੈ ਹੋਇ ਵਿਣਾਸੁ ॥
(ଅକାଳ-ପୁରୁଷଙ୍କ ପ୍ରକୃତିର) ଲେଖା ସେତେବେଳେ ଲେଖାଯାଇପାରିବ , ଯେଉଁ ଲେଖା ସମ୍ଭବ ଅଟେ।( ଏହି ଲେଖା ହୋଇ ପାରିବ ନାହିଁ, ଲେଖୁ ଲେଖୁ ଅଙ୍କ ସରିଯିବ), ଶେଷରେ ସବୁ ଗଣତି ଆରମ୍ଭରୁ ହିଁ ଶେଷ ହୋଇଯିବ।

ਨਾਨਕ ਵਡਾ ਆਖੀਐ ਆਪੇ ਜਾਣੈ ਆਪੁ ॥੨੨॥
ହେ ନାନକ! ଯେଉଁ ପ୍ରଭୁଙ୍କୁ ( ସାରା ଜଗତରେ) ବଡ କୁହାଯାଏ, ସେ ସମ୍ଭବତଃ ନିଜକୁ ନିଜେ ଜାଣିଛନ୍ତି ( ନିଜର ବଡିମା ନିଜେ ଜାଣିଛନ୍ତି)॥22॥

ଛନ୍ଦ23

ଏହି ଶ୍ଳୋକର ସାରାଂଶ ଏହା ଯେ ଈଶ୍ବରଙ୍କ ରଚନା ତାଙ୍କରି ସବୁଠାରୁ ନିକଟ ଭକ୍ତ ଏବଂ ପ୍ରଶଂସକଙ୍କ ବୁଝିବା ଶକ୍ତିର ଉର୍ଦ୍ଦ୍ବରେ।

The synopsis of this stanza is that God’s Creation is beyond the comprehension of even His closest devotees and admirers.

ਸਾਲਾਹੀ ਸਾਲਾਹਿ ਏਤੀ ਸੁਰਤਿ ਨ ਪਾਈਆ ॥ ਨਦੀਆ ਅਤੈ ਵਾਹ ਪਵਹਿ ਸਮੁੰਦਿ ਨ ਜਾਣੀਅਹਿ ॥
ପ୍ରଶଂସା ଯୋଗ୍ୟ ପ୍ରଭୁଙ୍କ ମହାନତା ବର୍ଣ୍ଣନା କରି କରି କେହି ବି ମନୁଷ୍ୟ ଏତିକି ବୁଝିପାରିଲା ନାହିଁ ଯେ ପ୍ରଭୁ କେତେ ବଡ ତାର ଅନ୍ତ ପାଇପାରିବ। ( ମହିମା କରୁଥିବା ମନୁଷ୍ୟ ସେହି ପ୍ରଭୁଙ୍କ ପାଖରେ ଲୀନ ହୋଇଯାଏ)।( ଯେପରି) ନଦୀ ଓ ନାଳ ସମୁଦ୍ରରେ ମିଶନ୍ତି ( ଏବଂ ପରେ ଏମାନଙ୍କ ଅଲଗା ଅସ୍ତିତ୍ଵ ରହେ ନାହିଁ) ଏବଂ ଏହାକୁ ଚିହ୍ନି ହୁଏ ନାହିଁ ( ମଝିରେ ହିଁ ଲୀନ ହୋଇଯାନ୍ତି, ଓ ସମୁଦ୍ରର ଗଭୀରତା ଜାଣିପାରନ୍ତି ନାହିଁ।

ਸਮੁੰਦ ਸਾਹ ਸੁਲਤਾਨ ਗਿਰਹਾ ਸੇਤੀ ਮਾਲੁ ਧਨੁ ॥ਕੀੜੀ ਤੁਲਿ ਨ ਹੋਵਨੀ ਜੇ ਤਿਸੁ ਮਨਹੁ ਨ ਵੀਸਰਹਿ ॥੨੩॥
ସମ୍ପଦର ସମୁଦ୍ର ଓ ଧାନ-ପଦାର୍ଥର ପାହାଡ ଥିବା ସୁଲତାନ ( ଯାହାର ଖଜଣାରେ) (ପ୍ରଭୁଙ୍କ ମହିମା କରୁଥିବା ବ୍ୟକ୍ତିର ନଜରରେ )ଏକ କୀଟ ସହିତ ବି ସମାନ ହୁଏ ନାହିଁ, ଯଦି ସେହି କୀଟ ମନରେତୁମକୁ ଭୁଲି ନ ଯାଏ।॥23॥

