Page 469
ਅੰਧੀ ਰਯਤਿ ਗਿਆਨ ਵਿਹੂਣੀ ਭਾਹਿ ਭਰੇ ਮੁਰਦਾਰੁ ॥
ଅନ୍ଧି ରୟତି ଗିଆନ ବିହୁଣୀ ଭାହୀ ଭରେ ମୁରଦାରୁ ॥
ଅନ୍ଧ ପ୍ରଜା ଜ୍ଞାନ ବିହୀନ ଅଟେ ଆଉ ମୃତକ ଭଳି ଚୁପଚାପ ଅନ୍ୟାୟ ସହିଥାଏ।
ਗਿਆਨੀ ਨਚਹਿ ਵਾਜੇ ਵਾਵਹਿ ਰੂਪ ਕਰਹਿ ਸੀਗਾਰੁ ॥
ଗିଆନୀ ନଚହୀ ବାଜେ ବାବହି ରୂପ କରହି ସିଗାରୁ ॥
ଜ୍ଞାନୀ ନୃତ୍ୟ କରିଥାଏ, ବାଜ ବଜାଇଥାଏ ଆଉ ଅନେକ ପ୍ରକାର ରୂପ ଧାରଣ କରି ଶୃଙ୍ଗାର କରିଥାଏ।
ਊਚੇ ਕੂਕਹਿ ਵਾਦਾ ਗਾਵਹਿ ਜੋਧਾ ਕਾ ਵੀਚਾਰੁ ॥
ଉଚେ କୁକହି ବାଦା ଗାବହି ଯୋଦ୍ଧା କା ବିଚାରୁ ॥
ସେ ଉଚ୍ଚ ସ୍ଵରରେ ଚିତ୍କାର କରିଥାଏ ଏବଂ ଯୁଦ୍ଧ, କାବ୍ୟ ଏବଂ ସୁରବୀରର କାହାଣୀ ଗାନ କରିଥାଏ।
ਮੂਰਖ ਪੰਡਿਤ ਹਿਕਮਤਿ ਹੁਜਤਿ ਸੰਜੈ ਕਰਹਿ ਪਿਆਰੁ ॥
ମୁରଖ ପଣ୍ଡିତ ହିକମତି ହୁଜତି ସଞ୍ଜଇ କରହି ପିଆରୁ ॥
ମୂର୍ଖ ପଣ୍ଡିତ ନିଜ ଚତୁରତା ଦ୍ଵାରା ଧନ ଅର୍ଜ୍ଜନ କରିଥାଏ, ତାହାର ପ୍ରେମ କେବଳ ଧନ ସହିତ ହି ଥାଏ।
ਧਰਮੀ ਧਰਮੁ ਕਰਹਿ ਗਾਵਾਵਹਿ ਮੰਗਹਿ ਮੋਖ ਦੁਆਰੁ ॥
ଧରମୀ ଧରମୁ କରହି ଗାବବହି ମଙ୍ଗହି ମୋଖ ଦୁଆରୁ ॥
ଧାର୍ମିକ ଲୋକ ଧର୍ମ କାର୍ଯ୍ୟ କରିଥାଏ ଆଉ ମୋକ୍ଷ ମାଗିଥାଏ।
ਜਤੀ ਸਦਾਵਹਿ ਜੁਗਤਿ ਨ ਜਾਣਹਿ ਛਡਿ ਬਹਹਿ ਘਰ ਬਾਰੁ ॥
ଯତୀ ସଦାବହି ଯୁଗତି ନ ଜାଣହି ଛଡି ବହହି ଘର ବାରୁ ॥
ପରନ୍ତୁ ତାହାର ପ୍ରଭାବରୁ ବଞ୍ଚିତ ହୋଇଥାଏ, କାରଣ ସ୍ଵାର୍ଥବଶତଃ ସେ ଯତି କହିବା ବଳ ଜୀବନର ଯୁକ୍ତିକୁ ବୁଝି ନଥାଏ ଆଉ ବ୍ୟର୍ଥରେ ଘର ଦ୍ଵାର ଛାଡିଦିଏ।
ਸਭੁ ਕੋ ਪੂਰਾ ਆਪੇ ਹੋਵੈ ਘਟਿ ਨ ਕੋਈ ਆਖੈ ॥
ସଭୁ କୋ ପୁରା ଆପେ ହୋବଇ ଘଟି ନ କୋଇ ଆଖୈ ॥
