Guru Granth Sahib Translation Project

guru granth sahib odia page-1375

Page 1375

ਬਿਨੁ ਸੰਗਤਿ ਇਉ ਮਾਂਨਈ ਹੋਇ ਗਈ ਭਠ ਛਾਰ ॥੧੯੫॥ ଏହିପରି ଯେପରି ଭଟ୍ଟିରେ ପଡି ବସ୍ତୁ ଜଳି ପାଉଁଶ ହୋଇଯାଏ, ସତସଙ୍ଗ ବିନା ବ୍ୟକ୍ତି କୁସଙ୍ଗତିରେ ନଷ୍ଟ ହୋଇଯାଏ||195||
ਕਬੀਰ ਨਿਰਮਲ ਬੂੰਦ ਅਕਾਸ ਕੀ ਲੀਨੀ ਭੂਮਿ ਮਿਲਾਇ ॥ ହେ କବୀର! ଆକାଶର ନିର୍ମଳ ବୁନ୍ଦା ଯଦି ଭୂମିରେ ମିଳାଇ ଯାଏ, ତାହାକୁ ଧରିତ୍ରୀରୁ ଅଲଗା କରାଯାଇ ପାରିବ ନାହିଁ।
ਅਨਿਕ ਸਿਆਨੇ ਪਚਿ ਗਏ ਨਾ ਨਿਰਵਾਰੀ ਜਾਇ ॥੧੯੬॥ ଅନେକ ଚତୁର ଅନେକ ପ୍ରୟାସ କରିଥାନ୍ତି, ପରନ୍ତୁ ଶିକ୍ଷା ରୂପୀ ବୁନ୍ଦାର ପ୍ରଭାବରେ ଫରକ କିଛି ପଡେ ନାହିଁ||196||
ਕਬੀਰ ਹਜ ਕਾਬੇ ਹਉ ਜਾਇ ਥਾ ਆਗੈ ਮਿਲਿਆ ਖੁਦਾਇ ॥ କବୀର ଜୀ କହନ୍ତି ଯେ ସେ ହଜ୍ଜ କରିବା ପାଇଁ କାବା ଯାଉଥିଲେ ଯେ ରାସ୍ତାରେ ଖୁଦା ମିଳିଗଲେ।
ਸਾਂਈ ਮੁਝ ਸਿਉ ਲਰਿ ਪਰਿਆ ਤੁਝੈ ਕਿਨ੍ਹ੍ਹਿ ਫੁਰਮਾਈ ਗਾਇ ॥੧੯੭॥ ସେହି ମାଲିକ ତାହାଙ୍କ ସହିତ ଝଗଡା କରିବାକୁ ଲାଗିଲେ ଏବଂ କହିଲେ ଯେ କିଏ କହିଲା ସେ କାବାରେ ରହନ୍ତି ବୋଲି||197||
ਕਬੀਰ ਹਜ ਕਾਬੈ ਹੋਇ ਹੋਇ ਗਇਆ ਕੇਤੀ ਬਾਰ ਕਬੀਰ ॥ କବୀର ଜୀ କହନ୍ତି ଯେ ଅନେକ ଥର କାବାରେ ହଜ୍ଜ କରିବା ପାଇଁ ଯାଇଛନ୍ତି, ପରନ୍ତୁ
ਸਾਂਈ ਮੁਝ ਮਹਿ ਕਿਆ ਖਤਾ ਮੁਖਹੁ ਨ ਬੋਲੈ ਪੀਰ ॥੧੯੮॥ ହେ ସାଇ! ମୋର କଣ ଭୁଲ ହୋଇ ଯାଇଛି ଯେ କାବାର ପୀର (ଖୁଦା) ମୁଖରେ କିଛି ବୋଲନ୍ତି ନାହିଁ||198||
ਕਬੀਰ ਜੀਅ ਜੁ ਮਾਰਹਿ ਜੋਰੁ ਕਰਿ ਕਹਤੇ ਹਹਿ ਜੁ ਹਲਾਲੁ ॥ କବୀର ଜୀ କହନ୍ତି ଯେ ଯେଉଁ ଲୋକ ବଳପୂର୍ବକ ଜୀବ-ହତ୍ୟା କରିଥାଏ ଏବଂ ତାହାକୁ ହଲାଲ କହିଥାଏ,
