Guru Granth Sahib Translation Project

guru granth sahib odia page-468

Page 468

ਸਤਿਗੁਰੁ ਭੇਟੇ ਸੋ ਸੁਖੁ ਪਾਏ ॥ ସତିଗୁରୁ ଭେଟେ ସୋ ସୁଖୁ ପାଏ ॥ ଯିଏ ସଦଗୁରୁଙ୍କ ସହିତ ମିଶିଥାଏ, ତାହାକୁ ସୁଖ ପ୍ରାପ୍ତ ହୋଇଥାଏ।
ਹਰਿ ਕਾ ਨਾਮੁ ਮੰਨਿ ਵਸਾਏ ॥ ହରି କା ନାମୁ ମନି ବସାଏ ॥ ଆଉ ହରିଙ୍କ ନାମ ସେ ନିଜ ମନରେ ସ୍ଥାପନ କରିଥାଏ।
ਨਾਨਕ ਨਦਰਿ ਕਰੇ ਸੋ ਪਾਏ ॥ ନାନକ ନଦରୀ କରେ ସୋ ପାଏ ॥ ହେ ନାନକ! ପ୍ରଭୁଙ୍କ କୃପା-ଦୃଷ୍ଟି ଦ୍ଵାରା ସବୁ କିଛି ପ୍ରାପ୍ତ ହୋଇଯାଏ।
ਆਸ ਅੰਦੇਸੇ ਤੇ ਨਿਹਕੇਵਲੁ ਹਉਮੈ ਸਬਦਿ ਜਲਾਏ ॥੨॥ ଆସ ଅନ୍ଦେସେ ତେ ନିହକେବଲୁ ହଉମୟ ସବଦୀ ଜଲାଏ ॥ ଆଶା, ଚିନ୍ତା ଠାରୁ ସେ ନିର୍ଲିପ୍ତ ରହିଥାଏ ଆଉ ବ୍ରହ୍ମା ଶବ୍ଦ ଦ୍ଵାରା ସେ ଅହଂକାରକୁ ଜଳାଇ ଦେଇଥାଏ ॥2॥
ਪਉੜੀ ॥ ପଉଡୀ ॥ ପଉଡି ॥
ਭਗਤ ਤੇਰੈ ਮਨਿ ਭਾਵਦੇ ਦਰਿ ਸੋਹਨਿ ਕੀਰਤਿ ਗਾਵਦੇ ॥ ଭଗତ ତେରୟ ମନି ଭାବଦେ ଦରି ସୋହନି କୀରତି ଗାବଦେ ॥ ହେ ପ୍ରଭୁ! ତୋର ମନକୁ ଭକ୍ତ ବହୁତ ପ୍ରିୟ ଲାଗିଥାଏ, ଯିଏ ତୋର ଦ୍ଵାରରେ ଭଜନ କୀର୍ତ୍ତନ ଗାନ କରିଥାଏ, ସେ ବହୁତ ସୁନ୍ଦର ଲାଗିଥାଏ।
ਨਾਨਕ ਕਰਮਾ ਬਾਹਰੇ ਦਰਿ ਢੋਅ ਨ ਲਹਨ੍ਹ੍ਹੀ ਧਾਵਦੇ ॥ ନାନକ କରମା ବାହରେ ଦରି ଢୋଅ ନ ଲହନ୍ହି ଧାବଦେ ॥ ହେ ନାନକ! ଭାଗ୍ୟହୀନ ଲୋକଙ୍କୁ ପ୍ରଭୁଙ୍କ କୃପାଦୃଷ୍ଟି ବିନା ତାହାଙ୍କ ଦ୍ଵାରରେ ଶରଣ ମିଳେନାହିଁ ଆଉ ସେ ପଥଭ୍ରଷ୍ଟ ରହିଥାଏ।
ਇਕਿ ਮੂਲੁ ਨ ਬੁਝਨ੍ਹ੍ਹਿ ਆਪਣਾ ਅਣਹੋਦਾ ਆਪੁ ਗਣਾਇਦੇ ॥ ଇକି ମୁଲୁ ନ ବୁଝନ୍ହି ଆପଣା ଅଣହୋଦା ଆପୁ ଗଣାଇଦେ ॥ କିଛି ଲୋକ ନିଜ ମୂଳ (ପ୍ରଭୁ)ଙ୍କୁ ଜାଣନ୍ତି ନାହିଁ ଆଉ ବ୍ୟର୍ଥରେ ହିଁ ନିଜ ଅହଂକାର ଦେଖାଇ ଥାଏ।
