Odia Page 472

ਹਥਿ ਛੁਰੀ ਜਗਤ ਕਾਸਾਈ ॥
ହାତରେ ଯେପରି ଛୁରି ଧରିଛନ୍ତି ଆଉ ସୁଯୋଗ ମିଳିବା ମାତ୍ରେ ସବୁ ଜୀବଙ୍କ ଉପରେ ଜୁଲମ କରନ୍ତି।

ਨੀਲ ਵਸਤ੍ਰ ਪਹਿਰਿ ਹੋਵਹਿ ਪਰਵਾਣੁ ॥
ନୀଳ ରଙ୍ଗର କପଡା ପିନ୍ଧିଲେ ସେମାନଙ୍କ(ମୁସଲମାନ ଶାସକ) ପାଖକୁ ଯିବାକୁ ଆଜ୍ଞା ମିଳେ।

ਮਲੇਛ ਧਾਨੁ ਲੇ ਪੂਜਹਿ ਪੁਰਾਣੁ ॥
ଯାହାକୁ ମ୍ଳେଚ୍ଛ କୁହାଯାଏ ତାଙ୍କ ଠାରୁ ହିଁ ପ୍ରତିଦିନ ରୋଟି ନିଅନ୍ତି, ଆଉ ପୁଣି ମଧ୍ୟ ପୁରାଣକୁ ପୂଜା କରନ୍ତି (ଭାବ, ତଥାପି ଏହା ବୁଝାନ୍ତି ଯେ ଆମେ ପୁରାଣ ଅନୁସାରେ ଚାଲିଛୁ)

ਅਭਾਖਿਆ ਕਾ ਕੁਠਾ ਬਕਰਾ ਖਾਣਾ ॥
ମୁସଲମାନ ପ୍ରାର୍ଥନା ପଢିବା ପରେ ଛେଳିକୁ ମାରି ମାଂସ ଖାଆନ୍ତି।

ਚਉਕੇ ਉਪਰਿ ਕਿਸੈ ਨ ਜਾਣਾ ॥
(କିନ୍ତୁ କହନ୍ତି ଯେ) ଆମର ରୋଷେଇ ଘରକୁ ଆଉ କେହି ମନୁଷ୍ୟ ନ ଆସନ୍ତୁ।

ਦੇ ਕੈ ਚਉਕਾ ਕਢੀ ਕਾਰ ॥
ରୋଷେଇ ଘରେ ଗୋବର ଲିପି ଚାରିପଟେ ବାଡ ଦିଅନ୍ତି,

ਉਪਰਿ ਆਇ ਬੈਠੇ ਕੂੜਿਆਰ ॥
(କିନ୍ତୁ ଏହି) ରୋଷେଇ ଘରେ ସେହି ମନୁଷ୍ୟ ଆସି ବସେ ଯିଏ ନିଜେ ମିଥ୍ୟା ଅଟେ।

ਮਤੁ ਭਿਟੈ ਵੇ ਮਤੁ ਭਿਟੈ ॥ ਇਹੁ ਅੰਨੁ ਅਸਾਡਾ ਫਿਟੈ ॥
( ଅନ୍ୟ ଲୋକଙ୍କୁ କହନ୍ତି ଆମର ରୋଷେଇ ଘର ପାଖକୁ ଆସ ନାହିଁ) କାହିଁ ରୋଷେଇ ଘର ଅପବିତ୍ର ନ ହୁଏ ଆଉ ଆମର ଅନ୍ନ ଖରାପ ନ ହୁଏ।

ਤਨਿ ਫਿਟੈ ਫੇੜ ਕਰੇਨਿ ॥
(କିନ୍ତୁ ଏହି ଲୋକ ନିଜେ) ଅପବିତ୍ର ଶରୀର ଦ୍ଵାରା ମନ୍ଦ କାମ କରେ

ਮਨਿ ਜੂਠੈ ਚੁਲੀ ਭਰੇਨਿ ॥
ମନ ଭିତରେ ହିଁ ମିଥ୍ୟା (ଭାବ, ମନ ଅନ୍ତରରେ ମଳିନ ଅଛି) ବାହ୍ୟ ରୂପରେ ପବିତ୍ରତା ଦେଖାନ୍ତି।

ਕਹੁ ਨਾਨਕ ਸਚੁ ਧਿਆਈਐ ॥
ହେ ନାନକ! କୁହ, ପ୍ରଭୁଙ୍କ ଧ୍ୟାମ କରିବା ଉଚିତ।

ਸੁਚਿ ਹੋਵੈ ਤਾ ਸਚੁ ਪਾਈਐ ॥੨॥
କେବଳ ସେତେବେଳେ ସ୍ଵଛତା-ପବିତ୍ରତା ହୋଇପାରେ ଯଦି ସଚ୍ଚା ପ୍ରଭୁ ମିଳି ଯାଆନ୍ତି।

