Page 1343
ਧਾਵਤੁ ਰਾਖੈ ਠਾਕਿ ਰਹਾਏ
ଏହାଦ୍ୱାରା ଚଞ୍ଚଳ ମନ ବଶରେ ଆସିଥାଏ ଏବଂ
ਸਚਾ ਨਾਮੁ ਮੰਨਿ ਵਸਾਏ ॥੪॥
ସଚ୍ଚା ନାମ ମନରେ ସ୍ଥାପିତ ହୋଇଯାଏ||4||
ਬਿਸਮ ਬਿਨੋਦ ਰਹੇ ਪਰਮਾਦੀ ॥
ପ୍ରମାଦ ଉତ୍ପନ୍ନ କରିବା ବାଲା ଖେଳ-ତମାସା ସମାପ୍ତ ହୋଇଯାଏ।
ਗੁਰਮਤਿ ਮਾਨਿਆ ਏਕ ਲਿਵ ਲਾਗੀ ॥
ଗୁରୁଙ୍କ ଶିକ୍ଷା ଉପରେ ଭରସା ରଖି ଏକ ଈଶ୍ବରଙ୍କ ଠାରେ ଧ୍ୟାନ ଲାଗି ରହିଥାଏ।
ਦੇਖਿ ਨਿਵਾਰਿਆ ਜਲ ਮਹਿ ਆਗੀ ॥
ଦର୍ଶନ କରି ଜୀବ ତୃଷ୍ଣାଗ୍ନିକୁ ନାମ ଜଳ ଦ୍ଵାରା ଦୂର କରି ଦେଇଥାଏ।
ਸੋ ਬੂਝੈ ਹੋਵੈ ਵਡਭਾਗੀ ॥੫॥
ଏହି ରହସ୍ୟକୁ ବୁଝିବା ବାଲାକୁ ଭାଗ୍ୟଶାଳୀ ମାନାଯାଏ||5||
ਸਤਿਗੁਰੁ ਸੇਵੇ ਭਰਮੁ ਚੁਕਾਏ ॥
ଜୀବ ଯଦି ସଦଗୁରୁଙ୍କ ସେବା କରିଥାଏ, ତାହାର ଭ୍ରମ ଦୂର ହୋଇଯାଏ,
ਅਨਦਿਨੁ ਜਾਗੈ ਸਚਿ ਲਿਵ ਲਾਏ ॥
ସେ ଦିନରାତି ଜାଗ୍ରତ ରହି ଈଶ୍ଵରଙ୍କ ଠାରେ ଧ୍ୟାନ ଲଗାଇଥାଏ।
ਏਕੋ ਜਾਣੈ ਅਵਰੁ ਨ ਕੋਇ ॥ ਸੁਖਦਾਤਾ ਸੇਵੇ ਨਿਰਮਲੁ ਹੋਇ ॥੬॥
ଏକ ପରମ ଶକ୍ତି ବିନା ସେ କାହାକୁ ମାନେ ନାହିଁ ଏବଂ ସୁଖଦାତା ପ୍ରଭୁଙ୍କ ଉପାସନା ଦ୍ଵାରା ସେ ନିର୍ମଳ ହୋଇଯାଏ||6||
ਸੇਵਾ ਸੁਰਤਿ ਸਬਦਿ ਵੀਚਾਰਿ ॥
ଯେତେବେଳେ ଶବ୍ଦର ଚିନ୍ତନ ଦ୍ଵାରା ସେବାରେ ଧ୍ୟାନ ଲଗାଇ ଥାଏ,
ਜਪੁ ਤਪੁ ਸੰਜਮੁ ਹਉਮੈ ਮਾਰਿ ॥
ଅହଂ ସମାପ୍ତ ହୋଇଯାଏ, ଏହା ଜପ, ତପ ସଂଯମ ଅଟେ।
ਜੀਵਨ ਮੁਕਤੁ ਜਾ ਸਬਦੁ ਸੁਣਾਏ ॥
