Odia Page 474

ਦੇਖਹਿ ਕੀਤਾ ਆਪਣਾ ਧਰਿ ਕਚੀ ਪਕੀ ਸਾਰੀਐ ॥
(ହେ ପ୍ରଭୁ!) ତୁମେ ନିଜେ ଏହି ସୃଷ୍ଟି ରଚନା କରିଛ ଆଉ ତୁମେ ନିଜେ ହିଁ ଏଥିରେ (ଜୀବାତ୍ମା) ସତ୍ତା ରଖିଛ।

ਜੋ ਆਇਆ ਸੋ ਚਲਸੀ ਸਭੁ ਕੋਈ ਆਈ ਵਾਰੀਐ ॥
ଯିଏ ସଂସାରରେ ଜନ୍ମ ହୋଇଛି ସିଏ ନିଶ୍ଚିତ ରୂପରେ ମରି ଯାଏ। ସମସ୍ତଙ୍କ ପାଳି ଆସିବ।

ਜਿਸ ਕੇ ਜੀਅ ਪਰਾਣ ਹਹਿ ਕਿਉ ਸਾਹਿਬੁ ਮਨਹੁ ਵਿਸਾਰੀਐ ॥
(ହେ ଭାଇ!) ଯେଉଁ ପ୍ରଭୁଙ୍କ ଦ୍ଵାରା ଏହି ଶରୀର ଆଉ ପ୍ରାଣ ଦିଆଯାଇଛି, ସେହି ମାଲିକକୁ ମନରୁ କେବେ ମଧ୍ୟ ଭୁଲିବା ଉଚିତ ନୁହେଁ

ਆਪਣ ਹਥੀ ਆਪਣਾ ਆਪੇ ਹੀ ਕਾਜੁ ਸਵਾਰੀਐ ॥੨੦॥
ନିଜର ହାତଦ୍ଵାରା ନିଜେ ହିଁ ନିଜ କାମ ସମ୍ଭାଳିବା ଉଚିତ (ଭାବ, ଏହି ଜନ୍ମ ହରିଙ୍କ ସ୍ମରଣ ସହିତ ସମ୍ପନ୍ନ ହେବା ଉଚିତ)॥20॥

ਸਲੋਕੁ ਮਹਲਾ ੨
ସଲୋକ ମହଲା 2 ॥

ਏਹ ਕਿਨੇਹੀ ਆਸਕੀ ਦੂਜੈ ਲਗੈ ਜਾਇ ॥
(ଯଦି କୌଣସି ପ୍ରେମୀ ଜୀବ ନିଜ ପ୍ରେମ ବିନା) ଅନ୍ୟ କାହା ପାଖରେ ଚିତ୍ତ ଯୋଡେ, ତାହାହେଲେ ତାହାର ପ୍ରେମକୁ ସଚ୍ଚା ପ୍ରେମ କୁହାଯାଇପାରିବ ନାହିଁ।

ਨਾਨਕ ਆਸਕੁ ਕਾਂਢੀਐ ਸਦ ਹੀ ਰਹੈ ਸਮਾਇ ॥
ହେ ନାନକ! ସେହି ମନୁଷ୍ୟକୁ ସଚ୍ଚା ପ୍ରେମୀ କୁହାଯାଇପାରିବ ଯିଏ ସବୁ ସମୟରେ ନିଜର ପ୍ରେମକୁ ସ୍ମରଣ କରେ।

ਚੰਗੈ ਚੰਗਾ ਕਰਿ ਮੰਨੇ ਮੰਦੈ ਮੰਦਾ ਹੋਇ ॥
ନିଜ ପ୍ରେମ ଦ୍ଵାରା ହୋଇଥିବା କୌଣସି ଭଲ କାମକୁ ଦେଖି କୁହ ଯେ ଏହା ଭଲ କାମ, କିନ୍ତୁ ମନ୍ଦ କାମକୁ ଦେଖି କୁହ ଏହା ମନ୍ଦ କାମ ଅଟେ (ଭାବ, ନିଜ ଆଡୁ ମିଳିଥିବା ସୁଖକୁ ସ୍ଵୀକାର କରେ, କିନ୍ତୁ ଦୁଃଖକୁ ଦେଖି ଘାବରିଯାଏ)

