Guru Granth Sahib Translation Project

guru granth sahib odia page-1064

Page 1064

ਜਿਸੁ ਭਾਣਾ ਭਾਵੈ ਸੋ ਤੁਝਹਿ ਸਮਾਏ ॥ ଯାହାକୁ ତୋର ଇଚ୍ଛା ସ୍ଵୀକାର ଅଛି, ସେ ତୋ' ଠାରେ ହିଁ ବିଲୀନ ହୋଇଯାଏ।
ਭਾਣੇ ਵਿਚਿ ਵਡੀ ਵਡਿਆਈ ਭਾਣਾ ਕਿਸਹਿ ਕਰਾਇਦਾ ॥੩॥ ଈଶ୍ବରଙ୍କ ଇଚ୍ଛାରେ ଏକ ବଡପଣ ଅଛି, କିନ୍ତୁ କେହି ବିରଳ ଦ୍ଵାରା ହିଁ ତାହାଙ୍କ ଇଛା କାର୍ଯ୍ୟକାରୀ ହୋଇଥାଏ||3||
ਜਾ ਤਿਸੁ ਭਾਵੈ ਤਾ ਗੁਰੂ ਮਿਲਾਏ ॥ ଯେତେବେଳେ ପରମାତ୍ମାଙ୍କୁ ମଞ୍ଜୁର ହୋଇଥାଏ, ସେ ଗୁରୁଙ୍କ ସହିତ ମିଳାଇ ଦିଅନ୍ତି।
ਗੁਰਮੁਖਿ ਨਾਮੁ ਪਦਾਰਥੁ ਪਾਏ ॥ ଗୁରୁଙ୍କ ସାନ୍ନିଧ୍ୟରେ ନାମ ପଦାର୍ଥ ପ୍ରାପ୍ତ ହୋଇଥାଏ।
ਤੁਧੁ ਆਪਣੈ ਭਾਣੈ ਸਭ ਸ੍ਰਿਸਟਿ ਉਪਾਈ ਜਿਸ ਨੋ ਭਾਣਾ ਦੇਹਿ ਤਿਸੁ ਭਾਇਦਾ ॥੪॥ ହେ ପରମେଶ୍ଵର! ତୁ ନିଜ ଇଚ୍ଛାରେ ସମସ୍ତ ସୃଷ୍ଟି ଉତ୍ପନ୍ନ କରିଛୁ। ସେହି ଜୀବକୁ ହିଁ ତୋର ଇଚ୍ଛା ସହର୍ଷ ସ୍ଵୀକାର ଅଟେ, ଯାହାକୁ ତୁ ସ୍ଵୟଂ ଇଚ୍ଛା ମାନିବା ପାଇଁ ଶକ୍ତି ପ୍ରଦାନ କରୁ||4||
ਮਨਮੁਖੁ ਅੰਧੁ ਕਰੇ ਚਤੁਰਾਈ ॥ ଅନ୍ଧ ମନମୁଖୀ ଜୀବ ଚତୁରତା କରିଥାଏ,
ਭਾਣਾ ਨ ਮੰਨੇ ਬਹੁਤੁ ਦੁਖੁ ਪਾਈ ॥ ସେ ଈଶ୍ଵରଙ୍କ ଇଚ୍ଛାକୁ ମାନେ ନାହିଁ, ଏଥିପାଇଁ ବହୁତ ଦୁଃଖୀ ହୋଇଥାଏ।
ਭਰਮੇ ਭੂਲਾ ਆਵੈ ਜਾਏ ਘਰੁ ਮਹਲੁ ਨ ਕਬਹੂ ਪਾਇਦਾ ॥੫॥ ସେ ଭ୍ରମରେ ରହି ଜନ୍ମ-ମରଣରେ ପଡି ରହିଥାଏ ଏବଂ ନିଜର ସଚ୍ଚା ଘର କେବେ ମଧ୍ୟ ପ୍ରାପ୍ତ କରିପାରେ ନାହିଁ ||5||
