Guru Granth Sahib Translation Project

guru granth sahib odia page-596

Page 596

ਬੰਨੁ ਬਦੀਆ ਕਰਿ ਧਾਵਣੀ ਤਾ ਕੋ ਆਖੈ ਧੰਨੁ ॥ ମନ୍ଦ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଉଦ୍ୟମ କରିଲେ ଲୋକେ ତୋତେ ଧନ୍ୟ ଧନ୍ୟ କହିବେ।
ਨਾਨਕ ਵੇਖੈ ਨਦਰਿ ਕਰਿ ਚੜੈ ਚਵਗਣ ਵੰਨੁ ॥੪॥੨॥ ହେ ନାନକ! ସେତେବେଳେ ପ୍ରଭୁ ତୋତେ କୃପା-ଦୃଷ୍ଟିରେ ଦେଖିବେ ଆଉ ତୋ’ ଉପରେ ବହୁଗୁଣ ଆଶୀର୍ବାଦ ହେବ||4||2||
ਸੋਰਠਿ ਮਃ ੧ ਚਉਤੁਕੇ ॥ ସୋରଠି ମହଲା 1 ଚଉତୁକେ ॥
ਮਾਇ ਬਾਪ ਕੋ ਬੇਟਾ ਨੀਕਾ ਸਸੁਰੈ ਚਤੁਰੁ ਜਵਾਈ ॥ ମାତା-ପିତାକୁ ନିଜ ପୁତ୍ର ଏବଂ ଶ୍ଵଶୁରକୁ ନିଜ ଚତୁର ଜାମାତା ବହୁତ ପ୍ରିୟ ଅଟନ୍ତି।
ਬਾਲ ਕੰਨਿਆ ਕੌ ਬਾਪੁ ਪਿਆਰਾ ਭਾਈ ਕੌ ਅਤਿ ਭਾਈ ॥ ବାଲ କନ୍ୟା ପାଇଁ ନିଜ ପିତା ବହୁତ ପ୍ରିୟ ଅଟନ୍ତି ତଥା ଭାଇକୁ ନିଜ ଭାଇ ହିଁ ଭଲ ଲାଗିଥାଏ।
ਹੁਕਮੁ ਭਇਆ ਬਾਹਰੁ ਘਰੁ ਛੋਡਿਆ ਖਿਨ ਮਹਿ ਭਈ ਪਰਾਈ ॥ କିନ୍ତୁ ନ୍ପରମାତ୍ମାଙ୍କ ହୁକୁମ ହେବା ପରେ(ମୃତ୍ୟୁର ନିମନ୍ତ୍ରଣ ଆସିବା ପରେ) ପ୍ରାଣୀ ସମସ୍ତଙ୍କୁ ତ୍ୟାଗ କରିଥାଏ ଆଉ ଏକ କ୍ଷଣରେ ହିଁ ସବୁ କିଛି ପର ହୋଇଯାନ୍ତି।
ਨਾਮੁ ਦਾਨੁ ਇਸਨਾਨੁ ਨ ਮਨਮੁਖਿ ਤਿਤੁ ਤਨਿ ਧੂੜਿ ਧੁਮਾਈ ॥੧॥ ମନମୁଖୀ ମନୁଷ୍ୟ ଭଗବାନଙ୍କ ନାମ ସ୍ମରଣ କରେ ନାହିଁ, ନା ଦାନ ପୂଣ୍ୟ କରିଥାଏ, ନା ସ୍ନାନର ମହତ୍ତ୍ଵ ଜାଣିଥାଏ, ଯାହା ଫଳରେ ତାହାର ଶରୀର ଧୂଳିରେ ପୂର୍ଣ୍ଣ ହୋଇ ନଷ୍ଟ ହୋଇଥାଏ॥1॥
