Guru Granth Sahib Translation Project

guru granth sahib odia page-546

Page 546

ਅਮਿਅ ਸਰੋਵਰੋ ਪੀਉ ਹਰਿ ਹਰਿ ਨਾਮਾ ਰਾਮ ॥ ହେ ଜୀବ! ହଋ ଅମୃତର ସରୋବର ଅଟନ୍ତି, ସେହି ହରିନାମାମୃତ ପାନ କର।
ਸੰਤਹ ਸੰਗਿ ਮਿਲੈ ਜਪਿ ਪੂਰਨ ਕਾਮਾ ਰਾਮ ॥ ସନ୍ଥଜନଙ୍କ ସଭାରେ ହିଁ ପରମେଶ୍ଵର ମିଳିଥାନ୍ତି ଏବଂ ତାହାଙ୍କ ଆରାଧନା କରିଲେ ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ।
ਸਭ ਕਾਮ ਪੂਰਨ ਦੁਖ ਬਿਦੀਰਨ ਹਰਿ ਨਿਮਖ ਮਨਹੁ ਨ ਬੀਸਰੈ ॥ ସେ ସବୁ କାର୍ଯ୍ୟ ସଂପୂର୍ଣ୍ଣ କରିଥାନ୍ତି ଏବଂ ଦୁଃଖର ନିବାରଣ କରିଥାନ୍ତି, ଏଥିପାଇଁ ନିଜ ମନରୁ ଆମେ ତାହାଙ୍କୁ ଏକ କ୍ଷଣ ପାଇଁ ମଧ୍ୟ ବିସ୍ମୃତ କରିବା ଉଚିତ ନୁହେଁ।
ਆਨੰਦ ਅਨਦਿਨੁ ਸਦਾ ਸਾਚਾ ਸਰਬ ਗੁਣ ਜਗਦੀਸਰੈ ॥ ସର୍ବଗୁଣସମ୍ପର୍ଣ୍ଣ ଜଗଦୀଶ୍ଵର ରାତି ଦିନ ଆନନ୍ଦିତ ତଥା ସଦା ସତ୍ୟସ୍ଵରୂପ ଅଟନ୍ତି,
ਅਗਣਤ ਊਚ ਅਪਾਰ ਠਾਕੁਰ ਅਗਮ ਜਾ ਕੋ ਧਾਮਾ ॥ ସେହି ଠାକୁର ଅନନ୍ତ, ସର୍ବୋଚ୍ଚ ତଥା ଅପାର ଅଟନ୍ତି, ଯାହାଙ୍କ ଧାମ ଅଗମ୍ୟ ଅଟେ।
ਬਿਨਵੰਤਿ ਨਾਨਕ ਮੇਰੀ ਇਛ ਪੂਰਨ ਮਿਲੇ ਸ੍ਰੀਰੰਗ ਰਾਮਾ ॥੩॥ ନାନକ ପ୍ରାର୍ଥନା କରିଛନ୍ତି ଯେ ମୋର ମନୋକାମନା ପୂର୍ଣ୍ଣ ହୋଇଯାଇଛି, କାରଣ ମୋତେ ଇଶ୍ଵର ମିଳି ଯାଇଛନ୍ତି॥3॥
ਕਈ ਕੋਟਿਕ ਜਗ ਫਲਾ ਸੁਣਿ ਗਾਵਨਹਾਰੇ ਰਾਮ ॥ ପ୍ରଭୁଙ୍କ ଯଶ ଶୁଣିବା ଏବଂ ଗାନ କରିବା ବାଲାକୁ କେତେ କୋଟି ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ।
ਹਰਿ ਹਰਿ ਨਾਮੁ ਜਪਤ ਕੁਲ ਸਗਲੇ ਤਾਰੇ ਰਾਮ ॥ ପରମାତ୍ମାଙ୍କ ନାମର ଜପ କରୁଥିବା ଜୀବର ସାରା ବଂଶ ମଧ୍ୟ ସଂସାର ସାଗରରୁ ପାର ହୋଇଯାନ୍ତି।
