Guru Granth Sahib Translation Project

guru granth sahib odia page-127

Page 127

ਗੁਰ ਕੈ ਸਬਦਿ ਇਹੁ ਗੁਫਾ ਵੀਚਾਰੇ ॥ ଯେଉଁ ବ୍ୟକ୍ତି ଗୁରୁଙ୍କ ଶବ୍ଦ ଦ୍ଵାରା ଏହି ଗୁମ୍ଫାର ଚିନ୍ତନ କରିଥାଏ,
ਨਾਮੁ ਨਿਰੰਜਨੁ ਅੰਤਰਿ ਵਸੈ ਮੁਰਾਰੇ ॥ ତାହାର ହୃଦୟରେ ମୁରାରୀ ପ୍ରଭୁଙ୍କ ନିରଞ୍ଜନ ନାମ ବାସ କରିଥାଏ।
ਹਰਿ ਗੁਣ ਗਾਵੈ ਸਬਦਿ ਸੁਹਾਏ ਮਿਲਿ ਪ੍ਰੀਤਮ ਸੁਖੁ ਪਾਵਣਿਆ ॥੪॥ ସେ ଭଗବାନଙ୍କ ମହିମା ଗାନ କରିଥାଏ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରଭୁଙ୍କ ଦରବାରରେ ଶୋଭା ପ୍ରାପ୍ତ କରିଥାଏ। ଆହୁରି, ସେ ନିଜ ପ୍ରିୟତମ ପ୍ରଭୁଙ୍କ ସହିତ ମିଶି ସୁଖ ଅନୁଭବ କରିଥାଏ ॥4॥
ਜਮੁ ਜਾਗਾਤੀ ਦੂਜੈ ਭਾਇ ਕਰੁ ਲਾਏ ॥ କର ଅସୁଲ କରୁଥିବା ଯମ ଦୈତ୍ୟ ଭାବ ରଖୁଥିବା ଲୋକ ଉପରେ କର ଲଗାଇଥାଏ।
ਨਾਵਹੁ ਭੂਲੇ ਦੇਇ ਸਜਾਏ ॥ ଯିଏ ଈଶ୍ବରଙ୍କ ନାମକୁ ବିସ୍ମୃତ କରିଥାଏ ସେ ତାହାକୁ ଦଣ୍ଡ ଦେଇଥାଏ।
ਘੜੀ ਮੁਹਤ ਕਾ ਲੇਖਾ ਲੇਵੈ ਰਤੀਅਹੁ ਮਾਸਾ ਤੋਲ ਕਢਾਵਣਿਆ ॥੫॥ ଯମ ପ୍ରତ୍ୟେକ ଜୀବର ପ୍ରତି ମୁହୂର୍ତ୍ତର କର୍ମର ଲେଖା ରଖିଥାଏ ଆଉ ଏହାରସବୁ ଅଂଶକୁ ତଉଲା ହୋଇଥାଏ। ॥5॥
ਪੇਈਅੜੈ ਪਿਰੁ ਚੇਤੇ ਨਾਹੀ ॥ ଯେଉଁ ଜୀବ-ସ୍ତ୍ରୀ ନିଜ ବାପା ଘର (ମୃତ୍ୟୁଲୋକ)ରେ ନିଜ ପତି-ପରମେଶ୍ଵରଙ୍କୁ ସ୍ମରଣ କରିନାହିଁ,
ਦੂਜੈ ਮੁਠੀ ਰੋਵੈ ਧਾਹੀ ॥ ସେ ମାୟାର ପ୍ରେମରେ ଫସି ଲୁଟର ଶିକାର ହୋଇଥାଏ, ସେ କର୍ମର ଲେଖା ଦେବା ସମୟରେ ବିଳାପ କରିଥାଏ।