ਸਤਿਗੁਰੁ ਮੇਲੇ ਦੇ ਵਡਿਆਈ ॥ ଯଦି ସଦଗୁରୁଙ୍କ ସହିତ ମିଳନ ହୋଇଯାଏ, ତାହାହେଲେ ହିଁ ବଡିମା ପ୍ରଦାନ କରିଥାନ୍ତି,
ਸਤਿਗੁਰ ਕੀ ਸੇਵਾ ਧੁਰਿ ਫੁਰਮਾਈ ॥ ଈଶ୍ଵରଙ୍କ ଦରବାରରେ ସଦଗୁରୁଙ୍କ ସେବା କରିବା ହିଁ ସ୍ଵୀକୃତ ଅଟେ।
ਸਤਿਗੁਰ ਸੇਵੇ ਤਾ ਨਾਮੁ ਪਾਏ ਨਾਮੇ ਹੀ ਸੁਖੁ ਪਾਇਦਾ ॥੬॥ ଯଦି ସଦଗୁରୁଙ୍କ ସେବା କରାଯାଏ, ତାହାହେଲେ ହରିନାମ ପ୍ରାପ୍ତ ହୋଇଥାଏ ଏବଂ ନାମ ଦ୍ଵାରା ହିଁ ସୁଖ ମିଳିଥାଏ||6||
ਸਭ ਨਾਵਹੁ ਉਪਜੈ ਨਾਵਹੁ ਛੀਜੈ ॥ ଜଗତର ସଂପୂର୍ଣ୍ଣ ପ୍ରସାର ନାମ ଦ୍ଵାରା ହିଁ ଉତ୍ପନ୍ନ ହୋଇଥାଏ ଏବଂ ନାମ ଦ୍ଵାରା ହିଁ ନଷ୍ଟ ହୋଇଯାଏ।
ਗੁਰ ਕਿਰਪਾ ਤੇ ਮਨੁ ਤਨੁ ਭੀਜੈ ॥ ଗୁରୁଙ୍କ କୃପାରୁ ହିଁ ମନ-ତନ ନାମ ରସରେ ଭିଜି ଯାଇଥାଏ।
ਰਸਨਾ ਨਾਮੁ ਧਿਆਏ ਰਸਿ ਭੀਜੈ ਰਸ ਹੀ ਤੇ ਰਸੁ ਪਾਇਦਾ ॥੭॥ ଯେତେବେଳେ ଜିହ୍ଵା ନାମର ସ୍ତୁତିଗାନ କରି ନାମ-ରସରେ ଭିଜିଥାଏ, ସେହି ନାମ-ରସ ଦ୍ଵାରା ହରି-ରସ ମିଳିଥାଏ||7||
ਮਹਲੈ ਅੰਦਰਿ ਮਹਲੁ ਕੋ ਪਾਏ ॥ କେହି ବିରଳ ପୁରୁଷ ହିଁ ଶରୀର ରୂପୀ ଘରେ ଦଶମ ଦ୍ଵାରକୁ ପ୍ରାପ୍ତ କରିଥାଏ ଏବଂ
ਗੁਰ ਕੈ ਸਬਦਿ ਸਚਿ ਚਿਤੁ ਲਾਏ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ସତ୍ୟରେ ଚିତ୍ତ ଲଗାଇ ଥାଏ।
ਜਿਸ ਨੋ ਸਚੁ ਦੇਇ ਸੋਈ ਸਚੁ ਪਾਏ ਸਚੇ ਸਚਿ ਮਿਲਾਇਦਾ ॥੮॥ ଗୁରୁ ଯାହାକୁ ସତ୍ୟନାମ ପ୍ରଦାନ କରିଥାନ୍ତି, ସେ ହିଁ ସତ୍ୟ ପ୍ରାପ୍ତ କରିଥାଏ ଏବଂ ସେ ସତ୍ୟ ଦ୍ଵାରା ହିଁ ପରମ-ସତ୍ୟ ସହିତ ମିଳନ କରାଇ ଦିଅନ୍ତି||8||
