Guru Granth Sahib Translation Project

guru granth sahib odia page-502

Page 502

ਦੁਖ ਅਨੇਰਾ ਭੈ ਬਿਨਾਸੇ ਪਾਪ ਗਏ ਨਿਖੂਟਿ ॥੧॥ ମୋର ଦୁଃଖ, ଅଜ୍ଞାନତାର ଅନ୍ଧକାର ଏବଂ ଭୟ ବିନିଷ୍ଟ ହୋଇଯାଇଛି ଆଉ ମୋର ପାପ ମଧ୍ୟ ନାଶ ହୋଇ ଯାଇଛି॥1॥
ਹਰਿ ਹਰਿ ਨਾਮ ਕੀ ਮਨਿ ਪ੍ਰੀਤਿ ॥ ମୋର ମନରେ ହରିନାମର ପ୍ରୀତି ଲାଗିଛି।
ਮਿਲਿ ਸਾਧ ਬਚਨ ਗੋਬਿੰਦ ਧਿਆਏ ਮਹਾ ਨਿਰਮਲ ਰੀਤਿ ॥੧॥ ਰਹਾਉ ॥ ସାଧୁଙ୍କୁ ମିଶି ତାହାଙ୍କ ଉପଦେଶରେ ମୁଁ ଗୋବିନ୍ଦଙ୍କ ଧ୍ୟାନ କରୁଅଛି, ଏହା ମୋର ଜୀବନର ନିର୍ମଳ ରୀତି ହୋଇ ଯାଇଛି॥1॥ରୁହ॥
ਜਾਪ ਤਾਪ ਅਨੇਕ ਕਰਣੀ ਸਫਲ ਸਿਮਰਤ ਨਾਮ ॥ ନାମ-ସ୍ମରଣ ଦ୍ଵାରା ଜନ୍ମ ସଫଳ ହୋଇଯାଏ ଆଉ କର୍ମ ହିଁ ଅନେକ ପ୍ରକାରର ଜପ ଏବଂ ତପସ୍ୟା ଅଟେ।
ਕਰਿ ਅਨੁਗ੍ਰਹੁ ਆਪਿ ਰਾਖੇ ਭਏ ਪੂਰਨ ਕਾਮ ॥੨॥ ପ୍ରଭୁ ସ୍ଵୟଂ ଅନୁଗ୍ରହ କରି ମୋର ରକ୍ଷା କରିଛନ୍ତି ଆଉ ମୋର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଯାଇଛି ||2||
ਸਾਸਿ ਸਾਸਿ ਨ ਬਿਸਰੁ ਕਬਹੂੰ ਬ੍ਰਹਮ ਪ੍ਰਭ ਸਮਰਥ ॥ ମୁଁ ପ୍ରତି ଶ୍ଵାସରେ ବ୍ରହ୍ମଙ୍କ ସ୍ମରଣ କରୁଛି ଆଉ ତାହାଙ୍କୁ କେବେ ମଧ୍ୟ ବିସ୍ମୃତ କରିବି ନାହିଁ।
ਗੁਣ ਅਨਿਕ ਰਸਨਾ ਕਿਆ ਬਖਾਨੈ ਅਗਨਤ ਸਦਾ ਅਕਥ ॥੩॥ ସେହି ପ୍ରଭୁଙ୍କ ଗୁଣ ଅନନ୍ତ ଅଟେ ଆଉ ତାହାଙ୍କ ଗୁଣ ମୁଁ କିପରି ବର୍ଣ୍ଣନା କରି ପାରିବି?ତାହାଙ୍କ ଗୁଣ ଅନନ୍ତ ଏବଂ ଅବର୍ଣ୍ଣନୀୟ ଅଟେ ||3||
ਦੀਨ ਦਰਦ ਨਿਵਾਰਿ ਤਾਰਣ ਦਇਆਲ ਕਿਰਪਾ ਕਰਣ ॥ ହେ ପ୍ରଭୁ! ତୁ ଗରିବଙ୍କ ଯନ୍ତ୍ରଣା ଦୂର କରୁ, ତୁ ମୁକ୍ତିଦାତା, ଦୟାଳୁ ଏବଂ କୃପାଳୁ ଅଟୁ।
