Guru Granth Sahib Translation Project

guru granth sahib odia page-440

Page 440

ਪਿਰੁ ਸੰਗਿ ਕਾਮਣਿ ਜਾਣਿਆ ਗੁਰਿ ਮੇਲਿ ਮਿਲਾਈ ਰਾਮ ॥ ଗୁରୁ ଯେଉଁ ଜୀବ-ସ୍ତ୍ରୀକୁ ନିଜ ସଙ୍ଗତିରେ ମିଳନ କରାଇ ପ୍ରଭୁଙ୍କ ସହିତ ମିଳନ କରାଇଛନ୍ତି, ସେ ଜାଣି ଦେଇଛି ଯେ ତାହାର ପତି-ପ୍ରଭୁ ତାହାର ସାଥିରେ ହିଁ ରହିଥାନ୍ତି।
ਅੰਤਰਿ ਸਬਦਿ ਮਿਲੀ ਸਹਜੇ ਤਪਤਿ ਬੁਝਾਈ ਰਾਮ ॥ ସେ ଶବ୍ଦ ଦ୍ଵାରା ଅନ୍ତରରେ ହିଁ ପ୍ରଭୁଙ୍କ ସହିତ ମିଶିଥାଏ ଆଉ ତାହାର ତୃଷ୍ଣାର ଅଗ୍ନି ସ୍ଵାଭାବିକ ଭାବରେ ମେଣ୍ଟିଯାଏ।
ਸਬਦਿ ਤਪਤਿ ਬੁਝਾਈ ਅੰਤਰਿ ਸਾਂਤਿ ਆਈ ਸਹਜੇ ਹਰਿ ਰਸੁ ਚਾਖਿਆ ॥ ଶବ୍ଦ ଦ୍ଵାରା ତାହାର ଜ୍ଵଳନ ଦୂର ହୋଇଯାଇଛି, ଏବେ ତାହାର ଅନ୍ତରାତ୍ମାରେ ଶାନ୍ତି ଆସି ଯାଇଛି ଆଉ ସେ ସ୍ଵାଭାବିକ ଭାବରେ ହିଁ ହରି ରସକୁ ଚାଖି ଦେଇଛି।
ਮਿਲਿ ਪ੍ਰੀਤਮ ਅਪਣੇ ਸਦਾ ਰੰਗੁ ਮਾਣੇ ਸਚੈ ਸਬਦਿ ਸੁਭਾਖਿਆ ॥ ନିଜ ପ୍ରିୟତମଙ୍କ ସହିତ ମିଶି ସେ ସଦା ତାହାଙ୍କ ପ୍ରେମର ଆନନ୍ଦ ପ୍ରାପ୍ତ କରିଥାଏ ଆଉ ସଚ୍ଚା ଶବ୍ଦ ଦ୍ଵାରା ସୁନ୍ଦର ବାଣୀ ବୋଲିଥାଏ।
ਪੜਿ ਪੜਿ ਪੰਡਿਤ ਮੋਨੀ ਥਾਕੇ ਭੇਖੀ ਮੁਕਤਿ ਨ ਪਾਈ ॥ ପଣ୍ଡିତ ପଢି ପଢି ଆଉ ମୌନ ଧାରଣ କରିଥିବା ଋଷି-ମୁନି ସମାଧି ଲଗାଇ ଥକି ଯାଇଛନ୍ତି, ଧାର୍ମିକ ବେଶ ଧାରଣ କରିଥିବା ସାଧୁ ମୁକ୍ତି ପ୍ରାପ୍ତ କରି ନାହିଁ।
ਨਾਨਕ ਬਿਨੁ ਭਗਤੀ ਜਗੁ ਬਉਰਾਨਾ ਸਚੈ ਸਬਦਿ ਮਿਲਾਈ ॥੩॥ ହେ ନାନକ! ପ୍ରଭୁ-ଭକ୍ତି ବିନା ଦୁନିଆ ବାଉଳା ହୋଇଯାଇଛି, କିନ୍ତୁ, ସଚ୍ଚା ଶବ୍ଦ ଦ୍ଵାରା ଜୀବ-ସ୍ତ୍ରୀ ପ୍ରଭୁଙ୍କ ସହିତ ମିଳନ କରିଥାଏ॥3॥
ਸਾ ਧਨ ਮਨਿ ਅਨਦੁ ਭਇਆ ਹਰਿ ਜੀਉ ਮੇਲਿ ਪਿਆਰੇ ਰਾਮ ॥ ଯେଉଁ ଜୀବ-ସ୍ତ୍ରୀକୁ ହରି-ପ୍ରଭୁ ନିଜ ଚରଣରେ ଲୀନ କରାନ୍ତି, ତାହାର ମନରେ ଆନନ୍ଦ ଉତ୍ପନ୍ନ ହୋଇଯାଏ।