ਹਉ ਢਾਢੀ ਕਾ ਨੀਚ ਜਾਤਿ ਹੋਰਿ ਉਤਮ ਜਾਤਿ ਸਦਾਇਦੇ ॥ ହଉ ଢାଢି କା ନୀଚ ଜାତି ହୋରି ଉତ୍ତମ ଜାତି ସଦାଇଦେ ॥ ମୁଁ ନିମ୍ନ ଜାତିର ତୁଚ୍ଛ ଜୀବ ଅଟେ, ଆଉ ନିଜକୁ ନିଜେ ଉତ୍ତମ ଜାତିର କହିଥାଏ।
ਤਿਨ੍ਹ੍ਹ ਮੰਗਾ ਜਿ ਤੁਝੈ ਧਿਆਇਦੇ ॥੯॥ ତିହ୍ନ ମଙ୍ଗା ଜି ତୁଝୈ ଧିଆଇଦେ ॥1॥ ହେ ପ୍ରଭୁ! ମୁଁ ତାହାଙ୍କ ସଂଗତି ମାଗୁଅଛି, ଯିଏ ତୋର ଧ୍ୟାନ କରିଥାଏ॥6॥
ਸਲੋਕੁ ਮਃ ੧ ॥ ସଲୋକୁ ମଃ 1 ॥ ଶ୍ଳୋକ ମହଲା 1 ॥
ਕੂੜੁ ਰਾਜਾ ਕੂੜੁ ਪਰਜਾ ਕੂੜੁ ਸਭੁ ਸੰਸਾਰੁ ॥ କୁଡୁ ରାଜା କୁଡୁ ପରଜା କୁଡୁ ସଭୁ ସଂସାରୁ ॥ ରାଜା ମିଥ୍ୟା ଅଟେ, ପ୍ରଜା ମିଥ୍ୟା ଅଟେ ସାରା ସଂସାର ମିଥ୍ୟା ଅଟେ,
ਕੂੜੁ ਮੰਡਪ ਕੂੜੁ ਮਾੜੀ ਕੂੜੁ ਬੈਸਣਹਾਰੁ ॥ କୁଡୁ ମଣ୍ଡପ କୁଡୁ ମାଣ୍ଡି କୁଡୁ ବୈସନହାରୁ॥ ରାଜାଙ୍କ ମଣ୍ଡପ ଆଉ ମହଲ ମିଥ୍ୟା ଏବଂ ଛଳ ଅଟେ,
ਕੂੜੁ ਸੁਇਨਾ ਕੂੜੁ ਰੁਪਾ ਕੂੜੁ ਪੈਨ੍ਹ੍ਹਣਹਾਰੁ ॥ କୁଡୁ ସୁଇନା କୁଡୁ ରୂପା କୁଡୁ ପଇହ୍ନହାରୁ ॥ ସୁନା, ରୂପା ମିଥ୍ୟା ଅଟେ, ଏହା ପିନ୍ଧିବା ବାଲା କପଟୀ ଅଟେ।
ਕੂੜੁ ਕਾਇਆ ਕੂੜੁ ਕਪੜੁ ਕੂੜੁ ਰੂਪੁ ਅਪਾਰੁ ॥ କୁଡୁ କାଇଆ କୁଡୁ କପଡୁ କୁଡୁ ରୁପୁ ଅପାରୁ ॥ ସେହି କାୟା, ବସ୍ତ୍ର ଏବଂ ଅପାର ରୂପ ସବୁ ମିଥ୍ୟା ଅଟେ।
ਕੂੜੁ ਮੀਆ ਕੂੜੁ ਬੀਬੀ ਖਪਿ ਹੋਏ ਖਾਰੁ ॥ କୁଡୁ ମୀଆ କୁଡୁ ବିବି ଖପି ହୋଏ ଖାରୁ ॥ ପତି ଆଉ ପତ୍ନୀ ମିଥ୍ୟା ରୂପ ହିଁ ଅଟେ, କାରଣ ଦୁଇଜଣ ବାସନାରେ ଫସି ଖରାପ ହୋଇଥାନ୍ତି।
ਕੂੜਿ ਕੂੜੈ ਨੇਹੁ ਲਗਾ ਵਿਸਰਿਆ ਕਰਤਾਰੁ ॥ କୁଡୁ କୁଡଇ ନେହୁ ଲଗା ବିସରିଆ କରତାରୁ ॥ ମିଥ୍ୟା ସହିତ ପ୍ରେମ କରିଥାଏ ଆଉ କର୍ତ୍ତା ପ୍ରଭୁଙ୍କୁ ବିସ୍ମୃତ କରି ଦେଇଥାଏ।