ਮਨੁ ਮਾਨਿਆ ਨਾਮੁ ਸਖਾਈ ॥ ମୋର ମନ ଭଗବାନଙ୍କ ନାମକୁ ସହାୟକ ବନାଇ ସୁଖୀ ରହିଥାଏ।
ਪਾਇ ਪਰਉ ਗੁਰ ਕੈ ਬਲਿਹਾਰੈ ਜਿਨਿ ਸਾਚੀ ਬੂਝ ਬੁਝਾਈ ॥ ਰਹਾਉ ॥ ମୁଁ ସେହି ଗୁରୁଙ୍କ ଚରଣ ଛୁଇଁ ସମର୍ପିତ ହୋଇଥାଏ ଯିଏ ମୋତେ ସଚ୍ଚା ଜ୍ଞାନ ଓ ସୁମତି ଦେଇଥାନ୍ତି॥ରୁହ॥
ਜਗ ਸਿਉ ਝੂਠ ਪ੍ਰੀਤਿ ਮਨੁ ਬੇਧਿਆ ਜਨ ਸਿਉ ਵਾਦੁ ਰਚਾਈ ॥ ମନମୁଖୀ ଦୁନିଆର ମିଥ୍ୟା ପ୍ରେମ ସହିତ ବାନ୍ଧି ହୋଇଛି ଆଉ ଭକ୍ତଙ୍କ ସହିତ ବାଦ ବିବାଦରେ ସକ୍ରିୟ ରହିଥାଏ।
ਮਾਇਆ ਮਗਨੁ ਅਹਿਨਿਸਿ ਮਗੁ ਜੋਹੈ ਨਾਮੁ ਨ ਲੇਵੈ ਮਰੈ ਬਿਖੁ ਖਾਈ ॥ ମାୟାରେ ମଗ୍ନ ହୋଇ ସେ ଦିନ ରାତି କେବଳ ମାୟାର ମାର୍ଗ ହିଁ ଦେଖିଥାଏ ତଥା ଭଗବାନଙ୍କ ନାମ ନିଏ ନାହିଁ ଏବଂ ମାୟା ରୂପୀ ବିଷ ଖାଇ ପ୍ରାଣ ତ୍ୟାଗ କରିଥାଏ।
ਗੰਧਣ ਵੈਣਿ ਰਤਾ ਹਿਤਕਾਰੀ ਸਬਦੈ ਸੁਰਤਿ ਨ ਆਈ ॥ ସେ ଅଭଦ୍ର କଥାରେ ମସ୍ତ ରହିଥାଏ ଆଉ ହିତକାରୀ ଶବ୍ଦରେ ଧ୍ୟାନ ଦିଏ ନାହିଁ।
ਰੰਗਿ ਨ ਰਾਤਾ ਰਸਿ ਨਹੀ ਬੇਧਿਆ ਮਨਮੁਖਿ ਪਤਿ ਗਵਾਈ ॥੨॥ ନା ସେ ଭଗବାନଙ୍କ ରଙ୍ଗରେ ରଙ୍ଗୀନ ହୋଇଥାଏ, ନା ସେ ନାମ ରସରେ ମଗ୍ନ ଥାଏ, ଏହିପରି ମନମୁଖୀ ନିଜ ଇଜ୍ଜତ ହରାଇ ଥାଏ॥2॥
ਸਾਧ ਸਭਾ ਮਹਿ ਸਹਜੁ ਨ ਚਾਖਿਆ ਜਿਹਬਾ ਰਸੁ ਨਹੀ ਰਾਈ ॥ ସାଧୁଙ୍କ ସଭାରେ ସେ ସ୍ଵାଭାବିକ ଅବସ୍ଥା ପାଏ ନାହିଁ ଆଉ ତାହାର ଜିହ୍ଵାର କେଉଁ କୋଣରେ ହେଲେ ମଧୁରତା ନଥାଏ।
ਮਨੁ ਤਨੁ ਧਨੁ ਅਪੁਨਾ ਕਰਿ ਜਾਨਿਆ ਦਰ ਕੀ ਖਬਰਿ ਨ ਪਾਈ ॥ ସେ ମନ, ତନ ଏବଂ ଧନକୁ ନିଜର ମାନିଥାଏ, କିନ୍ତୁ ଭଗବାନଙ୍କ ଦରବାର ବିଷୟରେ ତାହାକୁ କିଛି ଜ୍ଞାନ ନଥାଏ।
