Guru Granth Sahib Translation Project

guru granth sahib odia page-128

Page 128

ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਮਨਮੁਖ ਪੜਹਿ ਪੰਡਿਤ ਕਹਾਵਹਿ ॥ ସ୍ଵେଚ୍ଛାଚାରୀ ଜୀବ ଦୈତ୍ୟ ଭାବରେ ଗ୍ରନ୍ଥ ପଢିଥାଏ ଆଉ ସ୍ଵୟଂକୁ ବିଦ୍ଵାନ କହିଥାଏ।
ਦੂਜੈ ਭਾਇ ਮਹਾ ਦੁਖੁ ਪਾਵਹਿ ॥ ସେ ମାୟାର ମୋହରେ ଫସି ବଡ ଦୁଃଖୀ ହୋଇଥାଏ।
ਬਿਖਿਆ ਮਾਤੇ ਕਿਛੁ ਸੂਝੈ ਨਾਹੀ ਫਿਰਿ ਫਿਰਿ ਜੂਨੀ ਆਵਣਿਆ ॥੧॥ ସେ ବିଷ ରୂପୀ ମାୟାର ମୋହରେ ମଗ୍ନ ରହିଥାଏ ଆଉ ପ୍ରଭୁଙ୍କ ବିଷୟରେ ତାହାକୁ କିଛି ଜ୍ଞାନ ମିଳେନାହିଁ, ଯେଉଁ କାରଣରୁ ବାରମ୍ବାର ଯୋନିର ଚକ୍ରରେ ପଡିଥାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਹਉਮੈ ਮਾਰਿ ਮਿਲਾਵਣਿਆ ॥ ମୁଁ ସମର୍ପିତ ଅଟେ, ମୋର ଜୀବନ ତାହାଠାରେ ସମର୍ପିତ ଅଟେ, ଯିଏ ନିଜ ଅହଂକାର ନଷ୍ଟ କରି ଈଶ୍ଵରଙ୍କ ଠାରେ ବିଲୀନ ହୋଇଯାଏ।
ਗੁਰ ਸੇਵਾ ਤੇ ਹਰਿ ਮਨਿ ਵਸਿਆ ਹਰਿ ਰਸੁ ਸਹਜਿ ਪੀਆਵਣਿਆ ॥੧॥ ਰਹਾਉ ॥ ଗୁରୁଙ୍କ ସେବା ଦ୍ଵାରା ଇଶ୍ଵର ମନୁଷ୍ୟର ହୃଦୟରେ ବାସ କରିଥାନ୍ତି ଆଉ ସେ ସ୍ଵାଭାବିକ ଭାବରେ ହିଁ ହରି-ରସ ପାନ କରିଥାଏ ॥1॥ରୁହ॥
ਵੇਦੁ ਪੜਹਿ ਹਰਿ ਰਸੁ ਨਹੀ ਆਇਆ ॥ କିଛି ବ୍ୟକ୍ତି ବେଦ ପଢିଥାନ୍ତି, ପରନ୍ତୁ, ତାହାଙ୍କୁ ହରି-ରସର ସ୍ଵାଦର ଆନନ୍ଦ ମିଳେନାହିଁ।
ਵਾਦੁ ਵਖਾਣਹਿ ਮੋਹੇ ਮਾਇਆ ॥ ମୋହ ମାୟା କାରଣରୁ ବୁଦ୍ଧିହୀନ ହୋଇ ସେ ବାଦ-ବିବାଦ କରିଥାଏ।
