Guru Granth Sahib Translation Project

guru granth sahib odia page-544

Page 544

ਗੁਰਮੁਖਿ ਮਨਹੁ ਨ ਵੀਸਰੈ ਹਰਿ ਜੀਉ ਕਰਤਾ ਪੁਰਖੁ ਮੁਰਾਰੀ ਰਾਮ ॥ ଗୁରୁମୁଖୀ ବ୍ୟକ୍ତି ନିଜ ମନରୁ ଜଗତର ରଚୟିତା ଶ୍ରୀହରି, ମୁରାରୀଙ୍କୁ ବିସ୍ମୃତ କରନ୍ତି ନାହିଁ।
ਦੂਖੁ ਰੋਗੁ ਨ ਭਉ ਬਿਆਪੈ ਜਿਨ੍ਹ੍ਹੀ ਹਰਿ ਹਰਿ ਧਿਆਇਆ ॥ ଯିଏ ପରମେଶ୍ଵରଙ୍କ ଧ୍ୟାନ କରିଛି, ତାହାକୁ କୌଣସି ଦୁଃଖ, ରୋଗ ତଥା ଭୟ ଲାଗେ ନାହିଁ।
ਸੰਤ ਪ੍ਰਸਾਦਿ ਤਰੇ ਭਵਜਲੁ ਪੂਰਬਿ ਲਿਖਿਆ ਪਾਇਆ ॥ ସନ୍ଥଙ୍କ ଅପାର କୃପାରୁ ସେ ଭୟାନକ ସଂସାର-ସାଗରରୁ ପାର ହୋଇଯାଏ ତଥା ପରମାତ୍ମା ପ୍ର୍ରାରମ୍ଭରୁ ହିଁ ଯାହା ତାହା ପାଇଁ ଲେଖିଛନ୍ତି, ତାହା ପ୍ରାପ୍ତ ହୋଇଥାଏ।
ਵਜੀ ਵਧਾਈ ਮਨਿ ਸਾਂਤਿ ਆਈ ਮਿਲਿਆ ਪੁਰਖੁ ਅਪਾਰੀ ॥ ଅପାର ପରମାତ୍ମାଙ୍କ ମିଳନ ଦ୍ଵାରା ତାହାକୁ ଶୁଭକାମନା ମିଳିଥାଏ ତଥା ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ।
ਬਿਨਵੰਤਿ ਨਾਨਕੁ ਸਿਮਰਿ ਹਰਿ ਹਰਿ ਇਛ ਪੁੰਨੀ ਹਮਾਰੀ ॥੪॥੩॥ ନାନକ ପ୍ରାର୍ଥନା କରନ୍ତି ଯେ ଭଗବାନଙ୍କ ଆରାଧନା କରି ଆମର ମନୋକାମନା ପୂର୍ଣ୍ଣ ହୋଇଯାଇଛି॥4॥3॥
ਬਿਹਾਗੜਾ ਮਹਲਾ ੫ ਘਰੁ ੨ ବିହଗଡା ମହଲା 5 ଘର 2
ੴ ਸਤਿ ਨਾਮੁ ਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਵਧੁ ਸੁਖੁ ਰੈਨੜੀਏ ਪ੍ਰਿਅ ਪ੍ਰੇਮੁ ਲਗਾ ॥ ହେ ସୁଖଦାୟିନୀ ରାତ୍ରି! ତୁ ବହୁତ ଲମ୍ବା ହୁଅ, କାରଣ ପ୍ରିୟ ପ୍ରଭୁଙ୍କ ସହିତ ମୋର ଅପାର ପ୍ରେମ ଲାଗିଛି।
ਘਟੁ ਦੁਖ ਨੀਦੜੀਏ ਪਰਸਉ ਸਦਾ ਪਗਾ ॥ ହେ ଦୁଖଦାୟୀ ନିଦ୍ରା! ତୁ ଛୋଟ ହୁଅ, ଯାହା ଫଳରେ ନିତ୍ୟ ପ୍ରଭୁ ଚରଣରେ ଲୀନ ରହିବି।
