Page 470
ਸਲੋਕੁ ਮਃ ੧ ॥
ସଲୋକୁ ମଃ 1 ॥
ଶ୍ଳୋକ ମହଲା 1 ॥
ਨਾਨਕ ਮੇਰੁ ਸਰੀਰ ਕਾ ਇਕੁ ਰਥੁ ਇਕੁ ਰਥਵਾਹੁ ॥.
ନାନକ ମେରୁ ଶରୀର କା ଇକୁ ରଥୁ ଇକୁ ରଥବାହୁ ॥
ହେ ନାନକ! ଚଉରାଅଶି ଲକ୍ଷ ଯୋନିରେ ସୁମେରୁ ପର୍ବତ ସମାନ ମାନବ-ଶରୀର ସର୍ବୋଚ୍ଚ ଅଟେ, ଏହି ଶରୀରରେ ଏକ ରଥ ଓ ଏକ ସାରଥି ଥାଏ।
ਜੁਗੁ ਜੁਗੁ ਫੇਰਿ ਵਟਾਈਅਹਿ ਗਿਆਨੀ ਬੁਝਹਿ ਤਾਹਿ ॥
ଜୁଗୁ ଜୁଗୁ ଫେରି ବଟାଇଅହି ଗିଆନୀ ବୁଝହି ତାହି ॥
ଯୁଗ ଯୁଗ ପରେ ଏହା ବଦଳିଥାଏ ଆଉ ଜ୍ଞାନୀ ପୁରୁଷ ହିଁ ଏହି ଭେଦକୁ ବୁଝିଥାଏ।
ਸਤਜੁਗਿ ਰਥੁ ਸੰਤੋਖ ਕਾ ਧਰਮੁ ਅਗੈ ਰਥਵਾਹੁ ॥
ସତଯୁଗୀ ରଥୁ ସନ୍ତୋଖ କା ଧରମୁ ଅଗଇ ରଥବାହୁ ॥
ସତ୍ୟ ଯୁଗରେ ମାନବ-ଶରୀରର ରଥ ସନ୍ତୋଷ ଥିଲା ଆଉ ଧର୍ମ ସାରଥି ଥିଲା।
ਤ੍ਰੇਤੈ ਰਥੁ ਜਤੈ ਕਾ ਜੋਰੁ ਅਗੈ ਰਥਵਾਹੁ ॥
ତ୍ରେତୟ ରଥୁ ଯତୟ କା ଜୋରୁ ଅଗଇ ରଥବାହୁ ॥
ତ୍ରେତୟା ଯୁଗରେ ମାନବ-ଶରୀରର ରଥ ସତୀତ୍ଵ ଥିଲା ଆଉ ବାହୁବଳ ସାରଥି ଥିଲା।
ਦੁਆਪੁਰਿ ਰਥੁ ਤਪੈ ਕਾ ਸਤੁ ਅਗੈ ਰਥਵਾਹੁ ॥
ଦୁଆପୁରୀ ରଥୁ ତପୟ କା ସତୁ ଅଗଇ ରଥବାହୁ ॥
ଦ୍ଵାପର ଯୁଗରେ ମାନବ-ଶରୀରର ରଥ ତପସ୍ୟା ଥିଲା ଆଉ ସତ୍ୟ ସାରଥି ଥିଲା।
ਕਲਜੁਗਿ ਰਥੁ ਅਗਨਿ ਕਾ ਕੂੜੁ ਅਗੈ ਰਥਵਾਹੁ ॥੧॥
କଲଯୁଗୀ ରଥୁ ଅଗନି କା କୁଡୁ ଅଗଇ ରଥବାହୁ ॥1॥
କଳିଯୁଗରେ ମାନବ-ଶରୀରର ରଥ ତୃଷ୍ଣା ରୂପୀ ଅଗ୍ନି ଅଛି ଆଉ ମିଥ୍ୟା ଏହାର ସାରଥି ଅଛି ॥1॥
ਮਃ ੧ ॥
ମଃ 1 ॥
ମହଲା 1 ॥
ਸਾਮ ਕਹੈ ਸੇਤੰਬਰੁ ਸੁਆਮੀ ਸਚ ਮਹਿ ਆਛੈ ਸਾਚਿ ਰਹੇ ॥ ਸਭੁ ਕੋ ਸਚਿ ਸਮਾਵੈ ॥
ସାମ କହୟ ସେତ୍ମବରୁ ସୁଆମୀ ସଚ ମହି ଆଚ୍ଛୟ ସାଚି ରହେ ॥ ସଭୁ କୋ ସଚୀ ସମାବୟ ॥