ସମସ୍ତେ ନିଜକୁ ନିଜେ ପୂର୍ଣ୍ଣ ଭକ୍ତ ବୋଲି କହିଥାନ୍ତି, କିଏ ନିଜକୁ କମ ବୋଲି ଭାବେ ନାହିଁ,
ਪਤਿ ਪਰਵਾਣਾ ਪਿਛੈ ਪਾਈਐ ਤਾ ਨਾਨਕ ਤੋਲਿਆ ਜਾਪੈ ॥੨॥
ପତି ପରବାଣା ପିଛଇ ପାଇଏ ତା ନାନକ ତୋଳିଆ ଜାପୟ ॥2॥
ହେ ନାନକ! ଯଦି ଇଜ୍ଜତର ତରାଜୁରେ ପ୍ରଭୁଙ୍କ ଦ୍ଵାରରେ ପାଇଥିବା ସମମଙ୍କୁ ରଖାଯାଏ, ତାହାହେଲେ ମନୁଷ୍ୟର ବାସ୍ତବ ରୂପ ଜଣା ପଡିଥାଏ॥2॥
ਮਃ ੧ ॥
ମଃ 1 ॥
ମହଲା 1 ॥
ਵਦੀ ਸੁ ਵਜਗਿ ਨਾਨਕਾ ਸਚਾ ਵੇਖੈ ਸੋਇ ॥
ବଦୀ ସୁ ବଜଗି ନାନକା ସଚା ବେଖୈ ସୋଇ ॥
ହେ ନାନକ! ପରମେଶ୍ଵର ସବୁ କିଛି ଦେଖୁଥାନ୍ତି।
ਸਭਨੀ ਛਾਲਾ ਮਾਰੀਆ ਕਰਤਾ ਕਰੇ ਸੁ ਹੋਇ ॥
ସଭନୀ ଛାଲା ମାରୀଆ କରତା କରେ ସୁ ହୋଇ ॥
ପ୍ରତ୍ୟେକ ଜୀବ ଜଗତରେ ଆଗକୁ ବଢିବା ପାଇଁ ପ୍ରୟାସ କରିଥାଏ, ପରନ୍ତୁ ଜଗତର ରଚୟିତା ଯାହା କିଛି କରିଥାନ୍ତି, ତାହା ହିଁ ହୋଇଥାଏ।
ਅਗੈ ਜਾਤਿ ਨ ਜੋਰੁ ਹੈ ਅਗੈ ਜੀਉ ਨਵੇ ॥
ଅଗଇ ଜାତି ନ ଜୋରୁ ହୈ ଅଗଇ ଜୀଉ ନବେ ॥
ପରଲୋକରେ ଜାତି ଏବଂ ବାହୁବଳର କିଛି ମୂଲ୍ୟ ନାହିଁ, କାରଣ ସେଠାରେ ଜୀବ ନବୀନ ହୋଇଥାଏ।
ਜਿਨ ਕੀ ਲੇਖੈ ਪਤਿ ਪਵੈ ਚੰਗੇ ਸੇਈ ਕੇਇ ॥੩॥
ଜିନ କୀ ଲେଖୟ ପତି ପବଇ ଚଙ୍ଗେ ସେଇ କେଇ ॥3॥
ଯାହାକୁ କର୍ମର ଲେଖା ହିସାବ ପରେ ସମ୍ମାନ ପ୍ରାପ୍ତ ହୋଇଥାଏ, ତାହାକୁ ଭଲ କୁହାଯାଇ ପାରେ॥3॥
ਪਉੜੀ ॥
ପଉଡୀ ॥
ପଉଡି ॥
ਧੁਰਿ ਕਰਮੁ ਜਿਨਾ ਕਉ ਤੁਧੁ ਪਾਇਆ ਤਾ ਤਿਨੀ ਖਸਮੁ ਧਿਆਇਆ ॥
ଧୁରି କରମୁ ଜିନା କଉ ତୁଧୁ ପାଇଆ ତା ତିନି ଖସମୁ ଧିଆଇଆ ॥
