Guru Granth Sahib Translation Project

guru granth sahib odia page-439

Page 439

ਓਹੁ ਜੇਵ ਸਾਇਰ ਦੇਇ ਲਹਰੀ ਬਿਜੁਲ ਜਿਵੈ ਚਮਕਏ ॥ ସେହି ଫଳ ଏପରି ଅଟେ, ଯେପରି ସମୁଦ୍ରର ଲହଡି ଉତ୍ପନ୍ନ ହୋଇଥାଏ ଆଉ ବିଜୁଳି ଆଲୋକ ଭଳି ଅସ୍ଥାୟୀ ଅଟେ।
ਹਰਿ ਬਾਝੁ ਰਾਖਾ ਕੋਇ ਨਾਹੀ ਸੋਇ ਤੁਝਹਿ ਬਿਸਾਰਿਆ ॥ ହରିଙ୍କ ବିନା ଆଉ କେହି ରଖୁଆଳ ନାହାନ୍ତି ଆଉ ତାହାଙ୍କୁ ତୁମେ ଭୁଲି ଯାଇଛ।
ਸਚੁ ਕਹੈ ਨਾਨਕੁ ਚੇਤਿ ਰੇ ਮਨ ਮਰਹਿ ਹਰਣਾ ਕਾਲਿਆ ॥੧॥ ହେ କାଳ ମୃଗ ରୂପୀ ମନ! ନାନକ ତୋତେ ସତ୍ୟ କହନ୍ତି, ମୋର କଥା ମନେ ରଖ, ଭଗବାନଙ୍କୁ ସ୍ମରଣ କର, ତୁମର ମୃତ୍ୟୁ ଅଟଳ ଅଟେ ॥1॥
ਭਵਰਾ ਫੂਲਿ ਭਵੰਤਿਆ ਦੁਖੁ ਅਤਿ ਭਾਰੀ ਰਾਮ ॥ ହେ ଭଅଁର ରୂପୀ ମନ! ଯେପରି ସୁଗନ୍ଧ ନେବା ପାଇଁ ଫୁଲ ଉପରେ ଭଅଁରକୁ ବହୁତ ଦୁଃଖ ସହ୍ୟ କରିବାକୁ ପଡିଥାଏ, ସେହିପରି ଜଗତର ପଦାର୍ଥକୁ ଭୋଗ କରିବା ପାଇଁ ତୋତେ ବହୁତ ଦୁଃଖ ସହ୍ୟ କରିବାକୁ ପଡିବ।
ਮੈ ਗੁਰੁ ਪੂਛਿਆ ਆਪਣਾ ਸਾਚਾ ਬੀਚਾਰੀ ਰਾਮ ॥ ମୁଁ ନିଜ ଗୁରଙ୍କୁ ସତ୍ୟ ବିଷୟରେ ପଚାରିଛି,
ਬੀਚਾਰਿ ਸਤਿਗੁਰੁ ਮੁਝੈ ਪੂਛਿਆ ਭਵਰੁ ਬੇਲੀ ਰਾਤਓ ॥ ମୁଁ ଗୁରଙ୍କୁ ପଚାରିଛି ଯେ ଏହି ମନ-ଭଅଁର ଫୁଲ ପ୍ରତି ଆକର୍ଷିତ ହେଉଛି।
ਸੂਰਜੁ ਚੜਿਆ ਪਿੰਡੁ ਪੜਿਆ ਤੇਲੁ ਤਾਵਣਿ ਤਾਤਓ ॥ (ଗୁରୁ ମୋତେ ବତାଇଛନ୍ତି ଯେ) ଯେବେ ସୂର୍ଯ୍ୟ ଉଦୟ ହୋଇଥାଏ, ଅର୍ଥାତ ଜୀବନର ରାତ୍ରି ବିତିଯାଏ, ସେତେବେଳେ ଏହି ଶରୀର ମାଟି ବନିଯାଏ ଏବଂ ତାହାକୁ ସେହି ତେଲରେ ପକାଇ ଗରମ କରାଯାଏ।
