Odia Page 448

ਆਸਾ ਮਹਲਾ ੪ ਛੰਤ ॥
ଆଶା ମହଲା 4 ଚ୍ଛନ୍ତ ॥

ਵਡਾ ਮੇਰਾ ਗੋਵਿੰਦੁ ਅਗਮ ਅਗੋਚਰੁ ਆਦਿ ਨਿਰੰਜਨੁ ਨਿਰੰਕਾਰੁ ਜੀਉ ॥
(ହେ ଭାଇ!) ମୋର ଗୋବିନ୍ଦ (ସବୁଠାରୁ) ବଡ ଅଟେ, ସେ ଜ୍ଞାନ ଇନ୍ଦ୍ରିୟର ପହଞ୍ଚରୁ ଉର୍ଦ୍ଧ୍ଵରେ, (ସବୁ ଜଗତର) ମୂଳ ଅଟେ, ତାଙ୍କୁ ମାୟାର କଳଙ୍କ ଲାଗିପାରିବ ନାହିଁ, ତାଙ୍କରି କୌଣସି ନିର୍ଦ୍ଦିଷ୍ଟ ଆକାର କୁହାଯାଇପାରିବ ନାହିଁ।

ਤਾ ਕੀ ਗਤਿ ਕਹੀ ਨ ਜਾਈ ਅਮਿਤਿ ਵਡਿਆਈ ਮੇਰਾ ਗੋਵਿੰਦੁ ਅਲਖ ਅਪਾਰ ਜੀਉ ॥
(ହେ ଭାଇ) ଏହା କୁହା ଯାଇପାରିବ ନାହିଁ ଯେ ପରମାତ୍ମା କିପରି, ତାଙ୍କରି ବଡପଣ ମଧ୍ୟ ମାପର ଉର୍ଦ୍ଧ୍ଵରେ (ହେ ଭାଇ!) ମୋର ସେହି ଗୋବିନ୍ଦ ବର୍ଣ୍ଣନାର ବାହାରେ ଓ ଅନନ୍ତ ଅଟେ।

ਗੋਵਿੰਦੁ ਅਲਖ ਅਪਾਰੁ ਅਪਰੰਪਰੁ ਆਪੁ ਆਪਣਾ ਜਾਣੈ ॥
(ହେ ଭାଇ!) ମୋର ସେହି ଗୋବିନ୍ଦ ବର୍ଣ୍ଣନାର ବାହାରେ ଓ ଅନନ୍ତ ଅଟେ। ଉର୍ଦ୍ଧ୍ଵରୁ ଉର୍ଦ୍ଧ୍ଵରେ, ନିଜକୁ ନିଜେ ସେ ହିଁ ଜାଣେ।

ਕਿਆ ਇਹ ਜੰਤ ਵਿਚਾਰੇ ਕਹੀਅਹਿ ਜੋ ਤੁਧੁ ਆਖਿ ਵਖਾਣੈ ॥
ଏହି ବିଚାରା ଜୀବ ବିଷୟରେ ମଧ୍ୟ କଣ କୁହାଯାଇପାରେ? (ହେ ପ୍ରଭୁ କୌଣସି ମଧ୍ୟ ଏମିତି ଜୀବ ନାହିଁ ) ଯିଏ ତୁମ ଅସ୍ତିତ୍ଵର ବର୍ଣ୍ଣନା କରି ବୁଝାଇପାରିବ।

ਜਿਸ ਨੋ ਨਦਰਿ ਕਰਹਿ ਤੂੰ ਅਪਣੀ ਸੋ ਗੁਰਮੁਖਿ ਕਰੇ ਵੀਚਾਰੁ ਜੀਉ ॥
ହେ ପ୍ରଭୁ! ଯେଉଁ ମନୁଷ୍ୟ ଉପରେ ତୁ ନିଜ କୃପାର ଦୃଷ୍ଟି ରଖୁଛୁ, ସେ ଗୁରୁଙ୍କ ଶରଣ ପଡି (ତୋର ଗୁଣର) ବିଚାର କରେ।

