Guru Granth Sahib Translation Project

guru granth sahib odia page-129

Page 129

ਅਹਿਨਿਸਿ ਪ੍ਰੀਤਿ ਸਬਦਿ ਸਾਚੈ ਹਰਿ ਸਰਿ ਵਾਸਾ ਪਾਵਣਿਆ ॥੫॥ ନିଜ ଅହଂକାରକୁ ମାରି ଭଗବାନ ରୂପି ସରୋବରରେ ନି ବାସ କରିଥାଏ।
ਮਨਮੁਖੁ ਸਦਾ ਬਗੁ ਮੈਲਾ ਹਉਮੈ ਮਲੁ ਲਾਈ ॥ ମନମୁଖ ସର୍ବଦା ବଗ ଭଳି ନିଷ୍ଠୁର ଓ ମଇଳାରେ ରହିଥାଏ, ଯାହାର ମନକୁ ଅହଙ୍କାରର ମଇଳା ଲାଗିଥାଏ।
ਇਸਨਾਨੁ ਕਰੈ ਪਰੁ ਮੈਲੁ ਨ ਜਾਈ ॥ ସେ ତୀର୍ଥରେ ସ୍ନାନ କରିଥାଏ, ପରନ୍ତୁ, ତାହାର ଅହଙ୍କାରର ମଇଳା ଦୂର ହୁଏନାହିଁ।
ਜੀਵਤੁ ਮਰੈ ਗੁਰ ਸਬਦੁ ਬੀਚਾਰੈ ਹਉਮੈ ਮੈਲੁ ਚੁਕਾਵਣਿਆ ॥੬॥ ତାହାର ଅହଙ୍କାରର ମଇଳା ସେତେବେଳେ ଦୂର ହେବ , ଯଦି ସେ ଗୁରୁ ଶବ୍ଦର ଚିନ୍ତନ କରେ ଆଉ ନମ୍ର ଜୀବନ ଅତିବାହିତ କରେ ॥6॥
ਰਤਨੁ ਪਦਾਰਥੁ ਘਰ ਤੇ ਪਾਇਆ ॥ ਪੂਰੈ ਸਤਿਗੁਰਿ ਸਬਦੁ ਸੁਣਾਇਆ ॥ ନିଜ ଆତ୍ମାରେ ହିଁ ହରି ନାମ ରୂପୀ ଅମୂଲ୍ୟ ରତ୍ନ ପଦାର୍ଥ ପାଇଯାଇଛି, ଯେବେ ପୂର୍ଣ୍ଣ ସଦଗୁରୁ ତାହାକୁ ନିଜ ଶବ୍ଦ ଶୁଣାଇ ଅଛନ୍ତି।
ਗੁਰ ਪਰਸਾਦਿ ਮਿਟਿਆ ਅੰਧਿਆਰਾ ਘਟਿ ਚਾਨਣੁ ਆਪੁ ਪਛਾਨਣਿਆ ॥੭॥ ଗୁରୁଙ୍କ ଦୟାରୁ ତାହାର ମନରୁ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଇଛି। ତାହାର ହୃଦୟରେ ଜ୍ୟୋତିର ପ୍ରକାଶ ହୋଇଯାଇଛି ଆଉ ସେ ସ୍ଵୟଂ ହିଁ ନିଜ ସ୍ଵରୂପକୁ ଚିହ୍ନି ପାରିଛି ॥7॥
ਆਪਿ ਉਪਾਏ ਤੈ ਆਪੇ ਵੇਖੈ ॥ ପ୍ରଭୁ ସ୍ଵୟଂ ହିଁ ଜୀବର ରଚନା କରିଛନ୍ତି ଆଉ ସ୍ଵୟଂ ହିଁ ନିଜ ରଚନାକୁ ପାଳନ କରୁଛନ୍ତି।
ਸਤਿਗੁਰੁ ਸੇਵੈ ਸੋ ਜਨੁ ਲੇਖੈ ॥ ଯେଉଁ ମନୁଷ୍ୟ ସଦଗୁରୁଙ୍କ ସେବା କରିଥାଏ, ସେ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ।
