Guru Granth Sahib Translation Project

guru granth sahib odia page-21

Page 21

ਅੰਤਰ ਕੀ ਗਤਿ ਜਾਣੀਐ ਗੁਰ ਮਿਲੀਐ ਸੰਕ ਉਤਾਰਿ ॥ ଅନ୍ତର୍ମନର ରହସ୍ୟ ସେତେବେଳେ ଜାଣିପାରିବା, ଯେତେବେଳେ ସବୁ ଶଙ୍କା ଦୂର କରି ଗୁରୁଙ୍କ ସହିତ ମିଳନ କରିବା।
ਮੁਇਆ ਜਿਤੁ ਘਰਿ ਜਾਈਐ ਤਿਤੁ ਜੀਵਦਿਆ ਮਰੁ ਮਾਰਿ ॥ ମୃତ୍ୟୁ ପରେ ଯେଉଁ ଯମ ଘରକୁ ଯିବାକୁ ପଡେ, ଜୀବିତ ରହିବା ସମୟରେ ନାମ ସ୍ମରଣ ଦ୍ଵାରା ସେହି ଯମକୁ କାହିଁକି ମାରିଦେବା ନାହିଁ?
ਅਨਹਦ ਸਬਦਿ ਸੁਹਾਵਣੇ ਪਾਈਐ ਗੁਰ ਵੀਚਾਰਿ ॥੨॥ ଗୁରୁଙ୍କ ଉପଦେଶରୁ ହିଁ ପରଂବ୍ରହ୍ମର ଅନାହତ ବାଣୀ ଶ୍ରବଣ କରିବାକୁ ମିଳିଥାଏ॥2॥
ਅਨਹਦ ਬਾਣੀ ਪਾਈਐ ਤਹ ਹਉਮੈ ਹੋਇ ਬਿਨਾਸੁ ॥ ଯେତେବେଳେ ଏହି ଅନାହତ ବାଣୀ ପ୍ରାପ୍ତ ହୋଇଥାଏ, ଅଭିମାନ ବିନାଶ ହୋଇଯାଏ।
ਸਤਗੁਰੁ ਸੇਵੇ ਆਪਣਾ ਹਉ ਸਦ ਕੁਰਬਾਣੈ ਤਾਸੁ ॥ ଯିଏ ନିଜ ସଦଗୁରୁଙ୍କ ସେବା କରୁଥାଏ, ତାଙ୍କ ପାଖରେ ମୁଁ ସର୍ବଦା ସମର୍ପିତ।
ਖੜਿ ਦਰਗਹ ਪੈਨਾਈਐ ਮੁਖਿ ਹਰਿ ਨਾਮ ਨਿਵਾਸੁ ॥੩॥ ଯାହାର ମୁହଁରେ ହରିନାମର ବାସ ହୋଇଥାଏ, ସେହି ପରମାତ୍ମାଙ୍କ ସଭାକୁ ନେଇ ପ୍ରତିଷ୍ଠା ପରିଧାନରେ ସୁଶୋଭିତ କରାଯାଇଥାଏ॥3॥
ਜਹ ਦੇਖਾ ਤਹ ਰਵਿ ਰਹੇ ਸਿਵ ਸਕਤੀ ਕਾ ਮੇਲੁ ॥ ଯେଉଁଠି ମଧ୍ୟ ମୋର ଦୃଷ୍ଟି ପଡିଥାଏ, ସେଠାରେ ଶିବ(ଚେତନ) ଆଉ ଶକ୍ତି(ପ୍ରବୃତ୍ତି)ର ସଂଯୋଗ ଥାଏ।
ਤ੍ਰਿਹੁ ਗੁਣ ਬੰਧੀ ਦੇਹੁਰੀ ਜੋ ਆਇਆ ਜਗਿ ਸੋ ਖੇਲੁ ॥ ତ୍ରିଗୁଣୀ(ତମ,ରଜ,ସତ୍ତ୍ଵ ) ଆତ୍ମିକ ମାୟାରୁ ଏହି ଶରୀର ବନ୍ଧା ହୋଇଛି, ଯିଏ ଏହି ସଂସାରକୁ ଆସିଛି, ସିଏ ଏମାନଙ୍କ ସହିତ ହିଁ ଖେଳିବାକୁ ପଡିଛି।