ਕਿਸੁ ਨਾਲਿ ਕੀਚੈ ਦੋਸਤੀ ਸਭੁ ਜਗੁ ਚਲਣਹਾਰੁ ॥ କିସୁ ନାଲି କୀଚୟ ଦୋସତି ସଭୁ ଜଗୁ ଚଲଣହାରୁ ॥ ମୁଁ କାହା ସହିତ ସଙ୍ଗ କରିବି? କାରଣ ଏହି ସଂସାର ନାଶଶୀଳ ଅଟେ।
ਕੂੜੁ ਮਿਠਾ ਕੂੜੁ ਮਾਖਿਉ ਕੂੜੁ ਡੋਬੇ ਪੂਰੁ ॥ କୁଡୁ ମିଠା କୁଡୁ ମାଖିଉ କୁଡୁ ଡୋବେ ପୁରୁ ॥ ଗୁଡ ମିଥ୍ୟା ମିଠା ଅଟେ, ମଧୁ ମିଥ୍ୟା ମିଠା ଅଟେ, ମିଥ୍ୟା ଜୀବ ନର୍କରେ ବୁଡି ରହିଥାଏ।
ਨਾਨਕੁ ਵਖਾਣੈ ਬੇਨਤੀ ਤੁਧੁ ਬਾਝੁ ਕੂੜੋ ਕੂੜੁ ॥੧॥ ନାନକୁ ବଖାଣୟ ବେନତି ତୁଧୁ ବାଝୁ କୁଡୋ କୁଡୁ ॥1॥ ନାନକ ପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରନ୍ତି ଯେ ହେ ପରମ ସତ୍ୟ! ତୋ’ ବିନା ଏହି ସାରା ସଂସାର ମିଥ୍ୟା ଅଟେ ॥1॥
ਮਃ ੧ ॥ ମଃ 1 ॥ ମହଲା 1 ॥
ਸਚੁ ਤਾ ਪਰੁ ਜਾਣੀਐ ਜਾ ਰਿਦੈ ਸਚਾ ਹੋਇ ॥ ସଚୁ ତା ପରୁ ଜାଣିଏ ଜା ରିଦୟ ସଚା ହୋଇ ॥ ସତ୍ୟ ସେତେବେଳେ ଜଣାଯାଏ, ଯଦି ସତ୍ୟ ମନୁଷ୍ୟର ହୃଦୟରେ ଥାଏ।
ਕੂੜ ਕੀ ਮਲੁ ਉਤਰੈ ਤਨੁ ਕਰੇ ਹਛਾ ਧੋਇ ॥ କୁଡ କୀ ମଲୁ ଉତରୟ ତନୁ କରେ ହଛା ଧୋଇ ॥ ତାହାର ମିଥ୍ୟାର ମଇଳା ବାହାରି ଯାଏ ଆଉ ସେ ନିଜ ତନକୁ ଶୁଦ୍ଧ କରିନିଏ।
ਸਚੁ ਤਾ ਪਰੁ ਜਾਣੀਐ ਜਾ ਸਚਿ ਧਰੇ ਪਿਆਰ ସଚୁ ତା ପରୁ ଜାଣିଏ ଜା ସଚୀ ଧରେ ପିଆରୁ ॥ ସତ୍ୟ ସେତେବେଳେ ଜଣାଯାଏ, ଯଦି ମନୁଷ୍ୟ ସତ୍ୟ(ପ୍ରଭୁ)ଙ୍କ ସହିତ ପ୍ରେମ କରେ।
ਨਾਉ ਸੁਣਿ ਮਨੁ ਰਹਸੀਐ ਤਾ ਪਾਏ ਮੋਖ ਦੁਆਰੁ ॥ ନାଉ ଶୁଣି ମନୁ ରହସିଏ ତା ପାଏ ମୋଖ ଦୁଆରୁ ॥ ଯେବେ ପ୍ରଭୁ ନାମ ଶୁଣି ମନ ପ୍ରସନ୍ନ ହୋଇଯାଏ, ସେତେବେଳେ ଜୀବ ମୋକ୍ଷ ଦ୍ଵାର ପ୍ରାପ୍ତ କରିନିଏ।