ਪਗ ਧੂਰਿ ਬਾਂਛਉ ਸਦਾ ਜਾਚਉ ਨਾਮ ਰਸਿ ਬੈਰਾਗਨੀ ॥ ମୁଁ ସଦା ପରମାତ୍ମାଙ୍କ ଚରଣ ଧୂଳିର କାମନା କରିଥାଏ ଏବଂ ତାହାଙ୍କ ନାମ ଦାନର ଅଭିଳାଷ କରିଥାଏ, ଯେଉଁଥି ପାଇଁ ମୁଁ ବୈରାଗିଣୀ ବନିଛି।
ਪ੍ਰਿਅ ਰੰਗਿ ਰਾਤੀ ਸਹਜ ਮਾਤੀ ਮਹਾ ਦੁਰਮਤਿ ਤਿਆਗਨੀ ॥ ନିଜ ପ୍ରିୟ ପ୍ରଭୁଙ୍କ ପ୍ରେମ ରଙ୍ଗରେ ଅନୁରକ୍ତ ହୋଇ ସ୍ଵାଭାବିକ ଭାବରେ ମୁଁ ମହା ଦୁର୍ଗତି ତ୍ୟାଗ କରିଛି।
ਗਹਿ ਭੁਜਾ ਲੀਨ੍ਹ੍ਹੀ ਪ੍ਰੇਮ ਭੀਨੀ ਮਿਲਨੁ ਪ੍ਰੀਤਮ ਸਚ ਮਗਾ ॥ ମୁଁ ପରେ-ରସରେ ଭିଜି ଥିବା ବାହୁକୁ ପ୍ରିୟ ପ୍ରଭୁ ଧରି ନେଇଛନ୍ତି ଏବଂ ପ୍ରିୟତମଙ୍କ ମିଳନ ହିଁ ସଚ୍ଚା-ମାର୍ଗ ଅଟେ।
ਬਿਨਵੰਤਿ ਨਾਨਕ ਧਾਰਿ ਕਿਰਪਾ ਰਹਉ ਚਰਣਹ ਸੰਗਿ ਲਗਾ ॥੧॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ଇଶ୍ଵର! ମୋ’ ଉପରେ ନିଜ କୃପା ଧାରଣ କର, ଯାହା ଫଳରେ ମୁଁ ତୋର ଚରଣ ସାଥିରେ ସଦା ଲାଗି ରହିବି॥1॥
ਮੇਰੀ ਸਖੀ ਸਹੇਲੜੀਹੋ ਪ੍ਰਭ ਕੈ ਚਰਣਿ ਲਗਹ ॥ ହେ ମୋର ସଖୀ! ଆସ, ଆମେ ମିଶି ହରି ପରମାତ୍ମାଙ୍କ ଚରଣରେ ଲୀନ ରହିବା।
ਮਨਿ ਪ੍ਰਿਅ ਪ੍ਰੇਮੁ ਘਣਾ ਹਰਿ ਕੀ ਭਗਤਿ ਮੰਗਹ ॥ ମନରେ ପ୍ରିୟତମ ପ୍ରଭୁଙ୍କ ପାଇଁ ଅତ୍ୟନ୍ତ ପ୍ରେମ ଅଛି, ଆସ, ଆମେ ମିଶି ହରିଙ୍କ ଭକ୍ତିର କାମନା କରିବା।
ਹਰਿ ਭਗਤਿ ਪਾਈਐ ਪ੍ਰਭੁ ਧਿਆਈਐ ਜਾਇ ਮਿਲੀਐ ਹਰਿ ਜਨਾ ॥ ହରି-ଭକ୍ତି ପ୍ରାପ୍ତ କରି ପ୍ରଭୁଙ୍କ ଧାନ କର ଏବଂ ଭକ୍ତଙ୍କ ସହିତ ମିଳନ କର।
ਮਾਨੁ ਮੋਹੁ ਬਿਕਾਰੁ ਤਜੀਐ ਅਰਪਿ ਤਨੁ ਧਨੁ ਇਹੁ ਮਨਾ ॥ ଆସ, ଆମେ ମାନ, ମୋହ, ଏବଂ ବିକାରକୁ ଛାଡି ନିଜର ଏହି ତନ, ମନ, ଧନ ପରମାତ୍ମାଙ୍କୁ ଅର୍ପଣ କରିବା।
