Page 503
ਕਵਲ ਪ੍ਰਗਾਸ ਭਏ ਸਾਧਸੰਗੇ ਦੁਰਮਤਿ ਬੁਧਿ ਤਿਆਗੀ ॥੨॥
ସାଧୁଙ୍କ ସଂଗତି କରିବା ଦ୍ଵାରା ହୃଦୟରେ କମଳ ଖେଳିଯାଇଛି ଆଉ ମନ୍ଦ ବୁଦ୍ଧି ଦୂର ହୋଇଯାଇଛି||2||
ਆਠ ਪਹਰ ਹਰਿ ਕੇ ਗੁਣ ਗਾਵੈ ਸਿਮਰੈ ਦੀਨ ਦੈਆਲਾ ॥
ଯେଉଁ ପ୍ରାଣୀ ଆଠ ପ୍ରହର ହରିଙ୍କ ଗୁଣଗାନ କରିଥାଏ ଆଉ ଦୀନଦୟାଳୁଙ୍କ ସ୍ମରଣ କରିଥାଏ,
ਆਪਿ ਤਰੈ ਸੰਗਤਿ ਸਭ ਉਧਰੈ ਬਿਨਸੇ ਸਗਲ ਜੰਜਾਲਾ ॥੩॥
ସେ ସ୍ଵୟଂ ମୋକ୍ଷ ପ୍ରାପ୍ତ କରିଥାଏ ଆଉ ସଙ୍ଗତିରେ ଆସୁଥିବା ପ୍ରାଣୀକୁ ମଧ୍ୟ ଉଦ୍ଧାର କରିଥାଏ ତଥା ତାହାର ସମସ୍ତ ବନ୍ଧନ କଟିଯାଏ ||3||
ਚਰਣ ਅਧਾਰੁ ਤੇਰਾ ਪ੍ਰਭ ਸੁਆਮੀ ਓਤਿ ਪੋਤਿ ਪ੍ਰਭੁ ਸਾਥਿ ॥
ହେ ପ୍ରଭୁ ସ୍ଵାମୀ! ତୋର ଚରଣ ହିଁ ମୋର ଆଧାର ଅଟେ, ତୁ ପ୍ରତି ସମୟରେ ଲୋକ ପରଲୋକରେ ସହାୟକ ହେଉ।
ਸਰਨਿ ਪਰਿਓ ਨਾਨਕ ਪ੍ਰਭ ਤੁਮਰੀ ਦੇ ਰਾਖਿਓ ਹਰਿ ਹਾਥ ॥੪॥੨॥੩੨॥
ହେ ପ୍ରଭୁ! ନାନକ ତୋର ଶରଣ ନେଇଛନ୍ତି, ନିଜ ହାତରେ ହରି ତାହାଙ୍କୁ ବଞ୍ଚାଇଛନ୍ତି ||4||2||32||
ਗੂਜਰੀ ਅਸਟਪਦੀਆ ਮਹਲਾ ੧ ਘਰੁ ੧॥
ଗୁଜରୀ ଅଷ୍ଟପଦୀ ମହଲା 1 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਏਕ ਨਗਰੀ ਪੰਚ ਚੋਰ ਬਸੀਅਲੇ ਬਰਜਤ ਚੋਰੀ ਧਾਵੈ ॥
ଶରୀର ରୂପୀ ଏକ ନଗରୀରେ କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ପାଞ୍ଚ ଚୋର ନିବାସ କରନ୍ତି, ବର୍ଜନ କଲେ ମଧ୍ୟ ଏମାନେ ଶୁଭ ଗୁଣ ଚୋରୀ କରିଥାନ୍ତି।
ਤ੍ਰਿਹਦਸ ਮਾਲ ਰਖੈ ਜੋ ਨਾਨਕ ਮੋਖ ਮੁਕਤਿ ਸੋ ਪਾਵੈ ॥੧॥
ହେ ନାନକ! ଯେଉଁ ପ୍ରାଣୀ ତିନି ଗୁଣ ଏବଂ ଦଶ ଇନ୍ଦ୍ରିୟ ଠାରୁ ନିଜର ଆତ୍ମିକ ଗୁଣବଞ୍ଚାଇ ରଖିଥାନ୍ତି, ସେ ମୋକ୍ଷ ପାଇଥାଏ||1||