ସାମ ବେଦ କହେ ଯେ ଜଗତର ସ୍ଵାମୀ ପ୍ରଭୁ ଶ୍ଵେତ ବସ୍ତ୍ର ବାଲା ଅଟନ୍ତି, ସତ୍ୟଯୁଗରେ ପ୍ରତ୍ୟେକ ମନୁଷ୍ୟ ସତ୍ୟ ଚାହିଁ ଥିଲା, ସତ୍ୟ ବିଚାର କରିଥିଲା ଆଉ ସତ୍ୟରେ ହିଁ ରହୁଥିଲା।
ਰਿਗੁ ਕਹੈ ਰਹਿਆ ਭਰਪੂਰਿ ॥ ਰਾਮ ਨਾਮੁ ਦੇਵਾ ਮਹਿ ਸੂਰੁ ॥
ରିଗୁ କହୟ ରହିଆ ଭରପୁରୀ ॥ ରାମ ନାମୁ ଦେବା ମହି ସୁରୁ ॥
ଋକ ବେଦ କହେ ଯେ ପ୍ରଭୁ ସର୍ବବ୍ୟାପକ ଅଟନ୍ତି ଆଉ ସବୁ ଦେବତାଙ୍କ ଠାରେ ପରମାତ୍ମାଙ୍କ ରାମ ନାମ ସର୍ବଶ୍ରେଷ୍ଠ ଅଟେ।
ਨਾਇ ਲਇਐ ਪਰਾਛਤ ਜਾਹਿ ॥ ਨਾਨਕ ਤਉ ਮੋਖੰਤਰੁ ਪਾਹਿ ॥
ନାଇ ଲଇଏ ପରାଛତ ଜାହି ॥ ନାନକ ତଉ ମୋଖନ୍ତରୁ ପାହି ॥
ରାମ ନାମର ସ୍ମରଣ ଦ୍ଵାରା ପ୍ରାୟଶ୍ଚିତ ହୋଇଯାଏ, ଅର୍ଥାତ ପାପ ନିବୃତ୍ତ ହୋଇଯାଏ, ହେ ନାନକ ରାମ ନାମ ନେବା ଦ୍ଵାରା ହିଁ ମନୁଷ୍ୟ ମୋକ୍ଷ ପ୍ରାପ୍ତ କରିନିଏ।
ਜੁਜ ਮਹਿ ਜੋਰਿ ਛਲੀ ਚੰਦ੍ਰਾਵਲਿ ਕਾਨ੍ਹ੍ਹ ਕ੍ਰਿਸਨੁ ਜਾਦਮੁ ਭਇਆ ॥
ଜୁଜ ମହି ଜୋରି ଛଲି ଚନ୍ଦ୍ରାବଲି କାହ୍ନ କ୍ରିସନୁ ଯାଦମୁ ଭଇଆ ॥
ଯଜୁଃ ବେଦର ସମୟ ଦ୍ଵାପରରେ ଯାଦବ ବଂଶର କୃଷ୍ଣ-କହ୍ନେୟା ହୋଇଥିଲେ, ଯିଏ ନିଜ ବାହୁବଳି ଦ୍ଵାରା ଚନ୍ଦ୍ରାବଳୀକୁ କପଟ କରିଥିଲେ।
ਪਾਰਜਾਤੁ ਗੋਪੀ ਲੈ ਆਇਆ ਬਿੰਦ੍ਰਾਬਨ ਮਹਿ ਰੰਗੁ ਕੀਆ ॥
ପାରଜାତୁ ଗୋପୀ ଳୈ ଆଇଆ ବିଦ୍ରାବନ ମହି ରଙ୍ଗୁ କୀଆ ॥
ଶ୍ରୀକୃଷ୍ଣ ନିଜ ଗୋପୀଙ୍କ ପାଇଁ ଇନ୍ଦ୍ରଙ୍କ ଉଦ୍ୟାନରୁ ପାରିଜାତ ଆଣିଥିଲେ ଆଉ ବୃନ୍ଦାବନରେ କୌତୁକ ରଚିଥିଲେ ତଥା ଆନନ୍ଦ ପାଉଥିଲେ।
ਕਲਿ ਮਹਿ ਬੇਦੁ ਅਥਰਬਣੁ ਹੂਆ ਨਾਉ ਖੁਦਾਈ ਅਲਹੁ ਭਇਆ ॥