ଛନ୍ଦ 24

ଏଠାରେ କୁହାଯାଇଛି ଯେଈଶ୍ବରଙ୍କ ରଚନାରେ କିଛି ଅନ୍ତ ନାହିଁ।ସେ ଏତେ ବିଶାଳ ଯେ ତାଙ୍କରି ସୀମାକୁ ଜାଣିବା ବା ବର୍ଣ୍ଣନା କରିବା ଅସମ୍ଭବ ଅଟେ। ଏହା ସହିତ, ତାଙ୍କରି ଗୁଣ କିମ୍ବା ଉଦ୍ଦେଶ୍ୟକୁ ଜାଣିବା ଅସମ୍ଭବ ଅଟେ। ସେ ଏକାକୀ ତାଙ୍କର ଉଚ୍ଚ ସ୍ଥିତିକୁ ଜାଣନ୍ତି।

It is stated here that there is no end to God’s creation. It is so vast that it is impossible to know or describe its boundaries. Also, it is not possible to know all His virtues or even His motives. He alone knows His Lofty and Exalted State.

ਅੰਤੁ ਨ ਸਿਫਤੀ ਕਹਣਿ ਨ ਅੰਤੁ ॥ਅੰਤੁ ਨ ਕਰਣੈ ਦੇਣਿ ਨ ਅੰਤੁ ॥
ପ୍ରଭୁଙ୍କ ଗୁଣର କୌଣସି ସୀମା ହଦ ନାହିଁ, ଗଣିଲେ ମଧ୍ୟ ଅନ୍ତ ପାଇପାରିବାନି।( ଗଣିପାରିବାନି)।ପ୍ରଭୁଙ୍କ ରଚନା ଓ ଦାନର ଅନ୍ତ ପାଇପାରିବା ନାହିଁ।

ਅੰਤੁ ਨ ਵੇਖਣਿ ਸੁਣਣਿ ਨ ਅੰਤੁ ॥ਅੰਤੁ ਨ ਜਾਪੈ ਕਿਆ ਮਨਿ ਮੰਤੁ ॥
ଦେଖିକି କିମ୍ବା ଶୁଣିକି ମଧ୍ୟ ଗୁଣକୁ ପାର କରିପାରିବା ନାହିଁ।ସେହି ପ୍ରଭୁଙ୍କ ମନରେ କଣ ଉପଦେଶ ଅଛି, ତାହାର ମଧ୍ୟ ଅନ୍ତ ପାଇପାରିବା ନାହିଁ।

ਅੰਤੁ ਨ ਜਾਪੈ ਕੀਤਾ ਆਕਾਰੁ ॥ਅੰਤੁ ਨ ਜਾਪੈ ਪਾਰਾਵਾਰੁ ॥
ପ୍ରଭୁ ଏହି ଜଗତକୁ ( ଯାହା ଦେଖାଯାଉଛି) ସୃଷ୍ଟି କରିଛନ୍ତି, କିନ୍ତୁ ଏହାର ଶେଷ, ଏପଟ – ସେପଟ ସୀମା ଦେଖାଯାଉ ନାହିଁ।

ਅੰਤ ਕਾਰਣਿ ਕੇਤੇ ਬਿਲਲਾਹਿ ॥ਤਾ ਕੇ ਅੰਤ ਨ ਪਾਏ ਜਾਹਿ ॥
କିଛି ମନୁଷ୍ୟ ପ୍ରଭୁଙ୍କ ସୀମା ଖୋଜିବା ପାଇଁ ବ୍ୟାକୁଳ ହେଉଛନ୍ତି ; କିନ୍ତୁ ସେମାନେ ତାଙ୍କରି ସୀମା ଖୋଜି ପାରିନାହାନ୍ତି।

ਏਹੁ ਅੰਤੁ ਨ ਜਾਣੈ ਕੋਇ ॥ਬਹੁਤਾ ਕਹੀਐ ਬਹੁਤਾ ਹੋਇ ॥
( ପ୍ରଭୁଙ୍କ ଗୁଣର) ଏହି ସୀମାକୁ ( ଯାହାକୁ ଅସଂଖ୍ୟ ଜୀବ ତଲାସ କରୁଛନ୍ତି) କୌଣସି ମନୁଷ୍ୟ ପାଉ ନାହାନ୍ତି। ଯେଉଁମାନେ କହି ଯାଉଛନ୍ତି ଯେ ସେ ବଡ ଅଟନ୍ତି, ସେମାନଙ୍କୁ ସେ ସେତେ ଅଧିକ ଅସୀମ ପ୍ରତୀତ ହେଲା ଭଳି ଲାଗୁଛି।