ਸਾ ਧਨ ਹਰਿ ਕੈ ਰਸਿ ਰਸੀ ਗੁਰ ਕੈ ਸਬਦਿ ਅਪਾਰੇ ਰਾਮ ॥ ଗୁରୁଙ୍କ ଅପାର ଶବ୍ଦ ଦ୍ଵାରା ଜୀବ-ସ୍ତ୍ରୀ ହରିରସରେ ଲୀନ ରହିଥାଏ।
ਸਬਦਿ ਅਪਾਰੇ ਮਿਲੇ ਪਿਆਰੇ ਸਦਾ ਗੁਣ ਸਾਰੇ ਮਨਿ ਵਸੇ ॥ ଗୁରୁଙ୍କ ଅପାର ଶବ୍ଦ ଦ୍ଵାରା ସେ ନିଜ ପ୍ରିୟ ପ୍ରଭୁଙ୍କ ସହିତ ମିଶିଯାଏ ଆଉ ସେ ତାହାଙ୍କ ଗୁଣକୁ ନିଜ ମନରେ ସଦା ସ୍ତୁତି କରିଥାଏ।
ਸੇਜ ਸੁਹਾਵੀ ਜਾ ਪਿਰਿ ਰਾਵੀ ਮਿਲਿ ਪ੍ਰੀਤਮ ਅਵਗਣ ਨਸੇ ॥ ଯେବେ ପ୍ରିୟତମ ପ୍ରଭୁ ତାହାକୁ ରମନ କରିଥାନ୍ତି, ସେତେବେଳେ ତାହାର ସେଜ ସୁନ୍ଦର ହୋଇଯାଏ ଆଉ ନିଜ ପ୍ରିୟତମଙ୍କ ସହିତ ମିଶି ସେହି ଜୀବ-ସ୍ତ୍ରୀର ଅବଗୁଣ ନାଶ ହୋଇଯାଏ।
ਜਿਤੁ ਘਰਿ ਨਾਮੁ ਹਰਿ ਸਦਾ ਧਿਆਈਐ ਸੋਹਿਲੜਾ ਜੁਗ ਚਾਰੇ ॥ ଯେଉଁ ହୃଦୟ ଘରେ ସଦା ହରିନାମର ସ୍ମରଣ ହୋଇଥାଏ ସେଠାରେ ସେ ଚାରି ଯୁଗର ମଙ୍ଗଲ ଗୀତ ଗାନ କରିଥାଏ।
ਨਾਨਕ ਨਾਮਿ ਰਤੇ ਸਦਾ ਅਨਦੁ ਹੈ ਹਰਿ ਮਿਲਿਆ ਕਾਰਜ ਸਾਰੇ ॥੪॥੧॥੬॥ ହେ ନାନକ! ପ୍ରଭୁ ନାମରେ ଅନୁରକ୍ତ ହେବା ଦ୍ଵାରା ଜୀବ ସଦା ଆନନ୍ଦରେ ରହିଥାଏ, ହରିପ୍ରଭୁଙ୍କୁ ମିଳନ କରିବା ଦ୍ଵାରା ତାହାର ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ॥4॥1॥6॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਆਸਾ ਮਹਲਾ ੩ ਛੰਤ ਘਰੁ ੩ ॥ ଆଶା ମହଲା 3 ଛନ୍ତ ଘର 3 ॥
ਸਾਜਨ ਮੇਰੇ ਪ੍ਰੀਤਮਹੁ ਤੁਮ ਸਹ ਕੀ ਭਗਤਿ ਕਰੇਹੋ ॥ ହେ ମୋର ପ୍ରିୟ ସଜ୍ଜନ! ତୁମେ ଭଗବାନଙ୍କ ଭକ୍ତି କର।
ਗੁਰੁ ਸੇਵਹੁ ਸਦਾ ਆਪਣਾ ਨਾਮੁ ਪਦਾਰਥੁ ਲੇਹੋ ॥ ସର୍ବଦା ନିଜ ଗୁରୁଙ୍କ ଶ୍ରଦ୍ଧା ପୂର୍ବକ ସେବା କର ଏବଂ ତାହାଙ୍କ ଠାରୁ ନାମର ଧନ ପ୍ରାପ୍ତ କର।
