Guru Granth Sahib Translation Project

guru granth sahib odia page-20

Page 20

ਪੰਚ ਭੂਤ ਸਚਿ ਭੈ ਰਤੇ ਜੋਤਿ ਸਚੀ ਮਨ ਮਾਹਿ ॥ ଯେଉଁ ସତ୍ୟ ସ୍ଵରୂପର ଭୟରେ ପାଞ୍ଚ ଭୌତିକ ତତ୍ଵ (ସଂପୂର୍ଣ୍ଣ ମାନବ ଶରୀର) ଅନୁରକ୍ତ ଅଟେ ସେହି ସତ୍ୟ ସ୍ୱରୂପ ପରମାତ୍ମାଙ୍କ ପରମ ଜ୍ୟୋତି ମନରେ ନିବାସ କରିଥାଏ।
ਨਾਨਕ ਅਉਗਣ ਵੀਸਰੇ ਗੁਰਿ ਰਾਖੇ ਪਤਿ ਤਾਹਿ ॥੪॥੧੫॥ ସଦଗୁରୁଜୀ କହନ୍ତି ଯେ ସେହି ମାନବ ଜୀବକୁ ସମସ୍ତ ଅବଗୁଣ ବିସ୍ମୃତ ହୋଇଯାଇଛି ଆଉ ତାଙ୍କରି ପ୍ରତିଷ୍ଠାର ରକ୍ଷା ସ୍ଵୟଂ ଗୁରୁ କରନ୍ତି॥4॥25॥
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1॥
ਨਾਨਕ ਬੇੜੀ ਸਚ ਕੀ ਤਰੀਐ ਗੁਰ ਵੀਚਾਰਿ ॥ ଗୁରୁ ନାନକ କହନ୍ତି ଯେ ଗୁରୁ ଉପଦେଶ ଚିନ୍ତନ କରିଲେ ସତ୍ୟ ନାମ ରୂପୀ ନଉକାରେ ସବାର ହୋଇ ଜୀବ ଭବ ସାଗରକୁ ପାର କରିପାରେ।
ਇਕਿ ਆਵਹਿ ਇਕਿ ਜਾਵਹੀ ਪੂਰਿ ਭਰੇ ਅਹੰਕਾਰਿ ॥ କିନ୍ତୁ ଅନେକ ଜୀବ ଅଭିମାନ କରି ଜନ୍ମ ନିଅନ୍ତି ଆଉ ମୃତ୍ୟୁ ପ୍ରାପ୍ତ କରନ୍ତି।
ਮਨਹਠਿ ਮਤੀ ਬੂਡੀਐ ਗੁਰਮੁਖਿ ਸਚੁ ਸੁ ਤਾਰਿ ॥੧॥ ମାନମାନି ମନୁଷ୍ୟ ମନର ବୁଦ୍ଧି କାରଣରୁ ସଂସାର ସାଗରର ବିକାରରେ ଡୁବି ରହିଥାଏ, କିନ୍ତୁ ଗୁରୁ ବତାଇଥିବା ସତ୍ୟ ମାର୍ଗରେ ଚାଲି ଏହି ସଂସାର ସାଗରକୁ ପାର କରିଯାଇପାରେ॥1॥
ਗੁਰ ਬਿਨੁ ਕਿਉ ਤਰੀਐ ਸੁਖੁ ਹੋਇ ॥ ଗୁରୁଙ୍କ ଆଶ୍ରୟ ବିନା ଏହି ଭବସାଗର କିପରି ପାର କରାଯାଇପାରିବ ଆଉ କିପରି ଆତ୍ମିକ ଆନନ୍ଦ ପ୍ରାପ୍ତ କରାଯାଇପାରିବ।