ਪਉੜੀ ॥
ପଉଡି ॥

ਚਿਤੈ ਅੰਦਰਿ ਸਭੁ ਕੋ ਵੇਖਿ ਨਦਰੀ ਹੇਠਿ ਚਲਾਇਦਾ ॥
ପ୍ରଭୁ ସବୁ ଜୀବଙ୍କୁ ନିଜ ଧ୍ୟାନରେ ରଖନ୍ତି, ଆଉ ସମସ୍ତଙ୍କୁ ନିଜ ନଜରରେ ରଖି କାମରେ ଲଗାଇ ଥାଆନ୍ତି ।

ਆਪੇ ਦੇ ਵਡਿਆਈਆ ਆਪੇ ਹੀ ਕਰਮ ਕਰਾਇਦਾ ॥
ନିଜେ ହିଁ (ଜୀବଙ୍କୁ) ମହାନତା ଆଶୀର୍ବାଦ କରନ୍ତି ଆଉ ନିଜେ ହିଁ ସେମାନଙ୍କୁ କାମରେ ଲଗାନ୍ତି।

ਵਡਹੁ ਵਡਾ ਵਡ ਮੇਦਨੀ ਸਿਰੇ ਸਿਰਿ ਧੰਧੈ ਲਾਇਦਾ ॥
ପ୍ରଭୁ ବଡରୁ ବଡ ଅଟନ୍ତି (ଭାବ, ସବୁଠାରୁ ବଡ), (ତାଙ୍କ ଦ୍ଵାରା ରଚାଯାଇଥିବା) ସୃଷ୍ଟି ମଧ୍ୟ ଅନନ୍ତ ଅଟେ। ( ଏତେଅନନ୍ତ ସୃଷ୍ଟି ଥାଇ ମଧ୍ୟ) ସବୁ ଜୀବଙ୍କୁ ଧନ୍ଧାରେ ଯୋଡି ରଖନ୍ତି।

ਨਦਰਿ ਉਪਠੀ ਜੇ ਕਰੇ ਸੁਲਤਾਨਾ ਘਾਹੁ ਕਰਾਇਦਾ ॥
ଯଦି କେବେ ଦୁନିଆର ବାଦଶାହ ଉପରେ ମଧ୍ୟ କ୍ରୋଧର ନଜର କରନ୍ତି, ତାହାହେଲେ ସେମାନଙ୍କୁ ମଧ୍ୟ ଘାସ କଟାଳି କରି ଦିଅନ୍ତି;

ਦਰਿ ਮੰਗਨਿ ਭਿਖ ਨ ਪਾਇਦਾ ॥੧੬॥
ସେମାନେ ଭିକ ମାଗିଲେ ମଧ୍ୟ ମିଳେ ନାହିଁ ॥6॥

ਸਲੋਕੁ ਮਃ ੧ ॥
ସଲୋକ ମହଲା 1 ॥

ਜੇ ਮੋਹਾਕਾ ਘਰੁ ਮੁਹੈ ਘਰੁ ਮੁਹਿ ਪਿਤਰੀ ਦੇਇ ॥
ଯଦି କୌଣସି ଚୋର ପର ଘରେଚୋରି କରେ, ସେହି ଚୋରି ପଦାର୍ଥ ନିଜ ମୃତ ପୂର୍ବ-ପୁରୁଷଙ୍କୁ ଦାନ କରେ,

ਅਗੈ ਵਸਤੁ ਸਿਞਾਣੀਐ ਪਿਤਰੀ ਚੋਰ ਕਰੇਇ ॥
ତାହାହେଲେ (ଯଦି ପ୍ରକୃତରେ ମୃତ ପୂର୍ବ ପୁରୁଷଙ୍କ ପାଖରେ ପହଞ୍ଚି ଥାନ୍ତା) ପରଲୋକରେ ସେହି ପଦାର୍ଥ ଚିହ୍ନା ପଡିଯାଏ। ଏହିପରି ମନୁଷ୍ୟ ନିଜ ପିତୃପୁରୁଷଙ୍କୁ ମଧ୍ୟ ଚୋର ବନାଇଦିଏ (କାରଣ ତାଙ୍କରି ପାଖରୁ ଚୋରୀ ଜିନିଷ ବାହାରେ)।

