Guru Granth Sahib Translation Project

guru granth sahib odia page-464

Page 464

ਵਿਸਮਾਦੁ ਪਉਣੁ ਵਿਸਮਾਦੁ ਪਾਣੀ ॥ ବିସମାଦୁ ପଉଣୁ ବିସମାଦୁ ପାଣି॥ ପବନ ଆଉ ଜଳ ମଧ୍ୟ ବିସ୍ମୟର କାରଣ ଅଟେ।
ਵਿਸਮਾਦੁ ਅਗਨੀ ਖੇਡਹਿ ਵਿਡਾਣੀ ॥ ବିସମାଦୁ ଅଗନି ଖେଡହି ବିଡାଣି ॥ ବଡ ଆଶ୍ଚର୍ଯ୍ୟ ଯେ ଅନେକ ପ୍ରକାର ଅଗ୍ନି ଅଦ୍ଭୁତ ଖେଳ ଖେଳିଥାଏ।
ਵਿਸਮਾਦੁ ਧਰਤੀ ਵਿਸਮਾਦੁ ਖਾਣੀ ॥ ବିସମାଦୁ ଧରତୀ ବିସମାଦୁ ଖାଣି ॥ ଧରିତ୍ରିର ପ୍ରକୃତି ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ଅଟେ ଆଉ ଜୀବଙ୍କ ଉତ୍ପତ୍ତିର ଚାରି ସ୍ରୋତ ମଧ୍ୟ ଆଶ୍ଚର୍ଯ୍ୟ ଅଟେ।
ਵਿਸਮਾਦੁ ਸਾਦਿ ਲਗਹਿ ਪਰਾਣੀ ॥ ବିସମାଦୁ ସାଦି ଲଗହୀ ପରାଣୀ ॥ ଜୀବ ଯେଉଁ ପଦାର୍ଥର ସ୍ଵାଦରେ ଲାଗିଛି, ତାହା ମଧ୍ୟ ବିସ୍ମୟକାରକ ଅଟେ।
ਵਿਸਮਾਦੁ ਸੰਜੋਗੁ ਵਿਸਮਾਦੁ ਵਿਜੋਗੁ ॥ ବିସମାଦୁ ସଞ୍ଜୋଗୁ ବିସମାଦୁ ବିଯୋଗୁ ॥ ସଂଯୋଗ ଆଉ ବିଯୋଗ ମଧ୍ୟ ବିଚିତ୍ର ଅଟେ।
ਵਿਸਮਾਦੁ ਭੁਖ ਵਿਸਮਾਦੁ ਭੋਗੁ ॥ ବିସମାଦୁ ଭୁଖ ବିସମାଦୁ ଭୋଗୁ ॥ ସଂସାରର କ୍ଷୁଧା ଏବଂ ଭୋଗ-ବିଳାସ ମଧ୍ୟ ଆଶ୍ଚର୍ଯ୍ୟ ଅଟେ।
ਵਿਸਮਾਦੁ ਸਿਫਤਿ ਵਿਸਮਾਦੁ ਸਾਲਾਹ ॥ ବିସମାଦୁ ସିଫତି ବିସମାଦୁ ସାଲାହ ॥ ଭଗବାନଙ୍କ ମହିମା ଓ ସ୍ତୁତି ମଧ୍ୟ ଆଶ୍ଚର୍ଯ୍ୟ ଅଟେ।
ਵਿਸਮਾਦੁ ਉਝੜ ਵਿਸਮਾਦੁ ਰਾਹ ॥ ବିସମାଦୁ ଉଝଡ ବିସମାଦୁ ରାହ ॥ ମନୁଷ୍ୟର କୁମାର୍ଗଗାମୀ ହେବା ଆଉ ସନମାର୍ଗକୁ ଆସିବା ମଧ୍ୟ ଆଶ୍ଚର୍ଯ୍ୟ ଅଟେ।
ਵਿਸਮਾਦੁ ਨੇੜੈ ਵਿਸਮਾਦੁ ਦੂਰਿ ॥ ବିସମାଦୁ ନେଡଇ ବିସମାଦୁ ଦୂରି ॥ ଏହା ଏକ ବଡ ବିସ୍ମୟର ବିଷୟ ଯେ ପରମାତ୍ମା ଜୀବଙ୍କ ପାଖରେ ମଧ୍ୟ ଥାଆନ୍ତି ଆଉ ତାହା ଠାରୁ ଦୂରରେ ମଧ୍ୟ ଅଛନ୍ତି।
