Page 1384
ਮਿਸਲ ਫਕੀਰਾਂ ਗਾਖੜੀ ਸੁ ਪਾਈਐ ਪੂਰ ਕਰੰਮਿ ॥੧੧੧॥
ଫକିର ଜୀବନ ବହୁତ କଠିନ ଅଟେ, ଏହା ଉଚ୍ଚ ଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାଏ||111||
ਪਹਿਲੈ ਪਹਰੈ ਫੁਲੜਾ ਫਲੁ ਭੀ ਪਛਾ ਰਾਤਿ ॥
ରାତ୍ରି କାଳର ପ୍ରଥମ ପ୍ରହରର ଈଶ୍ଵର ବନ୍ଦନା ଏକ ଫୁଲ ଭଳି ଅଟେ ତଥା ପୂର୍ବ ରାତ୍ରି ଅର୍ଥାତ ଭୋର ସମୟରେ ବନ୍ଦନା ଫଳ ସମାନ ଅଟେ।
ਜੋ ਜਾਗੰਨ੍ਹ੍ਹਿ ਲਹੰਨਿ ਸੇ ਸਾਈ ਕੰਨੋ ਦਾਤਿ ॥੧੧੨॥
ଯିଏ ପ୍ରଭାତ କାଳରେ ଜାଗ୍ରତ ହୋଇ ବନ୍ଦନା କରିଥାଏ, ତାହାକୁ ହିଁ ପରମାତ୍ମାଙ୍କ ଠାରୁ କୃପା ରୂପୀ ଫଳ ପ୍ରାପ୍ତ ହୋଇଥାଏ||112||
ਦਾਤੀ ਸਾਹਿਬ ਸੰਦੀਆ ਕਿਆ ਚਲੈ ਤਿਸੁ ਨਾਲਿ ॥
ସଂପୂର୍ଣ୍ଣ ଦୁନିଆ ମାଲିକଙ୍କ ଅଟେ, କେହି ମଧ୍ୟ ମାଲିକଙ୍କୁ ଦେବା ପାଇଁ ବାଧ୍ୟ କରି ପାରିବ ନାହିଁ।
ਇਕਿ ਜਾਗੰਦੇ ਨਾ ਲਹਨ੍ਹ੍ਹਿ ਇਕਨ੍ਹ੍ਹਾ ਸੁਤਿਆ ਦੇਇ ਉਠਾਲਿ ॥੧੧੩॥
କିଛି ଜାଗ୍ରତ ରହି ତାହା ପାଇ ପାରନ୍ତି ନାହିଁ ଏବଂ କିଛି ଶୟନ କରି ଥିଲେ ମଧ୍ୟ ତାହାଙ୍କୁ ଜାଗ୍ରତ କରାଇ ମାଲିକ ସବୁ ଦେଇଥାନ୍ତି||113||
ਢੂਢੇਦੀਏ ਸੁਹਾਗ ਕੂ ਤਉ ਤਨਿ ਕਾਈ ਕੋਰ ॥
ହେ ଜୀବ-ସ୍ତ୍ରୀ! ତୁ ନିଜ ସୋହାଗ (ପ୍ରଭୁ)କୁ ସଂଧାନ କରୁଅଛୁ, ଯଦି ମିଳି ନାହିଁ, ତାହାହେଲେ ତୋ’ ଠାରେ କିଛି ଅଭାବ ରହିଛି।
ਜਿਨ੍ਹ੍ਹਾ ਨਾਉ ਸੁਹਾਗਣੀ ਤਿਨ੍ਹ੍ਹਾ ਝਾਕ ਨ ਹੋਰ ॥੧੧੪॥
ଯାହାର ନାମ ସୁହାଗିନୀ ଅଟେ, ତାହାର ଅନ୍ୟ କିଛି କାମନା ନାହିଁ||114||