ଶବ୍ଦକୁ ଶୁଣିବା ବାଲା ଜୀବନ୍ମୁକ୍ତ ହୋଇଥାଏ ଏବଂ
ਸਚੀ ਰਹਤ ਸਚਾ ਸੁਖੁ ਪਾਏ ॥੭॥
ସତକର୍ମ ଦ୍ଵାରା ସଚ୍ଚା ସୁଖ ପ୍ରାପ୍ତ କରିଥାଏ||7||
ਸੁਖਦਾਤਾ ਦੁਖੁ ਮੇਟਣਹਾਰਾ ॥
ଈଶ୍ଵର ସୁଖ ଦେବା ବାଲା ଅଟନ୍ତି, ସବୁ ଦୁଃଖକୁ ଦୂର କରିବା ବାଲା ଅଟନ୍ତି।
ਅਵਰੁ ਨ ਸੂਝਸਿ ਬੀਜੀ ਕਾਰਾ ॥
ତାହାଙ୍କ ଭକ୍ତି ବିନା ଅନ୍ୟ ସବୁ କର୍ମ ବ୍ୟର୍ଥ ଅଟେ।
ਤਨੁ ਮਨੁ ਧਨੁ ਹਰਿ ਆਗੈ ਰਾਖਿਆ ॥
ନାନକ କହନ୍ତି ଯେ ଯେଉଁ ଜିଜ୍ଞାସୁ ନିଜ ତନ-ମନ ଧନ ସର୍ବସ୍ଵ ପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିଥାଏ,
ਨਾਨਕੁ ਕਹੈ ਮਹਾ ਰਸੁ ਚਾਖਿਆ ॥੮॥੨॥
ତାହାକୁ ହିଁ ମହାରସ ପ୍ରାପ୍ତ ହୋଇଥାଏ||8||2||
ਪ੍ਰਭਾਤੀ ਮਹਲਾ ੧ ॥
ପ୍ରଭାତୀ ମହଲା 1 ॥
ਨਿਵਲੀ ਕਰਮ ਭੁਅੰਗਮ ਭਾਠੀ ਰੇਚਕ ਪੂਰਕ ਕੁੰਭ ਕਰੈ ॥
ମନୁଷ୍ୟ ନିଆଳି କର୍ମ କରିଥାଏ, କୁଣ୍ଡଳିନୀ ଦ୍ଵାରା ଶ୍ଵାସ ନେବା, ତ୍ୟାଗ କରିବା କ୍ରିୟା କରିଥାଏ।
ਬਿਨੁ ਸਤਿਗੁਰ ਕਿਛੁ ਸੋਝੀ ਨਾਹੀ ਭਰਮੇ ਭੂਲਾ ਬੂਡਿ ਮਰੈ ॥
ପରନ୍ତୁ ସଚ୍ଚା ଗୁରୁଙ୍କ ବିନା କୌଣସି ଜ୍ଞାନ ହୁଏନାହିଁ ଏବଂ ଭ୍ରମରେ ରହି ବୁଡି ମରିଥାଏ।
ਅੰਧਾ ਭਰਿਆ ਭਰਿ ਭਰਿ ਧੋਵੈ ਅੰਤਰ ਕੀ ਮਲੁ ਕਦੇ ਨ ਲਹੈ ॥
ଅଜ୍ଞାନ ଅନ୍ଧ ବ୍ୟକ୍ତି ଶରୀରକୁ ବହୁତ ସଫା କରିଥାଏ, ପରନ୍ତୁ ତାହାର ମନର ମଇଳା କେବେ ବାହାରେ ନାହିଁ।
ਨਾਮ ਬਿਨਾ ਫੋਕਟ ਸਭਿ ਕਰਮਾ ਜਿਉ ਬਾਜੀਗਰੁ ਭਰਮਿ ਭੁਲੈ ॥੧॥
