Guru Granth Sahib Translation Project

guru granth sahib odia page-1331

Page 1331

ਹੀਣੌ ਨੀਚੁ ਬੁਰੌ ਬੁਰਿਆਰੁ ॥ ହୀନ ତଥା ନୀଚ ବ୍ୟକ୍ତି ମନ୍ଦ ଠାରୁ ମଧ୍ୟ ମନ୍ଦ ଅଟେ।
ਨੀਧਨ ਕੌ ਧਨੁ ਨਾਮੁ ਪਿਆਰੁ ॥ ନିର୍ଦ୍ଧନକୁ ହରିନାମ ଧନ ହିଁ ପ୍ରିୟ ଲାଗିଥାଏ।
ਇਹੁ ਧਨੁ ਸਾਰੁ ਹੋਰੁ ਬਿਖਿਆ ਛਾਰੁ ॥੪॥ ଏହି ଧନ ସାର ତତ୍ତ୍ଵ ଅଟେ, ଅନ୍ୟ ସବୁ ବିକାରର ଧୂଳି ମାତ୍ର ଅଟେ||4||
ਉਸਤਤਿ ਨਿੰਦਾ ਸਬਦੁ ਵੀਚਾਰੁ ॥ ਜੋ ਦੇਵੈ ਤਿਸ ਕਉ ਜੈਕਾਰੁ ॥ ସେହି ପ୍ରଭୁ କାହାକୁ ପ୍ରଶଂସା, କାହାକୁ ନିନ୍ଦା ତଥା କାହାକୁ ଶବ୍ଦ-ଚିନ୍ତନର ଯୋଗ୍ୟତା ପ୍ରଦାନ କରିଥାନ୍ତି। ସେହି ଦେବା ବାଲାଙ୍କୁ ଆମର ବନ୍ଦନା ଅଟେ।
ਤੂ ਬਖਸਹਿ ਜਾਤਿ ਪਤਿ ਹੋਇ ॥ ଯାହା ଉପରେ କୃପା କରିଥାନ୍ତି, ତାହାକୁ ହିଁ ନାମ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ।
ਨਾਨਕੁ ਕਹੈ ਕਹਾਵੈ ਸੋਇ ॥੫॥੧੨॥ ଗୁରୁ ନାନକ କହନ୍ତି ଯେ ସେ ସ୍ଵୟଂ ହିଁ ସବୁ କରିବା ବାଲା ଅଟନ୍ତି||5||12||
ਪ੍ਰਭਾਤੀ ਮਹਲਾ ੧ ॥ ପ୍ରଭାତୀ ମହଲା 1॥
ਖਾਇਆ ਮੈਲੁ ਵਧਾਇਆ ਪੈਧੈ ਘਰ ਕੀ ਹਾਣਿ ॥ ଜୀବ ଖାଇ ପିଇ ଶରୀରରେ ମଇଳା ବଢାଇ ଥାଏ ଏବଂ ସୁନ୍ଦର ବସ୍ତ୍ର ପିନ୍ଧି ଘରର ହାନି କରିଥାଏ।
ਬਕਿ ਬਕਿ ਵਾਦੁ ਚਲਾਇਆ ਬਿਨੁ ਨਾਵੈ ਬਿਖੁ ਜਾਣਿ ॥੧॥ କଡା ବୋଲି ଲଢାଇ-ଝଗଡା ଉତ୍ପନ୍ନ କରିଥାଏ, ଏହିପରି ପ୍ରଭୁନାମ ବିନା ଜହର ହିଁ ଅଟେ||1||