ହେ ବିଧାତା! ତୁ ଆରମ୍ଭରୁ ହିଁ ଯେଉଁ ଜୀବର ଭାଗ୍ୟରେ ଭଲ ଲେଖିଛୁ, ତାହାହେଲେ ସେ ନିଜ ମାଲିକ-ପ୍ରଭୁଙ୍କୁ ସ୍ମରଣ କରିଥାନ୍ତି।
ਏਨਾ ਜੰਤਾ ਕੈ ਵਸਿ ਕਿਛੁ ਨਾਹੀ ਤੁਧੁ ਵੇਕੀ ਜਗਤੁ ਉਪਾਇਆ ॥
ଏନା ଜନ୍ତା କୈ ବସି କିଛୁ ନାହି ତୁଧୁ ବେକି ଜଗତୁ ଉପାଇଆ ॥
ଏହି ଜୀବର ବଶରେ କିଛି ମଧ୍ୟ ନାହିଁ, ବିଭିନ୍ନ ପ୍ରକାର ଏହି ଜଗତ ତୁ ହିଁ ଉତ୍ପନ୍ନ କରିଛୁ।
ਇਕਨਾ ਨੋ ਤੂੰ ਮੇਲਿ ਲੈਹਿ ਇਕਿ ਆਪਹੁ ਤੁਧੁ ਖੁਆਇਆ ॥
ଇକନା ନୋ ତୁ ମେଲି ଲଇହି ଇକି ଆପହୁ ତୁଧୁ ଖୁଆଇଆ ॥
ହେ ପ୍ରଭୁ! କିଛି ଜୀବଙ୍କୁ ତୁ ନିଜ ସାଥିରେ ମିଳାଇଛୁ ଆଉ କିଛି ଜୀବଙ୍କୁ ସ୍ଵୟଂ ହିଁ ଦୂରରେ ରଖିଛୁ।
ਗੁਰ ਕਿਰਪਾ ਤੇ ਜਾਣਿਆ ਜਿਥੈ ਤੁਧੁ ਆਪੁ ਬੁਝਾਇਆ ॥
ଗୁର କିରପା ତେ ଜାଣିଆ ଜିଥୟ ତୁଧୁ ଆପୁ ବୁଝାଇଆ ॥
ଯେଉଁଠି ତୁ ନିଜେ ହିଁ କାହାକୁ ନିଜ ଜ୍ଞାନ ପ୍ରଦାନ କରିଛୁ, ଗୁରୁଙ୍କ କୃପାରୁ ସେ ହିଁ ତୋତେ ଜାଣିଛି।
ਸਹਜੇ ਹੀ ਸਚਿ ਸਮਾਇਆ ॥੧੧॥
ସହଜେ ହୀ ସଚୀ ସମାଇଆ ॥11॥
ଆଉ ସେ ସ୍ଵାଭାବିକ ଭାବରେ ସତ୍ୟରେ ରହିଥାଏ॥11॥
ਸਲੋਕੁ ਮਃ ੧ ॥
ସଲୋକୁ ମଃ 1 ॥
ଶ୍ଳୋକ ମହଲା 1 ॥
ਦੁਖੁ ਦਾਰੂ ਸੁਖੁ ਰੋਗੁ ਭਇਆ ਜਾ ਸੁਖੁ ਤਾਮਿ ਨ ਹੋਈ ॥
ଦୁଖୁ ଦାରୁ ସୁଖୁ ରୋଗୁ ଭଇଆ ଜା ସୁଖୁ ତାମି ନ ହୋଇ ॥
ଦୁଃଖ ଔଷଧ ଅଟେ ଆଉ ସୁଖ ରୋଗ ଅଟେ, କାରଣ ଯେବେ ସୁଖ ମିଳିଯାଏ, ସେତେବେଳେ ଜୀବଙ୍କୁ ପ୍ରଭୁ ସ୍ମରଣ ହୁଅନ୍ତି ନାହିଁ।
ਤੂੰ ਕਰਤਾ ਕਰਣਾ ਮੈ ਨਾਹੀ ਜਾ ਹਉ ਕਰੀ ਨ ਹੋਈ ॥੧॥
ତୁ କରତା କରଣା ମୟ ନାହି ଜା ହଉ କରୀ ନ ହୋଇ ॥1॥
ହେ ପ୍ରଭୁ! ତୁ ସୃଷ୍ଟି ରଚୟିତା ଅଟୁ, ମୁଁ କିଛି କରିପାରୁ ନାହିଁ, ଯଦି ମୁଁ କିଛି କରିବାର ପ୍ରୟାସ କରିଥାଏ ॥1॥
