Guru Granth Sahib Translation Project

guru granth sahib odia page-475

Page 475

ਨਾਨਕ ਸਾ ਕਰਮਾਤਿ ਸਾਹਿਬ ਤੁਠੈ ਜੋ ਮਿਲੈ ॥੧॥ ନାନକ ସା କରମାତି ସାହିବ ତୁଠଇ ଜୋ ମିଲୟ ॥1॥ ହେ ନାନକ! ଅଦ୍ଭୁତ ଦାନ ତାହା ଅଟେ, ଯିଏ ପ୍ରଭୁଙ୍କ କୃପା ଦୃଷ୍ଟି ହେବା ପରେ ପ୍ରାପ୍ତ ହୋଇଥାଏ॥1॥
ਮਹਲਾ ੨ ॥ ମହଲା 2 ॥ ମହଲା 2 ॥
ਏਹ ਕਿਨੇਹੀ ਚਾਕਰੀ ਜਿਤੁ ਭਉ ਖਸਮ ਨ ਜਾਇ ॥ ଏହ କିନେହୀ ଚାକରୀ ଜିତୁ ଭଉ ଖସମ ନ ଜାଇ ॥ ଏହା କିପରି ସେବା ଅଟେ , ଯାହା ଦ୍ଵାରା ସ୍ଵାମୀଙ୍କ ଭୟ ଦୂର ହୁଏନାହିଁ?
ਨਾਨਕ ਸੇਵਕੁ ਕਾਢੀਐ ਜਿ ਸੇਤੀ ਖਸਮ ਸਮਾਇ ॥੨॥ ନାନକ ସେବକୁ କାଢିଏ ଜି ସେତି ଖସମ ସମାଇ ॥2॥ ହେ ନାନକ! ସଚ୍ଚା ସେବକ ତାହାକୁ କୁହାଯାଏ, ଯିଏ ନିଜ ସ୍ଵାମୀଙ୍କ ଠାରେ ଲୀନ ରହିଥାଏ॥2॥
ਪਉੜੀ ॥ ପଉଡୀ ॥ ପଉଡି ॥
ਨਾਨਕ ਅੰਤ ਨ ਜਾਪਨ੍ਹ੍ਹੀ ਹਰਿ ਤਾ ਕੇ ਪਾਰਾਵਾਰ ॥ ନାନକ ଅନ୍ତ ନ ଜାପହ୍ନି ହରି ତା କେ ପାରାବାର ॥ ହେ ନାନକ! ପରମାତ୍ମାଙ୍କ ଅନ୍ତ ଜଣା ଯାଏ ନାହିଁ , ସେ ଅନନ୍ତ ଅଟନ୍ତି।
ਆਪਿ ਕਰਾਏ ਸਾਖਤੀ ਫਿਰਿ ਆਪਿ ਕਰਾਏ ਮਾਰ ॥ ଆପି କରାଏ ଶାଖତି ଫିରି ଆପି କରାଏ ମାର ॥ ସେ ସ୍ଵୟଂ ସୃଷ୍ଟିର ରଚନା କରିଛନ୍ତି ଆଉ ସ୍ଵୟଂ ହିଁ ନିଜ ରଚିତ ସୃଷ୍ଟିର ନାଶ କରିଥାନ୍ତି।
ਇਕਨ੍ਹ੍ਹਾ ਗਲੀ ਜੰਜੀਰੀਆ ਇਕਿ ਤੁਰੀ ਚੜਹਿ ਬਿਸੀਆਰ ॥ ଇକନ୍ହା ଗଲି ଜଞ୍ଜିରିଆ ଇକି ତୁରୀ ଚଡହି ବିସିଆର ॥ କିଛି ଜୀବଙ୍କ ଗଳାରେ ଜଞ୍ଜିର ପଡିଥାଏ, ଅର୍ଥାତ ବନ୍ଧନରେ ରହିଥାଏ ଆଉ କିଛି ଅସଂଖ୍ୟ ଘୋଡା ଉପରେ ସବାର ହୋଇ ଆନନ୍ଦ ପ୍ରାପ୍ତ କରିଥାନ୍ତି।
ਆਪਿ ਕਰਾਏ ਕਰੇ ਆਪਿ ਹਉ ਕੈ ਸਿਉ ਕਰੀ ਪੁਕਾਰ ॥ ଆପି କରାଏ କରେ ଆପି ହଉ କୈ ସିଉ କରୀ ପୁକାର ॥ ସେହି ପ୍ରଭୁ ସ୍ଵୟଂ ହିଁ ଲୀଳା କରିଥାନ୍ତି ଆଉ ସ୍ଵୟଂ ହିଁ ଜୀବଙ୍କ ଦ୍ଵାରା କରାଇ ଥାଆନ୍ତି, ମୁଁ କାହାକୁ କହିବି?