ਵਿਜੋਗੀ ਦੁਖਿ ਵਿਛੁੜੇ ਮਨਮੁਖਿ ਲਹਹਿ ਨ ਮੇਲੁ ॥੪॥ ଯିଏ ଗୁରୁଙ୍କ ଠାରୁ ବିମୁଖ, ସିଏ ପରମାତ୍ମାଙ୍କ ଠାରୁ ଅଲଗା ହୋଇ ଦୁଖୀ ହୋଇଥାନ୍ତି ତଥା ମନମୁଖ (ସ୍ଵେଛାଚାରୀ) ମିଳନ ଅବସ୍ଥା ପ୍ରାପ୍ତ କରନ୍ତି ନାହିଁ॥4॥
ਮਨੁ ਬੈਰਾਗੀ ਘਰਿ ਵਸੈ ਸਚ ਭੈ ਰਾਤਾ ਹੋਇ ॥ ଯଦି ମାୟାରେ ଲିପ୍ତ ରହିବା ବାଲା ମନ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ଭୟରେ ଲୀନ ହୋଇଯାଏ ତାହା ହେଲେ ସିଏ ନିଜ ବାସ୍ତବିକ ଗୃହରେ ନିବାସ ପ୍ରାପ୍ତ କରିନିଏ ।
ਗਿਆਨ ਮਹਾਰਸੁ ਭੋਗਵੈ ਬਾਹੁੜਿ ਭੂਖ ਨ ਹੋਇ ॥ ସେ ଜ୍ଞାନ ଦ୍ଵାରା ବ୍ରହ୍ମାନନ୍ଦ ରୂପୀ ମହାରସ କୁ ଭୋଗ କରେ ତଥା ତାହାକୁ ମଧ୍ୟ କିଛି ତୃଷ୍ଣା ହୁଏ ନାହିଁ।
ਨਾਨਕ ਇਹੁ ਮਨੁ ਮਾਰਿ ਮਿਲੁ ਭੀ ਫਿਰਿ ਦੁਖੁ ਨ ਹੋਇ ॥੫॥੧੮॥ ଗୁରୁ ନାନକ କଥନ କରନ୍ତି ଯେ ଏହି ଚଞ୍ଚଳ ମନକୁ ମୋହ-ମାୟା ଠାରୁ ଦୂର କରି ପରମାତ୍ମାଙ୍କ ସହିତ ମିଳନ କର ତାହା ହେଲେ ତୋତେ କିଛି ଦୁଖ-ସଂତାପ ଗ୍ରାସ କରିପାରିବ ନାହିଁ॥5॥17॥
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1॥
ਏਹੁ ਮਨੋ ਮੂਰਖੁ ਲੋਭੀਆ ਲੋਭੇ ਲਗਾ ਲੋੁਭਾਨੁ ॥ ଏହି ମନ ମୂର୍ଖ ଓ ବିମୁଢ ଅଟେ, ଯିଏ ଭୌତିକ ପଦାର୍ଥ ପ୍ରାପ୍ତି ପାଇଁ ଲାଳାୟିତ ଅଟେ।
ਸਬਦਿ ਨ ਭੀਜੈ ਸਾਕਤਾ ਦੁਰਮਤਿ ਆਵਨੁ ਜਾਨੁ ॥ ଶାକ୍ତ (ଶକ୍ତି ଉପାସକ ଲୋଭୀ ଜୀବ)ର ମନ ଗୁରୁ-ଶବ୍ଦ ( ପ୍ରଭୁ-ନାମ)ରେ ଲୀନ ହୁଏ ନାହିଁ, ଏଥିପାଇଁ ଦୁଃମତି ବାଲା ଜନ୍ମ-ମୃତ୍ୟୁ ଚକ୍ରରେ ଛନ୍ଦି ରହିଥାଏ।