ਬਲਿਹਾਰੀ ਕੁਦਰਤਿ ਵਸਿਆ ॥
ବଲିହାରି କୁଦରତି ବସିଆ ॥
ହେ ଜଗତ ରଚୟିତା! ମୁଁ ତୁମ ପାଖରେ ସମର୍ପିତ ଅଟେ, ତୁ ତୁ ନିଜ ନିବାସରେ ରହିଅଛୁ,
ਤੇਰਾ ਅੰਤੁ ਨ ਜਾਈ ਲਖਿਆ ॥੧॥ ਰਹਾਉ ॥
ତେରା ଅନ୍ତୁ ନ ଯାଇ ଲଖିଆ ॥1॥ ରହାଉ॥
ଆଉ ତୋର ଅନ୍ତ ଜଣା ପଡେ ନହିଁ॥1॥ରୁହ॥
ਜਾਤਿ ਮਹਿ ਜੋਤਿ ਜੋਤਿ ਮਹਿ ਜਾਤਾ ਅਕਲ ਕਲਾ ਭਰਪੂਰਿ ਰਹਿਆ ॥
ଜାତି ମହି ଜୋତି ଜୋତି ମହି ଜାତା ଅକଲ କଲା ଭରପୁରୀ ରହିଆ ॥
ହେ ପ୍ରଭୁ! ଜୀବଙ୍କ ଠାରେ ହିଁ ତୋର ଜ୍ୟୋତି ବିଦ୍ୟମାନ ଅଛି ଆଉ ଜୀବ ତୋର ଜ୍ୟୋତିରେ ବିଦ୍ୟମାନ ଅଛି, ହେ ସର୍ବକଳା ସଂପୂର୍ଣ୍ଣ! ତୁ ସର୍ବବ୍ୟାପକ ଅଟୁ, ତୁ ସଚ୍ଚା ମାଲିକ ଅଟୁ।
ਤੂੰ ਸਚਾ ਸਾਹਿਬੁ ਸਿਫਤਿ ਸੁਆਲ੍ਹ੍ਹਿਉ ਜਿਨਿ ਕੀਤੀ ਸੋ ਪਾਰਿ ਪਇਆ ॥
ତୁ ସଚା ସାହିବୁ ସିକତି ସୁଆଲ୍ହିଉ ଜିନି କିତି ସୋ ପାରି ପଇଆ ॥
ତୋର ମହିମା ଅତ୍ୟନ୍ତ ସୁନ୍ଦର ଅଟେ, ଯିଏ ତୋର ସ୍ତୁତି କରିଥାଏ, ସେ ସଂସାର ସାଗର ପାର ହୋଇଯାଏ।
ਕਹੁ ਨਾਨਕ ਕਰਤੇ ਕੀਆ ਬਾਤਾ ਜੋ ਕਿਛੁ ਕਰਣਾ ਸੁ ਕਰਿ ਰਹਿਆ ॥੨॥
କହୁ ନାନକ କରତେ କୀଆ ବାତା ଜୋ କିଛୁ କରଣା ସୁ କରି ରହିଆ ॥2॥
ହେ ନାନକ! ଏହା ସବୁ ଜଗତ ରଚୟିତାଙ୍କ ଲୀଳା ଅଟେ, ପ୍ରଭୁ ଯାହା କିଛି କରିବାକୁ ଅଛି, ତାହା ସେ କରୁଛନ୍ତି॥2॥
ਮਃ ੨ ॥
ମଃ 2 ॥
ମହଲା 2 ॥
ਜੋਗ ਸਬਦੰ ਗਿਆਨ ਸਬਦੰ ਬੇਦ ਸਬਦੰ ਬ੍ਰਾਹਮਣਹ ॥
ଯୋଗ ସମ୍ବଦ ଗିଆନ ସମ୍ବଦ ବେଦ ସମ୍ବଦ ବ୍ରାହ୍ମଣହ॥
ଯୋଗୀର ଧର୍ମ ଜ୍ଞାନ ପ୍ରାପ୍ତ କରିବା ଅଟେ ଆଉ ବ୍ରାହ୍ମଣର ଧର୍ମ ବେଦ ଅଧ୍ୟୟନ କରିବା ଅଟେ।