ਬਡ ਪੁਰਖ ਪੂਰਨ ਗੁਣ ਸੰਪੂਰਨ ਭ੍ਰਮ ਭੀਤਿ ਹਰਿ ਹਰਿ ਮਿਲਿ ਭਗਹ ॥ ପରମେଶ୍ଵର ବଡ ମହାନ, ସର୍ବଶକ୍ତିମାନ, ସର୍ବବ୍ୟାପକ ତଥା ସର୍ବଗୁଣ ସମ୍ପର୍ଣ୍ଣ ଅଟନ୍ତି, ଯାହାଙ୍କ ସହିତ ମିଳନ କରିଲେ ଭ୍ରମର ପ୍ରାଚୀର ଧ୍ଵଂସ ହୋଇଯାଏ।
ਬਿਨਵੰਤਿ ਨਾਨਕ ਸੁਣਿ ਮੰਤ੍ਰੁ ਸਖੀਏ ਹਰਿ ਨਾਮੁ ਨਿਤ ਨਿਤ ਨਿਤ ਜਪਹ ॥੨॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ସଖୀ! ମୋର ଉପଦେଶ ଧ୍ୟାନପୂର୍ବକ ଶୁଣ, ଆମେ ରାତି ଦିନ ହରିଙ୍କୁ ଜପ କରିବାକୁ ହେବ॥2॥
ਹਰਿ ਨਾਰਿ ਸੁਹਾਗਣੇ ਸਭਿ ਰੰਗ ਮਾਣੇ ॥ ହରିଙ୍କ ପତ୍ନୀ ସର୍ବଦା ସୁହାଗିନୀ ରହିଥାନ୍ତି, ସେ ସର୍ବ ପ୍ରକାର ଐଶ୍ଚର୍ଯ୍ୟ-ସୁଖ ଭୋଗ କରିଥାନ୍ତି।
ਰਾਂਡ ਨ ਬੈਸਈ ਪ੍ਰਭ ਪੁਰਖ ਚਿਰਾਣੇ ॥ ସେ କେବେ ବିଧବା ହୋଇ ବସେ ନାହିଁ, କାରଣ ତାହାର ସ୍ଵାମୀ ପ୍ରଭୁ ଚିରଞ୍ଜିବୀ ଅଟନ୍ତି।
ਨਹ ਦੂਖ ਪਾਵੈ ਪ੍ਰਭ ਧਿਆਵੈ ਧੰਨਿ ਤੇ ਬਡਭਾਗੀਆ ॥ ସେ ପତି-ପ୍ରଭୁଙ୍କ ସ୍ମରଣ କରିଥାଏ ଏବଂ କୌଣସି ଦୁଃଖ ପ୍ରାପ୍ତ କରେ ନାହିଁ, ଏପରି ଜୀବ-ସ୍ତ୍ରୀ ଧନ୍ୟ ଏବଂ ଭାଗ୍ୟଶାଳୀ ଅଟନ୍ତି।
ਸੁਖ ਸਹਜਿ ਸੋਵਹਿ ਕਿਲਬਿਖ ਖੋਵਹਿ ਨਾਮ ਰਸਿ ਰੰਗਿ ਜਾਗੀਆ ॥ ସେ ସ୍ଵାଭାବିକ ସୁଖରେ ବିଶ୍ରାମ ଲରିଥାଏ ଏବଂ ତାହାର ସବୁ ଦୁଃଖ-କ୍ଲେଶ ନଷ୍ଟ ହୋଇଯାଏ, ସେ ନାମ ରସରେ ରଙ୍ଗୀନ ହୋଇ ଜାଗି ଉଠିଥାଏ।
ਮਿਲਿ ਪ੍ਰੇਮ ਰਹਣਾ ਹਰਿ ਨਾਮੁ ਗਹਣਾ ਪ੍ਰਿਅ ਬਚਨ ਮੀਠੇ ਭਾਣੇ ॥ ସେ ତାହାଙ୍କ ପ୍ରେମରେ ଲୀନ ରହିଥାଏ ଏବଂ ହରିଙ୍କ ନାମ ତାହାର ଅମୂଲ୍ୟ ଆଭୁଶନ ଅଟେ, ପ୍ରିୟତମ ପ୍ରଭୁଙ୍କ ବଚନ ତାହାକୁ ବଡ ମିଠା ତଥା ଭଲ ଲାଗିଥାଏ।