ਵਡਾ ਸਾਹਿਬੁ ਊਚਾ ਥਾਉ ॥ਊਚੇ ਉਪਰਿ ਊਚਾ ਨਾਉ ॥
ପ୍ରଭୁ ବହୁତ ବଡ , ତାଙ୍କର ନିବାସ ଉଚ୍ଚତମ ଅଟେ, ତାଙ୍କରି ଶୋଭା ମଧ୍ୟ ଉଚ୍ଚ ଅଟେ।

ਏਵਡੁ ਊਚਾ ਹੋਵੈ ਕੋਇ ॥ਤਿਸੁ ਊਚੇ ਕਉ ਜਾਣੈ ਸੋਇ ॥
ଯଦି ତାଙ୍କରି ଭଳି ବଡ ଅଛି, ସେ ହିଁ ଏହି ଉଚ୍ଚ ପ୍ରଭୁଙ୍କୁ ବୁଝିପାରିବ ( ଏହା କି ସେ କେତେ ବଡ ଅଟନ୍ତି)।

ਜੇਵਡੁ ਆਪਿ ਜਾਣੈ ਆਪਿ ਆਪਿ ॥ਨਾਨਕ ਨਦਰੀ ਕਰਮੀ ਦਾਤਿ ॥੨੪॥
ପ୍ରଭୁ ସ୍ଵୟଂ ହିଁ ଜାଣନ୍ତି ଯେ ସେ କେତେ ବଡ । ହେ ନାନକ! ପ୍ରତ୍ୟେକ ଦାନ , କୃପା ପ୍ରଭୁଙ୍କ ଆଶୀର୍ବାଦରୁ ହିଁ ମିଳେ।॥24॥

ଛନ୍ଦ 25

ଏହି ଶ୍ଳୋକରେ ଗୁରୁ ନାନକ କହନ୍ତି ଯେ ଉପହାରର ଅତଳ ରାଶି ପ୍ରଦାନ କରନ୍ତି, ସେ ସେହି ଲୋକଙ୍କୁ ମଧ୍ୟ ଦେଉଛନ୍ତି ଯିଏ ତାଙ୍କ ଠାରୁ କିଛି ମଧ୍ୟ ପ୍ରାପ୍ତ କରିବାକୁ ମନା କରିଦିଏ ଏବଂ ତାପରେ ମଧ୍ୟ ଯେତେବେଳେ ସେ ତାଙ୍କରି ଅସ୍ତିତ୍ଵକୁ ଅସ୍ଵୀକାର କରେ। ଅଜ୍ଞାନତା କାରଣରୁ ଆମେ ତାଙ୍କୁ ଧନ୍ୟବାଦ ଦେବା ଭୁଲି ଯାଉ ; ଏପରିକି ଯେପର୍ଯ୍ୟନ୍ତ ଆମେ ତାଙ୍କ ଉପହାର ଉପଭୋଗ କରୁଛନ୍ତି । ସବୁ କିଛି ତାଙ୍କ ଇଚ୍ଛାରେ ହେଉଛି। ଆମର ସବୁଠାରୁ ବଡ ଖଜଣା ହେଉଛି ପ୍ରେମ ଓ ଭକ୍ତି ସହିତ ତାଙ୍କୁ ସ୍ମରଣ କରିବାର ଇଚ୍ଛା; ଏବଂ ଏହି ଖଜଣା ଭଗବାନଙ୍କ ଆଶୀର୍ବାଦ ରୂପରେ ଦିଆଯାଉଛି।

In this stanza, Guru Nanak states that God bestows upon us immeasurable amounts of gifts; He keeps giving even to those who deny receiving anything from Him and even when they deny His existence. Due to ignorance, we forget to thank Him even as we consume His bounties.Everything happens by His Will.Desire to remember Him with love and devotion is the greatest treasure we can have, and this treasure is also gifted as a blessing from God.