ਨਾਨਕ ਨਾਮੁ ਵਸੈ ਘਟ ਅੰਤਰਿ ਗੁਰ ਕਿਰਪਾ ਤੇ ਪਾਵਣਿਆ ॥੮॥੩੧॥੩੨॥ ହେ ନାନକ! ଯାହାର ହୃଦୟରେ ପ୍ରଭୁଙ୍କ ନାମ ନିବାସ କରିଥାଏ, ଗୁରୁଙ୍କ କୃପାରୁ ସେ ପ୍ରଭୁଙ୍କୁ ପ୍ରାପ୍ତ କରିନିଏ ॥8॥31॥32॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਮਾਇਆ ਮੋਹੁ ਜਗਤੁ ਸਬਾਇਆ ॥ ସଂପୂର୍ଣ୍ଣ ସଂସାର ମୋହ ମାୟାରେ ଲିପ୍ତ ଅଛି।
ਤ੍ਰੈ ਗੁਣ ਦੀਸਹਿ ਮੋਹੇ ਮਾਇਆ ॥ ତ୍ରିଗୁଣୀ ପ୍ରାଣୀ ମାୟାରେ ମୋହିତ ହେବା ଦେଖାଯାଉଛି।
ਗੁਰ ਪਰਸਾਦੀ ਕੋ ਵਿਰਲਾ ਬੂਝੈ ਚਉਥੈ ਪਦਿ ਲਿਵ ਲਾਵਣਿਆ ॥੧॥ ଗୁରୁଙ୍କ କୃପାରୁ କେହି ବିରଳ ପୁରୁଷ ହିଁ ସତ୍ୟକୁ ବୋଧ କରିଥାଏ ଆଉ ନିଜ ବୃତ୍ତି ସ୍ଵାଭାବିକ ଭାବରେ ହିଁ ଚତୁର୍ଥ ଅବସ୍ଥାରେ ଲାଗିଥାଏ। ॥1॥
ਹਉ ਵਾਰੀ ਜੀਉ ਵਾਰੀ ਮਾਇਆ ਮੋਹੁ ਸਬਦਿ ਜਲਾਵਣਿਆ ॥ ମୁଁ ତାହା ପାଖରେ ସମର୍ପିତ ଯିଏ ଗୁରୁଙ୍କ ବାଣୀ ଦ୍ଵାରା ମୋହ ମାୟାର ତୃଷ୍ଣାକୁ ଜଳାଇ ଦେଇଥାଏ।
ਮਾਇਆ ਮੋਹੁ ਜਲਾਏ ਸੋ ਹਰਿ ਸਿਉ ਚਿਤੁ ਲਾਏ ਹਰਿ ਦਰਿ ਮਹਲੀ ਸੋਭਾ ਪਾਵਣਿਆ ॥੧॥ ਰਹਾਉ ॥ ଯେଉଁ ପ୍ରାଣୀ ମୋହ ମାୟାର ତୃଷ୍ଣାକୁ ଜଳାଇ ଦେଇଥାଏ ଆଉ ନିଜ ମନ ହରି-ପ୍ରଭୁଙ୍କ ଠାରେ ଲଗାଇଥାଏ, ସେ ହରିଙ୍କ ଦରବାରରେ ବଡ ଶୋଭା ପାଇଥାଏ ॥1॥ରୁହ॥
ਦੇਵੀ ਦੇਵਾ ਮੂਲੁ ਹੈ ਮਾਇਆ ॥ ଦେବୀ-ଦେବତାଙ୍କ ମୂଳ ମାୟା ଅଟେ,
ਸਿੰਮ੍ਰਿਤਿ ਸਾਸਤ ਜਿੰਨਿ ਉਪਾਇਆ ॥ ଯେଉଁମାନେ ସ୍ମୃତି ଓ ଶାସ୍ତ୍ର ଉତ୍ପର୍ଣ୍ଣ କରିଛନ୍ତି
ਕਾਮੁ ਕ੍ਰੋਧੁ ਪਸਰਿਆ ਸੰਸਾਰੇ ਆਇ ਜਾਇ ਦੁਖੁ ਪਾਵਣਿਆ ॥੨॥ ଏହି ସଂସାରରେ କାମ କ୍ରୋଧ ପ୍ରବୃତ୍ତ ଅଛି, ଏଥିପାଇଁ ପ୍ରାଣୀ ଜନ୍ମ ମରଣ ଚକ୍ରରେ ପଡି କଷ୍ଟ ସହ୍ୟ କରିଥାଏ ॥2॥
ਤਿਸੁ ਵਿਚਿ ਗਿਆਨ ਰਤਨੁ ਇਕੁ ਪਾਇਆ ॥ ଭଗବାନ ମାନବ ଶରୀରରେ ଏକ ଜ୍ଞାନ ରୂପୀ ରତ୍ନ ରଖିଛନ୍ତି,
ਗੁਰ ਪਰਸਾਦੀ ਮੰਨਿ ਵਸਾਇਆ ॥ ଯାହାକୁ ଗୁରୁଙ୍କ କୃପାରୁ ହୃଦୟରେ ବସା ଯାଇଥାଏ।