ਨਾਨਕ ਕਰਣਾ ਜਿਨਿ ਕੀਆ ਫਿਰਿ ਤਿਸ ਹੀ ਕਰਣੀ ਸਾਰ ॥੨੩॥ ନାନକ କରଣା ଜିନି କୀଆ ଫିରି ତିସ ହୀ କରଣି ସାର ॥23॥ ହେ ନାନକ! ଯେଉଁ ପ୍ରଭୁ ସୃଷ୍ଟି ରଚନା କରିଛନ୍ତି, ସେ ପୁଣି ତାହାର ପୋଷଣ କରିଥାନ୍ତି॥23॥
ਸਲੋਕੁ ਮਃ ੧ ॥ ସଲୋକୁ ମଃ 1 ॥ ଶ୍ଳୋକ ମହଲା 1 ॥
ਆਪੇ ਭਾਂਡੇ ਸਾਜਿਅਨੁ ਆਪੇ ਪੂਰਣੁ ਦੇਇ ॥ ଆପେ ଭାଣ୍ଡେ ସାଜିଅନୁ ଆପେ ପୁରଣୁ ଦେଇ ॥ ଭଗବାନ ସ୍ଵୟଂ ଜୀବ ରୂପୀ ପାତ୍ର ବନାଇଛନ୍ତି ଏବଂ ସ୍ଵୟଂ ହିଁ ତାହାର ଶରୀରରେ ଗୁଣ-ଅବଗୁଣ, ସୁଖ-ଦୁଖ ରଖିଥାନ୍ତି।
ਇਕਨ੍ਹ੍ਹੀ ਦੁਧੁ ਸਮਾਈਐ ਇਕਿ ਚੁਲ੍ਹ੍ਹੈ ਰਹਨ੍ਹ੍ਹਿ ਚੜੇ ॥ ଇକନ୍ହି ଦୁଧୁ ସମାଇଏ ଇକି ଚୁଲ୍ହୟ ରହନ୍ହି ଚଡେ ॥ କିଛି ଜୀବ ରୂପୀ ପାତ୍ରରେ ଦୁଧ ଭରି ରହିଥାଏ , ଅର୍ଥାତ ସଦଗୁଣ ବିଦ୍ୟମାନ ରହିଥାଏ ଆଉ ଆଉ କିଛି ଚୂଲିରେ ତାପ ସହ୍ୟ କରିଥାଏ।
ਇਕਿ ਨਿਹਾਲੀ ਪੈ ਸਵਨ੍ਹ੍ਹਿ ਇਕਿ ਉਪਰਿ ਰਹਨਿ ਖੜੇ ॥ ଇକି ନିହାଲି ପୈ ସବହ୍ନି ଇକି ଉପରି ରହନି ଖଡେ ॥ କିଛି ଭାଗ୍ୟଶାଳୀ ନରମ ସେଜ ଉପରେ ବିଶ୍ରାମ କରିଥାନ୍ତି ଆଉ କିଛି ସେବାରେ ପହରା ଦେଇଥାନ୍ତି।
ਤਿਨ੍ਹ੍ਹਾ ਸਵਾਰੇ ਨਾਨਕਾ ਜਿਨ੍ਹ੍ਹ ਕਉ ਨਦਰਿ ਕਰੇ ॥੧॥ ତିହ୍ନା ସବାରେ ନାନକା ଜିହ୍ନ କଉ ନଦରୀ କରେ ॥1॥ ହେ ନାନକ! ଭଗବାନ ସେହି ମନୁଷ୍ୟର ଜୀବନ ସୁନ୍ଦର ବନାଇ ଥାଆନ୍ତି, ଯାହା ଉପରେ ସେ କୃପା ଦୃଷ୍ଟି କରିଥାନ୍ତି॥1॥