ਸਬਰ ਮੰਝ ਕਮਾਣ ਏ ਸਬਰੁ ਕਾ ਨੀਹਣੋ ॥
ଯଦି ଅନ୍ତର୍ମନରେ ଯଦି ସହନଶୀଳତାର କମାଣ ଥାଏ ଏବଂ ସହନଶୀଳତାର ହିଁ ସବୁ ଥାଏ,
ਸਬਰ ਸੰਦਾ ਬਾਣੁ ਖਾਲਕੁ ਖਤਾ ਨ ਕਰੀ ॥੧੧੫॥
ଯଦି ସବୁ ସହନଶୀଳତାର ହୋଇଥାଏ କେବେ ମଧ୍ୟ ଲକ୍ଷ୍ୟ ଭ୍ରଷ୍ଟ ହେବ ନାହିଁ||115||
ਸਬਰ ਅੰਦਰਿ ਸਾਬਰੀ ਤਨੁ ਏਵੈ ਜਾਲੇਨ੍ਹ੍ਹਿ ॥
ସହନଶୀଳ ବ୍ୟକ୍ତି ସହନଶୀଳତାରେ ରହି କଠିନ ସାଧନା ଦ୍ଵାରା ଶରୀରକୁ ଜଳାଇ ଦେଇଥାଏ।
ਹੋਨਿ ਨਜੀਕਿ ਖੁਦਾਇ ਦੈ ਭੇਤੁ ਨ ਕਿਸੈ ਦੇਨਿ ॥੧੧੬॥
ସେ ପ୍ରଭୁଙ୍କ ନିକଟ ହୋଇଯାଏ ଏବଂ ଏହି ଭେଦ କାହାକୁ ଦିଅନ୍ତି ନାହିଁ||116||
ਸਬਰੁ ਏਹੁ ਸੁਆਉ ਜੇ ਤੂੰ ਬੰਦਾ ਦਿੜੁ ਕਰਹਿ ॥
ସହନଶୀଳତା ହିଁ ଜୀବନର ମନୋରଥ ଅଟେ, ହେ ମନୁଷ୍ୟ! ଯଦି ତୁ ଏହାକୁ ପକ୍କା କରି ନେଉ, ତାହାହେଲେ
ਵਧਿ ਥੀਵਹਿ ਦਰੀਆਉ ਟੁਟਿ ਨ ਥੀਵਹਿ ਵਾਹੜਾ ॥੧੧੭॥
ତୁ ବୃଦ୍ଧି ପାଇ ଏକ ଦରିଆ ବନି ଯିବୁ ଆଉ ଛୋଟ ନାଳ ହୋଇ ରହିବୁ ନାହିଁ ||117||
ਫਰੀਦਾ ਦਰਵੇਸੀ ਗਾਖੜੀ ਚੋਪੜੀ ਪਰੀਤਿ ॥
ବାବା ଫରିଦ କହନ୍ତି, ଫକିର ହେବା ବହୁତ କଠିନ ଅଟେ, ପରନ୍ତୁ ଏହା ତୋହର ବାହ୍ୟ ଦେଖାଣିଆ ଅଟେ।
ਇਕਨਿ ਕਿਨੈ ਚਾਲੀਐ ਦਰਵੇਸਾਵੀ ਰੀਤਿ ॥੧੧੮॥
ଏହି ଫକିର ରାସ୍ତାରେ କେହି ବିରଳ ହିଁ ଚାଲି ପାରିଥାଏ||118||
ਤਨੁ ਤਪੈ ਤਨੂਰ ਜਿਉ ਬਾਲਣੁ ਹਡ ਬਲੰਨ੍ਹ੍ਹਿ ॥
ମୋର ଶରୀର ଏକ ଚୁଲି ଭଳି ଉତ୍ତପ୍ତ ହୋଇଯାଉ, ମୋର ଅସ୍ଥି କାଠ ଭଳି ଜଳିଯାଉ।