ਜਤੁ ਸਤੁ ਸੰਜਮੁ ਸਚੁ ਕਮਾਵੈ ਗੁਰਿ ਪੂਰੈ ਨਾਮੁ ਧਿਆਵਣਿਆ ॥੩॥ ସେ ବ୍ରହ୍ମାଚର୍ଯ୍ୟ, ଜିତେନ୍ଦ୍ରିୟ, ସଂଯମତା ଧାରଣ କରି ସତ୍ୟକୁ ଭକ୍ତି କରିଥାଏ, ପରନ୍ତୁ, ପୂର୍ଣ୍ଣ ଗୁରୁଙ୍କ ଦୟାରୁ ନମ୍ର ସ୍ମରଣ ପ୍ରାପ୍ତ ହୋଇଥାଏ। ॥3॥
ਪੇਈਅੜੈ ਧਨ ਭਰਮਿ ਭੁਲਾਣੀ ॥ ଯେଉଁ ଜୀବ-ସ୍ତ୍ରୀ ନିଜ ବାପାଘରେ (ମୃତ୍ୟୁଲୋକରେ) ଭ୍ରମରେ ପଡି କୁମାର୍ଗରେ ଲାଗିଥାଏ,
ਦੂਜੈ ਲਾਗੀ ਫਿਰਿ ਪਛੋਤਾਣੀ ॥ ଦୈତ୍ୟ ଭାବରେ ଫସି ସେ ଅନ୍ତଃ ପଶ୍ଚାତାପ କରିଥାଏ।
ਹਲਤੁ ਪਲਤੁ ਦੋਵੈ ਗਵਾਏ ਸੁਪਨੈ ਸੁਖੁ ਨ ਪਾਵਣਿਆ ॥੪॥ ସେ ନିଜ ଲୋକ ତଥା ପରଲୋକ ଡିଉତି ହରାଇଦିଏ ଆଉ ସ୍ଵପ୍ନରେ ମଧ୍ୟ ତାହାକୁ ସୁଖ ମିଳିନଥାଏ। ॥4॥
ਪੇਈਅੜੈ ਧਨ ਕੰਤੁ ਸਮਾਲੇ ॥ ଯେଉଁ ଜୀବ-ସ୍ତ୍ରୀ ଇହଲୋକରେ ନିଜ ପତି-ପରମେଶ୍ଵରଙ୍କୁ ସ୍ମରଣ କରେନାହିଁ,
ਗੁਰ ਪਰਸਾਦੀ ਵੇਖੈ ਨਾਲੇ ॥ ଗୁରୁଙ୍କ କୃପାରୁ ସେ ପତି-ପରମେଶ୍ଵରଙ୍କୁ ନିକଟରୁ ହିଁ ଦର୍ଶନ କରିଥାଏ।
ਪਿਰ ਕੈ ਸਹਜਿ ਰਹੈ ਰੰਗਿ ਰਾਤੀ ਸਬਦਿ ਸਿੰਗਾਰੁ ਬਣਾਵਣਿਆ ॥੫॥ ସେ ସ୍ଵାଭାବିକ ଭାବରେ ନିଜ ପତି-ପରମେଶ୍ଵରଙ୍କ ପ୍ରେମରେ ମଗ୍ନ ରହିଥାଏ ଆଉ ଶୃଙ୍ଗାର କରିଥାଏ ॥5॥
ਸਫਲੁ ਜਨਮੁ ਜਿਨਾ ਸਤਿਗੁਰੁ ਪਾਇਆ ॥ ତାହାର ଜନ୍ମ ସଫଳ ହୋଇଥାଏ ଯିଏ ସଦଗୁରୁଙ୍କୁ ପାଇଛି।
ਦੂਜਾ ਭਾਉ ਗੁਰ ਸਬਦਿ ਜਲਾਇਆ ॥ ଗୁରୁଙ୍କ କୃପାରୁ ସେ ମାୟା-ମୋହକୁ ଜଳାଇ ଦେଇଛି ।
ਏਕੋ ਰਵਿ ਰਹਿਆ ਘਟ ਅੰਤਰਿ ਮਿਲਿ ਸਤਸੰਗਤਿ ਹਰਿ ਗੁਣ ਗਾਵਣਿਆ ॥੬॥ ସତସଙ୍ଗରେ ସମ୍ମିଳିତ ହୋଇ ସେ ଏକ ଈଶ୍ଵରଙ୍କ ଯଶୋଗାନ କରିଥାଏ, ଯିଏ ସବୁଙ୍କ ହୃଦୟରେ ବ୍ୟାପକ ଅଛନ୍ତି। ॥6॥
ਸਤਿਗੁਰੁ ਨ ਸੇਵੇ ਸੋ ਕਾਹੇ ਆਇਆ ॥ ଯେଉଁ ମନୁଷ୍ୟ ସଦଗୁରୁଙ୍କ ସେବା କରେନାହିଁ, ସେ ସଂସାରକୁ କାହିଁକି ଆସିଛି?
