Page 1382
ਦੇਹੀ ਰੋਗੁ ਨ ਲਗਈ ਪਲੈ ਸਭੁ ਕਿਛੁ ਪਾਇ ॥੭੮॥
ଏହାଦ୍ଵାରା ଶରୀରକୁ କୌଣସି ରୋଗ ଅଥନା ବେମାରି ଲାଗେ ନାହିଁ ଏବଂ ସବୁକିଛି ପ୍ରାପ୍ତ ହୋଇଯାଏ||78||
ਫਰੀਦਾ ਪੰਖ ਪਰਾਹੁਣੀ ਦੁਨੀ ਸੁਹਾਵਾ ਬਾਗੁ ॥
ହେ ଫରିଦ! ଏହି ଦୁନିଆ ଏକ ସୁନ୍ଦର ବଗିଚା ଅଟେ, ଯେଉଁଠି ଜୀବ ରୂପୀ ପକ୍ଷୀ ଏକ ଅତିଥି ଭଳି ରହିଥାଏ।
ਨਉਬਤਿ ਵਜੀ ਸੁਬਹ ਸਿਉ ਚਲਣ ਕਾ ਕਰਿ ਸਾਜੁ ॥੭੯॥
ପ୍ରଭାତ ହେବା ମାତ୍ରେ ଯେତେବେଳେ (ମୃତ୍ୟୁର) ଘଣ୍ଟି ବାଜିଯାଏ, ସମସ୍ତେ ଉଡିବାକୁ ପ୍ରସ୍ତୁତ ହୋଇଥାନ୍ତି||79||
ਫਰੀਦਾ ਰਾਤਿ ਕਥੂਰੀ ਵੰਡੀਐ ਸੁਤਿਆ ਮਿਲੈ ਨ ਭਾਉ ॥
ହେ ଫରିଦ! ଜୀବନ-ରାତ୍ରିରେ ଈଶ୍ଵର-ଭକ୍ତି ରୂପୀ କସ୍ତୁରୀ ବିତରଣ କରାଯାଏ, ଯେଉଁ ଲୋକ ମୋହ-ନିଦ୍ରାରେ ରହିଥାଏ, ତାହାକୁ ସେଥିରୁ ଭାଗ ମିଳେନାହିଁ।
ਜਿੰਨ੍ਹ੍ਹਾ ਨੈਣ ਨੀਦ੍ਰਾਵਲੇ ਤਿੰਨ੍ਹ੍ਹਾ ਮਿਲਣੁ ਕੁਆਉ ॥੮੦॥
ଯାହାର ନେତ୍ର ସାରା ରାତି ନିଦ୍ରାରେ ରହିଥାଏ, ତାହାକୁ ଭକ୍ତି ରୂପୀ କସ୍ତୁରୀ ମିଳିବା କଠିନ ଅଟେ||80||
ਫਰੀਦਾ ਮੈ ਜਾਨਿਆ ਦੁਖੁ ਮੁਝ ਕੂ ਦੁਖੁ ਸਬਾਇਐ ਜਗਿ ॥
ବାବା ଫରିଦ କହନ୍ତି, ଭାବିଥିଲି ଏକମାତ୍ର ମୁଁ ହିଁ ଦୁଃଖୀ ଅଟେ, ପରନ୍ତୁ ଏହି ଦୁଃଖ ସାରା ଦୁନିଆରେ ପ୍ରସାରିତ ହୋଇଛି।
ਊਚੇ ਚੜਿ ਕੈ ਦੇਖਿਆ ਤਾਂ ਘਰਿ ਘਰਿ ਏਹਾ ਅਗਿ ॥੮੧॥
ମୁଁ ଦୂରଦୃଷ୍ଟିରେ ଦେଖିବାରୁ ଜଣା ଯାଇଛି ଯେ ପ୍ରତ୍ୟେକ ଘରେ ଦୁଃଖର ଭୟଙ୍କର ଅଗ୍ନି ଲାଗି ରହିଛି||81||
