Guru Granth Sahib Translation Project

guru granth sahib odia page-1269

Page 1269

ਮਨਿ ਤਨਿ ਰਵਿ ਰਹਿਆ ਜਗਦੀਸੁਰ ਪੇਖਤ ਸਦਾ ਹਜੂਰੇ ॥ ଜଗଦୀଶ୍ଵର ମୋର ମନ ତନରେ ସ୍ଥାପିତ ହୋଇଛନ୍ତି ଏବଂ ମୁଁ ସଦା ତାହାଙ୍କୁ ନିକଟରେ ଦେଖିଥାଏ।
ਨਾਨਕ ਰਵਿ ਰਹਿਓ ਸਭ ਅੰਤਰਿ ਸਰਬ ਰਹਿਆ ਭਰਪੂਰੇ ॥੨॥੮॥੧੨॥ ହେ ନାନକ! ଈଶ୍ଵର ସବୁଙ୍କ ଅନ୍ତର୍ମନରେ ସ୍ଥିତ ଅଛନ୍ତି, ସେ ସର୍ବ ବ୍ୟାପକ ଅଟନ୍ତି||2||8||12||
ਮਲਾਰ ਮਹਲਾ ੫ ॥ ମଲାର ମହଲା 5 ॥
ਹਰਿ ਕੈ ਭਜਨਿ ਕਉਨ ਕਉਨ ਨ ਤਾਰੇ ॥ ପରମାତ୍ମାଙ୍କ ଭଜନ ଦ୍ଵାରା କାହାକୁ ମୁକ୍ତି ନ ହୋଇଛି?
ਖਗ ਤਨ ਮੀਨ ਤਨ ਮ੍ਰਿਗ ਤਨ ਬਰਾਹ ਤਨ ਸਾਧੂ ਸੰਗਿ ਉਧਾਰੇ ॥੧॥ ਰਹਾਉ ॥ ପକ୍ଷୀର ଶରୀର ଧାରଣ କରିବା ବାଲା (ଜଟାୟୁ), ମାଛର ଶରୀର ଧାରଣ କରିବା ବାଲା (ମତ୍ସ୍ୟ ଅବତାର), ହରିଣର ଶରୀର ଧାରଣ କରିବା ବାଲା (ମରୀଚି ଋଷି) ଏବଂ ବାରାହା ରୂପ ଧାରଣ କରିବା ବାଲା (ବାରାହାବତାର) ଆଦି ସବୁଙ୍କ ମହାପୁରୁଷଙ୍କ ସଙ୍ଗତରେ ଉଦ୍ଧାର ହୋଇ ଯାଇଛି॥1॥ରୁହ॥
ਦੇਵ ਕੁਲ ਦੈਤ ਕੁਲ ਜਖੵ ਕਿੰਨਰ ਨਰ ਸਾਗਰ ਉਤਰੇ ਪਾਰੇ ॥ ଦେବ କୁଳ, ଦୈତ୍ୟ କୁଳ, ଯକ୍ଷ, କିନ୍ନର, ମନୁଷ୍ୟ ସମସ୍ତେ ସଂସାର ସାଗରରୁ ପାର ହୋଇ ଯାଇଛନ୍ତି।
ਜੋ ਜੋ ਭਜਨੁ ਕਰੈ ਸਾਧੂ ਸੰਗਿ ਤਾ ਕੇ ਦੂਖ ਬਿਦਾਰੇ ॥੧॥ ଯିଏ ଯିଏ ସାଧୁ-ମହାପୁରୁଷଙ୍କ ସହିତ ପରମାତ୍ମାଙ୍କ ଭଜନ କରିଥାଏ, ତାହାର ଦୁଃଖର ଅନ୍ତ ହୋଇଯାଏ||1||
ਕਾਮ ਕਰੋਧ ਮਹਾ ਬਿਖਿਆ ਰਸ ਇਨ ਤੇ ਭਏ ਨਿਰਾਰੇ ॥ ସନ୍ଥ-ପୁରୁଷ କାମ, କ୍ରୋଧ ଏବଂ ମହା ବିକାରର ରସ ଠାରୁ ନିର୍ଲିପ୍ତ ରହିଥାଏ।