ਅਖੀ ਮੀਟਿ ਚਲਿਆ ਅੰਧਿਆਰਾ ਘਰੁ ਦਰੁ ਦਿਸੈ ਨ ਭਾਈ ॥ ହେ ଭାଇ! ଏପରି ମନୁଷ୍ୟ ନିଜ ଆଖି ବନ୍ଦ କରି ଅଜ୍ଞାନତାର ଅନ୍ଧକାରରେ ଚାଲିଥାଏ ଆଉ ତାହାକୁ ନିଜ ଘର ଦ୍ଵାର ଦେଖାଯାଏ ନାହିଁ।
ਜਮ ਦਰਿ ਬਾਧਾ ਠਉਰ ਨ ਪਾਵੈ ਅਪੁਨਾ ਕੀਆ ਕਮਾਈ ॥੩॥ ମୃତ୍ୟୁର ଦ୍ଵାରରେ ସେ ବାନ୍ଧି ହୋଇଥିବା ସେହି ମନୁଷ୍ୟକୁ ଠିକଣା ମିଳେନାହିଁ ଆଉ ସେ ନିଜେ କରିଥିବା କର୍ମର ଫଳ ଭୋଗ କରିଥାଏ॥3॥
ਨਦਰਿ ਕਰੇ ਤਾ ਅਖੀ ਵੇਖਾ ਕਹਣਾ ਕਥਨੁ ਨ ਜਾਈ ॥ ଯଦି ଭଗବାନ ନିଜ କୃପା-ଦୃଷ୍ଟି କରନ୍ତି, ତାହାହେଲେ ମୁଁ ନିଜ ଆଖିରେ ତାହାଙ୍କୁ ଦର୍ଶନ କରିପାରେ, ଯାହାଙ୍କ କଥା ବର୍ଣ୍ଣନା କରାଯାଇ ପାରିବ ନାହିଁ।
ਕੰਨੀ ਸੁਣਿ ਸੁਣਿ ਸਬਦਿ ਸਲਾਹੀ ਅੰਮ੍ਰਿਤੁ ਰਿਦੈ ਵਸਾਈ ॥ ନିଜ କାନରେ ମୁଁ ଭଗବାନଙ୍କ ମହିମା ଶୁଣି ଶବ୍ଦ ଦ୍ଵାରା ତାହାଙ୍କ ସ୍ତୁତି କରିଥାଏ ଏବଂ ତାହାଙ୍କ ଅମୃତ ନାମ ନିଜ ହୃଦୟରେ ସ୍ଥାପନ କରିଥାଏ।
ਨਿਰਭਉ ਨਿਰੰਕਾਰੁ ਨਿਰਵੈਰੁ ਪੂਰਨ ਜੋਤਿ ਸਮਾਈ ॥ ନିର୍ଭୀକ, ନିରାକାର, ନିଃଶତ୍ରୁ ପ୍ରଭୁଙ୍କ ପୂର୍ଣ୍ଣ ଜ୍ୟୋତି ସାରା ଜଗତରେ ବ୍ୟାପିଅଛି।
ਨਾਨਕ ਗੁਰ ਵਿਣੁ ਭਰਮੁ ਨ ਭਾਗੈ ਸਚਿ ਨਾਮਿ ਵਡਿਆਈ ॥੪॥੩॥ ହେ ନାନକ! ଗୁରୁଙ୍କ ବିନା ମନର ଭ୍ରମ ଦୂର ହୁଏନାହିଁ ଆଉ ସତ୍ୟନାମ ଦ୍ଵାରା ହିଁ ପ୍ରଶଂସା ପ୍ରାପ୍ତ ହୋଇଥାଏ||4||3||
ਸੋਰਠਿ ਮਹਲਾ ੧ ਦੁਤੁਕੇ ॥ ସୋରଠି ମହଲା 1 ଦୁତୁକେ ॥