ਆਸਕੁ ਏਹੁ ਨ ਆਖੀਐ ਜਿ ਲੇਖੈ ਵਰਤੈ ਸੋਇ ॥੧॥
ସେହି ମନୁଷ୍ୟକୁ ମଧ୍ୟ, ହେ ନାନକ! ସଚ୍ଚା ପ୍ରେମୀ କୁହାଯାଇପାରିବ ନାହିଁ, କାରଣ ସେ ମାପିଜୁପି ପ୍ରେମ ସହିତ ସନ୍ଧି ବନାଏ।

ਮਹਲਾ ੨ ॥
ମହଲା 2 ॥

ਸਲਾਮੁ ਜਬਾਬੁ ਦੋਵੈ ਕਰੇ ਮੁੰਢਹੁ ਘੁਥਾ ਜਾਇ ॥
ଯେଉଁ ମନୁଷ୍ୟ ନିଜର ମାଲିକ ପ୍ରଭୁଏନକେ ହୁକୁମ ଆଗରେ କେତେବେଳେ ମୁଣ୍ଡ ନତ କରେ ଆଉ କେତେବେଳେ ଆପତ୍ତି କରେ, ସେ ମାଲିକଙ୍କ ଇଚ୍ଛାରେ ଚାଲିବାରୁ ସଂପୂର୍ଣ୍ଣ ବଞ୍ଛିତ ରହେ।

ਨਾਨਕ ਦੋਵੈ ਕੂੜੀਆ ਥਾਇ ਨ ਕਾਈ ਪਾਇ ॥੨॥
ହେ ନାନକ! ଏପରି ମନୁଷ୍ୟର ମୁଣ୍ଡ ନତ କରିବା ଆଉ ଆପତ୍ତି କରିବା ଉଭୟ ମିଥ୍ୟା ଅଟେ, ଏବଂ ମାଲିକଙ୍କ ଦ୍ଵାରରେ ମଞ୍ଜୁର ହୁଏ ନାହିଁ॥2॥

ਪਉੜੀ ॥
ପଉଡି ॥

ਜਿਤੁ ਸੇਵਿਐ ਸੁਖੁ ਪਾਈਐ ਸੋ ਸਾਹਿਬੁ ਸਦਾ ਸਮ੍ਹ੍ਹਾਲੀਐ ॥
ଯେଉଁ ମାଲିକଙ୍କୁ ସ୍ମରଣ କରି ସୁଖ ମିଳିଥାଏ, ସେହି ମାଲିକଙ୍କୁ ସଦା ମନେ ରଖିବା ଉଚିତ।

ਜਿਤੁ ਕੀਤਾ ਪਾਈਐ ਆਪਣਾ ਸਾ ਘਾਲ ਬੁਰੀ ਕਿਉ ਘਾਲੀਐ ॥
ଯେତେବେଳେ ମନୁଷ୍ୟ ନିଜେ କରିଥିବା କର୍ମର ଫଳ ନିଜେ ହିଁ ଭୋଗିବାକୁ ପଡିବ ତାହାହେଲେ କୌଣସି ମନ୍ଦ କର୍ମ କରିବା ଉଚିତ ନୁହେଁ (ଯାହାର ମନ୍ଦ ଫଳ ଭୋଗିବାକୁ ପଡିବ)।

ਮੰਦਾ ਮੂਲਿ ਨ ਕੀਚਈ ਦੇ ਲੰਮੀ ਨਦਰਿ ਨਿਹਾਲੀਐ ॥
ଭୁଲରେ ମଧ୍ୟ ମନ୍ଦ କାମ କର ନାହିଁ, ଗଭୀର ବିଚାରବାଲା ନଜରରେ ଦେଖ ଯେ ଏହି ମନ୍ଦ କାମର ଫଳ କଣ ହୋଇପାରେ)।

ਜਿਉ ਸਾਹਿਬ ਨਾਲਿ ਨ ਹਾਰੀਐ ਤੇਵੇਹਾ ਪਾਸਾ ਢਾਲੀਐ ॥
ଏପରି କୌଣସି ଉଦ୍ୟମ ହିଁ କରିବା ଉଚିତ ଯାହା ଦ୍ଵାରା ପ୍ରଭୁଙ୍କ ଠାରୁ ପ୍ରେମ ଭାଙ୍ଗିବ ନାହିଁ।