ਅਗਿਆਨਮਤੀ ਸਦਾ ਅੰਧਿਆਰਾ ਗੁਰਮੁਖਿ ਬੂਝਿ ਹਰਿ ਗਾਵਣਿਆ ॥੨॥ ଅଜ୍ଞାନ ସର୍ବଦା ଅଜ୍ଞାନତାର ଅନ୍ଧକାରରେ ଥାଏ। ଗୁରୁମୁଖ ଈଶ୍ଵରଙ୍କୁ ଜାଣିଥାଏ ଆଉ ହରିଙ୍କ ଯଶୋଗାନ କରିଥାଏ ॥2॥
ਅਕਥੋ ਕਥੀਐ ਸਬਦਿ ਸੁਹਾਵੈ ॥ ਗੁਰਮਤੀ ਮਨਿ ਸਚੋ ਭਾਵੈ ॥ ଯେଉଁ ବ୍ୟକ୍ତି ଅବର୍ଣ୍ଣନୀୟ ପ୍ରଭୁଙ୍କ ମହିମା କହିଥାଏ, ସେ ନାମ ଦ୍ଵାରା ସୁନ୍ଦର ବନିଯାଏ। ଗୁରୁଙ୍କ ମତି ଦ୍ଵାରା ସତ୍ୟ-ପ୍ରଭୁ ତାହାର ମନକୁ ପ୍ରିୟ ଲାଗିଥାଏ।
ਸਚੋ ਸਚੁ ਰਵਹਿ ਦਿਨੁ ਰਾਤੀ ਇਹੁ ਮਨੁ ਸਚਿ ਰੰਗਾਵਣਿਆ ॥੩॥ ସେ ଦିନ ରାତି ସତ୍ୟ-ପରମେଶ୍ଵରଙ୍କ ହିଁ ସ୍ମରଣ କରିଥାଏ। ତାହାର ଏହି ମନ ସତ୍ୟ-ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ ॥3॥
ਜੋ ਸਚਿ ਰਤੇ ਤਿਨ ਸਚੋ ਭਾਵੈ ॥ ଯିଏ ସତ୍ୟ-ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ, ତାହାକୁ ସତ୍ୟ ପ୍ରଭୁ ହିଁ ପ୍ରିୟ ଲାଗିଥାଏ।
ਆਪੇ ਦੇਇ ਨ ਪਛੋਤਾਵੈ ॥ ପ୍ରଭୁ ତାହାକୁ ନିଜ ପ୍ରେମର ପ୍ରାପ୍ୟ ସ୍ଵୟଂ ଦେଇଥାନ୍ତି ଆଉ ଏହି ପ୍ରାପ୍ୟ ଦେଇ ସେ ଅବଶୋଶ କରନ୍ତି ନାହିଁ।
ਗੁਰ ਕੈ ਸਬਦਿ ਸਦਾ ਸਚੁ ਜਾਤਾ ਮਿਲਿ ਸਚੇ ਸੁਖੁ ਪਾਵਣਿਆ ॥੪॥ ଗୁରୁଙ୍କ ଶବ୍ଦ ଦ୍ଵାରା ସତ୍ୟ ପ୍ରଭୁ ସର୍ବଦା ଜଣାଯାନ୍ତି।ସତ୍ୟସ୍ଵରୂପ ପ୍ରଭୁଙ୍କୁ ମିଳନ କରିବା ଦ୍ଵାରା ବଡ ଆନନ୍ଦ ପ୍ରାପ୍ତ ହୋଇଥାଏ ॥4॥
ਕੂੜੁ ਕੁਸਤੁ ਤਿਨਾ ਮੈਲੁ ਨ ਲਾਗੈ ॥ ମିଥ୍ୟା ଏବଂ କପଟତାର ମଇଳା ତାହାଙ୍କୁ ଲାଗେ ନାହିଁ କାରଣ
ਗੁਰ ਪਰਸਾਦੀ ਅਨਦਿਨੁ ਜਾਗੈ ॥ ସେ ରାତି ଦିନ ଗୁରୁଙ୍କ କୃପାରୁ ଭଜନରେ ଜାଗିଥାଏ।
