Odia Page 466

ਜੋਗੀ ਸੁੰਨਿ ਧਿਆਵਨ੍ਹ੍ਹਿ ਜੇਤੇ ਅਲਖ ਨਾਮੁ ਕਰਤਾਰੁ ॥
ଯୋଗୀ ଧ୍ୟାନରେ କର୍ତ୍ତାର ଧ୍ୟାନ କରେ ଆଉ ତାହାଙ୍କ ନାମ ‘ଅଲେଖ ଅଲେଖ ‘(ଅବୋଧଗମ୍ୟ) ଜପେ।

ਸੂਖਮ ਮੂਰਤਿ ਨਾਮੁ ਨਿਰੰਜਨ ਕਾਇਆ ਕਾ ਆਕਾਰੁ ॥
(ତାଙ୍କରି ମାଟି ଅନୁସାରେ ଯାହାକୁ ସେ ସମାଧିରେ ଧ୍ୟାନ କରନ୍ତି) ସୂକ୍ଷ୍ମ ସ୍ୱରୂପବାଲା ଅଟେ, ତାହା ଉପରେ ମାୟାର ପ୍ରଭାବ ପଡିପାରେ ନାହିଁ ଆଉ ଏହା ସବୁ (ଜଗତ ରୂପ) ଆକାର (ତାଙ୍କରି ହିଁ) କାୟା (ଶରୀର)ର ଅଟେ।

ਸਤੀਆ ਮਨਿ ਸੰਤੋਖੁ ਉਪਜੈ ਦੇਣੈ ਕੈ ਵੀਚਾਰਿ ॥
ଯେଉଁ ମନୁଷ୍ୟ ଦାନୀ ଅଟେ ତାହାର ମନରେ ଖୁସି ଜାତ ହୋଇଥାଏ, ଯେତେବେଳେ (ସେ କୌଣସି ଅଭାବିକୁ)କିଛି ଦେବା ପାଇଁ ବିଚାର କରେ।

ਦੇ ਦੇ ਮੰਗਹਿ ਸਹਸਾ ਗੂਣਾ ਸੋਭ ਕਰੇ ਸੰਸਾਰੁ ॥
(କିନ୍ତୁ ଅଭାବିକୁ) ଦେଇ ଦେଇ ( ଅନ୍ତରରେ କର୍ତ୍ତା ଠାରୁ) ହଜାର ଗୁଣ ଅଧିକ ମାଗେ ଆଉ (ବାହାରେ) ଜଗତ (ତାଙ୍କରି ଦାନର ) ଉପମା କରିଥାଏ,

ਚੋਰਾ ਜਾਰਾ ਤੈ ਕੂੜਿਆਰਾ ਖਾਰਾਬਾ ਵੇਕਾਰ ॥
(ଅନ୍ୟପକ୍ଷରେ, ଜଗତରେ) ଅସଂଖ୍ୟ ଚୋର, ପର-ସ୍ତ୍ରୀଗାମୀ, ମିଥ୍ୟାବାଦୀ, ମନ୍ଦ ଲୋକ ଆଉ ବିକାରୀ ମଧ୍ୟ ଅଛନ୍ତି।

ਇਕਿ ਹੋਦਾ ਖਾਇ ਚਲਹਿ ਐਥਾਊ ਤਿਨਾ ਭਿ ਕਾਈ ਕਾਰ ॥
ଯିଏ (ବିକାର କରି କରି) ପୂର୍ବ ଅର୍ଜ୍ଜନକୁ ଶେଷ କରି (ଏଠାରୁ ଖାଲି ହାତରେ) ଚାଲି ଯାଏ (କିନ୍ତୁ ଏହା କର୍ତ୍ତାର ରଙ୍ଗ ଅଟେ) ତାଙ୍କୁ ମଧ୍ୟ ଏପରି କିଛି କାମ ଦିଆଯାଇଛି।

ਜਲਿ ਥਲਿ ਜੀਆ ਪੁਰੀਆ ਲੋਆ ਆਕਾਰਾ ਆਕਾਰ ॥
ଜଳରେ ରହୁଥିବା, ଧରିତ୍ରିରେ ବସିଥିବା, ଅନେକ ପୁର, ଲୋକ ଆଉ ବ୍ରହ୍ମାଣ୍ଡଙ୍କ ଜୀବ-