ਵਿਸਮਾਦੁ ਦੇਖੈ ਹਾਜਰਾ ਹਜੂਰਿ ॥ ବିସମାଦୁ ଦେଖଇ ହାଜରା ହଜୁରି ॥ ସେହି ଭକ୍ତ ଅଦ୍ଭୁତ ଅଟେ ଯିଏ ପରମାତ୍ମାଙ୍କୁ ନିଜ ନେତ୍ରରେ ପ୍ରତ୍ୟକ୍ଷ ଦେଖିଥାଏ।
ਵੇਖਿ ਵਿਡਾਣੁ ਰਹਿਆ ਵਿਸਮਾਦੁ ॥ ବେଖି ବିଡାଣୂ ରହିଆ ବିସମାଦୁ ॥ ନାନକ କହନ୍ତି ଯେ ହେ ମାଲିକ! ତୋର ପ୍ରକୃତିର ବିସ୍ମୟ ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି।
ਨਾਨਕ ਬੁਝਣੁ ਪੂਰੈ ਭਾਗਿ ॥੧॥ ନାନକ ବୁଝଣୁ ପୁରଇ ଭାଗି॥1॥ ତୋର ପ୍ରକୃତିର ଏହି ଅଦ୍ଭୁତ କୌତୁକକୁ ପୂର୍ଣ୍ଣ ଭାଗ୍ୟବାନ ହିଁ ବୁଝିପାରେ॥1॥
ਮਃ ੧ ॥ ମଃ 1 ॥ ମହଲା ॥1॥
ਕੁਦਰਤਿ ਦਿਸੈ ਕੁਦਰਤਿ ਸੁਣੀਐ ਕੁਦਰਤਿ ਭਉ ਸੁਖ ਸਾਰੁ ॥ କୁଦରତି ଦିଶୟ କୁଦରତି ଶୁଣିଏ କୁଦରତି ଭଉ ସୁଖ ସାରୁ ॥ ଯାହା କିଛି ଦେଖାଯାଏ ଆଉ ଶୁଣାଯାଏ, ଏହା ସବୁ ପ୍ରକୃତିର ଅନ୍ତର୍ଗତ ଅଟେ, ପ୍ରକୃତି ଅନୁସାରେ ହିଁ ଭୟ ଏବଂ ସୁଖର ସାର ଅଟେ।
ਕੁਦਰਤਿ ਪਾਤਾਲੀ ਆਕਾਸੀ ਕੁਦਰਤਿ ਸਰਬ ਆਕਾਰੁ ॥ କୁଦରତି ପାତାଳୀ ଆକାଶୀ କୁଦରତି ସରବ ଆକାରୁ ॥ ଆକାଶ, ପାତାଳରେ ପ୍ରକୃତି ହିଁ ମହଜୁଦ ଅଛି ଆଉ ଏହି ସାରା ସୃଷ୍ଟି ରଚନା ପ୍ରକୃତି ଅନୁରୂପ ଅଟେ।
ਕੁਦਰਤਿ ਵੇਦ ਪੁਰਾਣ ਕਤੇਬਾ ਕੁਦਰਤਿ ਸਰਬ ਵੀਚਾਰੁ ॥ କୁଦରତି ବେଦ ପୁରାଣ କତେବା କୁଦରତି ସରବ ବୀଚାରୁ ॥ ପ୍ରକୃତି ଦ୍ଵାରା ହିଁ ବେଦ, ପୁରାଣ, ଶାରିୟତ ଇତ୍ୟାଦି ଧାର୍ମିକ ଗ୍ରନ୍ଥ ଅଟେ ଆଉ ପ୍ରକୃତି ଅନୁସାରେ ହିଁ ସର୍ବ ବିଚାର ଅଟେ।
ਕੁਦਰਤਿ ਖਾਣਾ ਪੀਣਾ ਪੈਨ੍ਹ੍ਹਣੁ ਕੁਦਰਤਿ ਸਰਬ ਪਿਆਰੁ ॥ କୁଦରତି ଖାଣା ପୀଣା ପଇହ୍ନଣୂ କୁଦରତି ସରବ ପିଆରୁ ॥ ପ୍ରକୃତି ଅନୁସାରେ ହିଁ ଖାଇବା, ପିଇବା ଏବଂ ପିନ୍ଧିବା ଅଟେ, ପ୍ରକୃତି ଅନୁସାରେ ହିଁ ପ୍ରେମ ଭାବନା ଅଟେ।