ਚੇਤਹੁ ਬਾਸੁਦੇਉ ਬਨਵਾਲੀ ॥
ହେ ଭାଇ! ବାସୁଦେବଙ୍କୁ ସଦା ସ୍ମରଣ କର।
ਰਾਮੁ ਰਿਦੈ ਜਪਮਾਲੀ ॥੧॥ ਰਹਾਉ ॥
ରାମଙ୍କୁ ହୃଦୟରେ ସ୍ଥାପନା ହିଁ ଜପମାଳା ଅଟେ॥1॥ରୁହ॥
ਉਰਧ ਮੂਲ ਜਿਸੁ ਸਾਖ ਤਲਾਹਾ ਚਾਰਿ ਬੇਦ ਜਿਤੁ ਲਾਗੇ ॥
ଦୁନିଆ ଏକ ବୃକ୍ଷ ଭଳି ଯାହାର ମୂଳ ଉପରେ ତଥା ଶାଖା ତଳେ ଥାଏ ଆଉ ଯାହାର ପାତ୍ର ଚାରି ବେଦକୁ ବର୍ଣ୍ଣନା କରେ,
ਸਹਜ ਭਾਇ ਜਾਇ ਤੇ ਨਾਨਕ ਪਾਰਬ੍ਰਹਮ ਲਿਵ ਜਾਗੇ ॥੨॥
ହେ ନାନକ! ଯେଉଁ ଜୀବ ପରଂବ୍ରହ୍ମଙ୍କ ବୃତ୍ତିରେ ସାବଧାନ ରହିଥାଏ, ସେ ସ୍ଵାଭାବିକ ଅବସ୍ଥାରେ ହିଁ ପରଂବ୍ରହ୍ମ ରୂପୀ ବୃକ୍ଷ ପାଖରେ ପହଞ୍ଚିଯାଏ ||2||
ਪਾਰਜਾਤੁ ਘਰਿ ਆਗਨਿ ਮੇਰੈ ਪੁਹਪ ਪਤ੍ਰ ਤਤੁ ਡਾਲਾ ॥
ଭଗବାନ ରୂପୀ ପାରିଜାତ ବୃକ୍ଷ ମୋର ଘରର ଅଗଣାରେ ହିଁ ତଥା ଜ୍ଞାନ ରୂପ ଏହାର ପୁଷ୍ପ, ପତ୍ର ଏବଂ ଡାଳ ଅଟେ।
ਸਰਬ ਜੋਤਿ ਨਿਰੰਜਨ ਸੰਭੂ ਛੋਡਹੁ ਬਹੁਤੁ ਜੰਜਾਲਾ ॥੩॥
ହେ ଭାଇ! ସେହି ସ୍ଵୟଂଭୂ ନିରଞ୍ଜନ ପରମାତ୍ମାଙ୍କ ଜ୍ୟୋତି ସବୁଠାରେ ଅଛି, ଏଣୁ ଦୁନିଆରେ ଜଞ୍ଜାଳ ଛାଡି ଦିଅ ||3||
ਸੁਣਿ ਸਿਖਵੰਤੇ ਨਾਨਕੁ ਬਿਨਵੈ ਛੋਡਹੁ ਮਾਇਆ ਜਾਲਾ ॥
ହେ ଶିକ୍ଷା ଅଭିଳାଷୀ! ଶୁଣ, ନାନକ ବିନତି କରନ୍ତି ଯେ ଏହି ସାଂସାରିକ ମାୟାଜାଲ ତ୍ୟାଗ କର।
ਮਨਿ ਬੀਚਾਰਿ ਏਕ ਲਿਵ ਲਾਗੀ ਪੁਨਰਪਿ ਜਨਮੁ ਨ ਕਾਲਾ ॥੪॥
ନିଜ ମନରେ ବିଚାର କର ଯେ ଏକ ଈଶ୍ଵରଙ୍କ ଠାରେ ଧ୍ୟାନ ଲଗାଇଲେ ବାରମ୍ବାର ଜନ୍ମ-ମରଣ ଚକ୍ରରେ ଆସିବାକୁ ପଡେ ନାହିଁ ||4||
ਸੋ ਗੁਰੂ ਸੋ ਸਿਖੁ ਕਥੀਅਲੇ ਸੋ ਵੈਦੁ ਜਿ ਜਾਣੈ ਰੋਗੀ ॥
ତାହାଙ୍କୁ ଗୁରୁ କୁହାଯାଏ, ତାହାଙ୍କୁ ଶିଷ୍ୟ କୁହାଜେ ଆଉ ସେ ହି ବୈଦ୍ୟ ଅଟନ୍ତି ଯିଏ ରୋଗୀଙ୍କ ରାଗ ଜାଣି ତାହାର ଉପଚାର କରି ପାରନ୍ତି।