ਜਮ ਮਗਿ ਬਾਧਾ ਖਾਹਿ ਚੋਟਾ ਸਬਦ ਬਿਨੁ ਬੇਤਾਲਿਆ ॥ ସେହି ଭଗବାନ୍ନ ନାମ ବିନା ବେତାଳ ହୋଇଥିବା ଜୀବ ଯମର ମାର୍ଗରେ ବନ୍ଧା ହୋଇ ବହୁତ ମାଡ ଖାଇଥାଏ।
ਸਚੁ ਕਹੈ ਨਾਨਕੁ ਚੇਤਿ ਰੇ ਮਨ ਮਰਹਿ ਭਵਰਾ ਕਾਲਿਆ ॥੨॥ ନାନକ ସତ୍ୟ କହନ୍ତି, ହେ ମନ ରୂପୀ କାଳ ଭଅଁର! ପ୍ରଭୁଙ୍କ ସ୍ମରଣ କର, ଅନ୍ୟଥା ମୃତ୍ୟୁ ହେବ॥2॥
ਮੇਰੇ ਜੀਅੜਿਆ ਪਰਦੇਸੀਆ ਕਿਤੁ ਪਵਹਿ ਜੰਜਾਲੇ ਰਾਮ ॥ ହେ ମୋର ପରଦେଶୀ ଜୀବାତ୍ମା! ତୁ ଏହି ଜଗତର ଜଞ୍ଜାଳରେ କାହିଁକି ଫସି ରହିଛୁ?
ਸਾਚਾ ਸਾਹਿਬੁ ਮਨਿ ਵਸੈ ਕੀ ਫਾਸਹਿ ਜਮ ਜਾਲੇ ਰਾਮ ॥ ଯେବେ ସଚ୍ଚା ମାଲିକ ତୋର ମନରେ ବାସ କରନ୍ତି, ତାହାହେଲେ ତୁ କାହିଁକି ଯମର ଜାଲରେ ଫସିବୁ?
ਮਛੁਲੀ ਵਿਛੁੰਨੀ ਨੈਣ ਰੁੰਨੀ ਜਾਲੁ ਬਧਿਕਿ ਪਾਇਆ ॥ ଯେବେ ଶିକାରୀ ଜାଲ ପକାଇ ଥାଏ ଆଉ ମାଛ ଜାଲରେ ଫସି ଜଳରୁ ବିଚ୍ଛେଦ ହୋଇଥାଏ, ସେତେବେଳେ କ୍ରନ୍ଦନ କରିଥାଏ।
ਸੰਸਾਰੁ ਮਾਇਆ ਮੋਹੁ ਮੀਠਾ ਅੰਤਿ ਭਰਮੁ ਚੁਕਾਇਆ ॥ ସଂସାରକୁ ମାୟାର ମୋହ ମିଠା ଲାଗିଥାଏ, ପରନ୍ତୁ ଶେଷରେ ଏହି ଭ୍ରମ ଦୂର ହୋଇଯାଏ।
ਭਗਤਿ ਕਰਿ ਚਿਤੁ ਲਾਇ ਹਰਿ ਸਿਉ ਛੋਡਿ ਮਨਹੁ ਅੰਦੇਸਿਆ ॥ ହେ ମୋର ଆତ୍ମା! ଚିତ୍ତ ଲଗାଇ ହରିଙ୍କ ଭକ୍ତି କର ଆଉ ନିଜ ମନର ଚିନ୍ତା ତ୍ୟାଗ କର।