ਨਾਮੁ ਵਿਸਾਰਿ ਮਨਿ ਤਨਿ ਦੁਖੁ ਪਾਇਆ ॥ ନାମ ଭୁଲି ଜୀବ ମନ-ତନରେ ଦୁଃଖ ହିଁ ପାଇଥାଏ ଏବଂ
ਮਾਇਆ ਮੋਹੁ ਸਭੁ ਰੋਗੁ ਕਮਾਇਆ ॥ ମାୟା-ମୋହରେ ଲାଗି ସବୁ ରୋଗ ହିଁ ଅର୍ଜନ କରିଥାଏ।
ਬਿਨੁ ਨਾਵੈ ਮਨੁ ਤਨੁ ਹੈ ਕੁਸਟੀ ਨਰਕੇ ਵਾਸਾ ਪਾਇਦਾ ॥੯॥ ନାମ ବିନା ତାହାର ମନ-ତନ ଶିଥିଳ ହୋଇଯାଏ, ଏଣୁ ସେ ନର୍କରେ ହିଁ ବାସ ପାଇଥାଏ||9||
ਨਾਮਿ ਰਤੇ ਤਿਨ ਨਿਰਮਲ ਦੇਹਾ ॥ ଯିଏ ପ୍ରଭୁ-ନାମରେ ଲୀନ ଥାଏ, ତାହାର ହିଁ ଶରୀର ନିର୍ମଳ ଅଟେ।
ਨਿਰਮਲ ਹੰਸਾ ਸਦਾ ਸੁਖੁ ਨੇਹਾ ॥ ତାହାର ନିର୍ମଳ ଆତ୍ମା ପ୍ରଭୁ-ପ୍ରେମ ଦ୍ଵାରା ସଦା ସୁଖୀ ରହିଥାଏ।
ਨਾਮੁ ਸਲਾਹਿ ਸਦਾ ਸੁਖੁ ਪਾਇਆ ਨਿਜ ਘਰਿ ਵਾਸਾ ਪਾਇਦਾ ॥੧੦॥ ନାମର ସ୍ତୁତିଗାନ କରି ସେ ସଦା ସୁଖ ପ୍ରାପ୍ତ କରିଥାଏ ଏବଂ ସେ ନିଜର ସଚ୍ଚା ଘରେ ବାସ ପାଇନିଏ||10||
ਸਭੁ ਕੋ ਵਣਜੁ ਕਰੇ ਵਾਪਾਰਾ ॥ ସବୁ ଜୀବ ଜୀବ ଜଗତରେ ଭିନ୍ନ-ଭିନ୍ନ ବ୍ୟାପାର କରିଥାଏ, କିନ୍ତୁ
ਵਿਣੁ ਨਾਵੈ ਸਭੁ ਤੋਟਾ ਸੰਸਾਰਾ ॥ ରିନାମ ବିନା ସଂସାରରେ କ୍ଷତି ହିଁ ହୋଇଥାଏ।
ਨਾਗੋ ਆਇਆ ਨਾਗੋ ਜਾਸੀ ਵਿਣੁ ਨਾਵੈ ਦੁਖੁ ਪਾਇਦਾ ॥੧੧॥ ପ୍ରତ୍ୟେକ ଜୀବ ନଗ୍ନ ଅର୍ଥାତ ଖାଲି ହାତରେ ଆସିଥାଏ ଏବଂ ଖାଲି ହାତରେ ହିଁ ଚାଲିଯାଏ, ପ୍ରଭୁନାମ ବିନା ତାହାକୁ ଦୁଃଖ ହିଁ ମିଳିଥାଏ||11||
