Guru Granth Sahib Translation Project

guru granth sahib odia page-19

Page 19

ਦਰਿ ਘਰਿ ਢੋਈ ਨ ਲਹੈ ਦਰਗਹ ਝੂਠੁ ਖੁਆਰੁ ॥੧॥ ਰਹਾਉ ॥ ପତି ଠାରେ ବିମୁଖ ହେବା ସ୍ତ୍ରୀକୁ ଘର ନ ମିଳିବା ଭଳି ନିରଙ୍କାରଙ୍କ ବିମୁଖ ହେଲେ ପରଲୋକରେ ମଧ୍ୟ ଅପମାନିତ ହେବାକୁ ପଡେ॥1॥ରୁହ॥
ਆਪਿ ਸੁਜਾਣੁ ਨ ਭੁਲਈ ਸਚਾ ਵਡ ਕਿਰਸਾਣੁ ॥ ନିରଙ୍କାର ସ୍ଵୟଂ ବୁଝିବାବାଲା, ସତ୍ୟ ଓ ବଡ କୃଷକ ଅଟନ୍ତି ଯିଏ ଜୀବଙ୍କ କର୍ମ ଭୁଲନ୍ତି ନାହିଁ।
ਪਹਿਲਾ ਧਰਤੀ ਸਾਧਿ ਕੈ ਸਚੁ ਨਾਮੁ ਦੇ ਦਾਣੁ ॥ ପ୍ରଥମରୁ ସେହି ଅନ୍ତଃକରଣ ରୂପୀ ବୁଦ୍ଧିକୁ ଶୋଧନ କର ପୁଣି ସେଥିରେ ସତ୍ୟ ନାମ ରୂପୀ ବୀଜ ବୁଣ।
ਨਉ ਨਿਧਿ ਉਪਜੈ ਨਾਮੁ ਏਕੁ ਕਰਮਿ ਪਵੈ ਨੀਸਾਣੁ ॥੨॥ ସେହି ନାମ ରୂପୀ ଏକ ବୀଜରୁ ନଅ ନିଧି ଉତ୍ପତ୍ତି ହୁଏ, ପୁଣି ଜୀବଙ୍କ କପାଳରେ ପ୍ରଭୁଙ୍କ କୃପା ଚିହ୍ନ ଅଙ୍କିତ ହୋଇଥାଏ॥2॥
ਗੁਰ ਕਉ ਜਾਣਿ ਨ ਜਾਣਈ ਕਿਆ ਤਿਸੁ ਚਜੁ ਅਚਾਰੁ ॥ କିନ୍ତୁ ଯେଉଁ ମନମୁଖ ଜୀବ ବେଦ-ଶାସ୍ତ୍ର ଆଦିରୁ ଗୁରୁଙ୍କ ମହିମା ଜାଣି ମଧ୍ୟ ଅନଭିଜ୍ଞ ରହିଥାଏ, ଅର୍ଥାତ ଗୁରୁ-ଉପଦେଶକୁ ଗ୍ରହଣ କରେ ନାହିଁ ତାହାର କର୍ମ କିପରି ଉତ୍ତମ ହୋଇପାରିବ।
ਅੰਧੁਲੈ ਨਾਮੁ ਵਿਸਾਰਿਆ ਮਨਮੁਖਿ ਅੰਧ ਗੁਬਾਰੁ ॥ ଅଜ୍ଞାନ ପୁରୁଷ ଅଜ୍ଞାନର ଅନ୍ଧାର କାରଣରୁ ହିଁ ୱାହିଗୁରୁଙ୍କ ନାମକୁ ବିସ୍ମୃତ କରିଦେଇଛି।