ਭਗਤਿ ਕਰਹੁ ਤੁਮ ਸਹੈ ਕੇਰੀ ਜੋ ਸਹ ਪਿਆਰੇ ਭਾਵਏ ॥ ତୁମେ ନିଜ ଭଗବାନଙ୍କ ଏପରି ଭକ୍ତି କର, ଯେଉଁ ଭକ୍ତି ପ୍ରଭୁଙ୍କୁ ଭଲ ଲାଗିଥାଏ।
ਆਪਣਾ ਭਾਣਾ ਤੁਮ ਕਰਹੁ ਤਾ ਫਿਰਿ ਸਹ ਖੁਸੀ ਨ ਆਵਏ ॥ ଯଦି ତୁମେ ନିଜ ଇଚ୍ଛାରେ ଚାଲିବ, ତାହାହେଲେ ପ୍ରଭୁ ତୁମ ଉପରେ ଖୁସି ହେବେ ନାହିଁ।
ਭਗਤਿ ਭਾਵ ਇਹੁ ਮਾਰਗੁ ਬਿਖੜਾ ਗੁਰ ਦੁਆਰੈ ਕੋ ਪਾਵਏ ॥ ଏହି ଭକ୍ତି ଭାବର ମାର୍ଗ ବହୁତ କଠିନ ଅଟେ, କିନ୍ତୁ ଗୁରୁଙ୍କ ଦ୍ଵାରକୁ ଆସି କେହି ବିରଳ ହିଁ ଏହା ପାଇଥାନ୍ତି।
ਕਹੈ ਨਾਨਕੁ ਜਿਸੁ ਕਰੇ ਕਿਰਪਾ ਸੋ ਹਰਿ ਭਗਤੀ ਚਿਤੁ ਲਾਵਏ ॥੧॥ ହେ ନାନକ! ଯେଉଁ ମନୁଷ୍ୟ ଉପରେ ପ୍ରଭୁ କୃପା କରିଥାନ୍ତି, ସେ ହରିଙ୍କ ଭକ୍ତିକୁ ନିଜ ଚିତ୍ତରେ ଲଗାଇ ଥାଏ ॥1॥
ਮੇਰੇ ਮਨ ਬੈਰਾਗੀਆ ਤੂੰ ਬੈਰਾਗੁ ਕਰਿ ਕਿਸੁ ਦਿਖਾਵਹਿ ॥ ହେ ମୋର ବୈରାଗୀ ମନ! ତୁମେ ବୈରାଗୀ ହୋଇ କାହାକୁ ଦେଖୁଛ?
ਹਰਿ ਸੋਹਿਲਾ ਤਿਨ੍ਹ੍ਹ ਸਦ ਸਦਾ ਜੋ ਹਰਿ ਗੁਣ ਗਾਵਹਿ ॥ ଯେଉଁ ମନୁଷ୍ୟ ହରିଙ୍କ ଗୁଣଗାନ କରିଥାଏ, ସେ ସର୍ବଦା ହରିଙ୍କ ପ୍ରସନ୍ନତାରେ ରହିଥାଏ।
ਕਰਿ ਬੈਰਾਗੁ ਤੂੰ ਛੋਡਿ ਪਾਖੰਡੁ ਸੋ ਸਹੁ ਸਭੁ ਕਿਛੁ ਜਾਣਏ ॥ ଏଥିପାଇଁ ତୁ ପ୍ରବଞ୍ଚନା ଛାଡି ବୈରାଗ୍ୟ ଧାରଣ କର, କାରଣ ପ୍ରଭୁ ସବୁ କିଛି ଜାଣିଥାନ୍ତି।
ਜਲਿ ਥਲਿ ਮਹੀਅਲਿ ਏਕੋ ਸੋਈ ਗੁਰਮੁਖਿ ਹੁਕਮੁ ਪਛਾਣਏ ॥ ଏକ ଇଶ୍ଵର ହିଁ ଜଳ, ସ୍ଥଳ, ପୃଥିବୀ ଏବଂ ଗଗନରେ ସର୍ବତ୍ର ବାସ କରିଛନ୍ତି, ଗୁରୁମୁଖୀ ମନୁଷ୍ୟ ପ୍ରଭୁଙ୍କ ହୁକୁମକୁ ଜାଣିଥାଏ।
ਜਿਨਿ ਹੁਕਮੁ ਪਛਾਤਾ ਹਰੀ ਕੇਰਾ ਸੋਈ ਸਰਬ ਸੁਖ ਪਾਵਏ ॥ ଯେଉଁ ବ୍ୟକ୍ତି ପ୍ରଭୁଙ୍କ ହୁକୁମକୁ ଜାଣିଥାଏ, ସେ ସର୍ବ ସୁଖ ପ୍ରାପ୍ତ କରିଥାଏ।
