Page 367
ਵਡਾ ਵਡਾ ਹਰਿ ਭਾਗ ਕਰਿ ਪਾਇਆ ॥
ବଡ ଭାଗ୍ୟରୁ ହିଁ ହରିନାମ ପ୍ରାପ୍ତ ହୋଇଛି।
ਨਾਨਕ ਗੁਰਮੁਖਿ ਨਾਮੁ ਦਿਵਾਇਆ ॥੪॥੪॥੫੬॥
ହେ ନାନକ! ହରି ମୋତେ ନିଜ ନାମ ଗୁରୁଙ୍କ ଦ୍ଵାରା ଦେଇଛନ୍ତି ॥4॥4॥56॥
ਆਸਾ ਮਹਲਾ ੪ ॥
ଆଶା ମହଲା 4॥
ਗੁਣ ਗਾਵਾ ਗੁਣ ਬੋਲੀ ਬਾਣੀ ॥
ମୁଁ ହରିଙ୍କ ଗୁଣାନୁବାଦ କରୁଅଛି ଆଉ ଗୁରୁବାଣୀ ମାଧ୍ୟମରେ ହରିଙ୍କ ଗୁଣ ହିଁ ବର୍ଣ୍ଣନା କରିଥାଏ।
ਗੁਰਮੁਖਿ ਹਰਿ ਗੁਣ ਆਖਿ ਵਖਾਣੀ ॥੧॥
ଗୁରୁମୁଖୀ ବନି ହିଁ ମୁଁ ହରିଙ୍କ ଗୁଣ ଉଚ୍ଚାରଣ କରିଥାଏ ॥1॥
ਜਪਿ ਜਪਿ ਨਾਮੁ ਮਨਿ ਭਇਆ ਅਨੰਦਾ ॥
ହରିନାମର ଜପ ଜପି ମୋର ହୃଦୟରେ ଆନନ୍ଦ ଆସି ଯାଇଛି।
ਸਤਿ ਸਤਿ ਸਤਿਗੁਰਿ ਨਾਮੁ ਦਿੜਾਇਆ ਰਸਿ ਗਾਏ ਗੁਣ ਪਰਮਾਨੰਦਾ ॥੧॥ ਰਹਾਉ ॥
ସତ୍ୟସ୍ଵରୂପ ପ୍ରଭୁଙ୍କ ସଚ୍ଚା ନାମ ସଦଗୁରୁ ମୋର ଅନ୍ତର୍ମନରେ ବସାଇ ଦେଇଛନ୍ତି, ମୁଁ ପରମାନନ୍ଦ ପ୍ରଭୁଙ୍କ ଗୁଣଗାନ କରୁଥାଏ ॥1॥ରୁହ॥
ਹਰਿ ਗੁਣ ਗਾਵੈ ਹਰਿ ਜਨ ਲੋਗਾ ॥
ହରିଙ୍କ ଭକ୍ତ ହରିଙ୍କ ହିଁ ଗୁଣ ଗାନ କରିଥାଏ।
ਵਡੈ ਭਾਗਿ ਪਾਏ ਹਰਿ ਨਿਰਜੋਗਾ ॥੨॥
ସୌଭାଗ୍ୟରୁ ହିଁ ନିର୍ଲିପ୍ତ ପ୍ରଭୁ ପାଇ ହୁଏ॥2॥
ਗੁਣ ਵਿਹੂਣ ਮਾਇਆ ਮਲੁ ਧਾਰੀ ॥
ହେ ବନ୍ଧୁ! ଗୁଣବିହୀନ ଲୋକ ମାୟା-ମୋହର ମଇଳା ନିଜ ଚିତ୍ତରେ ଲଗାଇ ରଖିଥାଏ।
ਵਿਣੁ ਗੁਣ ਜਨਮਿ ਮੁਏ ਅਹੰਕਾਰੀ ॥੩॥
ଏଥିପାଇଁ, ଗୁଣହୀନ ଅହଙ୍କାରୀ ଲୋକ ଜନ୍ମ ମରଣ ଚକ୍ରରେ ପଡି ରହିଥାଏ ॥3॥
ਸਰੀਰਿ ਸਰੋਵਰਿ ਗੁਣ ਪਰਗਟਿ ਕੀਏ ॥
ଦେହି ରୂପୀ ସରୋବରରେ ଗୁଣର ମୋତି ପ୍ରକଟ ହୋଇଥାଏ ॥3॥