ਜਿਉ ਭਾਵੈ ਤਿਉ ਰਾਖੁ ਤੂ ਮੈ ਅਵਰੁ ਨ ਦੂਜਾ ਕੋਇ ॥੧॥ ਰਹਾਉ ॥ ଏଥିପାଇଁ ସେହି ପରମାତ୍ମାଙ୍କ ପାଖରେ ବିନତି କର ଯେ ଆପଣଙ୍କୁ ଯେପରି ଭଲ ଲାଗେ ସେପରି ମୋର ରକ୍ଷା କର, ଆପଣଙ୍କ ଅତିରିକ୍ତ ମୋର ଅନ୍ୟ ଆଶ୍ରୟ କିଛି ନାହିଁ॥1॥ରୁହ॥
ਆਗੈ ਦੇਖਉ ਡਉ ਜਲੈ ਪਾਛੈ ਹਰਿਓ ਅੰਗੂਰੁ ॥ ସୃଷ୍ଟିର ଚମତ୍କାର ଦୃଶ୍ୟ ବର୍ଣ୍ଣନା କର ଗୁରୁଜୀ କହନ୍ତି ଯେ ହେ ମାନବ! ସଂସାରର ଆଗରେ ଦେଖିଲେ ଶ୍ମଶାନରେ ଦେଖିଲେ ଚିତା ଜଳୁଛି ଏବଂ ପଛରେ ଦେଖିଲେ ଅଙ୍କୁର ପ୍ରସ୍ଫୁଟିତ ହୋଇ ନୂଆ ଜନ୍ମ ହେଉଛି।
ਜਿਸ ਤੇ ਉਪਜੈ ਤਿਸ ਤੇ ਬਿਨਸੈ ਘਟਿ ਘਟਿ ਸਚੁ ਭਰਪੂਰਿ ॥ ଯେଉଁ ସୃଷ୍ଟି କର୍ତ୍ତାର ଆଦେଶରୁ ଏହି ସାଂସାରିକ ଜୀବ ଜନ୍ମ ହେଉଛନ୍ତି ଆଉ ଯେଉଁ ସଂହାରକ ଶକ୍ତିର ଆଜ୍ଞାରେ ନଷ୍ଟ ହେଉଛନ୍ତି, ସେହି ପରିପୂର୍ଣ୍ଣ ସତ୍ୟ କୋଣ କୋଣରେ ବ୍ୟାପ୍ତ ଅଛନ୍ତି।
ਆਪੇ ਮੇਲਿ ਮਿਲਾਵਹੀ ਸਾਚੈ ਮਹਲਿ ਹਦੂਰਿ ॥੨॥ ସେ ସ୍ଵୟଂ ଗୁରୁଙ୍କ ସହିତ ମିଳନ କରାନ୍ତି ଆଉ ଗୁରୁଙ୍କ ସହିତ ମିଲନ ହୋଇ ଜୀବ ସତ୍ୟ ସ୍ୱରୂପ ସହିତ ସମକକ୍ଷ ହୋଇଥାଏ॥2॥
ਸਾਹਿ ਸਾਹਿ ਤੁਝੁ ਸੰਮਲਾ ਕਦੇ ਨ ਵਿਸਾਰੇਉ ॥ ହେ ପ୍ରଭୁ! କୃପା କର, ମୁଁ ପ୍ରତି ଶ୍ଵାସରେ ଆପଣଙ୍କୁ ସ୍ମରଣ କରୁଅଛି କେବେ ଭୁଲି ନାହିଁ।
ਜਿਉ ਜਿਉ ਸਾਹਬੁ ਮਨਿ ਵਸੈ ਗੁਰਮੁਖਿ ਅੰਮ੍ਰਿਤੁ ਪੇਉ ॥ ହେ ସାହିବ! ଯେବେ ଯେବେ ତୁମେ ମୋର ମନରେ ବାସ କର, ସେତେବେଳେ ମୁଁ ଆତ୍ମିକ ଆନନ୍ଦ ଦାତା ନାମ ରୂପୀ ଅମୃତ ପିଏ।
ਮਨੁ ਤਨੁ ਤੇਰਾ ਤੂ ਧਣੀ ਗਰਬੁ ਨਿਵਾਰਿ ਸਮੇਉ ॥੩॥ ହେ ପରମାତ୍ମା! ମୋର ଏହି ମନ ଓ ଶରୀର ତୁମେ ଦେଇଛ, ତୁମେ ମୋର ସ୍ଵାମୀ ଅଟ, ଏଥିପାଇଁ କୃପା କରି ମୋର ଅନ୍ତର୍ମନରୁ ଅହଂକାର ଦୂର କରି ନିଜ ସହିତ ଲୀନ କର॥3॥