ਸਚੁ ਕਹੈ ਨਾਨਕੁ ਚੇਤਿ ਰੇ ਮਨ ਜੀਅੜਿਆ ਪਰਦੇਸੀਆ ॥੩॥ ନାନକ ତୋତେ ସତ୍ୟ କହନ୍ତି- ହେ ମୋର ପରଦେଶୀ ଆତ୍ମା! ହେ ମନ! ମୋର କଥାକୁ ମନେ ରଖ ଆଉ ପରମାତ୍ମାଙ୍କ ଧ୍ୟାନ କର॥3॥
ਨਦੀਆ ਵਾਹ ਵਿਛੁੰਨਿਆ ਮੇਲਾ ਸੰਜੋਗੀ ਰਾਮ ॥ ନଦୀ ଠାରୁ ବେଚ୍ଛେଦ ହୋଇଥିବା ପ୍ରବାହର ମିଳନ ସଂଯୋଗରୁ ହୋଇଥାଏ।
ਜੁਗੁ ਜੁਗੁ ਮੀਠਾ ਵਿਸੁ ਭਰੇ ਕੋ ਜਾਣੈ ਜੋਗੀ ਰਾਮ ॥ ଯୁଗ ଯୁଗରେ ମାୟାର ମୋହ ଜୀବକୁ ମିଠା ଲାଗିଥାଏ, କିନ୍ତୁ ଏହି ମୋହ ବିକାରର ବିଷରେ ଭରି ରହିଛି, କେହି ବିରଳ ଯୋଗୀ ହିଁ ଏହି ତଥ୍ୟକୁ ବୁଝିଥାଏ।
ਕੋਈ ਸਹਜਿ ਜਾਣੈ ਹਰਿ ਪਛਾਣੈ ਸਤਿਗੁਰੂ ਜਿਨਿ ਚੇਤਿਆ ॥ ସଦଗୁରୁଙ୍କୁ ସ୍ମରଣ କରିଥିବା ବିରଳ ମନୁଷ୍ୟ ହିଁ ସ୍ଵାଭାବିକ ଅବସ୍ଥାକୁ ଜାଣିଥାଏ ଆଉ ଭଗବାନଙ୍କୁ ଚିହ୍ନି ଥାଏ।
ਬਿਨੁ ਨਾਮ ਹਰਿ ਕੇ ਭਰਮਿ ਭੂਲੇ ਪਚਹਿ ਮੁਗਧ ਅਚੇਤਿਆ ॥ ହରିଙ୍କ ନାମ ବିନା ବେଖାତିର, ମୂର୍ଖ ମନୁଷ୍ୟ ମାୟାର ଭ୍ରମରେ ପଥଭ୍ରଷ୍ଟ ହୋଇ ନଷ୍ଟ ହୋଇଯାଏ।
ਹਰਿ ਨਾਮੁ ਭਗਤਿ ਨ ਰਿਦੈ ਸਾਚਾ ਸੇ ਅੰਤਿ ਧਾਹੀ ਰੁੰਨਿਆ ॥ ଯେଉଁ ପ୍ରାଣୀ ହରିନାମ ସ୍ମରଣ କରେ ନାହିଁ, ଭଗବାନଙ୍କ ଭକ୍ତି କରେ ନାହିଁ, ନିଜ ହୃଦୟରେ ସତ୍ୟକୁ ସ୍ଥାପନ କରେ ନାହିଁ, ସେ ଶେଷରେ କ୍ରନ୍ଦନ କରିଥାଏ।
ਸਚੁ ਕਹੈ ਨਾਨਕੁ ਸਬਦਿ ਸਾਚੈ ਮੇਲਿ ਚਿਰੀ ਵਿਛੁੰਨਿਆ ॥੪॥੧॥੫॥ ନାନକ ସତ୍ୟ କହନ୍ତି ଯେ ଶବ୍ଦ ଦ୍ଵାରା ଚିରକାଳରୁ ବିଚ୍ଛେଦ ହୋଇଥିବା ପ୍ରାଣୀ ପ୍ରଭୁଙ୍କ ସାଥିରେ ମିଳନ ହୋଇଥାଏ॥4॥1॥5॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਆਸਾ ਮਹਲਾ ੩ ਛੰਤ ਘਰੁ ੧ ॥ ଆଶା ମହଲା 3 ଛନ୍ତ ଘର 1 ॥