ਅਟਲ ਪਦਵੀ ਨਾਮ ਸਿਮਰਣ ਦ੍ਰਿੜੁ ਨਾਨਕ ਹਰਿ ਹਰਿ ਸਰਣ ॥੪॥੩॥੨੯॥ ନାମ ସ୍ମରଣ କରିବା ଦ୍ଵାରା ଅଟଳ ପଦବୀ ପ୍ରାପ୍ତ ହୋଇଥାଏ, ହେ ନାନକ! ହରି-ପରମେଶ୍ଵରଙ୍କ ଶରଣ ଦୃଢ କର ||4||3||29||
ਗੂਜਰੀ ਮਹਲਾ ੫ ॥ ଗୁଜରୀ ମହଲା 5 ॥
ਅਹੰਬੁਧਿ ਬਹੁ ਸਘਨ ਮਾਇਆ ਮਹਾ ਦੀਰਘ ਰੋਗੁ ॥ ଅହଂ ବୁଦ୍ଧି ଏବଂ ମାୟା ସହିତ ସଘନ ପ୍ରେମ ମହା ଦୀର୍ଘ ରୋଗ ଅଟେ।
ਹਰਿ ਨਾਮੁ ਅਉਖਧੁ ਗੁਰਿ ਨਾਮੁ ਦੀਨੋ ਕਰਣ ਕਾਰਣ ਜੋਗੁ ॥੧॥ ଏହି ରୋଗର ଔଷଧ ହରିନାମ ଅଟେ, ଗୁରୁ ମୋତେ କରିବା ଏବଂ କରାଇବା ପାଇଁ ସମର୍ଥ ହରିନାମ ଦେଇଛନ୍ତି||1||
ਮਨਿ ਤਨਿ ਬਾਛੀਐ ਜਨ ਧੂਰਿ ॥ ନିଜ ମନ ଓ ତନରେ ଆମେ ସଦଗୁରୁଙ୍କ ଚରଣ-ଧୂଳି ଅଭିଲାଷ କରିବା ଉଚିତ,
ਕੋਟਿ ਜਨਮ ਕੇ ਲਹਹਿ ਪਾਤਿਕ ਗੋਬਿੰਦ ਲੋਚਾ ਪੂਰਿ ॥੧॥ ਰਹਾਉ ॥ ଏହା ଦ୍ଵାରା କୋଟିଏ ଜନ୍ମର ପାପ ଦୂର ହୋଇଯାଏ, ହେ ଗୋବିନ୍ଦ! ମୋର ମନୋକାମନା ପୂର୍ଣ୍ଣ କର॥1॥ରୁହ॥
ਆਦਿ ਅੰਤੇ ਮਧਿ ਆਸਾ ਕੂਕਰੀ ਬਿਕਰਾਲ ॥ ଆଶା ରୂପୀ ବିକରାଳ କୁକୁର ଜୀବନର ଆଦି, ମଧ୍ୟ ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ଅର୍ଥାତ ପିଲାଦିନ, ଯୌବନ ଏବଂ ବାର୍ଦ୍ଧକ୍ୟ ସାଥିରେ ଲାଗି ରହିଥାଏ।
ਗੁਰ ਗਿਆਨ ਕੀਰਤਨ ਗੋਬਿੰਦ ਰਮਣੰ ਕਾਟੀਐ ਜਮ ਜਾਲ ॥੨॥ ଗୁରୁଙ୍କ ଜ୍ଞାନ ଦ୍ଵାରା ପ୍ରଭୁଙ୍କ କୀର୍ତ୍ତି ହାଣ କରିଲେ ମୃତ୍ୟୁର ଜାଲ କଟି ଯାଏ||2||
ਕਾਮ ਕ੍ਰੋਧ ਲੋਭ ਮੋਹ ਮੂਠੇ ਸਦਾ ਆਵਾ ਗਵਣ ॥ ଯେଉଁ ପ୍ରାଣୀକୁ କାମ, କ୍ରୋଧ, ଲୋଭ ଏବଂ ମୋହ ବଶ କରି ନେଇଛି, ସେ ସଦା ଜନ୍ମ ମରଣ ଚକ୍ରରେ ପଡି ରହିଥାଏ।