ਨਾਨਕ ਗੁਰਮੁਖਿ ਮਥਿ ਤਤੁ ਕਢੀਏ ॥੪॥੫॥੫੭॥
ହେ ନାନକ! ଗୁରୁଙ୍କ ସମ୍ମୁଖରେ ହୋଇ ସରୋବରର ମନ୍ଥନ କରି ଏହି ତତ୍ତ୍ଵ ବାହାର କରାଯାଏ ॥4॥5॥57॥
ਆਸਾ ਮਹਲਾ ੪ ॥
ଆଶା ମହଲା 4॥
ਨਾਮੁ ਸੁਣੀ ਨਾਮੋ ਮਨਿ ਭਾਵੈ ॥
ମୁଁ ନାମ ଶୁଣିଥାଏ ଆଉ ନାମ ହିଁ ମୋର ମନକୁ ଭଲ ଲାଗିଥାଏ।
ਵਡੈ ਭਾਗਿ ਗੁਰਮੁਖਿ ਹਰਿ ਪਾਵੈ ॥੧॥
ଅହୋଭାଗ୍ୟରୁ ଗୁରୁମୁଖୀ ବନି ମନୁଷ୍ୟ ଈଶ୍ଵରଙ୍କୁ ପ୍ରାପ୍ତ କରିଥାଏ ॥1॥
ਨਾਮੁ ਜਪਹੁ ਗੁਰਮੁਖਿ ਪਰਗਾਸਾ ॥
(ହେ ବନ୍ଧୁ!) ନାମ ଜପ କର, ଗୁରୁମୁଖୀ ହେଲେ ଅନ୍ତର୍ମନରେ ପ୍ରକାଶ ହୋଇଯିବ।
ਨਾਮ ਬਿਨਾ ਮੈ ਧਰ ਨਹੀ ਕਾਈ ਨਾਮੁ ਰਵਿਆ ਸਭ ਸਾਸ ਗਿਰਾਸਾ ॥੧॥ ਰਹਾਉ ॥
ନାମ ବିନା ମୋର ଅନ୍ୟ ସାହାରା ନାହାନ୍ତି, ହରିନାମ ହିଁ ମୋର ଶ୍ଵାସ ଏବଂ ଗ୍ରାସରେ ଥାଏ ॥1॥ରୁହ॥
ਨਾਮੈ ਸੁਰਤਿ ਸੁਨੀ ਮਨਿ ਭਾਈ ॥
ମୋର ବୃତ୍ତି ନାମ-ସ୍ମରଣରେ ଲାଗି ରହିଥାଏ ଆଉ ମୋର ଚିତ୍ତକୁ ଏହା ଲୋଭାୟିତ କରିଥାଏ।
ਜੋ ਨਾਮੁ ਸੁਨਾਵੈ ਸੋ ਮੇਰਾ ਮੀਤੁ ਸਖਾਈ ॥੨॥
ଯିଏ ମୋତେ ହରିନାମ ଶୁଣାଇଥାଏ, ସିଏ ମୋର ମିତ ଏବଂ ସାଥି ଅଟେ ॥2॥
ਨਾਮਹੀਣ ਗਏ ਮੂੜ ਨੰਗਾ ॥
ନାମ ବିନା ମୂର୍ଖ ଲୋକ ନଗ୍ନ ଲୋକ ଭଳି ପଥଭ୍ରଷ୍ଟ ହୋଇଥାଏ।
ਪਚਿ ਪਚਿ ਮੁਏ ਬਿਖੁ ਦੇਖਿ ਪਤੰਗਾ ॥੩॥
ମାୟାର ବିଷକୁ ଦେଖି ସେ ପତଙ୍ଗ ଭଳି ସଢି ମରିଯାଏ ॥3॥
ਆਪੇ ਥਾਪੇ ਥਾਪਿ ਉਥਾਪੇ ॥
ପ୍ରଭୁ ସ୍ଵୟଂ ହିଁ ଜାତ କରିଥାନ୍ତି ଆଉ ଜାତ କରି ସ୍ଵୟଂ ହିଁ ନାଶ କରିଥାନ୍ତି।
ਨਾਨਕ ਨਾਮੁ ਦੇਵੈ ਹਰਿ ਆਪੇ ॥੪॥੬॥੫੮॥
ହେ ନାନକ! ହରି ନିଜେ ହିଁ ହରିନାମ ଦାନ ପ୍ରଦାନ କରିଥାନ୍ତି ॥4॥6॥58॥
