Page 4
ਅਸੰਖ ਭਗਤ ਗੁਣ ਗਿਆਨ ਵੀਚਾਰ ॥
ଅସଂଖ୍ୟ ଏପରି ଭକ୍ତ ଅଛନ୍ତି ଯିଏ ଏହି ନିରଙ୍କାରଙ୍କ ଗୁଣ ବିଚାର କରି ଜ୍ଞାନ ଉପଲବ୍ଧି କରନ୍ତି।
ਅਸੰਖ ਸਤੀ ਅਸੰਖ ਦਾਤਾਰ ॥
ଅସଂଖ୍ୟ ସତ୍ୟକୁ ଜାଣୁଥିବା ଅଥବା ପରମାର୍ଥ-ପଥରେ ଚାଲୁଥିବା ଦାନୀ ସଜ୍ଜନ ଅଛନ୍ତି।
ਅਸੰਖ ਸੂਰ ਮੁਹ ਭਖ ਸਾਰ ॥
ଅସଂଖ୍ୟ ବୀର ରଣଭୂମିରେ ଶତ୍ରୁର ସାମନା କରି ଶସ୍ତ୍ର ମାଡ ସହ୍ୟ କରନ୍ତି।
ਅਸੰਖ ਮੋਨਿ ਲਿਵ ਲਾਇ ਤਾਰ ॥
ଅସଂଖ୍ୟ ମାନବ ଜୀବ ମୌନ ଧାରଣ କରି ଏକାଗ୍ରଚିତ୍ତ ହୋଇ ସେହି ଅକାଳ ପୁରୁଷଙ୍କ ଠାରେ ମଗ୍ନ ରହନ୍ତି।
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥
ଏଥିପାଇଁ ମୋ’ ପାଖରେ ଏତେ ବୁଦ୍ଧି କାହିଁ ଯେ ମୁଁ ସେହି ଅକଥନୀୟ ପ୍ରଭୁଙ୍କ ସାମର୍ଥ୍ୟ ବିଚାର କରିପାରିବି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥
ହେ ଅନନ୍ତ ସ୍ୱରୂପ! ମୁଁ ତୁମ ପାଖରେ ଠାରେ ମଧ୍ୟ ସମର୍ପିତ ହେବା ଯୋଗ୍ୟ ନୁହେଁ ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥
ତୁମକୁ ଯାହା ଭଲ ଲାଗେ ସେହି କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੭॥
ହେ ନିରଙ୍କାର! ହେ ପରଂବ୍ରହ୍ମ! ତୁମେ ସଦା ଶାଶ୍ଵତ ରୂପ ଅଟ ॥17॥
ਅਸੰਖ ਮੂਰਖ ਅੰਧ ਘੋਰ ॥
ଏହି ସୃଷ୍ଟିରେ ଅସଂଖ୍ୟ ମନୁଷ୍ୟ ବିମୁଢ ତଥା ଅଜ୍ଞାନ ଅଟନ୍ତି।
ਅਸੰਖ ਚੋਰ ਹਰਾਮਖੋਰ ॥
ଅସଂଖ୍ୟ ଚୋର ଆଉ ଅଭକ୍ଷ ଖାଆନ୍ତି।
ਅਸੰਖ ਅਮਰ ਕਰਿ ਜਾਹਿ ਜੋਰ ॥
ଅସଂଖ୍ୟ ଅନ୍ୟ ଉପରେ ବଳ ପ୍ରୟୋଗ କରି ଅତ୍ୟାଚାର କରି ଏହି ସଂସାର ତ୍ୟାଗ କରନ୍ତି।
ਅਸੰਖ ਗਲਵਢ ਹਤਿਆ ਕਮਾਹਿ ॥
ଅସଂଖ୍ୟ ଅଧର୍ମୀ ମନୁଷ୍ୟ ଯିଏ ଅନ୍ୟର ଗଳା କାଟି ହତ୍ୟା କରି ପାପ ଅର୍ଜ୍ଜନ କରନ୍ତି।
ਅਸੰਖ ਪਾਪੀ ਪਾਪੁ ਕਰਿ ਜਾਹਿ ॥
ଅସଂଖ୍ୟ ପାପୀ ଏହି ସଂସାରରୁ ପାପ କରି ଚାଲିଯାନ୍ତି।
ਅਸੰਖ ਕੂੜਿਆਰ ਕੂੜੇ ਫਿਰਾਹਿ ॥
ଅସଂଖ୍ୟ ହିଁ ମିଥ୍ୟା ସ୍ଵଭାବ ରଖି ମିଛ କହନ୍ତି।