ਖਰੀ ਕੁਆਲਿਓ ਕੁਰੂਪਿ ਕੁਲਖਣੀ ਸੁਪਨੈ ਪਿਰੁ ਨਹੀ ਪਾਵਣਿਆ ॥੬॥ ସେହି ନୀଚ ଗୃହିଣୀ ବହୁତ କୁରୂପ ଓ ଅଲକ୍ଷଣୀ ଅଟେ ଆଉ ସ୍ଵପ୍ନରେ ମଧ୍ୟ ସେ ନିଜ ପତି-ପରମେଶ୍ଵରଙ୍କ ସହିତ ମିଶିପାରେ ନାହିଁ ॥6॥
ਪੇਈਅੜੈ ਪਿਰੁ ਮੰਨਿ ਵਸਾਇਆ ॥ ଯେଉଁ ଜୀବ-ସ୍ତ୍ରୀ ନିଜ ପତି-ପ୍ରଭୁଙ୍କୁ ନିଜ ମନରେ ବସାଇଥାଏ,
ਪੂਰੈ ਗੁਰਿ ਹਦੂਰਿ ਦਿਖਾਇਆ ॥ ପୂର୍ଣ୍ଣ ଗୁରୁ ସେହି ପତିପ୍ରଭୁଙ୍କୁ ପ୍ରତ୍ୟକ୍ଷ ଦର୍ଶନ କାରାଇଦିଅନ୍ତି।
ਕਾਮਣਿ ਪਿਰੁ ਰਾਖਿਆ ਕੰਠਿ ਲਾਇ ਸਬਦੇ ਪਿਰੁ ਰਾਵੈ ਸੇਜ ਸੁਹਾਵਣਿਆ ॥੭॥ ଏପରି ଜୀବ ସ୍ତ୍ରୀ ନିଜ ପ୍ରିୟତମକୁ ନିଜ ହୃଦୟରେ ରଖିଥାଏ ଆଉ ନାମ ଦ୍ଵାରା ନିଜ ପ୍ରିୟତମ ସାଥିରେ ତାହାର ସୁନ୍ଦର ଶେଯ ଉପରେ ରମଣ କରିଥାଏ ॥7॥
ਆਪੇ ਦੇਵੈ ਸਦਿ ਬੁਲਾਏ ॥ ਆਪਣਾ ਨਾਉ ਮੰਨਿ ਵਸਾਏ ॥ ଭଗବାନ ସ୍ଵୟଂ ହିଁ ନିଜ ସେବକକୁ ବୋଲାଇ ତାହାଙ୍କ ନାମର ପ୍ରାପ୍ୟ ପ୍ରଦାନ କରିଥାନ୍ତି।
ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਅਨਦਿਨੁ ਸਦਾ ਗੁਣ ਗਾਵਣਿਆ ॥੮॥੨੮॥੨੯॥ ହେ ନାନକ! ନାମ ଦ୍ଵାରା ସେବକକୁ ଭଗବାନଙ୍କ ଦରବାରରେ ବଡ ଶୋଭା ମିଳିଥାଏ। ଆହୁରି, ଭଗବାନଙ୍କ ସେବକ ରାତି ଦିନ ସର୍ବଦା ତାହାଙ୍କ ଗୁଣ ଗାନ କରିଥାଏ ॥8॥28॥29॥
ਮਾਝ ਮਹਲਾ ੩ ॥ ମାଝ ମହଲା 3 ॥
ਊਤਮ ਜਨਮੁ ਸੁਥਾਨਿ ਹੈ ਵਾਸਾ ॥ ਸਤਿਗੁਰੁ ਸੇਵਹਿ ਘਰ ਮਾਹਿ ਉਦਾਸਾ ॥ ଯେଉଁ ବ୍ୟକ୍ତି ସତସଙ୍ଗତି ରୂପୀ ଶ୍ରେଷ୍ଠ ସ୍ଥାନରେ ରହିଥାଏ, ତାହାର ଜନ୍ମ ଉତ୍ତମ ବନିଯାଏ। ଏପରି ବ୍ୟକ୍ତି ନିଜ ସଚ୍ଚା ଗୁରୁଙ୍କ ସେବା କରିଥାଏ ଆଉ ଗୃହସ୍ଥ ରହି ମଧ୍ୟ ନିର୍ଲିପ୍ତ ରହିଥାଏ।