ਹਮ ਘਰੇ ਸਾਚਾ ਸੋਹਿਲਾ ਸਾਚੈ ਸਬਦਿ ਸੁਹਾਇਆ ਰਾਮ ॥ ଆମର ହୃଦୟ ଘରେ ସତ୍ୟର ସ୍ତୁତିଗାନ ହେଉଛି ଆଉ ସଚ୍ଚା ଶବ୍ଦ ଦ୍ଵାରା ଆମ ହୃଦୟ ଘର ସୁନ୍ଦର ବନିଯାଇଛି।
ਧਨ ਪਿਰ ਮੇਲੁ ਭਇਆ ਪ੍ਰਭਿ ਆਪਿ ਮਿਲਾਇਆ ਰਾਮ ॥ ପତି-ପରମେଶ୍ଵରଙ୍କ ସହିତ ଜୀବ-ସ୍ତ୍ରୀର ମିଳନ ହୋଇଯାଇଛି ଆଉ ସେହି ପ୍ରଭୁ ସ୍ଵୟଂ ହିଁ ମିଳନ କରାଇଛନ୍ତି।
ਪ੍ਰਭਿ ਆਪਿ ਮਿਲਾਇਆ ਸਚੁ ਮੰਨਿ ਵਸਾਇਆ ਕਾਮਣਿ ਸਹਜੇ ਮਾਤੀ ॥ ଜୀବ-ସ୍ତ୍ରୀ ସ୍ଵାଭାବିକତା ସହିତ ମସ୍ତ ହେଉଛି, କାରଣ ସେ ନିଜ ମନରେ ସତ୍ୟ ସ୍ଥାପନ କରିଛି ଆଉ ପ୍ରଭୁ ତାହାକୁ ନିଜ ସାଥିରେ ମିଳନ କରାଇଛନ୍ତି।
ਗੁਰ ਸਬਦਿ ਸੀਗਾਰੀ ਸਚਿ ਸਵਾਰੀ ਸਦਾ ਰਾਵੇ ਰੰਗਿ ਰਾਤੀ ॥ ଗୁରୁଙ୍କ ଶବ୍ଦର ଶୃଙ୍ଗାର ସେହି ଜୀବ-ସ୍ତ୍ରୀ କରିଛି ଆଉ ସତ୍ୟ ତାହାକୁ ସୁନ୍ଦର ବନାଇଛି ଆଉ ପ୍ରେମ ସାଥିରେ ରଙ୍ଗୀନ କରି ସେ ସଦା ନିଜ ପ୍ରିୟତମ ସାଥିରେ ରମନ କରିଥାଏ।
ਆਪੁ ਗਵਾਏ ਹਰਿ ਵਰੁ ਪਾਏ ਤਾ ਹਰਿ ਰਸੁ ਮੰਨਿ ਵਸਾਇਆ ॥ ଯେବେ ନିଜ ଅହଂକାରକୁ ଦୂର କରି ସେ ହରିଙ୍କୁ ନିଜ ବର ରୂପରେ ପାଇଛି, ସେତେବେଳେ ହରି ରସ ତାହାର ହୃଦୟରେ ବାସ କରିଛି।
ਕਹੁ ਨਾਨਕ ਗੁਰ ਸਬਦਿ ਸਵਾਰੀ ਸਫਲਿਉ ਜਨਮੁ ਸਬਾਇਆ ॥੧॥ ହେ ନାନକ! ଯେଉଁ ଜୀବାତ୍ମା ଗୁରୁଙ୍କ ଶବ୍ଦ ଦ୍ଵାରା ସଫଳ ହୋଇଛି, ତାହାର ସଂପୂର୍ଣ୍ଣ ଜୀବନ ସଫଳ ହୋଇଯାଇଛି॥1॥