ਕਿਛੁ ਲਾਹੇ ਉਪਰਿ ਘਾਲੀਐ ॥੨੧॥
(ମାନବ ଜନ୍ମ ପାଇ) ଅନେକ ଲାଭଦାୟକ ପରିଶ୍ରମ ହିଁ କରିବା ଉଚିତ॥21॥

ਸਲੋਕੁ ਮਹਲਾ ੨
ସଲୋକ ମହଲା 2 ॥

ਚਾਕਰੁ ਲਗੈ ਚਾਕਰੀ ਨਾਲੇ ਗਾਰਬੁ ਵਾਦੁ ॥
ଯେ କୌଣସି ନଉକର ନିଜ ମାଲିକର କାମ କରେ, ଆଉ ତାହା ସହିତ ନିଜ ମାଲିକ ସହିତ ଯୁକ୍ତି କରେ

ਗਲਾ ਕਰੇ ਘਣੇਰੀਆ ਖਸਮ ਨ ਪਾਏ ਸਾਦੁ ॥
ଆଉ ଏପରି ବାହାଦୁରି କଥା ମାଲିକଙ୍କ ସାମନାରେ କରେ, ସେତେବେଳେ ସେହି ନଉକର ଖୁସି ପାଇପାରିବ ନାହିଁ।

ਆਪੁ ਗਵਾਇ ਸੇਵਾ ਕਰੇ ਤਾ ਕਿਛੁ ਪਾਏ ਮਾਨੁ ॥
ମନୁଷ୍ୟ ନିଜର ଅହଂକାର ଦୂର କରି ମାଲିକଙ୍କ ସେବା କଲେ ତାହାକୁ ମାଲିକଙ୍କ ଦ୍ଵାରରେ କିଛି ଆଦର ମିଳିଥାଏ।

ਨਾਨਕ ਜਿਸ ਨੋ ਲਗਾ ਤਿਸੁ ਮਿਲੈ ਲਗਾ ਸੋ ਪਰਵਾਨੁ ॥੧॥
ହେ ନାନକ! ସେହି ମନୁଷ୍ୟ ନିଜର ସେହି ମାଲିକଙ୍କୁ ସାକ୍ଷାତ କରେ ଯାହାର ସେବାରେ ଲାଗିଥାଏ॥11॥

ਮਹਲਾ ੨ ॥
ମହଲା 2 ॥

ਜੋ ਜੀਇ ਹੋਇ ਸੁ ਉਗਵੈ ਮੁਹ ਕਾ ਕਹਿਆ ਵਾਉ ॥
ମନୁଷ୍ୟର ହୃଦୟରେ ଯାହା କିଛି ରହିଥାଏ ତାହା ପ୍ରକଟ ହୋଇଥାଏ (ଭାବ, ମନୁଷ୍ୟର ନିୟତ ଅନୁସାରେ ଫଳ ମିଳେ), ( ଯଦି ଅନ୍ତରରେ ନିୟତ ଅଲଗା କିଛି ଅଛି) ମୁଖରେ ତାର ବିପରୀତ କହିବା ବ୍ୟର୍ଥ ହୁଏ।

ਬੀਜੇ ਬਿਖੁ ਮੰਗੈ ਅੰਮ੍ਰਿਤੁ ਵੇਖਹੁ ਏਹੁ ਨਿਆਉ ॥੨॥
ଏହା କିପରି ଆଶ୍ଚର୍ଯ୍ୟଜନକ କଥା ଅଟେ ଯେ ମନୁଷ୍ୟ ଜହର ବୁଣେ (ଭାବ, ନିୟତ ବିକାରଯୁକ୍ତ ଅଟେ) କିନ୍ତୁ ଏହାର ଫଳ ରୂପରେ ଅମୃତ ମାଗେ॥2॥

ਮਹਲਾ ੨ ॥
ମହଲା 2 ॥

ਨਾਲਿ ਇਆਣੇ ਦੋਸਤੀ ਕਦੇ ਨ ਆਵੈ ਰਾਸਿ ॥
କୌଣସି ମୂର୍ଖ ସହିତ ହୋଇଥିବା ମିତ୍ରତା ଶୀର୍ଷରେ ପହଞ୍ଚିପାରେ ନାହିଁ।

