Odia Page 450

ਜਨ ਨਾਨਕ ਕਉ ਹਰਿ ਬਖਸਿਆ ਹਰਿ ਭਗਤਿ ਭੰਡਾਰਾ ॥੨॥
ହେ ହରି! ନିଜ ଦାସ ନାନକଙ୍କୁ ମଧ୍ୟ ତୁ ହିଁ (କୃପା କରି) ନିଜର ଭକ୍ତିର ଖଜଣା ଆଶୀର୍ବାଦ କରିଛୁ।॥2॥

ਹਮ ਕਿਆ ਗੁਣ ਤੇਰੇ ਵਿਥਰਹ ਸੁਆਮੀ ਤੂੰ ਅਪਰ ਅਪਾਰੋ ਰਾਮ ਰਾਜੇ ॥
ହେ ମୋର ମାଲିକ! (ତୁ ଅନନ୍ତ ଗୁଣର ମାଲିକ) ଆମେ ତୋର କେଉଁ କେଉଁ ଗୁଣ ଗଣି ଗଣି କହିପାରିବୁ? ତୁ ଅନନ୍ତ ଅଟୁ, ତୁ ଅନନ୍ତ ଅଟୁ।

ਹਰਿ ਨਾਮੁ ਸਾਲਾਹਹ ਦਿਨੁ ਰਾਤਿ ਏਹਾ ਆਸ ਆਧਾਰੋ ॥
ହେ ସ୍ଵାମୀ! ଆମେ ତ ଦିନ-ରାତି ତୋର ନାମର ହିଁ ବଡିମା କରୁଅଛୁ, ଆମର ଜୀବନର ଏହି ସାହାରା ହିଁ ଆଶ୍ରା ଅଟେ।

ਹਮ ਮੂਰਖ ਕਿਛੂਅ ਨ ਜਾਣਹਾ ਕਿਵ ਪਾਵਹ ਪਾਰੋ ॥
ହେ ପ୍ରଭୁ! ଆମେ ମୂର୍ଖ ଅଟୁ, ଆମକୁ କିଛି ଜଣା ନାହିଁ, ଆମେ ତୋର ଅନ୍ତ କେମିତି ପାଇବୁ?

ਜਨੁ ਨਾਨਕੁ ਹਰਿ ਕਾ ਦਾਸੁ ਹੈ ਹਰਿ ਦਾਸ ਪਨਿਹਾਰੋ ॥੩॥
(ହେ ଭାଇ!) ଦାସ ନାନକ ତ ପରମାତ୍ମାଙ୍କ ଦାସ ଅଟେ, ପରମାତ୍ମାଙ୍କ ଦାସର ଦାସ ଅଟେ।॥3॥

ਜਿਉ ਭਾਵੈ ਤਿਉ ਰਾਖਿ ਲੈ ਹਮ ਸਰਣਿ ਪ੍ਰਭ ਆਏ ਰਾਮ ਰਾਜੇ ॥
ହେ ପ୍ରଭୁ! ଆମେ ତୋର ଶରଣ ଆସିଛୁ, ଏବେ ତୋର ଯେପରି ଇଛା ସେପରି ଆମକୁ(ମନ୍ଦ କାମରୁ) ବଞ୍ଚାଅ।

ਹਮ ਭੂਲਿ ਵਿਗਾੜਹ ਦਿਨਸੁ ਰਾਤਿ ਹਰਿ ਲਾਜ ਰਖਾਏ ॥
ଆମେ ଦିନ-ରାତି (ଜୀବନ-ରାସ୍ତାରୁ) ବିଚ୍ୟୁତ ହୋଇ (ନିଜର ଆତ୍ମିକ ଜୀବନର) ମନ୍ଦ କରିଅଛୁ। ହେ ହରି! ଆମର ଇଜ୍ଜତ ରଖ।

ਹਮ ਬਾਰਿਕ ਤੂੰ ਗੁਰੁ ਪਿਤਾ ਹੈ ਦੇ ਮਤਿ ਸਮਝਾਏ ॥
ହେ ପ୍ରଭୁ! ଆମେ ତୋର ସନ୍ତାନ ଅଟୁ, ତୁ ଆମର ଗୁରୁ ଅଟ, ତୁ ଆମର ପିତା ଅଟ, ଆମକୁ ମତି ଦେଇ ଉତ୍ତମ ଭାବନାର ଆଶୀର୍ବାଦ କର।