ਹਰਿ ਨਾਮੁ ਜਪਤ ਸੋਹੰਤ ਪ੍ਰਾਣੀ ਤਾ ਕੀ ਮਹਿਮਾ ਕਿਤ ਗਨਾ ॥ ହରିଙ୍କ ନାମର ଜପ କରିଲେ ପ୍ରାଣୀ ଶୋଭାବାନ ବନିଯାଏ, ଯାହାଙ୍କ ମହିମାର ବର୍ଣ୍ଣନା କରାଯାଇ ପାରିବ ନାହିଁ।
ਹਰਿ ਬਿਸਰੁ ਨਾਹੀ ਪ੍ਰਾਨ ਪਿਆਰੇ ਚਿਤਵੰਤਿ ਦਰਸਨੁ ਸਦ ਮਨਾ ॥ ହେ ପ୍ରାଣ ପ୍ରିୟ ପରମେଶ୍ଵର! ମୁଁ ତୁମକୁ ଭୁଲି ପାରିବି ନାହିଁ, କାରଣ ମୋର ମନରେ ସର୍ବଦା ତୁମ ଦର୍ଶନର ଅଭିଲାଷ ବନି ରହିଥାଏ।
ਸੁਭ ਦਿਵਸ ਆਏ ਗਹਿ ਕੰਠਿ ਲਾਏ ਪ੍ਰਭ ਊਚ ਅਗਮ ਅਪਾਰੇ ॥ ତାହା ବଡ ଶୁଭ ଦିବସ ଅଟେ, ଯେତେବେଳେ ସର୍ବୋଚ୍ଚ, ଅଗମ୍ୟ ଏବଂ ଅପାର ପ୍ରଭୁ ନିଜ ଗଳାରେ ଆମକୁ ଲଗାଇଛନ୍ତି।
ਬਿਨਵੰਤਿ ਨਾਨਕ ਸਫਲੁ ਸਭੁ ਕਿਛੁ ਪ੍ਰਭ ਮਿਲੇ ਅਤਿ ਪਿਆਰੇ ॥੪॥੩॥੬॥ ନାନକ ପ୍ରାର୍ଥନା କରିଛନ୍ତି ଯେ ଯେବେ ଅତ୍ୟନ୍ତ ପ୍ରିୟ ପ୍ରଭୁ ମିଳିଯାନ୍ତି, ସବୁ କିଛି ସଫଳ ହୋଇଯାଏ॥4॥3॥6॥
ਬਿਹਾਗੜਾ ਮਹਲਾ ੫ ਛੰਤ ॥ ବିହଗଡା ମହଲା 5 ଛନ୍ତ ॥
ਅਨ ਕਾਏ ਰਾਤੜਿਆ ਵਾਟ ਦੁਹੇਲੀ ਰਾਮ ॥ ହେ ମାନବ ଜୀବ! କାହିଁକି ନିରର୍ଥକ ପଦାର୍ଥର ମୋହରେ ଫସିଛୁ? ଏହି ଜୀବନ ମାର୍ଗ ବଡ କଷ୍ଟକର ଅଟେ।
ਪਾਪ ਕਮਾਵਦਿਆ ਤੇਰਾ ਕੋਇ ਨ ਬੇਲੀ ਰਾਮ ॥ ହେ ପାପ ଅର୍ଜନ କରିବା ବାଲା! ଦୁନିଆରେ ତୋର କେହି ସାଥି ନାହାନ୍ତି।
ਕੋਏ ਨ ਬੇਲੀ ਹੋਇ ਤੇਰਾ ਸਦਾ ਪਛੋਤਾਵਹੇ ॥ ଯଦି କେହି ମଧ୍ୟ ତୋ’ ସାଥିରେ ରହିବେ ନାହିଁ, ସେତେବେଳେ ନିଜେ କରିଥିବା କର୍ମର ପଶ୍ଚାତାପ ହିଁ କରିବୁ।
ਗੁਨ ਗੁਪਾਲ ਨ ਜਪਹਿ ਰਸਨਾ ਫਿਰਿ ਕਦਹੁ ਸੇ ਦਿਹ ਆਵਹੇ ॥ ତୁ ନିଜ ଜିହ୍ଵା ଦ୍ଵାରା ଦୁନିଆର ମାଲିକ ଗୋପାଳଙ୍କ ଗୁଣର ଜପ କରି ନାହୁଁ, ଜୀବନର ଏହି ଶୁଭ ଅବସର ପୁଣି କେବେ ମିଳିବ?