ਓਇ ਜਿ ਆਖਹਿ ਸੁ ਤੂੰਹੈ ਜਾਣਹਿ ਤਿਨਾ ਭਿ ਤੇਰੀ ਸਾਰ ॥
ସେମାନେ ସବୁ ଯାହା କିଛି କହନ୍ତି ସବୁ କିଛି (ହେ କର୍ତ୍ତା!) ତୁ ଜାଣୁ, ସେମାନଙ୍କ ପାଇଁ ତୁ ହିଁ ଆଶ୍ରା ଅଟେ।

ਨਾਨਕ ਭਗਤਾ ਭੁਖ ਸਾਲਾਹਣੁ ਸਚੁ ਨਾਮੁ ਆਧਾਰੁ ॥
ହେ ନାନକ! ଭକ୍ତଙ୍କ ଇଛା କେବଳ ପ୍ରଭୁଙ୍କ ମହିମା କରିବା ଅଟେ, ସର୍ବଦା ଅଟଳ ରହିବା ହରିଙ୍କ ନାମ ହିଁ ସେମାନଙ୍କ ଆଶ୍ରା ଅଟେ।

ਸਦਾ ਅਨੰਦਿ ਰਹਹਿ ਦਿਨੁ ਰਾਤੀ ਗੁਣਵੰਤਿਆ ਪਾ ਛਾਰੁ ॥੧॥
ସେମାନେ ସର୍ବଦା ଦିନ-ରାତି ଆନନ୍ଦରେ ରହନ୍ତି ଆଉ (ନିଜକୁ) ଗୁଣବାନର ପାଦର ଧୁଳି ଭାବନ୍ତି॥1॥

ਮਃ ੧ ॥
ମହଲା 1 ॥

ਮਿਟੀ ਮੁਸਲਮਾਨ ਕੀ ਪੇੜੈ ਪਈ ਕੁਮ੍ਹ੍ਹਿਆਰ ॥
ମୁସଲମାନଙ୍କ ଏହା ବିଚାର ଯେ ମରିବା ପରେ ଯାହାର ଶରୀର ଜଳା ଯାଉଛି ସିଏ ନର୍କର ଅଗ୍ନିରେ ଜଳୁଛି, କିନ୍ତୁ) ସେହି ସ୍ଥାନର ମାଟି (ଯେଉଁଠି ମୁସଲମାନ ଶବ ପୋତନ୍ତି) କୁମ୍ଭାର ହାତକୁ ମଧ୍ୟ ଆସେ (ଭାବ, କୁମ୍ଭାର ସେହି ମାଟି ଆଣିବାରୁ କୁମ୍ଭାର ଚକରେ ଜୀବନ ଶେଷ ହୁଏ);

ਘੜਿ ਭਾਂਡੇ ਇਟਾ ਕੀਆ ਜਲਦੀ ਕਰੇ ਪੁਕਾਰ ॥
କୁମ୍ଭାର ସେହି ମାଟିକୁ ଗଢି ପାତ୍ର ଆଉ ଇଟା ବନାଏ। (ଆଉ ଭାଟିରେ ପଡି ) ଜଳିବା ସମୟରେ ଚିତ୍କାର କରେ,

ਜਲਿ ਜਲਿ ਰੋਵੈ ਬਪੁੜੀ ਝੜਿ ਝੜਿ ਪਵਹਿ ਅੰਗਿਆਰ ॥
ଜଳି କରି ବିଚରା କାନ୍ଦେ ଆଉ ସେଥିରୁ ଅଙ୍ଗାର ଝଡି ଝଡି ପଡେ,

ਨਾਨਕ ਜਿਨਿ ਕਰਤੈ ਕਾਰਣੁ ਕੀਆ ਸੋ ਜਾਣੈ ਕਰਤਾਰੁ ॥੨॥
ହେ ନାନକ! ଯେଉଁ କର୍ତ୍ତା ଜଗତର ମାୟା ରଚନା କରିଛନ୍ତି, ସେ (ଅସଲ ଭେଦକୁ) ଜାଣନ୍ତି॥2॥