ਵਢੀਅਹਿ ਹਥ ਦਲਾਲ ਕੇ ਮੁਸਫੀ ਏਹ ਕਰੇਇ ॥
ପ୍ରଭୁ ଏହି ନ୍ୟାୟ କରନ୍ତି ଯେ ( ଏହି ଚୋରୀ ଜିନିଷ ପହଞ୍ଚାଇବାବାଲା ବ୍ରାହ୍ମଣ) ଦଲାଲରହାତ କାଟି ଦିଆଯାଏ।

ਨਾਨਕ ਅਗੈ ਸੋ ਮਿਲੈ ਜਿ ਖਟੇ ਘਾਲੇ ਦੇਇ ॥੧॥
ହେ ନାନକ! ମନୁଷ୍ୟକୁ ତାହା ମିଳେ ଯାହା ସେ ନିଜେ ଅର୍ଜ୍ଜନ କରେ ଆଉ ନିଜ ହାତରେ ଦାନ କରେ।

ਮਃ ੧ ॥
ମହଲା 1 ॥

ਜਿਉ ਜੋਰੂ ਸਿਰਨਾਵਣੀ ਆਵੈ ਵਾਰੋ ਵਾਰ ॥
ଯେପରି ମହିଳାଙ୍କ ପ୍ରତି ମାସରେ ଋତୁସ୍ରାବ ହୁଏ

ਜੂਠੇ ਜੂਠਾ ਮੁਖਿ ਵਸੈ ਨਿਤ ਨਿਤ ਹੋਇ ਖੁਆਰੁ ॥
ସେପରି ହିଁ ମନୁଷ୍ୟର ମୁଖରେ ସର୍ବଦା ମିଥ୍ୟା ହିଁ ରହିଥାଏ ଆଉ ଏହା କରି ସେ ସଦା ଦୁଃଖୀ ହିଁ ରହିଥାଏ।

ਸੂਚੇ ਏਹਿ ਨ ਆਖੀਅਹਿ ਬਹਨਿ ਜਿ ਪਿੰਡਾ ਧੋਇ ॥
ଏପରି ମନୁଷ୍ୟକୁ ସ୍ଵଛ କୁହାଯାଇପାରିବ ନାହିଁ ଯିଏ କେବଳ ଶରୀରକୁ ହିଁ ଧୋଇ (ନିଜେ ପବିତ୍ର ବୋଲି ଭାବେ)।

ਸੂਚੇ ਸੇਈ ਨਾਨਕਾ ਜਿਨ ਮਨਿ ਵਸਿਆ ਸੋਇ ॥੨॥
ହେ ନାନକ! କେବଳ ସେହି ମନୁଷ୍ୟ ସ୍ଵଛ ଅଟେ ଶୁଦ୍ଧ ଅଟେ ଯାହାର ମନରେ ପ୍ରଭୁ ବାସ କରନ୍ତି। ॥2॥

ਪਉੜੀ ॥
ପଉଡି ॥

ਤੁਰੇ ਪਲਾਣੇ ਪਉਣ ਵੇਗ ਹਰ ਰੰਗੀ ਹਰਮ ਸਵਾਰਿਆ ॥
ଯାହା ପାଖରେ ଘୋଡାର ସାଜ ସହିତ ପବନ ବେଗରେ ଦଉଡୁଥିବା ଘୋଡା ଥାଏ , ଯିଏ ନିଜ ହରେମକୁ କେତେ ରଙ୍ଗରେ ସଜାଇଥାଏ,

ਕੋਠੇ ਮੰਡਪ ਮਾੜੀਆ ਲਾਇ ਬੈਠੇ ਕਰਿ ਪਾਸਾਰਿਆ ॥
ଯେଉଁ ମନୁଷ୍ୟ କୋଠା, ମହଲା ଆଦି ବିସ୍ତାର କରିଥାଏ,

ਚੀਜ ਕਰਨਿ ਮਨਿ ਭਾਵਦੇ ਹਰਿ ਬੁਝਨਿ ਨਾਹੀ ਹਾਰਿਆ ॥
ଯେଉଁ ମନୁଷ୍ୟ ମନ-ଇଚ୍ଛା ରଙ୍ଗଲୀଳା କରିଥାଏ, କିନ୍ତୁ ପ୍ରଭୁଙ୍କୁ ଚିହ୍ନେ ନାହିଁ, ସିଏ ନିଜ ମାନବ ଜନ୍ମ ହରାଇଦିଏ।

