Guru Granth Sahib Translation Project

guru granth sahib odia page-368

Page 368

ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ।
ਮਹਲਾ ੪ ਰਾਗੁ ਆਸਾ ਘਰੁ ੬ ਕੇ ੩ ॥ ମହଲା 4 ରାଗ ଆଶା ଘର 6 ର 3॥
ਹਥਿ ਕਰਿ ਤੰਤੁ ਵਜਾਵੈ ਜੋਗੀ ਥੋਥਰ ਵਾਜੈ ਬੇਨ ॥ ହେ ଯୋଗୀ! ତୁମେ ହାତରେ ବୀଣା ନେଇ ତାର ବଜାଉଛ, ପରନ୍ତୁ ତୋର ବୀଣା ବ୍ୟର୍ଥ ହେଉଛି।
ਗੁਰਮਤਿ ਹਰਿ ਗੁਣ ਬੋਲਹੁ ਜੋਗੀ ਇਹੁ ਮਨੂਆ ਹਰਿ ਰੰਗਿ ਭੇਨ ॥੧॥ ହେ ଯୋଗୀ! ତୁମେ ଗୁରୁଙ୍କ ମତି ଦ୍ଵାରା ହରିଙ୍କ ଗୁଣ ବୋଲ, ତୋର ଏହି ମନ ହରି ରଙ୍ଗରେ ଭିଜି ଯିବ ॥1॥
ਜੋਗੀ ਹਰਿ ਦੇਹੁ ਮਤੀ ਉਪਦੇਸੁ ॥ ହେ ଯୋଗୀ! ତୁମେ ନିଜ ବୁଦ୍ଧିକୁ ହରିଙ୍କ ଉପଦେଶ ଶୁଣାଅ।
ਜੁਗੁ ਜੁਗੁ ਹਰਿ ਹਰਿ ਏਕੋ ਵਰਤੈ ਤਿਸੁ ਆਗੈ ਹਮ ਆਦੇਸੁ ॥੧॥ ਰਹਾਉ ॥ ଏକ ହରି-ପରମେଶ୍ଵର ସମସ୍ତ ଯୁଗ ( ସତ୍ୟ, ତ୍ରେତୟା, ଦ୍ଵାପର, କଳିଯୁଗ)ରେ ବ୍ୟାପକ ହେଉଛନ୍ତି, ତାହାଙ୍କୁ ମୁଁ ନମନ କରୁଅଛି ॥1॥ରୁହ॥
ਗਾਵਹਿ ਰਾਗ ਭਾਤਿ ਬਹੁ ਬੋਲਹਿ ਇਹੁ ਮਨੂਆ ਖੇਲੈ ਖੇਲ ॥ ତୁମେ ଅନେକ ରାଗରେ ଗାନ କରୁଛ ଏବଂ ବହୁତ ବୋଲୁଛ, ପରନ୍ତୁ, ତୁମର ଏହି ମନ କେବଳ ଖେଳୁଅଛି।
ਜੋਵਹਿ ਕੂਪ ਸਿੰਚਨ ਕਉ ਬਸੁਧਾ ਉਠਿ ਬੈਲ ਗਏ ਚਰਿ ਬੇਲ ॥੨॥ ତୁମେ ଫସଲରେ ପାଣି ଦେବା ପାଇଁ କୂଅ କରୁଛ, ଯାହା ତୁମ ନିଜର ବଳଦ ଖାଇଦେଇପାରେ ॥2॥
ਕਾਇਆ ਨਗਰ ਮਹਿ ਕਰਮ ਹਰਿ ਬੋਵਹੁ ਹਰਿ ਜਾਮੈ ਹਰਿਆ ਖੇਤੁ ॥ (ହେ ଯୋଗୀ!) ହରିଙ୍କ ଦୟାରୁ କାୟା ରୂପୀ ନଗରର ଭୂମିରେ ହରିନାମର ବୀଜ ବୁଣ, ତେବେ ହରିନାମ ହିଁ ଅଙ୍କୁରିତ ହେବ ଆଉ ତୁମ କାୟା ରୂପୀ ଫସଲ ସବୁଜ ହିଁ ହେବ।