ਪਉੜੀ ॥
ପଉଡି ॥

ਬਿਨੁ ਸਤਿਗੁਰ ਕਿਨੈ ਨ ਪਾਇਓ ਬਿਨੁ ਸਤਿਗੁਰ ਕਿਨੈ ਨ ਪਾਇਆ ॥
କୌଣସି ମନୁଷ୍ୟଙ୍କୁ ସଦଗୁରୁଙ୍କ ବିନା (ସଦଗୁରୁଙ୍କ ଶରଣ ବିନା) ପ୍ରଭୁ ମିଳନ୍ତି ନାହିଁ, ଏହା ସତ୍ୟ ଜାଣ ଯେ କୌଣସି ମନୁଷ୍ୟକୁ ସଦଗୁରୁଙ୍କ ଶରଣ ବିନା ପ୍ରଭୁ ମିଳନ୍ତି ନାହିଁ।

ਸਤਿਗੁਰ ਵਿਚਿ ਆਪੁ ਰਖਿਓਨੁ ਕਰਿ ਪਰਗਟੁ ਆਖਿ ਸੁਣਾਇਆ ॥
ପ୍ରଭୁ ଗୁରୁଙ୍କ ଅନ୍ତରରେ ସାକ୍ଷାତ ବିଦ୍ୟମାନ ଅଟେ (ଆମେ ବର୍ତ୍ତମାନ ଏହି କଥା ସମସ୍ତଙ୍କୁ) ଖୋଲାଖୋଲି କହି ଶୁଣାଇ ଦେଇଛୁ।

ਸਤਿਗੁਰ ਮਿਲਿਐ ਸਦਾ ਮੁਕਤੁ ਹੈ ਜਿਨਿ ਵਿਚਹੁ ਮੋਹੁ ਚੁਕਾਇਆ ॥
ଯଦି (ଏପରି) ଗୁରୁ, ଯିଏ ନିଜ ଅନ୍ତରରୁ ମାୟାର ମୋହ ଦୂର କରିଦେଇଛି, ମନୁଷ୍ୟକୁ ମିଳିଯାଏ ତ ମନୁଷ୍ୟ ମୁକ୍ତ (ଭାବ, ମାୟାବୀ ବନ୍ଧନରୁ ସ୍ଵାଧୀନ) ହୋଇଯାଏ।

ਉ ਤਮੁ ਏਹੁ ਬੀਚਾਰੁ ਹੈ ਜਿਨਿ ਸਚੇ ਸਿਉ ਚਿਤੁ ਲਾਇਆ ॥ ਜਗਜੀਵਨੁ ਦਾਤਾ ਪਾਇਆ ॥੬॥
(ଆଉ ସବୁ ବୁଝିବାପଣରୁ) ଏହି ବିଚାର ସୁନ୍ଦର ଅଟେ ଯେ ଯେଉଁ ମନୁଷ୍ୟ ନିଜ ଗୁରୁଙ୍କ ସହିତ ଚିତ୍ତ ଯୋଡିଛି ତାକୁ ଚେତନାର ଜୀବନ ଦାତା ମିଳିଯାଇଛି।॥6॥

ਸਲੋਕ ਮਃ ੧ ॥
ସଲୋକ ମହଲା 1 ॥

ਹਉ ਵਿਚਿ ਆਇਆ ਹਉ ਵਿਚਿ ਗਇਆ ॥
(ଯେ ପର୍ଯ୍ୟନ୍ତ ଜୀବ) ଅହଂକାରରେ (ଭାବ, ଇଶ୍ଵର ଠାରୁ ଆଉ ଇଶ୍ଵରଙ୍କ ପ୍ରକୃତି ଠାରୁ ନିଜର ଅଲଗା ଅସ୍ତିତ୍ଵ ରଖିଥାଏ, ସେ ପର୍ଯ୍ୟନ୍ତ କେବେ) ଜଗତକୁ ଆସେ କେବେ ଜଗତରୁ ଚାଲିଯାଏ।