ਜਨੁ ਨਾਨਕੁ ਦਾਸੁ ਹਰਿ ਕਾਂਢਿਆ ਹਰਿ ਪੈਜ ਰਖਾਏ ॥੪॥੧੦॥੧੭॥
ହେ ହରି! ଦାସ ନାନକ ତୋର ଦାସ ବୋଲି କହେ, (କୃପା କର, ନିଜର ଦାସର) ଇଜ୍ଜତ ରଖ॥4॥10॥17॥

ਆਸਾ ਮਹਲਾ ੪ ॥
ଆଶା ମହଲା 4 ॥

ਜਿਨ ਮਸਤਕਿ ਧੁਰਿ ਹਰਿ ਲਿਖਿਆ ਤਿਨਾ ਸਤਿਗੁਰੁ ਮਿਲਿਆ ਰਾਮ ਰਾਜੇ ॥
(ହେ ଭାଇ!) ଯେଉଁ ମନୁଷ୍ୟର କପାଳରେ ଶ୍ରେଷ୍ଠ ସ୍ଥାନ ଦରବାରରୁ ପରମାତ୍ମା (ଗୁରୁ-ମିଳନର ଲେଖା) ଲେଖିଦେଇଥାନ୍ତି ତାଙ୍କୁ ଗୁରୁ ମିଳି ଯାଆନ୍ତି।

ਅਗਿਆਨੁ ਅੰਧੇਰਾ ਕਟਿਆ ਗੁਰ ਗਿਆਨੁ ਘਟਿ ਬਲਿਆ ॥
(ସେମାନଙ୍କ ମନରୁ, ଗୁରୁଙ୍କ କୃପାରୁ) ଆତ୍ମିକ ଜୀବନ ଦ୍ଵାରା ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ, ଆଉ, ସେମାନଙ୍କ ହୃଦୟରେ ଗୁରୁଙ୍କ ଆଶୀର୍ବାଦ ହୋଇଥିବା ଆତ୍ମିକ ଜୀବନର ଜ୍ଞାନର ପ୍ରକାଶ ହୋଇଯାଇଥାଏ।

ਹਰਿ ਲਧਾ ਰਤਨੁ ਪਦਾਰਥੋ ਫਿਰਿ ਬਹੁੜਿ ਨ ਚਲਿਆ ॥
ତାଙ୍କୁ ପରମାତ୍ମାଙ୍କ ନାମର ମୂଲ୍ୟବାନ ରତ୍ନ ମିଳିଯାଏ ଯାହା ପୁନର୍ବାର (ତାଙ୍କ ଠାରୁ କେବେ) ଗାୟବ ହୁଏ ନାହିଁ।

ਜਨ ਨਾਨਕ ਨਾਮੁ ਆਰਾਧਿਆ ਆਰਾਧਿ ਹਰਿ ਮਿਲਿਆ ॥੧॥
ହେ ଦାସ ନାନକ! ( କୁହ ହେ ଭାଇ!) ଗୁରୁଙ୍କ ଶରଣ ପଡି ଯେଉଁ ମନୁଷ୍ୟ ପରମାତ୍ମାଙ୍କ ନାମ ସ୍ମରଣ କରିଥାଏ, ନାମ ସ୍ମରଣ କରି ସେ ପରମାତ୍ମାଙ୍କ ଠାରେ ହିଁ ଲୀନ ହୋଇଯାଏ।॥1॥

ਜਿਨੀ ਐਸਾ ਹਰਿ ਨਾਮੁ ਨ ਚੇਤਿਓ ਸੇ ਕਾਹੇ ਜਗਿ ਆਏ ਰਾਮ ਰਾਜੇ ॥
(ହେ ଭାଇ!) ଆତ୍ମିକ ଜୀବନର ଜ୍ଞାନ ଦାତା) ଏପରି ମୂଲ୍ୟବାନ ନାମ ଯେଉଁ ମନୁଷ୍ୟ ସ୍ମରଣ କରି ନାହିଁ, ସେ ଜଗତରେ ଜନ୍ମ କାହିଁକି ହୋଇଛି?