ਕੁਦਰਤਿ ਜਾਤੀ ਜਿਨਸੀ ਰੰਗੀ ਕੁਦਰਤਿ ਜੀਅ ਜਹਾਨ ॥ କୁଦରତି ଜାତି ଜିନସି ରଙ୍ଗୀ କୁଦରତି ଜୀଅ ଜହାନ ॥ ପ୍ରକୃତି ଅନୁସାରେ ହିଁ ଜଗତର ଜୀବଙ୍କ ଠାରେ ଜାତି, ରଙ୍ଗ ଏବଂ ପ୍ରକାର ଅଛି।
ਕੁਦਰਤਿ ਨੇਕੀਆ ਕੁਦਰਤਿ ਬਦੀਆ ਕੁਦਰਤਿ ਮਾਨੁ ਅਭਿਮਾਨੁ ॥ କୁଦରତି ନେକିଆ କୁଦରତି ବଦୀଆ କୁଦରତି ମାନୁ ଅଭିମାନୁ ॥ ପ୍ରକୃତି ଅନୁସାରେ ହିଁ ଭଲ ଏବଂ ମନ୍ଦ ଥାଏ, ପ୍ରକୃତି ଅନୁସାରେ ହିଁ ମାନ ଏବଂ ଅଭିମାନ ଥାଏ।
ਕੁਦਰਤਿ ਪਉਣੁ ਪਾਣੀ ਬੈਸੰਤਰੁ ਕੁਦਰਤਿ ਧਰਤੀ ਖਾਕੁ ॥ କୁଦରତି ପଉଣୁ ପାଣି ବଇଶନ୍ତରୁ କୁଦରତି ଧରତୀ ଖାକୁ ॥ ପ୍ରକୃତି ଅନୁସାରେ ହିଁ ପବନ, ପାଣି ଏବଂ ଅଗ୍ନି ଅଛି, ପ୍ରକୃତି ଅନୁସାରେ ହିଁ ଧରିତ୍ରୀ ଏବଂ ମାଟି ଅଛି।
ਸਭ ਤੇਰੀ ਕੁਦਰਤਿ ਤੂੰ ਕਾਦਿਰੁ ਕਰਤਾ ਪਾਕੀ ਨਾਈ ਪਾਕੁ ॥ ସଭ ତେରୀ କୁଦରତି ତୁ କାଦିରୁ କରତା ପାକି ନାଇ ପାକୁ ॥ ହେ ପ୍ରଭୁ! ଏହା ସବୁ ତୋର ପ୍ରକୃତି ଅଟେ, ତୁ ନିଜ ପ୍ରକୃତିର ମାଲିକ ଏବଂ ରଚୟିତା ଅଟୁ ଆଉ ନିଜ ପବିତ୍ର ନାମର କାରଣରୁ ତୋର ମହିମା ବଡ ଅଟେ।
ਨਾਨਕ ਹੁਕਮੈ ਅੰਦਰਿ ਵੇਖੈ ਵਰਤੈ ਤਾਕੋ ਤਾਕੁ ॥੨॥ ନାନକ ହୁକମୟ ଅନ୍ଦରି ବେଖଇ ବରତଇ ତାକୋ ତାକୁ ॥2॥ ହେ ନାନକ! ପ୍ରଭୁ ନିଜ ହୁକୁମ ଅନୁସାରେ ସୃଷ୍ଟିକୁ ଦେଖିଥାନ୍ତି ଏବଂ କ୍ରିଯାଶୀଳ ଅଟନ୍ତି, ସେ ସର୍ବବ୍ୟାପକ ଅଟନ୍ତି ଏବଂ ନିଜ ବିଧାନ ଅନୁସାରେ ହିଁ ସବୁକିଛି କରିଥାନ୍ତି॥2॥
ਪਉੜੀ ॥ ପଉଡୀ ॥ ପଉଡି ॥
