Page 473
ਪਉੜੀ ॥
ପଉଡି ॥
ਸਤਿਗੁਰੁ ਵਡਾ ਕਰਿ ਸਾਲਾਹੀਐ ਜਿਸੁ ਵਿਚਿ ਵਡੀਆ ਵਡਿਆਈਆ ॥
ଯେଉଁ ସଦଗୁରୁଙ୍କ ଠାରେ ମହାନ ଗୁଣ ମହଜୁଦ ଅଛି, ତାହାକୁ ବଡ ମାନି ତାହାଙ୍କ ସ୍ତୁତି କରିବା ଉଚିତ।
ਸਹਿ ਮੇਲੇ ਤਾ ਨਦਰੀ ਆਈਆ ॥
ଯେତେବେଳ ଭଗବାନଙ୍କ କୃପାରୁ ସଦଗୁରୁ ମିଳିଯାନ୍ତି, ସେତେବେଳେ ସେ ସଦଗୁରୁଙ୍କ ବଡିମାକୁ ଦେଖିଥାଏ।
ਜਾ ਤਿਸੁ ਭਾਣਾ ਤਾ ਮਨਿ ਵਸਾਈਆ ॥
ଯେବେ ତାହାଙ୍କୁ ଭଲ ଲାଗିଥାଏ, ସେତେବେଳେ ସେ ମନୁଷ୍ୟର ମନରେ ବାସ କରିଥାନ୍ତି।
ਕਰਿ ਹੁਕਮੁ ਮਸਤਕਿ ਹਥੁ ਧਰਿ ਵਿਚਹੁ ਮਾਰਿ ਕਢੀਆ ਬੁਰਿਆਈਆ ॥
ଈଶ୍ଵରଙ୍କ ହୁକୁମ ହେଲେ ସଦଗୁରୁ ମନୁଷ୍ୟର ମସ୍ତକ ଉପରେ ହାତ ରଖି ସବୁ ମନ୍ଦ ବାହାରକୁ ଫୋପାଡି ଦେଇଥାଏ।
ਸਹਿ ਤੁਠੈ ਨਉ ਨਿਧਿ ਪਾਈਆ ॥੧੮॥
ଯେବେ ପ୍ରଭୁ ପ୍ରସନ୍ନ ହୋଇଯାନ୍ତି, ନବନିଧି ପ୍ରାପ୍ତ ହୋଇଯାଏ॥18॥
ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1 ॥
ਪਹਿਲਾ ਸੁਚਾ ਆਪਿ ਹੋਇ ਸੁਚੈ ਬੈਠਾ ਆਇ ॥
ପ୍ରଥମେ ବ୍ରାହ୍ମଣ ନିଜେ ନିର୍ମଳ ହୋଇ ପବିତ୍ର ଚଉକିରେ ବସିଯାଏ।
ਸੁਚੇ ਅਗੈ ਰਖਿਓਨੁ ਕੋਇ ਨ ਭਿਟਿਓ ਜਾਇ ॥
ଶୁଦ୍ଧ ଭୋଜନ ଯାହାକୁ କେହି ସ୍ପର୍ଶ କରିନଥାଏ, ତାହାକୁ ପରସା ଯାଏ।
ਸੁਚਾ ਹੋਇ ਕੈ ਜੇਵਿਆ ਲਗਾ ਪੜਣਿ ਸਲੋਕੁ ॥
ଏହିପରି ପବିତ୍ର ହୋଇ ସେ ଭୋଜନ ଗ୍ରହଣ କରିଥାଏ ଆଉ ସେତେବେଳେ ଶ୍ଳୋକ ପଢିବାକୁ ଲାଗିଥାଏ।
ਕੁਹਥੀ ਜਾਈ ਸਟਿਆ ਕਿਸੁ ਏਹੁ ਲਗਾ ਦੋਖੁ ॥
ନିଜର ପବିତ୍ର ଭୋଜନକୁ ନିଜ ପେଟରେ ଅଶୁଦ୍ଧ ସ୍ଥାନକୁ ନେଇଥାଏ, ଏହି ଦୋଷ କାହାକୁ ଲାଗିଥାଏ?
