Guru Granth Sahib Translation Project

guru granth sahib odia page-1250

Page 1250

ਅੰਤਿ ਹੋਵੈ ਵੈਰ ਵਿਰੋਧੁ ਕੋ ਸਕੈ ਨ ਛਡਾਇਆ ॥ ଶେଷରେ ଧନ ପାଇଁ ଶତ୍ରୁତା ହୋଇଥାଏ ଏବଂ କେହି ମଧ୍ୟ ଏଥିରୁ ରକ୍ଷା ପାଇ ନାହାନ୍ତି।
ਨਾਨਕ ਵਿਣੁ ਨਾਵੈ ਧ੍ਰਿਗੁ ਮੋਹੁ ਜਿਤੁ ਲਗਿ ਦੁਖੁ ਪਾਇਆ ॥੩੨॥ ହେ ନାନକ! ପ୍ରଭୁ-ନାମ ବିନା ଏପରି ମୋହକୁ ଧିକ୍କାର ଅଟେ, ଯାହାଦ୍ୱାରା ଦୁଃଖ ହିଁ ପ୍ରାପ୍ତ ହୋଇଥାଏ||32||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਗੁਰਮੁਖਿ ਅੰਮ੍ਰਿਤੁ ਨਾਮੁ ਹੈ ਜਿਤੁ ਖਾਧੈ ਸਭ ਭੁਖ ਜਾਇ ॥ ଗୁରୁମୁଖୀ ପାଇଁ ହରିନାମ ଅମୃତମୟ ଅଟେ, ଯାହାଦ୍ୱାରା ସବୁ ଦୁଃଖ ଦୂର ହୋଇଯାଏ।
ਤ੍ਰਿਸਨਾ ਮੂਲਿ ਨ ਹੋਵਈ ਨਾਮੁ ਵਸੈ ਮਨਿ ਆਇ ॥ ଯେତେବେଳେ ନାମ ମନରେ ବାସ କରିଥାଏ, ତୃଷ୍ଣା ଆଦୌ ରହେ ନାହିଁ।
ਬਿਨੁ ਨਾਵੈ ਜਿ ਹੋਰੁ ਖਾਣਾ ਤਿਤੁ ਰੋਗੁ ਲਗੈ ਤਨਿ ਧਾਇ ॥ ହରିନାମ ବିନା ଅନ୍ୟ କିଛି ଖାଇବା ଦ୍ଵାରା ଶରୀରରେ ରୋଗ ଲାଗିଥାଏ।
ਨਾਨਕ ਰਸ ਕਸ ਸਬਦੁ ਸਲਾਹਣਾ ਆਪੇ ਲਏ ਮਿਲਾਇ ॥੧॥ ହେ ନାନକ! ଶବ୍ଦର ସ୍ତୁତିକୁ ସ୍ଵାଦିଷ୍ଟ ବ୍ୟଞ୍ଜନ ମାନାଯାଏ, ପ୍ରଭୁ ସ୍ଵୟଂ ହିଁ ମିଳାଇ ନିଅନ୍ତି||1||
ਮਃ ੩ ॥ ମହଲା 3॥
ਜੀਆ ਅੰਦਰਿ ਜੀਉ ਸਬਦੁ ਹੈ ਜਿਤੁ ਸਹ ਮੇਲਾਵਾ ਹੋਇ ॥ ସବୁ ଜୀବ ଠାରେ ଶବ୍ଦ ହିଁ ପ୍ରାଣ ଅଛି, ଯାହାଦ୍ୱାରା ମାଲିକ ସହିତ ମିଳନ ହୋଇଥାଏ।
ਬਿਨੁ ਸਬਦੈ ਜਗਿ ਆਨ੍ਹ੍ਹੇਰੁ ਹੈ ਸਬਦੇ ਪਰਗਟੁ ਹੋਇ ॥ ଶବ୍ଦ ବିନା ଜଗତରେ ଅନ୍ଧକାର ଥାଏ ଏବଂ ଶବ୍ଦ ଦ୍ଵାରା ହିଁ ପରମ ସତ୍ୟ ପ୍ରକଟ ହୋଇଥାଏ।