ਆਵਣੁ ਜਾਣੁ ਨ ਚੁਕਈ ਮਰਿ ਜਨਮੈ ਹੋਇ ਖੁਆਰੁ ॥੩॥ ପୁଣି ତାଙ୍କରି ଏହି ସଂସାରରୁ ଜନ୍ମ ମୃତ୍ୟୁ ସମାପ୍ତ ହୁଏ ନାହିଁ ଆଉ ସେ ପୁନଃ ପୁନଃ ଜନ୍ମ-ମରଣ ଚକ୍ରରେ ଛନ୍ଦି ରହି (ମୁକ୍ତି ପ୍ରାପ୍ତି ପାଇଁ) ଦୁର୍ବଳ ହୋଇଯାଏ॥3॥
ਚੰਦਨੁ ਮੋਲਿ ਅਣਾਇਆ ਕੁੰਗੂ ਮਾਂਗ ਸੰਧੂਰੁ ॥ ଯେପରି କୌଣସି ସ୍ତ୍ରୀ ଚନ୍ଦନ କେଶର ଆଉ ସିନ୍ଦୁର ଲଗାଏ।
ਚੋਆ ਚੰਦਨੁ ਬਹੁ ਘਣਾ ਪਾਨਾ ਨਾਲਿ ਕਪੂਰੁ ॥ କର୍ପୁର ଓ ଚନ୍ଦନ ଆଦି ଦ୍ଵାରା କପଡାକୁ ଅତି ସୁଗନ୍ଧିତ କର।
ਜੇ ਧਨ ਕੰਤਿ ਨ ਭਾਵਈ ਤ ਸਭਿ ਅਡੰਬਰ ਕੂੜੁ ॥੪॥ ଏପରି ସବୁ କିଛି କରିବା ପରେ ମଧ୍ୟ ସ୍ତ୍ରୀ ଯଦି ପତିକୁ ସୁନ୍ଦର ନ ଲାଗେ ତାହାହେଲେ ସବୁ ଆଡମ୍ବର ବ୍ୟର୍ଥ ଅଟେ। ଅର୍ଥାତ ଜୀବାତ୍ମା ଜପ, ତପ ଯଜ୍ଞ, ଉପାସନା ଓ ସନ୍ନ୍ୟାସୀ ଆଦି ବେଶ ଧାରଣ କରି ପରେ କିନ୍ତୁ ନିରଙ୍କାରଙ୍କ ଠାରୁ ବିମୁଖ ହେଲେ ଏହା ନିଷ୍ଫଳ ହୁଏ॥4॥
ਸਭਿ ਰਸ ਭੋਗਣ ਬਾਦਿ ਹਹਿ ਸਭਿ ਸੀਗਾਰ ਵਿਕਾਰ ॥ ମନମୁଖ ଜୀବର ସମସ୍ତ ସତ୍ତା ଭୋଗିବା ବ୍ୟର୍ଥ ଅଟେ ଆଉ ଜପ-ତପ ଆଦି ଶୃଙ୍ଗାର କରିବା ନିରର୍ଥକ ଅଟେ।
ਜਬ ਲਗੁ ਸਬਦਿ ਨ ਭੇਦੀਐ ਕਿਉ ਸੋਹੈ ਗੁਰਦੁਆਰਿ ॥ କାରଣ ଯେ ପର୍ଯ୍ୟନ୍ତ ଗୁରୁ ଉପଦେଶକୁ ଗ୍ରହଣ କରେ ନାହିଁ, ସେ ପର୍ଯ୍ୟନ୍ତ ସେ ଗୁରୁଙ୍କ ସମ୍ମୁଖରେ ସତସଙ୍ଗତିରେ ଶୋଭାମାନ ହେବ ନାହିଁ।
ਨਾਨਕ ਧੰਨੁ ਸੁਹਾਗਣੀ ਜਿਨ ਸਹ ਨਾਲਿ ਪਿਆਰੁ ॥੫॥੧੩॥ ସଦଗୁରୁଜୀ କହନ୍ତି ଯେ ସେହି ସୌଭାଗ୍ୟବତୀ ରୂପୀ ଗୁରୁମୁଖ ଜୀବନ କୃତାର୍ଥ ଅଟେ ଯାହାର ପତି-ପରମାତ୍ମାଙ୍କ ସହିତ ପ୍ରେମ ଅଛି॥5॥13॥