ਅੰਨੁ ਦੇਵਤਾ ਪਾਣੀ ਦੇਵਤਾ ਬੈਸੰਤਰੁ ਦੇਵਤਾ ਲੂਣੁ ਪੰਜਵਾ ਪਾਇਆ ਘਿਰਤੁ ॥ ਤਾ ਹੋਆ ਪਾਕੁ ਪਵਿਤੁ ॥
ଅନ୍ନ, ଜଳ, ଅଗ୍ନି ଏବଂ ଲୁଣ ଚାରି ଦେବତା ଅର୍ଥାତ ପବିତ୍ର ପଦାର୍ଥ ଅଟେ, ଯେତେବେଳେ ପଞ୍ଚମ ପଦାର୍ଥ ଘିଅ ଦିଆଯାଏ ସେତେବେଳେ ଶୁଦ୍ଧ ଏବଂ ପବିତ୍ର ଭୋଜନ ବନିଯାଏ।
ਪਾਪੀ ਸਿਉ ਤਨੁ ਗਡਿਆ ਥੁਕਾ ਪਈਆ ਤਿਤੁ ॥
ଦେବତା ଭଳି ପବିତ୍ର ଭୋଜନ ପାପୀ ତନର ସଂଯୋଗରୁ ଅପବିତ୍ର ହୋଇଯାଏ ଆଉ ତାହା ଉପରେ ପୁଣି ଛେପ ପକା ଯାଏ।
ਜਿਤੁ ਮੁਖਿ ਨਾਮੁ ਨ ਊਚਰਹਿ ਬਿਨੁ ਨਾਵੈ ਰਸ ਖਾਹਿ ॥
ହେ ନାନକ! ସେହି ମୁହଁ ଯିଏ ନାମର ଉଚ୍ଚାରଣ କରେ ନାହିଁ ଆଉ ନାମ ବିନା ରସ ଭୋଗ କରିଥାଏ,
ਨਾਨਕ ਏਵੈ ਜਾਣੀਐ ਤਿਤੁ ਮੁਖਿ ਥੁਕਾ ਪਾਹਿ ॥੧॥
ଏହା ଭାବ ଯେ ସେହି ମୁହଁ ଉପରେ ଛେପ ପଡିଥାଏ॥1॥
ਮਃ ੧ ॥
ମହଲା 1 ॥
ਭੰਡਿ ਜੰਮੀਐ ਭੰਡਿ ਨਿੰਮੀਐ ਭੰਡਿ ਮੰਗਣੁ ਵੀਆਹੁ ॥
ନାରୀ ଜନ୍ମଦାତ୍ରୀ ଅଟେ, ତାହା ମାଧ୍ୟମରୁ ମନୁଷ୍ୟ ଗର୍ଭରେ ଜନ୍ମ ନେଇଥାଏ, ତାହାର ମାଧ୍ୟମରୁ ପ୍ରାଣୀର ଶରୀର ବନିଥାଏ,
ਭੰਡਹੁ ਹੋਵੈ ਦੋਸਤੀ ਭੰਡਹੁ ਚਲੈ ਰਾਹੁ ॥
ନାରୀ ସହିତ ହିଁ ମନୁଷ୍ୟ ସଙ୍ଗ କରିଥାଏ ଆଉ ନାରୀ ଦ୍ଵାରା ହିଁ ଦୁନିଆର ଉତ୍ପତ୍ତିର ମାର୍ଗ ଜାରି ରହିଥାଏ।
ਭੰਡੁ ਮੁਆ ਭੰਡੁ ਭਾਲੀਐ ਭੰਡਿ ਹੋਵੈ ਬੰਧਾਨੁ ॥
ଯଦି କୌଣସି ମନୁଷ୍ୟର ପତ୍ନୀ ମରିଯାଏ, ତାହାହେଲେ ସେ ଅନ୍ୟ ସ୍ତ୍ରୀ ଖୋଜିଥାଏ, ନାରୀ ଦ୍ଵାରା ହିଁ ତାହାର ଅନ୍ୟ ସହିତ ସମ୍ପର୍କ ବନିଥାଏ।
ਸੋ ਕਿਉ ਮੰਦਾ ਆਖੀਐ ਜਿਤੁ ਜੰਮਹਿ ਰਾਜਾਨ ॥
ପୁଣି ସେହି ନାରୀ ପାଖରେ କଣ ମନ୍ଦ ଅଛି? ଯିଏ ବଡ ବଡ ରାଜା ମହାରାଜାଙ୍କୁ ଜନ୍ମ ଦେଇଛି।
ਭੰਡਹੁ ਹੀ ਭੰਡੁ ਊਪਜੈ ਭੰਡੈ ਬਾਝੁ ਨ ਕੋਇ ॥
ନାରୀ ଦ୍ଵାରା ହିଁ ନାରୀ ଜାତ ହୋଇଥାଏ ଆଉ ନାରୀ ବିନା କେହି ମଧ୍ୟ ଜାତ ହୋଇପାରନ୍ତି ନାହିଁ।
ਨਾਨਕ ਭੰਡੈ ਬਾਹਰਾ ਏਕੋ ਸਚਾ ਸੋਇ ॥