ਵਡਾ ਮੇਰਾ ਗੋਵਿੰਦੁ ਅਗਮ ਅਗੋਚਰੁ ਆਦਿ ਨਿਰੰਜਨੁ ਨਿਰੰਕਾਰੁ ਜੀਉ ॥੧॥
(ହେ ଭାଇ!) ମୋର ଗୋବିନ୍ଦ (ସବୁଠାରୁ) ବଡ ଅଟେ (କୌଣସି ବୁଝାମଣାରେ ତାଙ୍କରି ପର୍ଯ୍ୟନ୍ତ ମନୁଷ୍ୟର) ପହଞ୍ଚ ହୋଇପାରିବ ନାହିଁ, ସେହି ଜ୍ଞାନ ଇନ୍ଦ୍ରିୟର ପହଞ୍ଚରୁ ଉର୍ଦ୍ଧ୍ଵରେ, (ସବୁ ଜଗତର) ମୂଳ ଅଟେ, ମାୟାର କଳଙ୍କ ଲାଗିପାରିବ ନାହିଁ, ତାଙ୍କରି କୌଣସି ନିର୍ଦ୍ଦିଷ୍ଟ ଆକାର କୁହାଯାଇପାରିବ ନାହିଁ।

ਤੂੰ ਆਦਿ ਪੁਰਖੁ ਅਪਰੰਪਰੁ ਕਰਤਾ ਤੇਰਾ ਪਾਰੁ ਨ ਪਾਇਆ ਜਾਇ ਜੀਉ ॥
ହେ ପ୍ରଭୁ! ତୁ ସବୁ ଜଗତର ମୂଳ ଅଟେ ଆଉ ସର୍ବ-ବ୍ୟାପକ, ତୁ ଉର୍ଦ୍ଧ୍ଵରୁ ଉର୍ଦ୍ଧ୍ଵରେ ଆଉ ସବୁ ସୃଷ୍ଟିର ସୃଷ୍ଟିକର୍ତ୍ତା ଅଟେ। ତୋର ଅସ୍ତିତ୍ଵର ଅନ୍ୟ ରୂପ (କାହାକୁ) ମିଳିପାରିବ ନାହିଁ।

ਤੂੰ ਘਟ ਘਟ ਅੰਤਰਿ ਸਰਬ ਨਿਰੰਤਰਿ ਸਭ ਮਹਿ ਰਹਿਆ ਸਮਾਇ ਜੀਉ ॥
ତୁ ପ୍ରତି ଶରୀରରେ ମହଜୁଦ ଅଛୁ, ତୁ ଏକ-ରସ ସବୁଥିରେ ରହିଛୁ।

ਘਟ ਅੰਤਰਿ ਪਾਰਬ੍ਰਹਮੁ ਪਰਮੇਸਰੁ ਤਾ ਕਾ ਅੰਤੁ ਨ ਪਾਇਆ ॥
ହେ ଭାଇ! ପରଂବ୍ରହ୍ମ ପରମେଶ୍ଵର ପ୍ରତି ଶରୀର ଭିତରେ ମହଜୁଦ ଅଛି, ତାଙ୍କରି ଗୁଣର ଅନ୍ତ (କୌଣସି ଜୀବ) ପାଇପାରିବ ନାହିଁ।

ਤਿਸੁ ਰੂਪੁ ਨ ਰੇਖ ਅਦਿਸਟੁ ਅਗੋਚਰੁ ਗੁਰਮੁਖਿ ਅਲਖੁ ਲਖਾਇਆ ॥
ସେହି ପ୍ରଭୁଙ୍କ କିଛି ନିର୍ଦ୍ଦିଷ୍ଟ ରୂପ ନାହିଁ, କୌଣସି ଚକ୍ର-ଚିହ୍ନ ବର୍ଣ୍ଣନା କରାଯାଇପାରିବ ନାହିଁ। ସେହି ପ୍ରଭୁ (ଏହି ଆଖିରେ ) ଦେଖାଯାନ୍ତି ନାହିଁ, ସେ ଜ୍ଞାନ-ଇନ୍ଦ୍ରିୟର ପହଞ୍ଚରୁ ଉର୍ଦ୍ଧ୍ଵରେ, ଗୁରୁଙ୍କ ଦ୍ଵାରା ହିଁ ଏହା ବୁଝାପଡେ ଯେ ସେହି ପରମାତ୍ମାଙ୍କ ସ୍ୱରୂପ ବର୍ଣ୍ଣନା କରାଯାଇପାରିବ ନାହିଁ।