ਸਿਰੀਰਾਗੁ ਮਹਲਾ ੧ ॥ ସିରିରାଗ ମହଲା 1 ॥
ਸੁੰਞੀ ਦੇਹ ਡਰਾਵਣੀ ਜਾ ਜੀਉ ਵਿਚਹੁ ਜਾਇ ॥ ଯେତେବେଳେ ଚେତନ ସତ୍ତା ଆତ୍ମା ଚାଲିଯାଏ ସେତେବେଳେ ଶରୀର ଭୟାନକ ହୋଇଯାଏ।
ਭਾਹਿ ਬਲੰਦੀ ਵਿਝਵੀ ਧੂਉ ਨ ਨਿਕਸਿਓ ਕਾਇ ॥ ଚେତନ ସତ୍ତା ରୂପୀ ଅଗ୍ନି ଯାହା ପ୍ରଥମରୁ ପ୍ରଜ୍ଜ୍ଵଳିତ ହୋଇଥିଲା, ତାହା ନିର୍ବାପିତ ହୋଇଗଲେ ଶରୀରରୁ ପ୍ରାଣ ରୂପୀ ଧୂଆଁ ବାହାରେ ନାହିଁ।
ਪੰਚੇ ਰੁੰਨੇ ਦੁਖਿ ਭਰੇ ਬਿਨਸੇ ਦੂਜੈ ਭਾਇ ॥੧॥ ପିତା-ପୁତ୍ର ଆଦି ପାଞ୍ଚ ସମ୍ବନ୍ଧୀୟ ଦୁଃଖରେ ରୋଦନ କରୁଛନ୍ତି, ଅର୍ଥାତ ପାଞ୍ଚ ଜ୍ଞାନେନ୍ଦ୍ର୍ରିୟ ବିଯୋଗରେ କ୍ରନ୍ଦନ କରୁଛନ୍ତି କାରଣ ଏହି ମାନବ ଜନ୍ମ ଦୈତ-ଭାବ ଯୋଗୁଁ ନାଶ ହୋଇଗଲା॥1॥
ਮੂੜੇ ਰਾਮੁ ਜਪਹੁ ਗੁਣ ਸਾਰਿ ॥ ଯେଉଁ ଦେହ ଅଭିମାନ ସ୍ତ୍ରୀ-ପୁତ୍ର ଆଦିର ମମତ୍ଵ ତଥା ମାୟାର ମୋହ ଅଟେ, ତାହାରି କାରଣରୁ ସଂପୂର୍ଣ୍ଣ ସୃଷ୍ଟି ଥକି ଯାଇଛି॥1॥ରୁହ॥
ਹਉਮੈ ਮਮਤਾ ਮੋਹਣੀ ਸਭ ਮੁਠੀ ਅਹੰਕਾਰਿ ॥੧॥ ਰਹਾਉ ॥ ଶରୀରର ଚେତନା, ମହିଳା ଏବଂ ଶିଶୁମାନଙ୍କ ସହିତ ସଂଲଗ୍ନତା ଏବଂ ମାୟା ସହିତ ସଂଲଗ୍ନତା, ଏହି କାରଣରୁ ସମଗ୍ର ବିଶ୍ୱକୁ ॥1 ନକଲ କରାଯାଇଛି | ରୁହ |
ਜਿਨੀ ਨਾਮੁ ਵਿਸਾਰਿਆ ਦੂਜੀ ਕਾਰੈ ਲਗਿ ॥ ଯିଏ ଅନ୍ୟ ସାଂସାରିକ ବିକାରରେ ସଲଗ୍ନ ହୋଇ ୱାହିଗୁରୁଙ୍କ ନାମକୁ ଭୁଲିଦିଏ