ਬਾਬਾ ਐਸਾ ਬਿਖਮ ਜਾਲਿ ਮਨੁ ਵਾਸਿਆ ॥ ହେ ବାବା! ମନ କଠିନ ଜଗତ-ଜାଲରେ ଫସି ରହିଛି,
ਬਿਬਲੁ ਝਾਗਿ ਸਹਜਿ ਪਰਗਾਸਿਆ ॥੧॥ ਰਹਾਉ ॥ ପ୍ରଭୁନାମର ସାବୁନ ଜଳ ଦ୍ଵାରା ଧୂଳି ସଫା ହୋଇଯାଏ॥1॥ରୁହ॥
ਬਿਖੁ ਖਾਣਾ ਬਿਖੁ ਬੋਲਣਾ ਬਿਖੁ ਕੀ ਕਾਰ ਕਮਾਇ ॥ ମନୁଷ୍ୟ ବିଷ ଖାଇଥାଏ, ଜହର ଭଳି କଡା କଥା ବହିଥାଏ ଏବଂ କୁଟିଳ କର୍ମ କରିଥାଏ।
ਜਮ ਦਰਿ ਬਾਧੇ ਮਾਰੀਅਹਿ ਛੂਟਸਿ ਸਾਚੈ ਨਾਇ ॥੨॥ ଯେଉଁ କାରଣରୁ ଯମରାଜର ଦ୍ଵାରରେ ଦଣ୍ଡ ଭୋଗିଥାଏ, କିନ୍ତୁ ପରମାତ୍ମାଙ୍କ ନାମ ଜପିବା ଦ୍ଵାରା ମୁକ୍ତି ପ୍ରାପ୍ତ କରିଥାଏ||2||
ਜਿਵ ਆਇਆ ਤਿਵ ਜਾਇਸੀ ਕੀਆ ਲਿਖਿ ਲੈ ਜਾਇ ॥ ମନୁଷ୍ୟ ଯେପରି ଖାଲି ହାତରେ ଆସିଥାଏ, ସେପରି ହିଁ ଚାଲିଯାଏ ତଥା କୃତ କର୍ମର ହିସାବ ସାଥିରେ ନେଇଯାଏ।
ਮਨਮੁਖਿ ਮੂਲੁ ਗਵਾਇਆ ਦਰਗਹ ਮਿਲੈ ਸਜਾਇ ॥੩॥ ସ୍ଵେଚ୍ଛାଚାରୀ ଗୁଣର ରାଶି ହରାଇ ପ୍ରଭୁଙ୍କ ଦରବାରରେ ଦଣ୍ଡ ପ୍ରାପ୍ତ କରିଥାଏ||3||
ਜਗੁ ਖੋਟੌ ਸਚੁ ਨਿਰਮਲੌ ਗੁਰ ਸਬਦੀਂ ਵੀਚਾਰਿ ॥ ଶବ୍ଦ-ଗୁରୁଙ୍କ ଚିନ୍ତନ ଦ୍ଵାରା ବୋଧ ହୋଇଛି ଯେ ସଂସାର ଦୋଷଯୁକ୍ତ ଅଟେ, କେବଳ ସତ୍ୟସ୍ଵରୂପ ଈଶ୍ଵର ହିଁ ପବିତ୍ର ଅଟନ୍ତି।
ਤੇ ਨਰ ਵਿਰਲੇ ਜਾਣੀਅਹਿ ਜਿਨ ਅੰਤਰਿ ਗਿਆਨੁ ਮੁਰਾਰਿ ॥੪॥ ଏପରି ବ୍ୟକ୍ତିକୁ ବିରଳ ମାନାଯାଏ, ଯାହାର ମନରେ ଈଶ୍ଵରଙ୍କ ଜ୍ଞାନ ଥାଏ||4||
