Guru Granth Sahib Translation Project

guru granth sahib odia page-3

Page 3

ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ॥੯॥ ପରମାତ୍ମାଙ୍କ ନାମ ଶୁଣିବା ଦ୍ଵାରା ସମସ୍ତ ଦୁଃଖ ଓ ଦୁଷ୍କର୍ମ ନାଶ ହୋଇଯାଏ ॥1॥
ਸੁਣਿਐ ਸਤੁ ਸੰਤੋਖੁ ਗਿਆਨੁ ॥ ନାମ ଶୁଣିବା ଦ୍ଵାରା ମନୁଷ୍ୟକୁ ସତ୍ୟ, ସନ୍ତୋଷ ଓ ଜ୍ଞାନ ଭଳି ମୂଳ ଧର୍ମ ପ୍ରାପ୍ତି ହୋଇଥାଏ।
ਸੁਣਿਐ ਅਠਸਠਿ ਕਾ ਇਸਨਾਨੁ ॥ ନାମ ଶୁଣିବା ଦ୍ଵାରା ସମସ୍ତ ତୀର୍ଥରେ ଶ୍ରେଷ୍ଠ ଅଠଷଠି ତୀର୍ଥର ସ୍ନାନର ଫଳ ପ୍ରାପ୍ତ ହୋଇଯାଏ।
ਸੁਣਿਐ ਪੜਿ ਪੜਿ ਪਾਵਹਿ ਮਾਨੁ ॥ ନିରଙ୍କାରଙ୍କ ନାମ ଶୁଣିବା ପରେ ମନୁଷ୍ୟକୁ ତାଙ୍କରି ଦରବାରରେ ସମ୍ମାନ ପ୍ରାପ୍ତ ହୋଇଥାଏ।
ਸੁਣਿਐ ਲਾਗੈ ਸਹਜਿ ਧਿਆਨੁ ॥ ନାମ ଶୁଣିବା ଦ୍ଵାରା ପରମାତ୍ମାଙ୍କ ଠାରେ ଲୀନ ହୋଇଯାଆନ୍ତି, କାରଣ ଏଥିଦ୍ବାରା ଆତ୍ମିକ ଶୁଦ୍ଧି ହୋଇ ଜ୍ଞାନ ପ୍ରାପ୍ତ ହୋଇଥାଏ।
ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥ ହେ ନାନକ! ପ୍ରଭୁଙ୍କ ଭକ୍ତକୁ ସର୍ବଦା ଆତ୍ମିକ ଆନନ୍ଦ ପ୍ରକାଶ ରହିଥାଏ।
ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੧੦॥ ପରମାତ୍ମାଙ୍କ ନାମ ଶୁଣିବା ଦ୍ଵାରା ସମସ୍ତ ଦୁଃଖ ଓ ଦୁଷ୍କର୍ମ ନାଶ ହୋଇଯାଏ॥10॥
ਸੁਣਿਐ ਸਰਾ ਗੁਣਾ ਕੇ ਗਾਹ ॥ ନାମ ଶୁଣିବା ଦ୍ଵାରା ଗୁଣର ସାଗର ଶ୍ରୀ ହରି ଠାରେ ଲୀନ ହୋଇଯାଇପାରିବ।
ਸੁਣਿਐ ਸੇਖ ਪੀਰ ਪਾਤਿਸਾਹ ॥ ନାମ-ଶ୍ରବଣର ପ୍ରଭାବ ଦ୍ଵାରା ହିଁ ଶେଖ, ଧର୍ମ ପ୍ରଚାରକ ଆଉ ବାଦଶାହ ନିଜ ପଦରେ ଶୋଭା ପାଉଛନ୍ତି।
ਸੁਣਿਐ ਅੰਧੇ ਪਾਵਹਿ ਰਾਹੁ ॥ ଅଜ୍ଞାନ ମନୁଷ୍ୟ ପ୍ରଭୁ-ଭକ୍ତିର ମାର୍ଗ ନାମ-ଶ୍ରବଣ କରିବା ଦ୍ଵାରା ହିଁ ପ୍ରାପ୍ତ କରିପାରେ।
ਸੁਣਿਐ ਹਾਥ ਹੋਵੈ ਅਸਗਾਹੁ ॥ ଏହି ଭବ ସାଗରର ଅଥଳ ଗଭୀରତା ଜାଣିପାରିବା ମଧ୍ୟ ନାମ-ଶ୍ରବଣ ଶକ୍ତି ଦ୍ଵାରା ସମ୍ଭବ ହୋଇପାରେ।
ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥ ହେ ନାନକ! ସତ୍ ପୁରୁଷଙ୍କ ଅନ୍ତରରେ ସର୍ବଦା ଆନନ୍ଦ ପ୍ରକାଶ ରହିଥାଏ।
ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੧੧॥ ପରମାତ୍ମାଙ୍କ ନାମ ଶୁଣିବା ଦ୍ଵାରା ସମସ୍ତ ଦୁଃଖ ଓ ଦୁଷ୍କର୍ମ ନାଶ ହୋଇଯାଏ। ॥11॥
ਮੰਨੇ ਕੀ ਗਤਿ ਕਹੀ ਨ ਜਾਇ ॥ ଏହି ଅକାଳ ପୁରୁଷଙ୍କ ନାମ ଶୁଣିବା ପରେ ତାହାକୁ ମାନିବା ବାଲା ଅର୍ଥାତ ତାହାକୁ ନିଜ ହୃଦୟରେ ବସାଇଥିବା ମନୁଷ୍ୟର ଅବସ୍ଥା କଥା କୁହାଯାଇପାରିବ ନାହିଁ।
ਜੇ ਕੋ ਕਹੈ ਪਿਛੈ ਪਛੁਤਾਇ ॥ ଯିଏ ବି ଏହି ଅବସ୍ଥା ବର୍ଣ୍ଣନା କରିଥାଏ , ପରେ ପଶ୍ଚାତାପ କରିଥାଏ।
ਕਾਗਦਿ ਕਲਮ ਨ ਲਿਖਣਹਾਰੁ ॥ ଏହି ଅବସ୍ଥାକୁ ଯଦି ଲେଖାଯାଏ ମଧ୍ୟ , ଏଥିପାଇଁ ନା କାଗଜ, ନା କଲମ , ନା ଲେଖିବା ବାଲା ଜିଜ୍ଞାସୁ,
ਮੰਨੇ ਕਾ ਬਹਿ ਕਰਨਿ ਵੀਚਾਰੁ ॥ ଯିଏ ୱାହିଗୁରୁଙ୍କ ଠାରେ ଲୀନ ହେବା ବିଚାର କରିପାରେ,
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ ପରମାତ୍ମାଙ୍କ ନାମ ସର୍ବଶ୍ରେଷ୍ଠ ଓ ମାୟାତୀତ ଅଟେ।
ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੨॥ ଯଦି କିଏ ତାହାଙ୍କୁ ନିଜ ହୃଦୟରେ ବସାଇ ତାହାଙ୍କ ଚିନ୍ତନ କରେ ॥12॥
ਮੰਨੈ ਸੁਰਤਿ ਹੋਵੈ ਮਨਿ ਬੁਧਿ ॥ ପରମାତ୍ମାଙ୍କ ନାମ ଶୁଣି ତାହାଙ୍କ ଚିନ୍ତନ କରିବା ଦ୍ଵାରା ମନ ଆଉ ବୁଦ୍ଧିରେ ଉତ୍ତମ ପ୍ରୀତି ଜାତ ହୋଇଯାଏ।
ਮੰਨੈ ਸਗਲ ਭਵਣ ਕੀ ਸੁਧਿ ॥ ଚିନ୍ତନ କରିବା ଦ୍ଵାରା ସଂପୂର୍ଣ୍ଣ ସୃଷ୍ଟିର ଜ୍ଞାନ ବୋଧ ହୋଇଯାଏ।
ਮੰਨੈ ਮੁਹਿ ਚੋਟਾ ਨਾ ਖਾਇ ॥ ଚିନ୍ତନ କରୁଥିବା ମନୁଷ୍ୟ କେବେ ସାଂସାରିକ କଷ୍ଟ ଅଥବା ପରଲୋକରେ ଯମର ଦଣ୍ଡ ଭୋଗ କରେ ନାହିଁ।
ਮੰਨੈ ਜਮ ਕੈ ਸਾਥਿ ਨ ਜਾਇ ॥ ଚିନ୍ତନଶୀଳ ମନୁଷ୍ୟ ଅନ୍ତକାଳରେ ଯମ ସହିତ ନର୍କକୁ ଯାଏ ନାହିଁ, ବରଂ ଦେବଗଣ ସାଥିରେ ସ୍ଵର୍ଗ-ଲୋକକୁ ଯାଏ।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ ପରମାତ୍ମାଙ୍କ ନାମ ବହୁତ ହିଁ ଶ୍ରେଷ୍ଠ ଏବଂ ମାୟାତୀତ ଅଟେ।
ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੩॥ ଯଦି କିଏ ତାହାଙ୍କୁ ନିଜ ହୃଦୟରେ ଲୀନ କରି ତାହାଙ୍କ ଚିନ୍ତନ କରେ॥13॥
ਮੰਨੈ ਮਾਰਗਿ ਠਾਕ ਨ ਪਾਇ ॥ ନିରଙ୍କାରଙ୍କ ନାମ ଚିନ୍ତନ କରୁଥିବା ମାନବ ଜୀବର ମାର୍ଗରେ କୌଣସି ପ୍ରକାର କିଛି ବାଧା ଆସେ ନାହିଁ।
ਮੰਨੈ ਪਤਿ ਸਿਉ ਪਰਗਟੁ ਜਾਇ ॥ ଚିନ୍ତନଶୀଳ ମନୁଷ୍ୟ ସଂସାରରେ ଶୋଭାର ପାତ୍ର ହୋଇଥାଏ।
ਮੰਨੈ ਮਗੁ ਨ ਚਲੈ ਪੰਥੁ ॥ ଏପରି ବ୍ୟକ୍ତିତ୍ଵ ଦ୍ଵିଧାପୂର୍ଣ୍ଣ ମାର୍ଗ ଅଥବା ସାମ୍ପ୍ରଦାୟିକତାକୁ ଛାଡି ଧର୍ମ-ପଥରେ ଚାଲେ।
ਮੰਨੈ ਧਰਮ ਸੇਤੀ ਸਨਬੰਧੁ ॥ ଚିନ୍ତନଶୀଳର ଧର୍ମ-କାର୍ଯ୍ୟରେ ସତ୍ ସମ୍ବନ୍ଧ ହୋଇଥାଏ।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ ପରମାତ୍ମାଙ୍କ ନାମ ବହୁତ ହିଁ ଶ୍ରେଷ୍ଠ ଓ ମାୟାତୀତ ହୋଇଥାଏ।
ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੪॥ ଯଦି କିଏ ତାହାଙ୍କୁ ନିଜ ହୃଦୟରେ ଲୀନ କରି ତାହାଙ୍କୁ ଚିନ୍ତନ କରେ ॥14॥
ਮੰਨੈ ਪਾਵਹਿ ਮੋਖੁ ਦੁਆਰੁ ॥ ପ୍ରଭୁଙ୍କ ନାମ ଚିନ୍ତନ କରୁଥିବା ମନୁଷ୍ୟ ମୋକ୍ଷ ଦ୍ଵାର ପ୍ରାପ୍ତ କରିନିଏ।
ਮੰਨੈ ਪਰਵਾਰੈ ਸਾਧਾਰੁ ॥ ଚିନ୍ତନ କରୁଥିବା ନିଜର ସମସ୍ତ ପରିଜନଙ୍କୁ ମଧ୍ୟ ସେହି ନାମର ଆଶ୍ରୟ ଦେଇଥାଏ।
ਮੰਨੈ ਤਰੈ ਤਾਰੇ ਗੁਰੁ ਸਿਖ ॥ ଚିନ୍ତନଶୀଳ ଗୁରୁଶିଖ ସ୍ଵୟଂ ଏହି ଭବ-ସାଗରକୁ ପାର କରିଥାଏ, ତଥା ଅନ୍ୟ ସଙ୍ଗକୁ ମଧ୍ୟ ପାର କରାଏ।
ਮੰਨੈ ਨਾਨਕ ਭਵਹਿ ਨ ਭਿਖ ॥ ଚିନ୍ତନ କରୁଥିବା ମାନବ ଜୀବ, ହେ ନାନକ! ଦ୍ଵାର ଦ୍ଵାର ଭିକ୍ଷା ବୃତ୍ତି କରେ ନାହିଁ।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ ପରମାତ୍ମାଙ୍କ ନାମ ବହୁତ ହିଁ ଶ୍ରେଷ୍ଠ ଓ ମାୟାତୀତ ଅଟେ।
ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੫॥ ଯଦି କିଏ ତାହାଙ୍କୁ ନିଜ ହୃଦୟରେ ଲୀନ କରି ତାହାଙ୍କୁ ଚିନ୍ତନ କରେ ॥15॥