ਜਿਸ ਨੋ ਨਾਮੁ ਦੇਇ ਸੋ ਪਾਏ ॥ ଯାହାକୁ ପରମାତ୍ମା ନାମ ଦେଇଥାନ୍ତି, ସେ ହିଁ ତାହା ପାଇଥାଏ।
ਗੁਰ ਕੈ ਸਬਦਿ ਹਰਿ ਮੰਨਿ ਵਸਾਏ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ସେ ପ୍ରଭୁଙ୍କୁ ମନରେ ସ୍ଥାପନ କରିଥାଏ।
ਗੁਰ ਕਿਰਪਾ ਤੇ ਨਾਮੁ ਵਸਿਆ ਘਟ ਅੰਤਰਿ ਨਾਮੋ ਨਾਮੁ ਧਿਆਇਦਾ ॥੧੨॥ ଗୁରୁଙ୍କ କୃପାରୁ ଯାହାର ହୃଦୟରେ ହରିନାମ ବାସ କରିଛି, ସେ ଅନ୍ତର୍ମନରେ ନାମର ହିଁ ଧ୍ୟାନ କରିଥାଏ||12||
ਨਾਵੈ ਨੋ ਲੋਚੈ ਜੇਤੀ ਸਭ ਆਈ ॥ ଯେତେ ମଧ୍ୟ ସଂପୂର୍ଣ୍ଣ ସୃଷ୍ଟି ଜାତ ହୋଇଛି, ତାହା ନାମ ପ୍ରାପ୍ତିର ଆକାଂକ୍ଷା କରିଥାଏ।
ਨਾਉ ਤਿਨਾ ਮਿਲੈ ਧੁਰਿ ਪੁਰਬਿ ਕਮਾਈ ॥ କିନ୍ତୁ ନାମ ତାହାକୁ ହିଁ ମିଳିଥାଏ, ଯାହାର ପୂର୍ବ କର୍ମ ଶୁଭ ଥିଲା।
ਜਿਨੀ ਨਾਉ ਪਾਇਆ ਸੇ ਵਡਭਾਗੀ ਗੁਰ ਕੈ ਸਬਦਿ ਮਿਲਾਇਦਾ ॥੧੩॥ ଯିଏ ନାମ ପ୍ରାପ୍ତ କରିଛି, ସେ ଭାଗ୍ୟବାନ ଅଟେ ଏବଂ ଶବ୍ଦ-ଗୁରୁ ଦ୍ଵାରା ପ୍ରଭୁ ତାହାକୁ ମିଳାଇ ନେଇଛନ୍ତି||13||
ਕਾਇਆ ਕੋਟੁ ਅਤਿ ਅਪਾਰਾ ॥ ମାନବ ଶରୀର ଏକ ବହୁତ ବଡ ଦୁର୍ଗ ଅଟେ,
ਤਿਸੁ ਵਿਚਿ ਬਹਿ ਪ੍ਰਭੁ ਕਰੇ ਵੀਚਾਰਾ ॥ ଯେଉଁଠି ବସି ପ୍ରଭୁ ବିଚାର କରିଥାନ୍ତି।
ਸਚਾ ਨਿਆਉ ਸਚੋ ਵਾਪਾਰਾ ਨਿਹਚਲੁ ਵਾਸਾ ਪਾਇਦਾ ॥੧੪॥ ସେ ସଚ୍ଚା ନ୍ୟାୟ ଏବଂ ସଚ୍ଚା ବ୍ୟାପାର କରିଥାଏ ଏବଂ ସେ ନିଶ୍ଚଳ ବାସ ପାଇଥାଏ||14||
ਅੰਤਰ ਘਰ ਬੰਕੇ ਥਾਨੁ ਸੁਹਾਇਆ ॥ ଶରୀର ରୂପୀ ଦୁର୍ଗରେ ମନ, ବୁଦ୍ଧି ଇତ୍ୟାଦି ଦ୍ଵାରା ସୁନ୍ଦର ଘର ବନି ଥାଏ ଏବଂ କେହି ବିରଳ ଗୁରୁମୁଖୀ ହିଁ ଏହି ସ୍ଥାନ ପାଇଥାଏ।