ਖਤ੍ਰੀ ਸਬਦੰ ਸੂਰ ਸਬਦੰ ਸੂਦ੍ਰ ਸਬਦੰ ਪਰਾ ਕ੍ਰਿਤਹ ॥
ଖତ୍ରୀ ସମ୍ବଦ ସୁର ସମ୍ବଦ ସୁଦ୍ର ସମ୍ବଦ ପରା କ୍ରିତହ ॥
କ୍ଷତ୍ରିୟର ଧର୍ମ ବୀର କାର୍ଯ୍ୟ କରିବା ଅଟେ ଆଉ ଶୂଦ୍ରର ଧର୍ମ ଅନ୍ୟର ସେବା କରିବା ଅଟେ।
ਸਰਬ ਸਬਦੰ ਏਕ ਸਬਦੰ ਜੇ ਕੋ ਜਾਣੈ ਭੇਉ ॥ ਨਾਨਕੁ ਤਾ ਕਾ ਦਾਸੁ ਹੈ ਸੋਈ ਨਿਰੰਜਨ ਦੇਉ ॥੩॥
ସରବ ସମ୍ବଦ ଏକ ସମ୍ବଦ ଯେ କୋ ଜାଣୟ ଭେଉ ॥ ନାନକୁ ତା କା ଦାସୁ ହୈ ସୋଇ ନିରଞ୍ଜନ ଦେଉ ॥3॥
ପରନ୍ତୁ ସବୁଙ୍କ ଧର୍ମ ଏକ ଈଶ୍ଵରଙ୍କ ସ୍ମରଣ କରିବା ଅଟେ, ଯଦି କେହି ଏହି ରହସ୍ୟକୁ ଜାଣିଥାଏ, ତାହାହେଲେ ନାନକ ତାହାଙ୍କ ଦାସ ଅଟେ ଆଉ ସେହି ପୁରୁଷ ସ୍ଵୟଂ ହିଁ ନିରଞ୍ଜନ ପ୍ରଭୁ ଅଟନ୍ତି॥3॥
ਮਃ ੨ ॥
ମଃ 2 ॥
ମହଲା 2 ॥
ਏਕ ਕ੍ਰਿਸਨੰ ਸਰਬ ਦੇਵਾ ਦੇਵ ਦੇਵਾ ਤ ਆਤਮਾ ॥
ଏକ କ୍ରିସନ ସରବ ଦେବା ଦେବ ତ ଆତମା ॥
ଏକ କୃଷ୍ଣ ହିଁ ସବୁ ଦେବତାଙ୍କ ଦେବ ଅଟନ୍ତି, ସେ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କ ମଧ୍ୟ ଆତ୍ମା ଅଟନ୍ତି।
ਆਤਮਾ ਬਾਸੁਦੇਵਸ੍ਯ੍ਯਿ ਜੇ ਕੋ ਜਾਣੈ ਭੇਉ ॥ ਨਾਨਕੁ ਤਾ ਕਾ ਦਾਸੁ ਹੈ ਸੋਈ ਨਿਰੰਜਨ ਦੇਉ ॥੪॥
ଆତମା ବାସୁଦେବସ୍ୟ ଯେ କୋ ଜାଣୟ ଭେଉ ॥ ନାନକୁ ତା କା ଦାସୁ ହୈ ସୋଇ ନିରଞ୍ଜନ ଦେଉ ॥4॥
ସବୁ ଜୀବଙ୍କ ଠାରେ ଥିବା ବାସୁଦେବ ସ୍ଵୟଂ ହିଁ ତାହାଙ୍କ ଆତ୍ମା ଅଟନ୍ତି, ଯଦି କେହି ଏହି ରହସ୍ୟକୁ ବୁଝିଥାଏ, ନାନକ ତାହାର ଦାସ ରହନ୍ତି, ସେହି ପୁରୁଷ ସ୍ଵୟଂ ହିଁ ନିରଞ୍ଜନ ପ୍ରଭୁ ଅଟନ୍ତି॥4॥
ਮਃ ੧ ॥
ମଃ 1॥
ମହଲା 1 ॥
ਕੁੰਭੇ ਬਧਾ ਜਲੁ ਰਹੈ ਜਲ ਬਿਨੁ ਕੁੰਭੁ ਨ ਹੋਇ ॥