ପ୍ରଭୁଙ୍କ ନାମ ବିନା ସବୁ କର୍ମ ବ୍ୟର୍ଥ ଅଟେ, ଯେପରି ବାଜିଗର ଲୋକଙ୍କୁ ଭ୍ରମରେ ରଖିଥାଏ||1||
ਖਟੁ ਕਰਮ ਨਾਮੁ ਨਿਰੰਜਨੁ ਸੋਈ ॥
ପରମାତ୍ମାଙ୍କ ପବିତ୍ର ନାମ ହିଁ ଛଅ କର୍ମ ଅଟେ।
ਤੂ ਗੁਣ ਸਾਗਰੁ ਅਵਗੁਣ ਮੋਹੀ ॥੧॥ ਰਹਾਉ ॥
ହେ ପ୍ରଭୁ! ତୁ ଗୁଣର ସାଗର ଅଟୁ, କିନ୍ତୁ ମୋ' ପାଖରେ କେବଳ ଅବଗୁଣ ଭରି ରହିଛି॥1॥ରୁହ॥
ਮਾਇਆ ਧੰਧਾ ਧਾਵਣੀ ਦੁਰਮਤਿ ਕਾਰ ਬਿਕਾਰ ॥
ମନୁଷ୍ୟ ମାୟାର ଧନ୍ଦାରେ ଦୌଡି ଥାଏ, ମନ୍ଦ ବୁଦ୍ଧି କାରଣରୁ ବିକାରଯୁକ୍ତ କାର୍ଯ୍ୟ କରିଥାଏ।
ਮੂਰਖੁ ਆਪੁ ਗਣਾਇਦਾ ਬੂਝਿ ਨ ਸਕੈ ਕਾਰ ॥
ମୂର୍ଖ ବ୍ୟକ୍ତି ଅଭିମାନରେ ଆସି ସ୍ଵୟଂକୁ ବଡ ମାନିଥାଏ, କିନ୍ତୁ ସଚ୍ଚା କାର୍ଯ୍ୟକୁ ବୁଝେ ନାହିଁ।
ਮਨਸਾ ਮਾਇਆ ਮੋਹਣੀ ਮਨਮੁਖ ਬੋਲ ਖੁਆਰ ॥
ମାୟାରେ ମୋହିତ ହୋଇ ବାସନାରେ ଫସି ଯାଇଥାଏ, ଏପରି ସ୍ଵେଚ୍ଛାଚାରୀ କଟୁ ବଚନ ବୋଲିଥାଏ।
ਮਜਨੁ ਝੂਠਾ ਚੰਡਾਲ ਕਾ ਫੋਕਟ ਚਾਰ ਸੀਂਗਾਰ ॥੨॥
ସେହି ଚାଣ୍ଡାଳର ସ୍ନାନ ମଧ୍ୟ ମିଥ୍ୟା ହୋଇଥାଏ ଏବଂ ଚାରି ପ୍ରକାରର କର୍ମ ବାଲା ଶୃଙ୍ଗାର ମଧ୍ୟ ବ୍ୟର୍ଥ ସିଦ୍ଧ ହୋଇଥାଏ||2||
ਝੂਠੀ ਮਨ ਕੀ ਮਤਿ ਹੈ ਕਰਣੀ ਬਾਦਿ ਬਿਬਾਦੁ ॥
ତାହାର ମନର ମତି ମିଥ୍ୟା ହୋଇଥାଏ ଏବଂ ଜୀବନ-ଆଚରଣ ବାଦ-ବିବାଦ ହିଁ ବନି ରହିଥାଏ।
ਝੂਠੇ ਵਿਚਿ ਅਹੰਕਰਣੁ ਹੈ ਖਸਮ ਨ ਪਾਵੈ ਸਾਦੁ ॥
ଏପରି ଅହଙ୍କାରୀ ମିଥ୍ୟାରେ ଫସି ରହିଥାଏ ଏବଂ ମାଲିକଙ୍କ ଆନନ୍ଦ ପ୍ରାପ୍ତ କରିଥାଏ।