ਬਹੁਤਾ ਕਰਮੁ ਲਿਖਿਆ ਨਾ ਜਾਇ ॥ਵਡਾ ਦਾਤਾ ਤਿਲੁ ਨ ਤਮਾਇ ॥
ପ୍ରଭୁ ବହୁତ ଦାନ ଦିଅନ୍ତି, ଏଥିରେ ତିଳେମାତ୍ର ପ୍ରତ୍ୟାଶା ନାହିଁ। ତାଙ୍କରିଆଶୀର୍ବାଦ ଏତେ ବଡ ଯେ ଲେଖାଯାଇପାରିବ ନାହିଁ।

ਕੇਤੇ ਮੰਗਹਿ ਜੋਧ ਅਪਾਰ ॥ਕੇਤਿਆ ਗਣਤ ਨਹੀ ਵੀਚਾਰੁ ॥
ଅସଂଖ୍ୟ ଯୋଦ୍ଧା ଏବଂ ଆହୁରି ଅନେକ ଅଛନ୍ତି ଯାହାର ଗଣତିରେ ବିଚାର କରାଯାଇପାରିବ ନାହିଁ।

ਕੇਤੇ ਖਪਿ ਤੁਟਹਿ ਵੇਕਾਰ ॥
ଅନେକ ଜୀବ ବିକାରରେ ବୁଡି ରହି ନାଶ ହୋଇଯାନ୍ତି।

ਕੇਤੇ ਲੈ ਲੈ ਮੁਕਰੁ ਪਾਹਿ ॥ਕੇਤੇ ਮੂਰਖ ਖਾਹੀ ਖਾਹਿ ॥
ଅସଂଖ୍ୟ ଜୀବ ( ପ୍ରଭୁଙ୍କ କୃପା ପଦାର୍ଥ) ପ୍ରାପ୍ତ କରି ଅସ୍ଵୀକାର କରନ୍ତି ( ଭାବ- କେବେ କହନ୍ତି ନାହିଁ ଯେ ସବୁ ପଦାର୍ଥ ଭଗବାନ ଦେଇଛନ୍ତି)। ଅନେକ ମୂର୍ଖ ( ପଦାର୍ଥ ନେଇ) ଖାଇ ଦିଅନ୍ତି ( କିନ୍ତୁ ଦାତାଙ୍କୁ ମନେ ରଖନ୍ତି ନାହିଁ)।

ਕੇਤਿਆ ਦੂਖ ਭੂਖ ਸਦ ਮਾਰ ॥ਏਹਿ ਭਿ ਦਾਤਿ ਤੇਰੀ ਦਾਤਾਰ ॥
ଅନେକ ଜୀବଙ୍କ ଭାଗ୍ୟରେ ମାଡ, କଷ୍ଟ ଓ କ୍ଷୁଧା ଲେଖା ଅଛି । ହେ ମହାଦାନୀ ପ୍ରଭୁ ! ଏହା ମଧ୍ୟ ତୁମର ଆଶୀର୍ବାଦ ଅଟେ ( କାରଣ ଏହି ଦୁଃଖ, କଷ୍ଟର କାରଣ ମନୁଷ୍ୟକୁ ତୁମର ସ୍ମରଣ କରାଏ )।

ਬੰਦਿ ਖਲਾਸੀ ਭਾਣੈ ਹੋਇ ॥ਹੋਰੁ ਆਖਿ ਨ ਸਕੈ ਕੋਇ ॥
ଏବଂ ( ମାୟାର ମୋହ ରୂପ)ବନ୍ଧନ ଠାରୁ ସ୍ଵାଧୀନତା ପାଇବାକୁ ହେଲେ ପ୍ରଭୁଙ୍କ ଇଚ୍ଛାରେ ଚାଲିବାକୁ ପଡେ। ଏହା ଛଡା ଅନ୍ୟ କୌଣସି ଉପାୟ କୌଣସି ମନୁଷ୍ୟ କହି ପାରେ ନାହିଁ।

ਜੇ ਕੋ ਖਾਇਕੁ ਆਖਣਿ ਪਾਇ ॥ਓਹੁ ਜਾਣੈ ਜੇਤੀਆ ਮੁਹਿ ਖਾਇ ॥
ଯଦି କୌଣସି ମନୁଷ୍ୟ ମାୟାର ବନ୍ଧନରୁ ସ୍ଵାଧୀନତା ପାଇଁ ଆଉ କିଛି ଉପାୟ ବତାଇବା ପାଇଁ ପ୍ରଯତ୍ନ କରେ , ତାହାହେଲେ ସେ ଜାଣେ ନିଜ ମୁହଁରେ କେତେ ଆଘାତ ପାଏ ( ଭାବ- ମିଥ୍ୟାରୁ ବଞ୍ଚିବା ପାଇଁ ଏକମାତ୍ର ଉପାୟ ହେଲେ ପ୍ରଭୁଙ୍କ ଇଚ୍ଛାରେ ଚାଲିବା , ଯଦି କୌଣସି ମୁର୍ଖ ଅନ୍ୟ କିଛି ଉପାୟ ଖୋଜେ ସେ ଅଧିକ ଦୁଃଖୀ ହୁଏ)।