ਅਜਰੁ ਜਰੈ ਨੀਝਰੁ ਝਰੈ ਅਮਰ ਅਨੰਦ ਸਰੂਪ ॥ ଯଦି ଅସହ୍ୟକୁ ସହ୍ୟ କରାଯାଏ, ତାହାହେଲେ ଅମର ଆନନ୍ଦର ଧାରା ଚାଲିଥାଏ।
ਨਾਨਕੁ ਜਲ ਕੌ ਮੀਨੁ ਸੈ ਥੇ ਭਾਵੈ ਰਾਖਹੁ ਪ੍ਰੀਤਿ ॥੫॥੧੩॥ ଗୁରୁ ନାନକ ବିନୟ କରନ୍ତି ଯେ ହେ ପ୍ରଭୁ! ଯେପରି ମାଛ ଜଳ ଚାହିଁ ଥାଏ, ସେପରି ପ୍ରୀତି ହିଁ ଆମ ସହିତ ତୁମର ବନିଥାଏ||5||13||
ਪ੍ਰਭਾਤੀ ਮਹਲਾ ੧ ॥ ପ୍ରଭାତୀ ମହଲା 1॥
ਗੀਤ ਨਾਦ ਹਰਖ ਚਤੁਰਾਈ ॥ ଗୀତ, ସଙ୍ଗୀତ, ଖୁସି, ଚତୁରତା,
ਰਹਸ ਰੰਗ ਫੁਰਮਾਇਸਿ ਕਾਈ ॥ ରଙ୍ଗିଲିଆ, ନିର୍ଦ୍ଦେଶ,
ਪੈਨ੍ਹ੍ਹਣੁ ਖਾਣਾ ਚੀਤਿ ਨ ਪਾਈ ॥ ଖାଇବା-ପିନ୍ଧିବା କିଛି ମଧ୍ୟ ମନକୁ ପସନ୍ଦ ଆସେ ନାହିଁ।
ਸਾਚੁ ਸਹਜੁ ਸੁਖੁ ਨਾਮਿ ਵਸਾਈ ॥੧॥ ବାସ୍ତବରେ ପରମାତ୍ମାଙ୍କ ନାମରେ ହିଁ ସ୍ଵାଭାବିକ ଭାବରେ ପରମ ସୁଖ ମିଳିଥାଏ||1||
ਕਿਆ ਜਾਨਾਂ ਕਿਆ ਕਰੈ ਕਰਾਵੈ ॥ ମୁଁ ଜାଣେ ନାହିଁ ଯେ ଈଶ୍ଵର କଣ କରିଥାନ୍ତି ଏବଂ କଣ କରାଇ ଥାଆନ୍ତି।
ਨਾਮ ਬਿਨਾ ਤਨਿ ਕਿਛੁ ਨ ਸੁਖਾਵੈ ॥੧॥ ਰਹਾਉ ॥ ହରିନାମ ଉଚକରଣ ବିନା ଶରୀରକୁ କିଛି ମଧ୍ୟ ସୁଖକର ଲାଗେ ନାହିଁ॥1॥ରୁହ॥
ਜੋਗ ਬਿਨੋਦ ਸ੍ਵਾਦ ਆਨੰਦਾ ॥ ଏହାଦ୍ବାରା ଯୋଗର ଖୁସି ଏବଂ ଆନନ୍ଦ ଯେ
ਮਤਿ ਸਤ ਭਾਇ ਭਗਤਿ ਗੋਬਿੰਦਾ ॥ ସଚ୍ଚା ପ୍ରେମ ଫଳରେ ଈଶ୍ଵରଙ୍କ ଭକ୍ତି ମନରେ ସ୍ଥିତ ରହୁ।
ਕੀਰਤਿ ਕਰਮ ਕਾਰ ਨਿਜ ਸੰਦਾ ॥ ପରମାତ୍ମାଙ୍କ କୀର୍ତ୍ତିଗାନ ହିଁ ମୋର କର୍ମ ଅଟେ।
ਅੰਤਰਿ ਰਵਤੌ ਰਾਜ ਰਵਿੰਦਾ ॥੨॥ ଅନ୍ତର୍ମନରେ ସୂର୍ଯ୍ୟ ଚନ୍ଦ୍ର ଭଳି ପ୍ରଭୁ ରମଣ କରିଥାନ୍ତି||2||