ਦੁਬਿਧਾ ਲਾਗੇ ਪਚਿ ਮੁਏ ਅੰਤਰਿ ਤ੍ਰਿਸਨਾ ਅਗਿ ॥ ତାଙ୍କରି ଅନ୍ତଃ କରଣରେ ତୃଷାଗ୍ନି ଜଳୁଅଛି ଆଉ ସେ ଦୈତ-ଭାବରେ ଲାଗି ଜଳି ମରିଯାଏ।
ਗੁਰਿ ਰਾਖੇ ਸੇ ਉਬਰੇ ਹੋਰਿ ਮੁਠੀ ਧੰਧੈ ਠਗਿ ॥੨॥ ଯାହାକୁ ଗୁରୁ ରକ୍ଷା କରିଛନ୍ତି, ସେ ରକ୍ଷା ପାଇଯାଏ, ଆଉ ସବୁ ଠକି ହୋଇଯାନ୍ତି॥2॥
ਮੁਈ ਪਰੀਤਿ ਪਿਆਰੁ ਗਇਆ ਮੁਆ ਵੈਰੁ ਵਿਰੋਧੁ ॥ ବର୍ତ୍ତମାନ ସ୍ତ୍ରୀ ଠାରେ ଯେଉଁ ପ୍ରୀତି ଲାଗିଥିଲା ନଷ୍ଟ ହୋଇଗଲା, ନିଜ ସମ୍ବନ୍ଧୀୟଙ୍କ ସହିତ ଯେଉଁ ସ୍ନେହ ଥିଲା ତାହା ମଧ୍ୟ ସମାପ୍ତ ହୋଇଗଲା ତଥା ଶତ୍ରୁ ଭାବ ମଧ୍ୟ ସମାପ୍ତ ହୋଇଗଲା।
ਧੰਧਾ ਥਕਾ ਹਉ ਮੁਈ ਮਮਤਾ ਮਾਇਆ ਕ੍ਰੋਧੁ ॥ ସାଂସାରିକ କ୍ରିୟା କଳାପ ଦ୍ଵାରା ଥକି ଗଲା, ଅହଂତ୍ଵ , ମମତ୍ଵ ଓ କ୍ରୋଧ ନଷ୍ଟ ହୋଇଗଲା।
ਕਰਮਿ ਮਿਲੈ ਸਚੁ ਪਾਈਐ ਗੁਰਮੁਖਿ ਸਦਾ ਨਿਰੋਧੁ ॥੩॥ ଅକାଳ-ପୁରୁଷଙ୍କ କୃପା ଦ୍ଵାରା ଗୁରୁଙ୍କ ଉପଦେଶ ପ୍ରାପ୍ତି ହୋଇଥାଏ ଆଉ (ସେହି ଉପଦେଶ ଦ୍ଵାରା ହିଁ) ଚିତ୍ତବୃତ୍ତିକୁ ଦମନ କରି ନିରଙ୍କାରଙ୍କ ସତ୍ୟ ନାମକୁ ପ୍ରାପ୍ତ କରାଯାଇପାରିବ॥3॥
ਸਚੀ ਕਾਰੈ ਸਚੁ ਮਿਲੈ ਗੁਰਮਤਿ ਪਲੈ ਪਾਇ ॥ ହେ ମାନବ! ଗୁରୁ ଉପଦେଶ ଦ୍ଵାରା ଅନ୍ତର୍ମନରୁ ନାମ ସ୍ମରଣ ରୂପୀ ସତକର୍ମ କରି ସତ୍ୟ ସ୍ୱରୂପ ନିରଙ୍କାରଙ୍କୁ ପ୍ରାପ୍ତି ସମ୍ଭବ ଅଟେ।
ਸੋ ਨਰੁ ਜੰਮੈ ਨਾ ਮਰੈ ਨਾ ਆਵੈ ਨਾ ਜਾਇ ॥ ପୁଣି ସେହି ମାନବ ଜନ୍ମ ନିଏ ନାହିଁ କି ମୃତ୍ୟୁ ପ୍ରାପ୍ତ କରେ ନାହିଁ।