ਮਨੂਆ ਅਸਥਿਰੁ ਬੈਲੁ ਮਨੁ ਜੋਵਹੁ ਹਰਿ ਸਿੰਚਹੁ ਗੁਰਮਤਿ ਜੇਤੁ ॥੩॥ ହେ ଯୋଗୀ! ଏହି ଚଞ୍ଚଳ ମନର ଦ୍ଵିଧାରେ ଅଙ୍କୁଶ ଲଗାଅ, ସ୍ଥିରଚିତ୍ତ ରୂପୀ ବଳଦକୁ ଜୋଡ ଏବଂ ଗୁରୁଙ୍କ ମତି ଦ୍ଵାରା ହରିନାମ ରୂପୀ ଜଳ ସିଂଚନ କର ॥3॥
ਜੋਗੀ ਜੰਗਮ ਸ੍ਰਿਸਟਿ ਸਭ ਤੁਮਰੀ ਜੋ ਦੇਹੁ ਮਤੀ ਤਿਤੁ ਚੇਲ ॥ ହେ ପ୍ରଭୁ! ଯୋଗୀ, ଜଙ୍ଗମ ଏବଂ ସାରା ସୃଷ୍ଟି ତୋର ହିଁ ରଚନା ଅଟେ, ତୁମେ ତାହାକୁ ଯେପରି ସୁମତି ପ୍ରଦାନ କରୁଛ, ସେପରି ହିଁ ସେ ଚାଲିଥାଏ।
ਜਨ ਨਾਨਕ ਕੇ ਪ੍ਰਭ ਅੰਤਰਜਾਮੀ ਹਰਿ ਲਾਵਹੁ ਮਨੂਆ ਪੇਲ ॥੪॥੯॥੬੧॥ ନାନକଙ୍କ ଅନ୍ତର୍ଯାମୀ ପ୍ରଭୁ! ମୋର ମନକୁ ପ୍ରେରିତ କରି ହରିନାମରେ ସମ୍ମିଳିତ କର ॥4॥6॥61॥
ਆਸਾ ਮਹਲਾ ੪ ॥ ଆଶା ମହଲା 4॥
ਕਬ ਕੋ ਭਾਲੈ ਘੁੰਘਰੂ ਤਾਲਾ ਕਬ ਕੋ ਬਜਾਵੈ ਰਬਾਬੁ ॥ କେଉଁ ପର୍ଯ୍ୟନ୍ତ ଘୁଙ୍ଗୁର ଆଉ ତାଳ ଖୋଜୁଥିବ? କେଉଁ ପର୍ଯ୍ୟନ୍ତ ବାଦ୍ୟଯନ୍ତ୍ର ବଜାଉ ଥିବ?
ਆਵਤ ਜਾਤ ਬਾਰ ਖਿਨੁ ਲਾਗੈ ਹਉ ਤਬ ਲਗੁ ਸਮਾਰਉ ਨਾਮੁ ॥੧॥ ଆସିବା ଯିବାରେ କିଛି ନା କିଛି ଡେରି ହୋଇଯିବ, ସେ ପର୍ଯ୍ୟନ୍ତ କାହିଁକି ମୁଁ ଈଶ୍ଵରଙ୍କ ନାମ ସ୍ମରଣ କରିବି ନାହିଁ?॥1॥
ਮੇਰੈ ਮਨਿ ਐਸੀ ਭਗਤਿ ਬਨਿ ਆਈ ॥ ମୋର ମନରେ ପ୍ରଭୁଙ୍କ ଏପରି ଭକ୍ତି ବନି ଯାଇଛି ଯେ
ਹਉ ਹਰਿ ਬਿਨੁ ਖਿਨੁ ਪਲੁ ਰਹਿ ਨ ਸਕਉ ਜੈਸੇ ਜਲ ਬਿਨੁ ਮੀਨੁ ਮਰਿ ਜਾਈ ॥੧॥ ਰਹਾਉ ॥ ତାହାଙ୍କ ବିନା ମୁଁ ଏକ କ୍ଷଣ ପାଇଁ ମଧ୍ୟ ରହିପାରିବି ନାହିଁ ଯେପରି ଜଳ ବିନା ମତ୍ସ୍ୟର ମୃତ୍ୟୁ ହୋଇଥାଏ, ସେପରି ହିଁ ହରିଙ୍କ ବିନା ରହି ପାରିବି ନାହିଁ ॥1॥ରୁହ॥
ਕਬ ਕੋਊ ਮੇਲੈ ਪੰਚ ਸਤ ਗਾਇਣ ਕਬ ਕੋ ਰਾਗ ਧੁਨਿ ਉਠਾਵੈ ॥ କେଉଁ ପର୍ଯ୍ୟନ୍ତ କୌଣସି ଗାନ ପାଇଁ ପାଞ୍ଚ ତାର ଏବଂ ସାତ ସ୍ଵର ମିଳିପାରିବ? କେଉଁ ପର୍ଯ୍ୟନ୍ତ କୌଣସି ରାଗର ସ୍ଵର ଉଠାଇବ?