ਤਿਸੁ ਕਾਰਣਿ ਕੰਮੁ ਨ ਧੰਧਾ ਨਾਹੀ ਧੰਧੈ ਗਿਰਹੀ ਜੋਗੀ ॥੫॥
ସେ ସାଂସାରିକ କାମ-ଧନ୍ଦାରେ ଲିପ୍ତ ହୁଏନାହିଁ ଔ ଗୃହସ୍ଥି ଜୀବନରେ ହିଁ କର୍ମ କରିଥାଏ ଓ ପ୍ରଭୁଙ୍କ ସହିତ ଯୋଡି ରହିଥାଏ ||5||
ਕਾਮੁ ਕ੍ਰੋਧੁ ਅਹੰਕਾਰੁ ਤਜੀਅਲੇ ਲੋਭੁ ਮੋਹੁ ਤਿਸ ਮਾਇਆ ॥
ସେ କାମ, କ୍ରୋଧ, ଅହଂକାର, ଲୋଭ, ମୋହ ଏବଂ ମାୟାକୁ ତ୍ୟାଗ କରିଥାଏ।
ਮਨਿ ਤਤੁ ਅਵਿਗਤੁ ਧਿਆਇਆ ਗੁਰ ਪਰਸਾਦੀ ਪਾਇਆ ॥੬॥
ନିଜ ମନରେ ସେ ସତ୍ୟସ୍ଵରୂପ ଏବଂ ଅବିଗତ ପ୍ରଭୁଙ୍କ ଧ୍ୟାନ କରିଥାଏ ଆଉ ଗୁରୁଙ୍କ କୃପାରୁ ତାହାଙ୍କୁ ପ୍ରାପ୍ତ କରିନିଏ||6||
ਗਿਆਨੁ ਧਿਆਨੁ ਸਭ ਦਾਤਿ ਕਥੀਅਲੇ ਸੇਤ ਬਰਨ ਸਭਿ ਦੂਤਾ ॥
ଜ୍ଞାନ-ଧ୍ୟାନ ସମସ୍ତ ଦାନ ଈଶ୍ଵରଙ୍କ ଦ୍ଵାରା ତାହାକୁ ମିଳିଥିବା କୁହାଯାଏ, ସବୁ ବିକାର ତାହାର ସମ୍ମୁଖରେ ସତ୍ତ୍ଵ ଗୁଣୀ ହୋଇଯାଏ।
ਬ੍ਰਹਮ ਕਮਲ ਮਧੁ ਤਾਸੁ ਰਸਾਦੰ ਜਾਗਤ ਨਾਹੀ ਸੂਤਾ ॥੭॥
ସେ ବ୍ରହ୍ମ ରୂପୀ କମଳର ମହୁକୁ ପାନ କରିଥାଏ ଆଉ ସଦା ଜାଗ୍ରତ ରହିଥାଏ ତଥା ମାୟାର ନିଦ୍ରାର ଶିକାର ହୁଏନାହିଁ ||7||
ਮਹਾ ਗੰਭੀਰ ਪਤ੍ਰ ਪਾਤਾਲਾ ਨਾਨਕ ਸਰਬ ਜੁਆਇਆ ॥
ବ୍ରହ୍ମ ରୂପୀ କମଳ ମହା ଗମ୍ଭୀର ଅଟେ ତଥା ତାହାର ଠିକଣା ପାତାଳ ଅଟେ, ହେ ନାନକ ସେ ସାରା ସୃଷ୍ଟିରେ ଯୋଡି ରହିଛି।
ਉਪਦੇਸ ਗੁਰੂ ਮਮ ਪੁਨਹਿ ਨ ਗਰਭੰ ਬਿਖੁ ਤਜਿ ਅੰਮ੍ਰਿਤੁ ਪੀਆਇਆ ॥੮॥੧॥
ଗୁରୁଙ୍କ ଉପଦେଶ ଫଳସ୍ଵରୂପ ମୁଁ ପୁନଃ ଗର୍ଭରେ ପ୍ରବେଶ କରିବି ନାହିଁ, କାରଣ ମୁଁ ସାଂସାରିକ ବିଷକୁ ତ୍ୟାଗ କରି ନାମାମୃତ ପାନ କରିଛି ||8||1||
ਗੂਜਰੀ ਮਹਲਾ ੧ ॥
ଗୁଜରୀ ମହଲା 1 ॥
ਕਵਨ ਕਵਨ ਜਾਚਹਿ ਪ੍ਰਭ ਦਾਤੇ ਤਾ ਕੇ ਅੰਤ ਨ ਪਰਹਿ ਸੁਮਾਰ ॥