ਅਸੰਖ ਮਲੇਛ ਮਲੁ ਭਖਿ ਖਾਹਿ ॥
ଅସଂଖ୍ୟ ମାନବ ଏପରି ଅଛନ୍ତି ଯିଏ ମଳିନ ବୁଦ୍ଧି ଯୋଗୁଁ ବିଷ୍ଟା ଭୋଜନ ଖାଆନ୍ତି।
ਅਸੰਖ ਨਿੰਦਕ ਸਿਰਿ ਕਰਹਿ ਭਾਰੁ ॥
ଅସଂଖ୍ୟ ଲୋକ ଅନ୍ୟକୁ ନିନ୍ଦା କରି ନିଜ ମୁଣ୍ଡରେ ପାପ ବୋଝ ରଖନ୍ତି।
ਨਾਨਕੁ ਨੀਚੁ ਕਹੈ ਵੀਚਾਰੁ ॥
ଶ୍ରୀ ଗୁରୁଦେବ ନାନକ ସ୍ଵୟଂକୁ ନିମ୍ନ କହି ବିନତି କରନ୍ତି ଯେ ଆମେ ତ କୁକର୍ମ ଜୀବ ଅର୍ଥାତ ତାମସିକ ଓ ଆସୁରିକ ସମ୍ପଦ ବାଲା ସୃଷ୍ଟିର ବର୍ଣ୍ଣନା କରୁଛନ୍ତି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥
ହେ ଅନନ୍ତ ସ୍ୱରୂପ! ମୁଁ ତୁମ ଠାରେ ଠାରେ ମଧ୍ୟ ସମର୍ପିତ ହେବା ପାଇଁ ଯୋଗ୍ୟ ନୁହେଁ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥
ଯାହା ତୁମକୁ ଭଲ ଲାଗେ ସେହି କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੮॥
ହେ ନିରଙ୍କାର! ହେ ପରଂବ୍ରହ୍ମ! ତୁମେ ସଦା ଶାଶ୍ଵତ ରୂପ ଅଟ। ॥18॥
ਅਸੰਖ ਨਾਵ ਅਸੰਖ ਥਾਵ ॥
ତୁମ ସୃଷ୍ଟିରେ ଅକାଳ ପୁରୁଷଙ୍କ ଅସଂଖ୍ୟ ନାମ ଓ ଅସଂଖ୍ୟ ସ୍ଥାନ ଅଛି ଯେଉଁଠି ପରମାତ୍ମା ବାସ କରନ୍ତି।
ਅਗੰਮ ਅਗੰਮ ਅਸੰਖ ਲੋਅ ॥
ଅସଂଖ୍ୟ ହିଁ ଅକଳ୍ପନୀୟ ଲୋକ ଅଛି।
ਅਸੰਖ ਕਹਹਿ ਸਿਰਿ ਭਾਰੁ ਹੋਇ ॥
କିନ୍ତୁ ଯେଉଁ ମନୁଷ୍ୟ ତାଙ୍କରି ରଚନାର ଗଣିତ କରି ଅସଂଖ୍ୟ ଶବ୍ଦ ବ୍ୟବହାର କରେ ତାହାର ମୁଣ୍ଡ ମଧ୍ୟ ଭାରି ହୋଇଯାଏ।
ਅਖਰੀ ਨਾਮੁ ਅਖਰੀ ਸਾਲਾਹ ॥
ଶବ୍ଦ ଦ୍ଵାରା ହିଁ ଏହି ନିରଙ୍କାରଙ୍କ ନାମ ଜପ କରାଯାଇପାରିବ, ଶବ୍ଦ ଦ୍ଵାରା ହି ତାହାଙ୍କର ଗୁଣ ଗାନ କରାଯାଇପାରିବ।
ਅਖਰੀ ਗਿਆਨੁ ਗੀਤ ਗੁਣ ਗਾਹ ॥
ପରମାତ୍ମାଙ୍କ ଗୁଣ ଗାନ ଶବ୍ଦ ଦ୍ଵାରା ହି କରାଯାଇପାରିବ, ତାହାଙ୍କ ପ୍ରଶଂସା ମଧ୍ୟ ଶବ୍ଦ ଦ୍ଵାରା ହିଁ କରାଯାଇପାରିବ।
ਅਖਰੀ ਲਿਖਣੁ ਬੋਲਣੁ ਬਾਣਿ ॥
ଶବ୍ଦ ଦ୍ଵାରା ହିଁ ତାଙ୍କରି ବାଣୀର ଲେଖା ଓ ଗାନ କରାଯାଇପାରିବ।
ਅਖਰਾ ਸਿਰਿ ਸੰਜੋਗੁ ਵਖਾਣਿ ॥
ଶବ୍ଦ ଦ୍ଵାରା ହିଁ ମସ୍ତିସ୍କରେ ଲେଖା ହୋଇଥିବା କର୍ମ ବତାଯାଇପାରିବ।