ਆਪੀਨ੍ਹ੍ਹੈ ਭੋਗ ਭੋਗਿ ਕੈ ਹੋਇ ਭਸਮੜਿ ਭਉਰੁ ਸਿਧਾਇਆ ॥ ଆପୀନ୍ହୈ ଭୋଗ ଭୋଗୀ କୈ ହୋଇ ଭସମଡି ଭଉରୁ ସିଧାଇଆ ॥ ମନୁଷ୍ୟ ଜଗତରେ ନିଜ ଭୋଗ କରିବା ପରେ ଆତ୍ମା ଚାଲିଯାଏ।
ਵਡਾ ਹੋਆ ਦੁਨੀਦਾਰੁ ਗਲਿ ਸੰਗਲੁ ਘਤਿ ਚਲਾਇਆ ॥ ବଡା ହୋଆ ଦୁନୀଦାରୁ ଗଲି ସଙ୍ଗଲୁ ଧତି ଚଲାଇଆ ॥ ଯେବେ ମନୁଷ୍ୟ ଦୁନିଆର ଧନ୍ଦାକୁ ବଡ ଭାବି ଚାଲିଥାଏ, ସେତେବେଳେ ତାହାର ଗଳାରେ ଜଞ୍ଜିର ରଖି ଦିଆଯାଏ ଆଉ ଧକ୍କା ଦେଇ ଆଗକୁ ନିଆଯାଏ।
ਅਗੈ ਕਰਣੀ ਕੀਰਤਿ ਵਾਚੀਐ ਬਹਿ ਲੇਖਾ ਕਰਿ ਸਮਝਾਇਆ ॥ ଅଗୟ କରଣି କୀରତି ବାଚୀଏ ବହି ଲେଖା କରି ସମଝାଇଆ ॥ ସେଠାରେ ତାହାର କର୍ମର ବିଚାର କରାଯାଏ ଆଉ ତାହାକୁ ବସାଇ ତାହାର ଲେଖା ବୁଝାଯାଏ।
ਥਾਉ ਨ ਹੋਵੀ ਪਉਦੀਈ ਹੁਣਿ ਸੁਣੀਐ ਕਿਆ ਰੂਆਇਆ ॥ ଥାଉ ନ ହୋବୀ ପଉଦୀଇ ହୁଣୀ ଶୁଣିଏ କିଆ ରୁଆଇଆ ॥ ଯେବେ ତାହାକୁ ଦଣ୍ଡ ମିଳିଥାଏ, ସେତେବେଳେ ତାହାକୁ କୌଣସି ସ୍ଥାନ ମିଳେନାହି, ଏବେ ତାହାର କ୍ରନ୍ଦନ କିଏ ଶୁଣିବ?
ਮਨਿ ਅੰਧੈ ਜਨਮੁ ਗਵਾਇਆ ॥੩॥ ମନି ଅନ୍ଧୟ ଜନମୁ ଗବାଇଆ ॥3॥ ଜ୍ଞାନହୀନ ମନୁଷ୍ୟ ନିଜ ଦୁର୍ଲଭ ଜୀବନ ବ୍ୟର୍ଥରେ ନଷ୍ଟ କରିଦିଏ॥3॥
ਸਲੋਕ ਮਃ ੧ ॥ ସଲୋକ ମଃ 1॥ ଶ୍ଳୋକ ମହଲା 1 ॥
ਭੈ ਵਿਚਿ ਪਵਣੁ ਵਹੈ ਸਦਵਾਉ ॥ ଭୈ ବିଚି ପବଣୁ ବହୟ ସଦବାଉ॥ ପ୍ରଭୁଙ୍କ ଭୟରେ ହିଁ ଅନେକ ପ୍ରକାରର ପବନ ସର୍ବଦା ଚାଲି ରହିଥାଏ।
ਭੈ ਵਿਚਿ ਚਲਹਿ ਲਖ ਦਰੀਆਉ ॥ ଭୈ ବିଚି ଚଲାହି ଲଖ ଦରୀଆଉ ॥ ପରମାତ୍ମାଙ୍କ ଭୟରେ ହିଁ ଅନେକ ଦରିଆ ବହିଥାଏ।
ਭੈ ਵਿਚਿ ਅਗਨਿ ਕਢੈ ਵੇਗਾਰਿ ॥ ଭୈ ବିଚି କଢଇ ବେଗାରି ॥ ତାହାଙ୍କ ଭୟରେ ହିଁ ଅଗ୍ନି ନିଜ କାର୍ଯ୍ୟ କରିଥାଏ।
ਭੈ ਵਿਚਿ ਧਰਤੀ ਦਬੀ ਭਾਰਿ ॥ ଭୈ ବିଚି ଧରତି ଦବି ଭାରି ॥ ଭୟରେ ହିଁ ଧରିତ୍ରୀ ଭାରରେ ଦବି ରହିଥାଏ।