ਸਦਾ ਅਨੰਦਿ ਰਹੈ ਦਿਨੁ ਰਾਤੀ ਸਹਜੇ ਨਾਮਿ ਸਮਾਇ ਜੀਉ ॥
(ଯେଉଁ ମନୁଷ୍ୟ ଗୁରୁଙ୍କ ଶରଣ ପଡେ) ଦିନ-ରାତି ସବୁ ସମୟ ଆତ୍ମିକ ଆନନ୍ଦରେ ମଗ୍ନ ରହେ, ପରମାତ୍ମାଙ୍କ ନାମରେ ଲୀନ ରହେ।

ਤੂੰ ਆਦਿ ਪੁਰਖੁ ਅਪਰੰਪਰੁ ਕਰਤਾ ਤੇਰਾ ਪਾਰੁ ਨ ਪਾਇਆ ਜਾਇ ਜੀਉ ॥੨॥
ହେ ପ୍ରଭୁ! ତୁ ସାରା ଜଗତର ମୂଳ ଅଟେ ଆଉ ସର୍ବ-ବ୍ୟାପକ, ତୁ ଉର୍ଦ୍ଧ୍ଵରୁ ଉର୍ଦ୍ଧ୍ଵରେ ଆଉ ସବୁ ସୃଷ୍ଟିର ସୃଷ୍ଟିକର୍ତ୍ତା ଅଟେ। ତୋର ଅସ୍ତିତ୍ଵର ଅନ୍ୟ ରୂପ (କାହାକୁ) ମିଳିପାରିବ ନାହିଁ।

ਤੂੰ ਸਤਿ ਪਰਮੇਸਰੁ ਸਦਾ ਅਬਿਨਾਸੀ ਹਰਿ ਹਰਿ ਗੁਣੀ ਨਿਧਾਨੁ ਜੀਉ ॥
ହେ ପ୍ରଭୁ! ତୁ ସନାତନ, ସବୁଠାରୁ ବଡ, ତୁ କେବେ ମଧ୍ୟ ନାଶ ହେଉ ନାହୁଁ, ତୁ ସବୁ ଗୁଣର ଖଜଣା।

ਹਰਿ ਹਰਿ ਪ੍ਰਭੁ ਏਕੋ ਅਵਰੁ ਨ ਕੋਈ ਤੂੰ ਆਪੇ ਪੁਰਖੁ ਸੁਜਾਨੁ ਜੀਉ ॥
ହେ ହରି! ତୁ ହିଁ ଏକ ମାଲିକ ଅଟୁ, ତୋର ସମକକ୍ଷ ଆଉ କିଏ ନାହିଁ ତୁ ନିଜେ ସମସ୍ତଙ୍କ ଅନ୍ତରରେ ମହଜୁଦ ଅଛୁ, ତୁ ସ୍ଵୟଂ ହିଁ ସମସ୍ତଙ୍କ ହ୍ରୁଦୟକୁ ଜାଣିବାବାଲା ଅଟୁ।

ਪੁਰਖੁ ਸੁਜਾਨੁ ਤੂੰ ਪਰਧਾਨੁ ਤੁਧੁ ਜੇਵਡੁ ਅਵਰੁ ਨ ਕੋਈ ॥
ହେ ହରି! ତୁ ସବୁଠାରେ ବ୍ୟାପକ ଅଟୁ, ତୁ ସମସ୍ତଙ୍କୁ ଜାଣୁ, ତୁ ସବୁଠାରୁ ଶିରୋମଣି ଅଟୁ, ତୋ ଭଳି ଆଉ କିଏ ନାହିଁ।

ਤੇਰਾ ਸਬਦੁ ਸਭੁ ਤੂੰਹੈ ਵਰਤਹਿ ਤੂੰ ਆਪੇ ਕਰਹਿ ਸੁ ਹੋਈ ॥
ସବୁ ଜାଗାରେ ତୋର ହିଁ ଆଦେଶ ଚାଲିଛି, ସବୁ ଜାଗାରେ ତୁ ହିଁ ତୁ ମହଜୁଦ ଅଛୁ, ଜଗତରେ ତାହା ହୁଏ ଯାହା ତୁ ସ୍ଵୟଂ କରୁ।

