Guru Granth Sahib Translation Project

guru granth sahib odia page-1356

Page 1356

ਘਟਿ ਘਟਿ ਬਸੰਤ ਬਾਸੁਦੇਵਹ ਪਾਰਬ੍ਰਹਮ ਪਰਮੇਸੁਰਹ ॥ ସେହି ପରଂବ୍ରହ୍ମ ପରମେଶ୍ଵର ପ୍ରତି ଘଟରେ ବାସ କରିଥାନ୍ତି।
ਜਾਚੰਤਿ ਨਾਨਕ ਕ੍ਰਿਪਾਲ ਪ੍ਰਸਾਦੰ ਨਹ ਬਿਸਰੰਤਿ ਨਹ ਬਿਸਰੰਤਿ ਨਾਰਾਇਣਹ ॥੨੧॥ ନାନକ ବିନୟ ପୂର୍ବକ କାମନା କରନ୍ତି ଯେ ହେ କୃପାନିଧି ନାରାୟଣ! ଏପରି କୃପା କରଜେ ଆମେ ତୋତେ କେବେ ବିସ୍ମରଣ କରିବୁ ନାହିଁ||21||
ਨਹ ਸਮਰਥੰ ਨਹ ਸੇਵਕੰ ਨਹ ਪ੍ਰੀਤਿ ਪਰਮ ਪੁਰਖੋਤਮੰ ॥ ହେ ପରମ ପୁରୁଷୋତ୍ତମ! ନା ମୋ’ ଠାରେ କୌଣସି ଯୋଗ୍ୟତା ଅଛି, ନା ତୋର ଭକ୍ତି କରିଛି ଆଉ ନା ତୋ’ ସହିତ ପ୍ରୀତି ଲଗାଇଛି।
ਤਵ ਪ੍ਰਸਾਦਿ ਸਿਮਰਤੇ ਨਾਮੰ ਨਾਨਕ ਕ੍ਰਿਪਾਲ ਹਰਿ ਹਰਿ ਗੁਰੰ ॥੨੨॥ ନାନକ ବିନତି କରନ୍ତି ଯେ ହେ ପରମେଶ୍ଵର! ତୋର କୃପାରୁ ହିଁ ଆମେ ତୋର ନାମ ସ୍ମରଣ କରିଥାଉ, ତୁ କୃପାର ଘର ଅଟୁ||22||
ਭਰਣ ਪੋਖਣ ਕਰੰਤ ਜੀਆ ਬਿਸ੍ਰਾਮ ਛਾਦਨ ਦੇਵੰਤ ਦਾਨੰ ॥ ଜନ୍ମଦାତା ଈଶ୍ଵର ସବୁ ଜୀବଙ୍କ ଭରଣ ପୋଷଣ କରିଥାନ୍ତି, ସେ ଆମର ରହିବା ପାଇଁ ଘର, କପଡା ଇତ୍ୟାଦି ଅନେକ ସୁବିଧା ଦେଇଥାନ୍ତି।
ਸ੍ਰਿਜੰਤ ਰਤਨ ਜਨਮ ਚਤੁਰ ਚੇਤਨਹ ॥ ସେ ଅମୂଲ୍ୟ ମାନବ ଜନ୍ମ ଦେଇ ଚତୁର ଏବଂ ବୁଦ୍ଧିମାନ ବନାଇ ଦେଇଛନ୍ତି।
ਵਰਤੰਤਿ ਸੁਖ ਆਨੰਦ ਪ੍ਰਸਾਦਹ ॥ ତାହାଙ୍କ କୃପାରୁ ଆମେ ଆନନ୍ଦପୂର୍ଣ୍ଣ ଓ ସୁଖୀ ରହିଥାଉ।
ਸਿਮਰੰਤ ਨਾਨਕ ਹਰਿ ਹਰਿ ਹਰੇ ॥ ଗୁରୁ ନାନକ କହନ୍ତି ଯେ ଯିଏ ଈଶ୍ଵରଙ୍କ ସ୍ମରଣ କରିଥାଏ,
ਅਨਿਤੵ ਰਚਨਾ ਨਿਰਮੋਹ ਤੇ ॥੨੩॥ ସେ ନଶ୍ଵର ସୃଷ୍ଟିର ମୋହରୁ ରକ୍ଷା ପାଇଥାଏ||23||