ਦਫਤਰੁ ਦਈ ਜਬ ਕਾਢਿ ਹੈ ਹੋਇਗਾ ਕਉਨੁ ਹਵਾਲੁ ॥੧੯੯॥ ଏପରି ଲୋକଙ୍କ ଅବସ୍ଥା ସେତେବେଳେ କଣ ହେବ, ଯେତେବେଳେ ଖୁଦାଙ୍କ ଅଦାଲତରେ କର୍ମର ହିସାବ ମଗାଯିବ||199||
ਕਬੀਰ ਜੋਰੁ ਕੀਆ ਸੋ ਜੁਲਮੁ ਹੈ ਲੇਇ ਜਬਾਬੁ ਖੁਦਾਇ ॥ କବୀର ଜୀ କହନ୍ତି ଯେ କାହା ଉପରେ ଜୋର-ଜବରଦସ୍ତି କରିବା ଜୁଲମ ଅଟେ, ତାହାଙ୍କ ଜବାବ ଖୁଦା ଅବଶ୍ୟ ମାଗିବେ।
ਦਫਤਰਿ ਲੇਖਾ ਨੀਕਸੈ ਮਾਰ ਮੁਹੈ ਮੁਹਿ ਖਾਇ ॥੨੦੦॥ ଯେତେବେଳେ ଖୁଦାଙ୍କ ଦରବାରରେ କର୍ମର ହିସାବ ହେବ, ମନ୍ଦ କର୍ମର ଦଣ୍ଡ ଅବଶ୍ୟ ମିଳିବ||200||
ਕਬੀਰ ਲੇਖਾ ਦੇਨਾ ਸੁਹੇਲਾ ਜਉ ਦਿਲ ਸੂਚੀ ਹੋਇ ॥ ହେ କବୀର! ଯଦି ହୃଦୟ ସଫା ହୋଇଥାଏ, ହିସାବ ଦେବା ସହଜ ହୋଇଯାଏ।
ਉਸੁ ਸਾਚੇ ਦੀਬਾਨ ਮਹਿ ਪਲਾ ਨ ਪਕਰੈ ਕੋਇ ॥੨੦੧॥ ପ୍ରଭୁଙ୍କ ସଚ୍ଚା ଦରବାରରେ ପୁଣି କିଛି ପଚରା ଯାଏ ନାହିଁ ||201||
ਕਬੀਰ ਧਰਤੀ ਅਰੁ ਆਕਾਸ ਮਹਿ ਦੁਇ ਤੂੰ ਬਰੀ ਅਬਧ ॥ କବୀର ଜୀ କହନ୍ତି ଯେ ଧରିତ୍ରୀ ଏବଂ ଆକାଶ ସଂପୂର୍ଣ୍ଣ ସୃଷ୍ଟିରେ ହିଁ ଦୈତ୍ୟଭାବ ଅଛି! ତୁ ହିଁ ନାଶରହିତ ହୋଇ ବିସ୍ତାର ଲାଭ କରିଛୁ।
ਖਟ ਦਰਸਨ ਸੰਸੇ ਪਰੇ ਅਰੁ ਚਉਰਾਸੀਹ ਸਿਧ ॥੨੦੨॥ ଛଅ ଦର୍ଶନ-ଯୋଗୀ, ସନ୍ନ୍ୟାସୀ, ବୈରାଗୀ, ବୈଷ୍ଣବ ଇତ୍ୟାଦି ଚଉରାଅଶି ସିଦ୍ଧ ମଧ୍ୟ ସଂଶୟରେ ପଡିଥାନ୍ତି ଯେ ଦୈତ୍ୟଭାବରୁ କିପରି ରକ୍ଷା ମିଳି ପାରିବ||202||
ਕਬੀਰ ਮੇਰਾ ਮੁਝ ਮਹਿ ਕਿਛੁ ਨਹੀ ਜੋ ਕਿਛੁ ਹੈ ਸੋ ਤੇਰਾ କବୀର ଜୀ ବିନୟପୂର୍ବକ କହନ୍ତି ଯେ ହେ ଈଶ୍ଵର! ମୋ' ଠାରେ ନିଜର କିଛି ମଧ୍ୟ ନାହିଁ, ଯାହା କିଛି ଅଛି, ସବୁ ତୋ ଦ୍ଵାରା ପ୍ରଦାନ କରାଯାଇଛି।
ਤੇਰਾ ਤੁਝ ਕਉ ਸਉਪਤੇ ਕਿਆ ਲਾਗੈ ਮੇਰਾ ॥੨੦੩॥ ଯଦି ତୋର ଚିଜ ତୋ ଠାରେ ସମର୍ପଣ କରାଯାଏ, ମୋର କିଛି କ୍ଷତି ହୁଏନାହିଁ ||203||