ਜਿਨਿ ਏਹੁ ਜਗਤੁ ਉਪਾਇਆ ਤ੍ਰਿਭਵਣੁ ਕਰਿ ਆਕਾਰੁ ॥ ଯେଉଁ ପରମାତ୍ମା ଏହି ସୃଷ୍ଟିର ନିର୍ମାଣ କରିଛନ୍ତି, ସେ ଏହି ତିନି ଲୋକର ଆକାର ଦେଇଛନ୍ତି।
ਗੁਰਮੁਖਿ ਚਾਨਣੁ ਜਾਣੀਐ ਮਨਮੁਖਿ ਮੁਗਧੁ ਗੁਬਾਰੁ ॥ ଏହି ରହସ୍ୟମୟୀ ଜ୍ଞାନକୁ ଗୁରୁମୁଖ ଜୀବ ହିଁ ଜାଣେ, ମାୟାଧାରୀ ମନମୁଖ ବିମୁଢ ଜୀବ ଅନ୍ଧକାରରେ ରହିଥାଏ।
ਘਟਿ ਘਟਿ ਜੋਤਿ ਨਿਰੰਤਰੀ ਬੂਝੈ ਗੁਰਮਤਿ ਸਾਰੁ ॥੪॥ ଶ୍ରେଷ୍ଠ ଗୁରୁଙ୍କ ଶିକ୍ଷା ପ୍ରାପ୍ତ ଜୀବ ହିଁ ସର୍ବବ୍ୟାପକ ଜ୍ୟୋତିକୁ ନିରନ୍ତର ଜାଣିପାରେ॥4॥
ਗੁਰਮੁਖਿ ਜਿਨੀ ਜਾਣਿਆ ਤਿਨ ਕੀਚੈ ਸਾਬਾਸਿ ॥ ଯେଉଁ ଗୁରୁମୁଖ ଜୀବ ସେହି ପରମାତ୍ମାଙ୍କୁ ଜାଣିଛି, ସେ ଧନ୍ୟ ଅଟେ।
ਸਚੇ ਸੇਤੀ ਰਲਿ ਮਿਲੇ ਸਚੇ ਗੁਣ ਪਰਗਾਸਿ ॥ ଯିଏ ପରମାତ୍ମାଙ୍କ ସତ୍ୟ ନାମରେ ଲିପ୍ତ ହୋଇ ସେହି ସତ୍ଯରେ ଲୀନ ହୋଇଗଲେ
ਨਾਨਕ ਨਾਮਿ ਸੰਤੋਖੀਆ ਜੀਉ ਪਿੰਡੁ ਪ੍ਰਭ ਪਾਸਿ ॥੫॥੧੬॥ ଶ୍ରୀ ଗୁରୁ ନାନକ କହନ୍ତି ଯେ ସେ ନାମ ଦ୍ଵାରା ସନ୍ତୁଷ୍ଟ ହୋଇଯାଇଛନ୍ତି ଆଉ ସିଏ ନିଜ ପ୍ରାଣ ଓ ଶରୀର ସେହି ପରମେଶ୍ଵରଙ୍କୁ ଅର୍ପିତ କରିଦେଇଛନ୍ତି॥5॥16॥
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1 ॥
ਸੁਣਿ ਮਨ ਮਿਤ੍ਰ ਪਿਆਰਿਆ ਮਿਲੁ ਵੇਲਾ ਹੈ ਏਹ ॥ ହେ ପ୍ରିୟ ମିତ୍ର ମନ! ଶୁଣ, ଏହା (ମାନବ ଜନ୍ମ) ପରମାତ୍ମାଙ୍କ ସହିତ ମିଳନର ସମୟ ଅଟେ।