ਇਹੁ ਮਾਣਸ ਜਨਮੁ ਦੁਲੰਭੁ ਹੈ ਨਾਮ ਬਿਨਾ ਬਿਰਥਾ ਸਭੁ ਜਾਏ ॥
ଏହି ମାନବ ଜନ୍ମ ବଡ କଷ୍ଟରେ ମିଳିଛି, ନାମ ସ୍ମରଣ ବିନା ସବୁ ବ୍ୟର୍ଥ ହୋଇଯାଏ।

ਹੁਣਿ ਵਤੈ ਹਰਿ ਨਾਮੁ ਨ ਬੀਜਿਓ ਅਗੈ ਭੁਖਾ ਕਿਆ ਖਾਏ ॥
ଯେଉଁ ମାନବ ଜନ୍ମରେ ଠିକ ସମୟରେ ( ହୃଦୟର ଜମିରେ) ପରମାତ୍ମାଙ୍କ ନାମ ଅଙ୍କୁରିତ ହୁଏ ନାହିଁ, ସେ ପରଲୋକରେ, ତାହାହେଲେ, କେଉଁ ଖାଦ୍ୟ ବର୍ତ୍ତିବ ଯେତେବେଳେ ଆତ୍ମିକ ଜୀବନର ଫଳ ହେବା ପାଇଁ ନାମ-ଭୋଜନର ଆବଶ୍ୟକ ପଡିବ?

ਮਨਮੁਖਾ ਨੋ ਫਿਰਿ ਜਨਮੁ ਹੈ ਨਾਨਕ ਹਰਿ ਭਾਏ ॥੨॥
ହେ ନାନକ! (କୁହ) ନିଜ ମନର ପଛେ ପଛେ ଯିବାବାଲାକୁ ବାରମ୍ବାର ଜନ୍ମ ଚକ୍ର ମିଳେ (ସେମାନଙ୍କ ପାଇଁ ) ପରମାତ୍ମାଙ୍କୁ ଏହା ଠିକ ଲାଗେ।

ਤੂੰ ਹਰਿ ਤੇਰਾ ਸਭੁ ਕੋ ਸਭਿ ਤੁਧੁ ਉਪਾਏ ਰਾਮ ਰਾਜੇ ॥
ହେ ହରି! ତୁ ସବୁ ଜୀବଙ୍କ ମାଲିକ ଅଟୁ, ପ୍ରତି ଜୀବ ତୋ’ ଦ୍ଵାରା (ଜନ୍ମ କରାଯାଇଅଛି), ସବୁ ଜୀବ ତୋ’ ଦ୍ଵାରା ହିଁଜାତ ହୋଇଛନ୍ତି।

ਕਿਛੁ ਹਾਥਿ ਕਿਸੈ ਦੈ ਕਿਛੁ ਨਾਹੀ ਸਭਿ ਚਲਹਿ ਚਲਾਏ ॥
କୌଣସି ଜୀବର ନିଜ ବଶରେ କିଛି ମଧ୍ୟ ନାହିଁ, ଯେପରି ତୁ ଚଲାଉ ସେପରି ହିଁ ସବୁ ଜୀବ ଚାଲନ୍ତି।

ਜਿਨ੍ਹ੍ਹ ਤੂੰ ਮੇਲਹਿ ਪਿਆਰੇ ਸੇ ਤੁਧੁ ਮਿਲਹਿ ਜੋ ਹਰਿ ਮਨਿ ਭਾਏ ॥
ହେ ପ୍ରିୟ! ଯେଉଁ ଜୀବକୁ ତୁ ନିଜ ସାଥିରେ ମିଳାଉ, ଯାହା ତୋର ନିଜ ମନକୁ ପାଏ ସେ ହିଁ ତୋର ଚରଣରେ ଯୋଡି ରୁହନ୍ତି।

ਜਨ ਨਾਨਕ ਸਤਿਗੁਰੁ ਭੇਟਿਆ ਹਰਿ ਨਾਮਿ ਤਰਾਏ ॥੩॥
ହେ ଦାସ ନାନକ! (କୁହ ହେ ଭାଇ!) ଯେଉଁ ମନୁଷ୍ୟକୁ ଗୁରୁ ମିଳି ଯାଏ, ଗୁରୁ ତାହାକୁ ପରମାତ୍ମାଙ୍କ ନାମରେ ଯୋଡି 9ସଂସାର-ସମୁଦ୍ରରୁ) ପାର ହୁଏ। ॥3॥