ਦੀਨ ਦਇਆਲ ਜਪਹਿ ਕਰੁਣਾ ਮੈ ਨਾਨਕ ਸਦ ਬਲਿਹਾਰੇ ॥੨॥੯॥੧੩॥ ସେମାନେ ଦୀନଦୟାଳୁ, କରୁଣାମୟ ପରମେଶ୍ଵରଙ୍କ ଜପ କରିଥାନ୍ତି, ନାନକ ସର୍ବଦା ତାହାଙ୍କ ପ୍ରତି ସମର୍ପିତ ଯାଇଥାନ୍ତି||2||9||13||
ਮਲਾਰ ਮਹਲਾ ੫ ॥ ମଲାର ମହଲା 5 ॥
ਆਜੁ ਮੈ ਬੈਸਿਓ ਹਰਿ ਹਾਟ ॥ ଆଜି ମୁଁ ଈଶ୍ଵରଙ୍କ ବଜାର ଅର୍ଥାତ ସତସଙ୍ଗରେ ବସିଅଛି ଏବଂ
ਨਾਮੁ ਰਾਸਿ ਸਾਝੀ ਕਰਿ ਜਨ ਸਿਉ ਜਾਂਉ ਨ ਜਮ ਕੈ ਘਾਟ ॥੧॥ ਰਹਾਉ ॥ ଭକ୍ତଙ୍କ ସାଥିରେ ହରିନାମ ରାଶିର ଭାଗୀଦାରୀ କରିଛି, ଯେଉଁ କାରଣରୁ ଯମର ରାସ୍ତାକୁ ଯାଏ ନାହିଁ॥1॥ରୁହ॥
ਧਾਰਿ ਅਨੁਗ੍ਰਹੁ ਪਾਰਬ੍ਰਹਮਿ ਰਾਖੇ ਭ੍ਰਮ ਕੇ ਖੁਲੇ੍ਹ੍ਹ ਕਪਾਟ ॥ ପରଂବ୍ରହ୍ମ କୃପା କରି ରକ୍ଷା କରିଛନ୍ତି ଏବଂ ଭ୍ରମର କବାଟ ଖୋଲି ଦେଇଛନ୍ତି।
ਬੇਸੁਮਾਰ ਸਾਹੁ ਪ੍ਰਭੁ ਪਾਇਆ ਲਾਹਾ ਚਰਨ ਨਿਧਿ ਖਾਟ ॥੧॥ ମୁଁ ଗୁଣର ଅନନ୍ତ ଭଣ୍ଡାର, ଶାହ ପ୍ରଭୁଙ୍କୁ ପାଇ ନେଇଛି ଏବଂ ସୁଖମୟ ଚରଣର ଲାଭ ପ୍ରାପ୍ତ କରିଅଛୁ||1||
ਸਰਨਿ ਗਹੀ ਅਚੁਤ ਅਬਿਨਾਸੀ ਕਿਲਬਿਖ ਕਾਢੇ ਹੈ ਛਾਂਟਿ ॥ ମୁଁ ଅଟଳ, ଅବିନାଶୀ ପରମେଶ୍ଵରଙ୍କ ଶରଣ ନେଇଛି ଏବଂ ସେ ପାପ ବାହାର କରି ଦେଇଛନ୍ତି।
ਕਲਿ ਕਲੇਸ ਮਿਟੇ ਦਾਸ ਨਾਨਕ ਬਹੁਰਿ ਨ ਜੋਨੀ ਮਾਟ ॥੨॥੧੦॥੧੪॥ ଦାସ ନାନକଙ୍କ ସବୁ ଦୁଃଖ-କ୍ଲେଶ ଦୂର ହୋଇ ଯାଇଛି ଏବଂ ସେ ଯୋନିର ଚକ୍ରରୁ ମୁକ୍ତ ହୋଇ ଯାଇଛନ୍ତି||2||10||14||
ਮਲਾਰ ਮਹਲਾ ੫ ॥ ମଲାର ମହଲା 5 ॥
ਬਹੁ ਬਿਧਿ ਮਾਇਆ ਮੋਹ ਹਿਰਾਨੋ ॥ ମାୟା ମୋହ ଅନେକ ପ୍ରକାରେ ମନୁଷ୍ୟକୁ ଠକି ଅଛି।