ਪ੍ਰਭ ਪ੍ਰੇਮ ਭਗਤਿ ਗੁਪਾਲ ਸਿਮਰਣ ਮਿਟਤ ਜੋਨੀ ਭਵਣ ॥੩॥ ପ୍ରଭୁଙ୍କ ପ୍ରେମ ଭକ୍ତି ଏବଂ ତାହାଙ୍କ ସ୍ମରଣ ଦ୍ଵାରା ମନୁଷ୍ୟର ଯୋନିର ଚକ୍ର ଦୂର ହୋଇଯାଏ||3||
ਮਿਤ੍ਰ ਪੁਤ੍ਰ ਕਲਤ੍ਰ ਸੁਰ ਰਿਦ ਤੀਨਿ ਤਾਪ ਜਲੰਤ ॥ ମାନବର ମିତ୍ର, ପୁତ୍ର, ପତ୍ନୀ ଏବଂ ଶୁଭଚିନ୍ତକ ତିନି ପାପୀ(ଆଧି, ବ୍ୟାଧି ଏବଂ ଉପାଧି)ରେ ଜଳୁଛନ୍ତି।
ਜਪਿ ਰਾਮ ਰਾਮਾ ਦੁਖ ਨਿਵਾਰੇ ਮਿਲੈ ਹਰਿ ਜਨ ਸੰਤ ॥੪॥ ଯେଉଁ ବ୍ୟକ୍ତି ହରିଙ୍କ ଭକ୍ତ ଏବଂ ସନ୍ଥଙ୍କ ସହିତ ମିଶିଥାନ୍ତି, ସେ ରାମ ନାମ ଜପି ନିଜ ଦୁଃଖ ଦୂର କରିଦିଏ ||4||
ਸਰਬ ਬਿਧਿ ਭ੍ਰਮਤੇ ਪੁਕਾਰਹਿ ਕਤਹਿ ਨਾਹੀ ਛੋਟਿ ॥ ଲୋକମାନେ ଅନେକ ବିଧି ଦ୍ଵାରା ଚାରିଆଡେ ବୁଲୁଥାନ୍ତି ଆଉ ଦୁଃଖୀ ହୋଇ ବିଳାପ କରିଥାନ୍ତି, କିନ୍ତୁ କେଉଁଠାରେ ମଧ୍ୟ ସେମାନଙ୍କୁ ରକ୍ଷା ମିଳେନାହିଁ।
ਹਰਿ ਚਰਣ ਸਰਣ ਅਪਾਰ ਪ੍ਰਭ ਕੇ ਦ੍ਰਿੜੁ ਗਹੀ ਨਾਨਕ ਓਟ ॥੫॥੪॥੩੦॥ ହେ ନାନକ! ମୁଁ ହରି-ଚରଣର ଶରଣ ନେଇଛି ଆଉ ଅପାର ପ୍ରଭୁଙ୍କ ସାହାରା ପାଇଛି ||5||4||30||
ਗੂਜਰੀ ਮਹਲਾ ੫ ਘਰੁ ੪ ਦੁਪਦੇ॥ ଗୁଜରୀ ମହଲା 5 ଘର 4 ଦୁପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਆਰਾਧਿ ਸ੍ਰੀਧਰ ਸਫਲ ਮੂਰਤਿ ਕਰਣ ਕਾਰਣ ਜੋਗੁ ॥ ଭଗବାନଙ୍କ ଆରାଧନା କର, ତାହାଙ୍କ ଦର୍ଶନ ଜୀବନକୁ ସଫଳ କରିଦିଏ, ସେ କରିବା ଏବଂ କରାଇବା ପାଇଁ ସଂପୂର୍ଣ୍ଣ ସମର୍ଥ ଅଟନ୍ତି।
ਗੁਣ ਰਮਣ ਸ੍ਰਵਣ ਅਪਾਰ ਮਹਿਮਾ ਫਿਰਿ ਨ ਹੋਤ ਬਿਓਗੁ ॥੧॥ ତାହାଙ୍କ ଗୁଣାନୁବାଦ କରିବା ଏବଂ ଅପାର ମହିମା ଶ୍ରବଣ କରିବା ଦ୍ଵାରା ପୁଣି କେବେ ବିଯୋଗ ହୁଏନାହିଁ ||1||
ਮਨ ਚਰਣਾਰਬਿੰਦ ਉਪਾਸ ॥ ହେ ମନ! ଈଶ୍ଵରଙ୍କ ଚରଣାବିନ୍ଦର ଉପାସନା କର।