ਆਪੇ ਜਾਣੈ ਆਪੇ ਦੇਇ ॥ਆਖਹਿ ਸਿ ਭਿ ਕੇਈ ਕੇਇ ॥
ଅନେକ ଲୋକ ଏ କଥା ମଧ୍ୟ କହନ୍ତି ଯେ ପ୍ରଭୁ ସ୍ଵୟଂ ହିଁ ଜାଣନ୍ତି ( ଜୀବର ଆବଶ୍ୟକତା )ଏବଂ ସ୍ଵୟଂ ହିଁ ( ଦାନ)ଦିଅନ୍ତି।

ਜਿਸ ਨੋ ਬਖਸੇ ਸਿਫਤਿ ਸਾਲਾਹ ॥ਨਾਨਕ ਪਾਤਿਸਾਹੀ ਪਾਤਿਸਾਹੁ ॥੨੫॥
ହେ ନାନକ! ଯେଉଁ ମନୁଷ୍ୟକୁ ପ୍ରଭୁ ନିଜର ମହିମା ଆଶୀର୍ବାଦ କରନ୍ତି , ସେ ବାଦଶାହାର ବାଦଶାହ ହୁଏ, ( ମହିମା ସବୁଠାରୁ ଉଚ୍ଚ ଦାନ ଅଟେ)

ଛନ୍ଦ 26

ଏହି ଶ୍ଳୋକରେ , ଗୁରୁ ନାନକ କହନ୍ତି ଯେ ନିଜ ଭିତରେ ଈଶ୍ବରଙ୍କ ଅମୂଲ୍ୟ ଗୁଣ ବିକାଶ କରିବା ଆମର ଏହି ସଂସାରକୁ ଆସିବାର ଉଦ୍ଦେଶ୍ୟ ଅଟେଏବଂ ଯେଉଁ ଲୋକ ଏହି ଈଶ୍ବରୀୟ ଗୁଣ ପ୍ରାପ୍ତ କରିବାରେ ସଫଳ ହୁଏ , ସେ ନିଜେ ଅମୂଲ୍ୟ ହୋଇଯାଏ।ଭଗବାନଙ୍କ ଗୁଣ ଏବଂ ତାଙ୍କରି ଆଶୀର୍ବାଦ ଅଗଣନୀୟ ଓ ମାନବର ବୋଧ ଶକ୍ତିରୁ ଉର୍ଦ୍ଧ୍ଵରେ ଥାଏ।

In this stanza, Guru Nanak states that cultivating God’s invaluable qualities in ourselves is the purpose of our coming to this world and those who succeed in acquiring these Godly qualities, themselves become priceless. God’s virtues and His blessings are countless and beyond human comprehension.

ਅਮੁਲ ਗੁਣ ਅਮੁਲ ਵਾਪਾਰ ॥ਅਮੁਲ ਵਾਪਾਰੀਏ ਅਮੁਲ ਭੰਡਾਰ ॥
ପ୍ରଭୁଙ୍କ ଗୁଣ ଅମୂଲ୍ୟ ଅଟେ ( ଗୁଣର ମୂଲ୍ୟ ନାହିଁ) ଏହି ଗୁଣର ବ୍ୟାପାର କରିବା ମଧ୍ୟ ଅମୂଲ୍ୟ ଅଟେ। ସେହି ମନୁଷ୍ୟର ମଧ୍ୟ ମୂଲ୍ୟ ନାହିଁ ଯିଏ ଏହି ବ୍ୟାପାର କରେ, ସେ ଗୁଣର ଖଜଣା ମଧ୍ୟ ଅମୂଲ୍ୟ ଅଟେ।