ਮਹਲਾ ੨ ॥ ମହଲା 2 ॥ ମହଲା 2 ॥
ਆਪੇ ਸਾਜੇ ਕਰੇ ਆਪਿ ਜਾਈ ਭਿ ਰਖੈ ਆਪਿ ॥ ଆପେ ସାଜେ କରେ ଆପି ଜାଇ ଭି ରଖଇ ଆପି ॥ ଭଗବାନ ସ୍ଵୟଂ ହିଁ ଦୁନିଆ ବନାଇ ଥାଆନ୍ତି ଆଉ ସ୍ଵୟଂ ହିଁ ସବୁ କିଛି କରିଥାନ୍ତି, ସେ ସ୍ଵୟଂ ହିଁ ନିଜ ରଚନାକୁ ପୋଷଣ କରିଥାନ୍ତି।
ਤਿਸੁ ਵਿਚਿ ਜੰਤ ਉਪਾਇ ਕੈ ਦੇਖੈ ਥਾਪਿ ਉਥਾਪਿ ॥ ତିସୁ ବିଚି ଜନ୍ତ ଉପାଇ କୈ ଦେଖଇ ଥାପି ଉଥାପି ॥ ସେ ଦୁନିଆରେ ଜୀବଙ୍କୁ ଉତ୍ପନ୍ନ କରି ତାହାର ଜନ୍ମ ମରଣକୁ ଦେଖିଥାନ୍ତି।
ਕਿਸ ਨੋ ਕਹੀਐ ਨਾਨਕਾ ਸਭੁ ਕਿਛੁ ਆਪੇ ਆਪਿ ॥੨॥ କିସ ନୋ କହିଏ ନାନକା ସଭୁ କିଛୁ ଆପେ ଆପି ॥2॥ ହେ ନାନକ! ଭଗବାନଙ୍କ ବିନା ଆଉ କାହା ପାଖରେ ପ୍ରାର୍ଥନା କରି ପାରିବି, ଯେତେବେଳେ ସେ ସ୍ଵୟଂ ହିଁ ସବୁ କିଛି କରିଥାନ୍ତି॥2॥
ਪਉੜੀ ॥ ପଉଡୀ ॥ ପଉଡି ॥
ਵਡੇ ਕੀਆ ਵਡਿਆਈਆ ਕਿਛੁ ਕਹਣਾ ਕਹਣੁ ਨ ਜਾਇ ॥ ବଡେ କୀଆ ବଡିଆଇଆ କିଛୁ କହଣା କହଣୁ ନ ଜାଇ ॥ ମହାନ ପ୍ରଭୁଙ୍କ ମହିମା ଏବଂ ବଡିମାର ବର୍ଣ୍ଣନା କରାଯାଇ ପାରିବ ନାହିଁ ।
ਸੋ ਕਰਤਾ ਕਾਦਰ ਕਰੀਮੁ ਦੇ ਜੀਆ ਰਿਜਕੁ ਸੰਬਾਹਿ ॥ ସୋ କରତା କାଦର କରୀମୁ ଦେ ଜୀଆ ରିଜକୁ ସ୍ମବାହୀ ॥ ସେ ବିଶ୍ଵର ରଚୟିତା, ସେ ନିଜ ପ୍ରକୃତିକୁ ଦେଖିଥାନ୍ତି ତଥା ସ୍ଵୟଂ ଜୀବ ଉପରେ କୃପା ଦୃଷ୍ଟି କରିଥାନ୍ତି, ସେସମସ୍ତ ଜୀବନକୁ ପୋଷଣ ଦେଇଥାନ୍ତି।
