Odia Page 2

ਗਾਵੈ ਕੋ ਵੇਖੈ ਹਾਦਰਾ ਹਦੂਰਿ ॥
ପରନ୍ତୁ କିଏ କହେ, ନିକଟରେ ନାହିଁ, ସବୁ ଜାଗାରେ ଅଛନ୍ତି, ସଭିଙ୍କୁ ଦେଖାଯାଉଛନ୍ତି।

ਕਥਨਾ ਕਥੀ ਨ ਆਵੈ ਤੋਟਿ ॥
ଅକାଳ ପୁରୁଷଙ୍କ ଆଦେଶକୁ ବର୍ଣ୍ଣନା କରିବାରେ କାମୀପରିବା ନାହିଁ।( ଭାବ- ବର୍ଣ୍ଣନା କରୁ କରୁ ଆଦେଶ ସେସ ହୁଏ ନାହିଁ,)

ਕਥਿ ਕਥਿ ਕਥੀ ਕੋਟੀ ਕੋਟਿ ਕੋਟਿ ॥
କୋଟି କୋଟି ଜୀବ ଅକାଳ ପୁରୁଷଙ୍କ ଆଦେଶ ଅନ୍ତହୀନ ଭାବରେ ବର୍ଣ୍ଣନା କରିଛନ୍ତି।

ਦੇਦਾ ਦੇ ਲੈਦੇ ਥਕਿ ਪਾਹਿ ॥
ଦାତା ଅକାଳ ପୁରୁଷ ସବୁ ଜୀବଙ୍କୁ ଦେଉଛନ୍ତି, କିନ୍ତୁ ଜୀବ ନେଇ ନେଇ ଥକି ଯାଏ।

ਜੁਗਾ ਜੁਗੰਤਰਿ ਖਾਹੀ ਖਾਹਿ ॥
ସବୁ ଜୀବ ସର୍ବଦା ଇଶ୍ଵର ଦେଇଥିବା ପଦାର୍ଥ ଖାଇ ଆସିଛନ୍ତି।

ਹੁਕਮੀ ਹੁਕਮੁ ਚਲਾਏ ਰਾਹੁ ॥
ଆଦେଶ ଦେବାବାଲା ପ୍ରଭୁଙ୍କ ଆଦେଶ ହିଁ ରାସ୍ତା ଚଲାଉଛି।

ਨਾਨਕ ਵਿਗਸੈਵੇਪਰਵਾਹੁ ॥੩॥
ହେ ନାନକ! ସେ ନିରଙ୍କାର, ସଦା ବେଖାତିର, ପ୍ରସନ୍ନ ଅଟନ୍ତି। ( ଭାବ- ଇଶ୍ଵର ପ୍ରତି ସମୟରେ ସଂସାରର ଅନ୍ତହୀନ ଜୀବନକୁ ଅତୁଟ ପଦାର୍ଥ ଦେଉଛନ୍ତି, ଏହି ବଡ କାର୍ଯ୍ୟରେ ତାଙ୍କରି କୌଣସି ଚିନ୍ତା ନାହିଁ)

ଛନ୍ଦ 4

ଏହି ଶ୍ଳୋକରେ ଏହା କୁହାଯାଇଛି ଯେ ଭଗବାନଙ୍କୁ ପ୍ରସାଦରେ ମଠରି ପ୍ରସାଦରେ ପ୍ରସନ୍ନ କରାଯାଇପାରିବ ନାହିଁ, କାରଣ ସବୁ କିଛି ତାଙ୍କରି ପ୍ରଦତ୍ତ। କେବଳ ତାଙ୍କରି ଭାଷାରେ ତାଙ୍କ ସହିତ କଥା ହୋଇ ପ୍ରସନ୍ନ କରାଯାଇପାରିବ, ତାହାହେଲା ପ୍ରେମ, ତାଙ୍କରି ପାଇଁ ପ୍ରେମ ଓ ତାଙ୍କରି ସୃଷ୍ଟି ପାଇଁ ପ୍ରେମ। ଯେଉଁ ବ୍ୟକ୍ତି ପ୍ରେମ ଓ ଭକ୍ତି ସହିତ ତାଙ୍କ ନାମର ଧ୍ୟାନ କରେ, ସେ ତାଙ୍କର ଅନୁଗ୍ରହର ଯୋଗ୍ୟ ହୁଏ।

In this stanza, it is said that God cannot be pleased by monitory offerings because what we would be offering, has been provided by Him. He can only be pleased by speaking to Him in His language and that language is Love – love for Him and love for His Creation. A person who meditates on His Name with love and devotion, can become worthy of His Grace.