ਬਿਨੁ ਨਾਵੈ ਹੋਰੁ ਕਮਾਵਣਾ ਫਿਕਾ ਆਵੈ ਸਾਦੁ ॥
ହରିନାମ ସ୍ମରଣ ବିନା ଅନ୍ୟ କର୍ମ କରିବାରେ ଆନନ୍ଦ ପ୍ରାପ୍ତ ହୁଏନାହିଁ।
ਦੁਸਟੀ ਸਭਾ ਵਿਗੁਚੀਐ ਬਿਖੁ ਵਾਤੀ ਜੀਵਣ ਬਾਦਿ ॥੩॥
ଦୁଷ୍ଟ ଲୋକର ସଙ୍ଗତରେ ରହିବା ଦ୍ଵାରା ଦୁଃଖ ହିଁ ମିଳିଥାଏ ଏବଂ ଜହର ପ୍ରାପ୍ତ କରିବା ଦ୍ଵାରା ଜୀବନ ସମାପ୍ତ ହୋଇଯାଏ||3||
ਏ ਭ੍ਰਮਿ ਭੂਲੇ ਮਰਹੁ ਨ ਕੋਈ ॥
ହେ ଭ୍ରମରେ ଥିବା ମାନବ! କୌଣସି ଭ୍ରମରେ ପଦ ନାହିଁ,
ਸਤਿਗੁਰੁ ਸੇਵਿ ਸਦਾ ਸੁਖੁ ਹੋਈ ॥
ସଦଗୁରୁଙ୍କ ସେବାରେ ଲୀନ ରହିବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ କରାଯାଇ ପାରେ।
ਬਿਨੁ ਸਤਿਗੁਰ ਮੁਕਤਿ ਕਿਨੈ ਨ ਪਾਈ ॥
ସଦଗୁରୁଙ୍କ ବିନା କେହି ମଧ୍ୟ ମୁକ୍ତି ପ୍ରାପ୍ତ କରିନାହିଁ,
ਆਵਹਿ ਜਾਂਹਿ ਮਰਹਿ ਮਰਿ ਜਾਈ ॥੪॥
ଅନ୍ୟଥା ଜନ୍ମ-ମରଣରେ ଜୀବ ବାରମ୍ବାର ଆସିଥାଏ||4||
ਏਹੁ ਸਰੀਰੁ ਹੈ ਤ੍ਰੈ ਗੁਣ ਧਾਤੁ ॥
ଏହି ଶରୀର ତିନି ଗୁଣରେ ବନା ହୋଇଛି ଏବଂ
ਇਸ ਨੋ ਵਿਆਪੈ ਸੋਗ ਸੰਤਾਪੁ ॥
ତାହାକୁ ଶୋକ-ସଂତାପ ଗ୍ରାସ କରିଥାଏ।
ਸੋ ਸੇਵਹੁ ਜਿਸੁ ਮਾਈ ਨ ਬਾਪੁ ॥
ସେହି ପରମାତ୍ମାଙ୍କ ଉପାସନା କର, ଯାହାଙ୍କ କୌଣସି ମାତା ବା ପିତା ନାହାନ୍ତି।
ਵਿਚਹੁ ਚੂਕੈ ਤਿਸਨਾ ਅਰੁ ਆਪੁ ॥੫॥
ମନରୁ ଅହଂ ଓ ତୃଷ୍ଣା ଦୂର କରିଦିଅ||5||
ਜਹ ਜਹ ਦੇਖਾ ਤਹ ਤਹ ਸੋਈ ॥