ਆਸਾ ਮਹਲਾ ੪ ॥
ଆଶା ମହଲା 4॥
ਗੁਰਮੁਖਿ ਹਰਿ ਹਰਿ ਵੇਲਿ ਵਧਾਈ ॥
ଗୁରୁମୁଖୀ ହରି-ପ୍ରଭୁଙ୍କ ବେଲକୁ ଅନ୍ୟକୁ ସୁଖ ଦେବା ପାଇଁ ପ୍ରଫୁଲ୍ଲିତ କରାଯାଏ।
ਫਲ ਲਾਗੇ ਹਰਿ ਰਸਕ ਰਸਾਈ ॥੧॥
ଏହି ବେଲକୁ ହରି-ପ୍ରଭୁଙ୍କ ଫଳ ଲାଗିଥାଏ ଆଉ ରାଶିକ ଏହାର ରସର ଆନନ୍ଦ ପ୍ରାପ୍ତ କରିଥାଏ॥1॥
ਹਰਿ ਹਰਿ ਨਾਮੁ ਜਪਿ ਅਨਤ ਤਰੰਗਾ ॥
ତୁ ହରି-ପରମେଶ୍ଵରଙ୍କ ନାମର ଜପ କର, ଯେଉଁଠି ପ୍ରସନ୍ନତାର ଅନନ୍ତ ଲହରୀ ବିଦ୍ୟମାନ ଅଟେ।
ਜਪਿ ਜਪਿ ਨਾਮੁ ਗੁਰਮਤਿ ਸਾਲਾਹੀ ਮਾਰਿਆ ਕਾਲੁ ਜਮਕੰਕਰ ਭੁਇਅੰਗਾ ॥੧॥ ਰਹਾਉ ॥
ଗୁରୁଙ୍କ ମତି ଦ୍ଵାରା ନାମ ଜପି ଆଉ ପ୍ରଭୁଙ୍କ ଗୁଣଗାନ କରି ମୁଁ ଯମକାଳ ରୂପୀ ସର୍ପର ବଧ କରିଦେଇଛି ॥1॥ରୁହ॥
ਹਰਿ ਹਰਿ ਗੁਰ ਮਹਿ ਭਗਤਿ ਰਖਾਈ ॥
ହେ ମୋର ଭାଇ! ହରି-ପ୍ରଭୁ ନିଜ ଭକ୍ତି ଗୁରୁଙ୍କ ହୃଦୟରେ ସ୍ଥାପିତ କରିଛନ୍ତି।
ਗੁਰੁ ਤੁਠਾ ਸਿਖ ਦੇਵੈ ਮੇਰੇ ਭਾਈ ॥੨॥
ଯଦି ଗୁରୁ ପ୍ରସନ୍ନ ହୋଇଯାନ୍ତି, ତାହାହେଲେ ଏହି ଭକ୍ତି ନିଜ ଶିଷ୍ୟକୁ ପ୍ରଦାନ କରିଥାନ୍ତି ॥2॥
ਹਉਮੈ ਕਰਮ ਕਿਛੁ ਬਿਧਿ ਨਹੀ ਜਾਣੈ ॥
ଯେଉଁ ମନୁଷ୍ୟ ଅହଂକାରରେ ଧର୍ମ-କର୍ମ କରିଥାଏ, ତାହାକୁ କିଛି ଜ୍ଞାନ ହୋଇନଥାଏ।
ਜਿਉ ਕੁੰਚਰੁ ਨਾਇ ਖਾਕੁ ਸਿਰਿ ਛਾਣੈ ॥੩॥
ସେ ସେହି ପ୍ରକାରର ମନୁଷ୍ୟ ଅଟେ ଯେପରି ହାତୀ ସ୍ନାନ କରି ନିଜ ମସ୍ତକରେ ପୁଣି ମାଟି ରଖିଥାଏ ॥3॥
ਜੇ ਵਡ ਭਾਗ ਹੋਵਹਿ ਵਡ ਊਚੇ ॥
ହେ ନାନକ! ଯଦି ଉଚ୍ଚ ଆଉ ଉତ୍ତମ ଭାଗ୍ୟ ଥାଏ, ତାହାହେଲେ
ਨਾਨਕ ਨਾਮੁ ਜਪਹਿ ਸਚਿ ਸੂਚੇ ॥੪॥੭॥੫੯॥