ਸਾਚਾ ਸਾਹਿਬੁ ਸਾਚੁ ਨਾਇ ਭਾਖਿਆ ਭਾਉ ਅਪਾਰੁ ॥
ଅକାଳ ପୁରୁଷ ସର୍ବଦା ସ୍ଥିର ରହନ୍ତି, ତାଙ୍କ ନିୟମ ମଧ୍ୟ ସଦା ଅଟଳ। ତାଙ୍କରି କଥା ପ୍ରେମ ଅଟେ। ସେ ଅନ୍ତହୀନ ଅଟନ୍ତି।

ਆਖਹਿ ਮੰਗਹਿ ਦੇਹਿ ਦੇਹਿ ਦਾਤਿ ਕਰੇ ਦਾਤਾਰੁ ॥
ଆମେ ତାଙ୍କୁ ଅଧିକରୁ ଅଧିକ ଦାନ ମାଗୁ , ସେ ଦାନର ବର୍ଷା କରନ୍ତି।

ਫੇਰਿ ਕਿ ਅਗੈ ਰਖੀਐ ਜਿਤੁ ਦਿਸੈ ਦਰਬਾਰੁ ॥
ଯଦି ସେ ଦାନର ବର୍ଷା କରୁଛନ୍ତି, ତାହାହେଲେତାଙ୍କରି ଆଗରେ ଆମେ କେଉଁ ଉପହାର ରଖିବା ଯାହାଦ୍ୱାରା ଆମେ ତାଙ୍କ ଦରବାର ଦେଖିପାରିବା?,

ਮੁਹੌ ਕਿ ਬੋਲਣੁ ਬੋਲੀਐ ਜਿਤੁ ਸੁਣਿ ਧਰੇ ਪਿਆਰੁ ॥
ଆମେ ମୁଖରେ କେଉଁ ବଚନ କହିବା ଯାହା ଶୁଣି ସେ ଆମକୁ ପ୍ରେମ କରିବେ?

ਅੰਮ੍ਰਿਤ ਵੇਲਾ ਸਚੁ ਨਾਉ ਵਡਿਆਈ ਵੀਚਾਰੁ ॥
ଅମୃତ ବେଳାର ସମୟ ଅଟେ ( ଭାବ- ପ୍ରଭାତ ସମୟ), ନାମ ସ୍ମରଣ କର ଓ ତାଙ୍କ ମାହାତ୍ମ୍ୟ ବିଚାର କର।

ਕਰਮੀ ਆਵੈ ਕਪੜਾ ਨਦਰੀ ਮੋਖੁ ਦੁਆਰੁ ॥
ଉତ୍ତମ କାର୍ଯ୍ୟ ଦ୍ଵାରା ମାନବ ଶରୀର ପ୍ରାପ୍ତି ହୁଏ। ତାଙ୍କରି କୃପା ଦୃଷ୍ଟି ଯୋଗୁଁ ମନ୍ଦ କାର୍ଯ୍ୟରୁ ମୁକ୍ତି ମିଳେ ଏବଂ ଈଶ୍ବରଙ୍କ ଦ୍ଵାର ପ୍ରାପ୍ତ ହୁଏ।

ਨਾਨਕ ਏਵੈ ਜਾਣੀਐ ਸਭੁ ਆਪੇ ਸਚਿਆਰੁ ॥੪॥
ହେ ନାନକ, ଏହିପରି ଆମେ ବୁଝି ପାରିବା ଯେ ସେ ଅସ୍ତିତ୍ଵର ମାଲିକ, ଅକାଳ ପୁରୁଷ ସର୍ବ ବ୍ୟାପକ, ଅଟନ୍ତି।