କୁମଭେ ବଧା ଜଲୁ ରହଇ ଜଲ ବିନୁ କୁମଭୁ ନ ହୋଇ ॥
ଯେପରି ପାତ୍ରରେ ଥିବା ଜଳ ସ୍ଥିର ରହିଥାଏ, ସେପରି ହିଁ ଜଳ ବିନା ପାତ୍ର ମଧ୍ୟ ହୋଇପାରେ ନାହିଁ।
ਗਿਆਨ ਕਾ ਬਧਾ ਮਨੁ ਰਹੈ ਗੁਰ ਬਿਨੁ ਗਿਆਨੁ ਨ ਹੋਇ ॥੫॥
ଗିଆନ କା ବଧା ମନୁ ରହଇ ଗୁର ବିନୁ ଗିଆନୁ ନ ହୋଇ ॥5॥
ଏହିପରି ଗୁରୁଙ୍କ ଜ୍ଞାନର ବଶରେ ଥିବା ମନ ସ୍ଥିର ରହିଥାଏ, ପରନ୍ତୁ ଗୁରୁଙ୍କ ବିନା ଜ୍ଞାନ ହୁଏନାହିଁ॥5॥
ਪਉੜੀ ॥
ପଉଡୀ ॥
ପଉଡି ॥
ਪੜਿਆ ਹੋਵੈ ਗੁਨਹਗਾਰੁ ਤਾ ਓਮੀ ਸਾਧੁ ਨ ਮਾਰੀਐ ॥
ପଡିଆ ହୋବୈ ଗୁନହଗାରୁ ତା ଓମୀ ସାଧୁ ନ ମାରିଏ ॥
ଯଦି ପଢାଲେଖା ବିଦ୍ଵାନ ବ୍ୟକ୍ତି ଦୋଷୀ ହୋଇଥାଏ, ତାହାହେଲେ ମନୁଷ୍ୟକୁ ଡରିବା ଉଚିତ ନୁହେଁ, କାରଣ ଅପାଠୁଆ ହୋଇଥିବା ଯୋଗୁଁ ତାହାକୁ ଦଣ୍ଡ ମିଳେନାହିଁ।
ਜੇਹਾ ਘਾਲੇ ਘਾਲਣਾ ਤੇਵੇਹੋ ਨਾਉ ਪਚਾਰੀਐ ॥
ଜେହା ଘାଲେ ଘାଲଣା ତେବେହୋ ନାଉ ପଚାରିଏ ॥
ମନୁଷ୍ୟ ଯେପରି କର୍ମ କରିଥାଏ, ସେପରି ହିଁ ତାହାର ନାମ ଦୁନିଆରେ ରହିଥାଏ।
ਐਸੀ ਕਲਾ ਨ ਖੇਡੀਐ ਜਿਤੁ ਦਰਗਹ ਗਇਆ ਹਾਰੀਐ ॥
ଏସି କଲା ନ ଖେଡିଏ ଜିତୁ ଦରଗହ ଗଇଆ ହାରିଏ ॥
ଆମେ ଏପରି ଜୀବନର ଖେଳ ଖେଳିବା ଉଚିତ ନୁହେଁ, ଯାହାର ଫଳସ୍ଵରୂପ ପ୍ରଭୁଙ୍କ ଦରବାରରେ ହାରିବାକୁ ପଡିଥାଏ।
ਪੜਿਆ ਅਤੈ ਓਮੀਆ ਵੀਚਾਰੁ ਅਗੈ ਵੀਚਾਰੀਐ ॥
ପଡିଆ ଅତଇ ଓମିଆ ବିଚାରୁ ଅଗଇ ବିଚାରିଏ ॥
ବିଦ୍ଵାନ ଏବଂ ଅପାଠୁଆର କର୍ମର ଲେଖାର ହିସାବ ପରଲୋକେ ହେବ,
ਮੁਹਿ ਚਲੈ ਸੁ ਅਗੈ ਮਾਰੀਐ ॥੧੨॥
ମୁହି ଚଳୟ ସୁ ଅଗଇ ମାରିଏ॥12॥
ସ୍ଵେଚ୍ଛାଚାରୀ ମନୁଷ୍ୟକୁ ପରଲୋକରେ କର୍ମର ଦଣ୍ଡ ଅବଶ୍ୟ ମିଳିଥାଏ॥12॥