ਪ੍ਰਿਉ ਪ੍ਰਿਉ ਪ੍ਰੀਤਿ ਪ੍ਰੇਮਿ ਉਰ ਧਾਰੀ ॥ ପ୍ରିୟତମ ପ୍ରଭୁଙ୍କ ପ୍ରେମ ମନରେ ଧାରଣ କରି ନେଇଛି,
ਦੀਨਾ ਨਾਥੁ ਪੀਉ ਬਨਵਾਰੀ ॥ ସେ ଦୀନ ଦୁଃଖୀ ପ୍ରତି କୃପା କରିଥାନ୍ତି।
ਅਨਦਿਨੁ ਨਾਮੁ ਦਾਨੁ ਬ੍ਰਤਕਾਰੀ ॥ ମୁଁ ପ୍ରତିଦିନ ତାହାଙ୍କ ନାମର ବ୍ରତ ରଖିଥାଏ।
ਤ੍ਰਿਪਤਿ ਤਰੰਗ ਤਤੁ ਬੀਚਾਰੀ ॥੩॥ ପରମ ତତ୍ତ୍ଵର ଚିନ୍ତନ କରିବା ଦ୍ଵାରା ମନକୁ ତୃପ୍ତି ପ୍ରାପ୍ତ ହୋଇଥାଏ||3||
ਅਕਥੌ ਕਥਉ ਕਿਆ ਮੈ ਜੋਰੁ ॥ ମୋ' ଠାରେ ଏତେ ଯୋଗ୍ୟତା ନାହିଁ ଯେ ମୁଁ ଅକଥନୀୟ ପ୍ରଭୁଙ୍କ କଥନ କରି ପାରିବି।
ਭਗਤਿ ਕਰੀ ਕਰਾਇਹਿ ਮੋਰ ॥ ଯଦି ସେ କରାଇ ଥାଆନ୍ତି, ତାହାହେଲେ ତାହାଙ୍କ ଭକ୍ତି କରି ପାରିବି।
ਅੰਤਰਿ ਵਸੈ ਚੂਕੈ ਮੈ ਮੋਰ ॥ ଅହଂ-ଭାବ ଦୂର ହେବେ ପରେ ହିଁ ସେ ମନରେ ବାସ କରିଥାନ୍ତି।
ਕਿਸੁ ਸੇਵੀ ਦੂਜਾ ਨਹੀ ਹੋਰੁ ॥੪॥ ହେ ବିଧାତା! ତୋ' ବିନା ମୁଁ କାହାର ଉପାସନା କରିବି, କାରଣ ତୋର ବିନା କେହି ବଡ ନାହାନ୍ତି||4||
ਗੁਰ ਕਾ ਸਬਦੁ ਮਹਾ ਰਸੁ ਮੀਠਾ ॥ ଗୁରୁଙ୍କ ଉପଦେଶ ମିଠା ମହାରସ ଅଟେ,
ਐਸਾ ਅੰਮ੍ਰਿਤੁ ਅੰਤਰਿ ਡੀਠਾ ॥ ଏହି ଅମୃତକୁ ମନରେ ଦେଖି ନେଇଛି।
ਜਿਨਿ ਚਾਖਿਆ ਪੂਰਾ ਪਦੁ ਹੋਇ ॥ ଯିଏ ମଧ୍ୟ ଏହାକୁ ଆସ୍ଵାଦନ କରିଛି, ତାହାକୁ ହିଁ ପୂର୍ଣ୍ଣ ଅବସ୍ଥା ପ୍ରାପ୍ତ ହୋଇଥାଏ।
ਨਾਨਕ ਧ੍ਰਾਪਿਓ ਤਨਿ ਸੁਖੁ ਹੋਇ ॥੫॥੧੪॥ ହେ ନାନକ! ସେ ତୃପ୍ତ ହୋଇଯାଏ ଏବଂ ତାହାର ତନକୁ ସୁଖ ଉପଲବ୍ଧ ହୋଇଥାଏ||5||14||