ਜੇਹਾ ਜਾਣੈ ਤੇਹੋ ਵਰਤੈ ਵੇਖਹੁ ਕੋ ਨਿਰਜਾਸਿ ॥
ସେହି ମୂର୍ଖର କାର୍ଯ୍ୟ ସେପରି ହିଁ ହୋଇଥାଏ ଯେପରି ସେ ବୁଝିଥାଏ; ( ସେହିପରି ସେହି ମୂର୍ଖ ମନର ଆଗରେ କେବେ କୌଣସି ଲାଭ ହୁଏ ନାହିଁ, ଏହି ମନ ନିଜ ବୁଝିବା ଅନୁସାରେ ବିକାରଯୁକ୍ତ କାର୍ଯ୍ୟ କରିଥାଏ)।

ਵਸਤੂ ਅੰਦਰਿ ਵਸਤੁ ਸਮਾਵੈ ਦੂਜੀ ਹੋਵੈ ਪਾਸਿ ॥
କୌଣସି ଏକ ଚିଜରେ ଆହୁରି ଅନେକ ଚିଜ ସେତେବେଳେ ପଡ଼ିପାରିବେ ଯଦି ତାହା ପୂର୍ବରୁ ସେଥିରେ ପଡିଥିବା ଚିଜ ବାହାର କରିଦିଆଯାଏ; (ଏହିପରି ଏହି ମନକୁ ପ୍ରଭୁଙ୍କ ପାଖରେ ଯୋଡିବା ପାଇଁ ପୂର୍ବର ସ୍ଵଭାବ ଛାଡିବାକୁ ପଡିବ)।

ਸਾਹਿਬ ਸੇਤੀ ਹੁਕਮੁ ਨ ਚਲੈ ਕਹੀ ਬਣੈ ਅਰਦਾਸਿ ॥
ପତିଙ୍କ (ପ୍ରଭୁଙ୍କ) ପାଖରେ କରିଥିବା ହୁକୁମ ସଫଳ ହୋଇପାରେନାହିଁ,ତାହାଙ୍କ ଆଗରେ ବିନମ୍ରତା ହିଁକାର୍ଯ୍ୟ କରେ।

ਕੂੜਿ ਕਮਾਣੈ ਕੂੜੋ ਹੋਵੈ ਨਾਨਕ ਸਿਫਤਿ ਵਿਗਾਸਿ ॥੩॥
ହେ ନାନକ! ଧୋକା କାମ କରିଲେ ଧୋକା ହିଁ ମିଳିଥାଏ, (ଭାବ, ଯେତେ ସମୟ ମନୁଷ୍ୟ ଦୁନିଆର ଧନ୍ଧାରେ ଲାଗିରହିଥାଏ, ସେ ପର୍ଯ୍ୟନ୍ତ ଚିନ୍ତାରେ ହିଁ ଛନ୍ଦି ରହିଥାଏ) ମନ ପ୍ରଭୁଙ୍କ ମହିମା କରି ହିଁ ଖୁସି ଆଉ ପ୍ରସନ୍ନତା ପାଇଥାଏ॥3॥

ਮਹਲਾ ੨ ॥
ମହଲା 2 ॥

ਨਾਲਿ ਇਆਣੇ ਦੋਸਤੀ ਵਡਾਰੂ ਸਿਉ ਨੇਹੁ ॥
ଅଜଣା ଲୋକ ସହିତ ମିତ୍ରତା ଓ ନିଜ ଠାରୁ ବଡ ସାଥିରେ ପ୍ରେମ

ਪਾਣੀ ਅੰਦਰਿ ਲੀਕ ਜਿਉ ਤਿਸ ਦਾ ਥਾਉ ਨ ਥੇਹੁ ॥੪॥
ଏହା ଏପରି ଅଟେ ଯେପରି ପାଣିରେ ଗାର, ସେହି ଗାରର କୌଣସି ଚିହ୍ନ ରହେ ନାହିଁ॥4॥

ਮਹਲਾ ੨ ॥
ମହଲା 2 ॥

ਹੋਇ ਇਆਣਾ ਕਰੇ ਕੰਮੁ ਆਣਿ ਨ ਸਕੈ ਰਾਸਿ ॥
ଯଦି କୌଣସି ଅଜ୍ଞାନ ଲୋକ କିଛି କାମ କରେ, ସେହି କାମ ଶୀର୍ଷରେ ପହଞ୍ଚିପାରେ ନାହିଁ;