ਮੇਲਤ ਚੁਨਤ ਖਿਨੁ ਪਲੁ ਚਸਾ ਲਾਗੈ ਤਬ ਲਗੁ ਮੇਰਾ ਮਨੁ ਰਾਮ ਗੁਨ ਗਾਵੈ ॥੨॥ ତାର, ସ୍ଵର ମିଳାଇ ସ୍ଵର ଉଠାଇଲେ କିଛି ନା କିଛି ଡେରି ଅବଶ୍ୟ ହେବ, ମୋର ମନ ସେତିକି ସମୟ ରାମଙ୍କ ଗୁଣ ଗାନରେ ଲାଗି ରହିବ ॥2॥
ਕਬ ਕੋ ਨਾਚੈ ਪਾਵ ਪਸਾਰੈ ਕਬ ਕੋ ਹਾਥ ਪਸਾਰੈ ॥ କେଉଁ ପର୍ଯ୍ୟନ୍ତ କେହି ନୃତ୍ୟ କରିବ ଆଉ ନିଜ ପାଦ ଚଳାଇବ ? କେଉଁ ପର୍ଯ୍ୟନ୍ତ ଜଣେ ନିଜ ହାତ ବୁଲାଇବ?
ਹਾਥ ਪਾਵ ਪਸਾਰਤ ਬਿਲਮੁ ਤਿਲੁ ਲਾਗੈ ਤਬ ਲਗੁ ਮੇਰਾ ਮਨੁ ਰਾਮ ਸਮ੍ਹ੍ਹਾਰੈ ॥੩॥ ନିଜ ହାତ ପାଦ ବୁଲାଇଲେ କିଛି ନା କିଛି ଡେରି ଅବଶ୍ୟ ହେବ, ମୋର ମନ ସେତିକି ସମୟ ରାମଙ୍କ ଗୁଣ ଗାନରେ ଲାଗି ରହିବ ॥3॥
ਕਬ ਕੋਊ ਲੋਗਨ ਕਉ ਪਤੀਆਵੈ ਲੋਕਿ ਪਤੀਣੈ ਨਾ ਪਤਿ ਹੋਇ ॥ କେଉଁ ପର୍ଯ୍ୟନ୍ତ କେହି ବ୍ୟକ୍ତିକୁ ପ୍ରସନ୍ନ କରିବ? ଯଦି ବ୍ୟକ୍ତି ପ୍ରସନ୍ନ ହୁଅନ୍ତି, ତାହାହେଲେ ମଧ୍ୟ ମାନ ସମ୍ମାନ ମିଳିବ ନାହିଁ।
ਜਨ ਨਾਨਕ ਹਰਿ ਹਿਰਦੈ ਸਦ ਧਿਆਵਹੁ ਤਾ ਜੈ ਜੈ ਕਰੇ ਸਭੁ ਕੋਇ ॥੪॥੧੦॥੬੨॥ ହେ ନାନକ! ନିଜ ହୃଦୟରେ ସର୍ବଦା ପ୍ରଭୁଙ୍କ ସ୍ମରଣ କର, ତାହାହେଲେ ସମସ୍ତେ ଜୟ ଜୟକାର କରିବେ ॥4॥10॥62॥
ਆਸਾ ਮਹਲਾ ੪ ॥ ଆଶା ମହଲା 4॥
ਸਤਸੰਗਤਿ ਮਿਲੀਐ ਹਰਿ ਸਾਧੂ ਮਿਲਿ ਸੰਗਤਿ ਹਰਿ ਗੁਣ ਗਾਇ ॥ ସାଧୁଙ୍କ ପବିତ୍ର ସଙ୍ଗତିରେ ସାମିଲ ହେବା ଉଚିତ ଆଉ ସତସଙ୍ଗତିରେ ସାମିଲ ହୋଇ ହରିଙ୍କ ଗୁଣଗାନ କରୁଥାଅ।
ਗਿਆਨ ਰਤਨੁ ਬਲਿਆ ਘਟਿ ਚਾਨਣੁ ਅਗਿਆਨੁ ਅੰਧੇਰਾ ਜਾਇ ॥੧॥ (ସତସଙ୍ଗତିରେ) ଜ୍ଞାନ ରୂପୀ ରତ୍ନ ଆଲୋକ ଦ୍ଵାରା ଅଜ୍ଞାନତାର ଅନ୍ଧକାର ମନରୁ ନଷ୍ଟ ହୋଇଯାଏ ॥1॥