ਪ੍ਰਭਾਤੀ ਮਹਲਾ ੧ ॥ ପ୍ରଭାତୀ ମହଲା 1॥
ਅੰਤਰਿ ਦੇਖਿ ਸਬਦਿ ਮਨੁ ਮਾਨਿਆ ਅਵਰੁ ਨ ਰਾਂਗਨਹਾਰਾ ॥ ଅନ୍ତର୍ମନରେ ପ୍ରଭୁ ଶବ୍ଦକୁ ଦେଖି ମନ ପ୍ରସନ୍ନ ହୋଇଯାଏ, ମନରେ ଏହି ନିଷ୍ଠା ଅଛି ଯେ ସେହି ଦାତାଙ୍କ ବିନା ଅନ୍ୟ କୌଣସି ପ୍ରେମ, ଭକ୍ତିରେ ରଙ୍ଗୀନ ହେବା ଉଚିତ ନୁହେଁ।
ਅਹਿਨਿਸਿ ਜੀਆ ਦੇਖਿ ਸਮਾਲੇ ਤਿਸ ਹੀ ਕੀ ਸਰਕਾਰਾ ॥੧॥ ସେ ନିତ୍ୟ ଜୀବର ପାଳନ-ପୋଷଣ କରିଥାନ୍ତି, କେବଳ ତାହାଙ୍କ ସାର୍ବଭୌମିକତା ହିଁ ଅଛି||1||
ਮੇਰਾ ਪ੍ਰਭੁ ਰਾਂਗਿ ਘਣੌ ਅਤਿ ਰੂੜੌ ॥ ମୋର ପ୍ରଭୁଙ୍କ ପ୍ରେମ-ରଙ୍ଗ ଅତ୍ୟନ୍ତ ଗଭୀର ଅଟେ, ସେ ଅତ୍ୟନ୍ତ ସୁନ୍ଦର ଅଟନ୍ତି।
ਦੀਨ ਦਇਆਲੁ ਪ੍ਰੀਤਮ ਮਨਮੋਹਨੁ ਅਤਿ ਰਸ ਲਾਲ ਸਗੂੜੌ ॥੧॥ ਰਹਾਉ ॥ ସେ ଦୀନ-ଦୁଃଖୀ ଉପରେ ସର୍ବଦା ଦୟାଳୁ ଅଟନ୍ତି, ମନକୁ ମୋହିତ କତରିବା ବାଲା ପ୍ରିୟତମ ଅଟନ୍ତି, ତାହାଙ୍କ ପ୍ରେମ ଅତ୍ୟନ୍ତ ଗଭୀର ଅଟେ॥1॥ରୁହ॥
ਊਪਰਿ ਕੂਪੁ ਗਗਨ ਪਨਿਹਾਰੀ ਅੰਮ੍ਰਿਤੁ ਪੀਵਣਹਾਰਾ ॥ ଉପର ଆକାଶ(ଦଶମ ଦ୍ଵାର)ରେ କୂଅ ଅଛି, ମନ ସେହି କୂଅରୁ ନାମାମୃତ ପାନ କରିଥାଏ।
ਜਿਸ ਕੀ ਰਚਨਾ ਸੋ ਬਿਧਿ ਜਾਣੈ ਗੁਰਮੁਖਿ ਗਿਆਨੁ ਵੀਚਾਰਾ ॥੨॥ ଗୁରୁଙ୍କ ଜ୍ଞାନ ଦ୍ଵାରା ଚିନ୍ତନ କରି ପାଇଛି ଯେ ଯିଏ ରଚୟିତା ଅଟନ୍ତି, ସେ ହିଁ ବିଧି ଜାଣିଥାନ୍ତି||2||
error: Content is protected !!
Scroll to Top