ਨਿਰਮਲ ਨਾਮੁ ਵਸੈ ਘਟ ਭੀਤਰਿ ਜੋਤੀ ਜੋਤਿ ਮਿਲਾਵਣਿਆ ॥੫॥ ନିର୍ମଳ ନାମ ତାହାର ହୃଦୟରେ ନିବାସ କରିଥାଏ ଆଉ ତାହାର ଜ୍ୟୋତି ପ୍ରଭୁଙ୍କ ଜ୍ୟୋତିରେ ବିଲୀନ ହୋଇଯାଏ ॥5॥
ਤ੍ਰੈ ਗੁਣ ਪੜਹਿ ਹਰਿ ਤਤੁ ਨ ਜਾਣਹਿ ॥ ମନମୁଖ ଏପରି ପୁସ୍ତକ ପଢିଥାଏ ଯାହାର ସମ୍ବନ୍ଧ ତ୍ରିଗୁଣାତ୍ମକ ମାୟା ସହିତ ଥାଏ। ସେ ପରମ ତତ୍ତ୍ଵ ଈଶ୍ଵରଙ୍କୁ ବୁଝିପାରେ ନାହିଁ।
ਮੂਲਹੁ ਭੁਲੇ ਗੁਰ ਸਬਦੁ ਨ ਪਛਾਣਹਿ ॥ ଏପରି ବ୍ୟକ୍ତି ଜଗତର ମୂଳ ପ୍ରଭୁଙ୍କୁ ଭୁଲିଯାଏ, ପରନ୍ତୁ, ଗୁରୁଙ୍କ ବାଣୀ ବୋଧ କରି ପାରେନାହିଁ।
ਮੋਹ ਬਿਆਪੇ ਕਿਛੁ ਸੂਝੈ ਨਾਹੀ ਗੁਰ ਸਬਦੀ ਹਰਿ ਪਾਵਣਿਆ ॥੬॥ ସେ ମୋହ ମାୟାରେ ମଗ୍ନ ରହିଥାଏ ଆଉ ତାହାକୁ ଏହି କଥାର ଜ୍ଞାନ ହୋଇନଥାଏ ଯେ ଭଗବାନ ଗୁରୁଙ୍କ ବାଣୀ ଦ୍ଵାରା ହିଁ ମିଳନ ହୁଅନ୍ତି ॥6॥
ਵੇਦੁ ਪੁਕਾਰੈ ਤ੍ਰਿਬਿਧਿ ਮਾਇਆ ॥ ବେଦ ଚିତ୍କାର କରି କରି କହୁଅଛି ଯେ ମାୟା ତ୍ରିଗୁଣାତ୍ମକ ଅଟେ
ਮਨਮੁਖ ਨ ਬੂਝਹਿ ਦੂਜੈ ਭਾਇਆ ॥ ପରନ୍ତୁ, ସ୍ଵେଛାଚାରୀ ଜୀବର୍କଉନସି ଜ୍ଞାନ ହୋଇନଥାଏ, ତାହାକୁ ମାୟାର ମୋହ ପ୍ରିୟ ଲାଗିଥାଏ।
ਤ੍ਰੈ ਗੁਣ ਪੜਹਿ ਹਰਿ ਏਕੁ ਨ ਜਾਣਹਿ ਬਿਨੁ ਬੂਝੇ ਦੁਖੁ ਪਾਵਣਿਆ ॥੭॥ ସେ ତ୍ରିଗୁଣାତ୍ମକ ମାୟା ସମ୍ବନ୍ଧିତ ଗ୍ରନ୍ଥ ପଢିଥାଏ, ପରନ୍ତୁ, ସେ ଏକ ଈଶ୍ଵରଙ୍କୁ ଜାଣେ ନାହିଁ। ବହୁତ ଦୁଃଖୀ ହୋଇଥାଏ ॥7॥
ਜਾ ਤਿਸੁ ਭਾਵੈ ਤਾ ਆਪਿ ਮਿਲਾਏ ॥ ଯେତେବେଳ ଭଗବାନଙ୍କୁ ଉପଯୁକ୍ତ ଲାଗିଥାଏ, ସେତେବେଳେ ଜୀବକୁ ନିଜ ସାଥିରେ ମିଳନ କରାନ୍ତି।
ਗੁਰ ਸਬਦੀ ਸਹਸਾ ਦੂਖੁ ਚੁਕਾਏ ॥ ଭଗବାନ ଗୁରୁ ଶବ୍ଦ ଦ୍ଵାରା ଜୀବର ଭୟ ଏବଂ ଦୁଃଖ ଦୂର କରିଦିଅନ୍ତି।