ਜਿਨਿ ਏਹਿ ਲਿਖੇ ਤਿਸੁ ਸਿਰਿ ਨਾਹਿ ॥
କିନ୍ତୁ ଯେଉଁ ନିରଙ୍କାର ଏହି କର୍ମ ଲେଖନ୍ତି ତାଙ୍କରି କପାଳରେ କୌଣସି କର୍ମ ଲେଖନ୍ତି ନାହିଁ।
ਜਿਵ ਫੁਰਮਾਏ ਤਿਵ ਤਿਵ ਪਾਹਿ ॥
କର୍ମ ଅନୁସାରେ ଅକାଳ ପୁରୁଷ ଆଦେଶ ଦିଅନ୍ତି, ସେପରି କର୍ମ ଆମେ ଭୋଗ କରୁ।
ਜੇਤਾ ਕੀਤਾ ਤੇਤਾ ਨਾਉ ॥
ରଚୟିତା ଏହି ସୃଷ୍ଟିର ଯେତେ ପ୍ରସାରକରିଛନ୍ତି, ତାହା ସମସ୍ତ ନାମ-ରୂପ ଅଟେ।
ਵਿਣੁ ਨਾਵੈ ਨਾਹੀ ਕੋ ਥਾਉ ॥
ତାଙ୍କ ନାମ ବିନା କୌଣସି ସ୍ଥାନ ନାହିଁ।
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥
ଏଥିପାଇଁ ମୋ’ ଠାରେ ଏତେ ବୁଦ୍ଧି କାହିଁ ଯେ ମୁଁ ଏହି ଅକଥନୀୟ ପ୍ରଭୁଙ୍କ ସାମର୍ଥ୍ୟ ବିଚାର କରେଇପାରିବି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥
ମୁଁ ତୁମ ଠାରେ ଠାରେ ମଧ୍ୟ ସମର୍ପିତ ହେବା ପାଇଁ ଯୋଗ୍ୟ ନୁହେଁ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥
ତୁମକୁ ଯାହା ଭଲ ଲାଗେ ସେହି କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੯॥
ହେ ନିରଙ୍କାର! ହେ ପରଂବ୍ରହ୍ମ! ତୁମେ ସଦା ଶାଶ୍ଵତ ରୂପ ଅଟ। ॥19॥
ਭਰੀਐ ਹਥੁ ਪੈਰੁ ਤਨੁ ਦੇਹ ॥
ଯଦି ଏହି ଶରୀରର ହାତ, ପାଦ ଅଥବା କୌଣସି ଅଙ୍ଗ ମଳିନ ହୋଇଯାଏ
ਪਾਣੀ ਧੋਤੈ ਉਤਰਸੁ ਖੇਹ ॥
ତାହାହେଲେ ପାଣିରେ ଧୋଇଲେ ସଫା ହୋଇଯାଏ
ਮੂਤ ਪਲੀਤੀ ਕਪੜੁ ਹੋਇ ॥
ଯଦି କୌଣସି ବସ୍ତ୍ର ମୁତ୍ର ଆଦି ଦ୍ଵାରା ଅପବିତ୍ର ହୋଇଯାଏ
ਦੇ ਸਾਬੂਣੁ ਲਈਐ ਓਹੁ ਧੋਇ ॥
ସାବୁନରେ ଏହାକୁ ଧୁଆଯାଏ।
ਭਰੀਐ ਮਤਿ ਪਾਪਾ ਕੈ ਸੰਗਿ ॥
ଯଦି ମନୁଷ୍ୟର ବୁଦ୍ଧି କରିବା ଯୋଗୁଁ ମଳିନ ହୋଇଯାଏ
ਓਹੁ ਧੋਪੈ ਨਾਵੈ ਕੈ ਰੰਗਿ ॥
ତାହାହେଲେ ସେହି ୱାହିଗୁରୁଙ୍କ ନାମ ସ୍ମରଣ କରି ପବିତ୍ର ହୋଇପାରିବ।
ਪੁੰਨੀ ਪਾਪੀ ਆਖਣੁ ਨਾਹਿ ॥
ପୂଣ୍ୟ ଓ ପାପ କେବଳ କହିବା ପାଇଁ ନାହିଁ।
ਕਰਿ ਕਰਿ ਕਰਣਾ ਲਿਖਿ ਲੈ ਜਾਹੁ ॥