ଛନ୍ଦ 5

ଏହି ଶ୍ଳୋକରେ କୁହାଯାଇଛି ଯେ ଯେଉଁ ଲୋକ ନିଜ ହୃଦୟରେ ପ୍ରେମ ସହିତ ଭଗବାନଙ୍କୁ ସ୍ମରଣ କରେ , ସେ ନିଜ ଜୀବନରେ ଶାନ୍ତି ଓ ଖୁସି ପ୍ରାପ୍ତ କରେ ଏବଂ ସଚ୍ଚା ସମ୍ମାନ ପ୍ରାପ୍ତ କରେ।

In this stanza, it is said that those who remember God with love in their heart, achieve peace and happiness in their lives and receive true honor

ਥਾਪਿਆ ਨ ਜਾਇ ਕੀਤਾ ਨ ਹੋਇ ॥
ତାଙ୍କୁ ଜନ୍ମ କରାଯାଇପାରିବ ନାହିଁ, ନା ସେ ଆମ ହାତରେ ସୃଷ୍ଟି ହୋଇପାରିବେ।

ਆਪੇ ਆਪਿ ਨਿਰੰਜਨੁ ਸੋਇ ॥
ସେ ଅକାଳ ପୁରୁଷ ମାୟାର ପ୍ରଭାବରୁ ଊର୍ଦ୍ଦ୍ଵରେ , କାହିଁକି ନା ସେ ସ୍ଵୟଂସ୍ଵୟଂ ଅଟନ୍ତି।

ਜਿਨਿ ਸੇਵਿਆ ਤਿਨਿ ਪਾਇਆ ਮਾਨੁ ॥
ଯେଉଁ ମନୁଷ୍ୟ ସେହି ଅକାଳ ପୁରୁଷକୁ ସ୍ମରଣ କରିଛି , ସେ ଆଦର ସତ୍କାର ପାଇଛି।

ਨਾਨਕ ਗਾਵੀਐ ਗੁਣੀ ਨਿਧਾਨੁ ॥
ହେ ନାନକ, ଆସ ଆମେ ମଧ୍ୟ ଏହି ଗୁଣର ଭଣ୍ଡାର ପ୍ରଭୁଙ୍କ ମହିମା କରିବା।

ਗਾਵੀਐ ਸੁਣੀਐ ਮਨਿ ਰਖੀਐ ਭਾਉ ॥
ଆସ, ଅକାଳ ପୁରୁଷଏନକେ ଗୁଣ ଗାନ କରିବା ଓ ଶୁଣିବା ଏବଂ ନିଜ ମନରେ ତାଙ୍କର ପ୍ରେମ ଜାଗ୍ରତ କରିବା।

ਦੁਖੁ ਪਰਹਰਿ ਸੁਖੁ ਘਰਿ ਲੈ ਜਾਇ ॥
ଯେଉଁ ମନୁଷ୍ୟ ତାଙ୍କର ଆହାର କରେ, ପ୍ରଯତ୍ନ କରେ, ସେ ନିଜ ଦୁଃଖ ଦୂର କରି ସୁଖର ହୃଦୟ ସ୍ଥାପନ କରେ।

ਗੁਰਮੁਖਿ ਨਾਦੰ ਗੁਰਮੁਖਿ ਵੇਦੰ ਗੁਰਮੁਖਿ ਰਹਿਆ ਸਮਾਈ ॥
ନାମ ଓ ଜ୍ଞାନ ଗୁରୁଙ୍କ ଦ୍ଵାରା ପ୍ରାପ୍ତ ହୁଏ।ଗୁରୁଙ୍କ ଦ୍ଵାରା ହିଁ ପ୍ରତୀତ ହୁଏ କି ପ୍ରଭୁ ସର୍ବବ୍ୟାପକ ଅଟନ୍ତି।

ਗੁਰੁ ਈਸਰੁ ਗੁਰੁ ਗੋਰਖੁ ਬਰਮਾ ਗੁਰੁ ਪਾਰਬਤੀ ਮਾਈ ॥
ଗୁରୁ ହିଁ ଶିବ, ଗୁରୁ ହିଁ ବ୍ରହ୍ମା ଓ ଗୁରୁ ହିଁ ପାର୍ବତୀ ଅଟନ୍ତି।