ਪੰਡਿਤ ਮੋਨੀ ਪੜਿ ਪੜਿ ਥਕੇ ਭੇਖ ਥਕੇ ਤਨੁ ਧੋਇ ॥ ଗ୍ରନ୍ଥକୁ ପଢି ପଢି ପଣ୍ଡିତ ଏବଂ ମୌନ ଧାରଣ କରି ମୌନୀ ମଧ୍ୟ ଥକି ଯାଇଥାଏ। ବେଶ ଆଡମ୍ବରୀ ସାଧୁ ତୀର୍ଥରେ ଶରୀରକୁ ଧୋଇ ଥକି ଯାଇଛନ୍ତି।
ਬਿਨੁ ਸਬਦੈ ਕਿਨੈ ਨ ਪਾਇਓ ਦੁਖੀਏ ਚਲੇ ਰੋਇ ॥ ଶବ୍ଦ ବିନା କେହି ମଧ୍ୟ ପରମାତ୍ମାଙ୍କୁ ପ୍ରାପ୍ତ କରିନାହାନ୍ତି ଏବଂ ଦୁଃଖୀ ରୋଦନ କରି ସଂସାରରୁ ଚାଲି ଯାଇଥାଏ।
ਨਾਨਕ ਨਦਰੀ ਪਾਈਐ ਕਰਮਿ ਪਰਾਪਤਿ ਹੋਇ ॥੨॥ ନାନକ! ପରମାତ୍ମାଙ୍କ ପ୍ରାପ୍ତି ତାହାଙ୍କ କୃପାଦୃଷ୍ଟି ଦ୍ଵାରା ହୋଇଥାଏ||2||
ਪਉੜੀ ॥ ପଉଡୀ॥
ਇਸਤ੍ਰੀ ਪੁਰਖੈ ਅਤਿ ਨੇਹੁ ਬਹਿ ਮੰਦੁ ਪਕਾਇਆ ॥ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ଅତ୍ୟନ୍ତ ପ୍ରେମ ହୋଇଥାଏ ଏବଂ ବିକାରଯୁକ୍ତ ହୋଇଥାନ୍ତି।
ਦਿਸਦਾ ਸਭੁ ਕਿਛੁ ਚਲਸੀ ਮੇਰੇ ਪ੍ਰਭ ਭਾਇਆ ॥ ଏହି ଦୃଶ୍ୟମାନ ସଂପୂର୍ଣ୍ଣ ସଂସାର ନାଶ ହେବା ବାଲା ଅଟେ ଆଉ ମୋର ପ୍ରଭୁଙ୍କୁ ଏହା ମଞ୍ଜୁର ଅଟେ।
ਕਿਉ ਰਹੀਐ ਥਿਰੁ ਜਗਿ ਕੋ ਕਢਹੁ ਉਪਾਇਆ ॥ ଜଗତରେ କେଉଁ ପରି ସ୍ଥିର ରହି ପାରିବା, ତାହାର କୌଣସି ଉପାୟ ବାହାର କର।
ਗੁਰ ਪੂਰੇ ਕੀ ਚਾਕਰੀ ਥਿਰੁ ਕੰਧੁ ਸਬਾਇਆ ॥ ଯଦି ପୂର୍ଣ୍ଣ ଗୁରୁଙ୍କ ସେବା କରାଯାଏ, ଜୀବନରେ ସ୍ଥିର ରହି ପାରିବା।
ਨਾਨਕ ਬਖਸਿ ਮਿਲਾਇਅਨੁ ਹਰਿ ਨਾਮਿ ਸਮਾਇਆ ॥੩੩॥ ହେ ନାନକ! ଯେତେବେଳେ ସେ କୃପା ପୂର୍ବକ ମିଳାଇ ଦିଅନ୍ତି, ପ୍ରାଣୀ ହରି-ନାମରେ ବିଲୀନ ହୋଇଯାଏ||33||
ਸਲੋਕ ਮਃ ੩ ॥ ଶ୍ଳୋକ ମହଲା 3॥
ਮਾਇਆ ਮੋਹਿ ਵਿਸਾਰਿਆ ਗੁਰ ਕਾ ਭਉ ਹੇਤੁ ਅਪਾਰੁ ॥ ମାୟା-ମୋହ କାରଣରୁ ମନୁଷ୍ୟ ଗୁରୁଙ୍କ ପ୍ରେମ ଭୁଲି ଯାଇଥାଏ।