ਸਾਈ ਕਾਰ ਕਮਾਵਣੀ ਧੁਰਿ ਛੋਡੀ ਤਿੰਨੈ ਪਾਇ ॥ ସାଇ କାର କମାବଣି ଧୁରି ଛୋଡି ତିନୟ ପାଇ ॥ ଜୀବ ସେହି କର୍ମ କରିଥାଏ, ଯାହା ତାହାର ଭାଗ୍ୟରେ ଆଦିରୁ ହିଁ ଲେଖା ହୋଇଛି।
ਨਾਨਕ ਏਕੀ ਬਾਹਰੀ ਹੋਰ ਦੂਜੀ ਨਾਹੀ ਜਾਇ ॥ ନାନକ ଏକୀ ବାହରି ହୋର ଦୂଜି ଜାଇ ॥ ହେ ନାନକ! ସେହି ଏକ ପ୍ରଭୁ ବିନା ଅନ୍ୟ ଶରଣ ନାହିଁ ।
ਸੋ ਕਰੇ ਜਿ ਤਿਸੈ ਰਜਾਇ ॥੨੪॥੧॥ ਸੁਧੁ ସୋ କରେ ଜି ତିଶୟ ରଜାଇ ॥24॥1॥ ସୁଧୁ ସେ କିଛି କରିଥାଏ ଯାହା ତାହାକୁ ମଞ୍ଜୁର ହୋଇଥାଏ॥24॥1॥ ଶୁଦ୍ଧ॥
ੴ ਸਤਿਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥ ੴ ସତିନାମୁ କରତା ପୁରଖୁ ନିରଭଉ ନିରବୟରୁ ଅକାଲ ମୁରତି ଅଜୁନି ସଇମ୍ଭ ଗୁରପ୍ରସାଦି ॥ ଇଶ୍ଵର ଏକ ଅଟନ୍ତି, ତାହାଙ୍କ ନାମ ଅତ୍ୟ ଅଟେ। ସେ ସୃଷ୍ଟିର ରଚନା କରିଛନ୍ତି। ସେ ସର୍ବଶକ୍ତିମାନ, ଭୟ ରହିତ ଅଟନ୍ତି। ବସ୍ତୁତଃ ସମସ୍ତଙ୍କୁ ସେ ସମାନ ଦୃଷ୍ଟିରେ ଦେଖିଥାନ୍ତି ସେହି କାଳାତୀତ ବ୍ରହ୍ମ ମୂର୍ତ୍ତି ଅମର ଅଟେ। ସେ ଜନ୍ମ ମରଣ ଚକ୍ରରୁ ମୁକ୍ତ ଅଟନ୍ତି। ସେ ସ୍ଵୟଂ ପ୍ରକାଶ ହୋଇଛନ୍ତି। ଗୁରୁ କୃପାରୁ ତାହାଙ୍କୁ ପ୍ରାପ୍ତ କରି ହୁଏ।
ਰਾਗੁ ਆਸਾ ਬਾਣੀ ਭਗਤਾ ਕੀ ॥ ରାଗୁଆ ଆସା ବାଣୀ ଭଗତା କୀ ॥ ରାଗ ଆଶା ବାଣୀ ଭଗତଙ୍କ!