ଜୀବ ସଚ୍ଚା ପ୍ରଭୁଙ୍କ ନାମ ଜପ କରି ସତ୍ୟବାଦୀ ଏବଂ ଶୁଦ୍ଧ ହୋଇଯାଏ ॥4॥7॥59॥
ਆਸਾ ਮਹਲਾ ੪ ॥
ଆଶା ମହଲା 4॥
ਹਰਿ ਹਰਿ ਨਾਮ ਕੀ ਮਨਿ ਭੂਖ ਲਗਾਈ ॥
ହେ ମୋର ଭାଇ! ହରି ମୋର ମନକୁ ହରିନାମର କ୍ଷୁଧା ଦେଇଛନ୍ତି।
ਨਾਮਿ ਸੁਨਿਐ ਮਨੁ ਤ੍ਰਿਪਤੈ ਮੇਰੇ ਭਾਈ ॥੧॥
ହରିନାମ ଶୁଣି ମୋର ମନ ତୃପ୍ତ ହୋଇଯାଇଛି ॥1॥
ਨਾਮੁ ਜਪਹੁ ਮੇਰੇ ਗੁਰਸਿਖ ਮੀਤਾ ॥
ହେ ମୋର ଗୁରୁଶିଖ ମିତ୍ର! ପ୍ରଭୁଙ୍କ ନାମର ଜପ କର।
ਨਾਮੁ ਜਪਹੁ ਨਾਮੇ ਸੁਖੁ ਪਾਵਹੁ ਨਾਮੁ ਰਖਹੁ ਗੁਰਮਤਿ ਮਨਿ ਚੀਤਾ ॥੧॥ ਰਹਾਉ ॥
ନାମର ଜପ କର, ପ୍ରଭୁଙ୍କ ନାମ ଦ୍ଵାରା ସୁଖ ପ୍ରାପ୍ତ କର ଆଉ ଗୁରୁଙ୍କ ମତି ଦ୍ଵାରା ନାମକୁ ନିଜ ଚିତ୍ତରେ ଲଗାଇ ରଖ ॥1॥ରୁହ॥
ਨਾਮੋ ਨਾਮੁ ਸੁਣੀ ਮਨੁ ਸਰਸਾ ॥
ବାରମ୍ବାର ପ୍ରଭୁଙ୍କ ନାମ ଶୁଣିବା ଦ୍ଵାରା ମୋର ଚିତ୍ତ ସରସ ହୋଇଯାଇଛି।
ਨਾਮੁ ਲਾਹਾ ਲੈ ਗੁਰਮਤਿ ਬਿਗਸਾ ॥੨॥
ଗୁରୁଙ୍କ ମତି ଦ୍ଵାରା ନାମର ଲାଭ ଅର୍ଜ୍ଜ୍ନ କରି ମୋର ଚିତ୍ତ ଖୁସି ହୋଇଯାଇଛି ॥2॥
ਨਾਮ ਬਿਨਾ ਕੁਸਟੀ ਮੋਹ ਅੰਧਾ ॥
ନାମ ବିନା ମନୁଷ୍ୟ କୋଷ୍ଠ ଏବଂ ମୋହରେ ଅନ୍ଧ ହୋଇଯାଏ।
ਸਭ ਨਿਹਫਲ ਕਰਮ ਕੀਏ ਦੁਖੁ ਧੰਧਾ ॥੩॥
ତାହାର ସବୁ କର୍ମ ନିଷ୍ଫଳ ଏବଂ ଦୁଃଖଦାୟକ ଧନ୍ଦା ଅଟେ ॥3॥
ਹਰਿ ਹਰਿ ਹਰਿ ਜਸੁ ਜਪੈ ਵਡਭਾਗੀ ॥
ଭାଗ୍ୟଶାଳୀ ମନୁଷ୍ୟ ହିଁ ହରି-ପରମେଶ୍ଵରଙ୍କ ମହିମାର ଜପ କରିଥାଏ।
ਨਾਨਕ ਗੁਰਮਤਿ ਨਾਮਿ ਲਿਵ ਲਾਗੀ ॥੪॥੮॥੬੦॥
ହେ ନାନକ! ଗୁରୁଙ୍କ ମତି ଦ୍ଵାରା ହିଁ ପ୍ରଭୁଙ୍କ ନାମରେ ଲଗ୍ନ ଲଗାଇଥାଏ ॥4॥8॥60॥