ਹਰਿ ਰੰਗਿ ਰਹਹਿ ਸਦਾ ਰੰਗਿ ਰਾਤੇ ਹਰਿ ਰਸਿ ਮਨੁ ਤ੍ਰਿਪਤਾਵਣਿਆ ॥੧॥ ସେ ସର୍ବଦା ହିଁ ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ। ତାହାର ମନ ହରି ରସ ପାନ କରି ତୃପ୍ତ ହୋଇଯାଏ ॥1॥
ਹਉ ਵਾਰੀ ਜੀਉ ਵਾਰੀ ਪੜਿ ਬੁਝਿ ਮੰਨਿ ਵਸਾਵਣਿਆ ॥ ମୁଁ ତାହା ଉପରେ ସମର୍ପିତ, ମୋ’ ଜୀବନ ଉତ୍ସର୍ଗିତ, ଯିଏ ବ୍ରହ୍ମଜ୍ଞାନ ପଢି ଓ ବୁଝି ନିଜ ମନରେ ବସାଇଥାଏ।
ਗੁਰਮੁਖਿ ਪੜਹਿ ਹਰਿ ਨਾਮੁ ਸਲਾਹਹਿ ਦਰਿ ਸਚੈ ਸੋਭਾ ਪਾਵਣਿਆ ॥੧॥ ਰਹਾਉ ॥ ଗୁରୁମୁଖ ବ୍ରହ୍ମଜ୍ଞାନ ପଢି ହରି ନାମର ମହିମା ସ୍ତୁତି କରିଥାନ୍ତି ଆଉ ସତ୍ୟର ଦରବାରରେ ଶୋଭା ପାଉଥାନ୍ତି। ॥1॥ରୁହ॥
ਅਲਖ ਅਭੇਉ ਹਰਿ ਰਹਿਆ ਸਮਾਏ ॥ ଅଲକ୍ଷ୍ୟ ଏବଂ ଅଭେଦ ପରମାତ୍ମା ସର୍ବବ୍ୟାପକ ଅଟନ୍ତି
ਉਪਾਇ ਨ ਕਿਤੀ ਪਾਇਆ ਜਾਏ ॥ କୌଣସି ଉପାଯରେ ତାହାକୁ ପ୍ରାପ୍ତ କରାଯାଇ ନ ପାରେ।
ਕਿਰਪਾ ਕਰੇ ਤਾ ਸਤਿਗੁਰੁ ਭੇਟੈ ਨਦਰੀ ਮੇਲਿ ਮਿਲਾਵਣਿਆ ॥੨॥ ଯଦି ପରମାତ୍ମା କୃପା କରନ୍ତି, ତାହାହେଲେ ମନୁଷ୍ୟକୁ ଗୁରୁ ମିଳିଯାନ୍ତି। ପରମାତ୍ମା ନିଜ କୃପା ଦୃଷ୍ଟି ଦ୍ଵାରା ମନୁଷ୍ୟକୁ ସଦଗୁରୁଙ୍କ ସହିତ ମିଳାଇ ତାହାକୁ ନିଜ ସାଥିରେ ମିଳନ କରାନ୍ତି ॥2॥
ਦੂਜੈ ਭਾਇ ਪੜੈ ਨਹੀ ਬੂਝੈ ॥ ଯେଉଁ ବ୍ୟକ୍ତି ଦୈତ୍ୟ ଭାବ କାରଣରୁ ଗ୍ରନ୍ଥ ଅଧ୍ୟୟନ କରିଥାଏ, ତାହାକୁ କିଛି ମଧ୍ୟ ଜ୍ଞାନ ପ୍ରାପ୍ତ ହୋଇନଥାଏ।
ਤ੍ਰਿਬਿਧਿ ਮਾਇਆ ਕਾਰਣਿ ਲੂਝੈ ॥ ସେ ତ୍ରିଗୁଣାତ୍ମକ ମାୟା ପାଇଁ ଗର୍ବ କରିଥାଏ ।
ਤ੍ਰਿਬਿਧਿ ਬੰਧਨ ਤੂਟਹਿ ਗੁਰ ਸਬਦੀ ਗੁਰ ਸਬਦੀ ਮੁਕਤਿ ਕਰਾਵਣਿਆ ॥੩॥ କିନ୍ତୁ, ତ୍ରିଗୁଣାତ୍ମକ ମାୟାର ବନ୍ଧନ ଗୁରୁଙ୍କ ଶବ୍ଦ ଦ୍ଵାରା ଛିଣ୍ଡିଯାଏ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ମୋହ ମାୟାରୁ ମୋକ୍ଷ ପାଇଥାଏ ॥3॥