ਹਰਿ ਜਨ ਨਾਚਹੁ ਹਰਿ ਹਰਿ ਧਿਆਇ ॥ ହେ ହରିଙ୍କ ଭକ୍ତ! ହରି-ପ୍ରଭୁଙ୍କ ଧ୍ୟାନ କରି ନୃତ୍ୟ କର।
ਐਸੇ ਸੰਤ ਮਿਲਹਿ ਮੇਰੇ ਭਾਈ ਹਮ ਜਨ ਕੇ ਧੋਵਹ ਪਾਇ ॥੧॥ ਰਹਾਉ ॥ ହେ ମୋର ଭାଇ! ଯଦି ମୋତେ ଏପରି ସନ୍ଥ ମିଳିଯାନ୍ତି, ତାହାହେଲେ ମୁଁ ସେହି ପ୍ରଭୁ ଭକଙ୍କ ଚରଣରେ ଯିବି॥1॥ରୁହ॥
ਹਰਿ ਹਰਿ ਨਾਮੁ ਜਪਹੁ ਮਨ ਮੇਰੇ ਅਨਦਿਨੁ ਹਰਿ ਲਿਵ ਲਾਇ ॥ ହେ ମୋର ମନ! ରାତିଦିନ ଧ୍ୟାନ ଲଗାଇ ହରିଙ୍କ ନାମ ସ୍ମରଣ କର।
ਜੋ ਇਛਹੁ ਸੋਈ ਫਲੁ ਪਾਵਹੁ ਫਿਰਿ ਭੂਖ ਨ ਲਾਗੈ ਆਇ ॥੨॥ ଯେଉଁ ଫଳର ଇଚ୍ଛା ହେବ ସେହି ଫଳ ମିଳିବ ଆଉ ତୋତେ ପୁଣି କ୍ଷୁଧା ଲାଗିବ ନାହିଁ ॥2॥
ਆਪੇ ਹਰਿ ਅਪਰੰਪਰੁ ਕਰਤਾ ਹਰਿ ਆਪੇ ਬੋਲਿ ਬੁਲਾਇ ॥ ଅପାର ହରି ସ୍ଵୟଂ ହିଁ ଜଗତର ରଚୟିତା ଅଟନ୍ତି, ହରି ସ୍ଵୟଂ ହିଁ ବୋଲିଥାନ୍ତି ଏବଂ ବୋଲାଇଥାନ୍ତି।
ਸੇਈ ਸੰਤ ਭਲੇ ਤੁਧੁ ਭਾਵਹਿ ਜਿਨ੍ਹ੍ਹ ਕੀ ਪਤਿ ਪਾਵਹਿ ਥਾਇ ॥੩॥ ସେହି ସନ୍ଥ ଭଲ ଅଟେ, ଯିଏ ତୁମକୁ ଭଲ ଲାଗିଥାଏ ଆଉ ଯାହାର ପ୍ରତିଷ୍ଠାକୁ ସ୍ଵୀକାର କରୁଅଛ ॥3॥
ਨਾਨਕੁ ਆਖਿ ਨ ਰਾਜੈ ਹਰਿ ਗੁਣ ਜਿਉ ਆਖੈ ਤਿਉ ਸੁਖੁ ਪਾਇ ॥ ନାନକ, ହରିଙ୍କ ଗୁଣସ୍ତୁତି କରି ତୃପ୍ତ ହୁଅନ୍ତି ନାହିଁ, ସେ ଯେତେ ଅଧିକ ମହିମାକରନ୍ତି ସେତେ ଅଧିକ ସୁଖ ପ୍ରାପ୍ତ କରନ୍ତି।
ਭਗਤਿ ਭੰਡਾਰ ਦੀਏ ਹਰਿ ਅਪੁਨੇ ਗੁਣ ਗਾਹਕੁ ਵਣਜਿ ਲੈ ਜਾਇ ॥੪॥੧੧॥੬੩॥ ହରି ନିଜ ଭକ୍ତିର ଭଣ୍ଡାର ଉପାସକକୁ ଦେଇଛନ୍ତି ଆଉ ଗୁଣର ବ୍ୟାପାରୀ ତାହା କ୍ରୟ କରି ନିଜ ଘର (ପରଲୋକ)କୁ ନେଇଯାଏ ॥4॥11॥63॥


© 2025 SGGS ONLINE
error: Content is protected !!
Scroll to Top