ਜਬ ਲਗੁ ਜੋਬਨਿ ਸਾਸੁ ਹੈ ਤਬ ਲਗੁ ਇਹੁ ਤਨੁ ਦੇਹ ॥ ଯେ ପର୍ଯ୍ୟନ୍ତ ଏହି ଯୌବନ ଅବସ୍ଥାର ଶ୍ଵାସ ଚାଲୁଅଛି, ସେ ପର୍ଯ୍ୟନ୍ତ ହିଁ ଏହି ଶରୀର ନାମ ସ୍ମରଣ କରିବା ଯୋଗ୍ୟ ଅଟେ। ଅର୍ଥାତ ବୃଦ୍ଧାବସ୍ଥାରେ ଦୁର୍ବଳତା ସ୍ମରଣ କରିବାକୁ ଦିଏ ନାହିଁ।
ਬਿਨੁ ਗੁਣ ਕਾਮਿ ਨ ਆਵਈ ਢਹਿ ਢੇਰੀ ਤਨੁ ਖੇਹ ॥੧॥ ଶୁଭ ଗୁଣ ବିନା ଏହି ଶରୀର କୌଣସି କାର୍ଯ୍ୟର ନାହିଁ, ଶେଷରେ ଏହା ନଷ୍ଟ ହୋଇ ପାଉଁଶ ହୋଇଯାଏ॥1॥
ਮੇਰੇ ਮਨ ਲੈ ਲਾਹਾ ਘਰਿ ਜਾਹਿ ॥ ହେ ମୋର ପ୍ରିୟ ମନ! ତୁମ ନାମ ସ୍ମରଣର ଲାଭ ଉଠାଇ ସତ୍ୟ ସ୍ଵରୂପର ଘରକୁ ଯାଅ।
ਗੁਰਮੁਖਿ ਨਾਮੁ ਸਲਾਹੀਐ ਹਉਮੈ ਨਿਵਰੀ ਭਾਹਿ ॥੧॥ ਰਹਾਉ ॥ ଗୁରୁଙ୍କ ଉନ୍ମୁଖ ହୋଇ ନାମ ସ୍ମରଣ କର, ଏହା ଦ୍ଵାରା ଅହଙ୍କାରର ଅଗ୍ନି ଲିଭିଯାଏ॥1॥ରୁହ॥
ਸੁਣਿ ਸੁਣਿ ਗੰਢਣੁ ਗੰਢੀਐ ਲਿਖਿ ਪੜਿ ਬੁਝਹਿ ਭਾਰੁ ॥ ଅନେକ ଅନେକ କଥା କାହାଣୀ ଶୁଣି ଶୁଣି ବୌଦ୍ଧିକ ଭାବରେ ଏହାକୁ ବିଶ୍ଳେଷଣ କରୁ, ଆଉ ଅନେକ ଅନେକ ଲେଖି, ପଢି ଓ ବିଚାର କରି ପଦ ସଂଗ୍ରହ କରୁ ତାହା ଏକ ବୋଝ ସଦୃଶ ଅଟେ।
ਤ੍ਰਿਸਨਾ ਅਹਿਨਿਸਿ ਅਗਲੀ ਹਉਮੈ ਰੋਗੁ ਵਿਕਾਰੁ ॥ ତାହାରି ତୃଷ୍ଣାରେ ଦିନ ରାତି ବୁଦ୍ଧି ହୋଇଥାଏ ଆଉ ଅହଂକାରର ରୋଗ ଗ୍ରସ୍ତ ହୋଇ କେତେ ପ୍ରକାରର ବିକାର ଉତ୍ପର୍ଣ୍ଣ ହୋଇଥାଏ।
ਓਹੁ ਵੇਪਰਵਾਹੁ ਅਤੋਲਵਾ ਗੁਰਮਤਿ ਕੀਮਤਿ ਸਾਰੁ ॥੨॥ ସେହି ପ୍ରଭୁ ନିଶ୍ଚିତ ତଥା ଅପରିମେୟ ଅଟେ, ତାଙ୍କରି ବିଷୟରେ ଜ୍ଞାନ ଗୁରୁଙ୍କ ଶିକ୍ଷା ଦ୍ଵାରା ହିଁ ହୋଇଥାଏ॥2॥
ਲਖ ਸਿਆਣਪ ਜੇ ਕਰੀ ਲਖ ਸਿਉ ਪ੍ਰੀਤਿ ਮਿਲਾਪੁ ॥ ଆମେ ଅନେକ ଅନେକ ଚତୁରତା କରିପାରୁ ଆଉ ଅନେକ ଅନେକ ଲୋକଙ୍କ ସାଥିରେ ପ୍ରୀତି କରିପାରୁ