ਪੁੜੁ ਧਰਤੀ ਪੁੜੁ ਪਾਣੀ ਆਸਣੁ ਚਾਰਿ ਕੁੰਟ ਚਉਬਾਰਾ ॥ ହେ ଇଶ୍ଵର! ଏହି ଜଗତ ତୋର ନିବାସ ସ୍ଥାନ ଅଟେ, ଚାରି ଦିଗରେ ପ୍ରାଚୀର ଅଛି, ଏହାର ଏକ ପାଟ ସ୍ଥଳ ଅଛି ଏକ ପାଟ ପାଣି ଅଛି।
ਸਗਲ ਭਵਣ ਕੀ ਮੂਰਤਿ ਏਕਾ ਮੁਖਿ ਤੇਰੈ ਟਕਸਾਲਾ ॥੧॥ ତୋର ମୁହଁରୁ ଉଚ୍ଚାରିତ ଶବ୍ଦ ହିଁ ଏକ ଟଙ୍କାଶାଳ ଅଟେ, ଯେଉଁଥିରେ ସବୁ ଭବନର ଜୀବର ମୂର୍ତ୍ତି ବନା ଯାଇଛି ||1||
ਮੇਰੇ ਸਾਹਿਬਾ ਤੇਰੇ ਚੋਜ ਵਿਡਾਣਾ ॥ ହେ ମୋର ମାଲିକ! ତୋର ଲୀଳା ବଡ ଅଦ୍ଭୁତ ଅଟେ।
ਜਲਿ ਥਲਿ ਮਹੀਅਲਿ ਭਰਿਪੁਰਿ ਲੀਣਾ ਆਪੇ ਸਰਬ ਸਮਾਣਾ ॥ ਰਹਾਉ ॥ ତୁ ସମୁଦ୍ର, ସ୍ଥଳ ଏବଂ ଆକାଶରେ ଭରପୁର ହୋଇ ସ୍ଵୟଂ ହିଁ ସବୁଙ୍କ ଠାରେ ରହିଛୁ ॥ରୁହ॥
ਜਹ ਜਹ ਦੇਖਾ ਤਹ ਜੋਤਿ ਤੁਮਾਰੀ ਤੇਰਾ ਰੂਪੁ ਕਿਨੇਹਾ ॥ ମୁଁ ଯେଉଁଠି ଦେଖିଲେ ମଧ୍ୟ ତୋର ଜ୍ୟୋତି ବିଦ୍ୟମାନ ଅଛି, ତୋର ରୂପ କିପରି?
ਇਕਤੁ ਰੂਪਿ ਫਿਰਹਿ ਪਰਛੰਨਾ ਕੋਇ ਨ ਕਿਸ ਹੀ ਜੇਹਾ ॥੨॥ ତୋର ଏକ ହିଁ ରୂପ କେତେ ବିଲକ୍ଷଣ ଅଟେ ଆଉ ତୁ ଗୁପ୍ତ ଭାବରେ ସବୁଆଡେ ଭ୍ରମଣ କରୁ, ତୋର ରଚନାରେ କେହି ଜୀବ ମଧ୍ୟ ଏକା ଭଳି ନାହାନ୍ତି॥2॥
ਅੰਡਜ ਜੇਰਜ ਉਤਭੁਜ ਸੇਤਜ ਤੇਰੇ ਕੀਤੇ ਜੰਤਾ ॥ ଅଣ୍ଡଜ, ଜେରଜ, ଉଦ୍ଧୃଭିଜ ଆଉ ସ୍ବଦେଜ ଜାତ ହୋଇଥିବା ସବୁ ଜୀବଙ୍କୁ ତୁ ହିଁ ଉତ୍ପନ୍ନ କରିଛୁ।
ਏਕੁ ਪੁਰਬੁ ਮੈ ਤੇਰਾ ਦੇਖਿਆ ਤੂ ਸਭਨਾ ਮਾਹਿ ਰਵੰਤਾ ॥੩॥ ମୁଁ ତୋ’ର ଏକ ବିଚିତ୍ର ଲୀଳା ଦେଖିଛି ଯେ ତୁ ସବୁ ଜୀବଙ୍କ ଠାରେ ବ୍ୟାପକ ରହିଛୁ||3||