ਜੇ ਇਕ ਅਧ ਚੰਗੀ ਕਰੇ ਦੂਜੀ ਭੀ ਵੇਰਾਸਿ ॥੫॥
0

ਪਉੜੀ ॥
ପଉଡି ॥

ਚਾਕਰੁ ਲਗੈ ਚਾਕਰੀ ਜੇ ਚਲੈ ਖਸਮੈ ਭਾਇ ॥
ଯେଉଁ ନଉକର ନିଜ ମାଲିକଙ୍କ ଇଚ୍ଛା ଅନୁସାରେ ଚାଲେ (ତାହାହେଲେ ବୁଝ ଯେ) ସେ ମାଲିକଙ୍କ ନୌକରି କରୁଅଛି,

ਹੁਰਮਤਿ ਤਿਸ ਨੋ ਅਗਲੀ ਓਹੁ ਵਜਹੁ ਭਿ ਦੂਣਾ ਖਾਇ ॥
ତାହାହେଲେ ପ୍ରଥମରେ ତାହାକୁ ବଡ ଇଜ୍ଜତ ମିଳେ, ଦ୍ଵିତୀୟରେ ମାଲିକଙ୍କ ଠାରୁ ଦୁଇଗୁଣ ପାରିଶ୍ରମିକ ପାଏ।

ਖਸਮੈ ਕਰੇ ਬਰਾਬਰੀ ਫਿਰਿ ਗੈਰਤਿ ਅੰਦਰਿ ਪਾਇ ॥
କିନ୍ତୁ, ଯଦି ସେବକ ନିଜ ମାଲିକଙ୍କ ସମକକ୍ଷ ବୋଲି କୁହେ, ସେ ମାଲିକଙ୍କ ଅସନ୍ତୋଷର ଶିକାର ହୁଏ।

ਵਜਹੁ ਗਵਾਏ ਅਗਲਾ ਮੁਹੇ ਮੁਹਿ ਪਾਣਾ ਖਾਇ ॥
ନିଜର ପୂର୍ବ ପାରିଶ୍ରମିକ ମଧ୍ୟ ହରେଇ ଦିଏ ଆଉ ସର୍ବଦା ମୁହଁ ଉପରେ ଯୋତା ମାଡ ଖାଏ।

ਜਿਸ ਦਾ ਦਿਤਾ ਖਾਵਣਾ ਤਿਸੁ ਕਹੀਐ ਸਾਬਾਸਿ ॥
ହେ ନାନକ! ଯେଉଁ ମାଲିକଙ୍କ ଖାଉ ତାହାଙ୍କୁ ସର୍ବଦା ପ୍ରଶଂସା କରିବା ଉଚିତ;

ਨਾਨਕ ਹੁਕਮੁ ਨ ਚਲਈ ਨਾਲਿ ਖਸਮ ਚਲੈ ਅਰਦਾਸਿ ॥੨੨॥
ହେ ନାନକ! ମାଲିକ ଉପରେ ହୁକୁମ କରାଯାଇପାରିବ ନାହିଁ, ତାହାଙ୍କ ଆଗରେ ଗୁହାରୀ କରିବା ହିଁ ସଫଳ ହୁଏ।

ਸਲੋਕੁ ਮਹਲਾ ੨
ସଲୋକ ମହଲା 2 ॥

ਏਹ ਕਿਨੇਹੀ ਦਾਤਿ ਆਪਸ ਤੇ ਜੋ ਪਾਈਐ ॥
ଯଦି କୁହ ଯେ ମୁଁ ନିଜ ପ୍ରୟାସ ଦ୍ଵାରା ଏହି ଚିଜ ପ୍ରାପ୍ତ କରିଛି, ତାହାହେଲେ ଏହା ମାଲିକଙ୍କ ଠାରୁ ଆଶୀର୍ବାଦ କୁହାଯାଇପାରିବ ନାହିଁ।

ਨਾਨਕ ਸਾ ਕਰਮਾਤਿ ਸਾਹਿਬ ਤੁਠੈ ਜੋ ਮਿਲੈ ॥੧॥
ହେ ନାନକ! ଆଶୀର୍ବାଦ ତାହା ଯାହା ମାଲିକ ପ୍ରସନ୍ନ ହେଲେ ମିଳେ॥1॥