ਕੋਟਿ ਮਧੇ ਕੋਊ ਬਿਰਲਾ ਸੇਵਕੁ ਪੂਰਨ ਭਗਤੁ ਚਿਰਾਨੋ ॥੧॥ ਰਹਾਉ ॥ କୋଟି କୋଟି ମଧ୍ୟରେ କେହି ବିରଳ ସେବକ ହିଁ ପରମାତ୍ମାଙ୍କ ପୂର୍ଣ୍ଣ ଭକ୍ତ ମାନା ଯାଇଥାଏ॥1॥ରୁହ॥
ਇਤ ਉਤ ਡੋਲਿ ਡੋਲਿ ਸ੍ਰਮੁ ਪਾਇਓ ਤਨੁ ਧਨੁ ਹੋਤ ਬਿਰਾਨੋ ॥ ଏଣେତେଣେ ଦୌଡି ମନୁଷ୍ୟ ବହୁତ ପରିଶ୍ରମ କରିଥାଏ ଏବଂ ଶେଷରେ ତନ-ମନ ପର ହୋଇଯାଏ।
ਲੋਗ ਦੁਰਾਇ ਕਰਤ ਠਗਿਆਈ ਹੋਤੌ ਸੰਗਿ ਨ ਜਾਨੋ ॥੧॥ ଲୋକଙ୍କ ଠାରୁ ଲୁଚି ଛଳ, କପଟ, ଧୋକା ଦେଇ ଧନ-ଦୌଲତ ଜମା କରିଥାଏ, କିନ୍ତୁ ଯେଉଁ ପରମାତ୍ମା ପାଖରେ ଥାଆନ୍ତି, ତାହାର ମନନ କରେନାହିଁ||1||
ਮ੍ਰਿਗ ਪੰਖੀ ਮੀਨ ਦੀਨ ਨੀਚ ਇਹ ਸੰਕਟ ਫਿਰਿ ਆਨੋ ॥ ଯେତେବେଳେ କର୍ମର ହିସାବ ହୋଇଥାଏ, ହରିଣ, ପକ୍ଷୀ, ମାଛ ଦୀନ ଏବଂ ନୀଚ ଯୋନିର ସଙ୍କଟରେ ପୁନଃ ଆସିଥାଏ।
ਕਹੁ ਨਾਨਕ ਪਾਹਨ ਪ੍ਰਭ ਤਾਰਹੁ ਸਾਧਸੰਗਤਿ ਸੁਖ ਮਾਨੋ ॥੨॥੧੧॥੧੫॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ମୋ' ଭଳି ପଥରକୁ ସଂସାର-ସାଗରରୁ ପାର କରାଇ ଦିଅ, ଯେପରି ସାଧୁ-ପୁରୁଷଙ୍କ ସଙ୍ଗତରେ ସୁଖ ଉପଲବ୍ଧ ହୋଇ ପାରିବ ||2||11||15||
ਮਲਾਰ ਮਹਲਾ ੫ ॥ ମଲାର ମହଲା 5 ॥
ਦੁਸਟ ਮੁਏ ਬਿਖੁ ਖਾਈ ਰੀ ਮਾਈ ॥ ହେ ଭାଇ! ଦୁଷ୍ଟ ପାପ-ବିକାର ଜହର ଖାଇ ମୃତ୍ୟୁର ନିଦ୍ରାରେ ଶୟନ କରିଥାଏ।
ਜਿਸ ਕੇ ਜੀਅ ਤਿਨ ਹੀ ਰਖਿ ਲੀਨੇ ਮੇਰੇ ਪ੍ਰਭ ਕਉ ਕਿਰਪਾ ਆਈ ॥੧॥ ਰਹਾਉ ॥ ଯାହାଙ୍କ ଜୀବ ଥିଲା, ସେ ରକ୍ଷା କରିଛନ ଟି, ମୋର ପ୍ରଭୁ କୃପା କରିଛନ୍ତି॥1॥ରୁହ॥
ਅੰਤਰਜਾਮੀ ਸਭ ਮਹਿ ਵਰਤੈ ਤਾਂ ਭਉ ਕੈਸਾ ਭਾਈ ॥ ଅନ୍ତର୍ଯାମୀ ପରମେଶ୍ଵର ସବୁଠାରେ ବ୍ୟାପ୍ତ ଅଛନ୍ତି, କୌଣସି ଭୟ କିପରି ହୋଇ ପାରିବ?