ਦਾਨੰ ਪਰਾ ਪੂਰਬੇਣ ਭੁੰਚੰਤੇ ਮਹੀਪਤੇ ॥ ବଡ ବଡ ଶାସକ ପୂର୍ବ ଜନ୍ମରେ କରିଥିବା ପୂଣ୍ୟ କର୍ମର ଫଳ ଭୋଗ କରିଥାନ୍ତି।
ਬਿਪਰੀਤ ਬੁਧੵੰ ਮਾਰਤ ਲੋਕਹ ਨਾਨਕ ਚਿਰੰਕਾਲ ਦੁਖ ਭੋਗਤੇ ॥੨੪॥ ହେ ନାନକ! ମୃତ୍ୟୁ ଲୋକରେ ବିପରୀତ ବୁଦ୍ଧି ବାଲା ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁଃଖ ଭୋଗ କରିଥାଏ||24||
ਬ੍ਰਿਥਾ ਅਨੁਗ੍ਰਹੰ ਗੋਬਿੰਦਹ ਜਸੵ ਸਿਮਰਣ ਰਿਦੰਤਰਹ ॥ ଯାହାର ହୃଦୟରେ ଈଶ୍ଵରଙ୍କ ଭଜନ-ସ୍ମରଣ ହୋଇଥାଏ, ସେ ହୃଦୟର ଯନ୍ତ୍ରଣାକୁ ମଧ୍ୟ କୃପା ବୋଲି ମାନିଥାଏ।
ਆਰੋਗੵੰ ਮਹਾ ਰੋਗੵੰ ਬਿਸਿਮ੍ਰਿਤੇ ਕਰੁਣਾ ਮਯਹ ॥੨੫॥ ପରନ୍ତୁ ଯାହାକୁ କରୁଣାମୟ ପରମେଶ୍ଵର ଭୁଲିଯାନ୍ତି, ସେ ସୁସ୍ଥ ହୋଇ ମଧ୍ୟ ମହାରୋଗୀ ଅଟେ||25||
ਰਮਣੰ ਕੇਵਲੰ ਕੀਰਤਨੰ ਸੁਧਰਮੰ ਦੇਹ ਧਾਰਣਹ ॥ ମନୁଷ୍ୟର ଧର୍ମ କେବଳ ପରମାତ୍ମାଙ୍କ କୀର୍ତ୍ତିଗାନ କରିବା ଅଟେ।
ਅੰਮ੍ਰਿਤ ਨਾਮੁ ਨਾਰਾਇਣ ਨਾਨਕ ਪੀਵਤੰ ਸੰਤ ਨ ਤ੍ਰਿਪੵਤੇ ॥੨੬॥ ହେ ନାନକ! ସନ୍ଥଜନ ନାରାୟଣଙ୍କ ଅମୃତମୟ ନାମ ଯେତେ ପାନ କଲେ ମଧ୍ୟ ତୃପ୍ତ ହୁଅନ୍ତି ନାହିଁ||26||
ਸਹਣ ਸੀਲ ਸੰਤੰ ਸਮ ਮਿਤ੍ਰਸੵ ਦੁਰਜਨਹ ॥ ସନ୍ଥଜନ ସହନଶୀଳ ଅଟନ୍ତି, ସେ ମିତ୍ର ଓ ଶତ୍ରୁକୁ ଏକା ଭଳି ଭାବନ୍ତି।
ਨਾਨਕ ਭੋਜਨ ਅਨਿਕ ਪ੍ਰਕਾਰੇਣ ਨਿੰਦਕ ਆਵਧ ਹੋਇ ਉਪਤਿਸਟਤੇ ॥੨੭॥ ହେ ନାନକ! କେହି ଅନେକ ପ୍ରକାରର ଭୋଜନ ନେଇ ଆସୁ, କେହି ନିନ୍ଦା କରୁ, କେହି ମାରିବା ପାଇଁ ଆସୁ, ସବୁଙ୍କୁ ଏକ ସମାନ ଦେଖିଥାନ୍ତି||27||
ਤਿਰਸਕਾਰ ਨਹ ਭਵੰਤਿ ਨਹ ਭਵੰਤਿ ਮਾਨ ਭੰਗਨਹ ॥ ତାହାଙ୍କ ନା ତିରସ୍କାର ହୋଇଥାଏ, ନା କେବେ ମାନ-ସମ୍ମାନ ଭଙ୍ଗ ହୋଇଥାଏ।