ਹਉ ਵਿਚਿ ਜੰਮਿਆ ਹਉ ਵਿਚਿ ਮੁਆ ॥
ଅହଂକାର ଭିତରେ କେବେ ଜନ୍ମ ହୋଇଥାଏ, କେବେ ମରିଥାଏ।

ਹਉ ਵਿਚਿ ਦਿਤਾ ਹਉ ਵਿਚਿ ਲਇਆ ॥
ଜୀବ ଏହି ଅଲଗା ଅସ୍ତିତ୍ଵର ସୀମାରେ ରହି କେବେ (କେଉଁ ଅଭାବିକୁ) ଦାନ କରେ, କେବେ (ନିଜ ଆବଶ୍ୟକତା ପୂରଣ କରିବା ପାଇଁ କାହାଠାରୁ) ନିଏ।

ਹਉ ਵਿਚਿ ਖਟਿਆ ਹਉ ਵਿਚਿ ਗਇਆ ॥
ଏହି ‘ମୁଁ-ମୁଁ’ ର ଖିଆଲରେ (ଯେ ଏହି କାମ ମୁଁ କରୁଛି, ମୁଁ କରୁଛି) କେବେ ଅର୍ଜ୍ଜନ କରୁଛି କେବେ ଖର୍ଚ୍ଚ କରୁଛି।

ਹਉ ਵਿਚਿ ਸਚਿਆਰੁ ਕੂੜਿਆਰੁ ॥
ଯେ ପର୍ଯ୍ୟନ୍ତ ମୋର-ତୋର ଚାଲିଥିବ, ଲୋକଙ୍କ ନଜରରେ କେବେ ସଚ୍ଚା କେବେ ମିଥ୍ୟାବାଦୀ ହେବ।

ਹਉ ਵਿਚਿ ਪਾਪ ਪੁੰਨ ਵੀਚਾਰੁ ॥
ଅହଂକାର ଭିତରେ ସେ ନିଜ ଦ୍ଵାରା କରାଯାଇଥିବା ପାପ ଆଉ ପୂଣ୍ୟର ଗଣତି କରୁଥାଏ।

ਹਉ ਵਿਚਿ ਨਰਕਿ ਸੁਰਗਿ ਅਵਤਾਰੁ ॥
ଆଉ ଏହି ଦ୍ଵନ୍ଦରେ ରହିବା କାରଣରୁ(ଇଶ୍ଵରଙ୍କ ଠାରେ ନିଜକୁ ଏକ ନ କରିବା କାରଣରୁ) କେବେ ନର୍କକୁ ଯାଏ, କେବେ ସ୍ଵରଗକୁ ଯାଏ।

ਹਉ ਵਿਚਿ ਹਸੈ ਹਉ ਵਿਚਿ ਰੋਵੈ ॥
ଯେ ପର୍ଯ୍ୟନ୍ତ ନିଜ କର୍ତ୍ତା ଠାରୁ ଅଲଗା ଅସ୍ତିତ୍ଵରେ ଜୀବ ବନ୍ଧା ପଡେ, ସେ ପର୍ଯ୍ୟନ୍ତ କେବେ ହସେ କେବେ କାନ୍ଦେ (ଭାବ, ନିଜେ ନିଜକୁ କେବେ ସୁଖୀ ଭାବ କେବେ ଦୁଃଖୀ ଭାବ)।

ਹਉ ਵਿਚਿ ਭਰੀਐ ਹਉ ਵਿਚਿ ਧੋਵੈ ॥
ପ୍ରଭୁଙ୍କ ଠାରୁ ନିଜର ଅସ୍ତିତ୍ଵ ଅଲଗା ରଖିବାର କାରଣ କେବେ ତାଙ୍କରି ମନ ପାପର ମଇଳାରେ ପୂରଣ ହୋଇଥାଏ, କେବେ ସେ ( ନିଜର ହିଁ ଉଦ୍ୟମର ପ୍ରଭାବରେ) ସେହି ମଇଳାକୁ ଧୋଇଦିଏ।

ਹਉ ਵਿਚਿ ਜਾਤੀ ਜਿਨਸੀ ਖੋਵੈ ॥
ଏହି ଅଲଗା ଅସ୍ତିତ୍ଵରେ (ଅହଂ ରେ) ଗ୍ରାସି ହୋଇଥିବା ଜୀବ କେବେ ଜାତି- ଫାତିର ଖିଆଲରେ ପଡି (ଭାବ, ଏହା ଖିଆଲ କରି ମୁଁ ଉଚ୍ଚ ଜାତିର ଅଟେ) ନିଜେ ହରେଇ ଦିଏ।