ਹਰਿ ਸਭ ਮਹਿ ਰਵਿਆ ਏਕੋ ਸੋਈ ਗੁਰਮੁਖਿ ਲਖਿਆ ਹਰਿ ਨਾਮੁ ਜੀਉ ॥
ହେ ଭାଇ! ସାରା ସୃଷ୍ଟିରେ ଏକ ସେହି ପରମାତ୍ମା ହିଁ ଅଛନ୍ତି, ଗୁରୁଙ୍କ ଶରଣ ପଡି ସେହି ପରମାତ୍ମାଙ୍କୁ ବୁଝିବାକୁ ପଡେ।

ਤੂੰ ਸਤਿ ਪਰਮੇਸਰੁ ਸਦਾ ਅਬਿਨਾਸੀ ਹਰਿ ਹਰਿ ਗੁਣੀ ਨਿਧਾਨੁ ਜੀਉ ॥੩॥
ହେ ପ୍ରଭୁ! ତୁ ସନାତନ, ସବୁଠାରୁ ବଡ, ତୁ କେବେ ମଧ୍ୟ ନାଶ ହେଉ ନାହୁଁ, ତୁ ସବୁ ଗୁଣର ଖଜଣା॥3॥

ਸਭੁ ਤੂੰਹੈ ਕਰਤਾ ਸਭ ਤੇਰੀ ਵਡਿਆਈ ਜਿਉ ਭਾਵੈ ਤਿਵੈ ਚਲਾਇ ਜੀਉ ॥
ହେ କର୍ତ୍ତା! ସବୁ ଜାଗାରେ ତୁ ହିଁ ତୁ ଅଛୁ, ସାରା ସୃଷ୍ଟି ତୋର ହିଁ ତେଜ ପ୍ରତାପର ପ୍ରକାଶ ଅଟେ। ହେ କର୍ତ୍ତା! ତୋତେ ଯେପରି ଠିକ ଲାଗେ , ସେପରି ହିଁ( ନିଜ ଆଦେଶରେ) ଚଲା।

ਤੁਧੁ ਆਪੇ ਭਾਵੈ ਤਿਵੈ ਚਲਾਵਹਿ ਸਭ ਤੇਰੈ ਸਬਦਿ ਸਮਾਇ ਜੀਉ ॥
ହେ କର୍ତ୍ତା! ତୋତେ ନିଜକୁ ଯାହା ଭଲ ଲାଗେ ସେପରି ତୁ ସୃଷ୍ଟିର କାମରେ ଲାଗିଛୁ, ସାରା ଦୁନିଆ ତୋର ହିଁ ଆଦେଶ ଅନୁସାରେ ଚାଲୁଅଛି।

ਸਭ ਸਬਦਿ ਸਮਾਵੈ ਜਾਂ ਤੁਧੁ ਭਾਵੈ ਤੇਰੈ ਸਬਦਿ ਵਡਿਆਈ ॥
ସାରା ଦୁନିଆ ତୋର ହିଁ ଆଦେଶ ଅନୁସାରେ ଚାଲୁଅଛି, ଯେତେବେଳେ ତୋତେ ଠିକ ଲାଗୁଛି, ତୋର ଆଦେଶ ଅନୁସାରେ ହିଁ (ଜୀବଙ୍କ) ଆଦର, ମାନ ମିଳେ।

ਗੁਰਮੁਖਿ ਬੁਧਿ ਪਾਈਐ ਆਪੁ ਗਵਾਈਐ ਸਬਦੇ ਰਹਿਆ ਸਮਾਈ ॥
ହେ ଭାଇ! ଯଦି ଗୁରୁଙ୍କ ଶରଣ ପଡି ସଦବୁଦ୍ଧି ହାସଲ କରି ନିଅ, ଯଦି (ନିଜ ଅନ୍ତରରୁ) ଅହଂ-ଅହଂକାର ଦୂର କରିଦିଅ, ତାହାହେଲେ ଗୁରୁ ଶବ୍ଦର କୃପାରୁ ସେହି କର୍ତ୍ତା ସବୁ ଜାଗାରେ ବ୍ୟାପକ ଦେଖାଇଦିଅନ୍ତି।