ਸਚੁ ਤਾ ਪਰੁ ਜਾਣੀਐ ਜਾ ਜੁਗਤਿ ਜਾਣੈ ਜੀਉ ॥ ସଚୁ ତା ପରୁ ଜାଣିଏ ଜା ଯୁଗତି ଜାଣୟ ଜୀଉ ॥ ସତ୍ୟର ବୋଧ ସେତେବେଳେ ହୋଇଥାଏ, ଯଦି ମନୁଷ୍ୟ ପ୍ରଭୁ ମିଳନର ଯୁକ୍ତି ବୁଝିଥାଏ।
ਧਰਤਿ ਕਾਇਆ ਸਾਧਿ ਕੈ ਵਿਚਿ ਦੇਇ ਕਰਤਾ ਬੀਉ ॥ ଧରତି କାଇଆ ସାଧି କୈ ବୀଚି ଦେଇ କରତା ବିଉ॥ ଶରୀର ରୂପୀ ଧରିତ୍ରିକୁ ପାଳନ କରି ସେ ଏଥିରେ କର୍ତ୍ତା ପ୍ରଭୁଙ୍କ ନାମ ବୀଜ ଦେଇଥାନ୍ତି।
ਸਚੁ ਤਾ ਪਰੁ ਜਾਣੀਐ ਜਾ ਸਿਖ ਸਚੀ ਲੇਇ ॥ ସଚୁ ତା ପରୁ ଜାଣିଏ ଜା ଶିଖ ସଚୀ ଲେଇ ॥ ସତ୍ୟ ସେତେବେଳେ ଜଣାଯାଏ, ଯଦି ସେ ସଚ୍ଚା ଶିକ୍ଷା ପ୍ରାପ୍ତ କରିଥାଏ।
ਦਇਆ ਜਾਣੈ ਜੀਅ ਕੀ ਕਿਛੁ ਪੁੰਨੁ ਦਾਨੁ ਕਰੇਇ ॥ ଦଇଆ ଜାଣୟ ଜିଅ କୀ କିଛୁ ପୁନୁ ଦାନୁ କରେଇ ॥ ସେ ଜୀବ ଉପରେ ଦୟା କରିଥାନ୍ତି ଆଉ ଯଥାଶକ୍ତି ଅନୁସାରେ ଦାନ-ପୂଣ୍ୟ କରିଥାନ୍ତି।
ਸਚੁ ਤਾਂ ਪਰੁ ਜਾਣੀਐ ਜਾ ਆਤਮ ਤੀਰਥਿ ਕਰੇ ਨਿਵਾਸੁ ॥ ସଚୁ ତା ପରୁ ଜାଣିଏ ଜା ଆତମ ତିରଥୀ କରେ ନିବାସୁ ॥ ସତ୍ୟ ସେତେବେଳେ ଜଣାଯାଏ, ଯଦି ସେ ନିଜ ଆତ୍ମାର ତୀର୍ଥ ସ୍ଥାନରେ ନିବାସ କରିଥାଏ।
ਸਤਿਗੁਰੂ ਨੋ ਪੁਛਿ ਕੈ ਬਹਿ ਰਹੈ ਕਰੇ ਨਿਵਾਸੁ ॥ ॥ ସତିଗୁରୁ ନୋ ପୁଚ୍ଛୀ କୈ ବହି ରହୟ କରେ ନିବାସୁ ॥ ସେ ସଦଗୁରୁଙ୍କୁ ପଚାରି , ଉପଦେଶ ପ୍ରାପ୍ତ କରି ନିବାସ କରିଥାଏ।
ਸਚੁ ਸਭਨਾ ਹੋਇ ਦਾਰੂ ਪਾਪ ਕਢੈ ਧੋਇ ॥ ସଚୁ ସଭନା ହୋଇ ଦାରୁ ପାପ କଢଇ ଧୋଇ ॥ ସତ୍ୟ ସବୁଙ୍କ ପାଇଁ ଏକ ଔଷଧ ଅଟେ, ଏହା ପାପକୁ ସଫା କରି ବାହାରକୁ କାଢିଦିଏ।
ਨਾਨਕੁ ਵਖਾਣੈ ਬੇਨਤੀ ਜਿਨ ਸਚੁ ਪਲੈ ਹੋਇ ॥੨॥ ନାନକୁ ବଖାଣୟ ବେନତି ଜିନ ସଚୁ ପଲୟ ହୋଇ ॥2॥ ନାନକ ତାହାଙ୍କ ସମ୍ମୁଖରେ ବିନତି କରନ୍ତି , ଯାହାର ହୃଦୟରେ ସତ୍ୟ ବିଦ୍ୟମାନ ଥାଏ॥2॥
ਪਉੜੀ ॥ ପଉଡୀ ॥ ପଉଡି ॥