ଏହି ସଂସାରରେ ଆମେ ଯେଉଁ ଯେଉଁ କର୍ମ କରିବା ତାହା ଚିତ୍ରଗୁପ୍ତ ଦ୍ଵାରା ଲେଖା ହୋଇ ରହୁଛି, ଯାହାର ଫଳ ଅନୁସାରେ ସ୍ଵର୍ଗ ଅଥବା ନର୍କ ପ୍ରାପ୍ତି ହେଉଛି।
ਆਪੇ ਬੀਜਿ ਆਪੇ ਹੀ ਖਾਹੁ ॥
ମନୁଷ୍ୟ ନିଜେ ବୀଜ ବୁଣେ ଆଉ ନିଜେ ହିଁ ତାହାର ଫଳ ପ୍ରାପ୍ତ କରେ।
ਨਾਨਕ ਹੁਕਮੀ ਆਵਹੁ ਜਾਹੁ ॥੨੦॥
ଗୁରୁ ନାନକଙ୍କ କଥନ ଯେ ଜୀବ ନିଜ କର୍ମ ଅନୁସାରେ ଫଳ ଭୋଗିବା ପାଇଁ ଅକାଳ-ପୁରୁଷଙ୍କ ଆଦେଶରେ ଏହି ଜନ୍ମ-ମୃତ୍ୟୁ ଚକ୍ରରେ ଛନ୍ଦି ରହିଥାଏ। ॥20।
ਤੀਰਥੁ ਤਪੁ ਦਇਆ ਦਤੁ ਦਾਨੁ ॥
ତୀର୍ଥ-ଯାତ୍ରା-ତପ-ସାଧନା, ଜୀବ ଉପରେ ଦୟା ଭାବ କରି ତଥା ନିଃସ୍ଵାର୍ଥ ଦାନ ଦେଇ
ਜੇ ਕੋ ਪਾਵੈ ਤਿਲ ਕਾ ਮਾਨੁ ॥
ଯଦି କୌଣସି ମନୁଷ୍ୟ ସମ୍ମାନ ପ୍ରାପ୍ତ କରିଥାଏ ତାହାହେଲେ ସେ ଅତି ଲଘୁ ହୋଇଯାଏ।
ਸੁਣਿਆ ਮੰਨਿਆ ਮਨਿ ਕੀਤਾ ਭਾਉ ॥
କିନ୍ତୁ ଯିଏ ପରମେଶ୍ଵରଙ୍କ ନାମକୁ ମନରେ ପ୍ରୀତ କରି ଶୁଣିଛି ଓ ତାଙ୍କରି ନିରନ୍ତର ଚିନ୍ତନ କରିଛି,
ਅੰਤਰਗਤਿ ਤੀਰਥਿ ਮਲਿ ਨਾਉ ॥
ଭାବ, ସେ ନିଜ ଅନ୍ତରର ତୀର୍ଥ ସ୍ନାନ କରିଛି ଆଉ ନିଜ ମଳିନତାକୁ ଦୂର କରିଦେଇଛି (ଅର୍ଥାତ ସେହି ଜୀବ ନିଜ ହୃଦୟରେ ବାସ କରୁଥିବା ନିରଙ୍କାର ଠାରେ ଲୀନ ହୋଇ ନିଜ ଅନ୍ତରାତ୍ମାର ମଇଳା ସଫା କରିଦେଇଛି)।
ਸਭਿ ਗੁਣ ਤੇਰੇ ਮੈ ਨਾਹੀ ਕੋਇ ॥
ହେ ପ୍ରଭୁ! ସବୁ ଗୁଣ ତୁମ ଠାରେ ଅଛି, ମୋ’ ଠାରେ ଶୁଭ ଗୁଣ କିଛି ନାହିଁ।
ਵਿਣੁ ਗੁਣ ਕੀਤੇ ਭਗਤਿ ਨ ਹੋਇ ॥
ସଦାଚାରର ଗୁଣ ଧାରଣ କରିବା ବିନା ପରମେଶ୍ଵରଙ୍କ ଭକ୍ତି ମଧ୍ୟ ହୋଇପାରିବ ନାହିଁ।
ਸੁਅਸਤਿ ਆਥਿ ਬਾਣੀ ਬਰਮਾਉ ॥
ହେ ନିରଙ୍କାର! ସର୍ବଦା ତୁମର ଜୟ ହେଉ, ତୁମେ କଲ୍ୟାଣ ସ୍ୱରୂପ, ବ୍ରହ୍ମ ରୂପ ଅଟ।
ਸਤਿ ਸੁਹਾਣੁ ਸਦਾ ਮਨਿ ਚਾਉ ॥
ତୁମେ ସତ୍ୟ ଅଟ, ଚେତନଶୀଳ ଆଉ ସର୍ବଦା ଆନନ୍ଦ ସ୍ୱରୂପ ଅଟ।
ਕਵਣੁ ਸੁ ਵੇਲਾ ਵਖਤੁ ਕਵਣੁ ਕਵਣ ਥਿਤਿ ਕਵਣੁ ਵਾਰੁ ॥
ପରମାତ୍ମା ଏହିସୃଷ୍ଟି ଯେବେ ତିଆରି କରିଥିଲେ, ସେତେବେଳେ କେଉଁ ସମୟ, କେଉଁ ତାରିଖ, କେଉଁ ଦିନ ଥିଲା?