ਇਹੁ ਮਨੁ ਚੰਚਲੁ ਵਸਿ ਨ ਆਵੈ ॥ ମନୁଷ୍ୟର ଏହି ମନ ବଡ ଚଞ୍ଚଳ ଅଟେ ଆଉ ଏହା ମନୁଷ୍ୟର ବଶରେ ଆସେ ନାହିଁ।
ਦੁਬਿਧਾ ਲਾਗੈ ਦਹ ਦਿਸਿ ਧਾਵੈ ॥ ସେ ଦ୍ଵିଧା ଉତ୍ପର୍ଣ୍ଣ କରୁଥିବା ମାୟା ପଛରେ ଲାଗି ଦଶ ଦିଗରେ ପଥଭ୍ରଷ୍ଟ ରହିଥାଏ।
ਬਿਖੁ ਕਾ ਕੀੜਾ ਬਿਖੁ ਮਹਿ ਰਾਤਾ ਬਿਖੁ ਹੀ ਮਾਹਿ ਪਚਾਵਣਿਆ ॥੪॥ ଏହିପରି ମନୁଷ୍ୟ ବିଷ ରୂପୀ ମାୟାର କୀଡା ହୋଇ ବିଷ ରୂପୀ ବିକାରରେ ମଗ୍ନ ରହିଥାଏ ଆଉ ବିଷ ରୂପୀ ମାୟାର ବିକାରରେ ଗଳି-ସଢି ଯାଏ। ॥4॥
ਹਉ ਹਉ ਕਰੇ ਤੈ ਆਪੁ ਜਣਾਏ ॥ ଯେଉଁ ବ୍ୟକ୍ତି ଅହଂକାର ସହିତ ବୋଲୁଥାଏ ଆଉ ସ୍ଵୟଂକୁ ବଡ ବୋଲି ପ୍ରକଟ କରିଥାଏ,
ਬਹੁ ਕਰਮ ਕਰੈ ਕਿਛੁ ਥਾਇ ਨ ਪਾਏ ॥ ସେ ଅଧିକ ଧର୍ମ-କର୍ମ କରିଥାଏ, ପରନ୍ତୁ, ପ୍ରଭୁଙ୍କ ଦରବାରରେ ସ୍ଵୀକାର ହୋଇନଥାଏ।
ਤੁਝ ਤੇ ਬਾਹਰਿ ਕਿਛੂ ਨ ਹੋਵੈ ਬਖਸੇ ਸਬਦਿ ਸੁਹਾਵਣਿਆ ॥੫॥ ହେ ପ୍ରଭୁ! ତୋର ହୁକୁମ ବାହାରେ କିଛି ମଧ୍ୟ ହୁଏ ନାହିଁ। ଯାହାକୁ ତୁମେ କ୍ଷମା କରିଦିଅ, ସେ ଶବ୍ଦ ଦ୍ଵାରା ସୁନ୍ଦର ବନିଯାଏ ॥5॥
ਉਪਜੈ ਪਚੈ ਹਰਿ ਬੂਝੈ ਨਾਹੀ ॥ ମନମୁଖ ଜନ୍ମ ମୃତ୍ୟୁ ଚକ୍ରକୁ ଆସିଥାଏ, କିନ୍ତୁ, ତାହାକୁ ଭଗବାନଙ୍କ ଜ୍ଞାନ ହୋଇନଥାଏ।
ਅਨਦਿਨੁ ਦੂਜੈ ਭਾਇ ਫਿਰਾਹੀ ॥ ସେ ରାତି ଦିନ ମାୟାର ମୋହରେ ଫସି ପଥଭ୍ରଷ୍ଟ ରହିଥାଏ।
ਮਨਮੁਖ ਜਨਮੁ ਗਇਆ ਹੈ ਬਿਰਥਾ ਅੰਤਿ ਗਇਆ ਪਛੁਤਾਵਣਿਆ ॥੬॥ ଏହିପରି ମନମୁଖ ବ୍ୟକ୍ତି ନିଜ ଅମୂଲ୍ୟ ଜନ୍ମ ବ୍ୟର୍ଥରେ ହରାଇ ଦିଏ ଆଉ ଅନ୍ତରେ ପଶ୍ଚାତାପ କରି ଜଗତରୁ ଚାଲିଯାଏ ॥6॥