ਮਹਲਾ ੫ ॥
ମହଲା 5॥
ਫਰੀਦਾ ਭੂਮਿ ਰੰਗਾਵਲੀ ਮੰਝਿ ਵਿਸੂਲਾ ਬਾਗ ॥
ପଞ୍ଚମ ଗୁରୁ ଫରିଦ ଜୀ କହନ୍ତି, ହେ ଫରିଦ! ଏହି ରଙ୍ଗ ବେରଙ୍ଗ ସୁନ୍ଦର ଧରିତ୍ରୀରେ କଣ୍ଟକପୂର୍ଣ୍ଣ ବିଶାଳ ବଗିଚା ଅଛି।
ਜੋ ਜਨ ਪੀਰਿ ਨਿਵਾਜਿਆ ਤਿੰਨ੍ਹ੍ਹਾ ਅੰਚ ਨ ਲਾਗ ॥੮੨॥
ପରନ୍ତୁ ଯେଉଁ ବ୍ୟକ୍ତି ଗୁରୁଙ୍କ କୃପା ପାଇଥାଏ, ତାହାକୁ ଦୁଃଖାଗ୍ନିର ଆଞ୍ଚ ଆସେ ନାହିଁ ||82||
ਮਹਲਾ ੫ ॥
ମହଲା 5 ॥
ਫਰੀਦਾ ਉਮਰ ਸੁਹਾਵੜੀ ਸੰਗਿ ਸੁਵੰਨੜੀ ਦੇਹ ॥
ଗୁରୁଜୀ କହନ୍ତି ଯେ ହେ ଫରିଦ! ସୁନ୍ଦର ଶରୀର ସହିତ ଏହି ଜୀବନ ବଡ ସୁନ୍ଦର ଅଟେ।
ਵਿਰਲੇ ਕੇਈ ਪਾਈਅਨਿ ਜਿੰਨ੍ਹ੍ਹਾ ਪਿਆਰੇ ਨੇਹ ॥੮੩॥
ପରମାତ୍ମାନକ ସହିତ ଯାହାର ପ୍ରେମ ହୋଇଯାଏ, ଏପରି ବିରଳ ହିଁ ପ୍ରାପ୍ତ ହୋଇଥାଏ||83||
ਕੰਧੀ ਵਹਣ ਨ ਢਾਹਿ ਤਉ ਭੀ ਲੇਖਾ ਦੇਵਣਾ ॥
ହେ ନଦୀର ପ୍ରବାହ! ତୁ କୂଳ ଆଡକୁ ଯାଅ ନାହିଁ, ତୋତେ ମଧ୍ୟ ହିସାବ ଦେବାକୁ ପଡିବ।
ਜਿਧਰਿ ਰਬ ਰਜਾਇ ਵਹਣੁ ਤਿਦਾਊ ਗੰਉ ਕਰੇ ॥੮੪॥
କିନ୍ତୁ ଯେଉଁଠି ପ୍ରଭୁଙ୍କ ଇଚ୍ଛା ହୋଇଥାଏ, ପ୍ରବାହ ସେଠାକୁ ଚାଲିଯାଏ||84||
ਫਰੀਦਾ ਡੁਖਾ ਸੇਤੀ ਦਿਹੁ ਗਇਆ ਸੂਲਾਂ ਸੇਤੀ ਰਾਤਿ ॥
ବାବା ଫରିଦ କହନ୍ତି ଯେ ହେ ମନୁଷ୍ୟ! ଦିନ ଦୁଃଖରେ ବିତୁଅଛି ଆଉ ରାତି ଶୂଳିରେ ବସିବା ଭଳି ପ୍ରତୀୟମାନ ହେଉଛି।
ਖੜਾ ਪੁਕਾਰੇ ਪਾਤਣੀ ਬੇੜਾ ਕਪਰ ਵਾਤਿ ॥੮੫॥
କୂଳରେ ଦଣ୍ଡାୟମାନ ଗୁରୁ ରୂପୀ ମଲାହ ଚିତ୍କାର କରୁଛନ୍ତି ଯେ ତୋର ଜୀବନ ରୂପୀ ନୌକା ଭଅଁରରେ ଫସି ଯାଇଛି||85||