ਦਾਨੁ ਮਹਿੰਡਾ ਤਲੀ ਖਾਕੁ ਜੇ ਮਿਲੈ ਤ ਮਸਤਕਿ ਲਾਈਐ ॥ ଦାନୁ ମହିଣ୍ଡା ତଳୀ ଖାକୁ ଯେ ମିଲଇ ତ ମସତକୀ ଲାଇଏ ॥ ମୋର ମନ ସନ୍ଥଙ୍କ ଚରଣର ଧୂଳି ଅଟେ, ଯଦି ଏହା ମିଳିଯାଏ, ତାହାହେଲେ ମୁଁ ଏହାକୁ ନିଜ ମସ୍ତକରେ ଲଗାଇବି।
ਕੂੜਾ ਲਾਲਚੁ ਛਡੀਐ ਹੋਇ ਇਕ ਮਨਿ ਅਲਖੁ ਧਿਆਈਐ ॥ କୁଡା ଲାଳଚୁ ଛଡିଏ ହୋଇ ଇକ ମନି ଅଲଖୁ ଧିଆଇଏ ॥ ମିଥ୍ୟା ଲାଳସା ଛାଡି ଆମେ ଏକ ମନ ହୋଇ ଭଗବାନଙ୍କ ଧ୍ୟାନ କରିବା ଉଚିତ।
ਫਲੁ ਤੇਵੇਹੋ ਪਾਈਐ ਜੇਵੇਹੀ ਕਾਰ ਕਮਾਈਐ ॥ ଫଲୁ ତେବେହୋ ପାୟେ ଯେବେହୀ କାର କମାଇଏ ॥ ଆମେ ଯେପରି କର୍ମ କରୁ, ସେପରି ହିଁ ଫଳ ଆମେ ପାଉ।
ਜੇ ਹੋਵੈ ਪੂਰਬਿ ਲਿਖਿਆ ਤਾ ਧੂੜਿ ਤਿਨ੍ਹ੍ਹਾ ਦੀ ਪਾਈਐ ॥ ଜୋ ହୋବୈ ପୁରବୀ ଲିଖିଆ ତା ଧୂଡି ତିହ୍ନା ଦୀ ପାଇଏ ॥ ଯଦି ପ୍ରାରମ୍ଭରୁ ଏପରି କର୍ମ ଲେଖା ହୋଇଥାଏ, ତାହାହେଲେ ମନୁଷ୍ୟକୁ ସନ୍ଥଙ୍କ ଚରଣର ଧୂଳି ପ୍ରାପ୍ତ ହୋଇଯାଏ।
ਮਤਿ ਥੋੜੀ ਸੇਵ ਗਵਾਈਐ ॥੧੦॥ ମତି ଥୋଡି ସେବ ଗବାଇଏ ॥10॥ ଅଳ୍ପ ବୁଦ୍ଧି ଯୋଗୁଁ ଆମେ ସେବାର ଫଳକୁ ହରାଇ ଦେଉ ॥10॥
ਸਲੋਕੁ ਮਃ ੧ ॥ ସଲୋକ ମଃ 1 ॥ ଶ୍ଳୋକ ମହଲା 1 ॥
ਸਚਿ ਕਾਲੁ ਕੂੜੁ ਵਰਤਿਆ ਕਲਿ ਕਾਲਖ ਬੇਤਾਲ ॥ ସଚୀ କାଲୁ କୁଡୁ ବରତିଆ କଲି କାଲଖ ବେତାଲ॥ ଏବେ ସତ୍ୟର ଅକାଳ ପଡିଯାଇଛି, ଅର୍ଥାତ ସତ୍ୟ ଲୁପ୍ତ ହୋଇଯାଇଛି ଏବଂ ମିଥ୍ୟାର ପ୍ରସାର ପ୍ରଚଳିତ ଅଛି, କଳିଯୁଗର ଏହି କଳଙ୍କ ଲୋକଙ୍କୁ ବେତାଳ ବନାଇଛି।
ਬੀਉ ਬੀਜਿ ਪਤਿ ਲੈ ਗਏ ਅਬ ਕਿਉ ਉਗਵੈ ਦਾਲਿ ॥ ବୀଉ ବୀଜୀ ପତି ଲୟ ଗଏ ଅବ କିଉ ଉଗବଇ ଦାଲି ॥ ଯିଏ ପ୍ରଭୁନାମର ବୀଜ ବୁଣିଛି, ସେ ମାନ-ପ୍ରତିଷ୍ଠା ପାଇ ଯାଇଛି, ପରନ୍ତୁ ଏବେ ଭଙ୍ଗା ନାମର ବୀଜ କିପରି ଅଙ୍କୁରିତ ହୋଇପାରିବ?