ਕਲਿ ਕਲੇਸ ਮਿਟੰਤ ਸਿਮਰਣਿ ਕਾਟਿ ਜਮਦੂਤ ਫਾਸ ॥੧॥ ਰਹਾਉ ॥ ତାହାଙ୍କ ସ୍ମରଣ ଦ୍ଵାରା ସବୁ ଦୁଃଖ କ୍ଲେଶ ଦୂର ହୋଇଯାଏ ଆଉ ଯମଦୂତର ବନ୍ଧନ କଟିଯାଏ॥1॥ରୁହ॥
ਸਤ੍ਰੁ ਦਹਨ ਹਰਿ ਨਾਮ ਕਹਨ ਅਵਰ ਕਛੁ ਨ ਉਪਾਉ ॥ ହରିନାମର ଜପ ହିଁ ଶତ୍ରୁ ଦହନ ପାଇଁ ଏକ ସାଧନ ଅଟେ ତଥା ଅନ୍ୟ କିଛି ଉପାୟ ନାହିଁ।
ਕਰਿ ਅਨੁਗ੍ਰਹੁ ਪ੍ਰਭੂ ਮੇਰੇ ਨਾਨਕ ਨਾਮ ਸੁਆਉ ॥੨॥੧॥੩੧॥ ନାନକଙ୍କ ପ୍ରାର୍ଥନା ଯେ ହେ ମୋର ପ୍ରଭୁ! ମୋ’ ଉପରେ ଅନୁଗ୍ରହ କର କାରଣ ତୋର ନାମର ସ୍ଵାଦ ପ୍ରାପ୍ତ ହୋଇ ପାରିବ ||2||1||31||
ਗੂਜਰੀ ਮਹਲਾ ੫ ॥ ଗୁଜରୀ ମହଲା 5 ॥
ਤੂੰ ਸਮਰਥੁ ਸਰਨਿ ਕੋ ਦਾਤਾ ਦੁਖ ਭੰਜਨੁ ਸੁਖ ਰਾਇ ॥ ହେ ଦାତା! ତୁ ସର୍ବ କଳା ସମର୍ଥ ଅଟୁ, ନିଜ ଭକ୍ତକୁ ଶରଣ ଦେବା ବାଲା ଅଟୁ ଏବଂ ଦୁଃଖର ନାଶ କରିବା ବାଲା ସୁଖର ରାଜା ଅଟୁ।
ਜਾਹਿ ਕਲੇਸ ਮਿਟੇ ਭੈ ਭਰਮਾ ਨਿਰਮਲ ਗੁਣ ਪ੍ਰਭ ਗਾਇ ॥੧॥ ପ୍ରଭୁଙ୍କ ନିର୍ମଳ ଗୁଣାନୁବାଦ କରିଲେ ଦୁଃଖ କ୍ଲେଶ ଦୂର ହୋଇଯାଏ ଆଉ ଭୟ ଭ୍ରମ ଦୂର ହୋଇଯାଏ ||1||
ਗੋਵਿੰਦ ਤੁਝ ਬਿਨੁ ਅਵਰੁ ਨ ਠਾਉ ॥ ହେ ଗୋବିନ୍ଦ! ତୋ’ ବିନା ମୋର ଆଉ କିଛି ସାହାରା ନାହିଁ।
ਕਰਿ ਕਿਰਪਾ ਪਾਰਬ੍ਰਹਮ ਸੁਆਮੀ ਜਪੀ ਤੁਮਾਰਾ ਨਾਉ ॥ ਰਹਾਉ ॥ ହେ ପରଂବ୍ରହ୍ମ ସ୍ଵାମୀ! ମୋତେ ଏପରି କୃପା କର, ଯାହା ଫଳରେ ମୁଁ ତୁମ ନାମର ଜପ କରୁଥିବି॥ରୁହ॥
ਸਤਿਗੁਰ ਸੇਵਿ ਲਗੇ ਹਰਿ ਚਰਨੀ ਵਡੈ ਭਾਗਿ ਲਿਵ ਲਾਗੀ ॥ ସଦଗୁରୁଙ୍କ ସେବା ସହିତ ମୁଁ ହରିଙ୍କ ଚରଣରେ ଲାଗିଅଛି ଆଉ ଅହୋଭାଗ୍ୟରୁ ପ୍ରଭୁଙ୍କ ସହିତ ଲାଗିଅଛି।


© 2017 SGGS ONLINE
error: Content is protected !!
Scroll to Top