ਬਿਨੁ ਸੰਗਤਿ ਸਾਧ ਨ ਧ੍ਰਾਪੀਆ ਬਿਨੁ ਨਾਵੈ ਦੂਖ ਸੰਤਾਪੁ ॥ (ତାହାହେଲେ ମଧ୍ୟ) ସନ୍ଥଙ୍କ ସଂଗତି ବିନା ତୃପ୍ତି ହୁଏ ନାହିଁ ତଥା ନାମ ସ୍ମରଣ ବିନା ସାଂସାରିକ ଦୁଃଖ ଏବଂ ସନ୍ତାପ ବନି ରହିଥାଏ।
ਹਰਿ ਜਪਿ ਜੀਅਰੇ ਛੁਟੀਐ ਗੁਰਮੁਖਿ ਚੀਨੈ ਆਪੁ ॥੩॥ ହେ ଜୀବ! ଗୁରୁ ଉପଦେଶ ଦ୍ଵାରା ସ୍ଵୟଂକୁ ଚିହ୍ନ, ନାମ ସ୍ମରଣ କରି ଏହି ବିକାର ଠାରୁ ମୁକ୍ତି ମିଳିପାରିବ॥3॥
ਤਨੁ ਮਨੁ ਗੁਰ ਪਹਿ ਵੇਚਿਆ ਮਨੁ ਦੀਆ ਸਿਰੁ ਨਾਲਿ ॥ ଯିଏ ନିଜ ଶରୀର ଓ ମନକୁ ଗୁରୁଙ୍କୁ ବିକ୍ରି କରିଦେଇଛନ୍ତି, ଅନ୍ତଃକରଣ ଆଉ ମସ୍ତକକୁ ମଧ୍ୟ ଅର୍ପଣ କରିଦେଇଛନ୍ତି।
ਤ੍ਰਿਭਵਣੁ ਖੋਜਿ ਢੰਢੋਲਿਆ ਗੁਰਮੁਖਿ ਖੋਜਿ ਨਿਹਾਲਿ ॥ ସେ ଯେଉଁ ପ୍ରଭୁଙ୍କୁ ତିନି ଲୋକରେ ସନ୍ଧାନ କରିଛନ୍ତି, ତାହାଙ୍କୁ ଗୁରୁ ଉପଦେଶ ଦ୍ଵାରା ଖୋଜି ପ୍ରସନ୍ନତା ପ୍ରାପ୍ତ କରିଛନ୍ତି।
ਸਤਗੁਰਿ ਮੇਲਿ ਮਿਲਾਇਆ ਨਾਨਕ ਸੋ ਪ੍ਰਭੁ ਨਾਲਿ ॥੪॥੧੭॥ ଗୁରୁ ନାନକ ଜୀ କହନ୍ତି ଯେ ସଦଗୁରୁ ନିଜ ସାଥିରେ ମିଳନ କରି ସେହି ପ୍ରଭୁଙ୍କ ସହିତ ମିଳନ କରାଇଦିଅନ୍ତି॥4॥17॥
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1 ॥
ਮਰਣੈ ਕੀ ਚਿੰਤਾ ਨਹੀ ਜੀਵਣ ਕੀ ਨਹੀ ਆਸ ॥ ଗୁରୁଙ୍କ ଉନ୍ମୁଖ ଜୀବଙ୍କୁ ମରିବାର ଚିନ୍ତା ରହେ ନାହିଁ କି ବଞ୍ଚିବାର ଆଶା ନାହିଁ।
ਤੂ ਸਰਬ ਜੀਆ ਪ੍ਰਤਿਪਾਲਹੀ ਲੇਖੈ ਸਾਸ ਗਿਰਾਸ ॥ ସେ ନିଶ୍ଚୟ କରି କହନ୍ତି ଯେ ହେ ପ୍ରଭୁ! ତୁମେ ସମସ୍ତ ପ୍ରାଣୀଙ୍କ ପ୍ରତିପାଳନ କର, ପ୍ରତ୍ୟେକଙ୍କ ପ୍ରତି ଲେଖା ତୁମ ପାଖରେ ଅଛି।