ਪੰਚ ਪਰਵਾਣ ਪੰਚ ਪਰਧਾਨੁ ॥ ଯିଏ ପ୍ରଭୁ ନାମର ଚିନ୍ତନ କରିଛି ସେ ଶ୍ରେଷ୍ଠ ସନ୍ଥ ନିରଙ୍କାରଙ୍କ ଦ୍ଵାରରେ ସ୍ଵୀକୃତ ହୋଇଥାଏ, ସେ ହିଁ ସେଠାରେ ପ୍ରମୁଖ ହୋଇଥାଏ।
ਪੰਚੇ ਪਾਵਹਿ ਦਰਗਹਿ ਮਾਨੁ ॥ ଏପରି ଗୁରୁମୁଖ ପ୍ରିୟ ଅକାଳପୁରୁଷଙ୍କ ସଭାରେ ସମ୍ମାନ ପାଇଥାଏ।
ਪੰਚੇ ਸੋਹਹਿ ਦਰਿ ਰਾਜਾਨੁ ॥ ଏପରି ସଦପୁରୁଷ ରାଜ ଦରବାରରେ ଶୋଭାବାନ ହୋଇଥାଏ।
ਪੰਚਾ ਕਾ ਗੁਰੁ ਏਕੁ ਧਿਆਨੁ ॥ ସଦଗୁଣୀ ମାନବର ଧ୍ୟାନ ସେହି ଏକ ସଦଗୁରୁ (ନିରଙ୍କାର) ଠାରେ ହିଁ ରହିଥାଏ।
ਜੇ ਕੋ ਕਹੈ ਕਰੈ ਵੀਚਾਰੁ ॥ ଯଦି କୌଣସି ବ୍ୟକ୍ତିତ୍ଵ ସେହି ରଚୟିତାଙ୍କ ବିଷୟରେ କହିବାକୁ ଚାହେଁ ଅଥବା ତାହାଙ୍କର ରଚନାର ଲେଖା କରେ
ਕਰਤੇ ਕੈ ਕਰਣੈ ਨਾਹੀ ਸੁਮਾਰੁ ॥ ତାହାହେଲେ ସେହି ରଚୟିତାଙ୍କ ପ୍ରକୃତିର ଆକଳନ କରାଯାଇପାରିବ ନାହିଁ।
ਧੌਲੁ ਧਰਮੁ ਦਇਆ ਕਾ ਪੂਤੁ ॥ ନିରଙ୍କାର ଦ୍ଵାରା ରଚା ହୋଇଥିବା ସୃଷ୍ଟିକୁ ଧର୍ମ-ରୂପୀ ବୃଷଭ ନିଜ ଉପରେ ଧାରଣ କରି ରଖିଛି ଯିଏ କି ଦୟାର ପୁତ୍ର ଅଟେ।
ਸੰਤੋਖੁ ਥਾਪਿ ਰਖਿਆ ਜਿਨਿ ਸੂਤਿ ॥ ଯାହା ସହିତ ସନ୍ତୋଷ ରୂପୀ ସୂତ୍ର ସାଥିରେ ବାନ୍ଧି ହୋଇଛି।
ਜੇ ਕੋ ਬੁਝੈ ਹੋਵੈ ਸਚਿਆਰੁ ॥ ଯଦି କିଏ ପରମାତ୍ମାଙ୍କ ଏହି ରହସ୍ୟକୁ ଜାଣି ନେବା, ତାହାହେଲେ ସେ ସତ୍ୟନିଷ୍ଠ ହୋଇପାରେ।
ਧਵਲੈ ਉਪਰਿ ਕੇਤਾ ਭਾਰੁ ॥ କେତେ ବୋଝ ଅଟେ, ସେ କେତେ ବୋଝ ଉଠାଇବା ପାଇଁ ସାମର୍ଥ୍ୟ ରଖିଥାନ୍ତି।
ਧਰਤੀ ਹੋਰੁ ਪਰੈ ਹੋਰੁ ਹੋਰੁ ॥ କାରଣ ଏହି ଧରିତ୍ରିରେ ରଚୟିତା ଯାହା ରଚନା କରିଛନ୍ତି ସେ ଉର୍ଦ୍ଧ୍ଵର ଉର୍ଦ୍ଧ୍ଵ, ଅନନ୍ତ ଅଟେ।
ਤਿਸ ਤੇ ਭਾਰੁ ਤਲੈ ਕਵਣੁ ਜੋਰੁ ॥ ପୁଣି ସେହି ବୃଷଭର ବୋଝ କେଉଁ ଶକ୍ତି ଉପରେ ଆଶ୍ରିତ।
ਜੀਅ ਜਾਤਿ ਰੰਗਾ ਕੇ ਨਾਵ ॥ ରଚୟିତାର ଏହି ରଚନାରେ ଅନେକ ଜାତି, ରଙ୍ଗ ତଥା ଅଲଗା-ଅଲଗା ନାମରେ ଜଣା ହେଉଥିବା ଲୋକ ମହଜୁଦ ଅଛି।
ਸਭਨਾ ਲਿਖਿਆ ਵੁੜੀ ਕਲਾਮ ॥ ଯାହାର ମସ୍ତିସ୍କ ଉପରେ ପରମାତ୍ମାଙ୍କ ଆଜ୍ଞାରେ ଚାଲୁଥିବା କଲମରେ କର୍ମର ଲେଖା ଲେଖାଯାଇଛି।