ਭੈ ਵਿਚਿ ਇੰਦੁ ਫਿਰੈ ਸਿਰ ਭਾਰਿ ॥ ଭୈ ବିଚି ଇନ୍ଦୁ ଫିରୟ ସିର ଭାରି ॥ ପରମେଶ୍ଵରଙ୍କ ଆଦେଶରେ ହିଁ ଇନ୍ଦ୍ର ବାଦଲ ବନି ମସ୍ତକ ଉପରେ ବୋଝ ନେଇ ଚାଲିଥାଏ।
ਭੈ ਵਿਚਿ ਰਾਜਾ ਧਰਮ ਦੁਆਰੁ ॥ ଭୈ ବିଚି ରାଜା ଧରମ ଦୁଆରୁ ॥ ପ୍ରଭୁଙ୍କ ଭୟରେ ହିଁ ଧର୍ମରାଜ ତାହାଙ୍କ ଦ୍ଵାରରେ ଥାଆନ୍ତି।
ਭੈ ਵਿਚਿ ਸੂਰਜੁ ਭੈ ਵਿਚਿ ਚੰਦੁ ॥ ଭୈ ବିଚି ସୁରଜୁ ଭୈ ବିଚି ଚନ୍ଦୁ ॥ ପ୍ରଭୁଙ୍କ ଭୟରେ ହିଁ ସୂର୍ଯ୍ୟ ଏବଂ ଚନ୍ଦ୍ର ସକ୍ରିୟ ଥାଆନ୍ତି।
ਕੋਹ ਕਰੋੜੀ ਚਲਤ ਨ ਅੰਤੁ ॥ କୋହ କରୋଡି ଚଳତ ନ ଅନ୍ତୁ॥ କୋଟି କୋଟି କୋଶ ଚାଲିବା ପରେ ମଧ୍ୟ ଯାତ୍ରାର ଅନ୍ତ ନଥାଏ।
ਭੈ ਵਿਚਿ ਸਿਧ ਬੁਧ ਸੁਰ ਨਾਥ ॥ ଭୈ ବିଚି ସିଦ୍ଧ ବୁଧ ସୁର ନାଥ ॥ ସିଦ୍ଧ, ବୁଦ୍ଧ ଦେବତା ଏବଂ ନାଥ-ଯୋଗୀ ପ୍ରଭୁଙ୍କ ଭୟରେ ହିଁ ବିଚରଣ କରିଥାନ୍ତି।
ਭੈ ਵਿਚਿ ਆਡਾਣੇ ਆਕਾਸ ॥ ଭୈ ବିଚି ଆଡାଣେ ଆକାଶ ॥ ପ୍ରଭୁଙ୍କ ଭୟରେ ହିଁ ଆକାଶ ଚାରିଆଡେ ପ୍ରସାରିତ ହୋଇଛି।
ਭੈ ਵਿਚਿ ਜੋਧ ਮਹਾਬਲ ਸੂਰ ॥ ଭୈ ବିଚି ଯୋଧ ମହାବଳ ସୁର ॥ ପ୍ରଭୁଙ୍କ ଭୟରେ ହିଁ ବଡ ବଡ ଯୋଦ୍ଧା, ମହାବଳୀ ଏବଂ ସୁରବୀର କ୍ରିଯାଶୀଳ ଅଟନ୍ତି।
ਭੈ ਵਿਚਿ ਆਵਹਿ ਜਾਵਹਿ ਪੂਰ ॥ ଭୈ ବିଚି ଆବହି ଯାବହି ପୁର ॥ ପ୍ରଭୁଙ୍କ ଭୟରେ ହିଁ ଜୀବ ଜନ୍ମ ମରଣ ଚକ୍ରରେ ରହିଥାଏ।
ਸਗਲਿਆ ਭਉ ਲਿਖਿਆ ਸਿਰਿ ਲੇਖੁ ॥ ଶଗଲିଆ ଭଉ ଲିଖିଆ ସିରି ଲେଖୁ ॥ ପ୍ରଭୁ ନିଜ ଭୟରେ ହିଁ ସବୁଙ୍କ ଭାଗ୍ୟ ନିଶ୍ଚିତ କରି ରଖିଛନ୍ତି।
ਨਾਨਕ ਨਿਰਭਉ ਨਿਰੰਕਾਰੁ ਸਚੁ ਏਕੁ ॥੧॥ ନାନକ ନିରଭଉ ନିରଙ୍କାରୁ ସଚୁ ଏକୁ ॥1॥ ହେ ନାନକ! ଏକ ସତ୍ୟସ୍ଵରୂପ ନିରଙ୍କାର ପରମାତ୍ମା ହିଁ ନିର୍ଭୟ ଅଟନ୍ତି॥1॥