ਕਬੀਰ ਜੀਉ ਨਾਮਦੇਉ ਜੀਉ ਰਵਿਦਾਸ ਜੀਉ ॥ କବୀର ଜୀଉ ନାମଦେଉ ଜୀଉ ରବିଦାସ ଜୀଉ ॥ କବୀର ଜୀ ନାମ ଦେବ ଜୀ ରବି ଦାସ ଜୀ ॥
ਆਸਾ ਸ੍ਰੀ ਕਬੀਰ ਜੀਉ ॥ ଆସା ସୀ କବୀର ଜୀଉ ॥ ଆଶା ଶ୍ରୀ କବୀର ଜୀ ॥
ਗੁਰ ਚਰਣ ਲਾਗਿ ਹਮ ਬਿਨਵਤਾ ਪੂਛਤ ਕਹ ਜੀਉ ਪਾਇਆ ॥ ଗୁର ଚରଣ ଲାଗି ହ୍ଯାମ ବିନବତା ପୁଚ୍ଛତ କଃ ଜୀଉ ପାଇଆ ॥ ମୁଁ ନିଜ ଗୁରୁଙ୍କ ଚରଣରେ ଲାଗି ବିନୀତ କରିଥାଏ ଏବଂ ପଚାରିଥାଏ ଯେ ମନୁଷ୍ୟକୁ କାହିଁକି ଉତ୍ପନ୍ନ କରାଯାଇଛି?
ਕਵਨ ਕਾਜਿ ਜਗੁ ਉਪਜੈ ਬਿਨਸੈ ਕਹਹੁ ਮੋਹਿ ਸਮਝਾਇਆ ॥੧॥ କବନ କାଜି ଜଗୁ ଉପଜୟ ବିନଶୟ କହହୁ ମୋହୀ ସମଝାଇଆ ॥1॥ ଏହି ଜଗତ କାହିଁକି ଉତ୍ପନ୍ନ ହୋଇଛି ଆଉ ଏହା ବିନାଶ କାହିଁକି ହେଉଛି? ॥1॥
ਦੇਵ ਕਰਹੁ ਦਇਆ ਮੋਹਿ ਮਾਰਗਿ ਲਾਵਹੁ ਜਿਤੁ ਭੈ ਬੰਧਨ ਤੂਟੈ ॥ ଦେବ କରହୁ ଦଇଆ ମୋହୀ ମାରଗି ଲାବହୁ ଜିତୁ ଭୈ ବନ୍ଧନ ତୁଟଇ ॥ ହେ ଗୁରୁଦେବ! ମୋ’ ଉପରେ ଦୟା କର ଆଉ ସତମାର୍ଗରେ ମୋତେ ଲଗାଅ। ଯାହା ଦ୍ଵାରା ମୋର ଭୟର ବନ୍ଧନ ଦୂର ହୋଇଯିବ।
ਜਨਮ ਮਰਨ ਦੁਖ ਫੇੜ ਕਰਮ ਸੁਖ ਜੀਅ ਜਨਮ ਤੇ ਛੂਟੈ ॥੧॥ ਰਹਾਉ ॥ ଜନମ ମରନ ଦୁଖ ଫେଡ କରମ ସୁଖ ଜୀଅ ଜନମ ତେ ଛୁଟଇ ॥1॥ରହାଉ॥ ମୋ’ ଉପରେ ଏପରି ସୁଖର କୃପା କର ଯେ ମୋର ପୂର୍ବ ଜନ୍ମର ଜନ୍ମ ମରଣର ଦୁଃଖ ନାଶ ହୋଇଯିବ ଆଉ ମୋର ଆତ୍ମା ଜନ୍ମର ଚକ୍ରରୁ ବର୍ତ୍ତିଯିବ ॥1॥ରୁହ॥
ਮਾਇਆ ਫਾਸ ਬੰਧ ਨਹੀ ਫਾਰੈ ਅਰੁ ਮਨ ਸੁੰਨਿ ਨ ਲੂਕੇ ॥ ମାଇଆ ଫାଶ ବନ୍ଧ ନହି ଫାରଇ ଅରୁ ମନ ସୂନୀ ନ ଲୁକେ ॥ ମନ ମାୟାର ଫାଶିର ବନ୍ଧନକୁ ଛିଣ୍ଡାଏ ନାହିଁ ଆଉ ଏଥିପାଇଁ ସେ ଶୂନ୍ୟ ସମାଧିରେ ଲୀନ ହୁଏନାହିଁ।