ਲੰਮੀ ਲੰਮੀ ਨਦੀ ਵਹੈ ਕੰਧੀ ਕੇਰੈ ਹੇਤਿ ॥
କୂଳକୁ ଧ୍ଵଂସ କରିବା ପାଇଁ ବହୁତ ଲମ୍ବା ନଦୀ ବହୁଅଛି।
ਬੇੜੇ ਨੋ ਕਪਰੁ ਕਿਆ ਕਰੇ ਜੇ ਪਾਤਣ ਰਹੈ ਸੁਚੇਤਿ ॥੮੬॥
ପରନ୍ତୁ ଯଦି ଗୁରୁ ରୂପୀ ମଲାହ ହୁସିଆର ହୁଅନ୍ତି, ଜୀବନ-ନୌକା ଭଅଁର ମଧ୍ୟ କିଛି ବିଗାଡି ପାରେନାହିଁ||86||
ਫਰੀਦਾ ਗਲੀ ਸੁ ਸਜਣ ਵੀਹ ਇਕੁ ਢੂੰਢੇਦੀ ਨ ਲਹਾਂ ॥
ହେ ଫରିଦ! କଥା କଥାରେ ଯନ୍ତ୍ରଣା ଦେବା ବାଲା ବହୁତ ସଜ୍ଜନ ମିଳିଯାନ୍ତି, ପରନ୍ତୁ ଦୁଃଖ-ଯନ୍ତ୍ରଣାରେ ସାଥି ଦେବା ବାଲା ସଚ୍ଚା ସାଥି ଜଣେ ମଧ୍ୟ ମିଳେନାହିଁ।
ਧੁਖਾਂ ਜਿਉ ਮਾਂਲੀਹ ਕਾਰਣਿ ਤਿੰਨ੍ਹ੍ਹਾ ਮਾ ਪਿਰੀ ॥੮੭॥
ମୁଁ ସେହି ପ୍ରିୟ ସଚ୍ଚା ସାଥି ସହିତ ମିଶିବା ପାଇଁ ଘସି ଜଳିବା ଭଳି ଜଳୁଅଛି||87||
ਫਰੀਦਾ ਇਹੁ ਤਨੁ ਭਉਕਣਾ ਨਿਤ ਨਿਤ ਦੁਖੀਐ ਕਉਣੁ ॥
ଫରିଦ ଜୀ କହନ୍ତି ଏହି ଶରୀର କୁକୁର ଭଳି ବାରମ୍ବାର ଭୁକୁଅଛି (ଅର୍ଥାତ ସବୁ ସମୟରେ କାମନା କରୁଅଛି) ପୁଣି ତାହା ପାଇଁ ସବୁ ସମୟରେ କିଏ ଦୁଃଖୀ ହେବ।
ਕੰਨੀ ਬੁਜੇ ਦੇ ਰਹਾਂ ਕਿਤੀ ਵਗੈ ਪਉਣੁ ॥੮੮॥
ମୁଁ ନିଜ କାନ ବନ୍ଦ କରି ଦେଇଛି, ତେଜ ହାୱା ଭଳି କେତେ ଜୋରରେ କହିଲେ ମଧ୍ୟ ମୁଁ ଶୁଣି ପାରିବି ନାହିଁ||88||
ਫਰੀਦਾ ਰਬ ਖਜੂਰੀ ਪਕੀਆਂ ਮਾਖਿਅ ਨਈ ਵਹੰਨ੍ਹ੍ਹਿ ॥
ହେ ଫରିଦ! ପ୍ରଭୁଙ୍କ ଖଜୁରୀ ପକ୍ଵ ହୋଇଛି ଏବଂ ମହୁର ନଦୀ ବହୁଅଛି।