ਮਃ ੧ ॥ ମଃ 1 ॥ ମହଲା 1 ॥
ਨਾਨਕ ਨਿਰਭਉ ਨਿਰੰਕਾਰੁ ਹੋਰਿ ਕੇਤੇ ਰਾਮ ਰਵਾਲ ॥ ନାନକ ନିରଭଉ ନିରଙ୍କାରୁ ହୋରି କେତେ ରାମ ରବାଲ ॥ ହେ ନାନକ! ଏକ ସତ୍ୟସ୍ଵରୂପ ନିରଙ୍କାର ପରମାତ୍ମା ହିଁ ନିର୍ଭୟ ଅଟନ୍ତି, ଆଉ ରାମ ଭଳି କେତେ ତାହାଙ୍କ ଚରଣରେ ଧୁଳି ଅଟନ୍ତି।
ਕੇਤੀਆ ਕੰਨ੍ਹ੍ਹ ਕਹਾਣੀਆ ਕੇਤੇ ਬੇਦ ਬੀਚਾਰ ॥ କେତୀଆ କହ୍ନ କହାଣିଆ କେତେ ବେଦ ବୀଚାର ॥ କୃଷ୍ଣ-କାହ୍ନାର ଲୀଳାର ଅନେକ କାହାଣୀ ଦୁନିଆରେ ପ୍ରଚଳିତ ଅଛି ଆଉ କେତେ ପଣ୍ଡିତ ବେଦକୁ ଉଚ୍ଚାରଣ କରୁଛନ୍ତି।
ਕੇਤੇ ਨਚਹਿ ਮੰਗਤੇ ਗਿੜਿ ਮੁੜਿ ਪੂਰਹਿ ਤਾਲ ॥ କେତେ ନଚହୀ ମଙ୍ଗତେ ଗିଡି ମୁଡି ପୁରହି ତାଲ ॥ ଅନେକ ଭିକାରୀ ନାଚିବା ବାଲା ଅଛନ୍ତି ଆଉ ବାରମ୍ବାର ତାଳରେ ଝୁମିଥାନ୍ତି।
ਬਾਜਾਰੀ ਬਾਜਾਰ ਮਹਿ ਆਇ ਕਢਹਿ ਬਾਜਾਰ ॥ ବାଜାରୀ ବାଜାର ମହି ଆଇ କଢହି ବାଜାର ॥ ରାସଧାରୀ ବଜାରକୁ ଆସିଥାଏ ଆଉ ମିଥ୍ୟା ରାସ ଦେଖାଇ ଥାଏ।
ਗਾਵਹਿ ਰਾਜੇ ਰਾਣੀਆ ਬੋਲਹਿ ਆਲ ਪਤਾਲ ॥ ଗାବହି ରାଜେ ରାଣିଆ ବୋଲହି ଆଲ ପତାଲ ॥ ସ୍ଵେ ରାଜାରାଣୀ ହୋଇ ଗାନ କରିଥାଏ ଆଉ ଓଲଟ ପାଲଟ କହିଥାଏ।
ਲਖ ਟਕਿਆ ਕੇ ਮੁੰਦੜੇ ਲਖ ਟਕਿਆ ਕੇ ਹਾਰ ॥ ଲଖ ଟକିଆ କେ ମୁନ୍ଦଡେ ଲଖ ଟକିଆ କେ ହାର ॥ ସେ ଲକ୍ଷେ ଟଙ୍କାର କାନର କୁଣ୍ଡଳ ଏବଂ ଲକ୍ଷେ ଟଙ୍କାର ହାର ପିନ୍ଧିଥାଏ।
ਜਿਤੁ ਤਨਿ ਪਾਈਅਹਿ ਨਾਨਕਾ ਸੇ ਤਨ ਹੋਵਹਿ ਛਾਰ ॥ ଜିତୁ ତନି ପାଇଅହି ନାନକା ସେ ତନ ହୋବହି ଛାର ॥ ହେ ନାନକ! ଯେଉଁ ଶରୀର ଉପରେ ସେ ଆଭୁଷଣ ପିନ୍ଧିଥାଏ, ସେହି ଶରୀର ପରେ ପାଉଁଶ ହୋଇଯାଏ।


© 2025 SGGS ONLINE
error: Content is protected !!
Scroll to Top