ਕਬੀਰ ਤੂੰ ਤੂੰ ਕਰਤਾ ਤੂ ਹੂਆ ਮੁਝ ਮਹਿ ਰਹਾ ਨ ਹੂੰ ॥ କବୀର ଜୀ କହନ୍ତି ଯେ ହେ ଜଗଦୀଶ୍ଵର! ତୋର ସ୍ତୁତିଗାନ କରି ମୁଁ ତୋର ରୂପ ହୋଇ ଯାଇଛି, ବର୍ତ୍ତମାନ, ମୋ' ଠାରେ ଅହଂ ରହି ନାହିଁ।
ਜਬ ਆਪਾ ਪਰ ਕਾ ਮਿਟਿ ਗਇਆ ਜਤ ਦੇਖਉ ਤਤ ਤੂ ॥੨੦੪॥ ଯେତେବେଳେ ମୋର ନିଜ-ପରପଣ ଦୂର ହୋଇଯାଏ, ଯେଉଁଠି ଦେଖିଲେ ମଧ୍ୟ ତୁ ହିଁ ଦେଖା ଯାଉଛୁ||204||
ਕਬੀਰ ਬਿਕਾਰਹ ਚਿਤਵਤੇ ਝੂਠੇ ਕਰਤੇ ਆਸ ॥ କବୀର ଜୀ କହନ୍ତି ଯେ ଲୋକମାନେ ପାପ-ବିକାର ଓ ମିଥ୍ୟା ଆଶାରେ ଲିପ୍ତ ରହିଥାନ୍ତି।
ਮਨੋਰਥੁ ਕੋਇ ਨ ਪੂਰਿਓ ਚਾਲੇ ਊਠਿ ਨਿਰਾਸ ॥੨੦੫॥ ତାହାର କୌଣସି ମନୋରଥ ପୁରା ହୁଏନାହିଁ ଏବଂ ନିରାଶ ହୋଇ ଜୀବନ ଚାଲି ଯାଇଥାଏ।|205||
ਕਬੀਰ ਹਰਿ ਕਾ ਸਿਮਰਨੁ ਜੋ ਕਰੈ ਸੋ ਸੁਖੀਆ ਸੰਸਾਰਿ ॥ ହେ କବୀର! ଯିଏ ପରମାତ୍ମାଙ୍କ ସ୍ମରଣ କରିଥାଏ, ସେ ସଂସାରରେ ସୁଖୀ ରହିଥାଏ।
ਇਤ ਉਤ ਕਤਹਿ ਨ ਡੋਲਈ ਜਿਸ ਰਾਖੈ ਸਿਰਜਨਹਾਰ ॥੨੦੬॥ ଯାହାର ରକ୍ଷା ସୃଜନହାର କରିଥାନ୍ତି, ସେ ଏଣେତେଣେ ଆଦୌ ବିଚଳିତ ହୁଏନାହିଁ||206||
ਕਬੀਰ ਘਾਣੀ ਪੀੜਤੇ ਸਤਿਗੁਰ ਲੀਏ ਛਡਾਇ ॥ ହେ କବୀର! ପାପର ଘଣାରେ ମୋତେ ପେଷି ଦିଆ ଯାଉଛି, ସଦଗୁରୁ ଏହାଠାରୁ ମୋତେ ରକ୍ଷା କରିଛନ୍ତି।
ਪਰਾ ਪੂਰਬਲੀ ਭਾਵਨੀ ਪਰਗਟੁ ਹੋਈ ਆਇ ॥੨੦੭॥ ପୂର୍ବ ଜନ୍ମର ଶ୍ରଦ୍ଧା-ଭକ୍ତିର ଫଳ ପ୍ରାପ୍ତ ହୋଇଛି||207||
ਕਬੀਰ ਟਾਲੈ ਟੋਲੈ ਦਿਨੁ ਗਇਆ ਬਿਆਜੁ ਬਢੰਤਉ ਜਾਇ ॥ ହେ କବୀର! ସ୍ଥଙ୍ଗିତ ରଖି ରଖି ଜୀବନ ଅତିବାହିତ ହେଉଅଛି ଏବଂ ବିକାରର ସୁଧ ବୃଦ୍ଧି ପାଉଛି।
ਨਾ ਹਰਿ ਭਜਿਓ ਨ ਖਤੁ ਫਟਿਓ ਕਾਲੁ ਪਹੂੰਚੋ ਆਇ ॥੨੦੮॥ ନା ପରମାତ୍ମାଙ୍କ ଭଜନ କରିଛି, ନା କରିଥିବା କର୍ମର ହିସାବ ସମାପ୍ତ ହେଉଛି ଏବଂ ମସ୍ତକ ଉପରେ ମୃତ୍ୟୁ ଦଣ୍ଡାୟମାନ ହୋଇଛି||208||
ਮਹਲਾ ੫ ॥ ମହଲା 5॥