ਲੋਭਿ ਲਹਰਿ ਸੁਧਿ ਮਤਿ ਗਈ ਸਚਿ ਨ ਲਗੈ ਪਿਆਰੁ ॥ ଲୋଭର ଲହରୀରେ ତାହାର ବୁଦ୍ଧି ଭ୍ରଷ୍ଟ ହୋଇଯାଏ ଏବଂ ଏହି ସତ୍ୟ ସହିତ ପ୍ରେମ ଲାଗେ ନାହିଁ।
ਗੁਰਮੁਖਿ ਜਿਨਾ ਸਬਦੁ ਮਨਿ ਵਸੈ ਦਰਗਹ ਮੋਖ ਦੁਆਰੁ ॥ ଗୁରୁଙ୍କ ଦ୍ଵାରା ଯାହାର ମନରେ ଶବ୍ଦ ବାସ କରିଥାଏ, ତାହାକୁ ପରମାତ୍ମାଙ୍କ ଦରବାରରେ ମୋକ୍ଷ ପ୍ରାପ୍ତ ହୋଇଥାଏ।
ਨਾਨਕ ਆਪੇ ਮੇਲਿ ਲਏ ਆਪੇ ਬਖਸਣਹਾਰੁ ॥੧॥ ହେ ନାନକ! ସେହି କୃପାନିଧି ପ୍ରଭୁ ସ୍ଵୟଂ ନିଜ ସାଥିରେ ମିଳାଇ ନିଅନ୍ତି||1||
ਮਃ ੪ ॥ ମହଲା 4॥
ਨਾਨਕ ਜਿਸੁ ਬਿਨੁ ਘੜੀ ਨ ਜੀਵਣਾ ਵਿਸਰੇ ਸਰੈ ਨ ਬਿੰਦ ॥ ହେ ନାନକ! ଯାହା ବିନା ଏକ କ୍ଷଣ ମଧ୍ୟ ବଞ୍ଚିବା କଷ୍ଟକର ଅଟେ, ଯାହାଙ୍କୁ ଭୁଲି ଅତିବାହିତ କରା ଯାଇ ନପାରେ।
ਤਿਸੁ ਸਿਉ ਕਿਉ ਮਨ ਰੂਸੀਐ ਜਿਸਹਿ ਹਮਾਰੀ ਚਿੰਦ ॥੨॥ ସେହି ପ୍ରଭୁଙ୍କ ଠାରେ କାହିଁକି ବିରକ୍ତ ହେବା, ଯାହାଙ୍କୁ ଆମର ଚିନ୍ତା ଲାଗିଅଛି?||2||
ਮਃ ੪ ॥ ମହଲା 4॥
ਸਾਵਣੁ ਆਇਆ ਝਿਮਝਿਮਾ ਹਰਿ ਗੁਰਮੁਖਿ ਨਾਮੁ ਧਿਆਇ ॥ ଧୀରେ-ଧୀରେ ଶ୍ରାବଣ ଆସିଛି, ଗୁରୁମୁଖୀ ହରିନାମର ଭଜନ କରି କୃପା ପାଉଛି।
ਦੁਖ ਭੁਖ ਕਾੜਾ ਸਭੁ ਚੁਕਾਇਸੀ ਮੀਹੁ ਵੁਠਾ ਛਹਬਰ ਲਾਇ ॥ ମୁଷଳ ଧାରାରେ ବର୍ଷା ହେବା କାରଣରୁ ସବୁ ଦୁଃଖ, ଚିନ୍ତା ଦୂର ହୋଇ ଯାଇଛି।
ਸਭ ਧਰਤਿ ਭਈ ਹਰੀਆਵਲੀ ਅੰਨੁ ਜੰਮਿਆ ਬੋਹਲ ਲਾਇ ॥ ସଂପୂର୍ଣ୍ଣ ଧରିତ୍ରୀ ସବୁଜ ହୋଇ ଯାଇଛି ଏବଂ ପ୍ରଚୁର ମାତ୍ରାରେ ଶସ୍ୟ ଉତ୍ପନ୍ନ ହୋଇଛି।
ਹਰਿ ਅਚਿੰਤੁ ਬੁਲਾਵੈ ਕ੍ਰਿਪਾ ਕਰਿ ਹਰਿ ਆਪੇ ਪਾਵੈ ਥਾਇ ॥ ପରମାତ୍ମା ନୈସର୍ଗିକ କୃପା କରି ବୋଲାଇ ଥାଆନ୍ତି ଏବଂ ସେବା ସଫଳ କରାଇ ଥାଆନ୍ତି।