ਅਮੁਲ ਆਵਹਿ ਅਮੁਲ ਲੈ ਜਾਹਿ ॥ਅਮੁਲ ਭਾਇ ਅਮੁਲਾ ਸਮਾਹਿ ॥
ସେହି ମନୁଷ୍ୟର ମୂଲ୍ୟ ନାହିଁ , ଯିଏ ( ଏହି ବ୍ୟାପାର ଜଗତରେ କରିବାକୁ) ଆସିଛି ସେ ମଧ୍ୟ ଅତି ଭାଗ୍ୟଶାଳୀ ଅଟେ , ଯିଏ ( ସଉଦା କିଣିବାକୁ) ଯାଏ । ଯେଉଁ ମନୁଷ୍ୟ ପ୍ରଭୁଙ୍କ ପ୍ରେମରେ ଥାଏ ଏବଂ ଯେଉଁ ମନୁଷ୍ୟ ପ୍ରଭୁଙ୍କ ଠାରେ ଲୀନ ହୁଏ, ସେ ମଧ୍ୟ ଅମୂଲ୍ୟ ଅଟେ।

ਅਮੁਲੁ ਧਰਮੁ ਅਮੁਲੁ ਦੀਬਾਣੁ ॥ਅਮੁਲੁ ਤੁਲੁ ਅਮੁਲੁ ਪਰਵਾਣੁ ॥
ପ୍ରଭୁଙ୍କ ନିୟମ ଓ ତାଙ୍କରି ରାଜ ଦରବାର ଅମୂଲ୍ୟ ଅଟେ। ସେହି ତରାଜୁ ମଧ୍ୟ ଅମୂଲ୍ୟ ଅଟେ ଓ ବଣ୍ଟନ ମଧ୍ୟ ଅମୂଲ୍ୟ ଅଟେ ( ଯେଉଁଥିରେ ଜୀବନକୁ ଭଲ ମନ୍ଦ କର୍ମ ଅନୁସାରେ ତୁଳନ୍ତି )।

ਅਮੁਲੁ ਬਖਸੀਸ ਅਮੁਲੁ ਨੀਸਾਣੁ ॥ਅਮੁਲੁ ਕਰਮੁ ਅਮੁਲੁ ਫੁਰਮਾਣੁ ॥
ତାଙ୍କରି ଦୟା ଏବଂ ଦୟାର ଲକ୍ଷ୍ୟ ମଧ୍ୟ ଅମୂଲ୍ୟ ଅଟେ । ପ୍ରଭୁଙ୍କ ଆଶୀର୍ବାଦ ତଥା ତାଙ୍କରି ଆଦେଶ ମଧ୍ୟ ମୂଲ୍ୟରୁ ଉର୍ଦ୍ଧ୍ଵରେ ଥାଏ। ( କାହାର ମଧ୍ୟ ଅନୁମାନ ହୋଇପାରିବ ନାହିଁ)

ਅਮੁਲੋ ਅਮੁਲੁ ਆਖਿਆ ਨ ਜਾਇ ॥ਆਖਿ ਆਖਿ ਰਹੇ ਲਿਵ ਲਾਇ ॥
ପ୍ରଭୁ ସବୁ ଅନୁମାନର ଉର୍ଦ୍ଧ୍ଵରେ ଅଛନ୍ତି, ଏହାର କୌଣସି ଅନୁମାନ ହୋଇପାରିବ ନାହିଁ। ଯେଉଁ ମନୁଷ୍ୟ ଧ୍ୟାନ ଲଗାଇକି ପ୍ରଭୁଙ୍କୁ ଅନୁମାନ କରେ , ସେ ରାହିଯାଏ।

ਆਖਹਿ ਵੇਦ ਪਾਠ ਪੁਰਾਣ ॥ਆਖਹਿ ਪੜੇ ਕਰਹਿ ਵਖਿਆਣ ॥
ବେଦ ମନ୍ତ୍ର ଓ ପୂରଣ ପ୍ରଭୁଙ୍କୁ ଅନୁମାନ କରିବାକୁ ଚେଷ୍ଟା କରନ୍ତି। ବିଦ୍ଵାନ ଲୋକ ମଧ୍ୟ ଉପଦେଶ ଦିଅନ୍ତି ଓ କଥା କହନ୍ତି ।

ਆਖਹਿ ਬਰਮੇ ਆਖਹਿ ਇੰਦ ॥ਆਖਹਿ ਗੋਪੀ ਤੈ ਗੋਵਿੰਦ ॥
କେତେ ବ୍ରହ୍ମା , କେତେ ଇନ୍ଦ୍ର, ଗୋପୀ ଏବଂ କେତେ କୃଷ୍ଣ ପ୍ରଭୁଙ୍କୁ ଅନୁମାନ କରନ୍ତି।