ਪੈਰੀ ਥਕਾਂ ਸਿਰਿ ਜੁਲਾਂ ਜੇ ਮੂੰ ਪਿਰੀ ਮਿਲੰਨ੍ਹ੍ਹਿ ॥੧੧੯॥
ପାଦରେ ଚାଲି ଥକି ଗଲେ ମସ୍ତକରେ ଚାଲି ରହେ, ଯଦି ମୋତେ ମାଲିକ ମିଳିଯାନ୍ତି, ସବୁ କଷ୍ଟ ସହନ କରିବାକୁ ପ୍ରସ୍ତୁତ ଅଛି||119||
ਤਨੁ ਨ ਤਪਾਇ ਤਨੂਰ ਜਿਉ ਬਾਲਣੁ ਹਡ ਨ ਬਾਲਿ ॥
ହେ ଫରିଦ! ଶରୀରକୁ ଚୁଲି ଭଳି ଉତ୍ତପ୍ତ କର ନାହିଁ ଆଉ ନା ଅସ୍ଥିକୁ କାଠ ଭଳି ଜଳାଇ ଦିଅ।
ਸਿਰਿ ਪੈਰੀ ਕਿਆ ਫੇੜਿਆ ਅੰਦਰਿ ਪਿਰੀ ਨਿਹਾਲਿ ॥੧੨੦॥
ମସ୍ତକ ଆଉ ପାଦ ତୋର କଣ ବିଗାଡିଛନ୍ତି(ସେମାନଙ୍କୁ କାହିଁକି ଦୁଃଖୀ କରୁଛ) ଅନ୍ତର୍ମନରେ ହିଁ ମାଲିକଙ୍କୁ ଦେଖ||120|| ॥
ਹਉ ਢੂਢੇਦੀ ਸਜਣਾ ਸਜਣੁ ਮੈਡੇ ਨਾਲਿ ॥
(ଜୀବ-ସ୍ତ୍ରୀ କହେ) ମୁଁ ଯେଉଁ ସଜ୍ଜନ ପ୍ରଭୁଙ୍କ ସନ୍ଧାନ କରୁଅଛି, ସେହି ସଜ୍ଜନ ମୋର ସାଥିରେ ହିଁ ଅଛନ୍ତି।
ਨਾਨਕ ਅਲਖੁ ਨ ਲਖੀਐ ਗੁਰਮੁਖਿ ਦੇਇ ਦਿਖਾਲਿ ॥੧੨੧॥
ହେ ନାନକ! ସେହି ଅଦୃଷ୍ଟ ପ୍ରଭୁଙ୍କୁ ଦର୍ଶନ କରାଯାଇ ପାରିବ ନାହିଁ, ବସ୍ତୁତଃ ଗୁରୁ ହିଁ ତାହାଙ୍କ ଦର୍ଶନ କରାଇ ଥାଆନ୍ତି||121||
ਹੰਸਾ ਦੇਖਿ ਤਰੰਦਿਆ ਬਗਾ ਆਇਆ ਚਾਉ ॥
ହଂସ(ମହାପୁରୁଷ0ଙ୍କୁ (ଭବସାଗରରେ) ପାର ହେବା ଦେଖି ବଗର ମଧ୍ୟ କାମନା ଆସିଥାଏ,
ਡੁਬਿ ਮੁਏ ਬਗ ਬਪੁੜੇ ਸਿਰੁ ਤਲਿ ਉਪਰਿ ਪਾਉ ॥੧੨੨॥
କିନ୍ତୁ ବିଚରା ବଗ ପାଣିରେ ବୁଡିଯାଏ, ତାହାର ମସ୍ତକ ତଳେ ଆଉ ଗୋଡ ଉପରକୁ ହୋଇଯାଏ||122||
ਮੈ ਜਾਣਿਆ ਵਡ ਹੰਸੁ ਹੈ ਤਾਂ ਮੈ ਕੀਤਾ ਸੰਗੁ ॥
ମୁଁ ଭାବିଛି ଯେ କେହି ବଡ ହଂସ (ମହାପୁରୁଷ) ଅଛନ୍ତି, ମୁଁ ତାହାଙ୍କ ସଙ୍ଗତ କରିବି।