ਜੇ ਹਉ ਜਾਣਾ ਆਖਾ ਨਾਹੀ ਕਹਣਾ ਕਥਨੁ ਨ ਜਾਈ ॥
ଯଦି ଅକାଳ ପୁରୁଷଙ୍କ ଆଦେଶ ମୁଁ ବୁଝିଯାଏ, ତଥାପି ତାଙ୍କର ବର୍ଣ୍ଣନା କରିପାରିବି ନାହିଁ।କଥନ କରାଯାଇପାରିବ ନାହିଁ।

ਗੁਰਾ ਇਕ ਦੇਹਿ ਬੁਝਾਈ ॥
ହେ ସଦ୍ ଗୁରୁ ! ତୁମ ପାଖରେ ଅର୍ଦାସ କରେ କି ମୋତେ ଏହା ବୁଝାଇ ଦିଅ।

ਸਭਨਾ ਜੀਆ ਕਾ ਇਕੁ ਦਾਤਾ ਸੋ ਮੈ ਵਿਸਰਿ ਨ ਜਾਈ ॥੫॥
ଯିଏ ସବୁ ଜୀବକୁ ଦାନ ଦିଅନ୍ତି, ଏକ ପ୍ରଭୁ ଅଟନ୍ତି, ମୁଁ ତାଙ୍କୁ ଭୁଲି ନ ଯାଏ।

ଛନ୍ଦ 6

ଏହି ଶ୍ଳୋକରେ କୁହ ଯାଇଛି ଯେ ପବିତ୍ର ସ୍ଥାନକୁ ତୀର୍ଥ ଯାତ୍ରା କରିବା ଭଗବାନକୁ ପ୍ରସନ୍ନ କରିପାରେ ନାହିଁ, ଏହା ବ୍ୟତୀତ ତାଙ୍କୁ ପ୍ରେମ ଓ ଆବେଗ ସହିତ ସ୍ମରଣ କରି ତାଙ୍କରି ଅନୁଗ୍ରହ ଯୋଗ୍ୟ ହୋଇପାରିବା।

This stanza states that pilgrimage to holy places is not the way to please God.Those who remember Him with love and passion become worthy of His Grace.

ਤੀਰਥਿ ਨਾਵਾ ਜੇ ਤਿਸੁ ਭਾਵਾ ਵਿਣੁ ਭਾਣੇ ਕਿ ਨਾਇ ਕਰੀ ॥
ତୀର୍ଥ ସ୍ଥାନ ଯାଇ ଶୁଦ୍ଧ ସ୍ନାନ କଋ ପରମାତ୍ମାଙ୍କୁ ଖୁସି କରିପାରିବି, କିନ୍ତୁ ଯଦି ଏହିପରି ପରମାତ୍ମା ଖୁସି ହେବେ ନାହିଁ ତ ମୁଁ ସେଠାରେ ସ୍ନାନ କରି କଣ ପାଇପାରିବି?

ਜੇਤੀ ਸਿਰਠਿ ਉਪਾਈ ਵੇਖਾ ਵਿਣੁ ਕਰਮਾ ਕਿ ਮਿਲੈ ਲਈ ॥
ଈଶ୍ବରଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ଯେତେ ସବୁ ଦୁନିଆରେ ଦେଖାଯାଉଛି, ପରମାତ୍ମାଙ୍କ କୃପା ବିନା କାହାକୁ କିଛି ବି ମିଳେ ନାହିଁ, କେହି କିଛି ନେଇପାରିବ ନାହିଁ।

ਮਤਿ ਵਿਚਿ ਰਤਨ ਜਵਾਹਰ ਮਾਣਿਕ ਜੇ ਇਕ ਗੁਰ ਕੀ ਸਿਖ ਸੁਣੀ ॥
ଯଦି ସଦଗୁରୁଙ୍କ ଗୋଟିଏ ଶିକ୍ଷା ଶୁଣାଯାଏ , ତାହାହେଲେ ମନୁଷ୍ୟର ଅନ୍ତରରେ ରତ୍ନ ଏବଂ ମୋତିରେ ଭରପୁର ହୁଏ।