ਤੇਰਾ ਸਬਦੁ ਅਗੋਚਰੁ ਗੁਰਮੁਖਿ ਪਾਈਐ ਨਾਨਕ ਨਾਮਿ ਸਮਾਇ ਜੀਉ ॥
ହେ ନାନକ! (କୁହ ହେ କର୍ତ୍ତା!) ତୋର ଆଦେଶ ଜୀବଙ୍କର ଜ୍ଞାନେନ୍ଦ୍ରିୟକୁ ପହଞ୍ଚରୁ ଉର୍ଦ୍ଧ୍ଵରେ (ତୋର ଆଦେଶ ଭାବ) ଗୁରୁଙ୍କ ଶରଣ ପଡିଲେ ପ୍ରାପ୍ତ ହୁଏ। (ଯେଉଁ ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ ସେ ତୋର) ନାମରେ ଲୀନ ହୋଇଯାଏ।

ਸਭੁ ਤੂੰਹੈ ਕਰਤਾ ਸਭ ਤੇਰੀ ਵਡਿਆਈ ਜਿਉ ਭਾਵੈ ਤਿਵੈ ਚਲਾਇ ਜੀਉ ॥੪॥੭॥੧੪॥
ହେ କର୍ତ୍ତା! ସବୁ ଜାଗାରେ ତୁ ହିଁ ତୁ ଅଛୁ, ସାରା ସୃଷ୍ଟି ତୋର ହିଁ ତେଜ ପ୍ରତାପର ପ୍ରକାଶ ଅଟେ। ହେ କର୍ତ୍ତା! ତୋତେ ଯେପରି ଠିକ ଲାଗେ , ସେପରି ହିଁ( ନିଜ ଆଦେଶରେ) ଚଲା। ॥4॥7॥4॥

ੴ ਸਤਿਗੁਰ ਪ੍ਰਸਾਦਿ ॥
ଅକାଳ-ପୁରୁଷ ଏକ ଆଉ ସଦଗୁରୁଙ୍କ କୃପାରୁ ମିଳେ।

ਆਸਾ ਮਹਲਾ ੪ ਛੰਤ ਘਰੁ ੪ ॥
ରାଗ ଆଶା , ଘର 4 ରେ ଗୁରୁ ରାମଦାସଙ୍କ ବାଣୀ ଛନ୍ତ।

ਹਰਿ ਅੰਮ੍ਰਿਤ ਭਿੰਨੇ ਲੋਇਣਾ ਮਨੁ ਪ੍ਰੇਮਿ ਰਤੰਨਾ ਰਾਮ ਰਾਜੇ ॥
ହେ ଭାଇ! ମୋର ଆଖି ଆତ୍ମିକ ଜୀବନ ଦେବାବାଲା ହରି-ନାମ-ଜଳruଆସି ଯାଇଅଛି , ମୋର ମନ ପ୍ରଭୁଙ୍କ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇଯାଇଛି।

ਮਨੁ ਰਾਮਿ ਕਸਵਟੀ ਲਾਇਆ ਕੰਚਨੁ ਸੋਵਿੰਨਾ ॥
ପରମାତ୍ମା ମୋର ମନକୁ (ନିଜ ନାମର) କଷଟିରେ ଘଷିଛନ୍ତି, ଆଉ ଏହା ଶୁଦ୍ଧ ସୁନା ବନିଯାଇଛି।

ਗੁਰਮੁਖਿ ਰੰਗਿ ਚਲੂਲਿਆ ਮੇਰਾ ਮਨੁ ਤਨੋ ਭਿੰਨਾ ॥
ଗୁରୁଙ୍କ ଶରଣ ପଡିଲେ ମୋର ମନ ପ୍ରଭୁଙ୍କ ପ୍ରେମ ରଙ୍ଗରେ ଗାଢ ଲାଲ ହୋଇଯାଇଛି, ମୋର ମନ ଓ ଶରୀର ପ୍ରଭୁଙ୍କ ପ୍ରେମରେ ପ୍ଳାବିତ ହୋଇଗଲା।