ସେହି ଦାତା ପ୍ରଭୁଙ୍କ ସମ୍ମୁଖରେ କିଏ କିଏ ମାଗନ୍ତି? ତାହାଙ୍କ କୌଣସି ଅନ୍ତ ନାହିଁ ଏବଂ ତାହାଙ୍କ ଗଣନା କରାଯାଇ ପାରିବ ନାହିଁ।
ਜੈਸੀ ਭੂਖ ਹੋਇ ਅਭ ਅੰਤਰਿ ਤੂੰ ਸਮਰਥੁ ਸਚੁ ਦੇਵਣਹਾਰ ॥੧॥
ଯେପରି ଲାଳସା କାହାର ହୃଦୟରେ ରହିଥାଏ, ହେ ସତ୍ୟସ୍ଵରୂପ! ତୁ ସେପରି ହିଁ ଦାନ ଦେବାରେ ସମର୍ଥ ଅଟୁ ||1||
ਐ ਜੀ ਜਪੁ ਤਪੁ ਸੰਜਮੁ ਸਚੁ ਅਧਾਰ ॥
ହେ ପ୍ରଭୁ! ତୋର ସତ୍ୟ ନାମର ଆଧାର ହିଁ ମୋର ଜପ, ତପସ୍ୟା ଏବଂ ସଂଯମ ଅଟେ।
ਹਰਿ ਹਰਿ ਨਾਮੁ ਦੇਹਿ ਸੁਖੁ ਪਾਈਐ ਤੇਰੀ ਭਗਤਿ ਭਰੇ ਭੰਡਾਰ ॥੧॥ ਰਹਾਉ ॥
ମୋତେ ନିଜ ହରି-ହରି ନାମ ପ୍ରଦାନ କର, କାରଣ ମୁଁ ସୁଖ ପ୍ରାପ୍ତ କରିବି, ତୋର ଭକ୍ତିର ଭଣ୍ଡାର ଭରି ରହିଛି ॥1॥ରୁହ॥
ਸੁੰਨ ਸਮਾਧਿ ਰਹਹਿ ਲਿਵ ਲਾਗੇ ਏਕਾ ਏਕੀ ਸਬਦੁ ਬੀਚਾਰ ॥
ତୁ ଶୂନ୍ୟ ସମାଧି ଲଗାଇ ନିଜ ବୃତ୍ତିରେ ଲୀନ ରହିଥିଲୁ,
ਜਲੁ ਥਲੁ ਧਰਣਿ ਗਗਨੁ ਤਹ ਨਾਹੀ ਆਪੇ ਆਪੁ ਕੀਆ ਕਰਤਾਰ ॥੨॥
ଯେବେ କର୍ତ୍ତା ନିଜେ ନିଜର ସ୍ୱରୂପ ରଚନା କରିଥିଲେ, ସେତେବେଳେ ନା ଜଳ ଥିଲା, ନା ସ୍ଥଳ ଥିଲା, ନା ପୃଥିବୀ ଥିଲା ଆଉ ନା ହିଁ ଗଗନ ଥିଲା||2||
ਨਾ ਤਦਿ ਮਾਇਆ ਮਗਨੁ ਨ ਛਾਇਆ ਨਾ ਸੂਰਜ ਚੰਦ ਨ ਜੋਤਿ ਅਪਾਰ ॥
ସେତେବେଳେ ନା ମାୟାର ମସ୍ତି, ନା ହିଁ ଅଜ୍ଞାନତାର ଛାୟା, ନା ସୂର୍ଯ୍ୟ ଆଉ ନା ଚନ୍ଦ୍ରମା ଥିଲେ ଆଉ ସେତେବେଳ ପରମାତ୍ମାଙ୍କ ଅପାର ଜ୍ୟୋତି ହିଁ ଥିଲା।
ਸਰਬ ਦ੍ਰਿਸਟਿ ਲੋਚਨ ਅਭ ਅੰਤਰਿ ਏਕਾ ਨਦਰਿ ਸੁ ਤ੍ਰਿਭਵਣ ਸਾਰ ॥੩॥
ସବୁଙ୍କୁ ଦେଖିବା ବାଲା ଆଖି ପରମାତ୍ମାଙ୍କ ହୃଦୟରେ ହିଁ ଅଛି, ସେ ନିଜର ଏକ କୃପା ଦୃଷ୍ଟିରେ ହିଁ ପାତାଳ, ପୃଥିବୀ ଏବଂ ଆକାଶ ତିନି ଲୋକକୁ ସମ୍ଭାଳି ନିଅନ୍ତି||3||