ਤੇਰੇ ਗੁਣ ਬਹੁਤੇ ਮੈ ਏਕੁ ਨ ਜਾਣਿਆ ਮੈ ਮੂਰਖ ਕਿਛੁ ਦੀਜੈ ॥ ହେ ଭଗବାନ! ତୋର ଗୁଣ ଅନନ୍ତ ଅଟେ, ପରନ୍ତୁ ମୁଁ ତୋର ଏକ ଗୁଣକୁ ମଧ୍ୟ ଜାଣେ ନାହିଁ, ମୋ’ ଭଳି ମୂର୍ଖକୁ ସଦବୁଦ୍ଧି ଦିଅ।
ਪ੍ਰਣਵਤਿ ਨਾਨਕ ਸੁਣਿ ਮੇਰੇ ਸਾਹਿਬਾ ਡੁਬਦਾ ਪਥਰੁ ਲੀਜੈ ॥੪॥੪॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ମୋର ମାଲିକ! ଶୁଣ, ମୋତେ , ବୁଡୁଥିବା ପଥରକୁ, ରକ୍ଷା କର||4||4||
ਸੋਰਠਿ ਮਹਲਾ ੧ ॥ ସୋରଠି ମହଲା 1 ॥
ਹਉ ਪਾਪੀ ਪਤਿਤੁ ਪਰਮ ਪਾਖੰਡੀ ਤੂ ਨਿਰਮਲੁ ਨਿਰੰਕਾਰੀ ॥ ହେ ମାଲିକ! ମୁଁ ବଡ ପାପୀ, ପତିତ ଏବଂ ପରମ ପ୍ରବଞ୍ଚକ ଅଟେ, କିନ୍ତୁ ତୁ ନିର୍ମଳ ଓ ନିରାକାର ଅଟୁ।
ਅੰਮ੍ਰਿਤੁ ਚਾਖਿ ਪਰਮ ਰਸਿ ਰਾਤੇ ਠਾਕੁਰ ਸਰਣਿ ਤੁਮਾਰੀ ॥੧॥ ହେ ଠାକୁର! ମୁଁ ତୁମର ଶରଣରେ ଅଛି ଆଉ ନାମାମୃତକୁ ଚାଖି ପରମ ରସରେ ମଗ୍ନ ରହିଛି॥1॥
ਕਰਤਾ ਤੂ ਮੈ ਮਾਣੁ ਨਿਮਾਣੇ ॥ ହେ କର୍ତ୍ତା ପ୍ରଭୁ! ମୋର, ଦୀନ-ତୁଚ୍ଛର, ତୁ ହିଁ ମାନ ସମ୍ମାନ ଅଟୁ।
ਮਾਣੁ ਮਹਤੁ ਨਾਮੁ ਧਨੁ ਪਲੈ ਸਾਚੈ ਸਬਦਿ ਸਮਾਣੇ ॥ ਰਹਾਉ ॥ ଯାହାର ଭାଗ୍ୟରେ ଭଗବାନଙ୍କ ନାମ ରୂପୀ ଧାନ ଅଛି, ତାହାର ଆଦର ସତ୍କାର ଥାଏ ଓ ସେ ସଚ୍ଚା ଶବ୍ଦରେ ଲୀନ ରହିଥାଏ॥ରୁହ॥
ਤੂ ਪੂਰਾ ਹਮ ਊਰੇ ਹੋਛੇ ਤੂ ਗਉਰਾ ਹਮ ਹਉਰੇ ॥ ହେ ସ୍ଵାମୀ! ତୁ ପରିପୂର୍ଣ୍ଣ ଅଟୁ ଆଉ ଆମେ ଅର୍ଦ୍ଧ ତଥା ଅଯୋଗ୍ୟ ଅଟୁ, ତୁ ଗମ୍ଭୀର ଅଟୁ ଆଉ ଆମେ ବହୁତ ହାଲୁକା ଅଟୁ।


© 2017 SGGS ONLINE
error: Content is protected !!
Scroll to Top