ਨਾਨਕ ਦਰਿ ਪਰਧਾਨੁ ਸੋ ਦਰਗਹਿ ਪੈਧਾ ਜਾਇ ॥੪॥੧੪॥ ସଦଗୁରୁଜୀ କହନ୍ତି ଯେ ଅକାଳ-ପୁରୁଷଙ୍କ ଦ୍ଵାରରେ ସେହି ମୁଖିଆ ଥାଏ ଆଉ ପରଲୋକରେ ମଧ୍ୟ ତାହାର ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ॥4॥14॥
ਸਿਰੀਰਾਗੁ ਮਹਲ ੧ ॥ ସିରିରାଗ ମହଲା 1॥
ਤਨੁ ਜਲਿ ਬਲਿ ਮਾਟੀ ਭਇਆ ਮਨੁ ਮਾਇਆ ਮੋਹਿ ਮਨੂਰੁ ॥ ହେ ଅନବ ଜୀବ! ଯେଉଁ ଶରୀର ପ୍ରାପ୍ତ ହୋଇଛି ତାହା ଚିନ୍ତାରେ ଜଳି ପାଉଁଶ ହୋଇଯାଇଛି ଆଉ ମାୟାରେ ଲିପ୍ତ ମନ କଳଙ୍କ ସମାନ ନିରର୍ଥକ ହୋଇଯାଇଛି।
ਅਉਗਣ ਫਿਰਿ ਲਾਗੂ ਭਏ ਕੂਰਿ ਵਜਾਵੈ ਤੂਰੁ ॥ ଯେଉଁ ପାପ କର୍ମ କରାଯାଇଛି ତାହା ଓଲଟି ପୁଣି ତାହାରି ଉପରେ ଲାଗୁ ହୋଇଯାଏ ଆଉ ମିଥ୍ୟା ତାହା ସାମନାରେ ତୂରୀ ବଜାଏ।
ਬਿਨੁ ਸਬਦੈ ਭਰਮਾਈਐ ਦੁਬਿਧਾ ਡੋਬੇ ਪੂਰੁ ॥੧॥ ଗୁରୁ-ଉପଦେଶ ବିନା ଜୀବ ପଥଭ୍ରଷ୍ଟ ରହିଥାଏ ତଥା ଦୈତ-ଭାବ ପୂର୍ଣ୍ଣ ସମୂହକୁ ନର୍କରେ ଠେଲି ଦିଆଯାଏ॥1॥
ਮਨ ਰੇ ਸਬਦਿ ਤਰਹੁ ਚਿਤੁ ਲਾਇ ॥ ହେ ମନ! ତୁ ଗୁରୁ ଉପଦେଶରେ ଚିତ୍ତ ଲଗାଇ ଏହି ଭବ ସାଗରକୁ ପାର କର।
ਜਿਨਿ ਗੁਰਮੁਖਿ ਨਾਮੁ ਨ ਬੂਝਿਆ ਮਰਿ ਜਨਮੈ ਆਵੈ ਜਾਇ ॥੧॥ ਰਹਾਉ ॥ ଯେଉଁ ଜୀବ ଗୁରୁ ଦ୍ଵାରା ନାମ-ଜ୍ଞାନକୁ ପ୍ରାପ୍ତ କରି ନାହିଁ, ସେ ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ଛନ୍ଦି ହୋଇଥାଏ॥1॥ରୁହ॥
ਤਨੁ ਸੂਚਾ ਸੋ ਆਖੀਐ ਜਿਸੁ ਮਹਿ ਸਾਚਾ ਨਾਉ ॥ ଯେଉଁ ଅନ୍ତର୍ମନରେ ସତ୍ୟ ନାମ ବିଦ୍ୟମାନ ଅଛି, ତାହାକୁ ପବିତ୍ର କୁହାଯାଏ।