ਗੁਰਾ ਇਕ ਦੇਹਿ ਬੁਝਾਈ ॥
ତେଣୁ, ହେ ସତଗୁରୁ1 ତୁମ ଆଗେ ମୋର ଏ ପ୍ରାର୍ଥନା, ଅର୍ଦାସ ଅଛି ଯେ ମୋତେ ଏହି ଭାବନା ଦିଅ।

ਸਭਨਾ ਜੀਆ ਕਾ ਇਕੁ ਦਾਤਾ ਸੋ ਮੈ ਵਿਸਰਿ ਨ ਜਾਈ ॥੬॥
ଯିଏ ସବୁ ଜୀବନକୁ ଦାନ କରନ୍ତି , ସେହି ଈଶ୍ଵରଙ୍କୁ ମୁଁ କେବେ ଭୁଲି ନ ଯାଏ।॥6॥

ଛନ୍ଦ 7

ଏହି ଶ୍ଳୋକରେ କୁହାଯାଇଛି ଯେ , ଯଦି ତାଙ୍କରି ଅନୁଗ୍ରହ ପ୍ରାପ୍ତ ହୁଏ ନାହିଁ , ତାହାହେଲେ ଆୟୁଷ, ସାଂସାରିକ ଖ୍ୟାତି, ମାନ୍ୟତା ଓ ଶକ୍ତି ବେକାର ଅଟେ।

This stanza states that long life, worldly fame, recognition, and power are useless if His Grace is not obtained.

ਜੇ ਜੁਗ ਚਾਰੇ ਆਰਜਾ ਹੋਰ ਦਸੂਣੀ ਹੋਇ ॥
ଯଦି କୌଣସି ମନୁଷ୍ୟର ଆୟୁଷ ଚାରି ଯୁଗ ସମାନ ହୋଇଯାଏ, କେବଳ ଏତିକି ନାହିଁ ତା ଠାରୁ ମଧ୍ୟ ଦଶ ଗୁଣ ଅଧିକ ହୋଇଯାଏ,

ਨਵਾ ਖੰਡਾ ਵਿਚਿ ਜਾਣੀਐ ਨਾਲਿ ਚਲੈ ਸਭੁ ਕੋਇ ॥
ଯଦି ସେ ସାରା ସଂସାରରେ ପ୍ରଘଟ ହୁଏ ଓ ସବୁ ମନୁଷ୍ୟ ତାର ପଛରେ ରୁହନ୍ତି

ਚੰਗਾ ਨਾਉ ਰਖਾਇ ਕੈ ਜਸੁ ਕੀਰਤਿ ਜਗਿ ਲੇਇ ॥
ଯଦି କିଏ ଖୁବ ନାମ ଅର୍ଜନ କରି ସାରା ସଂସାରରେ ସୋଭା ପ୍ରାପ୍ତ କରେ

ਜੇ ਤਿਸੁ ਨਦਰਿ ਨ ਆਵਈ ਤ ਵਾਤ ਨ ਪੁਛੈ ਕੇ ॥
କିନ୍ତୁ ଯଦି ଅକାଳ ପୁରୁଷଙ୍କ କୃପା ନଜରରେ ଆସି ପାରି ନାହିଁ, ତାହାହେଲେ ସେ ଏମିତି ଏକ ଯାହା ବିଷୟରେ କେହି ବି କିଛି ପଚାରନ୍ତି ନାହିଁ। ( ଅର୍ଥାତ , ଏତେ ନାମ ଖ୍ୟାତି ଅର୍ଜନ କରି ମଧ୍ୟ ସବୁ ବେକାର ଯାଏ)

ਕੀਟਾ ਅੰਦਰਿ ਕੀਟੁ ਕਰਿ ਦੋਸੀ ਦੋਸੁ ਧਰੇ ॥
ବରଂ ଏପରି ମନୁଷ୍ୟ ଅକାଳ ପୁରୁଷଙ୍କ ଆଗରେ ଏକ ସାଧାରଣ କୀଟ ଅଟେ।ଅକାଳ ପୁରୁଷ ତାକୁ ଦୋଷୀ କରାଇ ଦୋଷ ଲଗାନ୍ତି।