ਹਰਿ ਤਿਸਹਿ ਧਿਆਵਹੁ ਸੰਤ ਜਨਹੁ ਜੁ ਅੰਤੇ ਲਏ ਛਡਾਇ ॥ ହେ ଭକ୍ତଜନ! ସେହି ପରମ ପିତା ପରମେଶ୍ଵରଙ୍କ ମନନ କର, ଅନ୍ତ କାଳରେ ସେ ହି ରକ୍ଷା କରିଥାନ୍ତି।
ਹਰਿ ਕੀਰਤਿ ਭਗਤਿ ਅਨੰਦੁ ਹੈ ਸਦਾ ਸੁਖੁ ਵਸੈ ਮਨਿ ਆਇ ॥ ପରମାତ୍ମାଙ୍କ ଭକ୍ତି ଓ କୀର୍ତ୍ତିଗାନରେ ଆନନ୍ଦ ହିଁ ଆନନ୍ଦ ଥାଏ ଏବଂ ମନରେ ସଦା ସୁଖ ବାସ କରିଥାଏ।
ਜਿਨ੍ਹ੍ਹਾ ਗੁਰਮੁਖਿ ਨਾਮੁ ਅਰਾਧਿਆ ਤਿਨਾ ਦੁਖ ਭੁਖ ਲਹਿ ਜਾਇ ॥ ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ହରିନାମର ଆରାଧନା କରିଥାଏ, ତାହାର ଦୁଃଖ କ୍ଷୁଧା ଦୂର ହୋଇଯାଏ।
ਜਨ ਨਾਨਕੁ ਤ੍ਰਿਪਤੈ ਗਾਇ ਗੁਣ ਹਰਿ ਦਰਸਨੁ ਦੇਹੁ ਸੁਭਾਇ ॥੩॥ ହେ ନାନକ! ପ୍ରଭୁଙ୍କ ଗୁଣଗାନ ଦ୍ଵାରା ହିଁ ତୃପ୍ତି ହୋଇଥାଏ ଏବଂ ସେ ସ୍ଵାଭାବିକ ଭାବରେ ଦର୍ଶନ ଦେଇଥାନ୍ତି||3||
ਪਉੜੀ ॥ ପଉଡୀ॥
ਗੁਰ ਪੂਰੇ ਕੀ ਦਾਤਿ ਨਿਤ ਦੇਵੈ ਚੜੈ ਸਵਾਈਆ ॥ ପୂର୍ଣ୍ଣ ଗୁରୁଙ୍କ କୃପାରେ ଦିନ ରାତି ବୃଦ୍ଧି ହୋଇଥାଏ।
ਤੁਸਿ ਦੇਵੈ ਆਪਿ ਦਇਆਲੁ ਨ ਛਪੈ ਛਪਾਈਆ ॥ ସେହି ଦୟାର ଘର ପ୍ରସନ୍ନ ହୋଇ ଦାନ କରିଥାନ୍ତି ଏବଂ ଏହା ଲୁଚି ପାରେ ନାହିଁ।
ਹਿਰਦੈ ਕਵਲੁ ਪ੍ਰਗਾਸੁ ਉਨਮਨਿ ਲਿਵ ਲਾਈਆ ॥ ହୃଦୟ କମଳ ପ୍ରସନ୍ନ ହୋଇଥାଏ ଏବଂ ଜିଜ୍ଞାସୁ ଏକାଗ୍ରଚିତ୍ତ ହୋଇ ପ୍ରଭୁଙ୍କ ଧ୍ୟାନରେ ଲୀନ ରହିଥାଏ।
ਜੇ ਕੋ ਕਰੇ ਉਸ ਦੀ ਰੀਸ ਸਿਰਿ ਛਾਈ ਪਾਈਆ ॥ ଯଦି କେହି ତାହାଙ୍କ ଉପରେ ରୋଷ କରିଥାଏ, ସେ ଅପମାନିତ ହୋଇଥାଏ।
ਨਾਨਕ ਅਪੜਿ ਕੋਇ ਨ ਸਕਈ ਪੂਰੇ ਸਤਿਗੁਰ ਕੀ ਵਡਿਆਈਆ ॥੩੪॥ ହେ ନାନକ! ପୂର୍ଣ୍ଣ ସଦଗୁରୁଙ୍କ କୀର୍ତ୍ତି ପର୍ଯ୍ୟନ୍ତ କେହି ପହଞ୍ଚି ପାରେ ନାହିଁ||34||


© 2017 SGGS ONLINE
error: Content is protected !!
Scroll to Top