ਸਾਧੂ ਸਤਗੁਰੁ ਜੇ ਮਿਲੈ ਤਾ ਪਾਈਐ ਗੁਣੀ ਨਿਧਾਨੁ ॥੧॥ ଯଦି ଶ୍ରେଷ୍ଠ ସଦଗୁରୁଙ୍କୁ ପ୍ରାପ୍ତି ହୋଇଯାଏ ତାହାହେଲେ ଶୁଭ ଗୁଣର କୋଷ (ପରମାତ୍ମା) ପ୍ରାପ୍ତ ହୋଇଯାଏ॥1॥
ਮਨ ਰੇ ਹਉਮੈ ਛੋਡਿ ਗੁਮਾਨੁ ॥ ହେ ମୋର ଚଞ୍ଚଳ ମନ ! ତୁ ଅଭିମାନ ଆଉ ଗର୍ବ ତ୍ୟାଗ କରି ଦିଅ।
ਹਰਿ ਗੁਰੁ ਸਰਵਰੁ ਸੇਵਿ ਤੂ ਪਾਵਹਿ ਦਰਗਹ ਮਾਨੁ ॥੧॥ ਰਹਾਉ ॥ ଗୁରୁଙ୍କୁ ହରି ( ଯିଏ ସୁଖର ସରୋବର ଅଟେ )ଙ୍କ ରୂପ ମାନି ତାଙ୍କରି ସେବା କର, ତେବେ ତୁମେ ପରମାତ୍ମାଙ୍କ ଦରବାରର ସମ୍ମାନ ପ୍ରାପ୍ତ କରିବ॥1॥ରୁହ॥
ਰਾਮ ਨਾਮੁ ਜਪਿ ਦਿਨਸੁ ਰਾਤਿ ਗੁਰਮੁਖਿ ਹਰਿ ਧਨੁ ਜਾਨੁ ॥ ଗୁରୁଙ୍କ ଉପଦେଶାନୁସାର ଦିନ-ରାତି ରାମ-ନାମର ସ୍ମରଣ କର ଏବଂ ଏହି ହରି-ନାମର ପରିଚୟ ପାଅ।
ਸਭਿ ਸੁਖ ਹਰਿ ਰਸ ਭੋਗਣੇ ਸੰਤ ਸਭਾ ਮਿਲਿ ਗਿਆਨੁ ॥ ହରି-ନାମରେ ହିଁ ସବୁ ସୁଖର ଭୋଗ କରିବାକୁ ମିଳିଥାଏ, ପରନ୍ତୁ ଏହି ଜ୍ଞାନ ସନ୍ଥ-ସଭା (ସତ୍ସଙ୍ଗ) ରେ ହିଁ ପ୍ରାପ୍ତ ହଉଅଛି ।
ਨਿਤਿ ਅਹਿਨਿਸਿ ਹਰਿ ਪ੍ਰਭੁ ਸੇਵਿਆ ਸਤਗੁਰਿ ਦੀਆ ਨਾਮੁ ॥੨॥ ଯେଉଁମାନଙ୍କୁ ସତସଙ୍ଗତିରେ ସଦଗୁରୁ ହରିଙ୍କ ନାମ ପ୍ରଦାନ କରିଛନ୍ତି , ସେମାନେ ନିତ୍ୟ ଦିନ-ରାତି ଏହି ହରି ପ୍ରଭୁର ଉପାସନା କରିଛନ୍ତି॥2॥
ਕੂਕਰ ਕੂੜੁ ਕਮਾਈਐ ਗੁਰ ਨਿੰਦਾ ਪਚੈ ਪਚਾਨੁ ॥ ଯେଉଁ କୁକୁର (ଲୋଭୀ ପୁରୁଷ ) ମିଥ୍ୟା ଅର୍ଜନ କରୁଅଛି , ଅର୍ଥାତ ମିଛ କହୁଛି , ଗୁରୁଙ୍କ ନିନ୍ଦା କରିବା ତାଙ୍କ ଆହାର ହେଇଯାଉଛି।