ਨਾਨਕ ਨਿਰਗੁਣਿ ਗੁਣੁ ਕਰੇ ਗੁਣਵੰਤਿਆ ਗੁਣੁ ਦੇ ॥
ହେ ନାନକ! ସେ ଅକାଳ ପୁରୁଷ ଗୁଣହୀନ ମନୁଷ୍ୟ ଠାରେ ଗୁଣ ସୃଷ୍ଟି କରି ଦିଅନ୍ତି ଏବଂ ଗୁଣୀ ଜୀବନକୁ ମଧ୍ୟ ସେ ଗୁଣ ବର୍ଷା କରନ୍ତି ।

ਤੇਹਾ ਕੋਇ ਨ ਸੁਝਈ ਜਿ ਤਿਸੁ ਗੁਣੁ ਕੋਇ ਕਰੇ ॥੭॥
ଏମିତି କେହି ବି ଦେଖାଯାଉନି ଯିଏ ନିର୍ଜୀବ ଜୀବକୁ କିଛି ଗୁଣ ଦେଇପାରିବ। ( ପ୍ରଭୁଙ୍କ କୃପା ନଜର ହିଁ ତାକୁ ଉଚ୍ଚ କରିପାରିବ, ଲମ୍ବା ଆୟୁଷ ତଥା ଜଗତର ଶୋଭା କରେ ନାହିଁ।॥7॥

ଛନ୍ଦ 8

ଏହି ଶ୍ଳୋକର ପ୍ରତ୍ୟେକ ପଂକ୍ତି ‘ଶୁଣନ୍ତୁ’ ଶବ୍ଦ ସହିତ ଆରମ୍ଭ ହୁଏ।ଏହି ଶବ୍ଦର ଅର୍ଥ ପୁରା ଧ୍ୟାନ, ପରମ ଭକ୍ତି ସହିତ ଶୁଣିବା ଏବଂ ଆପଣ ଯାହା ଶୁଣୁଛନ୍ତି ଏହାକୁ ସ୍ଵୀକାର କରିବା ପାଇଁ କିଛି ଆଶଙ୍କା ବା ଅନିଚ୍ଛା ନ ହେବା।

Every line in this stanza starts with the word ’Suniae’. This word ‘Suniae’ means listening with complete focus, ultimate devotion and having absolutely no apprehension or reluctance in accepting what you are listening.

ਸੁਣਿਐ ਸਿਧ ਪੀਰ ਸੁਰਿ ਨਾਥ ॥ਸੁਣਿਐ ਧਰਤਿ ਧਵਲ ਆਕਾਸ ॥
ପ୍ରଭୁଙ୍କ ଏହି ନାମ ପ୍ରେମ ଓ ଭକ୍ତି ସହିତ ଶୁଣି ମନୁଷ୍ୟ ସାଧୁ, ଧର୍ମ ପଥ ପ୍ରଦର୍ଶକ, ଦେବତା ଓ ନାଥ ପଦ ପ୍ରାପ୍ତ କରେ, ତାଙ୍କରି ମହିମା ଶୁଣିବା ପରେ ଏହା ବୁଝାଯାଏ ଯେ ଧରିତ୍ର-ଆକାଶର ପ୍ରଭାବ ଏହି ପ୍ରଭୁ ହିଁ ଅଟନ୍ତି ।

ਸੁਣਿਐ ਦੀਪ ਲੋਅ ਪਾਤਾਲ ॥ਸੁਣਿਐ ਪੋਹਿ ਨ ਸਕੈ ਕਾਲੁ ॥
ତାଙ୍କରି ମହିମା ଶୁଣିବା ପରେ ଏହା ଜଣାଯାଉଛି ଯେ ସେ ସାରାଦ୍ଵୀପ, ଲୋକ, ପାତାଳ ରେ ବ୍ୟାପକ ଅଟନ୍ତି, ଏବଂ ମହିମା ଶୁଣିବା ଲୋକକୁ ମୃତ୍ୟୁ ମଧ୍ୟ ଡରାଇ ପାରିବ ନାହିଁ।

ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੮॥
ହେ ନାନକ, ଭକ୍ତର ହୃଦୟରେ ସଦା ଆନନ୍ଦ ଭରି ରହିଥାଏ, କାରଣ ତାଙ୍କ ମହିମା ଶୁଣିବା ଯୋଗୁଁ ମନୁଷ୍ୟର ଦୁଃଖ ଓ ପାପର ନାଶ ହୁଏ।

ଛନ୍ଦ 9

ଏହି ଶ୍ଳୋକର ପ୍ରତ୍ୟେକ ପଂକ୍ତି ‘ଶୁଣନ୍ତୁ’ ଶବ୍ଦ ସହିତ ଆରମ୍ଭ ହୁଏ।ଏହି ଶବ୍ଦର ଅର୍ଥ ପୁରା ଧ୍ୟାନ, ପରମ ଭକ୍ତି ସହିତ ଶୁଣିବା ଏବଂ ଆପଣ ଯାହା ଶୁଣୁଛନ୍ତି ଏହାକୁ ସ୍ଵୀକାର କରିବା ପାଇଁ କିଛି ଆଶଙ୍କା ବା ଅନିଚ୍ଛା ନ ହେବା।

Every line in this stanza starts with the word ’Suniae’. This word ‘Suniae’ means listening with complete focus, ultimate devotion and having absolutely no apprehension or reluctance in accepting what you are listening.

ਸੁਣਿਐ ਈਸਰੁ ਬਰਮਾ ਇੰਦੁ ॥ਸੁਣਿਐ ਮੁਖਿ ਸਾਲਾਹਣ ਮੰਦੁ ॥
ଅକାଳ ପୁରୁଷଙ୍କ ନାମ ସହିତ ଧ୍ୟାନ ଯୋଡିବା ମନୁଷ୍ୟ ଶିବ, ବ୍ରହ୍ମା ଓ ଇନ୍ଦ୍ର ପଦ ପ୍ରାପ୍ତ କରି ନିଏ, ମନ୍ଦ ଲୋକ ମଧ୍ୟ ମୁଖରେ ଈଶ୍ବରଙ୍କ ସ୍ତୁତି କରେ।

ਸੁਣਿਐ ਜੋਗ ਜੁਗਤਿ ਤਨਿ ਭੇਦ ॥ਸੁਣਿਐ ਸਾਸਤ ਸਿਮ੍ਰਿਤਿ ਵੇਦ ॥
( ସାଧାରଣ ବୁଦ୍ଧିବାଲାକୁ ମଧ୍ୟ) ଶରୀର ଅନ୍ତରର ଗହନ ସତ୍ୟ ( ପାଞ୍ଚ ଇନ୍ଦ୍ରିୟର କ୍ରିୟାକଳାପ ଓ ବିକାର ଆଡକୁ ଦୌଡ)ର ହାସଲ ଜଣାପଡିଯାଏ। ପ୍ରଭୁ ମିଳନର ଯୁକ୍ତି ଜଣାପଡିଯାଏ, ଶାସ୍ତ୍ର, ସ୍ମୃତି, ଓ ବେଦ ଜଣାପଡିଯାଏ ( ଭାବ-ଧାର୍ମିକ ପୁସ୍ତକର ଅସଲ ସ୍ୱରୂପ ସେତେବେଳେ ଜଣାପଡିବ ଯେତେବେଳେ ଆମେ ନାମରେ ଧ୍ୟାନ ଯୋଡନ୍ତି)

ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੯॥
ହେ ନାନକ, ( ନାମ ସହିତ ପ୍ରେମ କରୁଥିବା) ଭକ୍ତଙ୍କ ହୃଦୟରେ ସଦା ପ୍ରସନ୍ନତା ରହେ, କାରଣ, ଈଶ୍ବରଙ୍କ ମହିମା ସ୍ମୃତି ଶୁଣି ମନୁଷ୍ୟର ଦୁଃଖ ଓ ପାପର ନାଶ ହୁଏ।॥9॥