ਕਰਿ ਫੁਰਮਾਇਸਿ ਖਾਇਆ ਵੇਖਿ ਮਹਲਤਿ ਮਰਣੁ ਵਿਸਾਰਿਆ ॥
ଯେଉଁ ମନୁଷ୍ୟ (ଗରିବ ଉପରେ) ଆଦେଶ କରି (ପଦାର୍ଥ) ଖାଏ (ଭାବ, ମଉଜ କରିଥାଏ) ଆଉ ନିଜ ମହଲାକ ଦେଖି ନିଜର ମୃତ୍ୟୁ ଭୁଲିଦିଏ,

ਜਰੁ ਆਈ ਜੋਬਨਿ ਹਾਰਿਆ ॥੧੭॥
ସେହି ଯୌବନ ଦ୍ଵାରା ଠକି ହୋଇ (ଭାବ, ଯୌବନର ନିଶାରେ ମସ୍ତି କରୁଥିବା ମନୁଷ୍ୟକୁ) ଜଣା ପଡେ ନାହିଁ କେବେ ବୃଦ୍ଧ ଅବସ୍ଥା ଆସିଯାଏ॥7॥

ਸਲੋਕੁ ਮਃ ੧ ॥
ସଲୋକ ମହଲା 1 ॥

ਜੇ ਕਰਿ ਸੂਤਕੁ ਮੰਨੀਐ ਸਭ ਤੈ ਸੂਤਕੁ ਹੋਇ ॥
ଯଦି ସୁତକକୁ(ଛୁତ୍ରିକା)ମାନିବା (ଭାବ, ଯଦି ମାନିବା ଯେ ସୁତକର ଭ୍ରମ ରଖିବା ଉଚିତ, ତାହାହେଲେ ଏହା ମଧ୍ୟ ମନେ ରଖିବା ଯେ ଏହିପରି) ସୁତକ(ଛୁତ୍ରିକା)ତ ବହୁତ ଅଛି (ଚୂଲିରେ ଜଳାଇବା)

ਗੋਹੇ ਅਤੈ ਲਕੜੀ ਅੰਦਰਿ ਕੀੜਾ ਹੋਇ ॥
ଗୋବର ଆଉ କାଠରେ ମଧ୍ୟ କୀଟ ଥାଏ (ସେମାନେ ମଧ୍ୟ ଜନ୍ମ ହୁଅନ୍ତି ଆଉ ମରନ୍ତି);

ਜੇਤੇ ਦਾਣੇ ਅੰਨ ਕੇ ਜੀਆ ਬਾਝੁ ਨ ਕੋਇ ॥
ଶସ୍ୟର ଯେତେ ଦାନା ଅଛି, ସେମଧ୍ୟରୁ କୌଣସି ଦାନା ଜୀବନ ବିନା ନାହିଁ ।

ਪਹਿਲਾ ਪਾਣੀ ਜੀਉ ਹੈ ਜਿਤੁ ਹਰਿਆ ਸਭੁ ਕੋਇ ॥
ନିଜେ ପାଣି ମଧ୍ୟ ଜୀବ ଅଟେ, କାରଣ ଏହା ଦ୍ଵାରା ସବୁ ଜୀବ ସବୁଜିମା ପାଆନ୍ତି।

ਸੂਤਕੁ ਕਿਉ ਕਰਿ ਰਖੀਐ ਸੂਤਕੁ ਪਵੈ ਰਸੋਇ ॥
ସୁତକ(ଛୁତ୍ରିକା)କିପରି ରଖାଯାଇପାରିବ? (ଭାବ, ସୁତକର ପ୍ରଥା ପୂର୍ଣ୍ଣ ଭାବରେ ମାନିବା କଠିନ ହୋଇଥାଏ, କାରଣ ଏହି ପରି ତ ସବୁ ସମୟ ଥାଏ) ରଷୋଇରେ ସୁତକ(ଛୁତ୍ରିକା)ରହିଥାଏ।

ਨਾਨਕ ਸੂਤਕੁ ਏਵ ਨ ਉਤਰੈ ਗਿਆਨੁ ਉਤਾਰੇ ਧੋਇ ॥੧॥
ହେ ନାନକ! ଏହିପରି (ଭ୍ରମରେ ପଡିବା) ସୁତକ(ଛୁତ୍ରିକା)ମନରୁ ଯାଏ ନାହିଁ, ଏହାକୁ (ପ୍ରଭୁଙ୍କ) ଜ୍ଞାନ ହିଁ ଧୋଇ ବାହାର କରିପାରେ।