ਕੋਈ ਗਾਵੈ ਰਾਗੀ ਨਾਦੀ ਬੇਦੀ ਬਹੁ ਭਾਤਿ ਕਰਿ ਨਹੀ ਹਰਿ ਹਰਿ ਭੀਜੈ ਰਾਮ ਰਾਜੇ ॥
(ହେ ଭାଇ!) କୌଣସି ମନୁଷ୍ୟ ରାଗ ଗାଇ ଗାଇ, କୌଣସି ଶଙ୍ଖ ଆଦି ବଜାଇ, କୌଣସି ଧର୍ମ ପୁସ୍ତକ ପଢି, କେତେ ପ୍ରକାରରେ ପରମାତ୍ମାଙ୍କ ଗୁଣ ଗାଇ, କିନ୍ତୁ, ପରମାତ୍ମା ଏହି ଭଳି ପ୍ରସନ୍ନ ହୁଅନ୍ତି ନାହିଁ।

ਜਿਨਾ ਅੰਤਰਿ ਕਪਟੁ ਵਿਕਾਰੁ ਹੈ ਤਿਨਾ ਰੋਇ ਕਿਆ ਕੀਜੈ ॥
ଯାହାର ହୃଦୟ ଧୋକା ଆଉ ରସରେ ଭରି ହୋଇଛି- ତାଙ୍କରି ବାହ୍ୟ କ୍ରନ୍ଦନ କଣ ଭଲ କରିପାରିବ?

ਹਰਿ ਕਰਤਾ ਸਭੁ ਕਿਛੁ ਜਾਣਦਾ ਸਿਰਿ ਰੋਗ ਹਥੁ ਦੀਜੈ ॥
ଅଭ୍ୟନ୍ତର ବିକାରକୁ ଲୁଚାଇବା ପାଇଁ ଯେତେ ପ୍ରଯତ୍ନ କଲେ ମଧ୍ୟ, ପରମାତ୍ମାଙ୍କ ଠାରୁ ଲୁଚିପାରିବ ନାହିଁ, କର୍ତ୍ତା 9ପ୍ରତି ମାନଯଶୟର ହୃଦୟର) ପ୍ରତି କଥା ଜାଣେ।

ਜਿਨਾ ਨਾਨਕ ਗੁਰਮੁਖਿ ਹਿਰਦਾ ਸੁਧੁ ਹੈ ਹਰਿ ਭਗਤਿ ਹਰਿ ਲੀਜੈ ॥੪॥੧੧॥੧੮॥
ହେ ନାନକ! ଗୁରୁଙ୍କ ଶରଣ ପଡି ଯେଉଁ ମନୁଷ୍ୟର ହୃଦୟ ପବିତ୍ର ହୋଇଯାଏ, ସେହି ପରମାତ୍ମାଙ୍କ ଭକ୍ତି କରନ୍ତି, ସେହି ହରିଙ୍କ ନାମ ନିଅନ୍ତି।

ਆਸਾ ਮਹਲਾ ੪ ॥
ଆଶା ମହଲା 4॥

ਜਿਨ ਅੰਤਰਿ ਹਰਿ ਹਰਿ ਪ੍ਰੀਤਿ ਹੈ ਤੇ ਜਨ ਸੁਘੜ ਸਿਆਣੇ ਰਾਮ ਰਾਜੇ ॥
ଯେଉଁ ଲୋକଙ୍କ ହୃଦୟରେ ପରମାତ୍ମାଙ୍କ ପ୍ରେମ ମହଜୁଦ ଅଛି (ପରମାତ୍ମାଙ୍କ ନଜରରେ) ସେହି ଲୋକ ନିପୁଣ ଓ ପରିପକ୍ଵ ଅଟେ।