ਸੰਗਿ ਸਹਾਈ ਛੋਡਿ ਨ ਜਾਈ ਪ੍ਰਭੁ ਦੀਸੈ ਸਭਨੀ ਠਾਈ ॥੧॥ ସେହି ସହାୟତା କରିବା ବାଲା ଆମର ସାଥିରେ ଅଛନ୍ତି, ତାହାଙ୍କୁ ଛାଡି ଯାଏ ନାହିଁ, ମୋର ପ୍ରଭୁ ସବୁସ୍ଥାନରେ ଦେଖା ଦେଉଛନ୍ତି||1||
ਅਨਾਥਾ ਨਾਥੁ ਦੀਨ ਦੁਖ ਭੰਜਨ ਆਪਿ ਲੀਏ ਲੜਿ ਲਾਈ ॥ ସେ ଦୀନର ଦୁଃଖ ନାଶ କରିଥାନ୍ତି ଓ ସ୍ଵୟଂ ଗଳାରେ ଲଗାଇ ଥାଆନ୍ତି।
ਹਰਿ ਕੀ ਓਟ ਜੀਵਹਿ ਦਾਸ ਤੇਰੇ ਨਾਨਕ ਪ੍ਰਭ ਸਰਣਾਈ ॥੨॥੧੨॥੧੬॥ ନାନକ କହନ୍ତି ଯେ ହେ ପ୍ରଭୁ! ଭକ୍ତ ତୋର ଆଶ୍ରାରେ ବଞ୍ଚିଥାଏ ଏବଂ ତୋର ଶରଣରେ ପଡି ରହିଥାଏ||2||12||16||
ਮਲਾਰ ਮਹਲਾ ੫ ॥ ମଲାର ମହଲା 5 ॥
ਮਨ ਮੇਰੇ ਹਰਿ ਕੇ ਚਰਨ ਰਵੀਜੈ ॥ ମୋର ମନ ପରମାତ୍ମାଙ୍କ ଚରଣରେ ହିଁ ଲୀନ ରହିଥାଏ।
ਦਰਸ ਪਿਆਸ ਮੇਰੋ ਮਨੁ ਮੋਹਿਓ ਹਰਿ ਪੰਖ ਲਗਾਇ ਮਿਲੀਜੈ ॥੧॥ ਰਹਾਉ ॥ ତାହାଙ୍କ ଦର୍ଶନର ତୀବ୍ର ଲାଳସା ମନକୁ ମୋହିତ କରି ଦେଇଛି, ହେ ପ୍ରଭୁ! ପର ଲଗାଇ ତୋ' ସହିତ ମିଳନ କରିବାକୁ ଚାହିଁ ଥାଏ॥1॥ରୁହ॥
ਖੋਜਤ ਖੋਜਤ ਮਾਰਗੁ ਪਾਇਓ ਸਾਧੂ ਸੇਵ ਕਰੀਜੈ ॥ ଖୋଜି ଖୋଜି ଏହି ରାସ୍ତା ପ୍ରାପ୍ତ ହୋଇଛି ଯେ ସାଧୁ-ମହାପୁରୁଷଙ୍କ ସେବା କର।
ਧਾਰਿ ਅਨੁਗ੍ਰਹੁ ਸੁਆਮੀ ਮੇਰੇ ਨਾਮੁ ਮਹਾ ਰਸੁ ਪੀਜੈ ॥੧॥ ହେ ମୋର ସ୍ଵାମୀ! ଏପରି କୃପା ଧାରଣ କର ଯେ ନାମର ମହାରସ ପାନ କରାଯିବ||1||
ਤ੍ਰਾਹਿ ਤ੍ਰਾਹਿ ਕਰਿ ਸਰਨੀ ਆਏ ਜਲਤਉ ਕਿਰਪਾ ਕੀਜੈ ॥ 'ଆମକୁ ରକ୍ଷା କର, ଆମକୁ ରକ୍ଷା କର' ଏହା କହି କହି ତୋର ଶରଣରେ ଆସିଛୁ, ଏହି ଜଳୁଥିବା ମନ ଉପରେ କୃପା କର।
ਕਰੁ ਗਹਿ ਲੇਹੁ ਦਾਸ ਅਪੁਨੇ ਕਉ ਨਾਨਕ ਅਪੁਨੋ ਕੀਜੈ ॥੨॥੧੩॥੧੭॥ ନାନକଙ୍କ ବିନତି ଯେ ନିଜ ଦାସର ହାତ ଧର ଏବଂ କୃପା କରି ତାହାକୁ ନିଜର ବନାଅ||2||13||17||


© 2017 SGGS ONLINE
error: Content is protected !!
Scroll to Top