ਆਪਾ ਪਦੁ ਨਿਰਬਾਣੁ ਨ ਚੀਨ੍ਹ੍ਹਿਆ ਇਨ ਬਿਧਿ ਅਭਿਉ ਨ ਚੂਕੇ ॥੨॥ ଆଫା ପଦୁ ନିରବାଣୁ ନ ଚିହ୍ନିଆ ଇନ ବିଧି ଅଭିଉ ନ ଚୁକେ ॥2॥ ସେ ନିଜ ଅହଂ ଓ ମୋକ୍ଷର ପଦକୁ ଜାଣିପାରେ ନାହିଁ। ଏହି ବିଧିରେ ତାହାର ଜନ୍ମ ମରଣର ଦ୍ଵିଧା ଦୂର ହୁଏନାହିଁ॥2॥
ਕਹੀ ਨ ਉਪਜੈ ਉਪਜੀ ਜਾਣੈ ਭਾਵ ਅਭਾਵ ਬਿਹੂਣਾ ॥ କହି ନ ଉପଜୟ ଉପଜୀ ଜାଣୟ ଭାବ ଅଭାବ ବିହୁଣା ॥ ଆତ୍ମା କେବେ ମଧ୍ୟ ଜନ୍ମ ହୁଏନାହିଁ, ମନୁଷ୍ୟ ଭାବିଥାଏ ଯେ ଏହା ଜନ୍ମ ହୋଇଥାଏ।
ਉਦੈ ਅਸਤ ਕੀ ਮਨ ਬੁਧਿ ਨਾਸੀ ਤਉ ਸਦਾ ਸਹਜਿ ਲਿਵ ਲੀਣਾ ॥੩॥ ଉଦୟ ଅସତ କୀ ମନ ବୁଦ୍ଧି ନାସୀ ତଊ ସଦା ସହଜି ଲିବ ଲିଣା ॥3॥ ସେ ଜନ୍ମ ମରଣ ରହିତ ଅଟନ୍ତି। ଯେବେ ମନରୁ ଜନ୍ମ ମରଣର ଖିଆଲ ନିବୃତ୍ତ ହୋଇଯାଏ, ସେତେବେଳେ ସର୍ବଦା ପ୍ରଭୁଙ୍କ ବୃତ୍ତିରେ ରହିଥାଏ॥3॥
ਜਿਉ ਪ੍ਰਤਿਬਿੰਬੁ ਬਿੰਬ ਕਉ ਮਿਲੀ ਹੈ ਉਦਕ ਕੁੰਭੁ ਬਿਗਰਾਨਾ ॥ ଜୀଉ ପ୍ରତିବିମ୍ବୁ ବିମ୍ବ କଉ ମିଲି ହୈ ଉଦକ କୁମଭୂ ବିଗରାନା ॥ ଯେପରି ଜଳ ପାତ୍ରରେ ପଡିଥିବା ପ୍ରତିବିମ୍ବ ପାତ୍ର ଭାଙ୍ଗିବା ପରେ ମିଳାଇ ଯାଏ,
ਕਹੁ ਕਬੀਰ ਐਸਾ ਗੁਣ ਭ੍ਰਮੁ ਭਾਗਾ ਤਉ ਮਨੁ ਸੁੰਨਿ ਸਮਾਨਾਂ ॥੪॥੧॥ କହୁ କବୀର ଐସା ଗୁଣ ଭ୍ରମୁ ଭାଗା ତଉ ମନୁ ସୂନୀ ସମାନା ॥4॥1॥ ସେପରି ହିଁ ହେ କବୀର! ଯେବେ ଗୁଣର ମାଧ୍ୟମରୁ ଦ୍ଵିଧା ଦୂର ହୋଇଯାଏ, ସେତେବେଳେ ମନ ପ୍ରଭୁଙ୍କ ଠାରେ ରହିଥାଏ ॥4॥1॥


© 2025 SGGS ONLINE
error: Content is protected !!
Scroll to Top