ਏਹੁ ਲੇਖਾ ਲਿਖਿ ਜਾਣੈ ਕੋਇ ॥ କିନ୍ତୁ ଯଦି କୌଣସି ଜଣ-ସାଧାରଣ ଏହି କର୍ମ-ଲେଖା ଲେଖିବା କଥା କହେ, ତାହାହେଲେ
ਲੇਖਾ ਲਿਖਿਆ ਕੇਤਾ ਹੋਇ ॥ ସେ ଏହା ମଧ୍ୟ ଜାଣିପାରିବ ନାହିଁ ଯେ ଏହି ଲେଖା ଲେଖିବା ବାଲା କେତେ ହେବ।
ਕੇਤਾ ਤਾਣੁ ਸੁਆਲਿਹੁ ਰੂਪੁ ॥ ଲେଖିବା ବାଲା ଏହି ପରମାତ୍ମାଙ୍କ ଠାରେ କେତେ ଶକ୍ତି ଥିବ, ତାଙ୍କରି ରୂପ କେତେ ସୁନ୍ଦର ଅଟେ।
ਕੇਤੀ ਦਾਤਿ ਜਾਣੈ ਕੌਣੁ ਕੂਤੁ ॥ ତାଙ୍କରି କେତେ ଦାନ ଅଛି, ଏପରି କିଏ ଅଛି ଯିଏ ସଂପୂର୍ଣ୍ଣ ଅନୁମାନ ଲଗାଇପାରିବ।
ਕੀਤਾ ਪਸਾਉ ਏਕੋ ਕਵਾਉ ॥ ଅକାଳ ପୁରୁଷଙ୍କ ମାତ୍ର ଏକ ଶବ୍ଦରେ ସମସ୍ତ ସୃଷ୍ଟିର ପ୍ରସାର ହୋଇଥାଏ।
ਤਿਸ ਤੇ ਹੋਏ ਲਖ ਦਰੀਆਉ ॥ ସେହି ଏକ ଶବ୍ଦ-ରୂପୀ ଆଦେଶରୁ ହିଁ ସୃଷ୍ଟିରେ ଏକରୁ ଅନେକ ଜୀବଜନ୍ତୁ, ତଥା ଅନ୍ୟ ପଦାର୍ଥର ପ୍ରବାହ ଚାଲିଥାଏ।
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥ ଏଥିପାଇଁ ମୋ’ ଠାରେ ଏତେ ବୁଦ୍ଧି କାହିଁ ଯେ ମୁଁ ସେହି ଅକଥନୀୟ ପ୍ରଭୁଙ୍କ ସାମର୍ଥ୍ୟର ବିଚାର କରିପାରିବି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥ ହେ ଅନନ୍ତ ସ୍ୱରୂପ! ମୁଁ ତୁମ ପାଖରେ ଥରେ ମଧ୍ୟ ସମର୍ପିତ ହେବା ଯୋଗ୍ୟ ନୁହେଁ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥ ଯାହା ତୁମକୁ ଭଲ ଲାଗେ ସେହି କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੬॥ ହେ ନିରଙ୍କାର! ହେ ପରଂବ୍ରହ୍ମ! ତୁମେ ସଦା ଶାଶ୍ଵତ ରୂପ ଅଟ। ॥16॥
ਅਸੰਖ ਜਪ ਅਸੰਖ ਭਾਉ ॥ ଏହି ସୃଷ୍ଟିରେ ଅସଂଖ୍ୟ ଲୋକ ଏହି ରଚୟିତାକୁ ଜପ କରନ୍ତି, ଅସଂଖ୍ୟ ହିଁ ତାହାଙ୍କୁ ପ୍ରେମ କରନ୍ତି।
ਅਸੰਖ ਪੂਜਾ ਅਸੰਖ ਤਪ ਤਾਉ ॥ ଅସଂଖ୍ୟ ତାଙ୍କରି ଅର୍ଚ୍ଚନା କରନ୍ତି, ଅସଂଖ୍ୟ ତପସ୍ଵୀ ତପସ୍ୟା କରୁଛନ୍ତି।
ਅਸੰਖ ਗਰੰਥ ਮੁਖਿ ਵੇਦ ਪਾਠ ॥ ଅସଂଖ୍ୟ ଲୋକ ଧାର୍ମିକ ଗ୍ରନ୍ଥ ଓ ବେଦ ଆଦିକୁ ମୁଖରେ ପାଠ କରୁଛନ୍ତି।