ਸੋਭਾ ਹੀਨ ਨਹ ਭਵੰਤਿ ਨਹ ਪੋਹੰਤਿ ਸੰਸਾਰ ਦੁਖਨਹ ॥ ନା ସେ ଶୋଭାହୀନ ହୋଇଥାନ୍ତି ଏବଂ ନା ସଂସାରର ଦୁଃଖ ତାହାଙ୍କୁ ପ୍ରଭାବିତ କରିଥାଏ।
ਗੋਬਿੰਦ ਨਾਮ ਜਪੰਤਿ ਮਿਲਿ ਸਾਧ ਸੰਗਹ ਨਾਨਕ ਸੇ ਪ੍ਰਾਣੀ ਸੁਖ ਬਾਸਨਹ ॥੨੮॥ ନାନକ କହନ୍ତି ଯେ ସାଧୁଙ୍କ ସହିତ ମିଶି ଈଶ୍ଵରଙ୍କ ନାମ ଜପିବା ବାଲା ଏପରି ପ୍ରାଣୀ ସଦା ସୁଖୀ ରହିଥାଏ||28||
ਸੈਨਾ ਸਾਧ ਸਮੂਹ ਸੂਰ ਅਜਿਤੰ ਸੰਨਾਹੰ ਤਨਿ ਨਿੰਮ੍ਰਤਾਹ ॥ ସାଧୁ ମଣ୍ଡଳୀ ଅଜୟ ସୁରବୀରଙ୍କ ସେନା ଅଟେ, ଯାହା ଶରୀରରେ ନମ୍ରତାର କବଚ ଧାରଣ କରିଥାଏ।
ਆਵਧਹ ਗੁਣ ਗੋਬਿੰਦ ਰਮਣੰ ਓਟ ਗੁਰ ਸਬਦ ਕਰ ਚਰਮਣਹ ॥ ଈଶ୍ଵରଙ୍କ କୀର୍ତ୍ତିଗାନ ହିଁ ତାହାର ଶସ୍ତ୍ର ଅଟେ ଏବଂ ଶବ୍ଦ-ଗୁରୁଙ୍କ ସାହାରା ତାହାର ହାତର ଢାଲ ଅଟେ।
ਆਰੂੜਤੇ ਅਸ੍ਵ ਰਥ ਨਾਗਹ ਬੁਝੰਤੇ ਪ੍ਰਭ ਮਾਰਗਹ ॥ ପ୍ରଭୁ ମାର୍ଗର ପରିଚୟ ହିଁ ତାହା ପାଇଁ ହାତୀ, ଘୋଡା, ଏବଂ ରଥର ସବାର ଅଟେ।
ਬਿਚਰਤੇ ਨਿਰਭਯੰ ਸਤ੍ਰੁ ਸੈਨਾ ਧਾਯੰਤੇ ਗੋੁਪਾਲ ਕੀਰਤਨਹ ॥ ସେ ନିର୍ଭୀକ ରହିଥାଏ ଏବଂ ଈଶ୍ଵରଙ୍କ କୀର୍ତ୍ତନ କରି କାମୁକ ଶତ୍ରୁ ସେନା ଉପରେ ଆକ୍ରମଣ କରିଥାଏ।
ਜਿਤਤੇ ਬਿਸ੍ਵ ਸੰਸਾਰਹ ਨਾਨਕ ਵਸੵੰ ਕਰੋਤਿ ਪੰਚ ਤਸਕਰਹ ॥੨੯॥ ହେ ନାନକ! ଏପରି ମହାରଥୀ କାମ, କ୍ରୋଧ ରୂପୀ ପାଞ୍ଚ ଲୁଟେରାକୁ ବଶରେ ରଖି ସଂପୂର୍ଣ୍ଣ ବିଶ୍ଵକୁ ଜୟ କରି ନେଇଥାଏ||29||
ਮ੍ਰਿਗ ਤ੍ਰਿਸਨਾ ਗੰਧਰਬ ਨਗਰੰ ਦ੍ਰੁਮ ਛਾਯਾ ਰਚਿ ਦੁਰਮਤਿਹ ॥ ଦୁର୍ବୁଦ୍ଧି ବାଲା ମନୁଷ୍ୟ ମୃଗତୃଷ୍ଣା, ଗନ୍ଧର୍ବ ନଗରୀ ତଥା ବୃକ୍ଷର ଛାୟା ସମାନ ଜୀବନ ରଚନା କରିଥାଏ।
ਤਤਹ ਕੁਟੰਬ ਮੋਹ ਮਿਥੵਾ ਸਿਮਰੰਤਿ ਨਾਨਕ ਰਾਮ ਰਾਮ ਨਾਮਹ ॥੩੦॥ ଏହିପରି ପରିବାରର ମୋହ ମଧ୍ୟ ମିଥ୍ୟା ଅଟେ, ଏଣୁ ନାନକଙ୍କ ଉପଦେଶ ଯେ ରାମ ନାମର ସ୍ମରଣ କରିଚାଲ||30||