ਜੇ ਜਾਣਾ ਬਗੁ ਬਪੁੜਾ ਜਨਮਿ ਨ ਭੇੜੀ ਅੰਗੁ ॥੧੨੩॥
ଯଦି ମୋତେ ଜଣା ପଡିଥାନ୍ତା ଯେ ଏହା ବଗ ଅଟେ, ମୁଁ କେବେ ମଧ୍ୟ ସାଥି ଦିଅନ୍ତି ନାହିଁ||123||
ਕਿਆ ਹੰਸੁ ਕਿਆ ਬਗੁਲਾ ਜਾ ਕਉ ਨਦਰਿ ਧਰੇ ॥
କଣ ହଂସ (ବଡ) ଆଉ କଣ ବଗ (ଛୋଟ), ଯାହା ଉପରେ ଈଶ୍ଵରଙ୍କ କୃପାଦୃଷ୍ଟି ହୋଇଯାଏ, ସେ ମହାନ ହୋଇଯାଏ।
ਜੇ ਤਿਸੁ ਭਾਵੈ ਨਾਨਕਾ ਕਾਗਹੁ ਹੰਸੁ ਕਰੇ ॥੧੨੪॥
ଗୁରୁ ନାନକ କହନ୍ତି ଯଦି ମାଲିକଙ୍କ ଇଚ୍ଛା ହୋଇଥାଏସେ କଳା କାଉ (ମନ୍ଦ ବ୍ୟକ୍ତି)କୁ ମଧ୍ୟ ହଂସ (ଉତ୍ତମ ପୁରୁଷ) ବନାଇ ଦେଇଥାନ୍ତି||124||
ਸਰਵਰ ਪੰਖੀ ਹੇਕੜੋ ਫਾਹੀਵਾਲ ਪਚਾਸ ॥
ଜେଜିଟି ରୂପୀ ସରୋବରରେ ଜୀବ ରୂପୀ ପକ୍ଷୀ ଏକାକୀ ଥାଏ, ଯାହାକୁ ଫସାଇବା ପାଇଁ ପଚାଶ ଜଣ ରହିଥାନ୍ତି।
ਇਹੁ ਤਨੁ ਲਹਰੀ ਗਡੁ ਥਿਆ ਸਚੇ ਤੇਰੀ ਆਸ ॥੧੨੫॥
ଏହି ଶରୀର ବିକାର ରୂପୀ ଲହରୀରେ ଫସି ଯାଇଛି, ସେଥିରୁ ମୁକ୍ତି ପାଇବା ପାଇଁ ପ୍ରଭୁ ହିଁ ଏକମାତ୍ର ଆଶ୍ରା ଅଟନ୍ତି||125||
ਕਵਣੁ ਸੁ ਅਖਰੁ ਕਵਣੁ ਗੁਣੁ ਕਵਣੁ ਸੁ ਮਣੀਆ ਮੰਤੁ ॥
ତାହା କେଉଁ ଅକ୍ଷର, କେଉଁ ଗୁଣ ଅଥବା କେଉଁ ମନ୍ତ୍ର ଅଟେ,
ਕਵਣੁ ਸੁ ਵੇਸੋ ਹਉ ਕਰੀ ਜਿਤੁ ਵਸਿ ਆਵੈ ਕੰਤੁ ॥੧੨੬॥
ମୁଁ ଏପରି କେଉଁ ବେଶ ଧାରଣ କରିବି, ଯାହାଦ୍ୱାରା ମୋର ପ୍ରଭୁ ମୋ’ ବଶରେ ଆସି ଯିବେ||126||
ਨਿਵਣੁ ਸੁ ਅਖਰੁ ਖਵਣੁ ਗੁਣੁ ਜਿਹਬਾ ਮਣੀਆ ਮੰਤੁ ॥