ਅਸੰਖ ਜੋਗ ਮਨਿ ਰਹਹਿ ਉਦਾਸ ॥ ଅସଂଖ୍ୟ ହିଁ ଯୋଗ-ସାଧନାରେ ଲୀନ ରହି ମନକୁ ଆସକ୍ତି ଠାରୁ ମୁକ୍ତ ରଖନ୍ତି।
error: Content is protected !!
Scroll to Top
http://kompen.jti.polinema.ac.id/system/ http://kompen.jti.polinema.ac.id/application/thaigacor/ http://kompen.jti.polinema.ac.id/application/ https://dinkes.pacitankab.go.id/comm/pandemo/ https://dinkes.pacitankab.go.id/comm/smaxwin/ https://expo.poltekkesdepkes-sby.ac.id/app_mobile/situs-gacor/ https://expo.poltekkesdepkes-sby.ac.id/app_mobile/demo-slot/ https://pdp.pasca.untad.ac.id/apps/akun-demo/ https://pendidikanmatematika.pasca.untad.ac.id/wp-content/upgrade/demo-slot/ https://pendidikanmatematika.pasca.untad.ac.id/pasca/ugacor/
https://jackpot-1131.com/ jp1131
http://kompen.jti.polinema.ac.id/system/ http://kompen.jti.polinema.ac.id/application/thaigacor/ http://kompen.jti.polinema.ac.id/application/ https://dinkes.pacitankab.go.id/comm/pandemo/ https://dinkes.pacitankab.go.id/comm/smaxwin/ https://expo.poltekkesdepkes-sby.ac.id/app_mobile/situs-gacor/ https://expo.poltekkesdepkes-sby.ac.id/app_mobile/demo-slot/ https://pdp.pasca.untad.ac.id/apps/akun-demo/ https://pendidikanmatematika.pasca.untad.ac.id/wp-content/upgrade/demo-slot/ https://pendidikanmatematika.pasca.untad.ac.id/pasca/ugacor/
https://jackpot-1131.com/ jp1131