କିନ୍ତୁ ହେ ନାନକ! କେବଳ ଏକ ପରମାତ୍ମା ହିଁ ନାରୀଙ୍କ ବିନା ଅଯୋନିରେ ଥାଆନ୍ତି।
ਜਿਤੁ ਮੁਖਿ ਸਦਾ ਸਾਲਾਹੀਐ ਭਾਗਾ ਰਤੀ ਚਾਰਿ ॥
ଯେଉଁ ମୁଖ ଦ୍ଵାରା ସଦା ଗୁଣସ୍ତୁତି ହୋଇଥାଏ, ସେ ଭାଗ୍ୟଶାଳୀ ଏବଂ ସୁନ୍ଦର ଅଟେ।
ਨਾਨਕ ਤੇ ਮੁਖ ਊਜਲੇ ਤਿਤੁ ਸਚੈ ਦਰਬਾਰਿ ॥੨॥
ହେ ନାନକ! ସେହି ମୁଖ ସେହି ସତ୍ୟ ପ୍ରଭୁଙ୍କ ଦରବାରରେ ଉଜ୍ଜଳ ହୋଇଥାଏ ॥2॥
ਪਉੜੀ ॥
ପଉଡି ॥
ਸਭੁ ਕੋ ਆਖੈ ਆਪਣਾ ਜਿਸੁ ਨਾਹੀ ਸੋ ਚੁਣਿ ਕਢੀਐ ॥
ହେ ପ୍ରଭୁ! ସମସ୍ତେ ତୋତେ ନିଜର ମାଲିକ କହିଥାନ୍ତି, କିନ୍ତୁ ଯାହାର ତୁ ନାହିଁ, ତାହାକୁ ବାଛି ତୁ କାଢିଦେଉ।
ਕੀਤਾ ਆਪੋ ਆਪਣਾ ਆਪੇ ਹੀ ਲੇਖਾ ਸੰਢੀਐ ॥
ପ୍ରତି ପ୍ରାଣୀ ନିଜ କର୍ମ ଅନୁସାରେ କର୍ମର ଫଳ ଭୋଗ କରିଥାଏ ଆଉ ନିଜ ହିସାବ ନିକାସ କରେ।
ਜਾ ਰਹਣਾ ਨਾਹੀ ਐਤੁ ਜਗਿ ਤਾ ਕਾਇਤੁ ਗਾਰਬਿ ਹੰਢੀਐ ॥
ଯଦି ମନୁଷ୍ୟ ଏହି ଜଗତରେ ସଦା ରହେ ନାହିଁ, ତାହାହେଲେ ସେ କାହିଁକି ଅଭିମାନ କରିଥାଏ?
ਮੰਦਾ ਕਿਸੈ ਨ ਆਖੀਐ ਪੜਿ ਅਖਰੁ ਏਹੋ ਬੁਝੀਐ ॥ ਮੂਰਖੈ ਨਾਲਿ ਨ ਲੁਝੀਐ ॥੧੯॥
କାହାକୁ ମଧ୍ୟ ମନ୍ଦ କୁହ ନାହିଁ ଆଉ ବିଦ୍ୟା ଦ୍ଵାରା ଏହି କଥାକୁ ବୁଝିବା ଉଚିତ, କଦାପି ଝଗଡା କରିବା ଉଚିତ ନୁହେଁ। ॥19॥
ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1 ॥
ਨਾਨਕ ਫਿਕੈ ਬੋਲਿਐ ਤਨੁ ਮਨੁ ਫਿਕਾ ਹੋਇ ॥
ହେ ନାନକ! ଫିକା କହିବା ଦ୍ଵାରା ତନ ମନ ଫିକା ପଡିଯାଏ।
ਫਿਕੋ ਫਿਕਾ ਸਦੀਐ ਫਿਕੇ ਫਿਕੀ ਸੋਇ ॥
କଡା କହୁଥିବା ବ୍ୟକ୍ତି ଦୁନିଆରେ କଟୁଭାଷୀ ଭାବେ ପରିଚିତ ହୋଇଯାଏ ଆଉ ଲୋକମାନେ ମଧ୍ୟ ତାହର କଡା ବଚନକୁ ମନେ ରଖିଥାନ୍ତି।
ਫਿਕਾ ਦਰਗਹ ਸਟੀਐ ਮੁਹਿ ਥੁਕਾ ਫਿਕੇ ਪਾਇ ॥
କଡା ସ୍ଵଭାବ ବାଲା ଜୀବ ପ୍ରଭୁଙ୍କ ଦରବାରରେ ପ୍ରତ୍ୟାଖ୍ୟାତ ହୋଇଥାଏ ଆଉ କଟୁଭାଷୀର ମୁହଁ ଉପରେ ଛେପ ପଡିଥାଏ।