ଉତ୍ତର- ନମ୍ର ଭାଷା ଆପଣାଅ, ଯଦି କେହି ମନ୍ଦ ବୋଲିଥାଏ, କ୍ଷମା ଭାବନା ଧାରଣ କର, ଜିହ୍ଵାରେ ମିଠା ବୋଲିବାର ମନ୍ତ୍ର ନିଅ।
ਏ ਤ੍ਰੈ ਭੈਣੇ ਵੇਸ ਕਰਿ ਤਾਂ ਵਸਿ ਆਵੀ ਕੰਤੁ ॥੧੨੭॥
ହେ ଭଉଣୀ! ଏହି ତିନି ସଦଗୁଣ ଅଟେ, ଏହି ବେଶ ଧାରଣ କର, ପତି-ପ୍ରଭୁ ତୋର ବଶରେ ଆସି ଯିବେ||127||
ਮਤਿ ਹੋਦੀ ਹੋਇ ਇਆਣਾ ॥
ଯିଏ ବୁଦ୍ଧିମାନ ହୋଇ ମଧ୍ୟ ନିଜକୁ ଅବୁଝା ରଖିଥାଏ,
ਤਾਣ ਹੋਦੇ ਹੋਇ ਨਿਤਾਣਾ ॥
ବଳବାନ ହୋଇ ମଧ୍ୟ ଦୁର୍ବଳ ବନି ରହିଥାଏ, (ଅର୍ଥାତ ନିରୀହ ପ୍ରତି ଅତ୍ୟାଚାର କରିଥାଏ)
ਅਣਹੋਦੇ ਆਪੁ ਵੰਡਾਏ ॥
ଯାହା କିଛି ପାଖରେ ଅଛି, ମିଳିମିଶି ଖାଇଥାଏ, (ଦରିଦ୍ରକୁ ବାଣ୍ଟିଥାଏ)
ਕੋ ਐਸਾ ਭਗਤੁ ਸਦਾਏ ॥੧੨੮॥
ବାସ୍ତବରେ ଏପରି ମନୁଷ୍ୟକୁ ହିଁ ପରମ ଭକ୍ତ କୁହାଯାଏ||128||
ਇਕੁ ਫਿਕਾ ਨ ਗਾਲਾਇ ਸਭਨਾ ਮੈ ਸਚਾ ਧਣੀ ॥
ସବୁ ଜୀବଙ୍କ ଠାରେ ସଚ୍ଚା ମାଲିକ ହିଁ ବିଦ୍ୟମାନ ଅଛନ୍ତି, ଏଥିପାଇଁ କାହାକୁ କଡା କଥା କହିବା ଉଚିତ ନୁହେଁ।
ਹਿਆਉ ਨ ਕੈਹੀ ਠਾਹਿ ਮਾਣਕ ਸਭ ਅਮੋਲਵੇ ॥੧੨੯॥
କାହାର ହୃଦୟକୁ ଦୁଃଖ ଦେବା ଉଚିତ ନୁହେଁ, ସବୁ ହୃଦୟ ମୋତି ଭଳି ଅମୂଲ୍ୟ ଅଟେ||129||
ਸਭਨਾ ਮਨ ਮਾਣਿਕ ਠਾਹਣੁ ਮੂਲਿ ਮਚਾਂਗਵਾ ॥
ସବୁଙ୍କ ମନ ମୋତି ଭଳି ଅଟେ, ତାହାକୁ ଦୁଃଖୀ କରିବା ଉଚିତ ନୁହେଁ।
ਜੇ ਤਉ ਪਿਰੀਆ ਦੀ ਸਿਕ ਹਿਆਉ ਨ ਠਾਹੇ ਕਹੀ ਦਾ ॥੧੩੦॥
ଯଦି ତୋ’ ପାଖରେ ଈଶ୍ଵରଙ୍କୁ ପାଇବା ଆକାଂକ୍ଷା ଅଛି, ତାହାହେଲେ କାହାର ହୃଦୟକୁ ଯନ୍ତ୍ରଣା ଦିଅ ନାହିଁ||130||