ਨਚ ਬਿਦਿਆ ਨਿਧਾਨ ਨਿਗਮੰ ਨਚ ਗੁਣਗ ਨਾਮ ਕੀਰਤਨਹ ॥ ବ୍ୟକ୍ତି ପାଖରେ ନା ବେଦ-ବିଦ୍ୟାର ଭଣ୍ଡାର ଅଛି, ନା ସେ ଗୁଣବାନ ଅଟେ। ନା ସେ ନାମ-ସଙ୍କୀର୍ତ୍ତନରେ ଲୀନ ହୋଇଥାଏ।
ਨਚ ਰਾਗ ਰਤਨ ਕੰਠੰ ਨਹ ਚੰਚਲ ਚਤੁਰ ਚਾਤੁਰਹ ॥ ନା ତାହାର କଣ୍ଠ ସଙ୍ଗୀତ ଯୋଗ୍ୟ ଅଟେ, ଆଉ ତାହାକୁ ଚତୁର ଏବଂ ବୁଦ୍ଧିମାନ ମଧ୍ୟ କୁହାଯାଏ ନାହିଁ।
ਭਾਗ ਉਦਿਮ ਲਬਧੵੰ ਮਾਇਆ ਨਾਨਕ ਸਾਧਸੰਗਿ ਖਲ ਪੰਡਿਤਹ ॥੩੧॥ ହେ ନାନକ! ଏହି ସବୁ ଉପଲବ୍ଧି କେବଳ ଉତ୍ତମ ଭାଗ୍ୟରୁ ହିଁ ହୋଇଥାଏ ଏବଂ ସାଧୁଙ୍କ ସଙ୍ଗତରେ ମୂର୍ଖ ଜୀବ ମଧ୍ୟ ପଣ୍ଡିତ ବନିଯାଏ||31||
ਕੰਠ ਰਮਣੀਯ ਰਾਮ ਰਾਮ ਮਾਲਾ ਹਸਤ ਊਚ ਪ੍ਰੇਮ ਧਾਰਣੀ ॥ ଯାହାର କଣ୍ଠରେ ରାମନାମ ଜପିବାର ସୁନ୍ଦର ମାଳା ଥାଏ, ପ୍ରେମ ଧାରଣ କରିବା ଗୋମୁଖୀ ହୋଇଥାଏ।
ਜੀਹ ਭਣਿ ਜੋ ਉਤਮ ਸਲੋਕ ਉਧਰਣੰ ਨੈਨ ਨੰਦਨੀ ॥੩੨॥ ଜିହ୍ଵାରେ ଯିଏ ଉତ୍ତମ ଶ୍ଳୋକ ଉଚ୍ଚାରଣ କରିଥାଏ, ଏପରି ବ୍ୟକ୍ତି ନେତ୍ରକୁ ସୁଖ ଦେବା ବାଲା ମାୟାରୁ ମୁକ୍ତ ହୋଇଯାଏ||32||
ਗੁਰ ਮੰਤ੍ਰ ਹੀਣਸੵ ਜੋ ਪ੍ਰਾਣੀ ਧ੍ਰਿਗੰਤ ਜਨਮ ਭ੍ਰਸਟਣਹ ॥ ଯେଉଁ ପ୍ରାଣୀ ଗୁରୁଙ୍କ ମନ୍ତ୍ର ବିହୀନ ରହିଥାଏ, ତାହାର ଜନ୍ମ ଧିକ୍କାର ଯୋଗ୍ୟ ଏବଂ ଭ୍ରଷ୍ଟ ଅଟେ
ਕੂਕਰਹ ਸੂਕਰਹ ਗਰਧਭਹ ਕਾਕਹ ਸਰਪਨਹ ਤੁਲਿ ਖਲਹ ॥੩੩॥ ଏପରି ମୂର୍ଖ ବାସ୍ତବରେ କୁକୁର, ଘୁଷୁରି, ଗଧ, କାଉ ଏବଂ ସାପ ସମାନ ଅଟେ||33||
ਚਰਣਾਰਬਿੰਦ ਭਜਨੰ ਰਿਦਯੰ ਨਾਮ ਧਾਰਣਹ ॥ ହେ ସଜ୍ଜନ! ଈଶ୍ଵରଙ୍କ ଚରଣର ଭଜନ କର, ହୃଦୟରେ ହରିନାମ ଧାରଣ କର।


© 2017 SGGS ONLINE
error: Content is protected !!
Scroll to Top