ମୁଁ ଯେଉଁଠି ବି ଦେଖିଥାଏ, ସେଠାରେ ପରମେଶ୍ଵର ବିଦ୍ୟମାନ ଅଛନ୍ତି।
ਬਿਨੁ ਸਤਿਗੁਰ ਭੇਟੇ ਮੁਕਤਿ ਨ ਹੋਈ ॥
ପରନ୍ତୁ ସଦଗୁରୁଙ୍କ ସହିତ ସାକ୍ଷାତ ବିନା ମୁକ୍ତି ହୁଏନାହିଁ।
ਹਿਰਦੈ ਸਚੁ ਏਹ ਕਰਣੀ ਸਾਰੁ ॥
ହୃଦୟରେ ସତ୍ୟକୁ ଧାରଣ କରିବା ହିଁ ଉତ୍ତମ କର୍ମ ଅଟେ,
ਹੋਰੁ ਸਭੁ ਪਾਖੰਡੁ ਪੂਜ ਖੁਆਰੁ ॥੬॥
ଅନ୍ୟ ପୂଜା-ପାଠ ସବୁ ପ୍ରବଞ୍ଚନା ଅଟେ||6||
ਦੁਬਿਧਾ ਚੂਕੈ ਤਾਂ ਸਬਦੁ ਪਛਾਣੁ ॥
ଯେତେବେଳେ ଦ୍ଵିଧା ଦୂର ହୋଇଥାଏ, ଶବ୍ଦର ଜ୍ଞାତ ହୋଇଥାଏ।
ਘਰਿ ਬਾਹਰਿ ਏਕੋ ਕਰਿ ਜਾਣੁ ॥
ସେତେବେଳେ ଜୀବ ଘରେ ବାହାରେ ଏକ ପ୍ରଭୁଙ୍କୁ ହିଁ ମାନିଥାଏ।
ਏਹਾ ਮਤਿ ਸਬਦੁ ਹੈ ਸਾਰੁ ॥
ଶବ୍ଦକୁ ମାନିବା ହିଁ ଉତ୍ତମ ବୁଦ୍ଧି ଅଟେ,
ਵਿਚਿ ਦੁਬਿਧਾ ਮਾਥੈ ਪਵੈ ਛਾਰੁ ॥੭॥
ଦ୍ଵିଧାରେ ଅପମାନ ହିଁ ପ୍ରାପ୍ତ ହୋଇଥାଏ||7||
ਕਰਣੀ ਕੀਰਤਿ ਗੁਰਮਤਿ ਸਾਰੁ ॥
ଗୁରୁଙ୍କ ଉତ୍ତମ ସିଦ୍ଧାନ୍ତ ଏହା ଯେ ଶୁଭ କର୍ମ ହିଁ ପରମାତ୍ମାଙ୍କ କୀର୍ତ୍ତିଗାନ କରିବା ଅଟେ।
ਸੰਤ ਸਭਾ ਗੁਣ ਗਿਆਨੁ ਬੀਚਾਰੁ ॥
ସନ୍ଥଙ୍କ ସଙ୍ଗତରେ ପ୍ରଭୁଙ୍କ ଗୁଣ ଏବଂ ଜ୍ଞାନର ଚିନ୍ତନ ହୋଇଥାଏ।
ਮਨੁ ਮਾਰੇ ਜੀਵਤ ਮਰਿ ਜਾਣੁ ॥
ଯିଏ ମନର ବାସନାକୁ ସମାପ୍ତ କରି ଦେଇଥାଏ, ତାହାକୁ ହିଁ ଜୀବନ୍ମୁକ୍ତ ମାନାଯାଇ ଥାଏ।
ਨਾਨਕ ਨਦਰੀ ਨਦਰਿ ਪਛਾਣੁ ॥੮॥੩॥
ହେ ନାନକ! ପରମାତ୍ମାଙ୍କ କୃପାଦୃଷ୍ଟି ଦ୍ଵାରା ହିଁ ତାହାଙ୍କ ପରିଚୟ ହୋଇଥାଏ||8||3||