ਬਿਨਵੰਤਿ ਨਾਨਕ ਮਨ ਇਛ ਪਾਈ ਹਰਿ ਮਿਲੇ ਪੁਰਖ ਚਿਰਾਣੇ ॥੩॥ ନାନକ ପ୍ରାର୍ଥନା କରନ୍ତି ଯେ ମୋର ମନୋକମନା ପୂର୍ଣ୍ଣ ହୋଇଯାଇଛି, କାରଣ ମୋତେ ଚିରଞ୍ଜିବୀ ପତି-ପରମେଶ୍ଵର ମିଳି ଯାଇଛନ୍ତି॥3॥
ਤਿਤੁ ਗ੍ਰਿਹਿ ਸੋਹਿਲੜੇ ਕੋਡ ਅਨੰਦਾ ॥ ସେହି ହୃଦୟ-ଗୃହରେ ବଡ ମଙ୍ଗଳ ଗୀତ, କୌତୁକ ତଥା ଆନନ୍ଦ ଉଲ୍ଲାସ ଅଛି,
ਮਨਿ ਤਨਿ ਰਵਿ ਰਹਿਆ ਪ੍ਰਭ ਪਰਮਾਨੰਦਾ ॥ ଯେଉଁ ମନ, ତନରେ ପରମାନନ୍ଦ ପ୍ରଭୁ ନିବାସ କରିଥାନ୍ତି।
ਹਰਿ ਕੰਤ ਅਨੰਤ ਦਇਆਲ ਸ੍ਰੀਧਰ ਗੋਬਿੰਦ ਪਤਿਤ ਉਧਾਰਣੋ ॥ ମୋର ହରି-କାନ୍ତ ଅନନ୍ତ ଦୟାଳୁ ଅଟନ୍ତି, ହେ ଶ୍ରୀଧର! ହେ ଗୋବିନ୍ଦ! ତୁ ପତିତ ଜୀବଙ୍କୁ ଉଦ୍ଧାର କରୁ।
ਪ੍ਰਭਿ ਕ੍ਰਿਪਾ ਧਾਰੀ ਹਰਿ ਮੁਰਾਰੀ ਭੈ ਸਿੰਧੁ ਸਾਗਰ ਤਾਰਣੋ ॥ ପ୍ରଭୁ ସବୁଙ୍କ ଉପରେ କୃପା କରିଥାନ୍ତି ଏବଂ ସେହି ହରି ମୁରାରୀ ଭୟାନକ ସଂସାର ସାଗରରୁ ଜୀବଙ୍କୁ ପାର କରାଇ ଥାଆନ୍ତି।
ਜੋ ਸਰਣਿ ਆਵੈ ਤਿਸੁ ਕੰਠਿ ਲਾਵੈ ਇਹੁ ਬਿਰਦੁ ਸੁਆਮੀ ਸੰਦਾ ॥ ଏହା ସେହି ସ୍ବାମୀଙ୍କ ସ୍ଵଭାବ ଯେ ତାହାଙ୍କ ଶରଣରେ ଯେ କେହି ଆସିଥାଏ, ସେ ତାହାକୁ ନିଜ ଗଳାରେ ଲଗାଇ ଥାଆନ୍ତି।
ਬਿਨਵੰਤਿ ਨਾਨਕ ਹਰਿ ਕੰਤੁ ਮਿਲਿਆ ਸਦਾ ਕੇਲ ਕਰੰਦਾ ॥੪॥੧॥੪॥ ନାନକ ପ୍ରାର୍ଥନା କରନ୍ତି ଯେ ମୋର କାନ୍ତ(ପତି) ହରି ମୋତେ ମିଳି ଯାଇଛନ୍ତି, ଯିଏ ସଦା ଆନନ୍ଦ-କ୍ରୀଡାରେ ସକ୍ରିୟ ଅଟନ୍ତି॥4॥1॥4॥
ਬਿਹਾਗੜਾ ਮਹਲਾ ੫ ॥ ବିହଗଡା ମହଲା 5 ॥
ਹਰਿ ਚਰਣ ਸਰੋਵਰ ਤਹ ਕਰਹੁ ਨਿਵਾਸੁ ਮਨਾ ॥ ହେ ମୋର ମନ! ଭଗବାନଙ୍କ ଚରଣ ପାବନ ସରୋବର ଅଟେ, ଏଠାରେ ନିଜ ନିବାସ କର।
error: Content is protected !!
Scroll to Top