ਪਿਰੁ ਪਰਦੇਸਿ ਸਿਗਾਰੁ ਬਣਾਏ ॥ ਮਨਮੁਖ ਅੰਧੁ ਐਸੇ ਕਰਮ ਕਮਾਏ ॥ ଯେପରି କୌଣସି ସ୍ତ୍ରୀ ଯାହାର ପତି ପରଦେଶ ଯାଇଛି, ପରନ୍ତୁ, ତଥାପି ସେ ନିଜ ଶରୀରର ଶୃଙ୍ଗାର କରିଥାଏ। ସେପରି ହିଁ ମାମୁଖ ମାୟାରେ ଅନ୍ଧ ହୋଇ ଏପରି ବ୍ୟର୍ଥ କାମ କରିଥାଏ,
ਹਲਤਿ ਨ ਸੋਭਾ ਪਲਤਿ ਨ ਢੋਈ ਬਿਰਥਾ ਜਨਮੁ ਗਵਾਵਣਿਆ ॥੭॥ ତାହାକୁ ଇହଲୋକରେ ଶୋଭା ହୋଇ ନଥାଏ କିମ୍ବା ପରଲୋକରେ କୌଣସି ସାହାରା ମିଳିନଥାଏ। ତାହାର ଜୀବନ ବ୍ୟର୍ଥ ହିଁ ଚାଲିଯାଏ ॥7॥
ਹਰਿ ਕਾ ਨਾਮੁ ਕਿਨੈ ਵਿਰਲੈ ਜਾਤਾ ॥ କେହି ବିରଳ ହିଁ ଭଗବାନଙ୍କ ନାମକୁ ଜାଣିଥାଏ।
ਪੂਰੇ ਗੁਰ ਕੈ ਸਬਦਿ ਪਛਾਤਾ ॥ ନାମର ପରିଚୟ ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ହିଁ ହୋଇଥାଏ।
ਅਨਦਿਨੁ ਭਗਤਿ ਕਰੇ ਦਿਨੁ ਰਾਤੀ ਸਹਜੇ ਹੀ ਸੁਖੁ ਪਾਵਣਿਆ ॥੮॥ ଯେଉଁ ବ୍ୟକ୍ତି ଦିନ ରାତି ସବୁ ସମୟରେ ଭଗବାନଙ୍କ ଭକ୍ତି କରିଥାଏ, ତାହାକୁ ସ୍ଵାଭାବିକ ଭାବରେ ହିଁ ସୁଖ ଉପଲବ୍ଧ ହୋଇଥାଏ ॥8॥
ਸਭ ਮਹਿ ਵਰਤੈ ਏਕੋ ਸੋਈ ॥ ଏକ ପରମେଶ୍ଵର ସମସ୍ତ ଜୀବଙ୍କ ଠାରେ ମହଜୁଦ ଅଛି।
ਗੁਰਮੁਖਿ ਵਿਰਲਾ ਬੂਝੈ ਕੋਈ ॥ ପରନ୍ତୁ, ଏହି ଭେଦକୁ ଗୁରୁଙ୍କ ମାଧ୍ୟମରୁ କେହି ବିରଳ ପୁରୁଷ ହିଁ ବୁଝିଥାଏ।
ਨਾਨਕ ਨਾਮਿ ਰਤੇ ਜਨ ਸੋਹਹਿ ਕਰਿ ਕਿਰਪਾ ਆਪਿ ਮਿਲਾਵਣਿਆ ॥੯॥੨੯॥੩੦॥ ହେ ନାନକ! ଭଗବାନଙ୍କ ଦରବାରରେ ସେହି ବ୍ୟକ୍ତି ଶୋଭା ପ୍ରାପ୍ତ କରିଥାଏ, ଯିଏ ତାହାର ନାମରେ ମଗ୍ନ ରହିଥାଏ। ଭଗବାନ ସ୍ଵୟଂ ହିଁ କୃପା କରି ଜୀବକୁ ନିଜ ସାଥିରେ ମି ଳନ କରାନ୍ତି ॥8॥26॥30॥


© 2017 SGGS ONLINE
Scroll to Top