ਤਰਵਰ ਵਿਛੁੰਨੇ ਨਹ ਪਾਤ ਜੁੜਤੇ ਜਮ ਮਗਿ ਗਉਨੁ ਇਕੇਲੀ ॥ ବୃକ୍ଷରୁ ଛିଣ୍ଡି ଯେପରି ପତ୍ର ପୁନର୍ବାର ବୃକ୍ଷରେ ଯୋଡି ହୋଇ ପାରିବ ନାହିଁ, ସେପରି ହିଁ ଜୀବାତ୍ମା ମୃତ୍ୟୁ ମାର୍ଗରେ ଏକାକୀ ହିଁ ଚାଲିଥାଏ।
ਬਿਨਵੰਤ ਨਾਨਕ ਬਿਨੁ ਨਾਮ ਹਰਿ ਕੇ ਸਦਾ ਫਿਰਤ ਦੁਹੇਲੀ ॥੧॥ ନାନକ ପ୍ରାର୍ଥନା କରିଛନ୍ତି ଯେ ହରିଙ୍କ ନାମ ବିନା ଜୀବାତ୍ମା ସର୍ବଦା ଦୁଃଖ ସନ୍ତାପରେ ପଥଭ୍ରଷ୍ଟ ରହିଥାଏ॥1॥
ਤੂੰ ਵਲਵੰਚ ਲੂਕਿ ਕਰਹਿ ਸਭ ਜਾਣੈ ਜਾਣੀ ਰਾਮ ॥ ହେ ଜୀବ! ତୁ ଗୋପନରେ ଅନେକ ଛଳ କପଟ କରୁଅଛୁ, କିନ୍ତୁ ପ୍ରଭୁ ସବୁ କିଛି ଜାଣିଥାନ୍ତି।
ਲੇਖਾ ਧਰਮ ਭਇਆ ਤਿਲ ਪੀੜੇ ਘਾਣੀ ਰਾਮ ॥ ଯେବେ ପରଲୋକରେ ଧର୍ମରାଜ ତୋର କର୍ମର ହିସାବ କରିବେ, ସେତେବେଳେ ଦୁଷ୍କର୍ମ କାରଣରୁ ତୁମକୁ ତିଳ ଭଳି ଘଣାରେ ପେଷା ହେବ।
ਕਿਰਤ ਕਮਾਣੇ ਦੁਖ ਸਹੁ ਪਰਾਣੀ ਅਨਿਕ ਜੋਨਿ ਭ੍ਰਮਾਇਆ ॥ kirat kamaanay dukh saho paraanee anik jon bharmaa-i-aa. ହେ ନଶ୍ଵର ପ୍ରାଣୀ! ନିଜେ କରିଥିବା କର୍ମର ଦୁଃଖ ରୂପୀ ଦଣ୍ଡ ତୋତେ ଭୋଗିବାକୁ ହିଁ ପଡିବ ତଥା ତୁମେ ଅନେକ ଯୋନିର ଚକ୍ରରେ ପଡି ପଥଭ୍ରଷ୍ଟ ରହିବ।
ਮਹਾ ਮੋਹਨੀ ਸੰਗਿ ਰਾਤਾ ਰਤਨ ਜਨਮੁ ਗਵਾਇਆ ॥ ମହା ମୋହିନୀର ଆକର୍ଷଣରେ ଫସି ପ୍ରାଣୀ ନିଜ ହୀରା ଭଳି ଅମୂଲ୍ୟ ମନୁଷ୍ୟ ଜୀବନ ହରାଇ ଥାଏ।
ਇਕਸੁ ਹਰਿ ਕੇ ਨਾਮ ਬਾਝਹੁ ਆਨ ਕਾਜ ਸਿਆਣੀ ॥ ଏକ ପରମେଶ୍ଵରଙ୍କ ନାମ ଅତିରିକ୍ତ ଜୀବାତ୍ମା ସବୁ କାର୍ଯ୍ୟରେ କୁଶଳ ଏବଂ ଚତୁର ଅଟେ।
ਬਿਨਵੰਤ ਨਾਨਕ ਲੇਖੁ ਲਿਖਿਆ ਭਰਮਿ ਮੋਹਿ ਲੁਭਾਣੀ ॥੨॥ ନାନକ ପ୍ରାର୍ଥନା କରିଛନ୍ତି ଯେ ଯାହାର କର୍ମ-ଲେଖାରେ ଏପରି ଅଛି, ସେ ଦ୍ଵିଧା ତଥା ସାଂସାରିକ ମୋହରେ ଲୀନ ରହିଥାଏ॥2॥
ਬੀਚੁ ਨ ਕੋਇ ਕਰੇ ਅਕ੍ਰਿਤਘਣੁ ਵਿਛੁੜਿ ਪਇਆ ॥ କୃତଘ୍ନ ମନୁଷ୍ୟ ପରମେଶ୍ଵରଙ୍କ ଠାରୁ ପୃଥକ ରହିଥାଏ ଏବଂ ତାହାର ମଝିରେ କେହି ମଧ୍ୟସ୍ଥ ନଥାନ୍ତି।