ਨਾਨਕ ਨਾਵੈ ਕੀ ਸਚੀ ਵਡਿਆਈ ਨਾਮੋ ਮੰਨਿ ਸੁਖੁ ਪਾਵਣਿਆ ॥੮॥੩੦॥੩੧॥ ହେ ନାନକ! ଭଗବାନ ଯାହାକୁ ନିଜ ନାମର ମହାନତା ପ୍ରଦାନ କରିଛନ୍ତି, ସେ ନିଜ ମନରେ ନାମକୁ ବସାଇ ସୁଖ ପ୍ରାପ୍ତ କରିଥାଏ ॥8॥30॥31॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਨਿਰਗੁਣੁ ਸਰਗੁਣੁ ਆਪੇ ਸੋਈ ॥ ଇଶ୍ଵର ସ୍ଵୟଂ ହିଁ ନିର୍ଗୁଣ ଆଉ ସ୍ଵୟଂ ହିଁ ସଗୁଣ ଅଟନ୍ତି।
ਤਤੁ ਪਛਾਣੈ ਸੋ ਪੰਡਿਤੁ ਹੋਈ ॥ ଯିଏ ଈଶ୍ଵରଙ୍କ ଜ୍ଞାନକୁ ବୁଝିନିଏ ସେ ପଣ୍ଡିତ ବନିଯାଏ।
ਆਪਿ ਤਰੈ ਸਗਲੇ ਕੁਲ ਤਾਰੈ ਹਰਿ ਨਾਮੁ ਮੰਨਿ ਵਸਾਵਣਿਆ ॥੧॥ ଯେଉଁ ମନୁଷ୍ୟ ନିଜ ହୃଦୟରେ ହରିନାମ ବସାଇଥାଏ, ସେ ସ୍ଵୟଂ ଭବସାଗରରୁ ପାର ହୋଇଯାଏ ଆଉ ନିଜର ସବୁ ବଂଶଧରକୁ ଭବସାଗରରେ ପାର କରାଇଦିଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਹਰਿ ਰਸੁ ਚਖਿ ਸਾਦੁ ਪਾਵਣਿਆ ॥ ମୁଁ ସମର୍ପିତ ଅଟେ, ମୋର ଜୀବନ ମଧ୍ୟ ତାହା ପାଖରେ ଉତ୍ସର୍ଗିତ ଯିଏ ହରି ରସକୁ ପାନ କରିଥାଏ ଆଉ ଏହାର ସ୍ଵାଦକୁ ପ୍ରାପ୍ତ କରିଥାଏ।
ਹਰਿ ਰਸੁ ਚਾਖਹਿ ਸੇ ਜਨ ਨਿਰਮਲ ਨਿਰਮਲ ਨਾਮੁ ਧਿਆਵਣਿਆ ॥੧॥ ਰਹਾਉ ॥ ଯିଏ ହରି ରସକୁ ପାନ କରିଥାଏ, ସେ ପବିତ୍ର ପୁରୁଷ ଅଟେ ଆଉ ସେ ନିର୍ମଳ ନାମର ସ୍ମରଣ କରିଥାଏ ॥1॥ରୁହ॥
ਸੋ ਨਿਹਕਰਮੀ ਜੋ ਸਬਦੁ ਬੀਚਾਰੇ ॥ ଯେଉଁ ବ୍ୟକ୍ତି ଶବ୍ଦର ଚିନ୍ତନ କରିଥାଏ, ସେ କର୍ମଯୋଗୀ ଅଟେ।
ਅੰਤਰਿ ਤਤੁ ਗਿਆਨਿ ਹਉਮੈ ਮਾਰੇ ॥ ତାହାର ହୃଦୟରେ ପରମ ତତ୍ତ୍ଵ ପ୍ରଭୁଙ୍କ ଜ୍ଞାନ ପ୍ରକଟ ହୋଇଯାଏ ଆଉ ସେ ନିଜ ଅହଂକାରକୁ ନଷ୍ଟ କରିଦେଇଥାଏ।
