Odia Page 1

ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥
ପ୍ରଭୁ ଏକ , ଯାହାର ନାମ ‘ ସନାତନ ଅସ୍ତିତ୍ଵ’, ଯିଏ ବିଶ୍ଵର ସୃଷ୍ଟି କର୍ତ୍ତା , ସର୍ବ-ବ୍ୟାପକ, ନିର୍ଭୀକ, ଶତ୍ରୁ ବିହୀନ, ଅକାଳ , ଜନ୍ମ ମୃତ୍ୟୁର ଚକ୍ରରୁ ପୃଥକ, ସ୍ଵୟଂ ପ୍ରକାଶିତ, ଏବଂ ଯିଏ ସଦଗୁରୁଏନକେ କୃପାରୁ ମିଳେ।

॥ ਜਪੁ ॥
ଏହି ରଚନାର ନାମ ଜପ ଅଟେ।

ਆਦਿ ਸਚੁ ਜੁਗਾਦਿ ਸਚੁ ॥
ସେ ଆରମ୍ଭରୁ ହିଁ ଅଛନ୍ତି, ଯୁଗ ଯୁଗ ବ୍ୟାପୀ ସତ୍ୟ ଅଟେ।

ਹੈ ਭੀ ਸਚੁ ਨਾਨਕ ਹੋਸੀ ਭੀ ਸਚੁ ॥੧॥
ହେ ନାନକ!ଏହି ସମୟରେ ବି ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ।

ਸੋਚੈ ਸੋਚਿ ਨ ਹੋਵਈ ਜੇ ਸੋਚੀ ਲਖ ਵਾਰ ॥
ଜଣେ ଲକ୍ଷେ ଥର ଶରୀର ସ୍ନାନ କଲେ ଓ ସ୍ବଚ୍ଛତା ରଖିଲେ ମଧ୍ୟ ମନର ସ୍ବଚ୍ଛତା ରହେ ନାହିଁ।

ਚੁਪੈ ਚੁਪ ਨ ਹੋਵਈ ਜੇ ਲਾਇ ਰਹਾ ਲਿਵ ਤਾਰ ॥
ଯଦି ମୁଁ ଶରୀରକୁ ଅଟଳ ସମାଧିରେ ରଖେ ଏବଂ ନୀରବ ରହେ , ତଥାପି ମନ ଶାନ୍ତ ରହେ ନାହିଁ।

ਭੁਖਿਆ ਭੁਖ ਨ ਉਤਰੀ ਜੇ ਬੰਨਾ ਪੁਰੀਆ ਭਾਰ ॥
ସଂପୂର୍ଣ୍ଣ ଭୁବନର ସବୁ ପଦାର୍ଥ ନେଲେ ମଧ୍ୟ ଏହା ର ତୃଷ୍ଣା ଦୂର ହେବ ନାହିଁ।

ਸਹਸ ਸਿਆਣਪਾ ਲਖ ਹੋਹਿ ਤ ਇਕ ਨ ਚਲੈ ਨਾਲਿ ॥
ଯଦି ମୋ ଠାରେ ଲକ୍ଷେ ଚତୁରତା ଥାଏ, ତଥାପି ଶେଷରେ ଗୋଟିଏ ଚତୁରତା ମଧ୍ୟ କାର୍ଯ୍ୟରେ ଆସିବ ନାହିଁ।

ਕਿਵ ਸਚਿਆਰਾ ਹੋਈਐ ਕਿਵ ਕੂੜੈ ਤੁਟੈ ਪਾਲਿ ॥
ତେଣୁ ପ୍ରଭୁଙ୍କ ପ୍ରକାଶ ଯୋଗ୍ୟ ଆମେ କିପରି ହେବା? ଆମ ଅନ୍ତରର ଛଳନା କିପରି ଦୂର ହେବ?

ਹੁਕਮਿ ਰਜਾਈ ਚਲਣਾ ਨਾਨਕ ਲਿਖਿਆ ਨਾਲਿ ॥੧॥
ମାଲିକ ପ୍ରଭୁଙ୍କ ନିର୍ଦ୍ଦେଶରେ ଚାଲ- ( ଏହା ଏକ ମାତ୍ର ବିଧି ଅଟେ)। ହେ ନାନକ ଏହି ବିଧି ଆରମ୍ଭରୁ ହିଁ ଚାଲି ଆସିଅଛି।

ਹੁਕਮੀ ਹੋਵਨਿ ਆਕਾਰ ਹੁਕਮੁ ਨ ਕਹਿਆ ਜਾਈ ॥
ପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ ସଂପୂର୍ଣ୍ଣ ଶରୀର ହୁଏ, କିନ୍ତୁ ଏହା କିପରି ନିର୍ଦ୍ଦେଶ କୁହାଯାଇପାରିବ ନାହିଁ।

ਹੁਕਮੀ ਹੋਵਨਿ ਜੀਅ ਹੁਕਮਿ ਮਿਲੈ ਵਡਿਆਈ ॥
ଈଶ୍ବରଙ୍କ ଆଦେଶ ଅନୁସାରେ ସବୁ ଜୀବ ଜନ୍ମ ହୁଅନ୍ତି ଓ ଆଦେଶ ଅନୁସାରେ ଶୋଭା ମିଳେ।