ਹਉ ਵਿਚਿ ਮੂਰਖੁ ਹਉ ਵਿਚਿ ਸਿਆਣਾ ॥
ଯେ ପର୍ଯ୍ୟନ୍ତ ଜୀବ ନିଜର ଅଲଗା ଅସ୍ତିତ୍ଵର ଚାରି କବାଟରେ ଭିତରେ ଥାଏ, ଏହା (ଲୋକଙ୍କ ନଜରରେ) କେବେ ମୂର୍ଖ (ଗଣା ଯାଏ) କେବେ ଜ୍ଞାନୀ ହୁଏ।

ਮੋਖ ਮੁਕਤਿ ਕੀ ਸਾਰ ਨ ਜਾਣਾ ॥
ମୋକ୍ଷ-ମୁକ୍ତିର ଜ୍ଞାନରେ ଏହା ଆସି ପାରେନାହିଁ।

ਹਉ ਵਿਚਿ ਮਾਇਆ ਹਉ ਵਿਚਿ ਛਾਇਆ ॥
ଅହଙ୍କାରର ଭିତରେ ମୋହ ମାୟା ଅଛି ଆଉ ଅହଂକାରର ଭିତରେ ସ୍ଵୟଂ ତାଙ୍କରି ଛାୟା (ପ୍ରଭାବ)ର ତଳେ(ଅନ୍ଧକାର) ଆସିଥାଏ।

ਹਉਮੈ ਕਰਿ ਕਰਿ ਜੰਤ ਉਪਾਇਆ ॥
ଇଶ୍ଵର ଠାରୁ ବିଚ୍ଛେଦ ରହି ଜୀବ ବାରମ୍ବାର ଜନ୍ମ ହୋଇଥାଏ।

ਹਉਮੈ ਬੂਝੈ ਤਾ ਦਰੁ ਸੂਝੈ ॥
ଯେବେ ଇଶ୍ଵର ଠାରୁ (ନିଜର) ବିଚ୍ଛେଦ ହୋଇଥିବା ପରିସ୍ଥିତିକୁ ବୁଝିନିଏ, (ଭାବ, ଯେବେ ଏହାକୁ ବୁଝା ପଡିଯାଏ) ମୁଁ ଅଲଗା ସୀମାରେ ବନ୍ଦୀ ଅଛି (ପ୍ରଭୁଙ୍କ ଠାରୁ ବିଚ୍ଛେଦ ହୋଇଛି) ସେତେବେଳେ ତାହାକୁ ପ୍ରଭୁଙ୍କ ଦ୍ଵାର ମିଳିଯାଏ।

ਗਿਆਨ ਵਿਹੂਣਾ ਕਥਿ ਕਥਿ ਲੂਝੈ ॥
ଯେ ପର୍ଯ୍ୟନ୍ତ ଏହି ଜ୍ଞାନରୁ ବଞ୍ଚିତ ଅଛି, ସେ ପର୍ଯ୍ୟନ୍ତ ଜିଭ ଜ୍ଞାନର କଥା କହି କହି (ନିଜକୁ ନିଜେ ଜ୍ଞାନବାନ ବୁଝି ନିଜ ଭିତରେ) ବଦଳେ ନାହିଁ।