ਕਵਣਿ ਸਿ ਰੁਤੀ ਮਾਹੁ ਕਵਣੁ ਜਿਤੁ ਹੋਆ ਆਕਾਰੁ ॥
କେଉଁ ଋତୁ, କେଉଁ ମାସ ଥିଲା, ଯେବେ ଏହାର ପ୍ରସାର ହୋଇଥିଲା, ଏହା ସବୁ କିଏ ଜାଣିଛି?
ਵੇਲ ਨ ਪਾਈਆ ਪੰਡਤੀ ਜਿ ਹੋਵੈ ਲੇਖੁ ਪੁਰਾਣੁ ॥
ସୃଷ୍ଟି ପ୍ରସାରର ନିଶ୍ଚିତ ସମୟ ମହା ବିଦ୍ଵାନ, ଋଷି-ମୁନି ଆଦି ମଧ୍ୟ ଜାଣିପାରି ନାହାନ୍ତି, ଯଦି ଏହା ଜାଣିପାରିଥାନ୍ତେ ତାହାହେଲେ ନିଶ୍ଚିତ ରୂପରେ ବେଦ ଅଥବା ଧର୍ମ-ଗ୍ରନ୍ଥରେ ଉଲ୍ଲେଖ କରିଥାନ୍ତେ।
ਵਖਤੁ ਨ ਪਾਇਓ ਕਾਦੀਆ ਜਿ ਲਿਖਨਿ ਲੇਖੁ ਕੁਰਾਣੁ ॥
ଏହି ସମୟର ଜ୍ଞାନ କାଜୀକୁ ମଧ୍ୟ ଜଣା ନାହିଁ, ଯଦି ଜଣା ଥାଆନ୍ତା କୋରାନ ଆଦିରେ ଉଲ୍ଲେଖ ଥାଆନ୍ତା।
ਥਿਤਿ ਵਾਰੁ ਨਾ ਜੋਗੀ ਜਾਣੈ ਰੁਤਿ ਮਾਹੁ ਨਾ ਕੋਈ ॥
ଏହି ସୃଷ୍ଟି ରଚନାର ଦିନ, ବାର, ଋତୁ ଓ ମାସ ଆଦି କୌଣସି ଯୋଗୀ ମଧ୍ୟ ଜାଣିପାରି ନାହାନ୍ତି।
ਜਾ ਕਰਤਾ ਸਿਰਠੀ ਕਉ ਸਾਜੇ ਆਪੇ ਜਾਣੈ ਸੋਈ ॥
ଏହି ବିଷୟରେ ତାହାହେଲେ ଏହି ଜଗତର ରଚୟିତା ସ୍ଵୟଂ ହିଁ ଜାଣିପାରିବେ ଯେ ଏହି ସୃଷ୍ଟିର ପ୍ରସାର କେବେ ହୋଇଥିଲା।
ਕਿਵ ਕਰਿ ਆਖਾ ਕਿਵ ਸਾਲਾਹੀ ਕਿਉ ਵਰਨੀ ਕਿਵ ਜਾਣਾ ॥
ମୁଁ ସେହି ଅକାଳ-ପୁରୁଷଙ୍କ କୌତୁକ କିଭଳି କହିବି, ତାଙ୍କରି ପ୍ରଶଂସା କରିବି, କେଉଁ ଭଳି ବର୍ଣ୍ଣନା କରିବି ଆଉ କେମିତି ତାଙ୍କରି ଭେଦକୁ ଜାଣିପାରିବି?