ਧ੍ਰਿਗੁ ਜੀਵਣੁ ਬਿਰਥਾ ਜਨਮੁ ਗਵਾਇਆ ॥ ତାହାର ଜୀବନକୁ ଧିକ୍କାର ଅଟେ। ସେ ନିଜର ଅମୂଲ୍ୟ ଜୀବନ ବ୍ୟର୍ଥରେ ହରାଇ ଦେଇଛି।
ਮਨਮੁਖਿ ਨਾਮੁ ਚਿਤਿ ਨ ਆਵੈ ਬਿਨੁ ਨਾਵੈ ਬਹੁ ਦੁਖੁ ਪਾਵਣਿਆ ॥੭॥ ମନମୁଖ ନାମର ସ୍ମରଣ କରେନାହିଁ। ହରିନାମର ବିନା ସେ ବହୁତ କଷ୍ଟ ସହ୍ୟ କରିଥାଏ ॥7॥
ਜਿਨਿ ਸਿਸਟਿ ਸਾਜੀ ਸੋਈ ਜਾਣੈ ॥ ଯେଉଁ ପ୍ରଭୁ ଏହି ସୃଷ୍ଟିକୁ ରଚନା କରିଛନ୍ତି, ସେ ଏହି ବିଷୟରେ ସବୁ କିଛି ଜାଣିଛନ୍ତି।
ਆਪੇ ਮੇਲੈ ਸਬਦਿ ਪਛਾਣੈ ॥ ପ୍ରଭୁ ତାହାଙ୍କୁ ନିଜ ସାଥିରେ ମିଳନ କରାନ୍ତି, ଯିଏ ଗୁରୁ ଶବ୍ଦକୁ ସର୍ବଦା ନିଜ ନେତ୍ରରେ ରଖିଥାଏ।
ਨਾਨਕ ਨਾਮੁ ਮਿਲਿਆ ਤਿਨ ਜਨ ਕਉ ਜਿਨ ਧੁਰਿ ਮਸਤਕਿ ਲੇਖੁ ਲਿਖਾਵਣਿਆ ॥੮॥੧॥੩੨॥੩੩॥ ହେ ନାନକ! ନାମ ତାହାଙ୍କୁ ହିଁ ମିଳିଥାଏ, ଯାହାର କପାଳରେ ସୁକର୍ମ କାରଣରୁ ଭାଗ୍ୟରେଖା ବିଦ୍ୟମାନ ଥାଏ ॥8॥1॥32॥33॥
ਮਾਝ ਮਹਲਾ ੪ ॥ ମାଝ ମହଲା 4 ॥
ਆਦਿ ਪੁਰਖੁ ਅਪਰੰਪਰੁ ਆਪੇ ॥ ହେ ଇଶ୍ଵର! ତୁମେ ହିଁ ଆଦିପୁରୁଷ, ଅପାର ଏବଂ ସର୍ବଜ୍ଞ ଅଟ।
ਆਪੇ ਥਾਪੇ ਥਾਪਿ ਉਥਾਪੇ ॥ ସେ ସ୍ଵୟଂ ହିଁ ସୃଷ୍ଟିକୁ ରଚନା କରିଥାନ୍ତି ଆଉ ସ୍ଵୟଂ ହିଁ ପ୍ରଳୟ କରି ସୃଷ୍ଟିର ବିନାଶ କରିଥାନ୍ତି।
ਸਭ ਮਹਿ ਵਰਤੈ ਏਕੋ ਸੋਈ ਗੁਰਮੁਖਿ ਸੋਭਾ ਪਾਵਣਿਆ ॥੧॥ ସମସ୍ତନ ଭିତରେ ଏକ ଇଶ୍ଵର ହିଁ ବ୍ୟାପକ ଅଛନ୍ତି। ଏହା ଅନୁଭବ କରି ଗୁରୁମୁଖ ପ୍ରଭୁଙ୍କ ଦରବାରରେ ବଡ ଶୋଭା ପାଇଥାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਨਿਰੰਕਾਰੀ ਨਾਮੁ ਧਿਆਵਣਿਆ ॥ ମୁଁ ତନ-ମନରୁ ତାହା ପାଖରେ ସମର୍ପିତ, ଯିଏ ନିରଙ୍କାର ପରମାତ୍ମାଙ୍କ ନାମର ଧ୍ୟାନ କରିଥାଏ।


© 2017 SGGS ONLINE
Scroll to Top