କଲି ମହି ବେଦୁ ଅଥରବଣୁ ହୁଆ ନାଉ ଖୁଦାଇ ଅଲହୁ ଭଇଆ ॥
କଳିଯୁଗରେ ଅଥର୍ବବେଦ ପ୍ରସିଦ୍ଧ ହୋଇଛି ତଥା ତାହା ଅନୁସାରେ ପ୍ରଭୁଙ୍କ ନାମ ଆଲହା ଏବଂ ଖୁଦା ହୋଇଛି।
ਨੀਲ ਬਸਤ੍ਰ ਲੇ ਕਪੜੇ ਪਹਿਰੇ ਤੁਰਕ ਪਠਾਣੀ ਅਮਲੁ ਕੀਆ ॥
ନୀଲ ବସତ୍ର ଲେ କପଡେ ପହିରେ ତୁରକ ପଠାଣି ଅମଲୁ କୀଆ ॥
ଲୋକମାନେ ନୀଳ ରଙ୍ଗର ବସ୍ତ୍ର ପିନ୍ଧିଛନ୍ତି ତଥା ତୁର୍କୀ ଏବଂ ମୋଗଲ ଶାସନ ହୋଇଯାଇଛି।
ਚਾਰੇ ਵੇਦ ਹੋਏ ਸਚਿਆਰ ॥
ଚାରେ ବେଦ ହୋଏ ସଚିଆର ॥
ଏହିପରି ଚାରି ବେଦ ସାମବେଦ, ରୁଗବେଦ, ଯଜୁର୍ବେଦ, ଅଥର୍ବବେଦ ସତ୍ୟ କହିଛନ୍ତି।
ਪੜਹਿ ਗੁਣਹਿ ਤਿਨ੍ਹ੍ਹ ਚਾਰ ਵੀਚਾਰ ॥
ପଡହି ଗୁଣହି ତିହ୍ନ ଚାର ବୀଚାର ॥
ତାହା ପଢିବା ଏବଂ ଅଧ୍ୟୟନ କରିବା ଦ୍ଵାରା ମନୁଷ୍ୟ ସେଥିରୁ ଚାରି ସିଦ୍ଧାନ୍ତ ପ୍ରାପ୍ତ କରିଥାଏ।
ਭਾਉ ਭਗਤਿ ਕਰਿ ਨੀਚੁ ਸਦਾਏ ॥ ਤਉ ਨਾਨਕ ਮੋਖੰਤਰੁ ਪਾਏ ॥੨॥
ଭାଉ ଭଗତି କରି ନୀଚୁ ସଦାଏ ॥ ତଉ ନାନକ ମୋଖନ୍ତରୁ ପାଏ ॥2॥
ହେ ନାନକ! ଯଦି ମନୁଷ୍ୟ ପ୍ରଭୁଙ୍କ ଭକ୍ତି କରି ନିଜକୁ ନିଜେ ବିନୀତ କହୁଥାଏ, ତାହାହେଲେ ସେ ମୋକ୍ଷ ପ୍ରାପ୍ତ କରିଥାଏ॥2॥
ਪਉੜੀ ॥
ପଉଡୀ ॥
ପଉଡି ॥
ਸਤਿਗੁਰ ਵਿਟਹੁ ਵਾਰਿਆ ਜਿਤੁ ਮਿਲਿਐ ਖਸਮੁ ਸਮਾਲਿਆ ॥
ସତିଗୁର ବିଟହୁ ବାରିଆ ଜିତୁ ମିଲିଏ ଖସମୁ ସମାଲିଏ ॥
ମୁଁ ନିଜ ସଦଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯାହାଙ୍କ ମିଳନ ଦ୍ଵାରା ଭଗବାନଙ୍କ ସ୍ମରଣ କରିଛି।
ਜਿਨਿ ਕਰਿ ਉਪਦੇਸੁ ਗਿਆਨ ਅੰਜਨੁ ਦੀਆ ਇਨ੍ਹ੍ਹੀ ਨੇਤ੍ਰੀ ਜਗਤੁ ਨਿਹਾਲਿਆ ॥
ଜିନି କରି ଉପଦେଶୁ ଗିଆନ ଅଞ୍ଜନୁ ଦୀଆ ଇହ୍ନି ନେତ୍ରୀ ଜଗତୁ ନିହାଲିଆ ॥