ਗੁਰਮੁਖਿ ਵਿਰਲੈ ਕਿਨੈ ਥਾਨੁ ਪਾਇਆ ॥ ଯିଏ ସଚ୍ଚା ପରମାତ୍ମାଙ୍କ ପ୍ରଶଂସା କରିଥାଏ,
ਇਤੁ ਸਾਥਿ ਨਿਬਹੈ ਸਾਲਾਹੇ ਸਚੇ ਹਰਿ ਸਚਾ ਮੰਨਿ ਵਸਾਇਦਾ ॥੧੫॥ ସେହି ପରମ-ସତ୍ୟକୁ ମନରେ ସ୍ଥାପନ କରାଇ ନେଇଥାଏ, ଏହି ପ୍ରକାରେ ପ୍ରଭୁ ଶେଷ ପର୍ଯ୍ୟନ୍ତ ତାହାଙ୍କ ସାଥିରେ ରହିଥାନ୍ତି||15||
ਮੇਰੈ ਕਰਤੈ ਇਕ ਬਣਤ ਬਣਾਈ ॥ ମୋର ପରମେଶ୍ଵର ଏକ ଏପରି ସଂରଚନା କରିଛନ୍ତି ଯେ
ਇਸੁ ਦੇਹੀ ਵਿਚਿ ਸਭ ਵਥੁ ਪਾਈ ॥ ଶରୀରରେ ହିଁ ସବୁ ବସ୍ତୁ ରଖିଛନ୍ତି।
ਨਾਨਕ ਨਾਮੁ ਵਣਜਹਿ ਰੰਗਿ ਰਾਤੇ ਗੁਰਮੁਖਿ ਕੋ ਨਾਮੁ ਪਾਇਦਾ ॥੧੬॥੬॥੨੦॥ ହେ ନାନକ! ପ୍ରଭୁ-ରଙ୍ଗରେ ଲୀନ ରହିବା ବାଲା ନାମର ବ୍ୟାପାର କରିଥାଏ ଆଉ କେହି ଗୁରୁମୁଖୀ ହିଁ ନାମର ରହସ୍ୟ ପ୍ରାପ୍ତ କରିଥାଏ||16||6||20||
ਮਾਰੂ ਮਹਲਾ ੩ ॥ ମାରୁ ମହଲା 3 ॥
ਕਾਇਆ ਕੰਚਨੁ ਸਬਦੁ ਵੀਚਾਰਾ ॥ ଶବ୍ଦର ଚିନ୍ତନ କରିବା ଦ୍ଵାରା ଶରୀର ସୁନା ଭଳି ଶୁଦ୍ଧ ହୋଇଯାଏ ଏବଂ
ਤਿਥੈ ਹਰਿ ਵਸੈ ਜਿਸ ਦਾ ਅੰਤੁ ਨ ਪਾਰਾਵਾਰਾ ॥ ଏଥିରେ ଈଶ୍ଵର ବାସ କରିଥାନ୍ତି, ଯାହାର କୌଣସି ଅନ୍ତ ପାଇ ହୁଏନାହିଁ।
ਅਨਦਿਨੁ ਹਰਿ ਸੇਵਿਹੁ ਸਚੀ ਬਾਣੀ ਹਰਿ ਜੀਉ ਸਬਦਿ ਮਿਲਾਇਦਾ ॥੧॥ ସଚ୍ଚା ବାଣୀ ଦ୍ଵାରା ନିତ୍ୟ ଈଶ୍ଵରଙ୍କ ଆରାଧନା କର, ଶବ୍ଦ ଦ୍ଵାରା ପ୍ରଭୁ ଜୀବକୁ ନିଜ ସାଥିରେ ମିଳାଇ ନେଇଥାନ୍ତି|||1||
error: Content is protected !!
Scroll to Top