ਭਰਮੇ ਭੂਲਾ ਦੁਖੁ ਘਣੋ ਜਮੁ ਮਾਰਿ ਕਰੈ ਖੁਲਹਾਨੁ ॥ ଏହାର ଫଳସ୍ଵରୂପ ସେ ଭ୍ରମରେ ବିସ୍ମୃତ ହୋଇ ବହୁତ କଷ୍ଟ ସହ୍ୟ କରିଥାଏ ଆଉ ଯମର ଦଣ୍ଡରୁ ନଷ୍ଟ ହୋଇଯାଇଥାଏ।
ਮਨਮੁਖਿ ਸੁਖੁ ਨ ਪਾਈਐ ਗੁਰਮੁਖਿ ਸੁਖੁ ਸੁਭਾਨੁ ॥੩॥ ମନମୁଖ ଜୀବ କେବେ ଆତ୍ମିକ ସୁଖ ପ୍ରାପ୍ତ କରନ୍ତି ନାହିଁ , କେବଳ ଗୁରୁଙ୍କ ଉନ୍ମୁଖ ପ୍ରାଣୀ ହିଁ ସର୍ବସୁଖ ପ୍ରାପ୍ତ କରନ୍ତି॥3॥
ਐਥੈ ਧੰਧੁ ਪਿਟਾਈਐ ਸਚੁ ਲਿਖਤੁ ਪਰਵਾਨੁ ॥ ଇହଲୋକରେ ମନମୁଖ ଜୀବ ମାୟାର ଧନ୍ଧାରେ ଲିପ୍ତ ରହିଥାଏ, ଯାହା ଅସତ୍ୟ କର୍ମ ଅଟେ, କିନ୍ତୁ ପରମାତ୍ମାଙ୍କ ଦ୍ଵାରରେ ସତ୍ୟ କର୍ମର ଲେଖା ହିଁ ସ୍ଵୀକୃତ ଅଟେ।
ਹਰਿ ਸਜਣੁ ਗੁਰੁ ਸੇਵਦਾ ਗੁਰ ਕਰਣੀ ਪਰਧਾਨੁ ॥ ଯିଏ ଗୁରୁଙ୍କ ସେବା କରେ, ସେ ହରିଙ୍କ ମିତ୍ର ଅଟେ,ତାହାର କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਨਾਨਕ ਨਾਮੁ ਨ ਵੀਸਰੈ ਕਰਮਿ ਸਚੈ ਨੀਸਾਣੁ ॥੪॥੧੯॥ ଗୁରୁ ନାନକ ଜୀ କହନ୍ତି ଯେ ଯାହାର କପାଳରେ ସତ୍ୟ କର୍ମର ଲେଖା ଅଛି, ତାହାକୁ ପ୍ରଭୁଙ୍କ ନାମ କେବେ ବିସ୍ମୃତ ହୁଏ ନାହିଁ॥4॥19॥
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1 ॥
ਇਕੁ ਤਿਲੁ ਪਿਆਰਾ ਵੀਸਰੈ ਰੋਗੁ ਵਡਾ ਮਨ ਮਾਹਿ ॥ ଅଳ୍ପ ସମୟ ପାଇଁ ମଧ୍ୟ ଯଦି ପ୍ରିୟତମ ପ୍ରଭୁ ବିସ୍ମୃତ ହୋଇଯାନ୍ତି ତାହାହେଲେ ମନରେ ବହୁତ ବଡ ରୋଗ ଅନୁଭବ ହୋଇଥାଏ।
ਕਿਉ ਦਰਗਹ ਪਤਿ ਪਾਈਐ ਜਾ ਹਰਿ ਨ ਵਸੈ ਮਨ ਮਾਹਿ ॥ ଯଦି ମନରେ ହରି ବାସ କରନ୍ତି ନାହିଁ ତାହାହେଲେ ତାଙ୍କରି ଦରବାରରେ ପ୍ରତିଷ୍ଠା କିପରି ପ୍ରାପ୍ତ କରିବ?