ਨਾਨਕ ਹੁਕਮੀ ਲਿਖੀਐ ਲੇਖੁ ॥
ହେ ନାନକ! ଏହି ଲେଖା ମଧ୍ୟ ଇଶ୍ଵରଙ୍କ ଆଦେଶରେ ଲେଖାଯାଏ।

ਜੇਹਾ ਵੇਖਹਿ ਤੇਹਾ ਵੇਖੁ ॥੧॥
ଜୀବ ଯେପରି ଯେପରି ଦେଖେ, ସେପରି ହିଁ ତାଙ୍କରି ସ୍ୱରୂପ ବନିଯାଏ।

ਮਹਲਾ ੨ ॥
ମହଲା 2 ॥

ਹਉਮੈ ਏਹਾ ਜਾਤਿ ਹੈ ਹਉਮੈ ਕਰਮ ਕਮਾਹਿ ॥
‘ଅହଂ’ର ସ୍ଵଭାବ ଏହା ଯେ (ଭାବ, ଯଦି ଇଶ୍ଵରଙ୍କ ଠାରୁ ଅଲଗା ବନି ରହେ ତାହାହେଲେ ଫଳାଫଳ ଏହା ବାହାରିଲା ଯେ ଜୀବ) ସେହି କାମ କରେ, ଯାହା ଦ୍ଵାରା ଏହି ଅଲଗା ଅସ୍ତିତ୍ଵ ଅକ୍ଷୁର୍ଣ୍ଣ ରହେ।

ਹਉਮੈ ਏਈ ਬੰਧਨਾ ਫਿਰਿ ਫਿਰਿ ਜੋਨੀ ਪਾਹਿ ॥
ଏହି ଅଲଗା ଅସ୍ତିତ୍ଵର ବନ୍ଧନ ମଧ୍ୟ ଏଠାରେ ଅଛି (ଭାବ,) ଅଲଗା ଅସ୍ତିତ୍ଵର ପ୍ରଭାବରେ କରାଯାଇଥିବା କାମର ସଂସ୍କାର-ରୂପୀ ଜଞ୍ଜିର ମଧ୍ୟ ଏଠାରେ ଅଛି, ଯହିଁରେ ଘେରି ରହିଥିବା ଜୀବ ବାରମ୍ବାର ଦୁନିଆକୁ ଆସେ।

ਹਉਮੈ ਕਿਥਹੁ ਊਪਜੈ ਕਿਤੁ ਸੰਜਮਿ ਇਹ ਜਾਇ ॥
ଏହି ଅଲଗା ଅସ୍ତିତ୍ଵବାଲା ଭ୍ରମ କେଉଁଠାରୁ ଜାତ ହେଉଛି ଆଉ କେଉଁ ଉପାୟରେ ଏହା ଦୂର ହୋଇପାରିବ?

ਹਉਮੈ ਏਹੋ ਹੁਕਮੁ ਹੈ ਪਇਐ ਕਿਰਤਿ ਫਿਰਾਹਿ ॥
ଏହି ଅଲଗା ବ୍ୟକ୍ତିତ୍ଵ ବନାଇବାବାଲା ଇଶ୍ଵରଙ୍କ ଆଦେଶ ଅଟେ ଆଉ ଜୀବ ପୂର୍ବ ଜନ୍ମରେ କରିଥିବା କାମ ଆଡକୁ ଦଉଡେ।

ਹਉਮੈ ਦੀਰਘ ਰੋਗੁ ਹੈ ਦਾਰੂ ਭੀ ਇਸੁ ਮਾਹਿ ॥
ଏହି ଅହଂକାର ଏକ ଲମ୍ବା ରୋଗ ଅଟେ, କିନ୍ତୁ ଏହାର ଚିକିତ୍ସା ମଧ୍ୟ ଅଛି,

ਕਿਰਪਾ ਕਰੇ ਜੇ ਆਪਣੀ ਤਾ ਗੁਰ ਕਾ ਸਬਦੁ ਕਮਾਹਿ ॥
ଯଦି ପ୍ରଭୁ ନିଜ କୃପା କରନ୍ତି, ତାହାହେଲେ ଜୀବ ଗୁରୁଙ୍କ ଶବ୍ଦ ଅର୍ଜ୍ଜନ କରେ।

ਨਾਨਕੁ ਕਹੈ ਸੁਣਹੁ ਜਨਹੁ ਇਤੁ ਸੰਜਮਿ ਦੁਖ ਜਾਹਿ ॥੨॥
ନାନକ କହନ୍ତି! ହେ ଲୋକମାନେ! ଏହି ଉପାୟରେ ( ଅହଂକାର-ରୂପୀ ଦୀର୍ଘ ରୋଗରେ ଜାତ ହୋଇଥିବା) ଦୁଃଖ ଦୂର ହୋଇଯାଏ। ॥2॥