ਕਬੀਰ ਕੂਕਰੁ ਭਉਕਨਾ ਕਰੰਗ ਪਿਛੈ ਉਠਿ ਧਾਇ ॥ ପଞ୍ଚମ ଗୁରୁ, କବୀରଙ୍କ ବିଷୟରେ କହନ୍ତି ଯେ - ହେ କବୀର! ମନ ରୂପୀ କୁକୁର ବହୁତ ଭୁକିଥାଏ ଏବଂ ଲୋଭର ବଶବର୍ତ୍ତୀ ହୋଇ ମନ୍ଦ ଚିଜ ପଛରେ ଦୌଡି ଥାଏ।
ਕਰਮੀ ਸਤਿਗੁਰੁ ਪਾਇਆ ਜਿਨਿ ਹਉ ਲੀਆ ਛਡਾਇ ॥੨੦੯॥ ଉତ୍ତମ ଭାଗ୍ୟରୁ ସଦଗୁରୁଙ୍କୁ ପ୍ରାପ୍ତ କରିଛି, ଯିଏ ମୋହ-ମାୟାରୁ ଆମକୁ ରକ୍ଷା କରିଛନ୍ତି||209||
ਮਹਲਾ ੫ ॥ ମହଲା 5॥
ਕਬੀਰ ਧਰਤੀ ਸਾਧ ਕੀ ਤਸਕਰ ਬੈਸਹਿ ਗਾਹਿ ॥ ହେ କବୀର! ଯଦି ସାଧୁ ମହାତ୍ମାଙ୍କ ସଙ୍ଗତିରେ ଚୋର-ଲୁଟେରା ମଧ୍ୟ ବସିଥାନ୍ତି, ତାହାହେଲେ
ਧਰਤੀ ਭਾਰਿ ਨ ਬਿਆਪਈ ਉਨ ਕਉ ਲਾਹੂ ਲਾਹਿ ॥੨੧੦॥ ଧରିତ୍ରୀ (ସତସଙ୍ଗତି)କୁ ତାହାର କୌଣସି ଭାର ପଡେ ନାହିଁ, କିନ୍ତୁ ଉତ୍ତମ ସଙ୍ଗତ କାରଣରୁ ଚୋର-ଲୁଟେରା ଲାଭ ହିଁ ପାଇଥାନ୍ତି ||210||
ਮਹਲਾ ੫ ॥ ମହଲା 5॥
ਕਬੀਰ ਚਾਵਲ ਕਾਰਨੇ ਤੁਖ ਕਉ ਮੁਹਲੀ ਲਾਇ ॥ ଗୁରୁଜୀ କହନ୍ତି ହେ କବୀର! ଯେପରି ଚାଉଳ ପାଇଁ ତଷୁକୁ ପିଟାଯାଏ,
ਸੰਗਿ ਕੁਸੰਗੀ ਬੈਸਤੇ ਤਬ ਪੂਛੈ ਧਰਮ ਰਾਇ ॥੨੧੧॥ ସେପରି ହିଁ ମନ୍ଦ ସଙ୍ଗତରେ ବସିବା ବାଲା ଉତ୍ତମ ପୁରୁଷକୁ ମଧ୍ୟ ଧର୍ମରାଜ ହିସାବ ମାଗିଥାନ୍ତି||211||
ਨਾਮਾ ਮਾਇਆ ਮੋਹਿਆ ਕਹੈ ਤਿਲੋਚਨੁ ਮੀਤ ॥ ତ୍ରିଲୋଚନ ଭକ୍ତ ନିଜ ମିତ୍ର ନାମଦେବଙ୍କୁ କହନ୍ତି ଯେ ହେ ମିତ୍ର! କାହା ପାଇଁ ମାୟାର ମୋହରେ ଲିପ୍ତ ରହିଛୁ,
ਕਾਹੇ ਛੀਪਹੁ ਛਾਇਲੈ ਰਾਮ ਨ ਲਾਵਹੁ ਚੀਤੁ ॥੨੧੨॥ ତୁ ଏହି କପଡା ଛାପିବାରେ ଲାଗି ରହିଛୁ, ନିଜ ମନକୁ ଈଶ୍ଵରଙ୍କ ଭଜନାରେ କାହିଁକି ଲଗାଇ ନାହୁଁ||212||
ਨਾਮਾ ਕਹੈ ਤਿਲੋਚਨਾ ਮੁਖ ਤੇ ਰਾਮੁ ਸੰਮ੍ਹ੍ਹਾਲਿ ॥ ନାମଦେବ ପ୍ରତ୍ୟୁତ୍ତର ଦେଇଥାନ୍ତି ଯେ ହେ ତ୍ରିଲୋଚନ! ମୁଁ ନିଜ ମୁଖରେ ପରମାତ୍ମାଙ୍କ ନାମ ଜପ କରିଥାଏ।
error: Content is protected !!
Scroll to Top