ଯିଏ ମୋତେ ଉପଦେଶ ଦେଇ ଜ୍ଞାନର ସୁରମା ପ୍ରଦାନ କରିଥାଏ ଆଉ ଏହି ନେତ୍ରରେ ମୁଁ ଜଗତର ସତ୍ୟକୁ ଦେଖିଛି।
ਖਸਮੁ ਛੋਡਿ ਦੂਜੈ ਲਗੇ ਡੁਬੇ ਸੇ ਵਣਜਾਰਿਆ ॥
ଖସମୁ ଛୋଡି ଦୁଜୟ ଲଗେ ଡୁବେ ସେ ବଣଜାରିଆ ॥
ଯେଉଁ ପ୍ରାଣୀ ନିଜ ପତି-ପ୍ରଭୁଙ୍କୁ ତ୍ୟାଗ କରି ଦୈତ୍ୟବାଦରେ ଲୀନ ହୋଇଛି, ସେ ବୁଡି ଯାଇଛି।
ਸਤਿਗੁਰੂ ਹੈ ਬੋਹਿਥਾ ਵਿਰਲੈ ਕਿਨੈ ਵੀਚਾਰਿਆ ॥
ସତିଗୁରୁ ହୈ ବୋହିଆ ବିରଳୟ କିନୟ ବିଚାରିଆ ॥
ସଦଗୁରୁ ସଂସାର ସାଗରରୁ ପାର କରାଉଥିବା ଏକ ଜାହାଜ ଅଟନ୍ତି, କେହି ବିରଳ ବ୍ୟକ୍ତି ହିଁ ଏହା ଅନୁଭବ କରିଥାଏ।
ਕਰਿ ਕਿਰਪਾ ਪਾਰਿ ਉਤਾਰਿਆ ॥੧੩॥
କରି କିରପା ପାରି ଉତାରିଆ ॥13॥
ନିଜ କୃପା କରି ସେ ତାହାକୁ ସଂସାର ସାଗରରୁ ପାର କରାଇ ଥାଆନ୍ତି॥13॥
ਸਲੋਕੁ ਮਃ ੧ ॥
ସଲୋକୁ ମଃ 1॥
ଶ୍ଳୋକ ମହଲା 1 ॥
ਸਿੰਮਲ ਰੁਖੁ ਸਰਾਇਰਾ ਅਤਿ ਦੀਰਘ ਅਤਿ ਮੁਚੁ ॥
ସିମଲ ରୁଖୁ ସରାଇରା ଅତି ଦୀରଧ ଅତି ମୁଚୁ ॥
ସିମୁଳି ବୃକ୍ଷ ବଡ ସିଧା, ଅତି ଉଚ୍ଚ ଏବଂ ବହୁତ ମୋଟା ହୋଇଥାଏ।
ਓਇ ਜਿ ਆਵਹਿ ਆਸ ਕਰਿ ਜਾਹਿ ਨਿਰਾਸੇ ਕਿਤੁ ॥
ଓଇ ଜି ଆବହି ଆସ କରି ଯାହି ନିରାଶେ କିତୁ ॥
କେତେ ପକ୍ଷୀ ତାହାର ଫଳ ଖାଇବା ଆଶା କରି ତାହା ପାଖକୁ ଆସନ୍ତି, ପରନ୍ତୁ ନିରାଶ ହୋଇ ଚାଲିଯାନ୍ତି।
ਫਲ ਫਿਕੇ ਫੁਲ ਬਕਬਕੇ ਕੰਮਿ ਨ ਆਵਹਿ ਪਤ ॥
ଫଲ ଫିକେ ଫୁଲ ବଲବକେ କମି ନ ଆବହି ପତ ॥
କାରଣ, ଏହାର ଫଳ ବହୁତ ଫିକା, ଫୁଲ ବେକାର ଏବଂ ପତ୍ର କୌଣସି କାମକୁ ଆଏ ନାହିଁ।
ਮਿਠਤੁ ਨੀਵੀ ਨਾਨਕਾ ਗੁਣ ਚੰਗਿਆਈਆ ਤਤੁ ॥
ମିଠତୁ ନୀବି ନାନକା ଗୁଣ ଚଙ୍ଗିଆଇଆ ତତୁ ॥