ਆਏ ਖਰੇ ਕਠਿਨ ਜਮਕੰਕਰਿ ਪਕੜਿ ਲਇਆ ॥ କଠିନ ଯମଦୂତ ତାହାକୁ ଧରିନିଏ ଏବଂ
ਪਕੜੇ ਚਲਾਇਆ ਅਪਣਾ ਕਮਾਇਆ ਮਹਾ ਮੋਹਨੀ ਰਾਤਿਆ ॥ ତାହାର ଦୁଷ୍କୁର୍ମର ପରିଣାମସ୍ଵରୂପ ଯମଦୂତ ତାହାକୁ ଆଗେ ନେଇଥାଏ, କାରଣ ସେ ମହା ମୋହିନୀ ଠାରେ ଲୀନ ରହିଥିଲା।
ਗੁਨ ਗੋਵਿੰਦ ਗੁਰਮੁਖਿ ਨ ਜਪਿਆ ਤਪਤ ਥੰਮ੍ਹ੍ਹ ਗਲਿ ਲਾਤਿਆ ॥ ଯେଉଁ ମନୁଷ୍ୟ ଗୁରୁମୁଖୀ ବନି ପରମାତ୍ମାଙ୍କ ଗୁଣଗାନ କରେ ନାହିଁ, ସେ ତାହାକୁ ଜଳାଇ ସ୍ତମ୍ଭରେ ଲଗାଇ ଦିଆଯାଏ।
ਕਾਮ ਕ੍ਰੋਧਿ ਅਹੰਕਾਰਿ ਮੂਠਾ ਖੋਇ ਗਿਆਨੁ ਪਛੁਤਾਪਿਆ ॥ ଜୀବ କାମ, କ୍ରୋଧ ଏବଂ ଅହଂକାରରେ ଲୀନ ହୋଇ ସବୁ କିଛି ହରାଇ ଥାଏ ଏବଂ ଜ୍ଞାନବିହୀନ ହୋଇ ପଶ୍ଚାତାପ କରିଥାଏ।
ਬਿਨਵੰਤ ਨਾਨਕ ਸੰਜੋਗਿ ਭੂਲਾ ਹਰਿ ਜਾਪੁ ਰਸਨ ਨ ਜਾਪਿਆ ॥੩॥ ନାନକ ପ୍ରାର୍ଥନା କରିଛନ୍ତି ଯେ କର୍ମଫଳ ସ୍ୱରୂପ ମନୁଷ୍ୟ ପ୍ରଭୁଙ୍କୁ ବିସ୍ମରଣ କରି କୁମାର୍ଗଗାମୀ ହୋଇଥାଏ, ଏଥିପାଇଁ ସେ ନିଜ ଜିହ୍ଵାରେ ଶ୍ରୀହରିଙ୍କ ନାମ ଜପ କରେ ନାହିଁ॥3॥
ਤੁਝ ਬਿਨੁ ਕੋ ਨਾਹੀ ਪ੍ਰਭ ਰਾਖਨਹਾਰਾ ਰਾਮ ॥ ହେ ପ୍ରଭୁ! ତୋ’ ବିନା ମୋର ଆଉ କେହି ରକ୍ଷାକାରୀ ନାହାନ୍ତି।
ਪਤਿਤ ਉਧਾਰਣ ਹਰਿ ਬਿਰਦੁ ਤੁਮਾਰਾ ਰਾਮ ॥ ହେ ଶ୍ରୀହରି! ପତିତ ଲୋକଙ୍କୁ ଉଦ୍ଧାର କରିବା ତୋର ସ୍ଵଭାବ ଅଟେ।
ਪਤਿਤ ਉਧਾਰਨ ਸਰਨਿ ਸੁਆਮੀ ਕ੍ਰਿਪਾ ਨਿਧਿ ਦਇਆਲਾ ॥ ହେ ପତିତକୁ ଉଦ୍ଧାର କରୁଥିବା ସ୍ଵାମୀ! ହେ କୃପାନିଧି! ହେ ଦୟାର ଘର! ମୁଁ ତୋର ଶରଣରେ ଆସିଛି।
ਅੰਧ ਕੂਪ ਤੇ ਉਧਰੁ ਕਰਤੇ ਸਗਲ ਘਟ ਪ੍ਰਤਿਪਾਲਾ ॥ ହେ ଜଗତର ରଚୟିତା! ମୋତେ ନଶ୍ଵର ଜଗତ ରୂପୀ ଅନ୍ଧକୂପରୁ ଉଦ୍ଧାର କର, ତୁ ସବୁ ଜୀବଙ୍କ ଭରଣ-ପୋଷଣ କରିଥାଉ।
ਸਰਨਿ ਤੇਰੀ ਕਟਿ ਮਹਾ ਬੇੜੀ ਇਕੁ ਨਾਮੁ ਦੇਹਿ ਅਧਾਰਾ ॥ ମୁଁ ତୋର ଶରଣରେ ଆସିଛି, କୃପା କରି ମୋର ସାଂସାରିକ ମହା ବେଡ଼ିକୁ କାଟି ଦିଅ ଏବଂ ନାମର ଆଧାର ପ୍ରଦାନ କର।
error: Content is protected !!
Scroll to Top