ਜੇ ਬਾਹਰਹੁ ਭੁਲਿ ਚੁਕਿ ਬੋਲਦੇ ਭੀ ਖਰੇ ਹਰਿ ਭਾਣੇ ॥
ଯଦି ସେ କେବେ ଭୁଲରେ ମଧ୍ୟ ବାହାର ଲୋକଙ୍କ ପାଖରେ କହି ବସନ୍ତି ତାହାହେଲେ ମଧ୍ୟ ପରମାତ୍ମାଙ୍କୁ ଏହା ପ୍ରିୟ ଲାଗେ।

ਹਰਿ ਸੰਤਾ ਨੋ ਹੋਰੁ ਥਾਉ ਨਾਹੀ ਹਰਿ ਮਾਣੁ ਨਿਮਾਣੇ ॥
(ହେ ଭାଇ!) ପରମାତ୍ମାଙ୍କ ସନ୍ଥଙ୍କୁ (ପରମାତ୍ମାଙ୍କ ବିନା) ଆଉ କୌଣସି ଆଶ୍ରା ନ ଥାଏ (ସେ ଜାଣିଥାନ୍ତି ଯେ) ପରମାତ୍ମା ହିଁ ମାନହୀନର ମାନ ଅଟନ୍ତି।

ਜਨ ਨਾਨਕ ਨਾਮੁ ਦੀਬਾਣੁ ਹੈ ਹਰਿ ਤਾਣੁ ਸਤਾਣੇ ॥੧॥
ହେ ନାନକ! (କୁହ) ପରମାତ୍ମାଙ୍କ ସେବକଙ୍କ ପାଇଁ ପରମାତ୍ମାଙ୍କ ନାମ ହିଁ ସାହାରା ଅଟେ, ପରମାତ୍ମା ହିଁ ତାଙ୍କରି ବାହୁବଳ ଅଟେ ( ଯାହାର ଅଶ୍ରାରେ ସେହି ବିକାରର ମୁକାବିଲାରେ) ବଳବାନ ରହନ୍ତି॥1॥

ਜਿਥੈ ਜਾਇ ਬਹੈ ਮੇਰਾ ਸਤਿਗੁਰੂ ਸੋ ਥਾਨੁ ਸੁਹਾਵਾ ਰਾਮ ਰਾਜੇ ॥
(ହେ ଭାଇ!) ଯେଉଁ ଜାଗା ଉପରେ ପ୍ରିୟ ଗୁରୁ ବସନ୍ତି (ଗୁରୁଙ୍କ ଶିଖଙ୍କ ପାଇଁ) ସେହି ସ୍ଥାନ ସୁନ୍ଦର ବନିଯାଏ।

ਗੁਰਸਿਖੀ ਸੋ ਥਾਨੁ ਭਾਲਿਆ ਲੈ ਧੂਰਿ ਮੁਖਿ ਲਾਵਾ ॥
ଗୁରୁଶିଖ ସେହି ସ୍ଥାନକୁ ପାଇ ଯାଏ, ଆଉ ତାହାର ଧୂଳି ନେଇ ନିଜ କପାଳରେ ଲଗାନ୍ତି।

ਗੁਰਸਿਖਾ ਕੀ ਘਾਲ ਥਾਇ ਪਈ ਜਿਨ ਹਰਿ ਨਾਮੁ ਧਿਆਵਾ ॥
ଯେଉଁ ଗୁରୁଶିଖ ପରମାତ୍ମାଙ୍କ ନାମ ସ୍ମରଣ କରେ ତାହାର (ଗୁରୁ-ସ୍ଥାନ ସନ୍ଧାନର) ପରିଶ୍ରମ ପରମାତ୍ମାଙ୍କ ଦ୍ଵାରରେ ସ୍ଵୀକୃତ ହୋଇଯାଏ।

ਜਿਨ੍ਹ੍ਹ ਨਾਨਕੁ ਸਤਿਗੁਰੁ ਪੂਜਿਆ ਤਿਨ ਹਰਿ ਪੂਜ ਕਰਾਵਾ ॥੨॥
ନାନକ (କହନ୍ତି:) ଯେଉଁ ମନୁଷ୍ୟ (ନିଜ ହୃଦୟରେ) ଗୁରୁଙ୍କ ଆଦର-ସତ୍କାର ସହକାରେ ବସାଏ, ପରମାତ୍ମା (ଜଗତରେ ତାଙ୍କରି) ଆଦର କରାନ୍ତି॥2॥