ହେ ନାନକ! ନମ୍ରତା ବଡ ମିଠା ହୋଇଥାଏ ଆଉ ଏହା ସର୍ବୋତ୍ତମ ଅଟେ।
ਸਭੁ ਕੋ ਨਿਵੈ ਆਪ ਕਉ ਪਰ ਕਉ ਨਿਵੈ ਨ ਕੋਇ ॥
ସଭୁ କୋ ନିବୟ ଆପ କଉ ନିବୟ ନ କୋଇ ॥
ପ୍ରତ୍ୟେକ ମନୁଷ୍ୟ ନିଜ ସ୍ଵାର୍ଥ ପାଇଁ ନଇଁ ଥାଆନ୍ତି, ପରନ୍ତୁ ଅନ୍ୟର ଭଲ ପାଇଁ କେହି ମଧ୍ୟ ନଇଁ ନଥାନ୍ତି।
ਧਰਿ ਤਾਰਾਜੂ ਤੋਲੀਐ ਨਿਵੈ ਸੁ ਗਉਰਾ ਹੋਇ ॥
ଧରି ତାରାଜୁ ତୋଳିୟେ ନିବୟ ସୁ ଗଉରା ହୋଇ ॥
ଯଦି କୌଣସି ବସ୍ତୁ ତରାଜୁରେ ରଖି ତଉଲାଯାଏ, ତରାଜୁର ଯେଉଁ ପଲା ନଇଁ ଥାଏ, ତାହା ଭାରି ହୋଇଥାଏ।
ਅਪਰਾਧੀ ਦੂਣਾ ਨਿਵੈ ਜੋ ਹੰਤਾ ਮਿਰਗਾਹਿ ॥
ଅପରାଧୀ ଦୁଣା ନିବୟ ଜୋ ହନ୍ତା ମିରଗାହୀ ॥
ମୃଗର ଶିକାରୀ ଭଳି ଅପରାଧୀ ଦୁଇଗୁଣ ନଇଁ ଥାଏ, ପରନ୍ତୁ
ਸੀਸਿ ਨਿਵਾਇਐ ਕਿਆ ਥੀਐ ਜਾ ਰਿਦੈ ਕੁਸੁਧੇ ਜਾਹਿ ॥੧॥
ସିସି ନିବାଇଏ କିଆ ଥିଏ ଜା ରିଦୟ କୁସୁଧେ ଜାହି ॥1॥
ମସ୍ତକ ନିମ୍ନ କଲେ କଣ ହୋଇପାରିବ, ଯେବେ ହୃଦୟରେ ହିଁ ମଇଳା ଥାଏ॥1॥
ਮਃ ੧ ॥
ମଃ 1॥
ମହଲା 1 ॥
ਪੜਿ ਪੁਸਤਕ ਸੰਧਿਆ ਬਾਦੰ ॥
ପଡି ପୁଷତକ ସନ୍ଧିଆ ବାନ୍ଦ ॥
ପଣ୍ଡିତ ବେଦ ଇତ୍ୟାଦି ଧାର୍ମିକ ପୁସ୍ତକ ପଢିଥାଏ, ସନ୍ଧ୍ୟା ବନ୍ଦନା ଏବଂ ବାଦ ବିବାଦ କରିଥାଏ।
ਸਿਲ ਪੂਜਸਿ ਬਗੁਲ ਸਮਾਧੰ ॥
ସିଲ ପୁଜସୀ ବଗୁଲ ସମାନ୍ଧ ॥
ସେ ପଥରର ପୂଜା କରିଥାଏ ଆଉ ବଗ ଭଳି ସମାଧି ଲଗାଇ ଥାଏ।
ਮੁਖਿ ਝੂਠ ਬਿਭੂਖਣ ਸਾਰੰ ॥
ମୁଖି ଝୁଠ ବିଭୂଷଣ ସାରଂ ॥
ସେ ନିଜ ମୁଖରେ ମିଥ୍ୟା ବୋଲିଥାଏ ଆଉ ସୁନ୍ଦର ଆଭୁଷଣ ଭଳି ଦେଖାଇ ଥାଏ।
ਤ੍ਰੈਪਾਲ ਤਿਹਾਲ ਬਿਚਾਰੰ ॥
ତ୍ରୟପାଲ ତିହାଲ ବିଚାରଂ ॥
ସେ ଦିନରେ ତିନି ଥର ଗାୟତ୍ରୀ ମନ୍ତ୍ର ପାଠ କରିଥାଏ,