ਜੋ ਜੋ ਵੰਞੈਂ ਡੀਹੜਾ ਸੋ ਉਮਰ ਹਥ ਪਵੰਨਿ ॥੮੯॥
ଏଠାରେ ଯେଉଁ ଦିନ ବିତୁଅଛି, ବ୍ୟକ୍ତିର ବୟସ ହ୍ରାସ ହେଉଛି||89||
ਫਰੀਦਾ ਤਨੁ ਸੁਕਾ ਪਿੰਜਰੁ ਥੀਆ ਤਲੀਆਂ ਖੂੰਡਹਿ ਕਾਗ ॥
ବାବା ଫରିଦ କହନ୍ତି, ଏହି ଶରୀର ସୁଖକର ଅସ୍ଥିର ପିଞ୍ଜରା ହୋଇ ଯାଇଛି ଏବଂ କାଉ ପ୍ରାଣକୁ ଖୁମ୍ପୁଅଛି।
ਅਜੈ ਸੁ ਰਬੁ ਨ ਬਾਹੁੜਿਓ ਦੇਖੁ ਬੰਦੇ ਕੇ ਭਾਗ ॥੯੦॥
ଦେଖ, ବ୍ୟକ୍ତିର ମନ୍ଦ ଭାଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଭୁ ମିଳି ନାହାନ୍ତି||90||
ਕਾਗਾ ਕਰੰਗ ਢੰਢੋਲਿਆ ਸਗਲਾ ਖਾਇਆ ਮਾਸੁ ॥
ଫରିଦ ଜୀ କାଉକୁ ସମ୍ବୋଧନ କରି କହନ୍ତି ଯେ ହେ କଳା କାଉ! ଖୁମ୍ପି ଖୁମ୍ପି ତୁ ମୋର ଶରୀରର ସାରା ମାଂସ ଖାଇ ନେଇଛୁ,
ਏ ਦੁਇ ਨੈਨਾ ਮਤਿ ਛੁਹਉ ਪਿਰ ਦੇਖਨ ਕੀ ਆਸ ॥੯੧॥
ପରନ୍ତୁ ବର୍ତ୍ତମାନ ମୋର ଏହି ଦୁଇ ନୟନକୁ ସ୍ପର୍ଶ କରନାହିଁ, କାରଣ ଏଥିରେ ମୋତେ ପ୍ରିୟ ପ୍ରଭୁଙ୍କୁ ଦର୍ଶନ କରିବାର ଆଶା ଅଛି||91||
ਕਾਗਾ ਚੂੰਡਿ ਨ ਪਿੰਜਰਾ ਬਸੈ ਤ ਉਡਰਿ ਜਾਹਿ ॥
ହେ କଳା କାଉ! ମୋର ଶରୀରର ପିଞ୍ଜରାକୁ ତୁ ଖୁମ୍ପ ନାହିଁ, ଭଲ ହେବ ତୁ ଏଠାରୁ ଉଡି ଯାଅ।
ਜਿਤੁ ਪਿੰਜਰੈ ਮੇਰਾ ਸਹੁ ਵਸੈ ਮਾਸੁ ਨ ਤਿਦੂ ਖਾਹਿ ॥੯੨॥
ଯେଉଁ ଶରୀର-ପିଞ୍ଜରାରେ ମୋର ମାଲିକ ରହିଥାନ୍ତି, ତାହାର ମାଂସ ଖାଅ ନାହିଁ||92||
ਫਰੀਦਾ ਗੋਰ ਨਿਮਾਣੀ ਸਡੁ ਕਰੇ ਨਿਘਰਿਆ ਘਰਿ ਆਉ ॥
ଫରିଦ ଜୀ କହନ୍ତି ଯେ ବିଚରା କବର ଆବାଜ ଦେଉଅଛି ହେ ଗୃହହୀନ ଜୀବ! ନିଜ ଘରକୁ ଚାଲି ଯାଅ।