ਦੂਜੜੈ ਕਾਮਣਿ ਭਰਮਿ ਭੁਲੀ ਹਰਿ ਵਰੁ ਨ ਪਾਏ ਰਾਮ ॥ ଯେଉଁ ଜୀବ-ସ୍ତ୍ରୀ ଦୈତ୍ୟଭାବ ଏବଂ ଅହଂରେ କୁମାର୍ଗଗାମୀ ହୋଇଯାଏ, ନିଜ ବର ରୂପରେ ତାହାକୁ ହରି ପ୍ରାପ୍ତ ହୁଅନ୍ତି ନାହିଁ।
ਕਾਮਣਿ ਗੁਣੁ ਨਾਹੀ ਬਿਰਥਾ ਜਨਮੁ ਗਵਾਏ ਰਾਮ ॥ ଯେଉଁ ଜୀବ-ସ୍ତ୍ରୀ ଠାରେ କୌଣସି ଗୁଣ ମଧ୍ୟ ବିଦ୍ୟମାନ ନାହିଁ, ସେ ନିଜ ଜନ୍ମ ବ୍ୟର୍ଥରେ ହିଁ ହରାଇ ଦିଏ।
ਬਿਰਥਾ ਜਨਮੁ ਗਵਾਏ ਮਨਮੁਖਿ ਇਆਣੀ ਅਉਗਣਵੰਤੀ ਝੂਰੇ ॥ ସ୍ଵେଚ୍ଛାଚାରିଣୀ ମୂର୍ଖ ଏବଂ ଅବଗୁଣୀ ନାରୀ ନିଜ ଜନ୍ମ ବ୍ୟର୍ଥରେ ହରାଇ ଦିଏ ଆଉ ଶେଷରେ ଅବଗୁଣରେ ଭରି ରହିଥିବା କାରଣରୁ ପୀଡିତ ରହିଥାଏ।
ਆਪਣਾ ਸਤਿਗੁਰੁ ਸੇਵਿ ਸਦਾ ਸੁਖੁ ਪਾਇਆ ਤਾ ਪਿਰੁ ਮਿਲਿਆ ਹਦੂਰੇ ॥ ଯେବେ ଜୀବ-ସ୍ତ୍ରୀ ନିଜ ସଦଗୁରୁଙ୍କ ସେବା କରିଥାଏ, ସେତେବେଳେ ତାହାକୁ ସୁଖ ପ୍ରାପ୍ତ ହୋଇଥାଏ ଆଉ ସେତେବେଳେ ତାହାର ପ୍ରିୟତମ ତାହାକୁ ମିଳିଯାଏ।
ਦੇਖਿ ਪਿਰੁ ਵਿਗਸੀ ਅੰਦਰਹੁ ਸਰਸੀ ਸਚੈ ਸਬਦਿ ਸੁਭਾਏ ॥ ନିଜ ପତି-ପ୍ରଭୁଙ୍କୁ ଦେଖି ସେ ଫୁଲ ପରି ଖୁସି ହୋଇଯାଏ ଆଉ ସଚ୍ଚା ଶବ୍ଦ ଦ୍ଵାରା ତାହାର ହୃଦୟ ସ୍ଵାଭାବିକ ଭାବରେ ଆନନ୍ଦରେ ଭରପୁର ହୋଇଯାଏ।
ਨਾਨਕ ਵਿਣੁ ਨਾਵੈ ਕਾਮਣਿ ਭਰਮਿ ਭੁਲਾਣੀ ਮਿਲਿ ਪ੍ਰੀਤਮ ਸੁਖੁ ਪਾਏ ॥੨॥ ହେ ନାନକ! ନାମ ବିନା ଜୀବ-ସ୍ତ୍ରୀ କାମିନୀ ଭ୍ରମରେ ପଡି ପଥଭ୍ରଷ୍ଟ ରହିଥାଏ ଆଉ ତା’ପରେ ନିଜ ପ୍ରିୟତମ ସହିତ ମିଶି ସୁଖ ପ୍ରାପ୍ତ କରିଥାଏ॥2॥


© 2017 SGGS ONLINE
Scroll to Top