ਗਲਿ ਮਾਲਾ ਤਿਲਕੁ ਲਿਲਾਟੰ ॥
ଗଲି ମାଲା ତିଲକୁ ଲିଲାଟ ॥
ଗଳାରେ ମାଳା ଆଉ କପାଳରେ ତିଳକ ଧାରଣ କରିଥାଏ।
ਦੁਇ ਧੋਤੀ ਬਸਤ੍ਰ ਕਪਾਟੰ ॥
ଦୁଇ ଧୋତି ବସତ୍ର କପାଟ ॥
ଯୋଡା ଧୋତି ପିନ୍ଧିଥାଏ ଆଉ ମସ୍ତକ ଉପରେ ମଧ୍ୟ ବସ୍ତ୍ର ରଖିଥାଏ।
ਜੇ ਜਾਣਸਿ ਬ੍ਰਹਮੰ ਕਰਮੰ ॥
ଜେ ଜାଣସି ବ୍ରହମ କରମ ॥
ପରନ୍ତୁ, ଯଦି ଏହି ପଣ୍ଡିତ ବ୍ରହ୍ମାଙ୍କ କର୍ମ ଜାଣିଥାଏ, ତାହାହେଲେ
ਸਭਿ ਫੋਕਟ ਨਿਸਚਉ ਕਰਮੰ ॥
ସଭି ଫୋକଟ ନିସଚଉ କରମ ॥
ସେଥିରୁ ଜଣାଯିବ ଯେ ଏହି ସବୁ କର୍ମ ବ୍ୟର୍ଥର ଆଡମ୍ବର ଅଟେ।
ਕਹੁ ਨਾਨਕ ਨਿਹਚਉ ਧਿਆਵੈ ॥
କହୁ ନାନକ ନିହଚଉ ଧିଆବୟ ॥
ହେ ନାନକ! ଶ୍ରଦ୍ଧା ଧାରଣ କରି ଭଗବାନଙ୍କ ଧ୍ୟାନ କରିବା ଉଚିତ
ਵਿਣੁ ਸਤਿਗੁਰ ਵਾਟ ਨ ਪਾਵੈ ॥੨॥
ବିଣୁ ସତିଗୁର ବାଟ ନ ପାବୟ ॥2॥
ସଦଗୁରୁଙ୍କ ମାର୍ଗ ଦର୍ଶନ ବିନା ନାମ ସ୍ମରଣର ମାର୍ଗ ମିଳେନାହିଁ ॥2॥
ਪਉੜੀ ॥
ପଉଡୀ ॥
ପଉଡି ॥
ਕਪੜੁ ਰੂਪੁ ਸੁਹਾਵਣਾ ਛਡਿ ਦੁਨੀਆ ਅੰਦਰਿ ਜਾਵਣਾ ॥
କପଡୁ ରୁପୁ ସୁହାବଣା ଛଡି ଦୁନିଆ ଅନ୍ଦରି ଜାବଣା ॥
ଏହି ଶରୀର ରୂପୀ ସୁନ୍ଦର ବସ୍ତ୍ର ଏବଂ ସୌନ୍ଦର୍ଯ୍ୟକୁ ଏହି ଦୁନିଆରେ ହିଁ ଛାଡି ଜୀବକୁ ଯିବାକୁ ହୁଏ।
ਮੰਦਾ ਚੰਗਾ ਆਪਣਾ ਆਪੇ ਹੀ ਕੀਤਾ ਪਾਵਣਾ ॥
ମନ୍ଦା ଚଙ୍ଗା ଆପଣା ଆପେ ହୀ କୀତା ପାବଣା ॥
ଜୀବ ସ୍ଵୟଂ ନିଜ ଭଲ ମନ୍ଦ କର୍ମର ଫଳ ଭୋଗିବାକୁ ହୁଏ।
ਹੁਕਮ ਕੀਏ ਮਨਿ ਭਾਵਦੇ ਰਾਹਿ ਭੀੜੈ ਅਗੈ ਜਾਵਣਾ ॥
ହୁକମ କିଏ ମନି ଭାବଦେ ରାହି ଭିଡଇ ଅଗଇ ଜାବଣା ॥
ମନୁଷ୍ୟ ଈହଲୋକରେ ମନ ଇଚ୍ଛା ହୁକୁମକରିଥାଏ, ପରନ୍ତୁ ପରଲୋକରେ ତାହାକୁ କଠିନ ମାର୍ଗରେ ଯିବାକୁ ହୁଏ।