ਗੁਰਿ ਮਿਲਿਐ ਸੁਖੁ ਪਾਈਐ ਅਗਨਿ ਮਰੈ ਗੁਣ ਮਾਹਿ ॥੧॥ ଗୁରୁ ସହିତ ମିଳନ କରି ଆତ୍ମିକ ସୁଖ ପ୍ରାପ୍ତି ହୋଇଥାଏ, ପ୍ରଭୁଙ୍କ ଯଶୋଗାନ କରି ତୃଷାଗ୍ନି ଦୂର ହୋଇଯାଏ॥5॥
ਮਨ ਰੇ ਅਹਿਨਿਸਿ ਹਰਿ ਗੁਣ ਸਾਰਿ ॥ ହେ ମନ! ଦିନ ରାତି ହରିଙ୍କ ଗୁଣର ସ୍ମରଣ କର।
ਜਿਨ ਖਿਨੁ ਪਲੁ ਨਾਮੁ ਨ ਵੀਸਰੈ ਤੇ ਜਨ ਵਿਰਲੇ ਸੰਸਾਰਿ ॥੧॥ ਰਹਾਉ ॥ ଯାହାକୁ କ୍ଷଣ ମାତ୍ର ମଧ୍ୟ ପ୍ରଭୁଙ୍କ ନାମ ବିସ୍ମୃତ ହୁଏ ନାହିଁ, ଏପରି ଲୋକ ବିରଳ ହିଁ ଏହି ସଂସାରରେ ରହିଥାନ୍ତି॥1॥ରୁହ॥
ਜੋਤੀ ਜੋਤਿ ਮਿਲਾਈਐ ਸੁਰਤੀ ਸੁਰਤਿ ਸੰਜੋਗੁ ॥ ଯଦି ଜୀବାତ୍ମାକୁ ପରମାତ୍ମାଙ୍କ ଜ୍ୟୋତିରେ ବିଲୀନ କରିଦିଆଯାଏ ଆଉ ନିଜ ଚେତନାକୁ ଦିବ୍ୟ ଚେତନାରେ ଲୀନ କରିଦିଆଯାଏ,
ਹਿੰਸਾ ਹਉਮੈ ਗਤੁ ਗਏ ਨਾਹੀ ਸਹਸਾ ਸੋਗੁ ॥ ତାହାହେଲେ ମନରୁ ହିଂସା, ଅଭିମାନ, ଶୋକ, ଶଙ୍କା ଆଉ ଚଞ୍ଚଳତା ଆଦି ସମାପ୍ତ ହୋଇଯିବ ଆଉ ଏହା ସାଥିରେ ସଂଶୟ ଓ ଶୋକ ମଧ୍ୟ ଦୂର ହୋଇଯିବ।
ਗੁਰਮੁਖਿ ਜਿਸੁ ਹਰਿ ਮਨਿ ਵਸੈ ਤਿਸੁ ਮੇਲੇ ਗੁਰੁ ਸੰਜੋਗੁ ॥੨॥ ଯେଉଁ ଗୁରୁମୁଖର ମନରେ ହରି ବାସ କରନ୍ତି, ତାହାକୁ ସଦଗୁରୁ ସଂଯୋଗବଶତଃ ନିଜ ସାଥିରେ ମିଳନ କରିଦିଅନ୍ତି॥2॥
ਕਾਇਆ ਕਾਮਣਿ ਜੇ ਕਰੀ ਭੋਗੇ ਭੋਗਣਹਾਰੁ ॥ ଯଦି ବୁଦ୍ଧି ରୁପି ସ୍ତ୍ରୀକୁ ନିଷ୍କାମ କର୍ମ ଦ୍ଵାରା ଶୁଦ୍ଧ କରି ଗୁରୁ ଉପଦେଶର ଶ୍ରେଷ୍ଠତାମ ଭୋଗ ଭୋଗିବା ପାଇଁ ତତ୍ପର କରାଯାଏ
ਤਿਸੁ ਸਿਉ ਨੇਹੁ ਨ ਕੀਜਈ ਜੋ ਦੀਸੈ ਚਲਣਹਾਰੁ ॥ ସବୁ ନଶ୍ଵର ପଦାର୍ଥର କାମନା ତ୍ୟାଗ କରାଯାଏ
ਗੁਰਮੁਖਿ ਰਵਹਿ ਸੋਹਾਗਣੀ ਸੋ ਪ੍ਰਭੁ ਸੇਜ ਭਤਾਰੁ ॥੩॥ ତାହାହେଲେ ସେହି ଗୁରୁମୁଖ ସର୍ବଦା ଗୁରୁ ଉପଦେଶ କାରଣରୁ ସୁହାଗିନୀ ଜୀବନ ବିତାଇପାରେ ଆଉ ନିଜେ ପ୍ରଭୁ-ପତି ସାଥିରେ ଆନନ୍ଦ ପ୍ରାପ୍ତ କରିପାରେ॥3॥


© 2017 SGGS ONLINE
error: Content is protected !!
Scroll to Top