ਸਰਪਰ ਮੈਥੈ ਆਵਣਾ ਮਰਣਹੁ ਨਾ ਡਰਿਆਹੁ ॥੯੩॥
ସର୍ବଶେଷରେ ତୁ ମୋ’ ପାଖକୁ ଆସିବାକୁ ପଡିବ, ଏଥିପାଇଁ ମୃତ୍ୟୁ ପାଇଁ ଭୟ କରନାହିଁ||93||
ਏਨੀ ਲੋਇਣੀ ਦੇਖਦਿਆ ਕੇਤੀ ਚਲਿ ਗਈ ॥
ଏହି ଆଖିରେ ଦେଖି ଦେଖି କେତେ ଦୁନିଆ ଚାଲି ଯାଇଛି।
ਫਰੀਦਾ ਲੋਕਾਂ ਆਪੋ ਆਪਣੀ ਮੈ ਆਪਣੀ ਪਈ ॥੯੪॥
ଫରିଦ ଜୀ କହନ୍ତି, ଲୋକଙ୍କୁ ନିଜ ଚିନ୍ତା ଲାଗିଅଛି ଆଉ ମୋତେ ପ୍ରଭୁଙ୍କ ମିଳନର ଚିନ୍ତା ଲାଗିଅଛି||94||
ਆਪੁ ਸਵਾਰਹਿ ਮੈ ਮਿਲਹਿ ਮੈ ਮਿਲਿਆ ਸੁਖੁ ਹੋਇ ॥
ଫରିଦ ଜୀ କହନ୍ତି, ପ୍ରଭୁ ମୋ’ ଦ୍ଵାରା ହିଁ କହିଛନ୍ତି ଯେ ହେ ଫରିଦ! ତୁ ନିଜକୁ ସୁଧାରି ନିଅ, ମୋର ମିଳନ ତୋ’ ସହିତ ହେବ ଆଉ ମିଳନ ଦ୍ଵାରା ତୋତେ ସଚ୍ଚା ସୁଖ ପ୍ରାପ୍ତ ହୋଇ ପାରିବ।
ਫਰੀਦਾ ਜੇ ਤੂ ਮੇਰਾ ਹੋਇ ਰਹਹਿ ਸਭੁ ਜਗੁ ਤੇਰਾ ਹੋਇ ॥੯੫॥
ଯଦି ତୁ ମୋର ହିଁ ବନି ରହୁ, ସାରା ଦୁନିଆ ତୋର ହୋଇଯିବ||95||
ਕੰਧੀ ਉਤੈ ਰੁਖੜਾ ਕਿਚਰਕੁ ਬੰਨੈ ਧੀਰੁ ॥
ନଦୀ କୂଳର ବୃକ୍ଷ କେତେ ଦିନ ଧୈର୍ଯ୍ୟ ଧରି ତିଷ୍ଠି ପାରିବ?
ਫਰੀਦਾ ਕਚੈ ਭਾਂਡੈ ਰਖੀਐ ਕਿਚਰੁ ਤਾਈ ਨੀਰੁ ॥੯੬॥
ହେ ଫରିଦ! କଞ୍ଚା ପାତ୍ରରେ କେତେ ଦିନ ପାଣି ରଖା ଯାଇ ପାରିବ, ସେପରି ହିଁ ମୃତ୍ୟୁ ମଧ୍ୟ ନିଶ୍ଚୟ ହେବ ॥66॥
ਫਰੀਦਾ ਮਹਲ ਨਿਸਖਣ ਰਹਿ ਗਏ ਵਾਸਾ ਆਇਆ ਤਲਿ ॥
ହେ ଫରିଦ! ଉଚ୍ଚ ମହଲ ଶୂନ୍ୟ ରହି ଯାଇଛି ଆଉ ଜମିର ତଳେ କବରରେ ଜାଗା ମିଳିଅଛି।