ਹੁਕਮੀ ਉਤਮੁ ਨੀਚੁ ਹੁਕਮਿ ਲਿਖਿ ਦੁਖ ਸੁਖ ਪਾਈਅਹਿ ॥
ପ୍ରଭୁଙ୍କ ଆଦେଶ ଅନୁସାରେ କେହି ମନୁଷ୍ୟ ଉତ୍ତମ , କେହି ମନ୍ଦ ହୁଏ।ତାଙ୍କରି ଲିଖିତ ଆଦେଶ ଅନୁସାରେ ଦୁଃଖ ଓ ସୁଖ ଭୋଗିବାକୁ ପଡେ।

ਇਕਨਾ ਹੁਕਮੀ ਬਖਸੀਸ ਇਕਿ ਹੁਕਮੀ ਸਦਾ ਭਵਾਈਅਹਿ ॥
କିଛି ମନୁଷ୍ୟର ଆଦେଶରେ( ପ୍ରଭୁଙ୍କ) କୃପା ଥାଏ, ଏବଂ ତାଙ୍କରି ଆଦେଶରେ ହିଁ କିଛି ମନୁଷ୍ୟ ଜନ୍ମ-ମୃତ୍ୟୁ ଚକ୍ରରେ ଘୁରି ବୁଲନ୍ତି।

ਹੁਕਮੈ ਅੰਦਰਿ ਸਭੁ ਕੋ ਬਾਹਰਿ ਹੁਕਮ ਨ ਕੋਇ ॥
ପ୍ରତ୍ୟେକ ଜୀବ ଈଶ୍ବରଙ୍କ ଆଦେଶରେ ହିଁ ଅଛି, କେହି ବି ଜୀବ ଆଦେଶ ବାହାରେ ନାହିଁ।

ਨਾਨਕ ਹੁਕਮੈ ਜੇ ਬੁਝੈ ਤ ਹਉਮੈ ਕਹੈ ਨ ਕੋਇ ॥੨॥
ହେ ନାନକ! ଯଦି କୌଣସି ମନୁଷ୍ୟ ପ୍ରଭୁଙ୍କ ଆଦେଶକୁ ବୁଝିପାରିଲା, ସେ ସ୍ଵାର୍ଥ ସମ୍ବଳିତ କଥା କହିବ ନାହିଁ।( ଅର୍ଥାତ ସ୍ଵାର୍ଥୀ ଜୀବନ ଛାଡି ଦିଏ)

ਗਾਵੈ ਕੋ ਤਾਣੁ ਹੋਵੈ ਕਿਸੈ ਤਾਣੁ ॥
ମନୁଷ୍ୟ ନିଜ ସାମର୍ଥ୍ୟ ଅନୁସାରେ ଈଶ୍ବରଙ୍କ ଗୁଣ ଗାନ କରେ।( ଭାବ—ତାଙ୍କର ମହିମା କରେ ସେହି କର୍ମ କଥା କହେ ଯେଉଁଥିରେ ତାଙ୍କରି ପ୍ରଭାବ ପ୍ରଘଟ ହୁଏ)

ਗਾਵੈ ਕੋ ਦਾਤਿ ਜਾਣੈ ਨੀਸਾਣੁ ॥
କିଛି ମନୁଷ୍ୟ ସେମାନଙ୍କ ଦାତାଙ୍କ ହିଁ ଗୁଣ ଗାନ କରେ( ଏଥି ପାଇଁ ଯେ ସେହି ଦାତାଙ୍କୁ ସେ ଈଶ୍ବରଙ୍କ କୃପା ଭାବେ)

ਗਾਵੈ ਕੋ ਗੁਣ ਵਡਿਆਈਆ ਚਾਰ ॥
କିଛି ମନୁଷ୍ୟ ଈଶ୍ବରଙ୍କ ସୁନ୍ଦର ଗୁଣ ଓ ମାହାତ୍ମ୍ୟର ବର୍ଣ୍ଣନା କରେ।

ਗਾਵੈ ਕੋ ਵਿਦਿਆ ਵਿਖਮੁ ਵੀਚਾਰੁ ॥
କିଛି ମନୁଷ୍ୟ ବିଦ୍ୟା ବଳରେ ପ୍ରଭୁଙ୍କ କଠିନ ଜ୍ଞାନକୁ ଗାନ କରେ( ଶାସ୍ତ୍ର ଆଦି ବିଦ୍ୟା ଦ୍ଵାରା ଆତ୍ମିକ ଦର୍ଶନଶାସ୍ତ୍ରଭଳି କଷ୍ଟକର ବିଷୟ ଉପରେ ବିଚାର କରେ)

ਗਾਵੈ ਕੋ ਸਾਜਿ ਕਰੇ ਤਨੁ ਖੇਹ ॥
କିଛି ମନୁଷ୍ୟ ଏପରି ଗାଏ ଯେ ପ୍ରଭୁ ଶରୀରକୁ ତିଆରି କରି ଧ୍ଵଂସ କରିଦିଅନ୍ତି।

ਗਾਵੈ ਕੋ ਜੀਅ ਲੈ ਫਿਰਿ ਦੇਹ ॥
କିଏ ଏପରି ଗାଏ ଯେ, ଶରୀର ଠାରୁ ଜ୍ଞାନ ନେଇ ଅନ୍ୟ ଶରୀରରେ ଦିଅନ୍ତି।

ਗਾਵੈ ਕੋ ਜਾਪੈ ਦਿਸੈ ਦੂਰਿ ॥
କିଛି ମନୁଷ୍ୟ କହନ୍ତି, ପ୍ରଭୁ ଦୂରରୁ ପ୍ରତୀତ ହୁଅନ୍ତି।