ਭੈ ਸਚਿ ਰਾਤੀ ਦੇਹੁਰੀ ਜਿਹਵਾ ਸਚੁ ਸੁਆਉ ॥ ଶରୀର ସତ୍ୟ ସ୍ୱରୂପ ନିରଙ୍କାରଙ୍କ ଭୟରେ ମଜ୍ଜି ରହିଛି ଆଉ ସତ୍ୟ ନାମର ସ୍ଵାଦ ଚାଖୁ ଅଛି।
ਸਚੀ ਨਦਰਿ ਨਿਹਾਲੀਐ ਬਹੁੜਿ ਨ ਪਾਵੈ ਤਾਉ ॥੨॥ ସେହି ଜୀବ ପ୍ରତି ଯେତେବେଳେ ପରମେଶ୍ଵରଙ୍କ କୃପା ଦ୍ରୁଷ୍ଟି ହୁଏ ସେତେବେଳେ ତାହାକୁ ନର୍କର ଅଗ୍ନିର ତାପ ସହିବାକୁ ପଡେ ନାହିଁ॥2॥
ਸਾਚੇ ਤੇ ਪਵਨਾ ਭਇਆ ਪਵਨੈ ਤੇ ਜਲੁ ਹੋਇ ॥ ସତ୍ୟ ସ୍ୱରୂପ ନିରଙ୍କାର ଠାରୁ ପବନ ଆସିଛି, ପବନରୁ ଜଳର ଉତ୍ପତ୍ତି ହୋଇଛି।
ਜਲ ਤੇ ਤ੍ਰਿਭਵਣੁ ਸਾਜਿਆ ਘਟਿ ਘਟਿ ਜੋਤਿ ਸਮੋਇ ॥ ପୁଣି ସୃଷ୍ଟିକର୍ତ୍ତା ପରମାତ୍ମା ଜଳ ଆଦି ତତ୍ଵରୁ ତିନି ଲୋକର(ସଂପୂର୍ଣ୍ଣ ସୃଷ୍ଟି)ର ରଚନା କରିଛନ୍ତି, ପୁଣି ଏହି ରଚନାର କୋଣେ କୋଣେ ସେ ଜୀବ ରୂପରେ ନିଜ ଜ୍ୟୋତି ବିଦ୍ୟମାନ କରିଛନ୍ତି।
ਨਿਰਮਲੁ ਮੈਲਾ ਨਾ ਥੀਐ ਸਬਦਿ ਰਤੇ ਪਤਿ ਹੋਇ ॥੩॥ ଗୁରୁ ଉପଦେଶରେ ଚାଲିବା ପାଇଁ ଯାହାର ମନ ନିର୍ମଳ ହୋଇଥାଏ, ସେ ପୁଣି କେବେ ଦୈତ କାରଣରୁ ଦୂଷିତ ହୁଏନାହିଁ, ଏହା ଯୋଗୁଁ ସେ ପ୍ରତିଷ୍ଠିତ ହୋଇଥାଏ॥3॥
ਇਹੁ ਮਨੁ ਸਾਚਿ ਸੰਤੋਖਿਆ ਨਦਰਿ ਕਰੇ ਤਿਸੁ ਮਾਹਿ ॥ ଯେତେବେଳେ ଏହି ମନ ସତ୍ୟ ସ୍ୱରୂପ ଦ୍ଵାରା ସନ୍ତୁଷ୍ଟ ହୋଇଯାଏ ସେତେବେଳେ ତାହା ଉପରେ ନିରଙ୍କାରଙ୍କ କୃପା ହୋଇଥାଏ।


© 2017 SGGS ONLINE
error: Content is protected !!
Scroll to Top