ਫਿਕਾ ਮੂਰਖੁ ਆਖੀਐ ਪਾਣਾ ਲਹੈ ਸਜਾਇ ॥੧॥
କଟୁଭାଷୀ ମନୁଷ୍ୟକୁ ମୂର୍ଖ କୁହାଯାଏ ଆଉ ଦଣ୍ଡ ସ୍ୱରୂପ ତାହାକୁ ଜୋତା ମାଡ ହୋଇଥାଏ॥1॥
ਮਃ ੧ ॥
ମହଲା 1 ॥
ਅੰਦਰਹੁ ਝੂਠੇ ਪੈਜ ਬਾਹਰਿ ਦੁਨੀਆ ਅੰਦਰਿ ਫੈਲੁ ॥
ମନରେ ମିଥ୍ୟା ଥାଏ, କିନ୍ତୁ ବାହାରୁ ସତ୍ୟବାଦୀ ଭଳି ଦେଖାଉଥିବା ବ୍ୟକ୍ତି ଦୁନିଆରେ ଗର୍ବୀ ହିଁ ହୋଇଥାଏ।
ਅਠਸਠਿ ਤੀਰਥ ਜੇ ਨਾਵਹਿ ਉਤਰੈ ਨਾਹੀ ਮੈਲੁ ॥
ସେ ଚଉଷଠି ତୀର୍ଥର ସ୍ନାନ କରିଥାଉ, ତଥାପି ତାହାର ମନରୁ ମଇଳା ଦୂର ହୁଏନାହିଁ।
ਜਿਨ੍ਹ੍ਹ ਪਟੁ ਅੰਦਰਿ ਬਾਹਰਿ ਗੁਦੜੁ ਤੇ ਭਲੇ ਸੰਸਾਰਿ ॥
ଏହି ଦୁନିଆରେ ସେହି ଲୋକ ଭଲ ଅଟେ, ଯାହାର ମନରେ ରେଶମ ଭଳି କୋମଳତା ଥାଏ, ହୋଇଥାଉ ସେ ପିନ୍ଧି ଥିବା ପୋଷାଳ ଫଟା ଓ ଚିରା।
ਤਿਨ੍ਹ੍ਹ ਨੇਹੁ ਲਗਾ ਰਬ ਸੇਤੀ ਦੇਖਨ੍ਹ੍ਹੇ ਵੀਚਾਰਿ ॥
ଭଗବାନଙ୍କ ସହିତ ତାହାର ବହୁତ ପ୍ରେମ ଥାଏ ଆଉ ତାହାଙ୍କ ଦର୍ଶନର ଧ୍ୟାନ ଥାଏ।
ਰੰਗਿ ਹਸਹਿ ਰੰਗਿ ਰੋਵਹਿ ਚੁਪ ਭੀ ਕਰਿ ਜਾਹਿ ॥
ପ୍ରଭୁଙ୍କ ପ୍ରେମରେ ସେ ହସିଥାଏ, କ୍ରନ୍ଦନ କରିଥାଏ ଆଉ ଚୁପ ହୋଇଯାଏ।
ਪਰਵਾਹ ਨਾਹੀ ਕਿਸੈ ਕੇਰੀ ਬਾਝੁ ਸਚੇ ਨਾਹ ॥
ସେ ନିଜ ସତ୍ୟସ୍ଵରୂପ ପରମେଶ୍ଵରଙ୍କ ବିନା କାହାକୁ ଖାତିର କରେ ନାହିଁ।
ਦਰਿ ਵਾਟ ਉਪਰਿ ਖਰਚੁ ਮੰਗਾ ਜਬੈ ਦੇਇ ਤ ਖਾਹਿ ॥
ଭୂ-ଦ୍ଵାରର ମାର୍ଗରେ ବସି ସେ ଭୋଜନ ଯାଚନା କରିଥାଏ ଆଉ ଯେତେବେଳେ ସେ ଦିଅନ୍ତି, ସେତେବେଳେ ଖାଇଥାଏ।
ਦੀਬਾਨੁ ਏਕੋ ਕਲਮ ਏਕਾ ਹਮਾ ਤੁਮ੍ਹ੍ਹਾ ਮੇਲੁ ॥
ପରମାତ୍ମାଙ୍କ କଚେରୀ ଏକ ଅଟେ ଆଉ ତାହାଙ୍କ ଜୀବର ଭାଗ୍ୟ ଲେଖିବା ବାଲା ମଧ୍ୟ କଲମ ଏକ ଅଟେ, ଆମ ସମସ୍ତଙ୍କ ସାକ୍ଷାତ ସେଇଠି ହୋଇଥାଏ।
ਦਰਿ ਲਏ ਲੇਖਾ ਪੀੜਿ ਛੁਟੈ ਨਾਨਕਾ ਜਿਉ ਤੇਲੁ ॥੨॥
ପ୍ରଭୁଙ୍କ ଦରବାରରେ କର୍ମର ହିସାବ କରାଯାଏ, ହେ ନାନକ! ଅପରାଧୀ ମନୁଷ୍ୟ ଘଣାରେ ତୈଳ ବୀଜ ଚାପି ହେବା ଭଳି ଚାପି ହୋଇଯାଏ॥2॥