ਅੰਤਰਿ ਗੁਰਮੁਖਿ ਤੂ ਵਸਹਿ ਜਿਉ ਭਾਵੈ ਤਿਉ ਨਿਰਜਾਸਿ ॥੧॥ ଗୁରୁମୁଖୀଙ୍କ ହୃଦୟରେ ତୁମେ ବାସ କରିଅଛ, ଯେପରି ଆପଣଙ୍କୁ ଭଲ ଲାଗେ, ସେପରି ନିର୍ଣ୍ଣୟ ତୁମେ ନିଅ॥1॥
ਜੀਅਰੇ ਰਾਮ ਜਪਤ ਮਨੁ ਮਾਨੁ ॥ ହେ ଜୀବ! ଅକାଳ-ପୁରୁଷଙ୍କ ଚିନ୍ତନ କରି ମନରେ ନିଶ୍ଚୟ ଧାରଣ କର।
ਅੰਤਰਿ ਲਾਗੀ ਜਲਿ ਬੁਝੀ ਪਾਇਆ ਗੁਰਮੁਖਿ ਗਿਆਨੁ ॥੧॥ ਰਹਾਉ ॥ ଯେବେ ଗୁରୁ ଦ୍ଵାରା ଗୁରୁମୁଖଙ୍କୁ ଜ୍ଞାନ ପ୍ରାପ୍ତ ହୁଏ, ଅନ୍ତର୍ମନରେ ଲାଗୁଥିବା ତୃଷ୍ଣା ରୂପୀ ଅଗ୍ନି ଜ୍ଵଳନ ସମାପ୍ତ ହୋଇଯାଏ॥1॥ରୁହ॥
error: Content is protected !!
Scroll to Top
https://mta.sertifikasi.upy.ac.id/application/mdemo/ slot gacor slot demo https://bppkad.mamberamorayakab.go.id/wp-content/modemo/ http://gsgs.lingkungan.ft.unand.ac.id/includes/demo/
https://jackpot-1131.com/ https://mainjp1131.com/ https://triwarno-banyuurip.purworejokab.go.id/template-surat/kk/kaka-sbobet/
https://mta.sertifikasi.upy.ac.id/application/mdemo/ slot gacor slot demo https://bppkad.mamberamorayakab.go.id/wp-content/modemo/ http://gsgs.lingkungan.ft.unand.ac.id/includes/demo/
https://jackpot-1131.com/ https://mainjp1131.com/ https://triwarno-banyuurip.purworejokab.go.id/template-surat/kk/kaka-sbobet/