ਨਾਮੁ ਪਦਾਰਥੁ ਨਉ ਨਿਧਿ ਪਾਏ ਤ੍ਰੈ ਗੁਣ ਮੇਟਿ ਸਮਾਵਣਿਆ ॥੨॥ ସେ ନାମରୁ ନବନିଧି ପାଇଥାଏ ଆଉ ମାୟାର ତ୍ରିଗୁଣ ଦୂର କରି ଭଗବାନଙ୍କ ଠାରେ ଲୀନ ହୋଇଯାଏ ॥2।
ਹਉਮੈ ਕਰੈ ਨਿਹਕਰਮੀ ਨ ਹੋਵੈ ॥ ଯେଉଁ ବ୍ୟକ୍ତି ଅହଂକାର କରିଥାଏ, ସେ କର୍ମର ବନ୍ଧନରୁ ମୁକ୍ତ ହୁଏନାହିଁ।
ਗੁਰ ਪਰਸਾਦੀ ਹਉਮੈ ਖੋਵੈ ॥ କିନ୍ତୁ, ଗୁରୁଙ୍କ କୃପାରୁ ମନୁଷ୍ୟ ନିଜ ଅହଂକାର ନଷ୍ଟ କରିଦେଇଥାଏ।
ਅੰਤਰਿ ਬਿਬੇਕੁ ਸਦਾ ਆਪੁ ਵੀਚਾਰੇ ਗੁਰ ਸਬਦੀ ਗੁਣ ਗਾਵਣਿਆ ॥੩॥ ତାହାର ଅନ୍ତଃ ମନରେ ବିବେକ ଉତ୍ପର୍ଣ୍ଣ ହୋଇଯାଇଥାଏ, ସେ ସଦା ନିଜ ସ୍ଵରୂପକୁ ଚିନ୍ତନ କରିଥାଏ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ହରି ପ୍ରଭୁଙ୍କ ଯଶୋଗାନ କରିଥାଏ ॥3॥
ਹਰਿ ਸਰੁ ਸਾਗਰੁ ਨਿਰਮਲੁ ਸੋਈ ॥ ନିର୍ମଳ ଭଗବାନ ସ୍ଵୟଂ ହିଁ ସରୋବର ଆଉ ସ୍ଵୟଂ ହିଁ ସାଗର ଅଟନ୍ତି।
ਸੰਤ ਚੁਗਹਿ ਨਿਤ ਗੁਰਮੁਖਿ ਹੋਈ ॥ ନିର୍ମଳ ଭଗବାନ ସ୍ଵୟଂ ହିଁ ସରୋବର ଆଉ ସ୍ଵୟଂ ହିଁ ସାଗର ଅଟନ୍ତି।
ਇਸਨਾਨੁ ਕਰਹਿ ਸਦਾ ਦਿਨੁ ਰਾਤੀ ਹਉਮੈ ਮੈਲੁ ਚੁਕਾਵਣਿਆ ॥੪॥ ସେ ଭଗବାନ ରୂପୀ ସରୋବରରେ ଦିନ ରାତି ସ୍ନାନ କରିଥାଏ ଆଉ ନିଜ ଅହଙ୍କାରର ମଇଳା ସ୍ବଚ୍ଛ କରିଥାଏ ॥4॥
ਨਿਰਮਲ ਹੰਸਾ ਪ੍ਰੇਮ ਪਿਆਰਿ ॥ ଜୀବ ରୂପୀ ହଂସ ପ୍ରେମ ଏବଂ ପ୍ରୀତି ଦ୍ଵାରା ନିର୍ମଳ ହୋଇଯାଏ ଆଉ
ਹਰਿ ਸਰਿ ਵਸੈ ਹਉਮੈ ਮਾਰਿ ॥ ନିଜ ଅହଂକାରକୁ ମାରି ଭଗବାନ ରୂପି ସରୋବରରେ ନି ବାସ କରିଥାଏ।


© 2025 SGGS ONLINE
error: Content is protected !!
Scroll to Top