ਇਵ ਕਹੈ ਨਾਨਕੁ ਸੋ ਬੈਰਾਗੀ ਅਨਦਿਨੁ ਹਰਿ ਲਿਵ ਲਾਵਏ ॥੨॥ ନାନକ ଏହିପରି କହନ୍ତି ଯେ ବାସ୍ତବରେ ବୈରାଗୀ ସିଏ ଅଟେ, ଯିଏ ରାତି ଦିନ ହରିଙ୍କ ଲଗ୍ନରେ ଲୀନ ହୋଇଥାଏ॥2॥
ਜਹ ਜਹ ਮਨ ਤੂੰ ਧਾਵਦਾ ਤਹ ਤਹ ਹਰਿ ਤੇਰੈ ਨਾਲੇ ॥ ହେ ମୋର ମନ! ତୁ ଯେଉଁ ଆଡେ ଯାଉ, ସେଠାରେ ହରି ତୋର ସାଥିରେ ଅଛନ୍ତି।
ਮਨ ਸਿਆਣਪ ਛੋਡੀਐ ਗੁਰ ਕਾ ਸਬਦੁ ਸਮਾਲੇ ॥ ହେ ମୋର ମନ! ତୁ ନିଜ ଚତୁରତା ଛାଡ ଆଉ ଗୁରୁଙ୍କ ଶବ୍ଦର ମନନ କର।
ਸਾਥਿ ਤੇਰੈ ਸੋ ਸਹੁ ਸਦਾ ਹੈ ਇਕੁ ਖਿਨੁ ਹਰਿ ਨਾਮੁ ਸਮਾਲਹੇ ॥ ସେହି ମାଲିକ ପ୍ରଭୁ ସଦା ତୋର ସାଥିରେ ଅଛନ୍ତି, ଏଥିପାଇଁ ତୁ ଏକ କ୍ଷଣ ପାଇଁ ହରିଙ୍କ ନାମ ସ୍ମରଣ କର।
ਜਨਮ ਜਨਮ ਕੇ ਤੇਰੇ ਪਾਪ ਕਟੇ ਅੰਤਿ ਪਰਮ ਪਦੁ ਪਾਵਹੇ ॥ ତୋର ଜନ୍ମ-ଜନ୍ମାନ୍ତରର ପାପ ଦୂର ହୋଇଯିବ ଆଉ ଅନ୍ତତଃ ପରମଗତି ପ୍ରାପ୍ତ ହୋଇଯିବ।
ਸਾਚੇ ਨਾਲਿ ਤੇਰਾ ਗੰਢੁ ਲਾਗੈ ਗੁਰਮੁਖਿ ਸਦਾ ਸਮਾਲੇ ॥ ଗୁରୁମୁଖୀ ବନି ସର୍ବଦା ହିଁ ତାହାଙ୍କ ସ୍ମରଣ କର, ଏହିପରି ସଚ୍ଚା ପ୍ରଭୁଙ୍କ ସହିତ ତୋର ଅତୁଟ ପ୍ରେମ ବନିଯିବ।
ਇਉ ਕਹੈ ਨਾਨਕੁ ਜਹ ਮਨ ਤੂੰ ਧਾਵਦਾ ਤਹ ਹਰਿ ਤੇਰੈ ਸਦਾ ਨਾਲੇ ॥੩॥ ନାନକ ଏହିପରି କହନ୍ତି ଯେ ହେ ମୋର ମନ! ତୁ ଯେଉଁ ଆଡେ ଯାଉ, ସେଠାରେ ହରି ତୋର ସାଥିରେ ଅଛନ୍ତି।
ਸਤਿਗੁਰ ਮਿਲਿਐ ਧਾਵਤੁ ਥੰਮ੍ਹ੍ਹਿਆ ਨਿਜ ਘਰਿ ਵਸਿਆ ਆਏ ॥ ଯଦି ସଚ୍ଚା ଗୁରୁ ମିଳିଯାନ୍ତି, ତାହାହେଲେ ମୋହ ମାୟା ଆଡକୁ ଦଉଡୁଥିବା ମନ ଅଟକି ଯାଏ ଆଉ ନିଜ ସଚ୍ଚା ଘର ପ୍ରଭୁଙ୍କ ଚରଣରେ ରହିଥାଏ।
ਨਾਮੁ ਵਿਹਾਝੇ ਨਾਮੁ ਲਏ ਨਾਮਿ ਰਹੇ ਸਮਾਏ ॥ ସେତେବେଳେ ସେ ଏହି ନାମକୁ କ୍ରୟ କରିଥାଏ, ନାମର ଜପ କରିଥାଏ ଆଉ ନାମରେ ହିଁ ରହିଥାଏ।


© 2025 SGGS ONLINE
error: Content is protected !!
Scroll to Top