ਜੇ ਇਕੁ ਹੋਇ ਤ ਉਗਵੈ ਰੁਤੀ ਹੂ ਰੁਤਿ ਹੋਇ ॥ ଯେ ଇକୁ ହୋଇ ତ ଉଗବଇ ରୁତି ହୁ ରୁତି ହୋଇ ॥ ଯଦି ସଂପୂର୍ଣ୍ଣ ବୀଜ ଅଛି ଆଉ ଋତୁ ମଧ୍ୟ ଅନୁକୂଳ ଅଛି, ତାହାହେଲେ ଏହା ଅଙ୍କୁରିତ ହୋଇପାରେ।
ਨਾਨਕ ਪਾਹੈ ਬਾਹਰਾ ਕੋਰੈ ਰੰਗੁ ਨ ਸੋਇ ॥ ନାନକ ପାହୟ ବାହରା କୋରୟ ରଙ୍ଗୁ ନ ସୋଇ ॥ ହେ ନାନକ! ଲାଖ ପ୍ରୟୋଗ କରାଯିବ ନାହିଁ, ତାହାହେଲେ ନବୀନ ବସ୍ତ୍ର ରଙ୍ଗୀନ କରାଯାଇ ପାରିବ ନାହିଁ।
ਭੈ ਵਿਚਿ ਖੁੰਬਿ ਚੜਾਈਐ ਸਰਮੁ ਪਾਹੁ ਤਨਿ ਹੋਇ ॥ ଭୈ ବୀଚି ଖୁମବି ଚଡାଇଏ ସରମୁ ପାହୁ ତନି ହୋଇ ॥ ଯଦି ଶରୀର ଉପରେ ଲଜ୍ଜର ଲାଖ ଲଗାଇ ଦିଆଯାଏ, ତାହାହେଲେ ଏହା ପ୍ରଭୁଙ୍କ ଭୟରେ ଉଜ୍ଜଳ ହୋଇଯାଏ।
ਨਾਨਕ ਭਗਤੀ ਜੇ ਰਪੈ ਕੂੜੈ ਸੋਇ ਨ ਕੋਇ ॥੧॥ ନାନକ ଭଗତି ଯେ ରପୟ କୁଡଇ ସୋଇ ନ କୋଇ ॥1॥ ହେ ନାନକ! ଯଦି ମନୁଷ୍ୟ ପ୍ରଭୁ ଭକ୍ତିରେ ରଙ୍ଗୀନ ହୋଇଯାଏ, ତାହାହେଲେ ମିଥ୍ୟା ତାହା ନିକଟକୁ ସ୍ପର୍ଶ କରିପାରେ ନାହିଁ॥1॥
ਮਃ ੧ ॥ ମଃ 1 ॥ ମହଲା 1 ॥
ਲਬੁ ਪਾਪੁ ਦੁਇ ਰਾਜਾ ਮਹਤਾ ਕੂੜੁ ਹੋਆ ਸਿਕਦਾਰੁ ॥ ଲବୁ ପାପୁ ଦୁଇ ରାଜା ମହତା କୁଡୁ ହୋଆ ସିକଦାରୁ ॥ ଲୋଭ ଏବଂ ପାପ ଦୁଇଟି ରାଜା ଓ ମନ୍ତ୍ରୀ ଅଟନ୍ତି ଆଉ ମିଥ୍ୟା ଚୌଧୁରୀ ହୋଇଛି।
ਕਾਮੁ ਨੇਬੁ ਸਦਿ ਪੁਛੀਐ ਬਹਿ ਬਹਿ ਕਰੇ ਬੀਚਾਰੁ ॥ କାମୁ ନେବୁ ସଦି ପୁଚ୍ଛିଏ ବହି ବହି କରେ ବିଚାରୁ ॥ ଲୋକମାନେ ବସି ମନ୍ଦ କଥା ଚିନ୍ତା କରିଥାନ୍ତି।


© 2025 SGGS ONLINE
error: Content is protected !!
Scroll to Top