ਮਃ ੧ ॥
ମହଲା 1 ॥

ਮਨ ਕਾ ਸੂਤਕੁ ਲੋਭੁ ਹੈ ਜਿਹਵਾ ਸੂਤਕੁ ਕੂੜੁ ॥
ମନର ସୁତକ(ଛୁତ୍ରିକା) ଲୋଭ ଅଟେ (ଭାବ, ଯେଉଁ ମନୁଷ୍ୟର ମନରେ ଲୋଭ ରୂପୀ ସୁତକ ଥାଏ); ଜିଭର ସୁତକ(ଛୁତ୍ରିକା)ଭୁଲ କହିଥାଏ।

ਅਖੀ ਸੂਤਕੁ ਵੇਖਣਾ ਪਰ ਤ੍ਰਿਅ ਪਰ ਧਨ ਰੂਪੁ ॥
(ଯେଉଁ ମନୁଷ୍ୟର) ଆଖିକୁ ପର ଧାନ ଆଉ ପର ସ୍ତ୍ରୀର ରୂପ ଦେଖିବାର ସୂତକ(ଛୁତ୍ରିକା)ଥାଏ;

ਕੰਨੀ ਸੂਤਕੁ ਕੰਨਿ ਪੈ ਲਾਇਤਬਾਰੀ ਖਾਹਿ ॥
(ଯେଉଁ ମନୁଷ୍ୟର କାନ ) ମଧ୍ୟ ସୂତକ(ଛୁତ୍ରିକା) ଅଟେ ଯେ କଣ ଦ୍ଵାରା ଭୟହୀନ ହୋଇ ଚୁଗୁଲି ଶୁଣେ;

ਨਾਨਕ ਹੰਸਾ ਆਦਮੀ ਬਧੇ ਜਮ ਪੁਰਿ ਜਾਹਿ ॥੨॥
ହେ ନାନକ! (ଏପରି) ମନୁଷ୍ୟ (ଦେଖିବାକୁ ଭଲ ଲାଗନ୍ତି) ହଂସ ଭଳି (ସୁନ୍ଦର) ଅଟେ (ତାହାହେଲେ ମଧ୍ୟ ଏହା) ବନ୍ଧା ହୋଇ ନର୍କକୁ ଯାଏ)॥2॥

ਮਃ ੧ ॥
ମହଲା 1 ॥

ਸਭੋ ਸੂਤਕੁ ਭਰਮੁ ਹੈ ਦੂਜੈ ਲਗੈ ਜਾਇ ॥
ସୂତକ(ଛୁତ୍ରିକା) ସଂପୂର୍ଣ୍ଣ ଭ୍ରମ ଅଟେ, ଏହା (ସୂତକ ରୂପୀ ଭ୍ରମ) ମାୟାରେ ଛନ୍ଦି ହୋଇଥିବା ମନୁଷ୍ୟକୁ ଲାଗିଥାଏ।

ਜੰਮਣੁ ਮਰਣਾ ਹੁਕਮੁ ਹੈ ਭਾਣੈ ਆਵੈ ਜਾਇ ॥
ଏପରି ତ ଜୀବଙ୍କ ଜନ୍ମ ଆଉ ମୃତ୍ୟୁ ପ୍ରଭୁଙ୍କ ଆଦେଶ ଅଟେ, ପ୍ରଭୁଙ୍କ ଇଛାରେ ହିଁ ଜୀବ ଜନ୍ମ ହୁଏ ଆଉ ମରେ।

ਖਾਣਾ ਪੀਣਾ ਪਵਿਤ੍ਰੁ ਹੈ ਦਿਤੋਨੁ ਰਿਜਕੁ ਸੰਬਾਹਿ ॥
(ପଦାର୍ଥର) ଖାଇବା-ପିଇବା ମଧ୍ୟ ପବିତ୍ର ଅଟେ (ଭାବ, ମନ୍ଦ ନାହିଁ, କାରଣ) ପ୍ରଭୁ ସ୍ଵୟଂ ଏକତ୍ର କରି ଜୀବଙ୍କୁ ନିର୍ବାହ ଦେଇଛନ୍ତି।

ਨਾਨਕ ਜਿਨ੍ਹ੍ਹੀ ਗੁਰਮੁਖਿ ਬੁਝਿਆ ਤਿਨ੍ਹ੍ਹਾ ਸੂਤਕੁ ਨਾਹਿ ॥੩॥
ହେ ନାନକ! ଯେଉଁ ଗୁରମୁଖ ଏହି କଥା ବୁଝାଇଛନ୍ତି, ତାହାଙ୍କୁ ସୂତକ